STORYMIRROR

Bhagirathi Mohanty

Abstract Classics Thriller

4  

Bhagirathi Mohanty

Abstract Classics Thriller

ବିରହ ବେଦନା

ବିରହ ବେଦନା

8 mins
332

ବିରହ ର ତତଲା କଡ଼େଇ ରେ ସିଝୁ ଥିଲା ଗାରିମା।ଫୁଲ ର ବିଛଣାରେ ବଧୂ ବେଶ ରେ ଯୋଉ ପ୍ରିୟତମ କୁ ଅପେକ୍ଷା କରି ବସି ଥାନ୍ତା ସିଏ ଇଏ ନୁହେଁ_ସିଏ ଅନିରୁଦ୍ଧ। ବେଦୀରେ ବସି ଯାହାକୁ ବିଭା ହୋଇଛି,ସେଇ ଅଞ୍ଜନ ଆସି ତା'ଓଢଣା ଖୋଲିବ। ଯାହାକୁ ହୃଦୟ ଓ ଦେହ ଦାନ କରି ସାରିଛି,ଯିଏ ଭାବି ସ୍ବାମୀ କୁ କେବେ ବି ଦେଖିନାହିଁ,ଯାହା ବିଷୟରେ ସେ ସଂପୂର୍ଣ୍ଣ ଅଜ୍ଞ ସେ ତା'ର ସ୍ବାମୀ!
       ପୂର୍ବ ଯୁଗରେ ଏହା ପ୍ରଚଳିତ ଥିଲା ଉଭୟ ପକ୍ଷ ର ଗୁରୁଜନ ମାନେ ଯେଉଁ ନିଷ୍ପତ୍ତି ନିଅନ୍ତି ତାହା ହିଁ କାର୍ଯ୍ୟକାରୀ ହୁଏ ।          କେହି କାହାକୁ ଜାଣିବେନି!କେହି କାହାକୁ ଦେଖି ବେନି! ଛୋଟା,କଣା,କାଲା,ଗେଡା,ଘୁଙ୍ଗା,କେତେ ବୟସ,କିଛି ନିଶାରେ ଅଭ୍ୟସ୍ତ କିମ୍ବା ନପୁଂସକ_ ଯେଉଁଟା ଜାଣିବା ଅତି ଜରୁରୀ ତାହା ବି ତଦନ୍ତ କରିବେନି!! କେହି ଖୋଳ ତାଡ଼ ନି କରି ବିବାହ ମଞ୍ଜୁର କରି ଦିଅନ୍ତି।ଏହା ଦ୍ବାରା ଗୋଟେ ନିରୀହ ଝିଅର ଜୀବନ ଛାରଖାର ହୋଇ ଯାଏ। ଗାରିମା ର ବିବାହ ବି ସେମିତି ଅଚାନକ।ଆଜି ଶପଥ ପାଠ।କାଲି ବିଭାଘର। ଶୁଭ ପରିଣୟ ହେବାର ପୂର୍ବ ଦିନ ଅନିରୁଦ୍ଧ କୁ ସେ ଜଣେ ଇଲା,"ମୋର ବାହାଘର ହେଉଛି?"
