ଅପହୃତ ସନ୍ତାନ
ଅପହୃତ ସନ୍ତାନ
"ଏ ବାୟାଣୀ ଏଠି କ'ଣ କରୁଚୁ? ଅସୀମ ଆଖିରେ ଅସୁମାରି ସହାନୁଭୂତି । "ମୁଁ ବାୟାଣୀ ନୁହେଁ ଆଜ୍ଞା। ମୁଁ ଗୋଟିଏ ମା'। ମୋ ଛୁଆ(ପୁଅ)ଟା କୁ କିଏ ନେଇ ଯାଇଛି। ମୁଁ ଗାଁ ଗାଁ ବୁଲି ଖୋଜୁଛି।" "ତା'ବାପା କୁ କହୁନ ଖୋଜିବ?" ଦୟାଳୁ ଅସୀମ କହିଲା। "ତା ବାପା କିଏ ମୁଁ ଜାଣେନି।" ବିସ୍ମୟ ର ଚରମ ସୀମା ଟପି ଯାଇଥିଲା ଅସୀମ । "ତୁମର ସେଇ ପୁଅ ଟି ବର୍ଣ୍ଣ ଶଙ୍କର, କି ବିବାହ ପରେ ଜନ୍ମ ହେଇଛି?" "ବିବାହ ପୂର୍ବ ସଂଧ୍ୟାରେ ମୁଁ ଗାଁ ପୋଖରୀ ଲୁଗା ପଖାଳି ବାକୁ ଯାଇ ଥିଲି। ମୁଁ ପୋଖରୀ ରୁ ପାଣି ସର ସର ହୋଇ ହୋଇ ବାହାରିବି,ଏଇ ସମୟ ରେ ଜଣେ ମତେ ପୋଖରୀ ପାଖ ପତଳା ଜଙ୍ଗଲ କୁ ଟାଣି ନେଇ ମୋତେ ଦୁଷ୍କର୍ମ କରିଥିଲା।" "ସେ ତୋର ଜଣା କି ଅଜଣା?" ବିଶଦ ବିବରଣୀ ଚାହୁଁ ଥିଲା ଅସୀମ। " ପ୍ରଥମ ଜଣକୁ ମୁଁ ନଖରେ ଦାନ୍ତରେ କାମୁଡି ରକ୍ତ ବାହାର କରି ଦେଇଥିଲି।ସେ ମୋ ସନ୍ଦେହ ପରିସରରେ।" "କିଏ ସେଇ ଯୁବକ?" ସାର୍ ଧୈର୍ଯ୍ୟର ସହ ଶୁଣନ୍ତୁ।" ଏଇ ସମୟରେ ଆଉ ଜଣେ ଯୁବକ ହୀନ ଉଦେଶ୍ୟ ରଖି ମତେ ଘୋଷାରି ନେବା ବେଳେ ତା'ସହିତ ଘମାଘୋଟ ଲଢେଇ କରି ବି ମତେ ତା'କବଳରୁ ରକ୍ଷା କରି ପାରି ନଥିଲା ପ୍ରଥମ ଦୁଷ୍କର୍ମ କାରୀ।