STORYMIRROR

Bhagirathi Mohanty

Horror Tragedy Action

4  

Bhagirathi Mohanty

Horror Tragedy Action

ସତୀ ଦାହ

ସତୀ ଦାହ

8 mins
362

 ପ୍ରବେଶ ଦ୍ବାର ର ବାହାରେ ଡାହାଣ ପଟ କାନ୍ଥରେ ଗୋଟେ ନୋଟିସ ବୋର୍ଡ ଥାଏ।ଆଗନ୍ତୁକ ଭିତର କୁ ପ୍ରବେଶ କରିବା ପୂର୍ବରୁ ନୋଟିସ ବୋର୍ଡ ରେ କ'ଣ ଲେଖା ହୋଇଛି ନ ପଢି,ବାରମ୍ବାର ବେଲ ଚିପିଲେ ବି କେହି ଖୋଲିବେ ନି।ବେଲ ମାରି ମାରି ପରିଶେଷରେ ସେ ଫେରିଯାଏ।ଏମିତି ସଂଖ୍ୟାଧିକ ସମୟ ହେଉଛି ଜାଣି ପାରି,ପରିବାର ର ମୁଖ୍ୟ,ଅବସର ପ୍ରାପ୍ତ ବିଚାରକ ବିନୋଦ ଗେଟ ଜଗୁଆଳି କୁ ନିର୍ଦେଶ ଦେଲେ ଯେ "ମୋ ପାଖରେ ଜରୁରୀ କାମ ଥାଇ ନୋଟିସ ନ ପଢି ପଳେଇ ଯାଉଥିବା ମୋର କେହି ଖାସ ଦୋସ୍ତ ହୋଇପାରେ ,କି ଲିଗାଲ ଏଡଭାଇଜ ନେବା ପାଇଁ କେହି ଆସି ପାରିଥାନ୍ତି ତାଙ୍କୁ ପଚାରିବ । ନୋଟିସ ନିୟମାବଳୀ ଉଲଂଘନ କରୁଥିଲେ ବି ମତେ କଲ୍ କରି ଜଣେଇ ଦେବ।ଆଉ କେହି ଅଲଗା ଲୋକ ହୋଇଥିଲେ ଗେଟ ଖୋଲିବା ବା ପୂର୍ବରୁ ତାକୁ କହିବ,ନୋଟିସ ପଢି ବେଲ୍ ରେ ଆଙ୍ଗୁଳି ଚିପିବ।"
     
କ'ଣ ଲେଖା ହୋଇଥାଏ ନୋଟିସ ବୋର୍ଡ ରେ! ୧- କିଛି କାମ ଅଛି କି ଗପ କରିବାକୁ ଆସିଛ?ଗପ କରିବାକୁ ଆସିଥିଲେ,ବେଲ୍ ଚିପିବ ନି। ୨- ତୁମ ବୟସ କୋଡିଏ ରୁ ତିରିଶ ହୋଇଥିଲେ,ବେଲ୍ ରେ ଆଙ୍ଗୁଠି ମାରିବ ନି। ୩- ଝିଅ କି ପୁଅ ବିଭାଘର ପ୍ରସ୍ତାବ ହୋଇଥିଲେ ଉଲ୍ଲେଖ ଥିବା ଫୋନ୍ ନମ୍ବରେ ରେ ଘରେ ଥାଇ କଲ୍ କରି ପାରିବେ। ୪- କୋର୍ଟ ର କୌଣସି କେଶ ହୋଇଥିଲେ ପାଖରେ ଅତି କମରେ ଦଶ ହଜାର ଟଙ୍କା ଥିବା ଦରକାର। ୫- କ'ଣ ପଚାରିବେ ଗୋଟେ ଧଳା କାଗଜରେ ଲେଖି କରି ଆଣି ଥିବେ। ୬- ହସିବେ ନି, ୭- କାଶି ବେନି ୮- ବେଲ୍ ବାଜି ବାର ଦଶ ମିନିଟ୍ ପରେ ଯଦି ନ ଖୋଲିଲା,ତେବେ ଆପଣଙ୍କ ପୂର୍ବରୁ କେହି ଜଣେ ତାଙ୍କ କେଶ୍ ସମ୍ପର୍କିତ କଥା ହେଉଛନ୍ତି।ତୁରନ୍ତ ପଳେଇ ଯିବେ। ଏତିକି ପଢି ସାରିବା ଘର ବେଳକୁ ଧୈର୍ଯ୍ୟ ବାନ ଲୋକ କିମ୍ବା କେଶ୍ ଟା ଅତି ଜଟିଳ ଅବସ୍ଥା ରେ ଥିବା ଲୋକ ହିଁ ଏ ସବୁ ପଢି ସାରି ତା'ପାଳି ଆସିବାକୁ ପ୍ରତିକ୍ଷା କରିବ।
           ବାହାରେ ବାହାର ଲୋକଙ୍କ ପାଇଁ ନୋଟିସ ବୋର୍ଡ ରେ ନିର୍ଦେଶ ଥାଏ। ପରିବାର ଲୋକଙ୍କ ପାଇଁ ବି ଭିତରେ ଏକ ନୋଟିସ୍ ବୋର୍ଡ ଥାଏ। ସେଥିରେ ଲେଖା ହୋଇ ଥାଏ: ୧- କି କାମ ପାଇଁ ବାହାରକୁ ଯିବ? ୨- କାହାକୁ ଦେଖା କରିବ? ୩- କେତେ ସମୟ ର କାମ? ୪- ସାଙ୍ଗ ଘରକୁ ବୁଲିବାକୁ ଯାଉଛ ,ପୁରୁଷ କି ନାରୀ ( ସର୍ବନିମ୍ନ ୧୦/ ୩୦ ବର୍ଷ ର ଝିଅ ହୋଇଥିଲେ,ପୁଅ ସାଙ୍ଗ ଘରକୁ ଯାଇ ପାରିବନି) ୫- ଆଦିବାସୀ ମେଳା ଦେଖି ବାକୁ ଯାଉଛ,ପୁସ୍ତକ ମେଳା,କି ରବୀନ୍ଦ୍ର ମଣ୍ଡପ; ଅତି ବେଶୀରେ ଦୁଇ ଘଣ୍ଟା ରହି ପାରିବ। ୬- କଲେଜ ଯାଉଥିଲେ ପାଠ ନିର୍ଘଣ୍ଟ ର ଜେରକ୍ସ କପି ବିନୋଦ ଙ୍କ ପାଖରେ ମହଜୁଦ ରହିବ। ୬- ଯୁବତୀ ଟିଏ ଯଦି ସପିଙ୍ଗ ରେ ଯାଉଥାଏ ବାପା ମା',ବଡ ଭାଇ ସାନ ଭାଇ କି ବଡ ମା',ଖୁଡି ସାଙ୍ଗରେ ଥିବେ ୭- ରାତି ଦଶ ପରେ ଆସିଲେ ଆଉ ବେଲ୍ ରେ ହାତ ମାରି ପାରିବନି। ରାତି ସାରା ମଶା ଡାଆଁଶ ରେ ବାହାରେ ଠିଆ ହୋଇ ରହିବ । ଠିଆ ହୋଇ ହୋଇ ଥକି ଗଲେ ସିକ୍ୟୁରିଟି ପାଖରେ ପଡିଥିବା ଚେୟାର ରେ ବସି ବସି ବସି ରାତି କଟେଇବେ।