      "ତମ ବାପା ମୋ ବାପାଙ୍କୁ କେତେବେଳେ ସାକ୍ଷାତ କଲେ,ଲଗ୍ନ ଧରିଲେ ମୁଁ ତାହା ଜାଣି ପାରିନି କେମିତି!"ତାକୁ ଏହା ଅବିଶ୍ବାସ ଲାଗୁଥିଲା।
      "ବିବାହ ତମ ସାଙ୍ଗରେ ହେଉନି,ହେଉଛି ଅଞ୍ଜନ ସାଙ୍ଗରେ_ସହରର କୋଟିପତି ବିଲଡର ଙ୍କୁ ପୁଅ କୁ ମୁଁ ବେଦୀରେ ବସି ବିଭା ହେବି।"
            ତା' ଭିଜା ଭିଜା ଆଖି ସେ ଅନିରୁଦ୍ଧ କୁ ଦେଖେଇ ପାରି ନ ଥିଲା । ଗାରିମା ର କଥାର ସୁଅ ବନ୍ଧ ବାଡ ମାନୁ ନ ଥିଲା।
       "ଯାହା ପୂର୍ବ ଲିଖିତ ତାହା ହିଁ ହୁଏ।ବଞ୍ଚିବାକୁ ହେଲେ ସାଲିସ କରିବାକୁ ପଡେ।ତୁମେ କିଏ ତୁମ ଭାଗ୍ୟକୁ ବଦଳେଇ ପାରିବ? ମୁଁ ଆଗରୁ କହୁଥିଲି କୋର୍ଟ ରେ ବିଭା ହୋଇ ପଡିବା,ତମେ ରାଜି ହେଲ ନାହିଁ। ଆମେ ଦୁଇ ଜଣ ସାବାଳକ,ଆମକୁ ବିରୋଧ କଲେ,କେହି ଆମର କିଛି କରି ପାରି ନ ଥାନ୍ତେ।"
     " ଆଉ ଜଣେ କିଏ ଫୋନ୍ କଲା। ଗାରିମା କହିଲା,"ରଖୁଛି।"
        ଅନେକ ସମୟରେ ଅବିଶ୍ବାସ ଲାଗିଲେ ବି ଘଟି ଯାଏ।ସମାଜ,ସଂସ୍କୃତି,ପରିବାର, ମଣିଷ ତିଆରି କରିଛି ସ୍ୱଚ୍ଛନ୍ଦରେ ବାସ କରିବା ପାଇଁ। ସେ ଯେଉଁ ନିୟମ କାନୁନ କରିଛି ତାହା ସାମୂହିକ ହିତ ସକାଶେ।ବ୍ୟକ୍ତି ବିଶେଷଙ୍କୁ ଖୁସି କରିବାକୁ ନୁହେଁ। ସେଥିରେ ଯିଏ ବଳିପଡୁଛି ପଡୁ।ସମାଜ ଭିତରେ ରହି ଗଢା ଯାଇଥିବା ନିୟମ ଭଙ୍ଗ କଲେ ତାକୁ କୈଫତ ଦେବାକୁ ହୁଏ। ଅନିରୁଦ୍ଧ ର ମନ ବୁଝୁ କି ନ ବୁଝୁ, ଗାରିମା ଆଉ ଜଣକର। ସେ ଭାବୁଥିଲା ତା'ର ଭାବି ପତ୍ନୀ,ଯିଏ ଅଞ୍ଜନ ନାଁରେ ସିନ୍ଦୂର ପିନ୍ଧି ସାରିଛି,ତାକୁ ଯଦି ସିଏ ବଳପୂର୍ବକ ଲିଭେଇ ଦିଏ,ସେ ବିଧବା ହେବନି,ଯେ ପର୍ଯ୍ୟନ୍ତ ଅଞ୍ଜନ ଜୀବନ ଦୀପ ଲିଭି ନି,ଯେ ପର୍ଯ୍ୟନ୍ତ ବିବାହ ବିଚ୍ଛେଦ ହୋଇ ନି। ଅନିରୁଦ୍ଧ ସବୁ ଜାଣିବି ଆଉ କାହା ହାତ ଧରିବନି ଏହି ନିଷ୍ପତ୍ତି ରେ ଅଟଳ ରହି, ଗାରିମା କୁ ଫେରି ପାଇବାର ଯୋଜନା କରୁଥିଲା। ଗାରିମା ଭାବୁଥିଲା;ଦେହ,ମନ,ଓ ଆତ୍ମା ଜଣକୁ ଦେଇ ସାରିବା ପରେ,ସେ ଅନ୍ୟ କାହାକୁ ଦେଲେ ତାହା ନିଶ୍ଚୟ ପାପ।