STORYMIRROR

Lokanath Rath

Action Classics Inspirational

3  

Lokanath Rath

Action Classics Inspirational

ସ୍ବପ୍ନ ର ସାରଥୀ (ପ୍ରଥମ ଭାଗ )..

ସ୍ବପ୍ନ ର ସାରଥୀ (ପ୍ରଥମ ଭାଗ )..

5 mins
184


ଜମିଦାର ଅମରେଶ ପଟ୍ଟନାୟକ ଜଣେ ସଂସ୍କାରକ ଓ ସମାଜସେବୀ ମଧ୍ୟ ଥିଲେ. ଜମିଦାରୀ ଚାଲି ଯାଇଥିଲେ ବି ସେହି ଖଣ୍ଡ ମଣ୍ଡଳ ର ଲୋକେ ତାଙ୍କୁ ଜମିଦାର ହିସାବରେ ସମ୍ମାନ ଦେଉଥିଲେ. ଯେତେ ସମ୍ପତି ବାଡ଼ି ଥିଲା ସେଥିରୁ କିଛି ସରକାର ନେଇଗଲେ, କିଛି ନିଜ ଗାଁ ରେ ଗୋଟିଏ ବିଦ୍ୟାଳୟ ଖୋଲିବା ପାଇଁ ଦାନ କରିଦେଲେ, ଆଉ ବାକି ଯାହା ରହିଛି ସେଥିରେ ସବୁ କିଛି ଚଳଣି ହେବା ସାଙ୍ଗରେ କିଛି ଦାନ ଧର୍ମ ପାଇଁ ବି ହେଇଯାଏ. ନିଜେ ଅମରେଶ ବାବୁ ସହର ର ସବୁଠାରୁ ବଡ଼ ମହାବିଦ୍ୟାଳୟରୁ ନିଜର ପାଠ ପଢା ଶେଷ କରିବା ପରେ କିଛି ଦିନ ଅଧ୍ୟାପକ ଭାବରେ କାର୍ୟ୍ଯ କଲେ. ନିଜର ପତ୍ନୀ ନିର୍ମଳା ଦେବୀଙ୍କୁ ସେ ବାହାଘର ପରେ ପାଠ ପଢାଇ ସ୍ନାତକ ଡିଗ୍ରୀ ହାସଲ କରାଇଲେ. ନିର୍ମଳା ଦେବୀଙ୍କର ସଙ୍ଗୀତ ପ୍ରତି ପିଲାଦିନରୁ ରୁଚି ଥିଲା. ତାଙ୍କ ବାପା ପ୍ୟାରୀ ମୋହନ ବାବୁ ବି ଜଣେ ଜମିଦାର ଥିଲେ ଓ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଥିଲେ. ତାଙ୍କ ମା ପ୍ରମିଳା ଦେବୀ ଜଣେ ଗୃହିଣୀ ଥିଲେ. ନିର୍ମଳା ଦେବୀ ସେମାନଙ୍କର ଏକ ମାତ୍ର ସନ୍ତାନ. ଅମରେଶ ବାବୁଙ୍କ ପିତା ଅମରେନ୍ଦ୍ର ପଟ୍ଟନାୟକ ଓ ପ୍ୟାରୀ ମୋହନ ବାବୁ ବାଲ୍ୟ ବନ୍ଧୁ ଥିଲେ. ଅମରେଶ ବାବୁଙ୍କର ମା କଲ୍ୟାଣୀ ଦେବୀ ଜଣେ ଗୃହିଣୀ ଓ ସମାଜ ସେବିକା ଥିଲେ. ପିଲାଦିନରୁ ଅମରେଶ ବାବୁଙ୍କର ସମସ୍ତ ଦାଇତ୍ୱ କଲ୍ୟାଣୀ ଦେବୀ ନେଇଥିଲେ. ଅମରେନ୍ଦ୍ର ବାବୁ ସ୍ୱାଧୀନତା ସଂଗ୍ରାମ ଓ ମାଲି ମକଦ୍ଦମା କାର୍ୟ୍ଯ ରେ ସର୍ବଦା ବ୍ୟସ୍ତ ରହୁଥିଲେ. ଅମରେଶ ବାବୁ ମଧ୍ୟ ତାଙ୍କ ପିତା ମତାଙ୍କର ଏକ ମାତ୍ର ସନ୍ତାନ ଥିଲେ. ପିଲାଦିନୁ ମାଙ୍କର ସହିତ ରହି ସମାଜ ସେବା ଓ ସମାଜ ସଂସ୍କାର ପ୍ରତି ଅମରେଶ ବାବୁ ଆକୃଷ୍ଟ ହୋଇଥିଲେ ।


