STORYMIRROR

Bhagirathi Mohanty

Abstract Inspirational Others

3  

Bhagirathi Mohanty

Abstract Inspirational Others

ଯାହା ପାଇଁ ଯିଏ

ଯାହା ପାଇଁ ଯିଏ

6 mins
150

 ମୁଦି ପିନ୍ଧା ଥିଲା ବିବାହ ର ଚତୁର୍ଥ ପର୍ଯ୍ୟାୟ। ବେଦୀରେ ବିବାହ ବିବାହ ଅନ୍ତିମ ପର୍ଯ୍ୟାୟ। ଆଉ ବିବାହ ର ଅନ୍ତରାୟ କିଛି ନାହିଁ,ଏହା ନିଶ୍ଚିତ ହୋଇ ଯିବା ଦିନ ଠାରୁ, ଅତି ଖୁସିରେ ଦିନର ଦୁଇଥର ବୋହୂ ବେଶ ହୋଇ ବସି ରହେ ତନୁଜା।
        କାର୍ତ୍ତିକ ପ୍ରଧାନ ଙ୍କ ଘର ପାଖ ରାସ୍ତାରେ ଯେଉଁ ମାନେ ଯିବା ଆସିବା କରନ୍ତି ସେମାନେ ଯଦି ତାଙ୍କ ଘର ଭିତରକୁ ଚାହାଁନ୍ତି ଦେଖିବେ ଜଣେ ସୁନ୍ଦରୀ, ବୋହୂ ବେଶ ହୋଇ ବସିଛି। ତା'ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କଲେ ଜାଣି ପାରିବେ ଆଗାମୀ ଦିନ ଶୁଭ ପରିଣୟ ପାଇଁ କେତେ ଆତ୍ମ ବିଭୋର ସେ! ବ୍ରଜ କୁମାର ଯିଏ ତନୁଜା ସହ ପି.ଜି.କରୁଥିଲା ଏବଂ ଆଦ୍ୟ ଯୌବନ ରେ ତା'ମନକୁ ଜିତି ନେଇଥିଲା ଏବଂ ତା'ର ବିଶ୍ଵାସ ରେ ଧୋକା ଦେଇଥିଲା ସେଇ  ଝିଅ ତନୁଜା ର ବିବାହ  ବାଗ ଦାତା ଜିତେନ୍ଦ୍ର ସହ କରିବାକୁ ଦେଉ ନ ଥିଲା ବ୍ରଜ କୁମାର। ପାଚେରି ପରି ତା'ରାସ୍ତାରେ ଛିଡା ହେଉ ଥିଲା ସେ।
      କାର୍ତ୍ତିକ ବାବୁଙ୍କ ପୁଅ ,ଝିଅ ମାନେ ଖୁବ ଉଚ୍ଚ ଶିକ୍ଷିତ ଏବଂ ବିଦେଶ ରେ ଚାକିରି କରନ୍ତି।ବଡ ପୁଅ ମହେଶ ଦୁବାଇ ର ଚାକିରି କରେ। ମଝିଆଁ ପୁଅ ୟୁ.ଏସ.ଏସ.ଆର.,ସାନ ପୁଅ ଲଣ୍ଡନ,ଦୁଇ ଝିଅ ଲିଲି,ମିଲି ସିଙ୍ଗାପୁର। ବ୍ରଜ କୁମାର ଏପରି ପରିସ୍ଥିତି ସୃଷ୍ଟି କରିଥିଲା ଯେ ବାଧ୍ୟ ହୋଇ ଜିତେନ୍ଦ୍ର ମାଳିନୀ କୁ ବିଭା ହୋଇଥିଲା। ଏହା ଶୁଣିବା ପରେ ତନୁଜା ରକ୍ତ ଚାଉଳ ଚୋବାଉଥିଲା।