ଯଦି ଅଞ୍ଜନ ପୂର୍ବାପର ସମ୍ପର୍କ କୁ ବିଚାର କୁ ନ ନେଇ ତାକୁ ବାହା ହୋଇ ପଡିଲେ ସେଥିପାଇଁ ସେ ଦାୟୀ।ଏବେ ସମୟ ବଦଳିଛି।ଭାରତ ର ସତୀ ପ୍ରଥା ବନ୍ଦ ହୋଇ ସାରିଛି। ନାରୀ ସ୍ୱତନ୍ତ୍ରତା ଏବଂ ସ୍ବାଧୀନତା ର ଅପବ୍ୟବହାର ଯୋଗୁଁ ,ବିବାହର ପବିତ୍ରତା ଆଉ ନାହିଁ। ଜଣକୁ ମନ,ଆଉ ଜଣକୁ ଆତ୍ମା,ପରିଶେଷରେ ଆଉ କାହାକୁ ଦେହ ବି ଦେଇ ଦେଉଛି।ସମସ୍ତେ ଆତଙ୍କିତ_ଝିଅ ଚାକିରି କଲେ,ଯଦି କେବେ ଛାଡ ପତ୍ର ପ୍ରଶ୍ନ ଉଠେ ସେମାନଙ୍କୁ ଆଉ ଚିନ୍ତା କରିବାକୁ ପଡିବ ନାହିଁ। ଗାରିମା ବଦ୍ଧ ପରିକର ଯେ ଅଞ୍ଜନ କୁ ତା'ଦେହ କ୍ଷୁଧା ମେଣ୍ଟେଇବାକୁ ଦେବ ନି।ସେ ଚେଷ୍ଟା କରିବ ତାକୁ ଯେମିତି ହେଲେ ପ୍ରତିହତ କରିବାକୁ। ବିଭିନ୍ନ ବାହାନାରେ ତା' ଦେହ ସ୍ପର୍ଶ କରିବାକୁ ଦେଉ ନଥିଲା ଗାରିମା। ଜି.ଜି.ଏଲ. ପରି ବଡ ବଡ ଶିଳ୍ପ ସଂସ୍ଥା ର ଦାୟିତ୍ବ ରେ ଥିବା ଅଞ୍ଜନ ସବୁବେଳେ ଅନ୍ୟ ମନସ୍କ ରହୁ ଥିବାରୁ ଠିକରେ କାର ଡ୍ରାଇଭ୍ କରି ପାରୁ ନଥିଲା। ସୁତା ର ବ୍ୟବଧାନରେ ସେ ଅନେକ ଥର ବଞ୍ଚି ଯାଇଛି।
      "ଅଭିଜ୍ଞ ଡ୍ରାଇଭର ଆବଶ୍ୟକ" ଖବର କାଗଜରେ ବିଜ୍ଞାପନ ଦେଇଥିଲା ସେ। ସେ ଦିନ ରାତିରେ ଅନିରୁଦ୍ଧ ତାକୁ ଫୋନ୍ କଲା।ଏମିତିରେ ତ ସମୟ ସୁବିଧା ପାଇଲେ ପରସ୍ପର କଥା ହୁଅନ୍ତି। କିନ୍ତୁ ଅନିରୁଦ୍ଧ ସେ ଦିନ ଏତେ ଖୁସି ଥିଲା ଯେ ଏମିତି କେବେ ସେ ଖୁସି ହୋଇ ଥିଲା,ଗାରିମା ମନେ ପକାଇ ପାରୁ ନଥିଲା।
       "ଆଜି ଏତେ ଖୁସି କାହିଁକି! ଶୋଇ ନ କି?"
      "ତମେ ବିଭା ହେବା ପରେ ମୋ ଆଖିରେ ନିଦ ନାହିଁ।ଆଜି କିନ୍ତୁ ସବୁ ନିଦ ଯାକ ମୋତେ ମାଡି ବସିବେ।"
     ତା'ଖୁସି ଅବର୍ଣ୍ଣନୀୟ।
         "କୁହ,କ'ଣ ପାଇଁ ଏତେ ଖୁସି?"
    "ତମ କୁ ପାଇବି ବୋଲି,ହା....ହା....ହା.....
