STORYMIRROR

RAJENDRA DASH

Classics Inspirational

3  

RAJENDRA DASH

Classics Inspirational

ସାଲବେଗ – ଦ୍ଵିତୀୟ ସଂସ୍କରଣ

ସାଲବେଗ – ଦ୍ଵିତୀୟ ସଂସ୍କରଣ

2 mins
140

ସାଲବେଗ ,ପିଲାଦିନୁ ନାଁ ଟା ଭାରି ଅଡୁଆ ଲାଗୁଥିଲା ତାକୁ । ଅମ୍ମି କହୁଥିଲା , ଅବୁ ଓ ତା’ର କାଳେ love marriage । ଅମ୍ମି ଓଡିଆ ବ୍ରାହ୍ମଣ ଘର ର ଥିଲା । ସେ ସବୁବେଳେ କାହିଁକି କେଜାଣି କୁହେ ,” ତୁ ଆମ ଘରେ ସାଲବେଗ ହେଇ ଜନ୍ମ ହେଇଛୁ ରେ ବାପା “।

      ଯୌବନ ର ଆଦ୍ୟ ଦେଶ ରେ ଭାରତ ର ସେନାବାହିନୀ ରେ ଯୋଗ ଦେଲା ସାଲବେଗ । ମୁସ୍ଲିମ ବୋଲି ବହୁ ଶରବ୍ୟ ର ଶିକାର ହୋଇଥିଲା ସେ । ଏପରିକି ନିଜ ଦେଶ ପ୍ରେମ ର ଉଦାହରଣ ଦେବାକୁ ଭାରି ମାତ୍ର ରେ କ୍ଷତାକ୍ତ ହେବାକୁ ପଡିଥିଲା ତାକୁ । ଡାକ୍ତର କହୁଥିଲେ ବଞ୍ଚିବାର ଆଶା କ୍ଷୀଣ । ହେଲେ ଅମ୍ମି କହୁଥିଲା , “ ଜାଗା କୁ ଡାକେ ବାପା, ତୁ ‘ ତ ସାଲବେଗ , ତୋ କଥା ସେ ନିଶ୍ଚୟ ଶୁଣିବ । “

 ସତ କୁ ସତ ଭଲ ହେଇହଲା ସେ । କାଳିଆ କୁ ଧନ୍ୟବାଦ ଦେବାକୁ ଆସିଥିଲା ସୁଦୂର ଜମ୍ମୁ ରୁ ପୁରୀ କୁ । ପଣ୍ଡା ମାନେ ରୋକିଦେଲେ ସିଂହଦ୍ଵାର ରେ । ମୁସ୍ଲିମ ବୋଲି ମନ୍ଦିର ପ୍ରବେଶ ର ଅଧିକାର ହରେଇଛି କାଳେ ସେ । ତା ପ୍ରିୟ ର ଜଗନ୍ନାଥ କାଳେ କେବଳ ହିନ୍ଦୁ ଙ୍କ ଭିତରେ ସୀମାବଦ୍ଧ । ବୃନ୍ଦାବନ କୁ ଯାଇ ଶୁଦ୍ଧି ହେବାକୁ ପଡିବ ତାକୁ , ଧର୍ମ ପରିବର୍ତନ କରିବାକୁ ପଡିବ ତାକୁ । .............


COVID HOSPITAL ରେ ବସି ଅତୀତ କଥା ଭାଳି ହେଉଥିଲା ସାଲବେଗ । ବୃନ୍ଦାବନ ରୁ ପୁରୀ ର ପଦଯାତ୍ରା ର ମାନସିକ କରି ଆସିବା ବେଳେ କେଜାଣି କାହିଁକି ଦଳେ ଲୋକ ତାକୁ ଧରି ଆଣି ଅନ୍ୟ କିଛି ଲୋକ ଙ୍କ ସହ ତାକୁ ଗୋଟେ ବନ୍ଦ କକ୍ଷ ରେ ରଖିଥିଲେ। କହିଲେ ସେଇଟା quarantine center ( ସଙ୍ଗରୋଧ କେନ୍ଦ୍ର) । ୧୫ ଦିନ ରହିବାକୁ ହେବ ସେଇଠି ତାକୁ। quarantine ରେ ଥିବା ସମୟ ରେ ରଥ କାଠ ଅନୁକୂଳ ହୋଇଥିବା କଥା ଶୁଣି ମନ ରେ ଏକ ଅଜଣା ଉନ୍ମାଦନା ଆସିଲା ତା ‘ର । ମନ୍ଦିର ନ ହେଉ ନାହିଁ ଅନ୍ତତଃ ରଥ ରେ କାଳିଆ କୁ ଦେଖିପାରିବ ସେ । ପାରିପାର୍ଶ୍ଵିକ ଅବସ୍ଥା ବିଷୟ ରେ ଅଜ୍ଞ ଥିଲା ସେ ଗତ ଏକ ବର୍ଷ ହେବ ଯେବେ ସେ ବୃନ୍ଦାବନ ଯାଇଥିଲା ନିଜର ହିନ୍ଦୁତ୍ଵ ର ପ୍ରମାଣ ଦେବା ପାଇଁ।


ହଠାତ ଦିନେ ତାକୁ କେଉଁ ଏକ hospital କୁ ସ୍ଥାନାନ୍ତରଣ କରାଗଲା। କେହି କହୁଥିଲେ swab test ରେ ସେ positive ଆସିଛି ବୋଲି। ୩୫ ଦିନ ହେଇଗଲାଣି। ହେଲେ ସ୍ୱାସ୍ଥ୍ୟ ଅବସ୍ଥା ରେ ଉନ୍ନତି ଆସିନାହି ତା’ର । ଦିନ କୁ ଦିନ ସ୍ଥିତି ଖରାପ ହେବାକୁ ଲାଗିଛି। ସତ ରେ କଣ ସେ ରଥଯାତ୍ରା ଦେଖିପାରିବନି । ଜଗା କୁ ଦେଖିବାର ଇଚ୍ଛା କ’ଣ ସତ ରେ ଅଧା ରେ ରହିଯିବ । ସେ ବଡଦାଣ୍ଡ କୁ ବାହାରିବେ ଅଥଚ ଦର୍ଶନ ଦେବାର ସୁଯୋଗ ଦେବେନି ତାକୁ? ବର୍ଷକ ର ହିନ୍ଦୁତ୍ଵ ର କଠିନ ପ୍ରଶୀକ୍ଷଣ କଣ ବିଫଳ ହେଇଯିବ ? ଏମିତି ହୁଆନ୍ତାନି ସେ ଭଲ ହେବା ଯାଏଁ ମହାପ୍ରଭୁ ଟିକେ ରହିଯା’ନ୍ତେ ମନ୍ଦିର ରେ ...........


ପାଖରେ ଥିବା TV ରେ NEWS HEADLINES ଆସୁଥିଲା,’ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରୀମ କୋର୍ଟ ଙ୍କ ନିର୍ଦେଶ ।


ନୈପଥ୍ୟ ରେ କେଉଠୁ ଏକ ଗୀତ ଭାସି ଆସୁଥିଲା,” ଆହେ ନୀଳ ଶୈଳ , ପ୍ରବଳ ମତ ବାରଳ ..............”   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics