STORYMIRROR

Bhagirathi Mohanty

Action Classics Others

3  

Bhagirathi Mohanty

Action Classics Others

ସ୍ବପ୍ନ ଭଙ୍ଗ

ସ୍ବପ୍ନ ଭଙ୍ଗ

7 mins
201

ଜାନୀ ସିଆଣିଆ ହେବା ଦିନ ଠାରୁ ବହୁତ ବଡ ବଡ ସ୍ବପ୍ନ ଦେଖୁଥିଲା। କେଶ ସଜ୍ଜା,ଫେସ୍ ୱାସ,ବଡି ୱାସ, ନଖ ବଢେଇ,ପୋଷାକ କୁ ମ୍ୟାଚ କରି ନେଲ ପଲିସ ଲଗେଇବା,କୁଙ୍କୁମ ଲଗେଇବା,ପୋଟଳ ଚିରା ଆଖି ଡୋଳା ର ଚୁଟି ସବୁ ରଙ୍ଗେଇ ଦେବା ; ଏପରି ବହୁ ମେକାପ ରେ ସଜ୍ଜିତ ହୋଇ ସେ ଘରୁ ବାହାରେ। ତାକୁ ଯିଏ ଦେଖିବ ତା' ଉପରୁ ଯେମିତି ଦୃଷ୍ଟି ହଟେଇ ପାରିବନି। କସ୍କି‌ନ୍ଧ୍ୟା ସୁନ୍ଦରୀ ମାନେ କାଶ୍ମୀର ସୁନ୍ଦରୀ ପରି ଦେଖା ଯାନ୍ତି ସଜ ବାଜ ହୋଇଗଲେ। ତା'ର ଝିଅ ସାଙ୍ଗ ମାନେ କହନ୍ତି "ତୋର ନାକ ଟି କ୍ଷୁର ପରି ଏତେ ଶାଣିତ ଯେ ଟୋକା ମାନଙ୍କୁ ଟାଣି ଆଣିବା ଭଳି। ନାକ ଟା ମୁହଁରେ ସାର। ସେଇଟି ସୌନ୍ଦର୍ଯ୍ୟ ବଢାଏ।" ତା'ର ଯୁବ ବନ୍ଧୁ ମାନଙ୍କୁ ବିନା ମେକାପ ରେ ସେ ଦେଖା ଦିଏନି। ଏଥିପାଇଁ ଅତି କମ ରୁ ଘଣ୍ଟା ଟିଏ ନିଏ। ତା' ମା' ତାକୁ ଗାଳି ଦେଇ କୁହେ,"ରୂପ ବନେଇ ବାରେ ଯେତେ ସମୟ ବର ବାଦ କରୁଛୁ,ସେଇ ସମୟ ଭିତରେ ପାଠ କେତେ ନ ପଢନ୍ତୁ? ଘର କାମରେ ବି ସାହଯ୍ୟ କରନ୍ତୁ।ରୋଷେଇ ଶିଖନ୍ତୁ।ତୋ ସୁନ୍ଦର ପଣିଆ,ତୋ ଶାଶୂ ଘରେ ବାଟି ପିଇବେ ନି। ଦି'ଦିନିଆ ରୂପ ପାଇଁ ଏତେ ସମୟ ନଷ୍ଟ କରିବୁ?" ତା' ରୂପ, ଖାଇ ଗୁଡାଏ ବାଟରେ ଯାଉଥିବା ସବୁ ବୟସ ର ଲୋକଙ୍କୁ।ସେମାନେ ଜାଣି ଜାଣି ତା'ପାଖକୁ ଲାଗି ଆସନ୍ତି।ଅନ୍ତତଃ,ତା'ଓଢଣୀ  ତ ଦେହରେ ବାଜି ଯିବ! ସେ କଲେଜ ପହଞ୍ଚୁ ପହଞ୍ଚୁ କେତେ ମନ୍ତବ୍ୟ। ଏଥିଲାଗି ସେ କାହାରିକୁ ରାଗି ଯାଏନି;ଉପଭୋଗ କରେ। ସେତେବେଳେ ଗର୍ବ ଆସେ। ଅହଂକାର ଆସେ। ସେତିକି ସୁନ୍ଦରୀ ନ ହୋଇଥିଲେ ତା'ପଛରେ କିଏ ପଡୁ ଥାନ୍ତା? ଅଧ୍ୟାପକ ମାନେ ବି ପାଠ ପଢ଼ାଉଥିବା ବେଳେ ଅନ୍ୟମନସ୍କ ହୋଇଯାନ୍ତି ତା'ର ଭାବ ଭଙ୍ଗୀ ଦେଖି।