      "ମୋ ବିରହ ବେଦନା ତମେ ଆହୁରି ବଢେଇ ଦେଉଛ। କୁହନା....?" ଅଭିମାନିନୀ ଗାରିମା ପଚାରୁ ଥିଲା।
       "ମୁଁ ତମ ଟୟୋଟା ର ଡ୍ରାଇଭର ହେବି।ତମ ବାବୁ ବିଜ୍ଞାପନ ଦେଇଥିଲେ ପେପର ରେ।କେତେ ଯେ ଖୁସି ମୁଁ।" ତା' କଥା ହିଁ ଜଣେଇ ଦେଉଥିଲା କେତେ ଖୁସି ସେ।
    "ଏତେ ବଡ ଚାକିରି,ଏତେ ଦରମା କୁ ତୁଚ୍ଛ କରି ତମେ ଅଞ୍ଜନ ଙ୍କ ଗାଡି ଡ୍ରାଇଭ୍ କରିବ!!!" ବିସ୍ମୟାନନ୍ଦ ରେ ତା' କଣ୍ଠ ଥରି ଉଠୁଥିଲା।
    "ତମକୁ ପାଇବାକୁ ମୁଁ ଯୋଗୀ ହୋଇ କେନ୍ଦେରା ବଜେଇ ପାରେ। ମୁଁ ନିଜେ ବଞ୍ଚିବା ପାଇଁ ଯେତେ କମ ଦରମା ହେଲେବି ଚଳେଇ ନେବି।" ପ୍ରଗ୍ଳଭ ହୋଇ ପଡୁଥିଲା ଅନୁରୁଦ୍ଧ।
       "ପରକୀୟା ପ୍ରୀତି ର କୁ ପରିଣାମ ଜାଣିଛ? ଏଠାକୁ ତମେ ଆସିବ ନି।" ଅତି ନିଜର ପରି ଆଦେଶ ଦେଉଥିଲା ଗରିମା।
       "ତମେ ମତେ ଥରେ କ'ଣ କହିଥିଲ ମନେ ଅଛି?" ରହସ୍ୟ ମୟ ଲାଗୁଥିଲା ସେ।
    "ମନେ ନାହିଁ କୁହ?"
   ତା'ଛାତିର ନିଶ୍ଵାସ କେତେ କ୍ଷଣ ଅଟକି ଯାଇଥିଲା।
      "କହିଥିଲ ତମର ପ୍ରଥମ ସନ୍ତାନ ମୋ ଔରଷ ରୁ ହେବ।" ହଠାତ ସବୁ ସୁର୍ଯ୍ୟ,ଚନ୍ଦ୍ର, ତାରକା ପୁଞ୍ଜ ନିଷ୍ପ୍ରଭ ହେବା ପରି ଲାଗୁ ଥିଲା ତାକୁ।
     ସେ ଚିତ୍କାର କରୁ ଥିଲା "ନା....ମୁଁ ଏ କଥା କହି ନ ଥିବି....।"
   ମୁଣ୍ଡ ଧରି ବସି ପଡିଲା ସେ।
         ପ୍ରାୟ ସପ୍ତାହେ ହେବ ଗାରିମା ଅନିରୁଦ୍ଧ କୁ ଫୋନ୍ କରିନଥିଲା।ଅନିରୁଦ୍ଧ ର ଗୁଡାଏ ମିସ୍ କଲ ଦେଖିବି ସେ ଉତ୍ତର ଦେଇ ନଥିଲା। ଦିନ ପରେ ରାତି,ରାତି ପରେ ଦିନ ବିତି ଯାଉଥିଲା। ନା ତାକୁ ଭୋକ ଥିଲା ନା ନିଦ। ସତରେ କ'ଣ ସେ ଅନିରୁଦ୍ଧ କୁ ଏମିତି ଜଘନ୍ୟ କଥା କହିଥିଲା। ସେତେବେଳେ ସେ ଚେତନ ରେ କି ଅଚେତନ ରେ ଥିଲା! ସେଥିପାଇଁ ସେ କ୍ଷମା ମାଗିବ !!