          ସେମିତି ଘର ର ଚାକର ଚାକରାଣୀ ଙ୍କ ପାଇଁ ନିୟମ: ୧- ଘର କୁ ପଶିବା ପୂର୍ବରୁ ସିକ୍ୟୁରିଟି ପାଖରେ ଥିବା ରେଜିଷ୍ଟର ରେ ଦସ୍ତଖତ କରି ଆସିବ।ଗଲା ବେଳେ ଦସ୍ତଖତ କରି ଯିବ। ୨- ଡେରିରେ ଆସିଲେ ମାସିକ ଦରମାରୁ କଟି ଯିବ। ୩- ସାଦା ସିଧା ଶାଢୀ ପିନ୍ଧି ଆସିବ। ୪- ମୁଖ ବିନ୍ୟାସ କରି ଆସି ପାରିବ ନି। ସେମିତି ରାନ୍ଧୁଣୀ ପାଇଁ ବି ନିୟମ। କେହି କେହି କହୁଥିଲେ ଅବସର ପ୍ରାପ୍ତ ବିଚାରକ ଙ୍କ ଘର ଏକ ଅଦାଲତ। ଜୀବନର ଦୀର୍ଘ ସମୟ ହାକିମ ଥିଲେ। ଅବସର ପରେ ବି ସେଇ ଷ୍ଟାଟସ୍ ଚାହାଁନ୍ତି। ଅବସର ପରେ ବି ତାଙ୍କୁ ସେଇ ମର୍ଯ୍ୟାଦା ମିଳୁ। ସେ ଯେ ଜଣେ ସାଧାରଣ ମଣିଷ ସେ ତାହା ସ୍ବୀକାର କରୁନଥିଲେ। ଅବସର ପ୍ରାପ୍ତ ବିଚାରକ ଙ୍କ ପରିବାର ବଡ ଥିଲା,ଚାରି ପୁଅ ଓ ତିନି ଝିଅ 
        ପୁଅ ବୋହୂ,ଝିଅ,ଯୋଉ ମାନେ ଚାକିରି କରିଥିଲେ, ଅଦାଲତ ପରି ଘର ର ନିୟମ କାନୁନ ସେମାନଙ୍କ ଉପରେ ବି ଲାଗୁ ହେଉ ଥିଲା।ଯଥା÷ ୧- ମାସର ପ୍ରଥମ ତାରିଖ ରେ ( ମାର୍ଚ୍ଚ ମାସ ଛାଡି) ଅନ୍ୟ ଏଗାର ମାସରେ ଟଙ୍କା ଟିଏ ବି ନ କାଟି ପ୍ରାପ୍ତ ଦରମା ପଠେଇ ଦେବେ। ପ୍ରତି ମାସରେ ସମ୍ଭାବ୍ୟ ଖର୍ଚ୍ଚ ର ତାଲିକା ଦେଲେ, ସେ ସେମାନଙ୍କ ଆକାଉଣ୍ଟ କୁ ପୁଣି ପଠେଇ ଦେବେ।ପ୍ରକାଶ ଥାଉ କି; ଉପରି ପଇସା ରୁ ତାଙ୍କର ଟଙ୍କା ଟିଏ ବି ଦରକାର ନାହି‍ଁ। ୨- ଖର୍ଚ୍ଚ ର ହିସାବ ଦେବା ବେଳେ,କେତେ ବୋତଲ ମଦ ପ୍ରତି ମାସରେ ନେଉଛନ୍ତି ତାହା ଯେମିତି ବାଦ ନ ପଡେ। ୩- ଯଦି ମୋବାଇଲ ସର୍ଭିସ ହୋଇଥିବ ଗସ୍ତ କାଳୀନ ବିଲ୍ ପାଇଲେ ତାଙ୍କ ଆକାଉଣ୍ଟ ରେ ଜମା ହେବା ଚାହି। ୪- ନିୟମାବଳୀ ର ଖିଲାପ ରେ କଠିନ ରୁ କଠିନ ତର ଦଣ୍ଡ ମିଳିବ। ୫- ଛୁଟିରେ ଘରକୁ ଆସିବା ସମୟରେ ଯେଉଁ ସବୁ ଗିଫ୍ଟ ଆଇଟମ ଆଣିବେ, ତାଙ୍କୁ ହିସାବ ଦେଲେ ସେ ପଇସା  ପଠେଇ ଦେବେ।