ତା'ସୁନ୍ଦରତା ଦେଖି। ସେ ମନେ ମନେ କହେ,"ମୁଁ ଆପଣ ମାନଙ୍କ ପରି ବୁଢ଼ା ଙ୍କ ପାଇଁ ନୁହେଁ।" ତା'ର ଯାହାକୁ ମନ ମାନି ଥାଏ ସେ ଟୋକା କୁ ସେ ଭିଡି ନିଏ। ଲୋକ ଲଜ୍ଜା କ'ଣ ସେ ଜାଣିନି! ସମୟ ନିର୍ଘଣ୍ଟ ଦେଖେ ନି। କେତେ ନମ୍ବର ରୁମ୍ ରେ କ୍ଲାସ ଅଛି ଜାଣି ନ ଥାଏ। ଯୋଉଠି ମନ ହେଲା ସେଇଠି ପଶିଗଲା। ତା'ସାଙ୍ଗମାନେ ପଚାରିବେ,"ତୋର ଇକୋନୋମିକ ଅଛି କି?" "ସରି, ମୁଁ ଭାବିଲି...... "ତୋର କୋଉ କୋଉ ସବଜେକ୍ଟ ଅଛି କହିଲୁ?" ମନେ ପକେଇବାକୁ ଚେଷ୍ଟା କରେ ସେ।"ହିଷ୍ଟ୍ରି ଆଉ..... "ହେ ଭଗବାନ! ତୁ କଲେଜ ପାଠ ପଢିବା ପାଇଁ ଆସୁ କି ଫୁର୍ତ୍ତି କରିବା ପାଇଁ?" ତା'ପ୍ରଶ୍ନର ଉତ୍ତର ସେ ଦେଇ ପାରେ ନାହିଁ।କ୍ଷିପ୍ର ଗତିରେ ପଳେଇ ଆସୁଥିବା ଗୋଟେ ଟୋକାକୁ"ହାଏ" କହି। ସେ ନିଜେ ଆଶ୍ଚର୍ଯ୍ୟ ହୋଇ ଯାଏ_ ବି.ଏ. ପର୍ଯ୍ୟନ୍ତ ଆସିଲା କେମିତି ! ତା'ର ସବୁଠାରୁ ଭଲଗୁଣ ହେଲା ଯାହା ପଢି ଦିଏ ଥରକରେ ମନେ ରଖିଦିଏ। ବର୍ଷ ସାରା ଧନୀ ଓ ସୁନ୍ଦର ଯୁବକଙ୍କୁ ପଟେଇବା ରେ ସମୟ ଯାଏ ପାଠ ପଢିବ କେତେବେଳେ। ମା' ଯେତେ ବକ ବକ ହେଲେ କ'ଣ ହେବ: କାଲା ଆଗରେ ମୂଳା ଚୋବେଇ ବା ଯାହା, ତାକୁ କହିବା ସେୟା। ଅତିଷ୍ଠ ହୋଇ ଯାଇ ମା' କହନ୍ତି,"ତୁ କାଲିଠାରୁ କଲେଜ ଯିବୁ ନି। ଯଦି ମୋ କଥା ନ ମାନି କଲେଜ ଯାଉ,ତୋତେ ଘରେ ଚାବି ପକେଇ ରଖିବି।" "ଯା' ମ,ମତେ ଚାବି ପକେଇ ରଖିବୁ? ଚାଳ ଚିରି ବାହାରି ଯିବି।ତୁ କି ବାପା ମୋ କଥା କିଏ ବୁଝ?