       ସମୟ ସମସ୍ତଙ୍କୁ ସବୁବେଳେ ଖୁସିରେ ରଖେ ନି।କ'ଣ କରିବ,କ'ଣ ନ କରିବ ଚିନ୍ତା କରୁ କରୁ , ଅନିରୁଦ୍ଧ ଆସି କେତେବେଳେ ଡୋର ବେଲ୍ ବଜେଇ ଲାଣି। ଗାରିମା କିଛି କହିବା ଆଗରୁ ସେ ବ୍ୟାଗ ଟାକୁ ତଳେ ଥୋଇ ହସି ହସି କହିଲା,"ମୁଁ ଆସିଗଲି। ସାର୍ ଙ୍କୁ ଦେଖା କରି ଆସିଛି।ଆଜି ଠାରୁ ଡିଉଟି ଆରମ୍ଭ। ବ୍ୟାଗ ଟା କୋଉଠି ରଖିବି?" କିଛି ନ କହି ଇଶାରା ରେ ସେ ଗୋଟେ ଛୋଟ ରୁମ୍ ଆଡକୁ ଆଙ୍ଗୁଠି  ବଢେଇ ଦେଇଥିଲା।
       "ଆସୁଛି," କହି ସେ ନିମିଷକ ଭିତରେ କାର୍  ଚଳେଇ ପଳେଇ ଯାଇଥିଲା। 
            ଅଞ୍ଜନ,ଅନିରୁଦ୍ଧ ପରି ଦୁଇ ନିଷ୍ପେସିତ ମଣିଷ ଙ୍କୁ ସେ ଶାନ୍ତିରେ ଶୋଇବାକୁ ଦେଉନଥିଲା। ସେଇଥି ଯୋଗୁଁ ସେ ନିଜେ ଅନୁ ଶୋଚନା ରେ ଦଗ୍ଧିଭୂତ ହେଉଥିଲା । ଏମିତି କ'ଣ ସମୟ ଆସିବ ନି ଦୁଇ ଅଗ୍ନି ଗିରି ହଠାତ ଉଦ୍ଗିରଣ ହେବେ! ବିବାହ ପରେ ଜଣେ ନାରୀକୁ ନିର୍ଦ୍ଦିଷ୍ଟ ସୀମାରେଖା ଭିତରେ ରହିବାକୁ ହୁଏ। ସେଥିଲାଗି ବୋଧେ ଅନିରୁଦ୍ଧ କୁ ଏକୁଟିଆ ପାଇ ବି କଥା ହେଉ ନଥିଲା ଗରିମା।
       ଅନିରୁଦ୍ଧ ଏକୁଟିଆ ସେଇ ରୁଦ୍ଧ କୋଠରି ଭିତରେ  ଛଟ ପଟ ହେଉ ଥିଲା। ଏତେ ବଡ ଚାକିରି,ଏତେ ଦରମା ର ମୋହ ଛାଡି ଦେଇ ସେ ଯାହା ଲାଗି ଏଠାକୁ ଆସିଛି ,ମାସେ ବିତି ଗଲାଣି ତା' ସାଙ୍ଗରେ ପଦେ କଥା ହେଇନି। ବିବାହ ର ବର୍ଷ ଟିଏ ବି ହୋଇନି,ଜଣେ ଏତେ ବଦଳି ପାରେ! ବଦଳି ଯାଇଛି କି ପାରିପାର୍ଶିକ ପରିସ୍ଥିତି ତାକୁ ବଦଳେଇ ଦେଇଛି! ଆଉ କିଛି ଦିନ ଅପେକ୍ଷା କରିବା ଉଚିତ।
        ଗାଡି କୁ ଆଉ ବିଶ୍ରାମ ମିଳୁ ନ ଥିଲା,ତତ୍ ସହିତ ଅନିରୁଦ୍ଧ କୁ। ଅଞ୍ଜନ ଅଧିକାଂଶ ସମୟ ନୂଆ ନୂଆ ଜାଗାରେ ପେଟ୍ରୋଲ ପମ୍ପ ଖୋଲୁ ଥିବାରୁ ବେଶୀ ରାତି ହୋଇଗଲେ ନିକଟସ୍ତ ଭଡା ଘରେ ରାତି କଟାଏ। ଅନିରୁଦ୍ଧ ଗାଡିରେ ଶୋଇପଡେ। ଏଠାକୁ ଆସିବା ପୂର୍ବରୁ ସେ ଥ୍ରି ଷ୍ଟାର ହୋଟେଲ ରେ ଶୁଏ,ତା' ଡ୍ରାଇଭର ଗାଡିରେ ଶୁଏ। କେତେବେଳେ ଘୋଡା ଉପରେ ଗାଡି,ଆଉ କେତେବେଳେ ଗାଡି ଉପରେ ଘୋଡା। ମାସରେ ଯୋଉ କେତେ ଦିନ ତା'ର ଛୋଟ କୋଠରି ରେ ଶୁଏ,ପ୍ରକୃତରେ ଚେଇଁ ଶୋଇ ଥାଏ ।