STORYMIRROR

Sujata Dash

Classics

2  

Sujata Dash

Classics

ସାମୁକାଏ ସ୍ମୃତି

ସାମୁକାଏ ସ୍ମୃତି

2 mins
451


"ମୁଁ ଜାଣିଚି , ତୁ ନନାକୁ ବେଶୀ ଭଲପାଉ, ସେଇନାଗି ତା ତାଟିଆ ରେ ଦିଖଣ୍ଡ କଲିଜା ଆଉ ମୋର ଖଣ୍ଡେ I ତରକାରୀ ସରିଲାକୁ ସିଏ ମାଗିଲେ ତାକୁ ମିଳିବ ମାଂସ ଆଉ ମତେ କଣ୍ଟା" - ଏକ ନିଶ୍ୱାସ ରେ ପିଣ୍ଟୁ କହିଗଲା ଏତକ, ଆଉ କିଛି କହିଥାନ୍ତା ହେଲେ ସେତିକିବେଳେ ପଦ ବାବୁ ପହଁଚିଲେ ପୂଜା ସାରିକି I ଦିନ ଦିପହର ହେଲାଣି, ସକାଳୁ ସର୍ବତ ଛଡା ଦାନାଟିଏ ବି ଯାଇନି ପେଟକୁ ତାଙ୍କର I

ଅଷ୍ଟମୀ ପୂଜା ନ ସାରିକି ଖାଇ ହବନି I ଘର ର ବଡପୁଅ ସିଏ, ବାପାଙ୍କ ଅନ୍ତେ କୂଳର ମର୍ଯ୍ୟାଦା ରଖିବା ଦାଇତ୍ୱ ତାଙ୍କର I ବୋଉ ଗଲାବେଳକୁ ତାକୁ କଥା ଦେଇଛନ୍ତି ସିଏ, ତାର ଉଲଂଘନ କରିପାରିବେନି I ପୂଜା ଲାଗି ଘରେ କୋଳାହଳ, ଲୋକ ସମାଗମ ଅରୁ ଆଉ ସୁରୁ ସବୁବର୍ଷ ପୂଜାରେ ଆସନ୍ତି I ଏ ବର୍ଷ ବି ଆସିଛନ୍ତି,  ହେଲେ ଟୁନା ସୁଦୂର ଆମେରିକା ରୁ ଆସିପାରିନି I        

  ଦୀର୍ଘ ନିଶ୍ୱାସ ପକାଇ ଉପରକୁ ଚାହିଁ ହାତଯୋଡ଼ି କହିଲେ "ବୋଉ, ଅଷ୍ଟମୀ ପୂଜା ସାରିକି ଆସିଲି, ଖାଇବାକୁ ବସିଛି I ତୋ କଥା କାହିଁ ଭାରି ମନେ ପଡୁଛି I ତୋ ହାତରନ୍ଧା ମାଂସ ତରକାରୀ -ଅଳ୍ପ ମସଲା ଆଉ ଲାଲ ଲାଲ ପାଣିଆ ଝୋଳ, ଥାଳିଏ ଭାତ କିମିତି ଉଠିଯାଏ କିଛି ଜଣା ପଡ଼େନି I ପାଞ୍ଚ ଭାଇଭଉଣୀ ଆମେ ବାଡିଆପିଟା ଲାଗୁ, ଟିକିଏ ବେଶୀ ତରକାରୀ ପାଇବା ଲାଗି ...କେତେ ରାଗ ରୋଷ ଏଇ ସାମାନ୍ୟ କଥାଟା ପାଇଁ I କେତେ ନାଲି ଆଖି ଦେଖାଏ ଶିବୁ ଆମର, କହେ, ଖାଲି ଘର ବାହାରକୁ ଚାଲେ, ତତେ ଏକ ଘରିକିଆ ନକରିଦେବି ଯଦି ମୋ ନାଁ ଶିବୁ ନୁହେଁ I ଝୋଳ ଟିକେ ଆଳୁ ଖଣ୍ଡେ ମାଗିଲେ ଦଉନୁ... ନାଇଁ ! ମୁଁ ତୁଚ୍ଛା ଭାତ ଗୁଡା ଖାଉଛି ଆଉ ତୁ ଗିନେ ତରକାରୀ ଧରି ବଇଚୁ , ହଉରେ ଟୁନା , ତୁ ଆଜି ବୁଦ୍ଧି ସିକିବୁ I

