ମୁଠାଏ ସ୍ବପ୍ନ
ମୁଠାଏ ସ୍ବପ୍ନ
ତରୁ ର ପରିବାର ସେହି ଗାଁ ରେ ଜଣା ଶୁଣା। ଏହା ଏକାନ୍ନବର୍ତ୍ତୀ ପରିବାର। କାହିଁ କେତେ କାଳରୁ ପରିବାର ବିଭାଜନ ହୋଇନି। ତାଙ୍କ ଅଣ ଜେଜେବାପା ଙ୍କ ର ଏବେ ଏବେ ଶୁଦ୍ଧ କ୍ରିୟା ଗଲା। ସେ ଗାଁ କୁ ବହୁତ ଭଲ ପାଉଥିଲେ। ମରିବା ର କିଛି ଦିନ ପୂର୍ବ ରୁ ଗାଁ କୁ ଆସିଥିଲେ ।
ଏ ପରିବାର ର ଆଦତ୍ କି କ'ଣ ପୁଅ ଝିଅ ମାନେ ଡେରିରେ ବିଭା ହୁଅନ୍ତି। ଏତେ କାର୍ଯ୍ୟ ବ୍ୟସ୍ତ ଯେ ବିବାହ କରିବାକୁ ସମୟ ମିଳେ ନି।
କେତେ ଜଣ ବୁଢା ବୁଢୀ ଙ୍କୁ ଛାଡିଦେଲେ,ଆଉ କେହି ନିଜ ପ୍ରଦେଶରେ ନ ଥାନ୍ତି। ସେମାନଙ୍କ ପିଲାମାନେ ପାଠ ପଢନ୍ତି ବିଦେଶରେ। ଚାକିରି ବି କରନ୍ତି ବିଦେଶ ରେ।ପାଠ ପଢା ଓ ଟ୍ରେନିଙ୍ଗ ପରେ, ପୁଣି ଚାକିରି ପାଇବା ବେଳକୁ ତିରିଶ ପାର।
ସମୟ କାହାକୁ ଅପେକ୍ଷା କରେ ନି । ଝିଅ ର ତିରିଶ ପାର କରି ବିଭା ହେବା,ଆଗ ଯୁଗର ବୁଢୀ। ସେତେବେଳକୁ ଝିଅ ବାହା ହୋଇ, ଛୁଆ ପିଲାର ବାପା ହୋଇ ସାରି ଲାଣି।
ବିବାହ କୁ ଗୁରୁତ୍ବ ଦେଉ ନ ଥିବା ଉକ୍ତ ପରିବାର ର ଝିଅ ପୁଅ ମାନେ ବାଣ ରୋଷଣୀ କରି,ବାଜାର ତାଳେ ତାଳେ
ନୃତ୍ୟ କରୁଥିବା ବରଯାତ୍ରୀ ଏବଂ ବର କନ୍ୟା ଭିତରେ ଥିବା ଅନନ୍ୟ ସ୍ନେହ, ପୌଗଣ୍ଡ ର ସୀମାରେ ଥିବା ଏ ବଂଶ ର ପୁତ୍ର କନ୍ୟା ଆଦି ଏହା ଅନୁଭବ କରି ପାରିବେନି। ଓଡିଆ ଝିଅ ଟିଏ କୁ ଜୀବନ ସାଥୀ କରିବାର ସୌଭାଗ୍ୟ ତ ଜୁଟିଲା ନି।ଜୁଟିଲା କି ନ ଜୁଟିଲା,ସେଇଟି ଅଲଗା ପ୍ରସଙ୍ଗ।ଇଚ୍ଛା ତ ନାହିଁ। ମେସିନ ପରି କାମ ଭିତରେ ହଜି ଯାଇ ବୟସ ଭୁଲି ଗଲେଣି। "ବାହା ହେବି" ସଚେତନ ହେଲା ବେଳକୁ ଗୋଟେ ଗୋଟେ ଚୁଟି ପାଚି ଲାଣି। ତାପରେ,ଜାତି ଅଜାତି,ଖ୍ରୀଷ୍ଟିଆନ,ଇହୁଦି ମୁସଲମାନ_ ଯାହାକୁ ପାଇଲେ ତାକୁ ବାହା ହୋଇଗଲେ।
ଦାସ ପରିବାର ର ଜନ୍ମିତା ବୟଃପ୍ରାପ୍ତ ଝିଅ ତରୁ,ଯିଏ ୟୁ.ଏସ.ଏ. ରେ ଜବ କରେ,ପୈତୃକ ଗ୍ରାମ ଦୁର୍ଗାପୁର କୁ ଛୁଟି କଟେଇବା କୁ ଆସିଥିଲା।
ଗ୍ରାମ ରେ ଏକ ପରିବାର ର ବିବାହ ଉତ୍ସବକୁ ନିମନ୍ତ୍ରିତ ହୋଇ ଯିବାର ସୁଯୋଗ କୁ ହାତ ଛଡା କରିନଥିଲା ତରୁ।
ଯୋଉ ଝିଅଟିର ବିଭାଘର ହେଉଥିଲା,ସେ ତା' ବୟସ ;ଧରି ନେବା,ପଚିଶ ପ୍ଲସ।