         ବାପାଙ୍କର କୋଡ ପୁଛା ଝିଅ ତନୁଜାର କଥା ଅନୁସାରେ, ଜିତେନ୍ଦ୍ର କୁ ପାଇବା ଲାଗି ମାଳିନୀ ସହ ଜିତେନ୍ଦ୍ର ର ବିବାହ ବିଚ୍ଛେଦ କରାଇ ତାକୁ ତା'ଶାଶୂ ଘରୁ ବାପ ଘର ରାସ୍ତା ଦେଖେଇ ଦେବା ର ଅଭିଯାନ ଆରମ୍ଭ ହୋଇଥିଲା। ତା'ଯୋଜନା କୁ ସଫଳ ଭାବରେ ରୂପାୟନ କରିବାକୁ ଲୋକ ଓ ଅର୍ଥ ବଳ ଯୋଗେଇ ଦେଇଥିଲେ ସେ। ମାଳିନୀ ଘରୁ ବାହାରିବା କ୍ଷଣି ତନୁଜା ର ଖାସ ଗୁଣ୍ଡା ମାନେ ତ'ପିଛା ଧରନ୍ତି। ଖରାପ ମନ୍ତବ୍ୟ ଦିଅନ୍ତି। ଆଗକୁ ଯିବାରେ ବାଧା ସୃଷ୍ଟି କରନ୍ତି। ଘର ଠାରୁ ଅଳ୍ପ ଦୂରରେ ବଜାର। ସେଥିପାଇଁ, ସ୍କୁଟି ରେ ଯିବା ଆବଶ୍ୟକ ମନ କରେ ନାହିଁ ମାଳିନୀ। କେବଳ କଲେଜ ଯିବା ଆସିବା ପାଇଁ ସେ ସେଇ ଯାନ ଟି ବ୍ୟବହାର କରେ। ସାଧାରଣ ପରିବାର ର ଝିଅ ମାଳିନୀ ପାଠ ପଢା ସାରି ଘରେ ବସି ନି। ଗୋଟେ ପ୍ରାଇଭେଟ୍ କଲେଜରେ ଅଧ୍ୟାପନା କରୁ କରୁ ସରକାରୀ କଲେଜ ରୁ ନିଯୁକ୍ତି ପତ୍ର ଆସି ଯାଇଥିଲା। ଯୋଗକୁ ଯୋଉଠି ବିଭା ହେଲା ସେଇଠି ହିଁ ତା'ର କର୍ମ ସ୍ଥଳୀ। ଯୋଉଠି କୁ ଗଲେ ବି ଏଇ କେତେ ଜଣ ଅସାମାଜିକ ଲୋକ ତାକୁ ହଇରାଣ କରନ୍ତି। ସାଧାରଣ ତରୁଣୀ ପରି ସେ ଭୟଭୀତ ହୋଇ କାହାକୁ ଡାକି,"ହେଲ୍ପ,ହେଲ୍ପ" କୁହେ ନି।ଯେ କୌଣସି ଜଟିଳ ପରିସ୍ଥିତି ସେ ନିଜେ ମୁକାବିଲା କରିପାରେ। ତାକୁ ହଇରାଣ କରୁଥିବା ବଦମାସ ମାନଙ୍କୁ ସେ କହିଲା,"ଭାଇମାନେ,ତମେ ମାନେ ଯାହାର ବି ଭଡା ଟିଆ ହୋଇ ଥାଅ,ମୋର ସେଥିରେ ଯାଏ ଆସେ ନାହିଁ। ତମ ପରି କାପୁରୁଷ ମାନଙ୍କୁ ମୁଁ ଶାସ୍ତି ଦେଇ ଜାଣେ।ଅଯଥା କାହିଁକି ଲହୁ ଲୁହାଣ ହେବ।ଆଜିଠାରୁ ମତେ ଆଉ ଅଟକାଇବାକୁ ଚେଷ୍ଟା କଲେ,ନିଜେ ମାରିବି।ପୁଲିସ ମାରିବ। ଆଉ ହାତ କଡ଼ି ପକେଇ ନେଇ ଯିବ।"
        ସେ ଜଣକ ର  ହାତ ଧରି ଜୋରରେ ମୋଡି ଦେଇ ମାର୍କେଟ ଆଡକୁ ଆଗେଇଲେ। "ଏଇ ଝିଅ କୁ ସହଜରେ ଜଖମ କରି ପାରିବାନି",ହାତ ମୋଡା ଦଣ୍ଡ ପାଇଥିବା ସହର ର ନାମ କରା ଗୁଣ୍ଡା କହୁଥିଲା ତା'ର ସାଥି ମାନଙ୍କୁ।
      ବ୍ରଜ କୁମାର ଭାବୁଥିଲା,ଜିତେନ୍ଦ୍ର ର ବିବାହ ପରେ ତନୁଜା ତା'ର ହେବ। ତା' ବାପା ବିବାହ ପ୍ରସ୍ତାବ ନେଇ ତାଙ୍କ ଘରକୁ ଆସିବେ। କିନ୍ତୁ ବିପରୀତ ହେଉଥିଲା। ସେ ଏକ ନିର୍ଭର ଯୋଗ୍ୟ ସୁତ୍ରରୁ ଜାଣି ପାରିଥିଲା ଏବେ ବି ଜିତେନ୍ଦ୍ର କୁ ପାଇବାର ଆଶା ତା'ର ମଉଳି ନାହିଁ। ସେ ସାଧ୍ୟ ମତେ ଚେଷ୍ଟା କରୁଛି ଜିତେନ୍ଦ୍ର ର ସହଧର୍ମିଣୀ କୁ ତା'ଜୀବନ ରୁ ହଟେଇ ଦେବା ପାଇଁ।
       ଦିନକରେ ମାଳିନୀ ର ସାହସ ଦେଖି ସେ ହତ ଚକିତ ହୋଇ ଯାଇଥିଲା। ମାଳିନୀ ନିଶ୍ଚିତ ଥିଲା ଏମାନେ ତନୁଜା ର ପୋଷା ଗୁଣ୍ଡା । ଓହୋ...,ସେ ଚାହୁଁଛି ମାଳିନୀ କୁ ଆରପାରି କୁ ପଠେଇ ତା' ସ୍ଥାନ ଇଏ ଦଖଲ କରିବ। ତା' ଅନୁମାନ ଯଦି ଠିକ୍ ହୋଇଥାଏ,ତେବେ ସିଏ ଏଥିରୁ ଫାଇଦା ହାସଲ କରିବ। ଆଉ ଦିନେ ବ୍ରଜ କୁମାର ର ମାଳିନୀ ସହିତ ଦେଖା ହୋଇଗଲା କଲେଜ ଗେଟ ପାଖରେ। ସେ ତାକୁ ସମ୍ବୋଧନ କଲା,"ମା'ମ ନମସ୍କାର।"
   ମାଳିନୀ ପଚାରିଲା,"ଆପଣ? ଆପଣ ମତେ ଜାଣନ୍ତି କି?"  ଅଜଣା ଯୁବକ ଜଣକୁ ସେ ପଚାରିଲା। 
     "ଆପଣ ଙ୍କୁ  ଜାଣେ ନି କିଏ? ଆପଣ ଜଣେ ଇଂରାଜୀ ଅଧ୍ୟାପିକା ଭାବେ ଏ ଅଞ୍ଚଳରେ ସୁପରିଚିତା।ଆଉ ମୋ ସାଙ୍ଗ ଜିତେନ୍ଦ୍ର ର ସହଧର୍ମିଣୀ। ଆପଣ ବାହାରକୁ ଯେତିକି ଭଦ୍ର,ନମ୍ର ଭିତରେ ଖୁବ ଶକ୍ତିଶାଳୀ। ସେ ଦିନ ସେଇ ବଦମାସ ମାନଙ୍କୁ ଯେମିତି ଧୂଳି ଚଟେଇ ଦେଲେ ,ମୁଁ ଅବାକ୍ ହୋଇ ଦେଖୁ ଥାଏ _ ସାକ୍ଷାତ ମହିଷାମର୍ଦ୍ଦିନୀ ଦୁର୍ଗା। ଆପଣ ଥକି ପଡ଼ିଥିବେ ଏବେ ଯାଆନ୍ତୁ। ମୋ ଘର ଚିର ପ୍ରବାହ ମାନା ଏଇ ନଦୀ କୂଳରେ। କଥା ଅଛି। କହିବି। ଆଉ ଦିନେ।"
   ସେ ହାତ ଉଠେଇ ନମସ୍କାର କରି ମଟର ସାଇକେଲ ଷ୍ଟାର୍ଟ କରି ଆକାଶରେ ଚିଲ ଉଡିବା ପରି ଦେଖୁ ଦେଖୁ ଅନ୍ତର୍ଦ୍ଧାନ ହୋଇଗଲା।
         ଗୋଟିଏ ରବିବାର ରେ ବ୍ରଜ କୁମାର ଓ ମାଳିନୀ ସାକ୍ଷାତକାର ପ୍ରୋଗ୍ରାମ ରଖିଥିଲେ। ନଦୀ କୂଳରେ ଏକ ଝଙ୍କାଳିଆ ଗଛ ତଳେ ଦୁଇଜଣ ଯଥେଷ୍ଟ ଦୂରତା ରକ୍ଷା କରି ବସି ଥିଲେ।
          କଥା ଆରମ୍ଭ କଲା ବ୍ରଜ କୁମାର,"ଆପଣ ଭାବୁଥିବେ ସେଇ ବଦମାସ ଟୋକା ଗୁଡାକ ସୁନା ଅଳଙ୍କାର ଓ ଟଙ୍କା ଲୋଭ, ନହେଲେ ଆପଣଙ୍କୁ ଅତି ନିକଟରେ ପାଇବାକୁ ସେମାନେ ଆପଣଙ୍କୁ ଆକ୍ରମଣ କରିଥିବେ।" କିଛି ବୁଝି ନ ପାରି ମାଳିନୀ ତାକୁ ଚାହିଁ ରହିଥିଲା।
      " ଏକଚୁଆଲି,ସେମାନେ ଆପଣଙ୍କ ସ୍ବାମୀ ଙ୍କ ପ୍ରେମିକା ତନୁଜା ର ଭଡା ଟିଆ ଗୁଣ୍ଡା। ସିଏ ଏମିତି ଗୋଟେ ଝିଅ,ସମସ୍ତଙ୍କୁ ନିଜର କରିନିଏ ମାତ୍ର ଶେଷ ମୁହୂର୍ତ୍ତରେ ଧୋକା ଦିଏ । ଏମିତି ସେ ଜିତେନ୍ଦ୍ର ସହ କରିଛି। ମୋ ସାଙ୍ଗରେ ବି କରିଛି। ଜିତେନ୍ଦ୍ର ତାକୁ ଉଚିତ ଜବାବ ଦେଇ ଆପଣଙ୍କୁ ପ୍ରାଣ ସଙ୍ଗିନୀ କରି ନେଇଛି। ସେ ତାକୁ କ୍ଷମା ଦେଇଛି। ମୁଁ ତାକୁ କ୍ଷମା ଦେଇ ନି;ଦେଇ ପାରିବି ନି। ସୁନ୍ଦର ଅଭିନୟ କରି ପାରେ ତନୁଜା।କଥା କଥା କେ ଲୁହ ଝରି ପଡିବ ତା'ଆଖିରୁ। ତାକୁ ଚିହ୍ନି ପାରି ନ ଥିବା ତା'ପ୍ରେମିକ ମାନେ ଶୂନ୍ୟ ହସ୍ତରେ ଫେରନ୍ତି। ମଦ ପିଅନ୍ତି।ଗଞ୍ଜେଇ ଖାଆନ୍ତି। ପାଠ ପଢା ଅଧାରୁ ଛାଡି ପଳେଇ ଯାଆନ୍ତି। ଏମିତି ପ୍ରେମ ନାଟକ କରୁ କରୁ,କଲେଜ ସମୟ,ଇଉନିଭାର୍ସିଟି ସମୟ ସରିଯାଇ ଘରେ ପହଞ୍ଚି ଦେଖେ ତା'ପାଖରେ ଜଣେ ବି କେହି ନାହାନ୍ତି। 