ମୋ ଖର୍ଚ୍ଚ ମୁଁ ବୁଝୁଛି।" "ହଁ,ତୋତେ ଜନ୍ମ କରି ଏତେ ବଡ କଲୁ,ଏବେ ଡେଣା ଲାଗିଲା,ଉଡି ଯିବୁ ନି କିଆଁ? ଆମ କଥା ନ ମାନିଲେ ଅନୁତାପ କରିବୁ।" "ଠିକ୍ ଅଛି। ମୁଁ ତମକୁ ଦେଖେଇ ଦେବି,ମୁଁ କ'ଣ ପାରେ" "ହଉ ଦେଖିବି କୋଉ ପାଣି କୁଆଡେ ଯାଉଛି।" ସେ ଦିନ ଜାନୀ କଲେଜ ଗଲା କିନ୍ତୁ କ୍ଲାସ କଲାନି । ବସି ରହିଲା ଏକୁଟିଆ ଅବ୍ୟବହୃତ କୋଠରି ରେ। ଯେଉଁ ମାନେ ତା' ଶୋଭା-ସମ୍ପଦ ର ପୂଜାରୀ,ସେମାନେ ନିୟମ ଭଙ୍ଗ କରି ଗାର୍ଲ୍ସ କମନ ରୁମ ରେ ପଶି ତାକୁ ବାହୁରେ ଛନ୍ଦି ଧରିଲେ। ଅନ୍ୟ ଝିଅମାନେ ହି ହି ହୋଇ ହସୁ ଥାନ୍ତି। ଜଣେ ତାକୁ ଡାକିଲା "ଜାନୀ,ଆସ ଯିବା ରେଷ୍ଟୁରାଣ୍ଟ କୁ। ତମେ କାହିଁକି ଆଜି ଚୁପ ଚାପ ବସିଛ?ଆସ ଯିବା ଗରମ କଫି ପିଇବା।ମନ ସତେଜ ହୋଇ ଯିବ।" ଅନିଚ୍ଛା ସତ୍ତ୍ଵେ ସେ ତା'ର ଘନିଷ୍ଠ ବନ୍ଧୁ ବିକାଶ ହାତ ଧରି ଚାଲିଲା। ବିକାଶ ଧନୀ ଘର ର ପିଲା।ବାପା କୋଟିପତି।କିନ୍ତୁ ବିକାଶ କୁ ଗଣି ଗଣି ପଇସା ଦିଅନ୍ତି।ଘରେ ପହଞ୍ଚିଲେ ହିସାବ ନିଅନ୍ତି। ଜାନୀ ସାଙ୍ଗରେ ଅନ୍ତରଙ୍ଗ ହେଲା ପରେ ବେଶି ପଇସା ଦରକାର ହେଲା। ସେ ଜାଣିଥିଲା,ବିନା ପଇସା ରେ ଜାନୀ ନିଜର ହେବ ନି। ଦିନେ ପାର୍କ ରେ ଆନ ମନା ହୋଇ ବସିଥାଏ।ପହଞ୍ଚି ଗଲା ସୁରେଶ। ତାକୁ ପଚାରିଲା,"କୋଟିପତି ଘର ର ପୁଅ ବିକାଶ ଏଠି ମୁହଁ ଶୁଖେଇ ବସିଛି କାହିଁକି?" "ତୁ ଯା' ମତେ ଏକା ଛାଡ଼ିଦେ।" "ନାଇଁ ଏମିତି କେମିତି ହେବ? ଆ' ଯିବା ଗୋଟେ ବଢିଆ ଜାଗାକୁ।" ତା'ହାତ ଧରି ଟାଣି ଟାଣି ନେଇଗଲା ଗୋଟେ ସରେଇ ଖାନ୍ନା କୁ । ସେଦିନ ପ୍ରଥମ ଥର ମୃଦୁ ପାନୀୟ ରେ ମଦ ମିଶେଇ ପିଆଇ ତାକୁ ମାତାଲ୍ କଲା। ମାତାଲ୍ ହେବା ପରେ ବିକାଶ ମୁହଁରୁ ସବୁ କଥା ବାହାରି ଆସିଲା। ସେ ସବୁ ଶୁଣି ସାରି କହିଲା,"ତୋର ଜାନୀ ଦରକାର,ଜାନୀ ର ପଇସା ଦରକାର,ଏଇୟା ତ? ମିଳିଯିବ । କିନ୍ତୁ କଷ୍ଟ ଉଠାଇବାକୁ ପଡିବ। "କି କଷ୍ଟ?" "ତୋର ଯଥେଷ୍ଟ ଟଙ୍କା ଦରକାର; ରିସକ ନେବୁ କି ନାହିଁ।" "ବିନା ମୂଳ ଧନରେ ବ୍ୟବସାୟ "।