ପଡୋଶୀ ମାନେ କହୁଥାନ୍ତି,"ୟାକୁ କ'ଣ କନିଆ କୁହାଯିବ;ପଚିଶ ପରେ ହେବ ପରା? ହଉ ଦର ବୁଢ଼ୀ ବାହାଘର ଦେଖିବା, କୋଉ ହିସାବରେ ହେଉଛି।" ହସୁଥିଲେ କିରି କିରି ହୋଇ।
ତରୁ ଭାବୁଥିଲା ଇଏ ବି ତାହେଲେ ଦର ବୁଢୀ। ତା'ଉପର ଭଉଣୀ ଦି'ଜଣ ବୁଢୀ ଙ୍କ ର ବର ଖୋଜା ଚାଲିଛି।
ଯେତେ ସଜବାଜ ହୋଇ ଥାଅ,ମୁହଁକୁ ଚାହିଁ ଦେଲେ ତ ବୟସ ଜଣା ପଡିଯିବ। ତାକୁ ଯେମିତି କଟ ମଟ କରି ଝିଅ ବୋହୂ ମାନେ ଚାହୁଁଥିଲେ,ସେ ସେଠି ଆଉ ବେଶୀ ସମୟ ବସି ପାରି ନ ଥିଲା।
ସେଠୁ ପଳେଇ ଆସିଲା କିନ୍ତୁ ନେଟକି ଗଲା ବିବାହ ଦେଖି ସାରି ଆସିବାକୁ। ଓଡିଆ ଘର ର ବିବାହ ସହ ବିଦେଶ ରେ ହେଉଥିବା ବିବାହ କୁ ତୁଳନା କରୁଥିଲା।
ପୁରୋହିତ ଙ୍କ ମନ୍ତ୍ର ପାଠରେ ସେ ମୁଗ୍ଧ ହେଉ ଥିଲା ସେ।କେତେ ପ୍ରାଞ୍ଜଳ।କେତେ ନିଷ୍ଠା ରେ ହେଉଛି ବାହାଘର!! ଶଙ୍ଖ ମହୁରୀ ରେ ପୂରି ଉଠୁଛି ପରିବେଶ। ଓଢଣା ଭିତରେ ଥିବା ପ୍ରେୟସୀ ର ମଥା ରେ ସିନ୍ଦୂର ମଣ୍ଡିତ କରିବା ବେଳେ ପ୍ରିୟତମ ମନେ ମନେ କହୁଛି, "ତମ ଛଡା ମୋ ଜୀବନରେ କୋଉ ରମଣୀ ର ପ୍ରବେଶ ଅଧିକାର ମୋ ଜୀବନ ରେ ରହିବ ନାହିଁ। ଏହା ମୋର ବଜ୍ର ଶପଥ। ଅଗ୍ନି ଙ୍କୁ ଏବଂ ଦଶ ଦିଗପାଳ ଙ୍କୁ ମୁଁ ସାକ୍ଷୀ ରଖି ଏହା କହୁଛି।"
ବିଭାଘର ଠାରୁ ଝିଅ ବିଦା ପର୍ଯ୍ୟନ୍ତ ସେ ସବୁ ଦେଖିଥିଲା। ଦେଖିଥିଲା ବାପା ମା,ଆତ୍ମୀୟ ସ୍ୱଜନ ଙ୍କ ଅଫୁରନ୍ତ ଓ ଅମ୍ଳାନ ସ୍ନେହ। ଯାହା କୋଟି କୋଟି ଡଲାର ରେ କିଣି ହେବନି। ଯାହାର ଘୋର ଅଭାବ ପରିଲକ୍ଷିତ କରେ ନିଜ ପରିବାର ଭିତରେ। ଶୁଣିଛି,ପରିବାର ର ପରସ୍ପର ପ୍ରତି ନିରନ୍ତର ସ୍ନେହ ଘର କୁ ବୈକୁଣ୍ଠ ସମାନ କରିଦିଏ।
ଟଙ୍କା ର ପାହାଡ ଉପରେ ବସିଥିବେ,ପାଖରେ କେହି ନ ଥିବେ। ବୋହୂ ଚାକିରି ରେ,ପୁଅ ଚାକିରିରେ,ଝିଅ ବାହା ହେଇଛି ବିଦେଶିନୀ କୁ,ପୁଅ ବେଲଜିଅମ ରୁ ।
ଖାଦ୍ୟ ର ଅବଶିଷ୍ଟାଂଶ ପରି ବୁଢା ବୁଢୀ ଙ୍କୁ ମଇଳା ଗଦା ଭଳି, ଗାଁରେ ପକେଇ ଦେଇ ଚାଲିଗଲେ ଦରିଆ ପାର।
ଟିକେ ଦେହରେ କିଏ ହାତ ମାରିଦେବ,ତେଲ ମାରି ଗୋଡ ଘସି ଦେବେ; ସବୁ ଦୁ୍ଃସ୍ବପ୍ନ।
ଯୋଉ ବୟସରେ ଯୋଉ କଥା:ଵୃଦ୍ଧକାଳେ ବାଲ୍ୟ ଲୀଳା,ଶୋଭା ପାଏ କି?