     ତରବର ହୋଇ ଜିତେନ୍ଦ୍ର ର ଅଜ୍ଞାତ ରେ ବିବାହ ଲଗ୍ନ ସ୍ଥିର ହେବା ର  ସପ୍ତାହେ ପୂର୍ବରୁ  ତନୁଜା ସହ ତା' ବିବାହ ଅନୁଷ୍ଠିତ  ହେଉଛି ଜାଣି ପାରି, ଏ ବିବାହକୁ ପ୍ରତ୍ୟାଖ୍ୟାନ କରି ଥିଲା କାରଣ ମତେ ସେ ଠକେଇଛି ର ଖବର ସେ ଜାଣିଥିଲା। ତାପରେ ଅବିଳମ୍ବେ  ଆପଣଙ୍କୁ ସେ ଜୀବନ ସାଥି କରି ନେଇ ଥିଲା‌" ଏତିକି କହି ଛମ ଛମ ହୋଇ ବହି ଯାଉଥିବା ନଦୀ ପାଣି କୁ ଚାହିଁ ରହିଥିଲା ସେ।
    "ଛାଡନ୍ତୁ  ସିଏ ମନେ ମନେ ଯେତେ ଥର ବାହା ହେଉଛି ହେଉ:ଯେମିତି ସମସ୍ତଙ୍କ ଜୀବନ ସହ ଖେଳିଛି,ସାରା ଜୀବନ ଏଥିଲାଗି ସେ ଅନୁତାପ କରିବ।ଲୁହ ବୁହା ଇବ।" ମତ ବ୍ୟକ୍ତ କଲା ମାଳିନୀ।
      "ନାଇଁ ମା'ମ ସିଏ ବହୁତ ବଡ ଜନ୍ତୁ ଟାଏ। ଆପଣ ସାବଧାନ ରହୁ ଥିବେ। ଏକାକିନୀ ଘରୁ ଗୋଡ କାଢିବେ ନାହିଁ।"
       "ସେଇ ଗୁଣ୍ଡା ମାନଙ୍କୁ ଡରି ମୁଁ କଲେଜ ଯିବିନି ?ବୁଲା ବୁଲି କରିବନି? ଡେଲି ମାର୍କେଟ ଯିବିନି? ମତେ ସବୁ କରିବାକୁ ପଡିବ। ସିଏ ଦୂରରେ ଚାକିରି କରନ୍ତି। ଶ୍ଵଶୁର ରୋଗ ଗ୍ରସ୍ତ।ଶାଶୂ ଙ୍କୁ ଆଣ୍ଠୁ ଗଣ୍ଠି ବାତ । ଆପଣ ଚିନ୍ତା କରନ୍ତୁ ନି,ଦେଖିବା କ'ଣ ହେଉଚି।" ଅପୂର୍ବ ସାହସିକତା ର ନମୁନା ପେଷ କଲା ସେ।
         ସେଇ ବୁଲା କୁକୁର ମାନେ ତଥାପି ତାକୁ ଅନୁସରଣ କରୁଥିଲେ। ସେ ସେମାନଙ୍କୁ ପଚାରିଲା,"ତନୁଜା ତମ ମାନଙ୍କୁ ଯେତେ ଟଙ୍କା ଦେଉଛି ତାଠାରୁ ମୁଁ ବେଶୀ ଦେବି ,ତାକୁ ଉଠେଇ ଆଣି ପାରିବ?" ରାଜି ହୋଇଗଲେ ସେମାନେ । ତା'ପାଖରୁ ଚୁକ୍ତି ଟଙ୍କାରୁ ଅଧା ଆଡଭାନ୍ସ ନେଲେ। ମାଳିନୀ ସେମାନଙ୍କ ଯେମିତି କହି ଥିଲା ସେମାନେ ସେମିତି କଲେ।
      ତନୁଜା କୁ କହିଲେ,"ମା'ମ କାର ର ଆଗ ସିଟ ରେ ବସନ୍ତୁ ।ଜିତେନ୍ଦ୍ର ବାବୁ ଆପଣଙ୍କୁ ଦେଖା କରିବାକୁ ଚାହାଁନ୍ତି।"
     "ସିଏ କୋଉଠି ଅଛନ୍ତି ?"ଖୁସିରେ ପାଗଳ ହୋଇ ଯିବ କି ତନୁଜା!