         ଯେଉଁଠି ଯେତେ ବେଶୀ କଡା ଶାସନ ସେଇଠି ଗଳା ବାଟ ବି ସେତିକି ଥାଏ। ଅବସର ପ୍ରାପ୍ତ ବିଚାରକ ବିନୋଦ, ଦରିଆ ପାରି ଚାକିରିଆ ପୁଅ ବୋହୂ ଝିଅ ମାନଙ୍କୁ ଯେତେ ନିୟମ କାନୁନ ଲାଗୁ କଲେବି,ସେ ଗୁଡିକ ଲିଖିତ ଥିଲା ;କାର୍ଯ୍ୟତଃ, ଏହା ଶୂନ୍ୟ ଥିଲା। ସେ ଭୁଲି ଯାଇଥିଲେ,ଅବସର ନେବାପରେ ତାଙ୍କ ଦପ୍ତର ର ଷ୍ଟେନୋ ହେଉ କି ଚପରାସୀ ସମସ୍ତେ ସମାନ।
        "ମୁଁ ଏଡେ ବଡ ମାଜିଷ୍ଟ୍ରେଟ ଥିଲି ମୋ କଥା କେହି ମାନି ବେକି?" ଏହା ଦ୍ବାରା,ସେ ଅବଶିଷ୍ଟ ଜୀବନ ହା ହତାସ ରେ କଟେଇବା ଥୟ। ତାଙ୍କ ସ୍ତ୍ରୀ ଜୀବନ ତମାମ ତାଙ୍କ ହାକିମାତି ସହି ଆସିଛନ୍ତି।
     କିନ୍ତୁ ତାଙ୍କ ଛୁଆମାନେ ? କେତେ ଖୁସିରେ କଟୁ ଥାନ୍ତା ଜୀବନ_ ତାହା ତାଙ୍କ ଭାଗ୍ୟରେ ନାହିଁ କ'ଣ କରିବେ ସେ? ଯୋଉ ଯୋଡାକ ଝିଅ ପୁଅ ଏବେ ତାଙ୍କ ଉପରେ ନିର୍ଭରଶୀଳ,ସେମାନେ ଗୋଟେ ଗୋଟେ ରତ୍ନ। ବାପାଙ୍କ ଡରରେ ଦିନ ରାତି ପରିଶ୍ରମ କରୁଛନ୍ତି,କୋଉଠି ଗୋଟେ ଲାଗି ଯିବା ପାଇଁ। ଚାରିଆଡେ ଗୋଟେ ଡର ଡର ପରିବେଶ।ଖୋଲା ବିଦ୍ରୋହ ଡାକରା ଦେଇ ନ ପାରିଲେ ବି,ଏକ ମୃଦୁ ଗୁଞ୍ଜରଣ ତାଙ୍କ ବିରୁଦ୍ଧରେ । ପୁଅ ଝିଅ ମାନେ ବାପାର ସ୍ନେହ ପାଇ ପାରିଲେନି। ସେମାନଙ୍କର ମନ ହୁଏ ତାଙ୍କ ଉପରେ ଲଦି ପଡନ୍ତେ,ତାଙ୍କ ପାଖରେ ଶୋଇ ରେଜେଇ ର ଉଷୁମ ଟାଣନ୍ତେ,ଏଟା ସେଟା କିଣି ଆଣି ଦିଅ କହି,ହାତ ଟାଣୁ ଥାନ୍ତେ....କେତେ ଖୁସିରେ ରୁହନ୍ତେ....