କିନ୍ତୁ ସେମାନଙ୍କର ଅଭିଭାବକ ମାନଙ୍କର କହିବାର ଅଛି,"ମୋ ନାତି ରାଜେଶ, ସ୍ପେସ ସାଇଣ୍ଟିଷ୍ଟ। ନାତୁଣୀ ଏରିକା କାର୍ଡିଓ ଲଜିଷ୍ଟ।
ଯଦି କେହି ପଚାରେ "ସେମାନଙ୍କର ବିବାହ ସରିଲାଣି?"
ଉତ୍ତର ପାଇବେ,"କେତେ ବା ବୟସ ହୋଇଛି, ତିରିଶ ପୂରିଏକ ତିରିଶ ପଶିଛି। ବାହା ଘର ହେବ ଛାନିଆ କାହିଁକି?"
କିନ୍ତୁ ଭିତରେ ଭିତରେ ଘାରି ହେଉ ଥାଆନ୍ତି ଝିଅ ଟାର ବିଭାଘର କେବେ ହେବ!
ମୁହଁରେ ସ୍ବୀକାର କରୁ ନଥିଲେ ବି ଉଚ୍ଚ ଶିକ୍ଷିତ, ସୁନ୍ଦୁରିଆ ଏବଂ ଭଲ ରୋଜଗାର କରୁଥିବା ପିଲା ଟିର ଖବର ପାଇଗଲେ ଦାସ ପରିବାର ପକ୍ଷରୁ ଅନୁନୟ ବିନୟ ହୁଅନ୍ତି, ବଡ ଝିଅ କାବେରୀ କୁ ତାଙ୍କ ପରିବାର ର ବୋହୂ କରି ନେବାକୁ।
ସବୁ ଅନ୍ତଃ ସାର ଶୂନ୍ୟ!ନିଜ ଅହଂକାର ଯୋଗୁ କାହାରି ଆଗରେ ମୁଣ୍ଡ ନୁଆଁନ୍ତି ନାହିଁ ସେମାନେ।
ସେ ଦିନ ର ବିବାହ ଦେଖି ଆସିବା ପରେ, ତରୁ ଅନ୍ୟ ଏକ ଝିଅ ହୋଇ ଯାଇଥିଲା। ସେ ନିଷ୍ପତ୍ତି ନେଇଥିଲା ସେ ଆଉ ଇଉ.ଏସ. ଯିବନି। ନିଜ ପୈତୃକ ଘରେ ରହିବ। ଏକ ଅନ୍ନ ପରିବାର ବର୍ଗ ଙ୍କୁ ଏହା କହିଦେବ।
ଅଣ ଜେଜେ ବାପାଙ୍କ ଅନ୍ତିମ ସଂସ୍କାର ଏବଂ ଏକା ଦଶାହ ପରେ ଆଉ କିଛି ଦିନ ଛୁଟି ବଢାଇ ରହିବା ବେଳକୁ କେତେ ଅଭିଯୋଗ ଭାଉଜ ମାନଙ୍କର। ସେମାନଙ୍କର ଲମ୍ବା ଅଭିଯୋଗ ଫର୍ଦ୍ଦ: ଏଠି କ୍ଲବ ନାହିଁ। ବାର ନାହିଁ। ଗାଧୋଇବା ପାଇଁ ବନ୍ଧକୁ ଯିବ।ପିଇବା ପାଣି କୂଅରୁ କାଢ଼ିବ। କାଠ ଜାଳ ରେ ରୋଷେଇ କରିବ କି, ଚୂଲି ଫୁଙ୍କି ଫୁଙ୍କି ମରିବ?ମସିଣା ରେ ତଳେ ଶୋଇବ।
ଅତିଷ୍ଠ ହୋଇ ଯାଇ କୁହନ୍ତି,"ଏଠି କ'ଣ ମଣିଷ ରୁହନ୍ତି?ଓ ଗଡ୍।"
ସେମାନେ କିନ୍ତୁ ଭୁଲି ଯାନ୍ତି ଏମିତି ଏକ ଘର ସେମାନଙ୍କର ଗାଁ ରେ ଏବେ ବି ଥିବ।
ଅନ ଲାଇନ୍ ରେ ଫ୍ଲାଇଟ ଟିକେଟ ବୁକ୍ କରିବା ସମୟରେ ତରୁ କହିଲା"ମୋ ଟିକେଟ ବୁକ୍ କରିବ ନି।"
"ତୁ କ'ଣ ଏଠି ଏକା ରହିବୁ?ଇଉ.ଏସ . ଚାକିରି?" ପଚାରିଲା ବଡ ଭାଇ।
ତରୁ ର ଉତ୍ତର ଥିଲା,"ଏକା କାହିଁକି ରହିବି କି? ମା'ମୋ ସାଙ୍ଗରେ ରହିବ! ମୋ ଇସ୍ତାଫା ପତ୍ର ସଂପୃକ୍ତ କର୍ତ୍ତୁପକ୍ଷ ଙ୍କୁ ଅନ ଲାଇନ୍ ରେ ପଠେଇ ଦେଇଛି।"
ବଡ ଭାଇ ଆଶିଷ ପଚାରିଲା,"ଏତେ ବଡ ନିଷ୍ପତ୍ତି ନେବା ପୂର୍ବରୁ ମତେ ଥରେ ବି ପଚାରିଲୁ ନି?"
