"ମୁଁ କାହିଁକି କାନ୍ଦିବି"
"ମୁଁ କାହିଁକି କାନ୍ଦିବି"
ମୁଁ କାହିଁକି କାନ୍ଦିବି ଯେ ?ମୋର କ'ଣ ହୋଇଛି କି ? ତୁମେମାନେ ସମସ୍ତେ ପରା ମୋ ପାଖରେ ଅଛ !ଦେଖ,ଟିକେ ଭଲ କରି ମୋ ମୁହଁକୁ ଦେଖିଲ ! ମୁଁ କାନ୍ଦିବା ପରି ଦେଖା ଯାଉଛି।ହେଇ ହେଇ, ଗୋଡ଼ ଗୋଟାଏ କଟିଗଲା ।ଗଲା ତ ଗଲା ।ଈଶ୍ବର ବୋଧେ ଚାହୁଁ ନ ଥିଲେ ମୋର ଦୁଇ ଗୋଡ଼ ଥାଉ ବୋଲି ।ସିଏ ଦେଇଥିଲେ ସିଏ ନେଇଗଲେ ବାସ୍ ।ଆରେ ତୁମେ ପରା ମୋ ପାଖରେ ଅଛ ! ତୁମେ ପରା ମୋର ଅର୍ଦ୍ଧାଙ୍ଗିନୀ ?ତୁମର ପରା ଦୁଇଟା ଗୋଡ଼ ଅଛି ମୁଁ ଚଳେଇ ନେବିନି ?ଆଉ ମୋ ପୁଅ ରତନ !ସେ ବି ତ ତା ବାପାକୁ ସହଯୋଗ କରିବ ନା ?ଆରେ ତମେ ମାନେ ଏମିତି କାନ୍ଦୁଛ କାହିଁକି।ଏ...ଏଇ ରାଣୀ ! ମୋ ସୁନାଟା ପରା !!ଜମା କାନ୍ଦନା ! ତମେ କାନ୍ଦିଲେ ନା,ମତେ ବି କାନ୍ଦ ମାଡିବ । ମୁଁ ବି କାନ୍ଦିବି ।ଦେଖିଲ ମୋ ଛୁଆଟା କେମିତି ତମ କାନ୍ଦ ଦେଖି କାନ୍ଦୁଛି ।ଏଇ ଏ ପାଗଳା ।ତୋ ବାପାର କିଛି ହେଇନି ରେ !
ଆସିଲୁ ମୋ ପାଖକୁ ।ଆରେ ମୋ କଳାମାଣିକ ।ତୋତେ ଚାହିଁ ପରା ମୁଁ ସବୁ ଦୁଃଖ ଭୁଲି ଯାଇଛି ।ତୁ ପରା ମୋର ଆଶା ବାଡି ,ମୋ ଅନ୍ଧଲହୁଡି ।କହ ଧନ,ମତେ ଟିକେ ସାହାରା ହେବୁ ନା ?ତୋ ବୋଉକୁ ଟିକେ ସାହାଯ୍ୟ କରିବୁ ନା ? ଦେଖ ପୁଅ । ମୁଁ ଆଉ କିଛି କାମକୁ.ଯୋଗ୍ୟ ନୁହେଁରେ ।(କାନ୍ଦିଛି) ସବୁ ଆଶା ସବୁ ଭରସା ମୋର ମାଟିରେ ମିଶିଗଲା ।ମୋର ସବୁ ସରି ଗଲାରେ ପୁଅ ,ସବୁ ସରିଗଲା ! ମୁଁ ସେଇ କଥା ଭାବୁଛି ଲୋ ରାଣୀ ।ଏଇ ଭଗବାନଟା ଖାଲି ଗୋଟାଏ ଗୋଡ କାହିଁକି ନେଇଗଲା ,ମୋ ଜୀବନ କାହିଁକି ନେଲାନି !