ପିଲାଦିନୁ ସବୁବେଳେ ତାଙ୍କ ବାପାଙ୍କ ଠାରୁ ଶୁଣୁଥିଲେ ଯେ ଜମିଦାର ହେଇ ଖାଲି ନିଜେ ନିଜର ସ୍ୱାର୍ଥ କୁ ପୂରଣ କରିଲେ ଜୀବନ ସାର୍ଥକ ହେବ ନାହିଁ. ଯଦି ତାଙ୍କ ଉପରେ ବିଶ୍ୱାସ ରଖି ସମ୍ମାନ ଦେଉଥିବା ଲୋକଙ୍କର ଉତ୍ଥାନ କରିବା ତେବେ ପୁରା ସମାଜ ଓ ଦେଶର ଉନ୍ନତି ହେବ. ତାଙ୍କ ନିଜ ଗାଁ ରେ କୌଣସି ବିଦ୍ୟାଳୟ ନ ଥିବାରୁ ଅଧିକାଂଶ ପାଠ ପଢ଼ାରୁ ବଞ୍ଚିତ, କାରଣ ପଢିବାକୁ ହେଲେ ପନ୍ଦର ମାଇଲ ଗଲେ ଗୋଟିଏ ଛୋଟ ବିଦ୍ୟାଳୟ କୁ ଯିବାକୁ ହେବ. ସେ ପୁଣି ଡଙ୍ଗାରେ ନଈ ପାର ହୋଇ ଯିବାକୁ ହେବ. ତାଙ୍କ ଗାଁ ରେ ବି କୌଣସି ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ, ସେଥିଲାଗି ଡଙ୍ଗାରେ ବସି ନଈ ପାର ହୋଇ ତିରିଶ ମାଇଲ ଗଲେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମିଳିବ. ପୁରା ଦଶ ଖଣ୍ଡ ମୌଜା ର ସେଇ ଏକ ମାତ୍ର ଛୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆଉ ସେଠାରେ ଡାକ୍ତର ବାବୁ ନୁହେଁ ଜଣେ ସ୍ୱାସ୍ଥ୍ୟକର୍ମୀ ଓ ଜଣେ ସେବକ ମାତ୍ର. ନଈରେ ବଢି ଆସିଲେ ସାରା ଗାଁ ର ଲୋକ ତାଙ୍କ ଘରେ ଆଶ୍ରୟ ନିଅନ୍ତି. ବଢି ପାଣି ଛାଡ଼ିଗଲେ ଯାଇ ନିଜ ନିଜର ଭଙ୍ଗା ଘରକୁ ସଜାଡନ୍ତି. ସେଥିପାଇଁ ସରକାରୀ ସାହାଯ୍ୟ କେବେ ମିଳେ ତ କେବେ ମିଳେ ନାହିଁ. ତେଣୁ ଅମରେନ୍ଦ୍ର ବାବୁ ନିଜେ ସମସ୍ତଙ୍କୁ ସାହାଯ୍ୟ କରନ୍ତି. ଦେଶ ସ୍ୱାଧୀନ ହେବାର ତିରିଶ ବର୍ଷ ହେଇଗଲାଣି, କିନ୍ତୁ ତାଙ୍କ ଗାଁ ର ଅବସ୍ଥା ଯାହା ଥିଲା ସେଇଆ. ନିର୍ବାଚନ ସମୟରେ ନେତାମାନେ ଆସି ବହୁତ ବଡ଼ ବଡ଼ କଥା କହି ଯାଆନ୍ତି, କିନ୍ତୁ କାମରେ କିଛି ହେଇ ନାହିଁ. ସେଥିପାଇଁ ଅମରେନ୍ଦ୍ର ବାବୁ ଓ କଲ୍ୟାଣୀ ଦେବୀ ସବୁବେଳେ ସ୍ବପ୍ନ ଦେଖୁଥିଲେ ଯେ ଗାଁ ରେ ଗୋଟିଏ ବିଦ୍ୟାଳୟ ଖୋଲିବେ,ନଈରେ ବନ୍ଧ ଓ ପୋଲ କରିବାକୁ ବି ତାଙ୍କର ସ୍ବପ୍ନ ଥିଲା. କିନ୍ତୁ କେମିତି ଆରମ୍ଭ କରିବେ ବାଟ ପାଉ ନଥିଲେ. ଅମରେଶ ବାବୁ ଓ ନିର୍ମଳା ଦେବୀ ସହରରେ ରହୁଥିଲେ. ସେଠାରେ ଅମରେଶ ବାବୁ ଅଧ୍ୟାପକ ଭାବେ କାମ କରୁଥିଲେ. ବେଳେ ବେଳେ ଅମରେନ୍ଦ୍ର ବାବୁ ଓ କଲ୍ୟାଣୀ ଦେବୀ ଆସି ସେମାନଙ୍କ ପାଖରେ ରହନ୍ତି ଓ ଗାଁକୁ ଚାଲି ଯାଆନ୍ତି ।


ବାହାଘର ର ଦଶ ବର୍ଷ ବିତି ଯାଇଥିଲା. ଅମରେଶ ବାବୁ ଓ ନିର୍ମଳା ଦେବୀ ଦୁଇ ପୁଅ ଓ ଏକ କନ୍ୟା ସନ୍ତାନ ର ପିତା ମାତା ହେଇ ସାରିଥିଲେ. ବଡ଼ ପୁଅର ନାମ ଅଜୟ ଆଠ ବର୍ଷ ବୟସର. ତା ତଳକୁ ଝିଅ ଅନିତା ପାଞ୍ଚ ବର୍ଷ ବୟସର ଓ ସବୁଠାରୁ ସାନ ପୁଅ ଅମର ମାତ୍ର ବର୍ଷକର. ଅଜୟ ସହରରେ ପାଠ ପଢିବା ଆରମ୍ଭ କରି ସାରିଥାଏ. ସବୁଠାରୁ ବଡ଼ ଭଲ ବିଦ୍ୟାଳୟ ରେ ତୃତୀୟ ଶ୍ରେଣୀରେ ପଢୁଥାଏ. ଝିଅ ଅନିତା କୁ ନିଜେ ନିର୍ମଳା ଦେବୀ ଘରେ ପଢ଼ାଇବା ଆରମ୍ଭ କରି ଦେଇଥାନ୍ତି. ଉଭୟ ଅମରେଶ ବାବୁ ଓ ନିର୍ମଳା ଦେବୀଙ୍କର ପିତା ମାତା ଆସି ବେଶ କିଛି ଦିନ ନାତି ନାତୁଣୀ ମାନଙ୍କ ସହିତ ବିତାଇ ଯାଆନ୍ତି. କିନ୍ତୁ ଅମରେଶ ବାବୁଙ୍କ ମନରେ ତାଙ୍କ ବାପାଙ୍କର ସ୍ବପ୍ନ ଗାଁ ରେ ବିଦ୍ୟାଳୟ ଓ ନଈରେ ବନ୍ଧ ଏବଂ ପୋଲ ସବୁବେଳେ ଉଙ୍କି ମାରୁଥାଏ. ଅଧ୍ୟାପକ କାମ ଭିତରେ ବିଦ୍ୟାଳୟ ଖୋଲିବାର ସବୁ ପ୍ରାଥମିକ କାଯ୍ୟ ଅମରେଶ ବାବୁ ଆରମ୍ଭ କରି ଦେଇଥାନ୍ତି ।