        ତା'ମୁହଁରୁ ଉତ୍ତର ଚାହୁଁ ଥିଲା ସୁରେଶ। ବିକାଶ କିଛି ବୁଝି ନ ପାରି ଆଁ କରି ତାକୁ ଚାହିଁ ରହିଥିଲା। "ଆହୁରି ଖୋଲି କରି କହୁଛି। ଜାନୀ ହିଁ ମୂଳ ଧନ।ତାକୁ ବୁଝେଇ ଦେବୁ,ଯେତେବେଳେ ଚାହିଁଲେ ସେ ସେ ଯେମିତି ମିଳିଯିବ।" "କି ବ୍ୟବସାୟ?" ଉତ୍କଣ୍ଠିତ ହୋଇ ଚାହିଁ ରହିଲା ସେ। "ବ୍ରାଉନ ସୁଗାର।"
     ଜାନୀ କୁ ମୁଁ ଜାଣୁ ଜାଣୁ ବିପଦ ଭିତରକୁ ଠେଲି ଦେଇ ପାରିବିନି। "ଜାନୀ ମୋର ନ ହେଉ କି ହେଉ।" ପଳେଇ ଯାଉଥିଲା ବିକାଶ।
      "ମୋ କଥା ଶୁଣ। ତୋ ଜାନେ ମନ ବିପଦ ର ପଡିବା ଆଗରୁ ଆମ ଟିମ ସ୍ପଟ୍ ରେ ପହଞ୍ଚି ଯାଇ ତାକୁ ଆଖି ପଲକ ରେ ଉଡେଇ ନେଇ ଥିବେ। ତା'ଛଡା ତା'ର ଡିଉଟି ସବୁ ଦିନ ନ ଥିବ।ତୋ ଆକାଉଣ୍ଟ କୁ ଲକ୍ଷେ ଟଙ୍କା ପଠେଇ ଦେଉଛି।ତାକୁ ଦେଇ ଦେବୁ। ସେ ପଚାରିଲେ କହିବୁ ରଖ କେତେବେଳେ କେମିତି ଦରକାର ହେବ। ଦିନେ ଦି'ଦିନ ଛାଡି ତାକୁ କହିବୁ କି ମୋର ଗୋଟେ ଜିନିଷ ଜଣେ ସାଙ୍ଗକୁ ଦବ। ଆମ ଟିମ ସବୁ ସେଟ୍ କରି ଦେଇଥିବ।ଗୋଟିଏ ମିନିଟ୍ ରେ କାମ ଶେଷ।
       "ଜାନୀ କୁ ଫୋନ କରି କହିଲା ବିକାଶ,"ସେଦିନ ମୁଁ ତମ ମଉଳା ମୁହଁ ଦେଖି ଜାଣି ପାରିଥିଲି,ତମେ ଉତ୍କଟ ଅଭାବ ଭିତରେ ଅଛ।ଆଖି ବୁଜି ଦିଅ ଗୋଟେ ମିନିଟ,ତାପରେ ଖୋଲିବ।" ଜାନୀ ଯନ୍ତ୍ରବତ୍ ତାହା କଲା। "ଆଖି ଖୋଲ। ଫୋନ୍ ପେ ଦେଖିଲ।"ମ୍ୟାଜିକ କଲା କି ବିକାଶ! ଲକ୍ଷେ!!! ସେ ତାକୁ ଧନ୍ୟବାଦ ଦେବା ପୂର୍ବରୁ ବିକାଶ କହିଲା,"ମନ ଇଚ୍ଛା ଖର୍ଚ୍ଚ କର। ଯାହା ଅତ୍ୟାବଶ୍ୟକ ସବୁ କଣି ନିଅ।"
      "ମାଇ ଡିୟର ଫ୍ରେଣ୍ଡ,ତମ ଭଲ ପାଇବାର ପ୍ରତିଦାନ ମୁଁ କେଉଁ ଉପାୟରେ ଶୁଝିବି? ତମେ ଏତେ ମହାନ୍।"
