Anuradha Nath

Drama Inspirational Thriller

4.0  

Anuradha Nath

Drama Inspirational Thriller

ସାଇକେଲ ଘଣ୍ଟି

ସାଇକେଲ ଘଣ୍ଟି

4 mins
195



ଶୀତ ସକାଳର କଅଁଳ ଖରାରେ ବସି ଚାହା ର ମଜା ନେଉଥିଲେ ସାବିତ୍ରୀ ମାଡାମ୍। ପାଖରେ ଲଗାଇଛନ୍ତି କିଛି ପୁରୁଣା କାଳିଆ ଗୀତ। ଆଉ ତା ଭିତରେ ନିଜକୁ ହଜାଇ ସାରିଥାନ୍ତି ସେ। ଠିକ୍ ସେହି ସମୟରେ ଗୋଟିଏ ସାଇକେଲର ଘଣ୍ଟିର ଶବ୍ଦ ତାଙ୍କୁ ଵ୍ୟତିଵ୍ୟସ୍ତ କରି ଦେଲା।

କିଛି କ୍ଷଣ ପାଇଁ ନିଜ ଭାରସାମ୍ୟ ହରାଇ ବସିଲେ ସେ। ମନ ଇଛା ଗାଳିଗୁଲଜ କରିଲେ। ମୁଁ ( ଅମିତ୍ ଦାଶ) ସେହି ରାସ୍ତା ଦେଇ ଟିଉସନ୍ ଯାଉଥାଏ। ଆଖ ପାଖରେ ଲୋକଙ୍କ ଠାରୁ ଜାଣିବାକୁ ପାଇଲି, ସେ ସାଇକେଲ ଘଣ୍ଟିର ଶଦ୍ଦକୁ ବହୁତ ଘୃଣା କରନ୍ତି। ଆଉ କଲେଜ ପଢୁଆ ପିଲାମାନେ ସେହି କାରଣରୁ ସେହି ରାସ୍ତାରେ ଗଲା ଵେଳେ ସାଇକେଲ ଚଲାଇଵା ବଦଳରେ ଗଡାଇ ଗଡାଇ ଯାଆନ୍ତି। 

ଯେହେତୁ କଲେଜର ପଦାର୍ଥ ବିଜ୍ଞାନର ଅଧ୍ୟାପିକା ସେ, ଏଣୁ ସମସ୍ତେ ତାକୁ ଡରନ୍ତି। ଏଣୁ ତାଙ୍କ କ୍ଲାସରେ ବି ବହୁତ କମ୍ ପିଲା କ୍ଲାସ କରନ୍ତି। ସେହି କମ ପିଲାଙ୍କ ଭିତରେ ମୁଁ ମଧ୍ୟ ଜଣେ। କେବଳ ପାଠ ପଢାଇ ସେ ଚାଲି ଯାଆନ୍ତି। ଵେଳେଵେଳେ କଲେଜର ପରିସରରେ ତାଙ୍କୁ ଏକୁଟିଆ ଗପିଵାର ଦେଖିଛି। କ୍ଲାସ୍ ସରିବା ପରେ ଚଷମା ଖୋଲି ଲୁହ ପୋଛି ପୁଣି ହସିଵାର ଅଭିନୟ କରିବାର ଵି ମୁଁ ଦେଖିଛି। କିନ୍ତୁ ସାମାନ୍ୟ ଗୋଟିଏ ସାଇକେଲ ଘଣ୍ଟିର ଶଦ୍ଦ ତାଙ୍କ ଭିତରେ ଏତେ ପରିବର୍ତ୍ତନ ଆଣିପାରେ ,ସେ କଥା ମୁଁ ଵୁଝି ପାରୁ ନଥିଲି ।


କିଛି ଦିନ ପରେ ତାଙ୍କ ଵିଷୟରେ ଅଧିକରୁ ଅଧିକ ଜାଣିବାକୁ ଚେଷ୍ଟା କଲି। ଦୁଃଖ ଲାଗିଲା ଏ ଦୁନିଆରେ ସେ ଏକାକୀ ଵୋଲି ଜାଣି ସାରିବା ପରେ। ସେହିଦିନ ଠାରୁ ଚେଷ୍ଟା କରିଥିଲି ତାଙ୍କ ସହିତ ଏକ ଆତ୍ମୀୟତାର ପରିଚୟ ସୃଷ୍ଟି କରିଵା ପାଇଁ। ସେ ଵି ମୋ ସହିତ ନିଜ ପୁତ୍ର ପରି ଵ୍ୟଵହାର କରୁଥିଲେ। ଦିନେ ତାଙ୍କ ଘରେ ପୂଜା ଥିଲା। ମୋ ସହିତ ମୋର ବନ୍ଧୁ ମାନ ତାଙ୍କ ଘରକୁ ଯାଇଥିଲୁ। ସେହିଦିନ ତାଙ୍କ ଵାଲ୍ୟ ସମୟର ଫଟୋ ଦେଖି ଚମକି ପଡିଥିଲି। କାରଣ ସାବିତ୍ରୀ ମାଡାମ୍ ଯଦିଓ ମୋର ପରିଚିତ ନଥିଲେ, କିନ୍ତୁ ଏହି ଫଟୋ ସହିତ ମୋର ପରିଚୟ ଥିଲା । ମୋ ଵଡଵାପାଙ୍କ ତକିଆ ତଳେ ଏହି ଫଟୋକୁ ମୁଁ ବହୁବାର ଦେଖିଛି। କିନ୍ତୁ କେଵେ ପଚାରିନି ସେ କିଏ? ବଡଵୋଉ ମୋ ସମ୍ମୁଖରେ ରୋଗଶଯ୍ୟାରେ ପଡି ପଡି ମୃତ୍ୟୁ ବରଣ କରିଥିଲେ। କିନ୍ତୁ ବଡଵୋଉଙ୍କ ଫଟୋ ଵଡଵାପାଙ୍କ ତକିଆ ତଳେ କେଵେ ମଧ୍ୟ ଦେଖିନାହିଁ। ସେଦିନ ସେହି ଫଟୋ ଦେଖିଲା ପରେ ମୋ ମନରେ ବହୁତ ପ୍ରଶ୍ନ ସୃଷ୍ଟି ହୋଇଥିଲା ଵଡଵାପା ଆଉ ସାବିତ୍ରୀ ମାଡାମ୍ ଙ୍କୁ ନେଇ କି।

ବହୁ ସାହାସ କରି ପିଉସୀ ଘରକୁ ଗଲି ଘଟଣାର ତଦନ୍ତ ପାଇଁ। ପିଉସୀ ,ବାପା ଆଉ ଵଡଵାପାଙ୍କ ଠାରୁ ବଡ। ଆଉ ପିଉସୀ ଠାରୁ ସବୁ କଥା ଜାଣି ପାରିଲି। ଆଉ ଵୁଝି ସାରିଥିଲି ସାଇକେଲ ଘଣ୍ଟି ର ରହସ୍ୟ।

ମୋ ଜେଜେବାପା ଥିଲେ ଜଣେ ଶକ୍ତ ସ୍ୱଭାବର ମଣିଷ। ଆଉ ତାଙ୍କ ଆଗରେ ମୁହଁ ଖୋଲିବାର ସାହାସ କାହାର ନଥିଲା। ମୋ ଵଡଵାପା ପାଠରେ ଥିଲେ ଟିକିଏ ଦୁର୍ବଳ। ଏଣୁ ସେହି ଗ୍ରାମର ଶିକ୍ଷକ ଵେଣୁ ସାର୍ ଙ୍କ ପାଖକୁ ଟିଉସନ୍ ପାଇଁ ଜେଜେ ପଠାଉ ଥିଲେ। ଵେଣୁ ସାର୍ ଙ୍କ ଝିଅ ଥିଲେ ସାବିତ୍ରୀ ମ୍ୟାଡାମ୍। ମ୍ୟାଡାମ୍ ଙ୍କ ସ୍ୱଭାବର ଆକୃଷ୍ଟ ହୋଇ ଵଡଵାପା ତାଙ୍କୁ ଭଲ ପାଇ ବସିଲେ। କିନ୍ତୁ ମ୍ୟାଡାମ୍ ତାଙ୍କୁ ଭଲ ପାଉ ନଥିଲେ। କାରଣ ଵଡଵାପା ମୂର୍ଖ ଥିଲେ। ତଥାପି ଜେଜେ ଵାପା ପଡିଶା ଘର ପୁଅ ଠାରୁ ସାଇକେଲ ମାଗି ମ୍ୟାଡାମ ପଛରେ ଯାଉଥିଲେ। କେତେବେଳେ ସାଇକେଲର ଘଣ୍ଟି ବଜାଇ ତାଙ୍କ ପ୍ରେମ ନିବେଦନ କରିଥିଲେ ତ କେତେବେଳେ ସେ ସମୟର ଅକ୍ଷୟ ମହାନ୍ତିଙ୍କ ଗୀତ "ସାଵି ସାବି ତୁ ତୋ ମୋର ଲାଲ୍ ପାନ୍ ବିବି ଗୀତ ଗାଇକି ।


