ଶୀର୍ଷକ:-"ସଂସାର ଭିତର କଥା"
ଶୀର୍ଷକ:-"ସଂସାର ଭିତର କଥା"
ଆଗରୁ ଜାଣିଥିଲେ ମାଳତୀ ଓ ଦାମୁର କାଥାବାର୍ତ୍ତା ଶୁଣି ରାଜା ପ୍ରବେଶ କରି କ'ଣ କଥା ପଡ଼ିଛି ବୋଲି ପଚାରିଛି ତାପରେ.......
ଦାମୁ-- ନାହିଁ ରେ ରାଜା,ସେ କିଛି ନୁହେଁ।ଆମ ଭିତରେ ଗୋଟେ କଥା ପଡ଼ିଥିଲା ।ତୁ ଛୋଟ ପିଲା,ବୁଝି ପାରୁବୁନି।
ରାଜା-- ଠିକ୍ ଅଛି । ହଁ ବୋଉ, ମୁଁ ଟିକେ ବାହାରକୁ ଯାଉଛି ମୋ ସାଙ୍ଗ ଘରକୁ ।ଫେରୁ ଫେରୁ ଡେରି ହୋଇପାରେ। କିଛି ବ୍ୟସ୍ତ ହେବନି ।
ମାଳତୀ--କେତେ ବାଟ ଯିବୁକିରେ ?
ରାଜା--ଏଇ,ପାଞ୍ଚ କିଲୋମିଟର ରାସ୍ତା ।ତୁ ଜମା ବ୍ୟସ୍ତ ହୋଅନା ମ ?
ମାଳତୀ- ଠିକ୍ ଅଛି ଯାଆ ।ହେଲେ ଆସିଲେ ଖାଇବୁ ।ତୋ ପାଇଁ ଆଜି ମାଂସ ତରକାରୀ କରିବି ମ !!
ରାଜା - ହଉ ବୋଉ ଠିକ ଅଛି । ମୁଁ ବେଳାବେଳି ପଳେଇ ଆସିବି ମ ?(ରାଜା ଚାଲିଗଲା)
********
ରଜନୀକାନ୍ତ ବାବୁଙ୍କ ଘର ।କମଳା ଦେବୀ ଡାଇନିଂ ରେ ସ୍ଵାମୀଙ୍କ ସହ ବସିଥାନ୍ତି ।କମଳା ଦେବୀ ରାନୀର ବିବାହ ପାଇଁ ସ୍ଵାମୀଙ୍କ ସହ ଆଲୋଚନା କରୁଥାନ୍ତି ।
କମଳା- ଶୁଣୁଚ ନା ନାହିଁ !! ମୁଁ ପରା କ'ଣ ପଚାରୁଛି ।ଆମ ଝିଅର ବାହାଘର କଥା କହୁଥିଲି ।ରାନୀକୁ କୋଡ଼ିଏ ପୁରିବାକୁ ବସିଲା ।ତା ପାଇଁ ଭଲ ପାତ୍ର ପୁଣି ଯୋଗାଡ଼ କରିବ ନା ନାହିଁ ?
ରଜନୀକାନ୍ତ- ଆରେ ଏତେ ବ୍ୟସ୍ତ ହେଉଛ କାହିଁକି ! ଆଉ ବର୍ଷେ ଦୁଇ ବର୍ଷ ଯାଉ ।ଦୁଇଟାକୁ କ'ଣ ବିବାହ ବନ୍ଧନରେ ବାନ୍ଧି ଦେବା ଯେ ?
କମଳା - ଛୁଆଟା !!!ଆସି କୋଡ଼ିଏ ବର୍ଷ ହେଲାଣି,ତମେ କହୁଛ କ'ଣ ଛୋଟ ପିଲା !!! ମୁଁ ପରା ସତର ବର୍ଷରେ ତୁମକୁ ବାହା ହୋଇଥିଲି ।ଆଜି କାଲିର ଦୁନିଆ ଯାହା ହେଲାଣି । କେତେବେଳେ କୋଉ କଥା ।ତମେ ନ ଦେଖିଲେ ନାହିଁ , ମୁଁ ମୋ ଝିଅ ପାଇଁ ବର ଠିକ୍ କରିବି ବୁଝିଲ ?
ରଜନୀକାନ୍ତ--(ହସିଲେ)ତମେ ଠିକ୍ କରିବ ? ଠିକ୍ ଅଛି ତମେ ହିଁ ଠିକ୍ କର !! ମୁଁ ଟିକେ ଚିନ୍ତା ମୁକ୍ତ ହୋଇଗଲି ।।
ରାନୀ-କଣ ଆଲୋଚନା ପଡ଼ିଛି କି ?ମୋ ସୁନା ପାପା କ'ଣ ପୁରା ଚୁପଚାପ୍ !!!କଥା କ'ଣ ?
ରଜନୀକାନ୍ତ-- ନାହିଁ ରେ ମାଆ ।ସବୁ କଥା ତୋତେ ନେଇ ।ତୋ ମାଆ କହୁଛନ୍ତି ଶୀଘ୍ର ଶୀଘ୍ର ମୋ ଗେଲି ଝିଅର ବାହାଘର ସାରିଦେବାକୁ । ମୁଁ କହିଲି ଆଉ ଦୁଇ ବର୍ଷ ଯାଉ ହେଲେ ତୋ ମାଆ ମାନିବାକୁ ନାରାଜ ।ଏବେ ତୋ ଆଡ଼ୁ କଥା ଆସୁ ତୁମେ କ'ଣ ଚାହୁଁଛ ?