       "ମୋ ଦାନ ର ପ୍ରତି ଦାନ ଦେବ ତ କାଲି ରେଡି ହୋଇ କଲେଜ ପହଞ୍ଚିବ।ଏତେ ସୁନ୍ଦର ମେକାପ ହୋଇ ଆସିବ ଯେ ଟୋକାମାନେ,ମହୁମାଛି ପରି ତମ ଚାରିପଟେ ଗୁଣୁ ଗଣୁ ହେବେ। ତମ ବାପା ମାଙ୍କୁ ଜଣେଇ ଦେବ ଯେ ମୁଁ ପଢିବା ବେଳେ ବି କେତେ ରୋଜଗାର କରୁଛି ଦେଖ । ତମେ ଆଜି ଦିନ ଟା ବିଶ୍ରାମ ନିଅ।କାଲି କାମର ଦିନ।" ଫୋନ୍ ବିଚ୍ଛିନ୍ନ ହେଲା।
     ଦଉଡି ଯାଇ ମାକୁ ହସି ହସି କହିଲା ଜାନୀ ,"ଲଟେରୀ ଲାଗିଗଲା ମା'।ମୁଁ ଏବେ ଲାଖ ପତି। କେତେ ଦରକାର କୁହ।"
    "ସତ କହୁଛୁ!ବାପା କରିଥିବା ଚାଷ ଋଣ ଆଗ ଶୁଝି ଦେ।"
    "ଠିକ୍ ଅଛି।" ଜାନୀ ର ଗୋଡ ତଳେ ଲାଗୁ ନ ଥିଲା। ତାପର ଦିନ କଲେଜ ଗେଟ୍ ପାଖରେ ଦେଖା ହେଲା ବିକାଶ। ସେ ତାକୁ ଚାହିଁ ରହିଥିଲା ....ଚାହିଁ ରହିଥିଲା.....!!!
     "ତମେ ମେନକା କି ଉର୍ବଶୀ,କି ଆଉ କୋଉ ଅପସରା ! ତମେ କଲେଜ ଭିତରକୁ ଯାଅ ନି।ଖୁଣି ପକେଇ ବେ। ଆସ ମୋ ସାଙ୍ଗରେ।"
       ନିର୍ଦ୍ଧାରିତ ପାର୍କ ରେ ସେ ଦୁଇଜଣ ପହଞ୍ଚିବା ବେଳକୁ ସୁରେଶ ସେଠି ବସିଥାଏ। ଭାବନା କୁ ଦେଖୁ ଦେଖୁ ତା' ରୂପର ସାଗରରେ ହଜି ଯାଇଥିଲା। ଭାବୁଥିଲା,"ମୁଁ ଲକି, ବିକାଶ ନୁହେଁ। ବିକାଶ ଯେତେ ଦବ ତା'ର ଶହେ ଗୁଣ ଦେଇ ତାକୁ ତମକୁ ମୁଁ କିଣି ନବି।ଟଙ୍କା ର ପ୍ୟାରୀ ତମେ ମୋର ହେବ। ବିକାଶ ପାଖରୁ ତମକୁ ମୁଁ କଳେ ବଳେ କୌଶଳେ ଛଡେଇ ନେବି।"
    ପୂର୍ବରୁ ରେଡି କରି ରଖିଥିବା ଭେନଟି ବ୍ୟାଗ ଟି ଜାନୀ କୁ ଦେଇ ସେ କହିଲା,"ତମର କିଛି କରିବାର ନାହିଁ। ଏଇ ବ୍ୟାଗ ଭିତରେ କ'ଣ ଅଛି ଜାଣିବାକୁ ଚେଷ୍ଟା କରିବନି।କେବଳ ଏଇ ବ୍ୟାଗଟା କୁ ଆଉ ଜଣେ ଝିଅ କୁ ଦେବ। ତମ ମୋବାଇଲ ରେ ଲୋକେସନ୍ ଅଛି ।କାର ଯୋଗେ ସେଠିକି ଯିବ‌। ବାଟରେ କୋଉଠି ଗାଡି ରହିବ ନାହିଁ।ଗାଡି ଭିତରେ ଖାଇବା ପିଇବା ସବୁ ସୁବିଧା ଅଛି।ଏଇ କାମ ଟି ସରିବା ବେଳକୁ ଆଉ ଦଶ ଲକ୍ଷ ତମ ଆକାଉଣ୍ଟ କୁ କ୍ରେଡିଟ ହୋଇ ଯିବ" ।
     "ବାଇ ବାଇ"କହି କାର ରେ ବସିଲା ଜାନୀ। ସକାଳେ ବସିଥିଲା,ସଂଧ୍ୟା ହେଲା।ଘଣ୍ଟା ଦେଖିଲା ସେ ସାଡେ ସାତ। ଫୋନ୍ ବାଜିଲା।ସେ "ହେଲୋ" କହିଲା।