ଶିବୁ ଯିବା ଦିବର

୍ଷ ହେଇଯିବ I ଏମିତି ଅଷ୍ଟମୀ ହେଇଥାଏ, ସିଏ ସେତେବେଳକୁ ବିଛଣାଲାଗି I ଟୁନା ଖବର ପାଇ ଆମେରିକା ରୁ ଆସି ପହଂଚିଥାଏ I ସୁରୁ ଆମର ବଢ଼ାବଢି ରେ ତା ଭାଉଜ କୁ ସାହାଯ୍ୟ କରୁଥାଏ I ଏତିକିବେଳେ ଆରଘରରୁ ଚାପା ଚାପା କୋହ ର ଶବ୍ଦ କାନରେ ପଡିଲା I ମୁଁ ପରଦା ଆଡେଇ ଭିତରକୁ ଗଲି I ଶିବୁ ତୁନି ତୁନି କାନ୍ଦୁଥାଏ I ଡାକ୍ତର ତାକୁ କହିସାରିଥାନ୍ତି କି ...ଆଉ ବେଶିଦିନ ନୁହେଁ I ତା ସେଜପାଖରେ ବସି ଦେହ ଆଉଁସି ଦେଲି, ମତେ ଖାଲି ବିକଳ ହେଇକି ଚାହିଁଥାଏ,ତାର କୋଟରଗତ ଆଖିରୁ ଲୁହ ଦିଟୋପା ନିଗିଡ଼ିକି କାନ ଆଡକୁ ଗତି କରୁଥାଏ I କଣ ବା କହି ସାନ୍ତ୍ୱନା ଦେବି, ଖାଲି ଏତିକି କହିପାରିଲି ..ଦେଵୀ ମାଙ୍କୁ ଡାକେ, ସେଇ ତୋର ଦୁଃଖ ଲାଘବ କରିବେ I ଦି ସପ୍ତାହ ପରେ ସିଏ ଆଖିବୁଜିଦେଲାI ବୋଉ, ତୋ କୋଳରେ ଏବେ ଶୋଇଥିବ ନାଇଁ ଲୋ ! " 

ଆଖି ଜକେଇ ଆସିଲା ପଦବାବୁଙ୍କର,କେତୋଟି ମୁହୂର୍ତ ଭିତରେ କେତେ ପଛକୁ ଚାଲିଗଲେ ସିଏ, କେତେ ଅଭୁଲା ସ୍ମୃତି ପୁନଃ ମାନସ ପଟ ରେ ଜୀବିତ ହୋଇ ଉଠିଲେ I ବାସ୍ତବତା ଭିତରକୁ ଅଗତ୍ୟା ତାଙ୍କୁ ଫେରି ଆସିବାକୁ ହେଲା I ଭାତ ଥାଳି ଧରି ପତ୍ନୀ ପାଖରେ ଠିଆ ହୋଇଛନ୍ତି ଆଉ କହୁଛନ୍ତି "ଧରୁନ ଥାଳି ଟା, ତରକାରୀ ରୋଷେଇଘରେ ଥଣ୍ଡା ହେଇଯାଉଛି I ଖାଇକି କହିବ, ବୋଉଙ୍କ ତରକାରୀ ଭଳିଆ ହେଇଚି କି ନାହିଁ I ଅରୁ, ସୁରୁ କହୁଥିଲେ ଭଲ ଲାଗୁଚି ବୋଲି I

ପିଣ୍ଟୁ କଥା ଛାଡ, ମଣ୍ଟୁ ସାଙ୍ଗରେ ଝଟI ପଟା କଳି ଲଗେଇଛି ଆଉ ଖାଇବ ବୋଲି I " 

ପଦବାବୁ ଗୂଂଡେ ଭାତ ତରକାରୀ ରେ ଗୋଳେଇକି ପାଟିକି ନଉ ନଉ କହିଲେ "ବାଃ ବେଶ ବଢିଆ ହେଇଚି ତ, ହେଲେ ମୁଁ ଟିକେ ଥାଳି କଡରେ ଢାଳି ନଉଚି, ପିଲାଙ୍କୁ ଦେଇଦିଅ ବାକିତକ I ହଁ, ପିଣ୍ଟୁ କୁ ଟିକେ ଅଧିକ ଦବ I ଲୋଭି ଛୁଆଟା ଆମର ...ଏବେ ଖାଇବନି ତ ଆଉ କେବେ ଖାଇବ ?

 



Rate this content
Log in

Similar oriya story from Classics