STORYMIRROR

Hemanta kumar Sahoo

Abstract

4  

Hemanta kumar Sahoo

Abstract

ସଂସାର ଭିତର କଥା (ଭାଗ-୬)

ସଂସାର ଭିତର କଥା (ଭାଗ-୬)

3 mins
379


ଆଗରୁ ଜାଣିଛନ୍ତି ଯେ କମଳାଙ୍କ ଆଗରେ ଝିଅ ରାନୀ, ରାଜାକୁ କିପରି ଭଲ ପାଇ ବସିଛି ବର୍ଣ୍ଣନା କରିଛି ।ଆଉ ତାପରେ........

କମଳା--କଣ କହୁଛୁ ରାନୀ !! ସିଏ ସେଇ ରାଜା ନା ଯାହାର ଫଟ ପେପରରେ ବାହାରିଥିଲା ।ତମ କଲେଜର ନାମ ରୋସନ କରିଥିଲା ?

ରାନୀ -- ହଁ ମାଆ । ସେଇ ରାଜା । ବହୁତ ଭଲ ପିଲାଟିଏ । ମୁଁ ତାକୁ ଯେତେ ଥର ମୋ ଆଡ଼କୁ ଆଣିବାକୁ ଚେଷ୍ଟା କରୁଥିଲି ସିଏ ସେତେ ଦୂରେଇ ଦୂରେଇ ଯାଉଥିଲା । ସବୁବେଳେ କୁହେ ମୋ ପଢ଼ାରେ ଅବହେଳା ହେବ ।ମୋ ସ୍ଵପ୍ନ ମାଟିରେ ମିଶିଯିବ ଇତ୍ୟାଦି ଇତ୍ୟାଦି।

କମଳା- ଠିକ୍ ତ କହୁଥିଲା ।ତାର ପରିଶ୍ରମ ଆଜି ସଫଳ ହୋଇଛି କେବଳ ତାର ମନର ବଳ ପାଇଁ।ଆଉ ଯଦି ସେ ସମୟରେ ତୋ ପଛରେ ସେ ପଡିଥାନ୍ତା ତ ଆଜି ପାସ୍ ହୋଇଥାନ୍ତା କି ନାହିଁ କହି ପାରି ନ ଥାନ୍ତା । ଠିକ୍ ଅଛି ମୁଁ ଏ ବିଷୟରେ ତୋ ବାପାଙ୍କ ସହ କଥା ହେବି ।

ରାନୀ-- ଜାଣିଛ ମାଆ, ମୁଁ ତାଙ୍କୁ ଆମ ଘରକୁ ଡକେଇଛି ।ସେ କହିଛନ୍ତି ଏଇ ଦୁଇ ତିନି ଦିନ ଭିତରେ ଆସିବେ ବୋଲି।

କମଳା-- ତୁ ଏଡେ ହୁଣ୍ଡି ସତରେ ! ତୋର ଡକେଇବାଟା ଠିକ୍ ଲାଗୁନି ମୋତେ । ତୋ ବାପା ଜାଣି ନାହାଁନ୍ତି ଯେ ? ସେଇଥିପାଇଁ କହୁଥିଲି । ଛାଡ ତୁ ତ ଡକେଇ ସାରିଲୁଣି ଆଉ କହିବି କ'ଣ ?


    X X X X X X. X X X X X X


ମାଧବ ଘରେ ସମସ୍ତେ ବସିଥାନ୍ତି । ଘର କଥା ଆଲୋଚନା ଚାଲିଥାଏ । ଏହି ସମୟରେ ଦାମ କହି ଉଠିଲେ 

ଦାମ - ଆରେ ରାଜା, ତତେ ମୁଁ କହିଥିଲି ନା ବ୍ୟାଙ୍କରେ ଯେଉଁ ପୋଷ୍ଟ ବାହାରିଥିଲା ଫର୍ମ ପକେଇବା ପାଇଁ।