             ପରିବାର ହେଲା ବିକାଶ ର ପ୍ରାଣ କେନ୍ଦ୍ର_ ଶାସନ କମ ସ୍ନେହ ବେଶୀ ଦେଲେ ପୁଅ ଝିଅ ଭଲ ମଣିଷ ହେବେ। ବିନୋଦ ସାର୍ ଯାହା କହୁଥିଲେ ତା'ର ଓଲଟା କରୁଥିଲା ତାଙ୍କ ରାନ୍ଧୁଣୀ ବବିତା।: ୧- ବିଭିନ୍ନ କଲର ର ଲିପଷ୍ଟିକ ଲଗେଇ ଆସୁଥିଲା। ୨- ଫେସ ପେକ୍ କରୁଥିଲା। ୩- ଆଇ ବ୍ରୋ ରେ ଘଞ୍ଚ କଜ୍ଜଳ ଲଗାଉ ଥିଲା। ୪- ବଲିଉଡ ହିରୋଇନ୍ ପରି କେଶ ବିନ୍ୟାସ କରୁଥିଲା। ୫-  ଡ୍ରେସ କଲର ସହ ମ୍ୟାଚ କରି ଲିପଷ୍ଟିକ,ଆଇ ବ୍ରୋ,ନେଲ ପଲିସ ଲଗାଉ ଥିଲା।
     କେବେ ଠାରୁ ମାଜିଷ୍ଟ୍ରେଟ ବବିତା ଆଡକୁ ଢଳିଲେଣି ,ତା'ର ଦିନ ତାରିଖ ମନେ ନ ରଖିଥିଲେ ବି, ତାଙ୍କ ହୃଦୟ ଭିତରେ ସେ ଏକ ଜାଗା ମାଡି ବସିଥିଲା; ତାହା ସେ ବହୁତ ଦିନ ପରେ ଜାଣିଲା। ସବୁବେଳେ ହାତରେ ଟଙ୍କା ବୁଜୁଳି ଜାବୁଡି ଧରି ଏ କୋଠରି ସେ କୋଠରି ହେଉ ଥିବା ମାଜିଷ୍ଟ୍ରେଟ୍ ବାବୁଙ୍କ ର ମନ ମୋହି ପାରିଛି ବୋଲି ସେ 'ଧିକ ତାକ୍ ଧିକ ତାକ୍' ନାଚି ଯାଉ ଥିଲା। ତାଙ୍କୁ ଏକୁଟିଆ ପାଇଲେ,ତା'ଆଖିର ତୀକ୍ଷଣ ନାରାଚ ରେ ବିଦ୍ଧ କରୁଥିଲା ତାଙ୍କ ହୃଦୟ। ତାଙ୍କ ମୁହଁରେ କ'ଣ ଲାଗିଛି କହି ଗାଲକୁ ଚିପି ଦେଉଥିଲା। ଯଦି ତା'ର ଆସିବାରେ ଡେରି ହେଉଥିଲା,ସେ ଜାଣି ଜାଣି କଲ୍ ଉଠାଉ ନଥିଲା।
          କଲ୍ କରି କରି ବିରକ୍ତ ହୋଇ ଏଇ ଫୋନ୍ ରଖି ଦେବେ,ସେ କିରି କିରି ହୋଇ ହସୁଥିବ ଆଉ କହୁ ଥିବ,"ଆପଣ ମତେ ଏତେ ଭଲ ପାଆନ୍ତି ଯେ ଦଶ ମିନିଟ୍ ରେ ଦଶ ଥର କଲ୍ କରିଛନ୍ତି। ଆପଣ ମୋତେ ଛାଡି ରହି ପାରିବେନି?"
     ତାଙ୍କ ନିଶ୍ବାସ ପ୍ରଶ୍ଵାସ ର ବେଗ ରେ ହୃଦୟ ର ଅସ୍ଥିରତା ବାରି ହୋଇ ପଡୁଥାଏ। ଦାଣ୍ଡ ବଙ୍ଗଳାରେ ଚେୟାର ଟିଏ ରେ ବସିଥିବେ ଟଙ୍କା ବ୍ୟାଗ ଟି ଧରି।ଉଙ୍କି ମାରୁ ଥିବେ ବାହାର କୁ।ମୋଫେଟ୍ ବାଇକ ଶବ୍ଦ ଶୁଣୁ ଶୁଣୁ ଦୌଡି ଯାଉ ଥିବେ କବାଟ ଖୋଲିବାକୁ। ବାଇକ ଟା ପାଶ୍ କରିଗଲେ ମୁହଁ ଟାକୁ ଆମ୍ବିଳା ପରି କରି ଚେୟାର ରେ ବସିଯିବେ। ଏମିତି ଅପେକ୍ଷା କରି କରି ବସି ବସି,ଏଇ ଚେୟାର ଛାଡିବେ, ମୋଫେଟ ବାଇକ ଶବ୍ଦ ଗେଟ୍ ଆଗରେ ବନ୍ଦ ହୋଇ ଯିବ। ମନେ ମନେ କହୁ ଥିବେ,"ଆସିଗଲା ମୋ ....।"
       ଗେଟ କିପର କୁ ଗେଟ ଖୋଲିବାକୁ ନ ଦେଇ ନିଜେ ଖୋଲି ଦେବେ। ସିକ୍ୟୁରିଟି ଭାବୁ ଥିବ ଏଇ କିଛି ଦିନ ହେବ କ'ଣ ହେଇଚି ସାର୍ ଙ୍କ ର.......