ମୁଁ ଦ୍ବିତୀୟ ବାର ଦୁଷ୍କର୍ମ ର ଶିକାର ହୋଇ ଥିଲି।?" ନାରୀ ସୁରକ୍ଷା ବାହିନୀ ର କର୍ମଠ ଯୁବକ ଏଇ ଝିଅଟିକୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ତା' ପାଖରୁ ଟିକି ନିକି ଖବର ଜାଣି ବାକୁ ଚାହୁଁ ଥିଲା। କାହାଣୀ ପରି ଲାଗୁଥିବା,ଅଥଚ ସତ କହୁଥିବା ସୁଶୀଳା ପୁଣି ଆରମ୍ଭ କଲା "ତାପର ଦିନ ମୋ ବାହାଘର ଥିବାରୁ,ମୁଁ ପୁଲିସ ର ସାହାଯ୍ୟ ନେଇ ନ ଥିଲି।" ପୀଡିତା ସୁଶୀଳା କହିଲା। ଗପ ହେଲେ ବି ସତ କଥା,ବହଳ ରାତିରେ ବୁଢୀମା ଠାରୁ ଶୁଣିଥିବା କାହାଣୀ ଠାରୁ ଏହା କୌଣସି ଗୁଣ ର କମ ନଥିଲା। "ଚା' ଦରକାର?" "ନା, ମୋ ଛୁଆକୁ ନ ପାଇବା ପର୍ଯ୍ୟନ୍ତ ନିହାତି ଦରକାର ନହେଲେ କିଛି ଖାଇବି ନି।ମତେ ସାହାଯ୍ୟ କରିବେ କି କୁହନ୍ତୁ,ତାପର ର ଘଟଣା କହିବି।" ଜବାବ ଚାହିଁଲା ସୁଶୀଳା। "ନିଶ୍ଚୟ। ତମେ ସହିତ ଯାହା ଘଟିଛି ସବୁ ଟିକି ନିକି କୁହ।"
"ବିବାହ ବେଦୀ ରେ ବସିଛି,ନାଲି ପାଟ ଶାଢୀ ଫାଙ୍କ ରୁ ମୁଁ ଦେଖି ଦେଲି ମୋ କାମୁଡା ଦାଗ। ଓଢଣା ଖୋଲି ଦେଇ ମୋ ବର ଦୁଷ୍ମନ୍ତ କୁ ସମସ୍ତ ଙ୍କ ସାମନା ରେ ଗଳା ଧକ୍କା ଦେଇ ,ବର ଯାତ୍ରୀ ମାନଙ୍କୁ ମାରପିଟ କରି ତଡି ଦେବାକୁ ଚାହୁଁଥିବା ମୁଁ ସୁଶୀଳା,ଭାବିଲି, ଏହା କଲେ ଦ୍ବିତୀୟ ଦୁଷ୍କର୍ମ କାରୀ ଧରା ପଡିବ ନି।"
"ବାହାଘର ପରେ ଅଚାନକ ମୋର ମାସିକ ଧର୍ମ ଆରମ୍ଭ ହୋଇ ଯାଇ ଥିବାରୁ,ମୋ ଦୁଷ୍କର୍ମ କାରୀ ସ୍ବାମୀ ଦୁଷ୍ମନ୍ତ ସହିତ ସହବାସ ହୋଇ ପାରି ନ ଥିଲା। ତାପରେ ବି ତାକୁ ମୁଁ ସୁଯୋଗ ଦେଇ ନ ଥିଲି। ସିଏ ବି ଜବରଦସ୍ତ କରୁ ନ ଥିଲା।"
"ଖୁବ ବ୍ୟଥା ଦାୟକ ତୁମ ଜୀବନ। ମୋର ଗୋଟେ ଅନୁରୋଧ ରଖିବ?"
"କ'ଣ କୁହନ୍ତୁ?