"ତୁମକୁ ହେଉ ବା ଆଉ କାହାକୁ ପଚାରିଥିଲେ,ସେଇ ଗୋଟିଏ ଉତ୍ତର ପାଇଥାନ୍ତି_ଏଠି ରହି ଚଳି ପାରିବୁନି।ତତେ ଏକା ଛାଡି ଆମେ ଯାଇ ପାରିବୁ ନୁ।"
"ହଁ, ତୋର ଏଇ ନିଷ୍ପତ୍ତି କୁ ରଦ୍ଦ କରିବାକୁ ପଡିବ।ଏବେ ବି ସମୟ ଅଛି ତୁ....."
"ନାଇଁ,ମୁଁ ଯାହା କରିଛି ଭାବି ଚିନ୍ତି। ମୁଁ ଏଇଠି ରହିବି।" ତା'ର ଉତ୍ତର ଥିଲା ନିର୍ଭିକ।
"ନା,ତୁ ଏଠି ଏକା ରହି ପାରିବୁନି।ବଡ ଭାଇ ଙ୍କ ଆଦେଶ।"
"ଏକା ନୁହେଁ ମା' ମୋ ସାଙ୍ଗରେ ରହିବେ କହିଲି ପରା।!"
"ମା' ତ କିଛି କରିପାରିବ ନି ।ଝିଅ ପିଲା ତୁ, ସବୁ ସମ୍ଭାଳି ନେବୁ?" ସିଏ ଗାଁ ର ରହିବାର ଅସୁବିଧା ତାକୁ ବଝେଇ ବାକୁ ଚେଷ୍ଟା କଲେ।
"ଯିଏ ଏତେବଡ କମ୍ପାନୀ ଚଳାଉ ଥିଲା,ସିଏ ନିଜ ଘର,ମାନେ ଆମେ ମା' ,ଝିଅ ଚଳି ପାରିବାନି?
ରୀତି, ନୀତି, ପରମ୍ପରା ସବୁ ତ ପୋଡି ଖାଇ ସାରି ଲଣି। ବିବାହ ଜୀବନ ର ଏକ ମହତ୍ୱପୂର୍ଣ୍ଣ ଅଂଶ ତାହା ବି ପାଶ୍ଚାତ୍ୟ ସଭ୍ୟତା ର ପ୍ରଭାବ ରେ ବିସ୍ମୃତ ହୋଇଗଲାଣି।ମୁଁ ଏଠି ରହି କ'ଣ କରୁଛି ଦେଖ।"
ତିନୋଟି ଟ୍ୟାକ୍ସି କୁ ବାର ଜଣ।ଡିକି ରେ ସମସ୍ତଙ୍କର ବ୍ୟାଗ ।
ଏବେ ଯିବାର ସମୟ।ମା'ଙ୍କୁ ମୁଣ୍ଡିଆ ମାରିବାକୁ ଭୁଲି ଯାଇ ବିଦେଶୀଙ୍କ ପରି "ଟା ଟା,ସି ଇଉ" କହୁଥିଲେ!
ଚାହୁଁ ଚାହୁଁ ଦୃଷ୍ଟିର ଅନ୍ତରାଳ ରୁ ଦୂର କୁ ଦୂର ପଳେଇ ଯାଉଥିଲେ ଟ୍ୟାକ୍ସି ଗୁଡିକ।
ଭାଇ ଭାଉଜ ପୁତୁରା ଝିଆରୀ ମାନେ, ମା',ଝିଅ ଙ୍କୁ ଏକା କରି ଚାଲି ଯିବା ପରେ ଅବର୍ଣ୍ଣନୀୟ ଶାନ୍ତି ଅନୁଭବ କରୁ ଥିଲା ତରୁ ଲତା।ବିଦେଶୀୟ ପରିବେଶ ରୁ ମୁକ୍ତି ପାଇଥିଲା ସେ।
ସେ ଉଦବେଗ ପ୍ରକାଶ କରୁଥିଲା ,ଆମ୍ବ,ଲିଚୁ,କଦଳୀ,ପଣସ,ବେଲ,ନଡିଆ,ତାଳ, ସପୁରୀ ପ୍ରଭୃତି ଫଳ ଏବଂ ଶାଳ,ପିଆଶାଳ,ଶାଗୁଆନ,ର ବିରାଟ ବଗିଚାର ଅଧ ପତନ ଦେଖି। ସେ ପ୍ରତିଜ୍ଞା ବଦ୍ଧ ହୋଇଥିଲା ଏଇ ବିସ୍ତୃତ ଜାଗା ଓ ଜମିର ପୁନରୁଦ୍ଧାର ପାଇଁ ।