         ଜଣେ ପ୍ରାପ୍ତ ବୟସ୍କା ଝିଅ, ଯେ କୌଣସି ବୟସ ର ଜଣେ ପୁରୁଷ ହେଉ ତାକୁ ପଢିବାରେ ଏତେ ଦକ୍ଷ ଯେ,ବୁଝି ଯିବ ତା'ଠାରୁ ସେ କ'ଣ ଚାହୁଁଛି। ପ୍ରେମ ସୁଧା ନିଧି ଙ୍କ ଇଶାରା ତା'ପାଇଁ ଯଥେଷ୍ଟ। ତାଙ୍କ ପଛ ଆଡୁ ଠେଲି ଠେଲି ସେ ତାଙ୍କ ବିଛଣା ବସେଇ ଦେବ ବବିତା। ସୁପ୍ତ ହୋଇ ଆସୁଥିବା ତାଙ୍କ ପୁରୁଷତ୍ବ ଧୀରେ ଧୀରେ ଚେଇଁ ଉଠୁଥିଲା_ ମଳୟ ପରଶ ରେ ଗଛରେ ଫୁଲ ଲଦି ହୋଇ ଆସିବା ପରି। ମାନସିକ ଚାପ ଦୈହିକ ଚାପ କୁ ଦ୍ଵିଗୁଣିତ କରିଦିଏ।ଏବେ ସେ ଚାପ ମୁକ୍ତ ଲାଗୁ ଛନ୍ତି!
        " ବିନୋଦ ଙ୍କ ହସ ଖୁସି ହେବା ପଶ୍ଚାତରେ କ'ଣ କାରଣ ଥାଇପାରେ !?" ନିର୍ଣ୍ଣୟ କରିବାକୁ ଚାହୁଁଥିଲେ ସ୍ତ୍ରୀ ବିନିକା।
          ଝିଅ ପୁଅ ଙ୍କ ପାଇ‍ଁ, ବାପା ଭଲ ହୋଇ ଯାଇଛନ୍ତି,ସେତିକି ସେମାନଙ୍କ ପାଇଁ ଥିଲା ବହୁତ ବେଶୀ ଖୁସି ର କଥା।
           ନୋଟିସ ବୋର୍ଡରେ ଅଳନ୍ଧୁ ଲାଗି ଯାଇଥିଲା। ଝିଅ ପୁଅ ମାନଙ୍କର ଯିବା ଆସିବାରେ କିଛି କଟକଣା ନ ଥିଲା। ସେ ଚାହୁଁ ଥିଲେ କି ପୁଅ ଝିଅ ମାନେ ଯେତେ ସମୟ ବାହାରେ ରୁହନ୍ତୁ ତାଙ୍କ ର ସେତେ ଲାଭ! ବବିତା କାୟା ବିସ୍ତାର କରି ସାରି ଥିଲା ସମଗ୍ର ପରିବାରର ଉପରେ।ସେ ଯାହା କହୁଥିଲା ସେ ସେଇୟା କରୁଥିଲେ।
          ଏକଦା 'ଲେଡିଜ୍ ଲାପତ୍ତା' ଦେଖି ବାକୁ ବାପାଙ୍କ ଠାରୁ ଅନୁମତି ପାଇ ପୁଅ ଝିଅ ମାନେ ଘରୁ ବାହାରି ଯାଇଥିଲେ। ପଡୋଶୀ ଘରକୁ ଜରୁରୀ କାମରେ ଯାଉଥିବା ବାହାନାରେ ,ବବିତା କୁ ରୋଷେଇ କରିବାକୁ ଛାଡି ଦେଇ, ଗେଟ୍ ଖୋଲି ପୁଣି ଗେଟ୍ ବନ୍ଦ କରି ବିନିକାଷ ଲୁଚି ରହିଥିଲେ ଦାଣ୍ଡ ବଙ୍ଗଳା ର ପରଦା ସେ ପାଖରେ।