"ତୁମେ ମୋ ସାନ ଭଉଣୀ ପରି। ତମେ ଗାଧୁଆ ସାରା ଖାଇ ପିଇ ଆରାମ କର; ମୁଁ ଅଫିସ୍ ରୁ ଜଲଦି ଫେରି ଆସୁଛି। ମୁଁ କଥା ଦେଉଛି ତମ ଛୁଆକୁ ଏବଂ ସ୍ବାମୀ କୁ ତମେ ଫେରି ପାଇବ।"
"ନାଇଁ ସେ ଦୁଷ୍କର୍ମ କାରୀ ମୋ ସ୍ବାମୀ ହୋଇ ପାରିବନି।"ତା'ଆଖି ଯୋଡ଼ିକ ଲାଲ ହୋଇ ଯାଉଥିଲ।ନାକରୁ ଗରମ ନିଶ୍ଵାସ ବାହାରୁ ଥିଲା। କଥା ଦେଇ କଥା ରଖିଥିଲା ଅସୀମ।ଅଳ୍ପ ସମୟ ଭିତରେ ଅଫିସ୍ ରୁ ଫେରି ଆସିଥିଲା।ସୁଶୀଳା ଫ୍ରେସ ହୋଇ,ଖାଇ ପିଇ ପୂର୍ବ ଠାରୁ ସୁସ୍ଥ ଦିଶୁଥିଲା। ଅସୀମ ସାଙ୍ଗରେ ଚା'ପିଉ ପିଉ ସେ କହିଲା,"ଇତି ମଧ୍ୟରେ ମୁଁ ଗର୍ଭବତୀ ସାରି ଥିଲି।କିନ୍ତୁ ମୋ ଶାଶୂ ମୋ ଗର୍ଭରେ ଥିବା ଭ୍ରୁଣ କୁ ସ୍ବୀକାର କରୁ ନ ଥିଲେ। ସେ କୌଣସି ସୁତ୍ର ରୁ ଜାଣି ପାରିଥିଲେ ତାଙ୍କ ପୁଅ ସହିତ ମୋର ଶାରୀରିକ ସଂପର୍କ ନଥିଲା। ଲୁହ ବୋହି ଆସୁଥିଲା,ସୁଶୀଳା ଆଖିରୁ। ସମସ୍ତେ ମିଶି ମତେ ମୋ ଚୁଟି ଧରି ଘରୁ ବାହାର କରି ଦେଇଥିଲି। ମୁଁ ଛାତି ଫଟେଇ କାନ୍ଦୁ ଥିଲେ ବି ଦୁଷ୍ମନ୍ତ ର ପାଟି ରେ ଚାବି ପଡିଥିବା ପରି ଚୁପ ରହି ଥିଲେ।"
"ଶାଶୂ ଘର ଛାଡିବା ପରେ କୋଉଠି କୁ ଗଲ?" ମର୍ମାହତ ଅସୀମ ପଚାରୁ ଥିଲା।
"ମୋର ଶେଷ ଠିକଣା ଥିଲା ମୋ ବାପ ଘର।ମୋ ମା'ଥାଉ ଥାଉ ବାପା ଦ୍ବିତୀୟ ପକ୍ଷ ସ୍ତ୍ରୀ(ରକ୍ଷିତା) ଆଣି ଘର ଟିକୁ ନର୍କ କରିଦେଇ ଥିଲେ। ପୋଡା ଘା' ରେ ଚୂନ ଦେବା ପରି ମତେ କେମିତି ଘରୁ ତଡି ଦେବ ବାପାଙ୍କ ସହ ମିଶି ପ୍ଲାନ କରୁଥିଲେ।ପୁଣି ବାପ ଘରୁ ତଡ଼ା ଖାଇଲି।ବେସାହାରା ହୋଇ ୟା ଓଳି ତା'ଓଳି ହୋଇ,ଭିକାରି ପରି ଏଠି ସେଠି ମାଗି ଖାଇଲି,କେବଳ ମୋ ସନ୍ତାନଟି ପାଇଁ। ନ'ମାସରେ ଗର୍ଭ କଷ୍ଟ ଅନୁଭବ କଲି। ଆଉ ଉପାୟ କିଛି ନ ଥିଲା।