STORYMIRROR

Hemanta kumar Sahoo

Others

3  

Hemanta kumar Sahoo

Others

ସଂସାର ଭିତର କଥା-ଭାଗ-୩

ସଂସାର ଭିତର କଥା-ଭାଗ-୩

4 mins
107


      

ଆଗରୁ ଜାଣିଛନ୍ତି ରାନୀ କହିଛି ମୁଁ ତୁମକୁ ଅସୁବିଧାରେ ପକାଇବାକୁ ଚାହେଁନା କି ତୁମ ପଢ଼ାରେ କୌଣସି ଆଞ୍ଚ୍ ଆଣିବାକୁ ଦେବିନି ।ତାପରେ....

ରାଜା କହିଲା ଠିକ୍ ଅଛି ରାନୀ, ମୁଁ ତ ପ୍ରେମ ବିଷୟରେ ଅନଭିଜ୍ଞ ଅଟେ ।ଖାଲି ଶୁଣିଛି ଯିଏ ଥରେ ସେ ପଥରେ ପାଦ ଦେଇଛି ପାଦକୁ ପଛକୁ ଫେରାଇବା ବହୁତ କଷ୍ଟ ହେବ ।ଆଉ, ଥରେ ସେ ଭାବନା ମୁଣ୍ଡରେ ପଶିଲେ ଆନ କଥା ଭାବିବା କଷ୍ଟକର ହୋଇ ପଡ଼ିବ ।ଯାହା ଫଳରେ ନିଜର ଉଚିତ କର୍ମକୁ ତାକୁ ଛାଡ଼ିବାକୁ ପଡ଼ିବ । ସେଥିପାଇଁ ମୋର ଗୋଟେ ଅନୁରୋଧ ରଖିବ ?

ରାନୀ-କି ଅନୁରୋଧ କୁହ ?

ରାଜା-ଦୟାକରି ମୋତେ ମୋ ଫାଇନାଲ୍ ପରୀକ୍ଷା ସରିବା ପର୍ଯ୍ୟନ୍ତ ମୋତେ ଯେପରି ଡିଷ୍ଟପ୍ ନ କର କି ମୋ ସହିତ ନ ମିଶ ବାସ୍ !!

ରାନୀ-ଦେଖ ରାଜା, ମୁଁ ତୁମକୁ ଅନ୍ତର ଦେଇ ଭଲ ପାଉଛି ଯେତେବେଳେ ତୁମ କଥା ରଖିବାକୁ ରାଜି ଅଛି।ହେଲେ ଟିକେ କଥା ହୋଇ ଭଲ ମନ୍ଦ ତ ପଚାରି ପାରିବ ନା ?

ରାଜା-ଠିକ୍ ଅଛି । କିନ୍ତୁ ସ୍ଵଳ୍ପ ସମୟ ପାଇଁ।

ଏହିପରି କଥା ହୋଇ ରାଜା ଓ ରାନୀ ଦୁହେଁ ଦୁହିଁଙ୍କ ବାଟରେ ରହିଲେ ।ସମୟ ବି ଗଡ଼ି ଚାଲିଲା ।

    ଏଣେ ମାଧବ ଓ ମାଳତୀ ପୁଅର ବାଟକୁ ଚାହିଁ ବସିଥାନ୍ତି ।

ମାଳତୀ-ହେଇ ଶୁଣୁଛ !ମୋ ପୁଅ ସେଦିନ ଠାରୁ ଘରୁ ଗଲାଣି ହେଲେ ଚିଠି ପତ୍ର କିଛି ଦେଲାନି ।ତୁମେ ଟିକେ ତା ପାଖକୁ ଚିଠି ପଠେଇଲେ ହୁଅନ୍ତାନି ? ଛୁଆଟା ମୋର କେମିତି ଅଛି। କ'ଣ କରୁଛି ।ତା ପଢ଼ାପଢ଼ି କେତେ ବାଟ ଗଲା ଆମେ କିଛି ଜାଣି ପାରିଲେନି ।ତମେ କେମିତିଆ ବାପ କେଜାଣି ।ତମର କ'ଣ ପୁଅ କଥା ଜମା ମନେ ପଡୁନି ?

ମାଧବ-ପଡୁଛି ମାଳତୀ, ଅଧିକାଂଶ ସମୟ ମୁଁ ରାଜା କଥା ହିଁ ଭାବୁଛି ।ହେଲେ କିଛି କରି ପାରୁନି ।କୋଉ ପାଖ ବାଟ ହୋଇଛି ଯେ ଧାଇଁ ଯିବି ।କଟକ ପରା ! କାହିଁ କେତେ ବାଟ !!!

ସୁନି-ବାପା,ଦାମ ଦାଦାଙ୍କ ଠାରୁ ମୁଁ ଭାଇଙ୍କ ଏଡ୍ରେସ ରଖିଛି ।ଆଜି ହିଁ ଚିଠି ଲେଖନ୍ତୁ ‌।ମୋର ଭାଇ କଥା ଭାରି ମନେ ପଡୁଚି,ତାର କ'ଣ ଆମ କଥା ମନେ ପଡୁନି ?