     "ଘରେ।" ସଂକ୍ଷିପ୍ତ ଉତ୍ତର।
       ନିର୍ଦ୍ଦେଶ ଅନୁସାରେ କାମ କରୁଥିଲା ଗୁଣ୍ଡା ଦଳର ଲିଡର। ତାକୁ ଯେତିକି କହିବାକୁ କୁହା ଯାଇଥିଲା ସେତିକି କହୁଥିଲା,ଗୋଟେ ଶବ୍ଦ ବି ଅଧିକ କି କମ ନୁହେଁ।
   ଲିଡର ଜଣକ କହିଲା,"ସେ ଆପଣଙ୍କୁ ବିଭା ହେବା ପାଇଁ ତାଙ୍କ ସ୍ତ୍ରୀ ମାଳିନୀ କୁ ଡିଭୋର୍ସ କରିଛନ୍ତି। ସେଇ ଲାଗି.... ।
    ସେ ତ ମେକାପ ହୋଇ   ବଧୂ ବେଶରେ ଥିଲା ,କାଳ ବିଳମ୍ବ ନ କରି ସାଥେ ସାଥ କାର ରେ ଯାଇ ବସିଲା। ଜିତେନ୍ଦ୍ର ର ଫାର୍ମ ହାଉସ ତନୁଜା ଘର ଠାରୁ ଆଠ ଦଶ କିଲୋମିଟରଗ ହେବ।କୁହୁଡି ପଡିଛି।କାର ର ପ୍ରକାଣ୍ଡ ଆଲୋକରେ ରାସ୍ତା  ରାସ୍ତା ଭଲ ଦିଶୁ ନି‌।
     ଆମେଜ ଟି ଯାଇ ଅଟକି ଗଲା ଗୋଟେ ବିଜୁଳି ଖମ୍ବ ସାମନା ରେ। ଲାଇଟ ଜଳୁ ଥାଏ ମ୍ଳାନ।ଶୀତାର୍ତ୍ତ ବିହଙ୍ଗ ମାନଙ୍କର ବସା ବାହୁଡା ସମୟ। ଗାଡିରୁ ଓହ୍ଲେଇ ଚାରିଆଡେ ଚାହିଁଲା ସେ।କେହି କୁଆଡେ ନାହାନ୍ତି!ଛାୟା ମୂର୍ତ୍ତୀ ପରି ଦିଶୁଥିବା ଦୁଇଜଣ ତା' ଆଡକୁ ଆଗେଇ ଆସୁଥିଲେ। ସେମାନଙ୍କ ଭିତରୁ ଜଣେ ଅଭିବାଦନ ଜଣେଇ କହିଲା,"ଶୁଭ ସଂଧ୍ୟା ମା'ମ।"
    "ଆପଣ କିଏ ମୁଁ ତ ଜାଣି ନି!" ତାକୁ ରହସ୍ୟମୟ ଲାଗୁଥିଲା ଏଇ ତରୁଣୀ।
     "ମୁଁ ଆପଣଙ୍କ ପୂର୍ବତନ ପ୍ରେମିକ ତଥା ବାଗ ଦାତା ଜିତେନ୍ଦ୍ର ଙ୍କ ସ୍ତ୍ରୀ ମାଳିନୀ।"
      "ସେ ଆପଣ ଙ୍କୁ ଡିଭୋର୍ସ ଦେଇଛନ୍ତି, ଆଉ ମତେ ବିବାହ କରିବାକୁ ଏଠାକୁ ଡାକି ପଠେଇ ଛନ୍ତି!କାଇଁ ତାଙ୍କୁ ତ ମୁଁ ଦେଖୁ ନାହିଁ!" ଝାପସା ଅନ୍ଧାରରେ ଜଣେ ତନୁଜା ର ନିକଟବର୍ତ୍ତୀ ହେଉଥିଲା। ସେ ତାକୁ ଚିହ୍ନି ପାରି କହିଲା,"ବ୍ରଜ କୁମାର ତମେ ଏଠି!"