ନିଜେ ଯାଇ ହସ୍ପିଟାଲ୍ ରେ ଆଡ଼ମିଶନ ହେଲି। ବିନା ଅସ୍ତ୍ରୋପଚାର ରେ ମା'ହେଲି। ଶିଶୁଟି ମୋ କୁଳରେ ଥାଇ କୁଆଁ କୁଆଁ ହେଉଥିଲା। ମୋ ନୟନ ପିତୁଳା, ଦୁଃଖି ଧନ କୁ ପାଇ ମୁଁ ଅତୀତ ର ଦୁଃଖ,କଷ୍ଟ,ଉତ୍ପୀଡନ କୁ ଭୁଲି ଯାଇଥିଲି।ପୁଅ ଟାକୁ କୋଳରେ ଧରି ମୁଁ କେତେବେଳେ ଶୋଇ ପଡିଛି ଜାଣେନି।ନିଦ ଭାଙ୍ଗିବା ବେଳକୁ ମୋ କୋଳ ଖାଲି।"
ଶର ଆହତ ହରିଣୀ ଟି ପରି ସେ ଭୁଇଁରେ ଗଡି ବୁଲୁଥିଲା। "ତୁମେ ଆଶ୍ବସ୍ତ ରୁହ ତମ ପୁଅ କୁ ତମେ ଫେରି ପାଇବ।ମୁଁ ତମ ପୁଅ ସହ ବାପାକୁ ତମ ପାଖକୁ ଆଣି ଦାଖଲ କରିବି। ବହୁତ ଲୁହ ଗଡାଉଛ। ଦୁଃଖ ସହିଛ। ନିର୍ଯ୍ୟାତନା ପାଉଛ। ଏଣିକି ସୁଖର ଦିନ ଆସୁଛି। ତମେ ଖାଇ ପିଇ ମସ୍ତ ରୁହ। ଏଥର ମୋ କାମ ଆରମ୍ଭ ହେଲା।" ଡାକ୍ତରଖାନା ର ପ୍ରସୂତି ୱାର୍ଡ କୁ ଯାଇ କହିଲା ଅସୀମ,"ମୁଁ ନାରୀ ସୁରକ୍ଷା ବାହିନୀ ପ୍ରେସିଡେଣ୍ଟ।ତୁମ ପ୍ରସୂତୀ ରେଜିଷ୍ଟର ମୋର ଦରକାର।ତିନି ମାସ ତଳର ରେଜିଷ୍ଟର।
" ଅସୀମ ର ଚେହେରା ଦେଖି ମୋଡା ନିଶ ଦେଖି ନର୍ସ ଇରା ଛାନିଆ। ସେ କହିଲ,"ସାର୍, ପ୍ଲିଜ ଅପେକ୍ଷା କରନ୍ତୁ। ଏତେ ନର୍ଭସ ହୋଇ ଯାଇଥିଲା ଯେ ଇରା ତାକୁ ବସିବା ପାଇଁ କହି ନଥିଲା।ଅସୀମ ଚେୟାର ଟିଏ ଟାଣି ଆଣିବାର କଁ ଶବ୍ଦରେ ଜାଣିଲା ଅସୀମ କୁ ସେ ବସିବାକୁ କହି ନି।
"ସରି,ସାର୍।" "ଠିକ ଅଛି।ତମେ ତମ କାମରେ ଲାଗ। ହଁ ସେଇ ଝିଅ ର ନାଁ ସୁଶୀଳା ସାମନ୍ତ ଅଧ ଘଣ୍ଟାଏ ରୁ ବେଶୀ ଲାଗିଥିଲା ତା' ନାଁ ବାହାର କରିବାକୁ।
"ହଁ, ସାର୍ ପାଇଗଲି।" ଭଗବାନଙ୍କୁ ଡାକୁଥିଲା ଇରା।