ମାଧବ-ଆରେ ମା,ରାଜା ଆମର ଭଲ ପାଠ ପଢୁଛି ।ରାତି ଦିନ ବହୁତ ପରିଶ୍ରମ କରୁଛି ।ଆମ କଥା ଭାବିବାକୁ ତାକୁ ସମୟ ହେଉ ନ ଥିବ ।

ଡାକ ପିଅନ-ଚିଠି !!ମାଧବ ଭାଇ,ଚିଠି ନିଅନ୍ତୁ ।ପୁଅ ପକେଇଛି ପରା ?

ମାଧବ-ଆରେ ଆରେ,ଦେଖୁଛ ମାଳତୀ ମୋ ପୁଅ କଥା ପଡୁ ପଡୁ ପୁଅର ଚିଠି ବି ଆସି ଗଲାଣି ।।ଯାଉଛି ଯାଉଛି ରଘୁ ବାବୁ,(ଆସିଛି)

ପିଅନ-ନିଅ,ଏଥର ମନ ଖୁସିରେ ପଢ ।

ମାଧବ- ହଁ ରେ ଭାଇ,ପୁଅକୁ ବାହାରକୁ ଛାଡ଼ିଲେ ବାପ ମାଆଙ୍କର ସବୁବେଳେ ଚିନ୍ତା ରହିବ ତ ?

ପିଅନ-ତମ ପୁଅ ନା,ଗୋଟେ ସୁନା ମୁଣ୍ଡା ।।

ମାଧବ-ତୁମ ତୁଣ୍ଡ ସୁତୁଣ୍ଡ ହେଉ ରଘୁ ବାବୁ ।

ପିଅନ- ଏବେ ମୁଁ ଆସୁଛି ଭାଇ ।(ଚାଲିଗଲା)

ମାଧବ-(ଚିଠି ଖୋଲି ପଢ଼ିବା)

     ବାପା,ମୋର ନମସ୍କାର ଗ୍ରହଣ କରିବେ ।ବୋଉକୁ ମୋର ନମସ୍କାର ଜଣାଇ ଦେବେ ।ସୁନିକୁ ମୋର ସ୍ନେହ ।ବାପା, ମୁଁ ଏଠାରେ ଭଲରେ ଅଛି ।ପଢ଼ାପଢ଼ି ଠିକ୍ ଚାଲିଛି ।ଆଗକୁ ମୋର ଫାଇନାଲ୍ ପରୀକ୍ଷା । ସେଥିପାଇଁ ଜୋର୍ ସୋରରେ ଲାଗିଛି ।ଆପଣ ମୋ ପାଇଁ ଜମାରୁ ବ୍ୟସ୍ତ ହେବେନି । ଆପଣଙ୍କ ଦେହ ଭଲ ଅଛି ନା !! ବୋଉକୁ କହିବେ ଦେହର ଯତ୍ନ ନେଉଥିବ । ଠିକ୍ ସମୟରେ ଖିଆପିଆ କରୁଥିବ ।ବେଶି ଉପାସ ରହିବ ନାହିଁ । ସବୁବେଳେ ଖାଲି ମୋ ଠାକୁର ଠାକୁର କହି ଉପାସ ରହୁଛି ।ଦେହ ଖରାପ ହେବନି ?ତାଙ୍କୁ କହିବ ମୁଁ କହିଛି ଦେହକୁ ଜଗିବା ପାଇଁ ।।ଆଉ ଆମ ହୁଣ୍ଡି ଠିକ୍ ସେ ପଢ଼ାପଢ଼ି କରୁଛି ତ ?ଆସି ଅଷ୍ଟମରେ ପଢିଲାଣି ।ଆଉ ଦୁଇ ବର୍ଷ ପରେ ମେଟ୍ରିକ୍ ପରୀକ୍ଷା ଦେବ ।କହିବ ଏବେଠୁ ଲାଗିପଡୁ । ଯେମିତି ଚଗଲା ନ ହୁଏ । ମୁଁ ଗଲେ ତା ଖବର ଵୁଝିବି ।ଆପଣ ଜଗି ରଖି କାମ କରୁଥିବେ । ସବୁବେଳେ ତ ଆମ ପାଇଁ ଖଟି ଚାଲିଲେ ।ରେଷ୍ଟ୍ ନବାକୁ ସମୟ ବା କାହିଁ ।ଠାକୁରଙ୍କୁ ଡାକ ମୋର ବି,ଏ ପରୀକ୍ଷାଟା ସରିଯାଉ । କେଉଁଠି ଗୋଟେ ଚାକିରି ପାଇଗଲେ ଆମ ଦୁଃଖ ନିଶ୍ଚୟ ଦୂର ହୋଇଯିବ ।ମୋ ହୁଣ୍ଡିର ବାହାଘରଟା ଆଗ କରିଦେବା ।

    ଆଉ କ'ଣ ବା ଲେଖିବି ।ଚିଠି ପାଇ ଏଇ ଏଡ୍ରେସରେ ଚିଠି ପଠାଇବ । ରହୁଛି ।

ଆପଣଙ୍କ ପୁଅ 

ରାଜା ।

ଚିଠିଟି ପଢୁଥିବା ଅବସ୍ଥାରେ ମାଧବଙ୍କ ଆଖିରେ ଲୁହର ବନ୍ୟା ବହି ଯାଇଛି ।

ମାଳତୀ-କଣ ଲେଖିଛି ମୋ ପୁଅ ।ଆରେ ତମେ ଏମିତି କାନ୍ଦୁଛ କାହିଁକି?