କିଛି ଦିନ ପରେ ସାବିତ୍ରୀ ମାଡାମ୍ ଵି ତାଙ୍କୁ ଭଲ ପାଇ ବସିଲେ। ବହୁ କଷ୍ଟରେ କାହାଠାରୁ ସାଇକେଲ ମାଗି ମାଡାମ୍ ଙ୍କୁ ଵୁଲାଉ ଥିଲେ। ସେ ସମୟରେ ଶଗଡ ଗାଡିର ପ୍ରଚଳନ ଥିଲା। ନୂଆଁ କରି ସାଇକେଲ ଆସିଥିଲା। ଆଉ ତାର ଦରଦାମ୍ ମଧ୍ୟ ଅଧିକ ଥିଲା। ଯାହା ସାଧାରଣ ମଣିଷ ପ୍ରତି ସମ୍ଭବପର ନଥିଲା। ଵଡଵାପା ମଧ୍ୟ ଅନ୍ୟ ଠାରୁ ସାଇକେଲ ମାଗି ହିରୋଗିରି ଦେଖେଇଵାରେ ପଛଘୁଞ୍ଚା ଦେଉ ନଥିଲେ।

ଏହି ଭିତରେ ବଡବାପା ବହୁ କଷ୍ଟରେ ମାଟ୍ରିକ ରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲେ। ତା ପରେ ତାଙ୍କ ଚାହିଦା ବଢି ଗଲା। ଜେଜେବାପା ସହରରେ ଵଡଵାପାଙ୍କୁ ପଢିବାକୁ ପଠାଇ ଦେଲେ। ଆଉ ଵେଣୁ ସାର୍ ଙ୍କ କାନରେ ଯେତେବେଳେ ଏ ପ୍ରେମ ସମ୍ପର୍କ କଥା ପଡିଲା, ସେ ଜେଜେବାପାଙ୍କ ଘରକୁ ପ୍ରସ୍ତାବ ନେଇ ଗଲେ।

ଜେଜେବାପା ସେହି ସମୟରେ ଯୌତୁକରେ ସାଇକେଲ ମାଗିଥିଲେ। ଆଉ ଵେଣୁ ସାର୍ ଙ୍କ ପକ୍ଷେ ଏହା ସମ୍ଭବପର ନଥିଲା। ଏଣୁ ଜେଜେଵାପା ନିର୍ଦୟ ଭାବେ ଵାହାଘର ଭାଙ୍ଗି ଦେଲେ। ଵଡଵାପା ଵି ଜେଜେଵାପାଙ୍କୁ ଡରି ଚୁପ୍ ରହିଥିଲେ।

ସାବିତ୍ରୀ ମାଡାମ୍ ଆଉ ତାଙ୍କ ପରିବାରଙ୍କୁ ଲୋକ ବହୁତ କଥା କହିଲେ। ଆଉ ତା ପରେ ସେମାନେ ଗାଁ ଛାଡି ଚାଲିଗଲେ। ଆଉ ଫେରି ନଥିଲେ। ଵଡଵାପା ବି ଜେଜେବାପାଙ୍କ କଥାରେ ଅନ୍ୟତ୍ର ଵିଵାହ କଲେ, ତଥାପି କେଵେ ମଧ୍ୟ ବଡଵୋଉଙ୍କୁ ସ୍ତ୍ରୀ ର ମାନ୍ୟତା ପ୍ରଦାନ କରି ପାରିଲେ ନାହିଁ। ଯୌତୁକ ମିଳିଥିବା ସାଇକେଲରେ ମଧ୍ୟ ହାତ ଦେଇ ନଥିଲେ। ଅବଶ୍ୟ ଵାପା ଆମର ଵିନା ଯୌତୁକରେ ସେହି ସାଇକେଲ ଚଲାଇଵାର ସୌଭାଗ୍ୟ ଅର୍ଜନ କରିଥିଲେ।