"ସେ ଦିନ ଡିଉଟିରେ ଥିବା ଷ୍ଟାଫ ଦେଖ।" ଆଦେଶ ଦେବା ଭଙ୍ଗୀ ରେ କହିଲା ଅସୀମ। ସେତେବେଳେ ଯାହାର ଫୋନ୍ ଆସିଲେ ବି ସେ ଉଠାଉ ନଥିଲା ଇରା।
"ଡକ୍ଟର ଥିଲେ ପି.କେ. ସାମନ୍ତରାୟ। ନର୍ସ କବିତା।ଲେବର ରୁମ ର ଗେଟ ରେ ଥିଲା ଅଭୟ।"
"ମତେ ସାହାଯ୍ୟ ଓ ସହଯୋଗ କରିଥିବାରୁ ଧନ୍ୟବାଦ।" "ସାର୍,ଆପଣଙ୍କୁ ମୁଁ ଆଗରୁ ଜାଣେ।ଅସହାୟ ବେଳ ର ବନ୍ଧୁ ଆପଣ।" ସେ ନମସ୍କାର କଲା।
ତାପର ଦିନ ପ୍ରତ୍ୟେକ ଙ୍କୁ ଅଲଗା ଅଲଗା ଡାକି ପ୍ରଶ୍ନ କଲା ଅସୀମ। ସାଙ୍ଗରେ ପୁଲିସ ପୁଲିସ ମୁଖ୍ୟ ଥିଲେ। ସମସ୍ତଙ୍କୁ ଅଲଗା ଅଲଗା ଡାକି ପଚାରିବା ବେଳେ ଡି.ଜି.କହୁଥିଲେ
,"ସତ କହିବ।ନହେଲେ ଘଣା ପେଲିବ।" ଡି.ଜି. ଲକ୍ଷ୍ୟ କରିଥିଲେ ପ୍ରସୂତୀ ୱାର୍ଡ ବାହାରେ କିଏ ଯିବା ଆସିବା କରୁଛି। ଡି. ଜି.ଆଦେଶ ଦେଲେ,"କନେଷ୍ଟବଳ ଯା' ଦେଖ କିଏ ସେ ଯାଉଛି ଆସୁଛି। ତାକୁ ଡାକ।
" ସିଏ ସୁଷମା। ସେ ତାକୁ କନେଷ୍ଟବଳ କୁ ଦେଖି ଦ୍ରୁତ ଗତିରେ ପଳେଇ ଯାଉଥିଲା,ତାକୁ ଡାକି କହିଲା
,"ଏଇ,ସାର୍ ଡାକୁଛନ୍ତି ଆସେ।"
"ନା, ମୁଁ ଯିବିନି। ମୁଁ କ'ଣ କରିଛି କି?"
"ଦେଖିଛୁ ନା ଏଇ ଲାଠି କୁ।" "ତୋ ନାଁ କ'ଣ?"
"ସାର୍, ମୋର କିଛି ଭୁଲ ନାହିଁ ।"
"କନେଷ୍ଟବଳ ତାକୁ ଗିରଫ କର।" ଆଦେଶ ଦେଲେ ଡି.ଜି." "ସାର୍,ମତେ ଛାଡି ଦିଅନ୍ତୁ ମୋର କିଛି ଦୋଷ ନାହିଁ।ସେଇ ଲୋକଟା ମତେ ବନ୍ଧୁକ ଦେଖେଇ ଛୁଆ ଟାକୁ ମା' କୋଳ ରୁ ଛଡେଇ ନେଲା।"
"ତା'ନାଁ?" ଲାଠି ଉଠେଇଲା କନେଷ୍ଟବଳ। "ଆଜ୍ଞା,ସତ କହୁଚି ତା'ନାଁ ମତେ କେହିନଥିଲା। ଚିତା କଟା ଯାଇଥିବା ତା'ହାତରୁ ପଢିଥିଲି,'ଦୁଷ୍ମନ୍ତ'।