ତମେ କ'ଣ ପାଗଳ ହେଇ ଗଲଣି !!ମତେ ଯା ମରଣ ନ ହେଲା ।ଶେଷକୁ ମତେ ଏ ଦିନ ବି ଦେଖିବାର ଥିଲା !ହେ ବିଧାତା ! କ'ଣ ପାଇଲୁ ତୁହି ! ଆଉ କ'ଣ ତୋ ମନରେ ଅଛି !ମୋ ସୁନାର ସଂସାରଟା ଭାଙ୍ଗି ଚୁନା କରିଦେଲୁ ନା ? ମନ ଶାନ୍ତି ହେଇଗଲା ତ ?ଆରେ ଯିଏ ଶାନ୍ତ ସରଳ ଭାବ ନେଇ ଏ ଦୁନିଆରେ ସମସ୍ତଙ୍କୁ ଆପଣାର କରି ସମସ୍ତଙ୍କ ମୁହଁରେ ହସ ଫୁଟାଉ ଥିଲେ ,ତୁ ତାହାରି ସର୍ବନାଶ କରିଦେଲୁ !ଚୁନା କରିଦେଲୁ ତାର ଭବିଷ୍ୟତକୁ ।ଭାଙ୍ଗିଦେଲୁ ସବୁ ଆଶା ଆକାଂକ୍ଷାକୁ ! ବୋଉଲୋ ,ଏ ବୋଉ।ମୋ ବାପାଙ୍କର ଏମିତି କିଏ କଲା ଲୋ ବୋଉ ।ମତେ ଥରେ ଖାଲି ତା ନାଆଁଟା କହ ?ତୋ ଦେହ ଛୁଇଁ କହୁଛି ବୋଉ ତା'ର ଯଦି ମୁଁ ଦୁଇ ଗୋଡ଼ କାଟି ନ ଦେଇଛି ମୁଁ ତୋ ପୁଅ ନୁହେଁ ? କହ ବୋଉ,ଥରେ ତା ନାଆଁଟା ମତେ କହ !ଏ ଧନ ।କାହାର ଗୋଡ଼ କାଟିବୁରେ ବାପା ।ତୁ ଛୋଟ ପିଲା ।ତୋର ବୁଦ୍ଧି ବିବେକ ହୋଇନି ।ବଡ଼ ହେଲେ ସବୁ ଜାଣି ପାରିବୁ ।।ମୋର କେହି ଶତ୍ରୃ ନାହାଁନ୍ତି ରେ ଧନ ।ମୋର କେହି ବି କ୍ଷତି କରି ନାହାଁନ୍ତି।ଯିଏ ମୋତେ ଏ ଦଣ୍ଡ ଦେଇଛି ତୁ ତା ପାଖରେ ପହଞ୍ଚି ପାରିବୁନିରେ !
କାହିଁକି ପହଞ୍ଚି ପାରିବନି ବାପା ! ନିଶ୍ଚୟ ପହଞ୍ଚିବି ଆଉ ନିଶ୍ଚୟ ତାକୁ ଶାସ୍ତି ଦେବି ।ତମେ ଖାଲି କିଏ ସିଏ ମତେ କହିଦିଅ ବାସ୍ । ମୁଁ ସତ କହୁଛି ବାପା,ଯିଏ ମୋ ବାପାର ଗୋଡ଼ କାଟିଛି ମୁଁ ଯଦି ଗୋଡ଼ ଦୁଇଟା କାଟି ନ ଦେଇଛି ମୋ ନାଆଁ ରତନ ନୁହେଁ !
ବା'ରେ ! ମୋ ଧନ ! ତୁ ସେମିତି ଯୋଜନା ରେ !ଯାହା ହେବାର କଥା ହେଇ ସାରିଲାଣି । ଡାକ୍ତର କହିଛନ୍ତି ରେଷ୍ଟ ନେବାକୁ ଆଉ ମେଡିସିନ୍ ଖାଇବାକୁ ।ଏଇ ଦେଖୁନୁ,କେତେ ଔଷଧ ?ଆମ ଗାଆଁର ସେ ମୁକୁନ୍ଦ ଦାଦାଙ୍କ ପୁଅ ରମେଶ ଆଉ କୋକୁଳା,ମଦନା, ଅଶୋକ,ଆମ ବୁବୁନ୍ ସମସ୍ତେ ପରା ମେଡିକାଲ ନେଇ ମତେ ଟ୍ରିଟମେଣ୍ଟ କରାଇଛନ୍ତି।କେତେ ଖର୍ଚ୍ଚ ହେଲା ମତେ କେହି କିଛି କହୁ ନାହାଁନ୍ତି।ତମେ ସିଆଡେ ଯାଇଥିଲ କାହିଁକି ? ମୁଁ ତମକୁ ଡାକୁଛି ଆସ ବାଡ଼ିରେ ସେ କୋଶିଳା ମଞ୍ଜି ଦିଟା ବୁଣିଦେବା ।ହେଲେ ହେଇ ଆସୁଛି ବୋଲି କହି ଯାଇଛ ଯେ ଯାଇଛ ! ମୁଁ ଖୋଜି ଖୋଜି ନୟାନ୍ତ ।