        ଏଇ ସୁବିଧା ଆଉ ମିଳିବନି ଭାବି ବବିତା ହାତରେ ବ୍ୟାଗ ଟିକୁ ଧରେଇ ଦେଇ          "ଓ ମାଇଁ ଡାର୍ଲିଂ", କହି,ତା'ଦେହରେ ସାପ ପରି ଗୋଡେଇ ଯାଇଥିଲେ। ସେଇ ସମୟରେ ମହାବାତ୍ୟା ପରି ହଠାତ୍ ତାଙ୍କ ଜୀବନ ସାଥୀ ଙ୍କ ରୋଷେଇ ଘରେ ପ୍ରବେଶ, ପରିବେଶ କୁ ଦୋହଲେଇ ଦେଇଥିଲା। ମାଜିଷ୍ଟ୍ରେଟ ବିନୋଦ ଙ୍କ ଦୁଇ ହାତ ଠିକ୍ ସେଇ ସମୟରେ ମୁକ୍ତ ହୋଇ ଆସୁଥିଲା।କୁହାଯିବ ସୁତା ଖିଅ ରେ ବଞ୍ଚି ଯାଇଥିଲେ। କିନ୍ତୁ ଏକ ପ୍ରଶ୍ନ ଚିହ୍ନ ଆଙ୍କି ଦେଇଥିଲେ ଦୁଇ ଜଣ।
          ବବିତା ର କାର୍ଯ୍ୟ କଳାପ ମାଜିଷ୍ଟ୍ରେଟ ଙ୍କ ପୁଅ ଝିଅ ମାନଙ୍କୁ ବାଧ୍ୟ କରୁଥିଲା ତାକୁ ସନ୍ଦେହ କରିବାକୁ। ସେମାନେ ଅନୁଭବ କରୁଥିଲେ ବବିତା ମା'ପରି ସେମାନଙ୍କୁ ଆଦେଶ ଦେଉଛି।
         ସୀମା ଟପି ଯାଇ, ଫର୍ଚ୍ଚା ଦିବାଲୋକରେ ସୁଯୋଗ ପାଇଲେ,ଦି'ଜଣ ମିଶୁ ଥିଲେ। ଅତି ରୁ ଇତି ହେଲା।ବବିତା ର ଅନ୍ତସତ୍ବା ହେବା କାରଣ ପଛରେ ଅବସର ପ୍ରାପ୍ତ ମାଜିଷ୍ଟ୍ରେଟ ଙ୍କୁ ଦାୟୀ କଲା ବବିତା।ଏହା ଚାଞ୍ଚଲ୍ୟ ସୃଷ୍ଟି କଲା ପରିବାର ଭିତରେ। କଥା ଚରି ଗଲା ସାତ ସାଗର ସେପାରି ବିନୋଦ ଙ୍କ ପୁଅ ବୋହୂ ଏବଂ ଝିଅ ଙ୍କ ପାଖକୁ। ମାଜିଷ୍ଟ୍ରେଟ ଙ୍କ ଉନ୍ନତ ଶିର ନିମ୍ନଗାମୀ ହେଲା। ବିଚାର ବିମର୍ଷ ଚାଲିଲା ତ୍ୱରିତ ଗତିରେ ଏହାର ପୂର୍ଣ୍ଣଚ୍ଛେଦ ପକେଇବାକୁ। ତାକୁ ସମସ୍ତେ ଅନୁରୋଧ କଲେ ପାପ ଗର୍ଭ କୁ ନଷ୍ଟ କରିବା ଲାଗି।
      ବବିତା ନିର୍ଭୟ ରେ କହିଲା,"ମୁଁ ମାଜିଷ୍ଟ୍ରେଟ ଙ୍କ ସନ୍ତାନ କୁ ଜନ୍ମ ଦେବି।ମୋ ଜନ୍ମିତ ସନ୍ତାନ କୁ ନ୍ୟାୟ ଦେବି। ଆମ ପରିବାର ତରଫରୁ କିଛି ଅଭି