ଅସୀମ କହିଲା "ଛାଡ଼ିଦେ ତାକୁ। ସାର୍ ଦୁଷ୍ମନ୍ତ ହେଉଛି ସୁଶୀଳା ର ପତି।ତା'ନିଜ ପୁଅକୁ ସେ ନେଇ ଯାଇଛି। ଆଉ ଜଣକ ଯିଏ ଦ୍ବିତୀୟ ଦୁଷ୍କର୍ମ କାରୀ,ତାକୁ ହୁଏତ ଇଏ ଜାଣି ଥିବ।
ହସି ହସି ଘରେ ପ୍ରବେଶ କରୁ କରୁ ଅସୀମ କହିଲା, "ବୁଝିଲ ସୁଶୀଳା ବାପ ପୁଅ ଏକାଠି ମିଳି ଯିବେ।"
"ଭାଇ ଏ କ'ଣ କହୁଛ!!!" "ଆସନ୍ତା କାଲି ହେବ ମହା ମିଳନ ର ପର୍ବ।ତୁମେ କୁଆଡେ ଯିବ ନି,ଏଇଠି ଥିବ। ଦୁଷ୍ମନ୍ତ ଆସିବ ତମ ଛୁଆକୁ ଧରି।ତାକୁ ଥାନା କୁ ଡକା ଯାଇ ତା' ଡି.ନ.ଏ. ଟେଷ୍ଟ ରିପୋର୍ଟ ପ୍ରସ୍ତୁତ କରା ଯିବ।ଆଜି ଅଚିନ୍ତା ରେ ଶୁ।" ତା ଆର ଦିନ ଥାନା ରେ ପହଞ୍ଚିଲା ଅସୀମ। ଶିଶୁଟିକୁ ଧରି ବସି ଥାଏ ଦୁଷ୍ମନ୍ତ। ଡାକ୍ତର ଡି.ଏନ.ଏ. ରିପୋର୍ଟ ଧରି ଆସି କହିଲେ,"ଦୁଷ୍ମନ୍ତ ହିଁ ଏଇ ଶିଶୁଟିର ବାପା।"
ଦୁଷ୍ମନ୍ତ କୁ ପଚାରି ଅନ୍ୟ ଧର୍ଷଣ କାରୀ ନାଁ ପୁଲିସ ଜାଣି ପାରିଥିଲା। ତା'ନାଁ ରେ ବହୁତ କେଶ। ତା'ର କାମ ଜେଲ ଯିବ ଏବଂ ଆସିବ।ପୁଣି ଚୋରୀ ରାହାଜାନୀ ଆରମ୍ଭ କରିଦେବ।"
କୁନା ବେହେରାକୁ ପୁଲିସ ଅଦାଲତ ପଠେଇ ଦେଲା। ଦୁଷ୍ମନ୍ତ କୁ ନେଇ ଅସୀମ ତାଙ୍କ ଘରକୁ ଆସିଲା। ସେ ସୁଶୀଳା କୁ ଦେଖି,କଇଁ କଇଁ କାନ୍ଦୁ ଥାଏ।ସୁଶୀଳା ପୁଅ ଟିକୁ ତା'ପାଖରୁ ଛଡେଇ ଆଣି କହୁଥାଏ,"ମୋ ଧନକୁ ମୋ ଠାରୁ ଆଉ କେହି ନେଇ ପାରିବେ ନି।" ପତି ପତ୍ନୀ ଦୁଇ ଜଣ ଅସୀମ ର ପାଦ ଛୁଇଁ ଉଠିବା ବେଳେ ସୁଶୀଳା ଅଶ୍ରୁ ଛଳ ଛଳ କଣ୍ଠରେ କହୁଥିଲା,
"ଭାଇ,ତମ ଋଣ ମୁଁ ଆଜୀବନ ଶୁଝି ପାରିବିନି। ମୋ ପୁଅର ଅନ୍ନ ପ୍ରସନ୍ନ କୁ ତମେ ନିଶ୍ଚୟ ଯିବ" ସେ ଦୁଇ ଜଣଙ୍କର ଖୁସି ଦେଖି ଅସୀମ ଭଗବାନଙ୍କୁ ହାତ ଯୋଡି ପ୍ରଣାମ କରୁଥିଲା। ..........+......... ୍