ଜମିଦାର ଘର ବୋଲି କାହାରି ପାଦ ଏଠି କେବେ ପଡୁ ନ ଥିଲା। ତରୁ ର ଅନାବିଳ ସ୍ନେହ ଓ ସଦିଚ୍ଛା ରେ ମୁଗ୍ଧ ହୋଇ ସେମାନେ ସହଯୋଗ ର ହାତ ବଢ଼େଇ ଥିଲେ। ନବ ଜନ୍ମ ପାଇଥିଲା ,ଜମି,ଜାଗା ଓ ପରିବେଶ ।
ଜହ୍ନ, ସୁର୍ଯ୍ୟ ଙ୍କ ଲୁଚକାଳି ଖେଳ ତା ମନକୁ କଏଦୀ କରି ନେଇ ଥିଲା। ସଂଧ୍ୟା ହେଉ ହେଉ ବିଭିନ୍ନ ଜାତି ର ପକ୍ଷୀ ମାନଙ୍କର କଳରବରେ ମୁଖରିତ ହେଉଥିଲା ସମଗ୍ର ସ୍ଥାନ। ବାଉଁଶ ବଣରେ ଡାହୁକ ର ମନ ଜିତାଇବା ଗୀତ _ସବୁ ସ୍ୱପ୍ନ ପରି ଲାଗେ ତାକୁ।
ଫୋନ୍ ଆସେ ଭାଇ ଭାଉଜ,ଝିଆରୀ ପୁତୁରା ଙ୍କ ଠାରୁ।
ସେମାନେ ପଚାରନ୍ତି "ପାଶ୍ଚାତ୍ୟ ଚଳଣୀ କୁ ଆପଣେଇ ନେଇଥିବା ତୁ ତରୁ ଗାଁ କେମିତି ଲାଗୁଛି? ଫ୍ଲୋରିଡା ସମୁଦ୍ର କୂଳ ତୋ ପାଇଁ ସ୍ବପ୍ନ ହୋଇଗଲା। ମନେ ପଡୁନି:
ଇଟାଲୀ,ଫ୍ରାନ୍ସ୍, ବେଲଜିଅମ,ନର୍ଥ ସି,ତୋ କଲିଗ ମାନଙ୍କୁ।ଆମେ ମନେ ପଡୁ କି ନାହିଁ?"ସେମାନଙ୍କ କଥାରେ ଆପଣା ପଣ ଥିଲା।
"ଭଗବାନ କୃପା କଲେ, ମୁଁ ଫେରି ପାଇଲି ମୋ ଗାଁ ମାଟି।କେବେ ଯଦି ଗାଁ ମନେ ପଡେ,ଆସି ଦେଖିବ କେମିତି ନୂଆ ରୂପ ଦେଇଛି ବିସ୍ତୃତ ଜାଗା ଓ ଜମିକୁ। ଯାହା ଚାହିଁବ ଖାଇବ। କେଡେ ସୁଆଦିଆ ଆମ ପୋଖରୀ ମାଛ; ବୁଲି ଖାଉଥିବା କୁକୁଡା ମାଂସ,ଅଣ୍ଡା। କେତେ ସ୍ବାଦିଷ୍ଟ ଥରେ ଆସି ଖାଅ ଜୀବନ ସାରା ଝୁରୁଥିବ। ନିରାମିଷ ଭୋଜି ମାନେ,ସବୁଜ ପରିବା ଶାଗ ଖାଇ ଏତେ ତୃପ୍ତ ହେବେ ଯେ ....।ଯାହା ଫଳ ଚାହିଁବ ଏଠି ମିଳିଯିବ। ଅମ୍ଳଜାନ କିଣିବାକୁ ପଡେ ନାହିଁ।"
ତରୁ ବହୁତ ଗପୁ ଥିବାର ରୋକ ଲଗେଇ କହିଲା ବଡଭାଇ,"କାବେରୀ ଓ କ୍ରିଷ୍ଣା ର ଏକାଥରେ ମ୍ୟାରେଜ ହେଉଛି, ଆସିବୁ ନି?"
ତାଙ୍କ ଭାଷା ସ୍ନେହ ପୂର୍ଣ୍ଣ।
"ଭାରତୀୟ କି ବିଦେଶୀୟ ?" ସଂକ୍ଷିପ୍ତ ପ୍ରଶ୍ନଟିଏ ତରୁ ର।
ସଂକ୍ଷିପ୍ତ ଉତ୍ତର ବି ହରିଶ ର।
"କାବେରୀ ଟୁସ୍କାନୀ, କ୍ରୀଷ୍ଣା ଫିଲାଡଲଫିଆ।
"ଦୁଇଜଣ ଯାକ ବିଦେଶୀୟ?"ଜାଣିଥିବା ପରି ପଚାରୁ ଥିଲା ସେ।
"ହଁ।"
ହରିଶ ଉତ୍ତର ଦେଇ ଭାବୁଥିଲା ତରୁ ହୁଏତ ଖୁସି ହୋଇଯିବ,ଏଇ ଦୁଇଜଣଙ୍କ ପରେ ତା'ର ପାଳି ଆସିବ!