ସମୟ ର ଚକ୍ର ବଡ଼ ଧାରୁଆ, କେତେବେଳେ କଣ ଦେଇଯିବ ଜାଣିବା ବଡ଼ କଷ୍ଟ. ହଠାତ ଅମରେଶ ବାବୁ ଓ ନିର୍ମଳା ଦେବୀଙ୍କ ଗାଁ ସହିତ ଆଖ ପାଖ ଗାଁ ରେ ଜ୍ୱର ବ୍ୟାପିବାରେ ଲାଗିଲା. ବହୁତ ଲୋକ ଚିକିତ୍ସା ଅଭାବରୁ ପୋକ ମାଛି ପରି ମରିବାକୁ ଲାଗିଲେ. ପ୍ୟାରୀମୋହନ ବାବୁ, ଅମରେନ୍ଦ୍ର ବାବୁ, କଲ୍ୟାଣୀ ଦେବୀ ଓ ପ୍ରମିଳା ଦେବୀ ଲୋକଙ୍କୁ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରୁଥାନ୍ତୁ. କେହି କେହି ତାକୁ କଳା ଜ୍ୱର ଓ ଆଉ କେହି ମେଲେରିଆ ବୋଲି କହୁଥାନ୍ତି. ସେ ଜ୍ୱର ପାଇଁ ଔଷଧ ବି ପୁରା ପୃଥିବୀରେ ଉପଲବ୍ଧ ହେଉ ନଥାଏ. ଲୋକଙ୍କର ସେବା କରୁ କରୁ ଅମରେନ୍ଦ୍ର ବାବୁ, କଲ୍ୟାଣୀ ଦେବୀ, ପ୍ୟାରୀ ମୋହନ ବାବୁ ଓ ପ୍ରମିଳା ଦେବୀ ବି ସେଥିରେ ଆକ୍ରାନ୍ତ ହେଲେ. ସେମାନଙ୍କୁ ଅମରେଶ ବାବୁ ସହର ଆଣି ଚିକିତ୍ସା କରାଇଲେ, ହେଲେ ସେମାନେ ବି ଆରପାରି କୁ ଚାଲିଗଲେ. ଅମରେଶ ବାବୁ ଓ ନିର୍ମଳା ଦେବୀ ଏକାବେଳେ ପୁରା ଅନାଥ ହେଇଗଲେ. ଦୁଃଖ ଓ ଯନ୍ତ୍ରଣା ମଧ୍ୟରେ ଅମରେଶ ବାବୁ ସମସ୍ତଙ୍କର କ୍ରିୟା କର୍ମ କଲେ. ସେତିକି ବେଳେ ସରକାର ସେହି ଜ୍ୱର ପାଇଁ ଟିକା ଓ ଔଷଧ ଯାହାକି ବିଦେଶରୁ ଆଣୁଥିଲେ, ଲୋକଙ୍କୁ ଦେବାରେ ଲାଗିଲେ. ପୁରା ଦେଶରେ ଏହି ଜ୍ୱର ବ୍ୟାପିବା କମ ହେବାକୁ ଲାଗିଲା. ଅମରେଶ ନିଜ ଅର୍ଥରେ ଆଖ ପାଖ ଦଶ ଖଣ୍ଡ ମୌଜା ପାଇଁ ବହୁତ କଷ୍ଟରେ ଟିକା ଓ ଔଷଧ ର ବ୍ୟବସ୍ଥା କରାଇ ବହୁତ ଲୋକଙ୍କର ଜୀବନ କୁ ବଞ୍ଚାଇ ପାରିଲେ. ସେତକି ବେଳେ ଅବିନାଶ ବାବୁ ଙ୍କ ମନରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିଜ ଗାଁ ରେ ଖୋଲିବା ଓ ସେଥିରେ ଡାକ୍ତର ଙ୍କୁ ରଖିବାର ସ୍ବପ୍ନ କୁ ଗଢିଲେ. ଏବେ ତାଙ୍କ ପାଖରେ ତାଙ୍କ ବାପା ଓ ମାଙ୍କର ସ୍ବପ୍ନ ବିଦ୍ୟାଳୟ, ନଈରେ ବନ୍ଧ, ପୋଲ ଏବଂ ନିଜର ସ୍ବପ୍ନ ସ୍ୱାସ୍ଥ୍ୟକେନ୍ଦ୍ର, ଡାକ୍ତର ଗୁଡିକ ତାଙ୍କ ଜୀବନ ରଥରେ ସଜ ହୋଇ ବସିଗଲେ ଓ ସେ ନିଜେ ସେହି ସ୍ବପ୍ନ ର ସାରଥୀ ସାଜି ଯାତ୍ରା ଶେଷ କରିବାକୁ ନିଷ୍ପତି ନେଲେ. ସେଥିପାଇଁ ସହର ର ଚାକିରୀ ଛାଡି ଗାଁ ରେ ବିଦ୍ୟାଳୟ ଖୋଲିବାର ଯୋଗାଡ଼ରେ ଲାଗିଗଲେ. ଯେହେତୁ ପ୍ରାଥମିକ କାର୍ୟ୍ଯ ସେ ଆରମ୍ଭ କରି ଦେଇଥିଲେ, ଖୁବ ଶୀଘ୍ର ସେଥିପାଇଁ ଅନୁମତି ମିଳିଗଲା ଓ ସେ ନିଜର ଜମି ସେଥିପାଇଁ ଦାନ କଲେ. ନିଜେ କିଛି ଅର୍ଥ ଦେଲେ ଓ ଅନ୍ୟ ମାନଙ୍କର କିଛି ସାହାଯ୍ୟ ରେ ଘର ତିଆରି ସରି ବିଦ୍ୟାଳୟ ଖୋଳହେଲା. ଜଣେ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଓ ବିଧାୟକ ଉଦଘାଟନ କଲେ. ଶିକ୍ଷକତା ପାଇଁ ନିଜେ ଅମରେଶ ବାବୁ ଓ ନିର୍ମଳା ଦେବୀ ଅଣ୍ଟା ଭିଡି ଆଗେଇ ଆସିଲେ. ଅମରେଶ ବାବୁ ଅଧ୍ୟାପକ ଚାକିରୀ କୁ ଛାଡିଦେଲେ. ତାଙ୍କ ସହିତ ତାଙ୍କର ଦୁଇଜଣ ବାଲ୍ୟବନ୍ଧୁ ଅଶୋକ ଦାସ ଓ ପ୍ରକାଶ ମିଶ୍ର ବି ବିଦ୍ୟାଳୟ ରେ ଶିକ୍ଷକତା ଆରମ୍ଭ କଲେ. ପ୍ରଥମ ବର୍ଷ ବିନା ସରକାରୀ ସହାୟତା ରେ ବିଦ୍ୟାଳୟ ଚାଲିଲା ଓ ଏବେ ମଧ୍ୟ ଚାଲିଛି ପଚିଶ ପ୍ରତିଶତ ସରକାରୀ ସହାୟତା ରେ ଦୀର୍ଘ ଦଶ ବର୍ଷ ବିତି ଯାଇଥିଲେ ମଧ୍ୟ. କିନ୍ତୁ ଏବେ ସେହି ଆଖ ପାଖର ଗାଁର ପିଲାମାନେ ପାଠ ପଢି ନିଜକୁ ଯୋଗ୍ୟ ଓ ଶିକ୍ଷିତ କରୁଛନ୍ତି. ଅମରେଶ ବାବୁ ଓ ନିର୍ମଳା ଦେବୀଙ୍କର ପିଲାମାନେ ଅଜୟ, ଅନିତା ଓ ଅମର ମଧ୍ୟ ସେହି ବିଦ୍ୟଳରେ ପଢୁଛନ୍ତି. ଏବେ ଅଜୟ ଦଶମ ପରେ ସହର ରେ ଦ୍ୱାଦଶ ଶ୍ରେଣୀରେ ପଢୁଛି ।