କାନ ପତାଇ ଶୁଣେ ଗାରିମା ଡାକୁଛି କି! ମନକୁ ବୁଝାଏ ସେ କାହିଁକି ଡାକିବ,ଇଏ ତା'ର କିଏ କି! ଅନେକ ସମୟରେ ବିଛଣା ରେ ଗଡ ପଡ ନହୋଇ,ବାହାରକୁ ଆସି ଗଭୀର ରାତିରେ ବାହାର କୁ ଆସି ତାରକିତ ଆକାଶ କୁ ଚାହିଁ ରହେ। ଶିଶୁଟି ଏ ଥିବାବେଳେ ତା'ମା' ମରି ଯାଇଥିଲେ।ସେ ତା'ର ସାବତ ମା' କୁ ପଚାରେ,"ମୋ ବୋଉ କୋଉଠି ଅଛି?" ଆକାଶ କୁ ହାତ ଠାରି ସେ କୁହନ୍ତି,"ଏଇ ତାରା ଭିତରେ ସେ ଅଛି।"
       ଏମିତି ବାର କି ଗୋଟେ ବାଜି ଥିବ,ସେ ବାହାରେ ବୁଲୁଥାଏ।
    ନିଝୁମ ରାତିରେ ସେ ବାହାରେ ବୁଲୁ ବୁଲୁ ଘର ର ମୁଖ୍ୟ ଦ୍ବାର କେଁ କରି ଖୋଲି ଯିବାର ଶୁଣିଲା। ଚାହିଁଲା ଜଣେ କିଏ ପାହାଚ ରେ ତଳକୁ ଆସୁଛି। ସେ ତା'ର ନିକଟତର ହେବାବେଳେ ଦେଖି କାବା ହୋଇ ଗଲା ଗାରିମା ତା ଆଡକୁ ଆସୁଛି।
        "ତୁମେ!ରାଣୀ ହଂସ ପୁରରେ ନିଦ ହେଲାନି କି?" ଟିକେ ଟିକେ ପରିହାସ,କରୁ ଥିଲା ଅନିରୁଦ୍ଧ।
     "ସେ ବାଜେ କଥା କୁହ ନାହିଁ।ଶୁଣ, ତମେ ମୋ ପ୍ରଥମ ପୁରୁଷ ଯିଏ ମୋର ସର୍ବସ୍ବ ଲୁଣ୍ଠନ କରି ସାରିଛ। ମୁଁ ଅଞ୍ଜନ ଙ୍କ ର ହେଇ ପାରିବିନି। ତାଙ୍କୁ ମିଛ ପ୍ରେମ କରି ପାରିବିନି। ଚାଲ... ପଳେଇ....
 "ନା,ମୁଁ ଏତେ ଭୀରୁ ନୁହେଁ ଯେ ଜଣକର ସ୍ତ୍ରୀ କୁ ଅପହରଣ କରି ନେଇ ପଳେଇ ଯିବି। ତମକୁ ଅନୁରୋଧ ତମେ ଅଞ୍ଜନ ସହ ଏକାକାର ହୋଇ ଯାଅ। ହୋଇ ଯାଅ ତାଙ୍କ ସନ୍ତାନ ର ଜନନୀ।"
       କଥୋପକଥନ ର ଅନ୍ତ ଘଟିଥିଲା ।
             ଜଣେ କିଏ ପଚାରୁଥିଲା,"ଏତେ ରାତିରେ କିଏ,କାହିଁକି ଦ୍ବାର ଖୋଲା ରଖିଛି?" ଭିତରକୁ ଯାଉ ଯାଉ ଗାରିମା ଧରା ପଡି ଯାଇ ବି,ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚି ଯାଇ ଥିଲା।
       ସେ ବଡ ନଣନ୍ଦ କୁ କହିଲା,"ଇଏ ଡେରି ରେ ଆସିଥିଲେ,ଦ୍ବାର ବନ୍ଦ କରିବାକୁ ଭୁଲି ଯାଇ ଥିବେ ଭାବି ଆସି ଦେଖେତ ଦ୍ବାର ଖୋଲା।" ସଫେଇ ଦେଉଥିଲା ସେ।  
          "ତୁ ବାହାରେ କ'ଣ କରୁଛୁ?"