" ଭାରତୀୟ ଆଉ କାହାର ପସନ୍ଦ ନୁହେଁ ଭାଇ? ଇଂରେଜ ମାନେ ଆମକୁ ଛାଡି ଗଲେ ବି ଆମେ ସେମାନଙ୍କୁ ଛାଡି ପାରୁନାହୁଁ। ପ୍ରଥମେ ଭାଷା କୁ ନିଜର କଲୁ। ପରେ ସେମାନଙ୍କୁ। ହିନ୍ଦୁ ରୁ ଖ୍ରୀଷ୍ଟିଆନ୍ ହେବେ ତାପରେ ,ପରସ୍ପର କୁ କିସ୍ ଦେବେ_ ବାହାଘର ଶେଷ।ମୁଁ କୌଣସି ବହୁ ଦେଶୀୟ ବିଭାଘର କୁ ଯାଇନି ତେଣୁ ବେଶୀ କିଛି ଜାଣେନି। ମୁଁ ଭଉଣୀ ମାନଙ୍କ ବାହାଘର କୁ ଯାଉନି।"
ନିଶବ୍ଦ ରାତିରେ, ନିରବ ବେଳା ରେ ତା'ଦୀର୍ଘ ନିଶ୍ଵାସ ର ମାନେ ହରିଶ ପାଇଁ କିଛି ନ ଥିଲା।
କିନ୍ତୁ ତରୁ ର ଜୀବନ ର ମାନେ ଥିଲେ ରୋଗ ଶୋକ ପ୍ରପୀଡିତ ଗାଁ ର ଜନ ସାଧାରଣ।ପ୍ରତିଦିନ ସେ ଗାଁ ଭିତରକୁ ଯାଏ। ସେମାନଙ୍କ ହାଲଚାଲ ବୁଝେ।ଡାକ୍ତର ସେବା,ମେଡ଼ିସିନ୍ ଯୋଗାଇ ଦିଏ।
ତା'ଦୃଷ୍ଟି ରେ ପଡନ୍ତି ଆଶୁତୋଷ, ପରି ଦୁସ୍ଥ କଳାକାର।ଲୋକ ଲୋଚନ ରୁ ରହି ଯାଇ ପଥର ଦେହରେ,ନିହାଣ ମୁନରେ; ନିର୍ଜିବ ପଥର କୁ ଜୀବନ ଦେବା ପାଇଁ ଅବିରତ ରତ ସେ।
"ତାକୁ ସେ ପଚାରେ କୋଣାର୍କ ଗାତ୍ର ରେ ଅଙ୍କିତ ମୈଥୁନ ମୂର୍ତ୍ତୀ ସଂପର୍କ ରେ କ'ଣ କହିବ?
"
ଯୌବନରେ ପ୍ରିୟା ପ୍ରେମ ରୁ ବଞ୍ଚିତ ହୋଇ ,ସେମାନଙ୍କ ବିରହ ବେଦନା ଏହି ସବୁ ମୂର୍ତ୍ତୀ ରେ ପ୍ରତିଫଳିତ। ହଜାରେ ବର୍ଷ ମୂର୍ତ୍ତୀ ଗଢିଲେ ବି ମୁଁ ସେମାନଙ୍କର ସମକକ୍ଷ ହୋଇ ପାରିବିନି। ମୋ ପାଖରେ ସେମାନଙ୍କର ନିଷ୍ଠା ନାହିଁ।" କାମରେ ମନ ଦେଲା ସେ।
"ଆଶୁ ବାବୁ, କାଲି ଆମ ଘରକୁ ଆସିବ?"
କୋମଳ ମଧୁର ତାର ନିମନ୍ତ୍ରଣ ର ବକ୍ୟ।
"କି ଭାଗ୍ୟ ମୋର ଆପଣଙ୍କ ଘରକୁ ଯିବି!" ଯେମିତି କୋଉ ସଭାକୁ ଚିଫ ଗେଷ୍ଟ ହୋଇ ଯିବ ସେ !
"ମୁଁ କ'ଣ ହୋଇ ଗଲି କି? ତମ ମୋ ରକ୍ତ ସମାନ କି ନୁହେଁ?ବଡ ସାନ,ଉଚ୍ଚ ନୀଚ,ଜାତି ଅଜାତି କଥା କହୁଚ,ସେ ସବୁ ଏଇ ସ୍ୱାର୍ଥପର ମଣିଷ ସୃଷ୍ଟି କରିଛି।ଆସିବ କଥା ହେବା।"
ସେ ହଁ କି ନା କ'ଣ କହୁଚି ଶୁଣିବାକୁ ଅପେକ୍ଷା ନ କରି ସେ ସ୍ଥାନ ସେ ପରିତ୍ୟାଗ କଲା।
ତାପର ଦିନ ସକାଳେ ତରୁ ଘରେ ପହଞ୍ଚି ସେ ଠିଆ ହୋଇ ଥାଏ_ବସୁ ନ ଥାଏ କି ଡାକୁ ନ ଥାଏ।ଅଧଘଣ୍ଟାଏ ହେବ ଠିଆ ହେବା ପରେ ତରୁ ଘର ଭିତରୁ ବାହାରି ଦେଖିଲା,ଆଶୁତୋଷ ଠିଆ ହୋଇଛି।
"ତମେ କେତେବେଳେ ଆସି ଏଠି ଠିଆ ହୋଇଛ!ମତେ ଡାକିଲ ନି!" ଖୁସିର ର ହାବକା ହାବକା ଢେଉ ତା'ମନ ସାଗରରେ !