ହେ ଠାକୁରେ କାହିଁକି ଏ ଗରିବ ପଛରେ ପଡିଛ ପ୍ରଭୁ ! ରାଣୀ,ଏ ରାଣୀ !!ପୁଣି କାନ୍ଦିଲ ନା ?ଦେଖ,ମୋର ତ ଭୋଗିବାକୁ ଅଛି ମୁଁ ଭୋଗିବି ! ଆଗକୁ କ'ଣ ହବ କଣ ନ ହେବ ସେଇ ଈଶ୍ବରଙ୍କ ଇଛା !ଗୋଟେ ବାଛୁରୀ ସେ ରେଳ ଲାଇନ୍ କଡ଼ରେ ଚରୁଥିଲା।ଭୁଲରେ ସିଏ ରେଳ ଲାଇନ ଉପରକୁ ଉଠି ଯାଇଛି । ଏହି ସମୟରେ ରେଳଟା କୋଉଠି ଥିଲା ମାଡ଼ି ଆସିଲା । ମୁଁ ବାଛୁରୀକୁ ଲାଇନ୍ ଉପରୁ ଘୋଷିରୀ ଆଣିଲା ବେଳେ ମୋର ଲୁଗାଟା ଲାଇନରେ ଲାଗିଗଲା । ମୁଁ ଲୁଗା କାଢୁ କାଢୁ ରେଳଟା ମାଡ଼ି ଆସିଲା ଆଉ ତା ପରେ ମୋର ଏଇ ଅବସ୍ଥା।
ଭାଗ୍ୟ ଭଲ ଵଞ୍ଚିଗଲି ।ନ ହେଲେ କ'ଣ ଯେ ହୋଇଥାନ୍ତା।ଈଶ୍ବର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ହିଁ କରି ଥାଆନ୍ତି । ଯେମିତି ମତେ ବଞ୍ଚାଇ ଦେଲେ ।ତମେ ଠିକ୍ କହିଛ ।ପ୍ରଭୁ ଆମକୁ ସାହା ହୋଇଛନ୍ତି ।ଦେଖିବ ମୁଁ ପରା ବଞ୍ଚିଛି ? ଏବେ ତମେ ବସିବ ମୁଁ ଖଟିବି ।ତମେ ଏତେ ଦିନ ଖଟି ଖଟି ରକ୍ତ ନାଗାଡି ଆମକୁ ପୋଷୁଥିଲ !
ଏବେ ମୁଁ ଖଟିବି ତୁମେମାନଙ୍କୁ ପୋଷିବି !
ଏ ରାଣୀ , କ'ଣ କହିଲ ତମେ ଖଟିବ। କୋଉଠି ଖଟିବ !!କୁଆଡେ ଯିବ ଖଟିବାକୁ ।ମନେ ରଖ, ମୁଁ ବଞ୍ଚିଥିବା ଯାଏ ତମେ ଘରୁ ଗୋଡ଼ କାଢି ବାହାରକୁ ଯାଇ ପାରିବନି ।ଖଟିଵା ତ ଦୂରର କଥା ।କହିଲେ କ'ଣ ନା ମୁଁ ଖଟିବାକୁ ଯିବି !
ବାପା,କେହି କୁଆଡେ ଯିବା ଦରକାର ନାହିଁ ତମ ପୁଅ ପରା ଅଛି । ମୁଁ କ'ଣ ବସି ଖାଇବି କି ? ତମେ କେତେ କଷ୍ଟ କରି ମତେ ପାଠ ପଢୋଉଛ ।ମୋର ସବୁ ଅସୁବିଧା ପୂରଣ କରୁଛ । ମୁଁ ଏବେ କ'ଣ କରିବି କି ? ଯେତିକି ପଢିଲି ବହୁତ ହେଇଗଲା ।ମୋର ଆଉ କଲେଜ ଯିବା ଦରକାର ନାହିଁ ।ମୋ ବାପା ଆଗେ,ମୋ ପଢା ନୁହେଁ ?
ମୋ ଧନ,ମୋ ସୁନା !!ତୁ ଛୋଟ ପିଲାଟା କୋଉଠି ଯାଇ କି କାମ କରିବୁ ?
ନାହିଁ ବୋଉ,ତୁ ଦେଖିବୁ ମୁଁ କେମିତି ଭଲ କାମ କରି ଭଲ ପଇସା ରୋଜଗାର କରିବି ।ତମେ ଦୁଇ ଜଣ ପରା ସବୁବେଳେ ମତେ ଶିଖାଅ ।
ସତ୍ୟ ପଥେ ଗଲେ ପ୍ରଭୁ ହୋଇଥାନ୍ତି ସାହା
ବିପଦ ବେଳରେ ସିଏ ଦେଖାନ୍ତି ଟି ରାହା ।
ତମ କଥା ମୋର ସବୁ ମନେ ଅଛି ମ ? ଖାଲି ମୋ ବାପାଙ୍କ ଚିନ୍ତା ସବୁବେଳେ ରହିବ !