କ'ଣ ହେଇଚି ମୋ ପୁଅର ।(ହଲେଇ ଦେଇଛି)।ଆରେ, ମୁଁ ପରା ତୁମକୁ କ'ଣ ପଚାରୁଛି ।।

ମାଧଵ- ନାହିଁ ମାଳତୀ,ସେ କିଛି ନୁହେଁ।ଆନନ୍ଦରେ ମୋ ଆଖିରେ ପାଣି ଆସିଗଲା ।ଜାଣିଲ ମାଳତୀ ମୁଁ ଯାହା ଭାବୁଥିଲି ଆମ ପୁଅ ଠିକ୍ ସେହିପରି ଚିନ୍ତା କରୁଛି । ସମସ୍ତଙ୍କ କଥା ଟିକିନିଖି ପଚାରି ବୁଝୁଛି ।ତା ଭଉଣୀର କିପରି ବାହାଘର ହେବ ସେ ଚିନ୍ତା ବି ଆଜିଠାରୁ ମୋ ପୁଅ ମୁଣ୍ଡରେ ପଶିଲାଣି।ଆଉ ଜାଣିଛ ରାଜା କ'ଣ ଲେଖିଛି ,ଲେଖିଛି ବୋଉକୁ କହିବ ବେଶି ଉପାସ ବ୍ରତ କରିବ ନାହିଁ।ତା ଦେହ ଖରାପ ହେବ ।

ମାଳତୀ- ସିଏ ମୋ ପୁଅଟି ?ଆଉ ତମ କଥା କିଛି ଲେଖିନି ?

ମାଧବ-ଲେଖିଛି ନା !ଲେଖିଛି ବାପା,ତୁମେ ଦେହ ପ୍ରତି ଯତ୍ନ ନେବ ।ବେଶି ପରିଶ୍ରମ କରିବ ନାହିଁ । ମୁଁ ଖାଲି ଚାକିରିଟା ପାଇଯାଏ ଆମ ଦୁଃଖ ଘୁଞ୍ଚିଯିବ ।।

ମାଳତୀ- ହେ ଠାକୁରେ,ମୋ ପୁଅକୁ ସଦା ସର୍ବଦା ଘଣ୍ଟ ଘୋଡାଇ ରଖିଥିବ ପ୍ରଭୁ !!!

ସୁନି-(ଦଉଡ଼ି ଆସି)ବାପା ବାପା,ଦେଖେଇଲ ମୋ ଭାଇ କ'ଣ ସବୁ ଲେଖିଛି ମୁଁ ଟିକେ ପଢେ ।।ମୋ କଥା କିଛି ଲେଖିଛି ନା ନାହିଁ ବା ?

ମାଧବ-ଆରେ,ତୁ ପରା ତା'ର ସୁନାନାକି ଭଉଣୀ,ତୋ କଥା ପୁଣି ଲେଖିବନି !!!ନେ ପଢ କ'ଣ ସବୁ ଲେଖିଛି ମୋ ପୁଅ ।।(ବଢାଇଦେଲେ)

ସୁନି-(ସବୁତକ ପଢି)ଦେଖିଲ ବାପା,ଭାଇ ମତେ କେମିତି ହୁଣ୍ଡି ବୋଲି ଲେଖିଛି ।ସିଏ ଘରକୁ ଆସୁ ତା ଖବର ଵୁଝୁଛି ।ମତେ ପୁଣି ହୁଣ୍ଡି କହିବ !!! ମୁଁ ପରା କ୍ଲାସରେ ଫାଷ୍ଟ ହୋଉଛି ଆଉ ହୁଣ୍ଡି ହେଲି କେତେବେଳେ ।

ମାଳତୀ-ଆଲୋ ମାଆ,ତତେ ପରା ଗେହ୍ଲାରେ ହୁଣ୍ଡି ବୋଲି କହିଛି ନା ।ସତରେ କ'ଣ ତୁ ହୁଣ୍ଡି କି !!!

ସୁନି- ଓଃ ହୋ ! ଗେହ୍ଲାରେ ବି କ'ଣ ହୁଣ୍ଡି କହନ୍ତି । ମୁଁ ଜାଣି ନ ଥିଲି ତ ।ଏବେ ଜାଣିଲି ମତେ କାହିଁକି ହୁଣ୍ଡି ବୋଲି କହିଛି ।।

ମାଳତୀ-ହଉ ,ଚିଠି ପଢା ବହୁତ ହେଇଗଲା ଏଵେ ଖାଇବ ଆସ ।

କ୍ରମଶଃ...... 

(ପୁଣି ଆଗାମୀ ଅଧ୍ୟାୟରେ)


Rate this content
Log in