       ଝିଅଟିଏ ଫୋନ କରୁଛି,"ଡ୍ରାଇଭର କୁ କୁହ ବାଇ ଲେନ କୁ ଆସୁ।ଅପେକ୍ଷା କୃତ କମ ଗହଳି ଏଠି। ଗାଡି ଛିଡା କଲା ବେଳକୁ ମୁଁ ସେଠି ଥିବି।ଆମେ କେବଳ ବ୍ୟାଗ ଅଦଳ ବଦଳ କରିବା।" ସେଇ ଅଚିହ୍ନା ନାରୀ ର କଥା ଅନୁସାରେ ଗାଡି ଗୋଟେ ନିରୋଳା ଜାଗାରେ ଗାଡି ଷ୍ଟାର୍ଟ ରେ ଥାଇ କେବଳ ବ୍ୟାଗ ଦିଆ ନିଆ ହେଲା।କଳା ପୋଷାକରେ ଦି'ଜଣ ଯାକ ଆବୃତ ହୋଇ ଥିବାରୁ କେହି କାହାରିକୁ ଦେଖି ପାରୁ ନଥିଲେ। ଆସିବା ବେଳକୁ ବ୍ୟାଗ ଭାରି ଲାଗୁଥିଲା,ଯିବାବେଳେ ହାଲୁକା ଲାଗୁଛି! ଦୁଇଟି କାର ବିପରୀତ ମୁଖୀ ହେଲେ।ଦ୍ରୁତ ଗତିରେ ଅଗ୍ରସର ହେଲା ଜାନୀ ବସିଥିବା କାର ଟି।
      ଫୋନରେ ସୁରେଶ କହିଲା,"କଂଗ୍ରାଚୁଲେସନ। ଫୋନ ପେ ରେ ଦେଖ ଦଶ ଲକ୍ଷ ଟଙ୍କା କ୍ରେଡିଟ୍ ହୋଇଛି।"              ସେଇ ଦିନ ଠାରୁ ସମ୍ପର୍କର ସୁତା ବିକାଶ ଠାରୁ କଟି ଯାଇ,ସୁରେଶ ଠାରେ ଯୋଡି ଯାଇଥିଲା। ଜାନୀ ଘର ର ଆର୍ଥିକ ଅବସ୍ଥା ଏତେ ଜଲଦି ବଦଳି ଯାଇଥିଲା ଯେ ଯେଉଁ ମାନେ ତାଙ୍କର ଖାସ ବନ୍ଧୁ ସେମାନଙ୍କୁ ପଚାରିବାକୁ ପଡୁଥିଲା"କୁଶ ଙ୍କ ଘର?" ସେବେ ଠାରୁ ଜାନୀ ମାର୍ସେଡିସ କାର ରେ କଲେଜ ଯାଉଥିଲା।କମ ମିଶୁ ଥିଲା।କମ ହସୁ ଥିଲା।ଗାର୍ଲ୍ସ କମନ଼ ରୁମରେ ବସୁ ନଥିଲା। ବିକାଶ କୁ ଅପେକ୍ଷା କରି କରି ଘଣ୍ଟା ଘଣ୍ଟା ବସୁ ନ ଥିଲା। କଲେଜ ରେଷ୍ଟୁରାଣ୍ଟ ରେ ଖାଉ ନ ଥିଲା । ଥରେ ଗାଡି ପାର୍କିଂ କରି କଲେଜ ଭିତର କୁ ପଶିବା ବେଳେ ଦେଖା ହୋଇଗଲା ବିକାଶ।
     ସନ ଗ୍ଲାସ ଚଷମା ଟା ଖୋଲି ଦେଇ ସେ ,"ହାଏ"କହି କଲେଜ କରିଡ଼ର ରେ ଯାଉଥାଏ,ବିକାଶ ତାକୁ ଅଟକେଇ  କହିଲା,"ପ୍ରଜାପତି ର ଡେଣା ଦୁଇଟା କାଟି ଦେଲେ ସେ ଉଡି ପାରିବ?ତୁମେ ମକା ସାପ ପରି କେତେ ଶୀଘ୍ର ରଙ୍ଗ ବଦଳାଇ ପାର?"