ଆଜି ଅଜୟ ର ଚିଠି ପାଇ ଅମରେଶ ବାବୁ ବହୁତ ଖୁସି ହେଇ ନିର୍ମଳା ଦେବୀଙ୍କୁ କହିଲେ, "ଏବେ ଆମର ଆଉ ଗୋଟିଏ ସ୍ବପ୍ନ ପୁରା ହେବାକୁ ଯାଉଛି. ଆମ ଅଜୟ ଦ୍ୱାଦଶ ପରୀକ୍ଷା ରେ ପୁରା ରାଜ୍ୟ ରେ ତୃତୀୟ ହେଇଛି. ସେ ଯାନ୍ତ୍ରିକ ମହାବିଦ୍ୟାଳୟ ରେ ପଢିବାକୁ ଦେଇଥିବା ପରୀକ୍ଷାରେ ବି କୃତକାର୍ୟ୍ଯ ହେଇଛି. "ଅମରେଶ ବାବୁଙ୍କ ଖୁସି ଦେଖି ନିର୍ମଳା ଦେବୀ ଖୁସିରେ ହସି ଦେଇ ତାଙ୍କ ହାତରୁ ପୁଅ ଅଜୟ ର ଚିଠି ନେଇ ପଢିବାକୁ ଲାଗିଲେ ଓ ଅବିନାଶ ବାବୁଙ୍କୁ କହିଲେ, "ଧନ୍ୟ ତୁମେ ଜୀବନ ରଥରେ ସ୍ୱପ ର ସାରଥୀ. "


Rate this content
Log in

Similar oriya story from Action