ସନ୍ଦେହ ଘେର ରେ ଗାରିମା।
     "କବାଟ ବନ୍ଦ କରୁ କରୁ ମନେ ପଡିଲା ଗେଟ ବନ୍ଦ ଅଛି କି ନାହିଁ। ଆସି ଦେଖେ ଗେଟ୍ ଖୋଲା। ଗେଟ ଚାବି ପକେଇ   ଘର ଭିତରକୁ ପଶୁ ଥିଲି ଆପଣ ଆସିଗଲେ।"
      ପାର ଅପା ଙ୍କ ଦୃଷ୍ଟିରେ ପଡିଗଲା ଡ୍ରାଇଭର ଅନିରୁଦ୍ଧ, ବାହାରେ ଠିଆ ହୋଇଛି।
       "ତୁ ଏଠି ଯେ?"ସବୁ ପ୍ରହେଳିକା ପରି ଲାଗୁଥିଲା ପାର ଅପା ଙ୍କୁ।
      "ବାହାରେ ବୁଲା ବୁଲି କରୁଥିଲି।" ତା' ପାଟିରୁ କଥା ଅଟକି ଅଟକି ବାହାରୁ ଥିଲା।
        ଏତିକିରେ ସେ ରାତିରେ ଯବନିକା ପଡ଼ିଥିଲେ ବି ପାର ଅପା ସଂଶୟ ମୁକ୍ତ ହୋଇ ପାରି ନ ଥିଲେ। ତାପରେ ପ୍ରେମୀ ଯୁଗଳ ଆଉ  ରାତିରେ ମିଶୁ ନଥିଲେ। ବାହାରେ କାମ ନ ଥିବା ବେଳେ, ଅନିରୁଦ୍ଧ ଅଞ୍ଜନ କୁ ତା' କାର୍ଯ୍ୟାଳୟ ରେ ଛାଡି ଗାରିମା ସହ ଅନ୍ତରଙ୍ଗ ମୁହୂର୍ତ୍ତ କଟେଇବା କୁ ଘରକୁ ପଳେଇ ଆସୁଥିଲା।ସେତେବେଳେ ପାର ଅପା ଅଧ୍ୟାପନା କରିବାକୁ କଲେଜ ଚାଲି ଯାଉଥିଲେ। ଗୋଟାଏ ଦିନ, କଲେଜ ରୁ ଜଲଦି ଫେରି ଆସି କବାଟ ଖୋଲି ଆସି ଦେଖନ୍ତି ଡ୍ରାଇଭର ଅନିରୁଦ୍ଧ ଓ ଗରିମା ଅନ୍ତରଙ୍ଗ ଆଳାପରେ ବ୍ୟସ୍ତ। କବାଟ ଖୋଲା ମେଲା ଅଛି ସେଥିକୁ ଖାତିର ନାହିଁ।
        ପାର ଅପା ଙ୍କୁ ସନ୍ତୋଷ ଜନକ ଉତ୍ତର ଦେଇ ନ ପାରି ନ ଥିଲେ କେହି। ବାହାଘର ର ଦ୍ବିତୀୟ ବର୍ଷ ଗର୍ଭବତୀ ହୋଇ ଥିଲା ଗାରିମା। ଗାରିମା ଓ ଅନିରୁଦ୍ଧ ପାର ଅପା ଙ୍କ ଅବିଶ୍ବାସ ବଳୟ ରେ। ଯିଏ ଧରଣୀ ଛୁଇଁବ ଛୁଇଁବ ହେଉଛି ତା'ର ପ୍ରକୃତ ବାପ କିଏ!
        ସାନ ଭାଇ ଅଞ୍ଜନ ସହିତ ପ୍ରଥମ ଥର ଏପରି ଏକ ସମ୍ବେଦନଶୀଳ ବିଷୟ ରେ ସେ ଆଲୋଚନା କରିବା ବେଳେ ପଚାରିଲା ପାର ଅପା,"ଗାରିମା ବିଷୟରେ କିଛି କହିବୁ?