ରାଜା- ମନେଅଛି ଦାଦା । ମୁଁ ସବୁ ଡକ୍ୟୁମେଣ୍ଟ ଜେରକ୍ସ କରି ନେଇ ଆସିଛି ପରା । ଆଜି ହିଁ ପକେଇ ଦେଉଛି ।

ଦାମ - ହଁ ଆଉ ଡେରି କରି ଲାଭ ନାହିଁ। ତାର ଲାଷ୍ଟ ତାରିଖ ଦଶ ତାରିଖ । ଆଜି ହେଲା ସାତ ତାରିଖ।ଆଉ ମାତ୍ର ତିନି ଦିନ ଅଛି । ଆଜି ନ ପକେଇଲେ ତାଙ୍କ ପାଖରେ ପହଞ୍ଚି ପାରିବନି ।

ରାଜା-- ହଁ ଦାଦା । ମୁଁ ଏଇ ସାଙ୍ଗେ ସାଙ୍ଗେ ଯାଉଛି ଏଇ ଆମ ପୋଷ୍ଟାଲରେ ପୋଷ୍ଟ କରି ଦେଉଛି । (ରାଜା ଚାଲିଗଲା)

ମାଧଵ-- କ'ଣ କିରେ ଦାମ । ମୁଁ କିଛି ବୁଝି ପାରିଲିନି।

ଦାମ--ନାଇ ମ ଭାଇ । ବ୍ୟାଙ୍କରେ ଗୋଟେ ପୋଷ୍ଟ ବାହାରିଥିଲା ତ, ସେଇଥିପାଇଁ କହିଥିଲି ଫର୍ମ ପକେଇବା ପାଇଁ।

ମାଧବ -- ମୁଁ ଶୁଣିଛି ଚାକିରି କରିବା ପୂର୍ବରୁ କିଛି ଟଙ୍କା ସେମାନେ ନେବେ ।

ଦାମ - ହଁ ତମେ ଠିକ୍ ଶୁଣିଛ । ଆଜିକାଲି ଯେମିତିଆ ବେଳ ହେଲାଣି ବିନା ଘୋସରେ କିଏ ଚାକିରି ଦଉଚି ଯେ ?

ମାଧବ -- ଆରେ କେତେ ଟଙ୍କା ଲାଗିବ କିରେ ?

ଦାମ -ଯଦି ଆମ ରାଜା ସିଲେକସନ୍ ହୋଇଯାଏ ତ କମ୍ ସେ କମ୍ ଲକ୍ଷେ ପାଖାପାଖି ମାଗିବେ।

ମାଧବ-- କ'ଣ କହୁଛୁ ତୁ !ଲକ୍ଷେ ?ଏକାଥରେ ଏତେ ଟଙ୍କା ? ମୁଁ ଏତେ ଟଙ୍କା କୋଉଠୁ ପାଇବି ଯେ ମୋ ପୁଅ ଚାକିରି କରିବ ?

ଦାମ -- ତମେ କାହିଁ ସେ ବିଷୟରେ ଚିନ୍ତା କରୁଛ ଯେ ? ମୁଁ ଅଛି ନା ?

ମାଧବ-- ଆରେ ଦାମ,କଣ ଦେଇ ତୋ ଋଣ ଶୁଝାଇବି କିଛି ମୋ ମୁଣ୍ଡରେ ପଶୁନି ।ତୁ ଆର ଜନମରେ ତାର ବାପା ଥିଲୁରେ ।ସତ କହୁଛି,ତୋପରି ଭାଇ ପାଇଁ ମୁଁ ଆଜି ଗର୍ବିତ । ଲକ୍ଷ୍ମଣ ବି ରାମଙ୍କୁ ଏତେ ସାହାର୍ଯ୍ୟ କରି ଥିବେ କି ନାହିଁ ଜାଣେନା !!!