ଯୋଗ ନାହିଁ।ଆଜି ଠାରୁ ମୁଁ ଏଇଠି ରହିବି।"
        ସମସ୍ତଙ୍କ ମୁଣ୍ଡରେ ବଜ୍ର ପଡିଲା। ବାତାବରଣ ଚୁପ ଚାପ।ଚିନ୍ତା ଗ୍ରସ୍ତ ସମସ୍ତେ। କ'ଣ କରିବେ.....କ'ଣ କରିବେ....ବିଭିନ୍ନ ପ୍ଲାନ କରୁ କରୁ ବଡ ପୁଅ କହିଲା,"ମାରି ଦେବା। ନିଆଁରେ ଜାଳି ଦେବା।"
        ବବିତା କୁ ଗୋଟେ କୋଠରି ରେ ଚାବି ପକେଇ ରଖା ଯାଇ ଥାଏ।କେତେ ଦୋଷୀଙ୍କୁ ଦଣ୍ଡ ଦେଉଥିବା ଅବସର ପ୍ରାପ୍ତ ବିଚାରକ ନିଜେ ଆଜି କାଠ ଗଡା ରେ। ଫାଶୀ ପାଇବାକୁ ଥିବା ଅପରାଧୀ କୁ ତା'ର ଶେଷ ଇଚ୍ଛା ପଚାରନ୍ତି ବିଚାରକ।
         ବବିତାକୁ ବଡ ପୁଅ ସୁନ୍ଦର ପଚାରିଲା,"କହ,ତୁ କ'ଣ ଚାହୁଁ?"
        "ମୁଁ ତୁମ ବାବା ଙ୍କ ର ଦ୍ବିତୀୟ ପତ୍ନୀ ହେବି।"
 ସମସ୍ତଙ୍କୁ ଚାହିଁ ସେ ତା'ର ଶେଷ ନିଷ୍ପତ୍ତି ଶୁଣେଇବା ମୁହୂର୍ତ୍ତରେ ରିଭଲଭରରୁ ବାହାରିଥିବା ଗୁଳି ତା'ମୁଣ୍ଡରେ ଗଳି ବାହାରି ଯାଇଥିଲା।
     ଉପରକୁ ଶିଖା ଟେକି ନିଆଁ ଜଳୁଥିଲା।ଚାରିଆଡେ କବାଟ ଝରକା ବନ୍ଦ ଥିଲା। ସତୀ ବବିତା ଉଗ୍ର ନିଆଁ ଭିତରେ ଦାହ ହେଉ ଥିଲା। ହଠାତ୍ କବାଟ ଭାଙ୍ଗି ପୁଲିସ ପ୍ରବେଶ କରି ସମସ୍ତଙ୍କୁ ଗିରଫ କଲା।ସିକ୍ୟୁରିଟି ସବୁ ଯୋଜନା ର ପର୍ଦ୍ଦା ଫାସ କରି ଥିବାରୁ ତାକୁ ପୁରସ୍କୃତ କରା ଯାଇଥିଲା।
        ଅବସର ପ୍ରାପ୍ତ ବିଚାରକ ଜେଲରେ ଥାଇ "ବବିତା ....ବବିତା...ବବିତା...ନାଁ ଧରି ଆର୍ତ୍ତ ଚିତ୍କାର କରୁଥିଲେ। .........+............


Rate this content
Log in

Similar oriya story from Horror