       "ଆଜି ର ସମାଜ ର ଝିଅ ସେ। ପୂର୍ବର ସତୀ ସାବିତ୍ରୀ ନୁହେଁ। ତିରିଶ ବର୍ଷ ବୟସ୍କା ଝିଅ ଟିଏ, ତେର ବର୍ଷ ର ବାଳିକା ନୁହେଁ। ଗାଁ ଦେଖି ନ ଥିବ। ସହର ଜଳ ବାୟୁ ସହିତ ଓତଃପ୍ରୋତ ଭାବରେ ଜଡିତ। ତା'ର ପ୍ରେମିକ ସଂଖ୍ୟା କେତେ ଥିବେ ଜାଣିବା ଅନାବଶ୍ୟକ।"ବୁଦ୍ଧିଜୀବି ପରି ଉତ୍ତର ରଖିଲା ସେ।
       "ଗାରିମା ଯେଉଁ ଶିଶୁ କୁ ଜନ୍ମ ଦେବ ସିଏ... ।" ତା'ପଚାରିବାର ଅର୍ଥ ବୁଝି ପାରିଥିଲା ଅଞ୍ଜନ।
     "ହଁ, ସେଇଟା ମୋର ନୁହେଁ। ବିବାହ ପରେ ତା' ସହିତ ମୋର ଶାରୀରିକ ସଂପର୍କ ନାହିଁ। ସ୍ବାମୀ ର ଅଧିକାର ତା'ଉପରେ ମୁଁ ଜାହିର କରି ନି। ମୁଁ ନିଶ୍ଚିତ ଥିଲି,ତା'ଜୀବନରେ ମୁଁ ପ୍ରଥମ ପୁରୁଷ ନୁହେଁ।" ଅନ୍ତର ଥରି ଉତ୍ତର ବାହାରି ଆସୁଥିଲା।
   "ଅନିରୁଦ୍ଧ ଡ୍ରାଇଭର କଥା କ'ଣ କହିବୁ?" ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥିଲେ ପାର ଅପା
         "ସେ ଖୁବ ଉଚ୍ଚ ଶିକ୍ଷିତ।ଚାକିରି କରିଥିଲା ଏକ ନାମୀ ଦାମୀ କମ୍ପାନୀରେ।ଭଲ ଦରମା ବି ପାଉଥିଲା। ତା'ପ୍ରେମିକା ଗାରିମା କୁ ସେ ବହୁତ ଭଲ ପାଏ। ଗାରିମା ର ମୋ ସହିତ ବିବାହ ଏତେ ଅଚାନକ ଥିଲା ଯେ ସେ ଜାଣିବା ବେଳକୁ ସେ ମୋ ର ସ୍ତ୍ରୀ ହୋଇ ସାରିଲାଣି।ପାଗଳ ପ୍ରେମିକ ଅନିରୁଦ୍ଧ ର ତ୍ୟାଗ ବିରଳ। ସବୁ ଜାଣିଲା ପରେ ବି ମୁଁ ତାକୁ ରାଗି ନି କି, ଖରାପ ଭାବି ନି। ଚାହିଁ ଥିଲେ ତା'ଶବର ପତ୍ତା ବି କେହି ପାଇଥାନ୍ତେ ନାହିଁ; 'ଆପଣା ସୁନା ତ ଭେଣ୍ଡି'।"
          "ତୋର ଶେଷ ନିଷ୍ପତି ଶୁଣାଇ ବୁ?" ପାର ଅପା ପଚାରିଲେ।
      "ଆଉ କେତେ ଟା ଦିନ ରହିଲା କି?ମା'ଛୁଆ କୁ ତା' ବାପାକୁ ହସ୍ତ ଗତ କରିଦେବି।" ତା'ନିଶ୍ଵାସ ରେ ଝାଞ୍ଜି ବହୁଥିଲା।
       ଅଞ୍ଜନ ଯାହା କହିଥିଲା ତାହା କଲା। ଶିଶୁଟିକୁ ଅନିରୁଦ୍ଧ ହାତ କୁ ବଢେଇ ଦେବା ବେଳେ ସେ ଆଶୀର୍ବାଦ କରି କହିଲା,"ସୁଖୀ ରୁହ।"
     ଗାରିମା କାନ୍ଦି କାନ୍ଦି ମେଦିନୀ କମ୍ପାଉ ଥିଲା। ଭିତର ଆଡୁ କବାଟ ବନ୍ଦ କରି ଛୋଟ ପିଲାଟିଏ ପରି କଇଁ କଇଁ କାନ୍ଦି କାନ୍ଦି କାନ୍ଥରେ ମୁଣ୍ଡ ପିଟି ପିଟି ବେହୋସ ହୋଇ ଯାଇଥିଲା ଅଞ୍ଜନ।
.........+.........


Rate this content
Log in

Similar oriya story from Abstract