ଦାମ-- କାହିଁକି ଯେ ତମେ ମୁଣ୍ଡରେ ଏ ସବୁ ପୁରୋଉଛ ବୁଝି ପାରୁନି ।ଯଦି ଈଶ୍ବରଙ୍କ କୃପା ଥିବ ତ ଆମ ରାଜା ଚାକିରି ନିଶ୍ଚୟ ପାଇଯିବ ।

ମାଧବ--ହେ ଠାକୁରେ,ଏ ମୂଲିଆ ମୁଣ୍ଡକୁ ତୁମେ ହିଁ ଭରଷା ପ୍ରଭୁ ,ତୁମେ ହିଁ ଭରଷା ।।

ମାଳତୀ--ତମେ ଠିକ୍ କହିଛ । ଲକ୍ଷ୍ମଣ କ'ଣ ରାମଙ୍କୁ ଟଙ୍କାରେ ସାହାଯ୍ୟ କରିଥିଲେ କି ?ତେଣୁ ମୋ ଦିଅର ଲକ୍ଷ୍ମଣ ପରି ମହାନ ।ନିଜ ପରିବାରକୁ ପଛରେ ପକାଇ ମୋ ରାଜାକୁ ଆଗକୁ ବଢ଼ିବାରେ ତାଙ୍କର ଅବଦାନ ବହୁତ।ଜାଣିଲ ଦାମ,ଯାହାତ କରୁଛ କରୁଛ ହେଲେ କହି ଦେଉଛି ମୋ ପୁଅ ଚାକିରି କଲା ପରେ ତୁମେ ତାକୁ ବାହା କରେଇବ କହି ଦେଉଛି !! ମୁଁ ଆଉ କାମକୁ ପାରୁନି ହଁ !!!

ଦାମ-- ବାରେ ମୋ ଗେହ୍ଲି ଭାଉଜ ।ତୁମେ ସତରେ କ'ଣ ବୁଢ଼ୀ ହେଲଣି କାହିଁ ମତେ ତ ଲାଗୁନି ।ହେଲା ହେଲା, ରାଜାକୁ ଆମର କେତେ ବୟସ ହେଲା କି ?ଏତେ ଶୀଘ୍ର ବାହା କରେଇ ଦବା ।।ଧିରେ ଧିରେ ସବୁ ଠିକ୍ ହୋଇଯିବ । ଆଗ ଚାକିରି ହେଇ ସାରୁ ।ତାପରେ ଖଣ୍ଡେ ଭଲ ଘର ତିଆରି ହେବ । ଗାଧୁଆ ଘର, ପାଇଖାନା ହେଇ ସାରିବ ତାପରେ ବାହାଘର ଚିନ୍ତା ।

ମାଧବ -- ଠିକ୍ କହିଛ ଦାମ । ଆଗ ଘରର ଦେଖା ନାହିଁ।ବାବୁଆଣୀ କହିଲେଣି ପୁଅ ବାହାଘର କଥା । ଆରେ ଆମ ଜମାନା ଗଲାଣି ମ ? ଯେଉଁ ବୋହୂଟିଏ ଆସିବ ସିଏ କ'ଣ ପଡିଆକୁ ଯିବ ନା କ'ଣ ? ଆମ ଦାମ ଯାହା କହିଲେ ମୁଁ ମଧ୍ୟ ସମର୍ଥନ କରୁଛି ।

ମାଳତୀ- ହେଲା ବାବା ହେଲା । ମୋର କହିବାଟା ଭୁଲ ହୋଇଗଲା । ତମେ ଦୁଇ ଭାଇ ଏମିତି ଚଢି ଆସୁଛ କାହିଁକି ?

ଦାମ -- ଆରେ ନାଇ ଭାଉଜ, ସେମିତି କାହିଁକି କହୁଛ ? କ'ଣ ଟା ଭୁଲ କହିଲ ଯେ ?ସବୁ ମାଆ ଯାହା ଚାହାଁନ୍ତି ତମେ ତ ସେଇଆ କହିଛ !

ରାଜା-- କ'ଣ ହେଇଛି ଦାଦା ?ତମେ ମାନେ କି ଆଲୋଚନାରେ ପଶି ଯାଇଛ ?ତା ପରେ.........


(ଆର ଥରକୁ ମାନେ କାଲିକୁ)


Rate this content
Log in

Similar oriya story from Abstract