  ବ୍ରଜ କୁମାର କିଛି କହିବା ଆଗରୁ   ମାଳିନୀ ,ତନୁଜା ପାଖକୁ ଲାଗି ଆସି କହିଲା   "ତମେ ଦି'ଜଣ ପରସ୍ପର କୁ ଯେମିତି ଭଲ ପାଅ, ସେମିତି ବି ଘୃଣା କର।ଜାଣିନକି, ବିଫଳ ପ୍ରେମ ର ପରିଶେଷ, ବିଦ୍ୱେଷ,କ୍ରୋଧ ଏବଂ ଘୃଣା।ଚରମ ପଦକ୍ଷେପ ହେଲା ଆତ୍ମ ହତ୍ୟା। ଏବେ ବି ବ୍ରଜ କୁମାର ତମକୁ ଭଲ ପାଆନ୍ତି।ତମେ  ଭଲ ନ ପାଅ ବୋଲି ବି କହି ପାରିବନି।" ମାଳିନୀ କଥାରେ ଦୃଢତା ଥିଲା।
          "ତନୁଜା,ତମେ ତ ବଧୂ ବେଶରେ ଅଛ,ବ୍ରଜ କୁମାର କୁ ଦେଖ। ସିଏ ବି ବର ବେଶରେ। ମୋ ସାଙ୍ଗରେ ଆସ । ନନା ରେଡି ହୋଇ ବସିଛନ୍ତି।"
     ଅଯଥା କାଳାତିପାତ ନ କରି ବେଦୀ ରେ ବସିଲେ ଦୁଇ ଜଣ। ନନା ମନ୍ତ୍ରୋଚ୍ଚାରଣ କରୁଥିଲେ,"ଯଥା ରାବଣ ଷ୍ୟ ମନ୍ଦୋଦରୀ..... ମାଳିନୀ ଦି'ଜଣଙ୍କ ଉପରେ ଫୁଲ ପକେଇ ବାକୁ କହୁଥିଲା,"ତଥା ବ୍ରଜ କୁମାର ଷ୍ୟ ତନୁଜା"
     ବର କନ୍ୟା ଦୁଇ ଜଣ ମାଳିନୀ କୁ ପ୍ରଣାମ କରିବା ବେଳେ ସେ କହିଲା,"ନା,ନା, ତମ ଦି'ଜ ଣ ଙ୍କ ସ୍ଥାନ ମୋ ହୃଦୟରେ। ଅବଶେଷ ରେ ସତ ପ୍ରେମ ର ଜୟ ହେଲା। ଯାହା ପାଇଁ ଯିଏ_ ବିଧି ନିର୍ଦ୍ଧାରିତ। ........+..........


Rate this content
Log in

Similar oriya story from Abstract