"ହଉ ବସ।" ଚେୟାର ଆଡକୁ ହାତ ଠାରିଲା ସେ। ଆଶୁ ବସିଲା।ଆଉ ଗୋଟେ ଚେୟାର ଟାଣି ଆଣି ସିଏ ବସିଲା।
"କ'ଣ ନବ,ଚା',କଫି?" ଆଜିକାଲି କେହି ଲେମ୍ବୁ ସରବତ ଦେଉ ନାହାନ୍ତି।
"ଧନ୍ୟବାଦ।କିଛି ଦରକାର ନାହିଁ।" ତା'ମୁହଁ କୁ ଚାହିଁ କହୁଥିଲା।
ତା'କଥା ନ ଶୁଣି ସେ ଘର ଭିତରକୁ ପଶି ଯାଇ ଦଶ ପନ୍ଦର ମିନିଟରେ ଦୁଇ କପ୍ କଫି ନେଇ ଫେରିଲା।ପ୍ଲେଟ ରେ କିଛି ବିସ୍କୁଟ ଥିଲା।
ଚା'ପିଉ ପିଉ ସେ ପଚାରିଲା,"ତମ ଘର ପରିବାର କଥା କିଛି କହିବ?"ଏହା ପଚାରିବା ଦରକାର ଥିଲା କି ନାହିଁ ସେ ଭାବୁଥିଲା
"କ୍ଷମା କରିବେ ଆଜ୍ଞା ମୋ ପରିବାର ବିଷୟରେ କେବେ ବି ପଚାରିବେ ନି।"
ଏତିକି କହୁ କହୁ ତା'ଆଖି ଛଳ ଛଳ ହୋଇ ଗଲା।
"ଝିଅ ପିଲାଙ୍କ ପରି କାନ୍ଦି ପକଉଛ ଯେ ? ମାତ୍ର କେତେ ବର୍ଷ ହୋଇ ଥିବ,ଜୀବନ ସହିତ ଲଢି ଶିଖ ? ଯେତେ ଜଟିଳ ସେ ସମସ୍ୟା ହେଉ,ସମାଧାନ ର ପନ୍ଥା ନିଶ୍ଚୟ ଥିବ।" ଆଶ୍ଵାସନା ଦେଉଥିଲା ତରୁ।
"ମୋ ମା'କୁ ଆପଣ.....। ବାକ୍ୟ ଅଧା ରହିଲା।
"ଆପଣ ନୁହେଁ ତୁମେ।ମୁଁ ମୋ ହିସାବରେ ବଡ; ତୁମେ ହିସାବରେ ତୁମେ। ହଁ କ'ଣ କହୁଥିଲ, ତମ ମା',ମାନେ ସ୍ବର୍ଗ ବାସୀ ମା?"
"ନା ସ୍ବର୍ଗ ବାସୀ ନୁହେଁ।"
"ତାହେଲେ!" ଜାଣିବାର ବ୍ୟଗ୍ରତା ତାକୁ ଅସ୍ଥିର କରୁଥିଲା
"ନା ନା ମୋର ଭୁଲ ହୋଇଗଲା ସେ କିଛି ନୁହେଁ।"ଲୁହ ପୋଛି ପୋଛି ପଳେଇ ଗଲା ସେ।
ତରୁ ସଂଶୟାଛନ୍ନ ହୋଇ ବସି ରହି ଥିଲା।ଯଦି ଆଶୁ ର ମା' ମରି ନାହାନ୍ତି ତେବେ ସେ ଏବେ କୋଉଠି!
ଆଶୁ କୁ ନ ଜଣେଇ ଦିନେ ତାଙ୍କ ଘରେ ପହଞ୍ଚି ଗଲା ତରୁ।ଦୁଆରେ ଠିଆ ହୋଇଚି,ଡାକିବ କି ଡାକିବ ନି ଭାବୁଛି,ଶୁଭିଲା,"ଏଇ..ଏଇ ...ଏଇ କେବେ ଫେରିବ।"
ଆଶୁ କୁଆଡେ ଯାଇଥିଲା ସେଇ ସମୟରେ ଘରକୁ ଫେରି ତରୁ କୁ ଦେଖି ପଚାରିଲା,"ତୁମେ!" ସତେକି ଜହ୍ନ ଖସି ପଡିଛି ତା'ହାତରେ!!