ସାବିତ୍ରୀ ମ୍ୟାଡାମ୍ ଆଉ ଵଡଵାପାଙ୍କ ଆଖିରେ ସେହି ସ୍ମୃତିକୁ ସାଉଟିଵାକୁ ଚେଷ୍ଟା କଲି। କାରଣ ଏବେ ତାଙ୍କ ଭିତରେ ଖଳନାୟକ ସାଜିଵାକୁ ମୋ ଜେଜେବାପା ମଧ୍ୟ ନଥିଲେ। ଵଡଵାପାଙ୍କୁ ମନାଇଵାକୁ ଵେଶି ସମୟ ଲାଗି ନଥିଲା। କିନ୍ତୁ ମ୍ୟାଡାମ୍ ଙ୍କ ହୃଦୟରେ ଆଜି ମଧ୍ୟ ସେ ଅଭିମାନ ଆଉ ଅଭିଯୋଗ ଲୁଚି ରହିଥିଲା। କିନ୍ତୁ ମୋ ଵଡଵାପା ଵି କେଉଁ କମ୍ କି। ସାଜିଥିଲେ ପୁନଃର୍ବାର ଵିଗତ ଦିନର ପ୍ରେମିକ।

ସେଦିନ ମଧ୍ୟ ମାଗି ନେଇଥିଲେ ଅନ୍ୟ ଜଣଙ୍କ ଠାରୁ ସାଇକେଲଟିଏ। ମୋବାଇଲର ମ୍ୟୁଜିକ ପ୍ଲେୟାରରେ ଵାଜୁଥିଲା ସେହି ବିଗତ ଦିନର ଗୀତ - " ସାଵି ସାଵି

                 ତୁ ତୋ ମୋର ଲାଲ୍ ପାନ୍ ଵିଵି...

ସାଙ୍ଗରେ ସାଇକେଲର ଘଣ୍ଟି । ସେଦିନ କିନ୍ତୁ ମ୍ୟାଡାମ୍ ଵାହାରକୁ ଆସି ଚିତ୍କାର କରି ନଥିଲେ। ତାଙ୍କ ଆଖିରୁ ଝରୁଥିଲା କିଛି ପ୍ରେମ ଆଉ ଅଭିମାନର ଲୁହ। ଆଉ ସେହିଦିନ ମୁଁ ଵୁଝିଥିଲି, ପ୍ରେମ କେତେବେଳେ ,କେଉଁଠି ଵି ହେଇପାରେ। ଆଉ ଏ ପ୍ରେମ ପାଇଁ ବୟସ କେଵେ ମଧ୍ୟ ଵାଧା ସୃଷ୍ଟି କରେ ନାହିଁ।

ବଡବାପା ସାବିତ୍ରୀ ମ୍ୟାଡାମ୍ ଙ୍କୁ ଵିଵାହ କଲେ। ଆଉ ତାଙ୍କ ଭଲପାଇବା ଆମ ମାନଙ୍କ ପାଇଁ ଉଦାହରଣ ସାଜି ଥିଲା। ଏବେ ମ୍ୟାଡାମ୍ ଙ୍କୁ ମୁଁ ବଡଵୋଉ ଡାକୁଛି। ଏହି ଭିତରେ ବହୁ ବର୍ଷ ଵିତି ସାରିଛି। ମୋ ପୁଅ ଏବେ ନୂଆଁ ନୂଆଁ କରି ସାଇକେଲ ଚଳାଉଛି। ଆଉ ସେ ସାଇକେଲ ଚଲାଇଵାର ସମୟରେ ବଡଵୋଉ ତା ସାଇକେଲ ର ଘଣ୍ଟି ବଜାଇ କୁହନ୍ତି, ଵିନା ଘଣ୍ଟି ରେ କି ସାଇକେଲ ଚଲା କିରେ ନାତିଆ...

ସମାପ୍ତ



Rate this content
Log in

Similar oriya story from Drama