       ବପାରୁଆ ଢଙ୍ଗରେ ଜାନୀ ବିକାଶ କୁ ଧମକ ଦେବା ପରି କହିଲା, "ପାଟିରେ ଲଗାମ ଦିଅ।ମୁଁ କାହାରି ନୁହେଁ।କେହି ମୋର କେହି ନୁହନ୍ତି।" ତା' ସାଇଡ ରେ ବାଟ କାଟି ପଳେଇ ଗଲା ଜାନୀ। ରାଗରେ ଦାନ୍ତ କାମୁଡ଼ି ହେଉଥିଲା ବିକାଶ।
        ତାପର ଦିନ ସୁରେଶ ସହ ଦେଖା ହେଲା। ତାକୁ ଡାକିଲେ ବି ସିଏ ଶୁଣୁ ନ ଥଲା ସେ
    ଜୋରରେ ଡାକିଲା,"ଶୁଣ?"
     "ମୋର ବହୁତ କାମ ଅଛି, ସଟ ରେ କୁହ।"
     "ତୁମେ ଜାନୀ ପଛ ଛାଡି ଦିଅ।" "ନହେଲେ କ'ଣ କରିବ?" 
      "ତମେ ଜାଣ ମୁଁ କେତେ ଭୟଙ୍କର?"
"ତମେ ଭୟଙ୍କର କି ସାଧାରଣ ମୁଁ ଜାଣିବାକୁ ଚାହେଁନା । ତାକୁ ମୁଁ କୋଟିଏ ଟଙ୍କା ରେ କିଣି ନେଇଛି। ସୁନ୍ଦର ଜିନିଷରେ ସମସ୍ତଙ୍କର ଅଧିକାର ଅଛି।ମୋ ରାସ୍ତା ରୁ ହଟ।"
ତା'ହାତ ଛାଟି ସେ ପଳେଇ ଯାଉ ଥିଲା
    ତା'କଲାର ଧରିବାରୁ ସେ କହିଲା"ୟୁ ରାସ କେଲ୍... " ସେ ନ ରାଗି ହସିଲା।
    
         "ମୁଁ ତାକୁ ମନ ଇଚ୍ଛା ଉପଭୋଗ କରି ସାରିଛି। ସେ ମତେ ଛାଡି ଦେଇ ପାରବନି_ଛାଡି ଦେଲେ ବ୍ରାଉନ ସୁଗର କାରବାର ପାଇଁ ସେ ଜେଲ ଯିବ।"
       ସୁରେଶ କିଛି କରିବା ପୂର୍ବରୁ ପୁଲିସ ଜାନୀ ଓ ସୁରେଶ କୁ ମାଲ ସହ ଆରେଷ୍ଟ କରିଥିଲା। ଦିନେ ଜେଲ୍ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେଇ ଜାନୀ କୁ ଦେଖା କରି ପଚାରିଲା ବିକାଶ,"କେମିତି ଲାଗୁଛି ଜେଲ?ତମେ ମୋର ହୋଇ ପାରିଲ ନି କି ସୁରେଶ ର ବି ହୋଇ ପାରିବ ନି। ନିଶା କାରବାର ରେ ବେଲ୍ ମିଳିବା କଷ୍ଟକର।ଯଦି କେବେ ଫେରିବ ଅତୀତ କଥା ସବୁ ଭୁଲି ଯାଇ ତମକୁ ମୁଁ ନିଜର କରି ନେବି।" ସାକ୍ଷାତ କରିବାର ସମୟ ଶେଷ ହୋଇ ଯାଇଥିଲା। ଜାନୀ କୁ ଫେରି ଯିବାକୁ ପଡି ଥିଲା,ଜେଲ୍ ର ସେଲ କୁ। ..........+..........


Rate this content
Log in

Similar oriya story from Action