ରାନୀ--ମୋ କଥା କହିବି ଯେ !!!ହେଲେ ମୋତେ ଟିକେ ସମୟ ଦରକାର । ମୁଁ ମାଇଣ୍ଡ ମେକପ୍ କରି ଆପଣଙ୍କୁ ଜଣାଇବି ।ମୋର ପଢ଼ାପଢ଼ି କଥା ନା ?
ରଜନୀକାନ୍ତ--ଓ କେ !!
(ମୁଁ ଭିତରକୁ ଯାଇ ପାରେ କି ?)ଦେଖିଲୁ ରାନୀ,ବାହାରେ କିଏ ?ରାନୀ ଯାଇ ଡୋର ଖୋଲିଛି ଏବଂ ରାଜାକୁ ସମ୍ମୁଖରେ ଦେଖି କାବା ହୋଇ ଯାଇଛି ।
ରାନୀ--ଆରେ ରାଜା,ସତରେ ତୁମେ ଆସିଛ ? ମୁଁ ତ ମୋ ଆଖିକୁ ବିଶ୍ବାସ କରି ପାରୁନି !!!
ରାଜା--କଣ ଚମକି ପଡିଲ ?ଭିତରକୁ ଡାକିବନି ?
ରାନୀ--ଆରେ, କ'ଣ କହୁଛ ତୁମେ ?ଆସ ଆସ , ଭିତରକୁ ଆସ ।
ରାଜା-(ଭିତରକୁ ଆସି ରଜନୀକାନ୍ତ ଏବଂ କମଳା ଦେବୀଙ୍କୁ ପ୍ରଣାମ କରିଛି )
ରଜନୀକାନ୍ତ-ଆରେ ମାଆ , ମୁଁ ପରିଚୟ ପାଇ ପାରିଲିନି ?
ରାନୀ- ମୋ କଲେଜ ସାଙ୍ଗ ରାଜା ।ମୋଷ୍ଟ ସ୍କଲାର୍ ଅଫ୍ ଦ ଇୟର୍ । ମୁଁ ଯାହା ଵିଷୟରେ ଆପଣଙ୍କୁ କହୁଥିଲି ସେଦିନ ପେପର ଦେଖି ।
ରଜନୀକାନ୍ତ- ଆରେ ହଁ ହଁ । ସେଦିନ ପେପରରେ ତା ହେଲେ ୟାଙ୍କରି ଫଟୋ ବାହାରିଥିଲା ।Wel Come My Son ।Wel Come । ବହୁତ ସୁନ୍ଦର ।ବସ ବସ ପୁଅ ।(ରାଜା ବସିଛି)ଆଉ କ'ଣ ଚିନ୍ତା କରିଛ !!ଆଗକୁ ତମର ପ୍ରପୋଜାଲ ସବୁ କ'ଣ ରଖିଛ ।
ରାଜା-- ନାହିଁ ଆଜ୍ଞା । ସେମିତି କିଛି ନାହିଁ ।ଭାବିଛି କେଉଁଠି ସେଟେଲ୍ ହେଇଯିବି ।ମୋ ପାରିବାରିକ ସ୍ଥିତି ବର୍ତ୍ତମାନ ଭଲ ନାହିଁ ।ତେଣୁ ମୋ ଉପରେ ବଡନ ରହିବା ସ୍ଵାଭାବିକ !!!
ରଜନୀକାନ୍ତ--ବହୁତ ବଢିଆ ।ଯାହା ହେଉ ପରିବାର ବିଷୟରେ ଚିନ୍ତା ତ ଅଛି !!ନ ହେଲେ ଆଜିକାଲି ପିଲାମାନେ ନିଜେ ନିଜକୁ ଦେଖିବାରେ ବ୍ୟସ୍ତ ।ତୁମେ କିନ୍ତୁ ସେପାରେଟ୍ ।
କମଳା-- କ'ଣ ଏମିତି ଗପ ଚାଲିଥିବ ନା ଖିଆପିଆ ହେବ ?
ରଜନୀକାନ୍ତ-- ଆରେ, ମୁଁ ଭୁଲି ଯାଇଥିଲି ।ଆଣ ଆଣ , କ'ଣ ଟିକେ ପାଟିରେ ପକେଇ କଥା ହେବା ।(କମଳା ଆଣି ଟିଫିନ୍ ରଖିଦେଲେ)
ନିଅ,ଆଗ ଦୁଇ ଜଣ ଖାଇନିଅ ।
ରାନୀ-- ଆରେ ମାଆ,ମତେ କ'ଣ ଭୁଲିଗଲ କି ?
ରଜନୀକାନ୍ତ-- ଆରେ କମଳା,ତମର ଆଉ ବୁଦ୍ଧି ଶୁଦ୍ଧି ହବନି ଦେଖୁଛି ।ମୋ ମାଆକୁ ଭୁଲିଗଲ କିପରି ?