"ହଁ ମୁଁ। ମୁଁ ଜାଣିବା ପାଇଁ ଆସିଛି, ତମ ହସ ଦୁନିଆରେ ବିଷ ଭରି ଦେଲା କିଏ?କିଏ ଏଇ ପାଗଳୀ?" ଜାଣିବାର ଉତ୍କଣ୍ଠା ବଢି ଯାଇଥିଲା।
ପ୍ଲିଜ ମତେ କୁହ। ମୁଁ କିଛି ଉପାୟ ବାହାର କରିବାକୁ ଚେଷ୍ଟା କରିବି।"
ସାହସ ଦେଲା ତରୁ।
ଚେୟାର ଦିଟା ରେ ଦି' ଜଣ ବସିଲେ।
ଆଶୁ ଅଶ୍ରୁ ବିଗଳିତ ନୟନରେ ତାକୁ ଚାହିଁ କହିଲା,"ଏଇ ପାଗଳୀ ହେଉଛି ମୋ ଭଉଣୀ ମାମୁନି।ଛାତିରେ ଗୋଟେ ବଡ ଧକ୍କା ସମ୍ଭାଳି ନ ପାରି ସେ ପାଗଳୀ ହେଇ ଯାଇଚି।"
"କି ଧକ୍କା!" ତା'ରୋମ ମୂଳ ଟାଙ୍କୁରି ଉଠୁଥିଲା।
"ମାମୁନି ର ବାହାଘର ଯାହା ସହ ଠିକ୍ ହୋଇଥିଲା ,ମୋ ମା' ତା' ସାଙ୍ଗରେ ପଳେଇ । ପରକୀୟା ପ୍ରୀତି ର ପରିଣାମ ଆମେ ଭୋଗୁଛୁ।" ଲାଜରେ ମୁହଁ ତଳକୁ କଲା ସେ।
"ସେ ଦୁଇଜଣ ଏବେ କୋଉଠି?" ଧୀରେ ଧିରେ ସମସ୍ୟା ର ବୁଢୀଆଣି ଜାଲରେ ଛନ୍ଦି ହେଉଥିଲା ତରୁ।
"ଜେଲରେ।"ମୁଣ୍ଡ ତଳକୁ ହୋଇ ଯାଇଥିଲା ଆଶୁ ର।
ତରୁ, ଆଶୁ ଘରୁ ଫେରି ଆସି ଖୋଜୁ ଥିଲା ୟାର ସମାଧାନ ର ପନ୍ଥା।
ଜେଲରେ ଯାଇ ଆଶୁ ର ମା'କୁ ଦେଖା କରି ପଚାରିବାରୁ, ତାଙ୍କ କଥାରୁ ଜଣା ପଡୁଥିଲା ଏଥିପାଇଁ ଜାଲ ବିଛେଇ ଥିବା ଭାବି ଜୁଆଇଁ ଦୀପକ ହିଁ ଦାୟୀ।
ପୁଲିସ କୁ ପଚାରିବାରୁ ତଥ୍ୟ ମିଳିଥିଲା ଦୀପକ ନାଁ ରେ ବିଭିନ୍ନ ଥାନା ରେ ଚୋରି ଡକାୟତି ଅପହରଣ ର ରେକଡ୍ ଭର୍ତ୍ତି।ସେ ଜାଣିଥିଲା ମାମୁନି ମା 'ପାଖରେ ପ୍ରଚୁର ଟଙ୍କା ଓ ସୁନା ମହଜୁତ। ମାମୁନି କୁ ବିଭା ହେବାର ନାଟକ କରି ଟଙ୍କା ସୁନା ସହ ତା' ମା'କୁ ବି ନେଇ ଯାଇ ଥିଲା।
ମାତ୍ର କେଇ ଦିନ ଭିତରେ ସବୁ ଚଉପଟ ହୋଇ ଯାଇ ଥିଲା।ଆଶୁତୋଷ ତା'ମା' କୁ ଫେରି ପାଇଥିଲା
ମାମୁନି ପାଗଳାମୀ ର ଶୁଶ୍ରୁଷା କରିବା ଲାଗି ତରୁ ଆଶୁତୋଷ କୁ ବିଭା ହେଇଥିଲା।
ବିବାହ ପରେ ଆଶୁ ଶ୍ବଶୁର ଘରେ ଆସି ରହିଥିଲା।
ବିବାହ ପୂର୍ବରୁ ବଡଭାଇ ଆଶିଷଙ୍କ ପାଖକୁ ପଠେଇ ଥିବା ନିମନ୍ତ୍ରଣ ପତ୍ର ଷ୍ପିଡ ପୋଷ୍ଟ ରେ ପହଞ୍ଚିବା ବେଳକୁ ସାତ ଦିନ ଲାଗି ଯାଇଥିଲା। ଛୋଟିଆ ଚିଠି ଟିଏ ଲଫାପା ଭିତରେ ଥିଲା।
ସେଥିରେ ସେ ଲେଖିଥିଲା,"ଭାଇ ନମସ୍କାର
ଜଣେ ଭାରତୀୟ ,ମାନେ ଜଣେ ଓଡିଆ ସ୍ଥପତି କୁ ମୁଁ ବିଭା ହେଉଛି।କେବେ ଯଦି ଆସିବ ଦେଖିବ।ଭୁଲ କରିଥିଲେ କ୍ଷମା ଦେବ।
ତରୁ"
..........+..........
