puspalata samantary

Classics

2  

puspalata samantary

Classics

ସାହିତ୍ୟର ସନ୍ତାପ

ସାହିତ୍ୟର ସନ୍ତାପ

2 mins
306


ନୀଳାମ୍ବର ବାବୁ ଜଣେ ସାହିତ୍ୟିକ, ଅବସରରେ ନେବା ପରେ, ସାହିତ୍ୟ ଚର୍ଚ୍ଚାରେ ଓ ସାହିତ୍ୟକ ବନ୍ଧୁମାନଙ୍କ ସହିତ ସାହିତ୍ୟ ଆଲୋଚନା କରି ସମୟ କଟାଇ ଦିଅନ୍ତି । ସାମାଜିକ ଅସମନତା, ଦୁର୍ନୀତି, ଭ୍ରଷ୍ଟାଚାର, ନିଶା ଦ୍ରବ୍ୟର ବହୁଳ ପ୍ରସାର ତଦ୍ ଜନିତ ସାମାଜିକ ବିଶୃଙ୍ଖଳା, ନାରୀମାନଙ୍କ ଉପରେ ଘଟୁଥିବା ଅତ୍ୟାଚାର ପ୍ରଭୁତି ତାଙ୍କ ମନକୁ ଆନ୍ଦୋଳିତ କରୁଥାଏ। ସେହି ବିଷୟ ସ୍ତ୍ରୀ ତପତୀଙ୍କ ସହିତ ଆଲୋଚନା କରି ଦୁଃଖିତ ହୁଅନ୍ତି । ସମାଜ କୁ ସଚେତନ କରିବାକୁ ମନରେ ଚିନ୍ତା କରି, ସବୁ ବିଷୟ ସନ୍ନିବେଶିତ କରି ବହିଟିଏ ଲେଖିଲେ । ଦିନକୁ ଦିନ ସମାଜର ନୀତି ନିୟମ ବଦଳୁଛି, ଲୋକଙ୍କର ମାନସିକତା ବି ବଦଳୁଛି । ନୂଆନୂଆ ଭାଷାର ସମ୍ଭାର ପହଞ୍ଚି ଯାଉଛି ଲୋକମାନଙ୍କ ପାଖରେ । ସବୁ ବିଷୟକୁ ନଜରରେ ରଖି ବହିଟି ଶେଷ କଲେ । ପତ୍ନୀ ତପତୀ ବହିଟିକୁ ପଢି ବହୁତ ଖୁସି ହେଲେ। ଯୁଗୋପଯୋଗୀ ଲେଖା ବହୁତ ଭଲ ହୋଇଛି । ଭାଷା, ସଂସ୍କୃତି, ପରମ୍ପରା ହେଉଛି ଆମ ସନାତନ ଧର୍ମର ଆତ୍ମା ଓ ଶ୍ରେଷ୍ଠତା। ଏ ବିଷୟଟିକୁ ପଢିବା ଲୋକର ମନରେ ପ୍ରଭାବ ପଡିବ ଏବଂ ସେ ମାର୍ଜିତ, ଶୃଙ୍ଖଳିତ, ଜୀବନ ଧର୍ମୀ ହେବାକୁ ଶିଖିବ,ପ୍ରେରଣା ପାଇବ ନିଶ୍ଚୟ। ନୀଳାମ୍ବର ବାବୁ ଖୁସି ହୋଇଗଲେ । ତା ପରଦିନଠୁ ପାଖାପାଖି ଯେତେକ ତାଙ୍କର ସାଙ୍ଗ ଓ ଜଣାଶୁଣା ମାନେ ଥିଲେ, ସମସ୍ତଙ୍କୁ ନେଇ ଖଣ୍ଡିଏ ଲେଖାଏ ବହିଦେଇ କହିଲେ,ପଢିସାରି ମତାମତ ଦେବାକୁ । ପନ୍ଦର ଦିନ ଗଲା,ଏକମାସ ବି ଗଲା। ସେଇ ଭିତରେ ଜଣେ ସାଙ୍ଗ ଦେଖା ହେଲେ । ଇଛା ନ ଥିଲେ ବି ନୀଳାମ୍ବର ବାବୁ ପଚାରିଦେଲେ ବହିପଢି କିପରି ଲାଗିଲା ? ଉତ୍ତର ଟି ଥିଲା, ଆରେ ଭାଇ କଣ କରିବି ? ସମୟ କୋଉଠି ହେଉଛି ? ହଉ ମୁଁ ଏଇ ଭିତରେ ପଢି ଜଣାଇବି। ଉତ୍ତର ଟି ଶୁଣି ନୀଳାମ୍ବର ବାବୁ ଙ୍କ ମନଟି ମଉଳି ଗଲା । ମନଦୁଃଖରେ ଆସି ଘରେ ପତ୍ନୀଙ୍କ ଆଗରେ କହିଲେ । ପତ୍ନୀ ତପତୀ କହିଲେ ତୁମ ସାଙ୍ଗ କିଛି ଭୁଲ କହିନାହାନ୍ତି । ଆଜିର ସମୟରେ କିଶୋରୀ ବୟସଠୁ ଆରମ୍ଭ କରି, ଯୁବା ବୟସ ଓ ପ୍ରୌଢ ବୟସ ଯାଏ କାହାକୁ ସମୟ ଅଛି କହିଲ? ସମାଜର ସମସ୍ତେ ତ ସ୍ମାଟ ଫୋନ ଓ ଇଣ୍ଟରନେଟ୍ ସହିତ ଯୋଡି ହୋଇ ରହୁଛନ୍ତି । ଗୋଟିଏ ପରିବାରରେ ଯେତେ ସଦସ୍ୟ ଅଛନ୍ତି କେହି କାହା ସହିତ ସୁଖଦୁଃଖ ବାଣ୍ଟି ବାକୁ ସମୟ ନାହିଁ। ପାଠପଢୁଥିବା ଯୁବକ ଛୁଆ ତ ନିଜ କ୍ୟାରିୟର ସୁଦ୍ଧା ଭୁଲିଯାଉଛନ୍ତି, ମୋବାଇଲ ଚକରରେ ପଡି। ଅବଶ୍ୟ ସେଥିରେ ଉତ୍ତମ ମାନର ଶିକ୍ଷା ଉପାଦାନ ରହିଛି । କିନ୍ତୁ ପିଲା ବୟସରେ ତାଙ୍କ ମନକୁ ନିୟନ୍ତ୍ରଣ ରଖିବାର କ୍ଷମତା ତାଙ୍କର ନ ଥିବାରୁ, ଭବିଷ୍ୟତ କଥା ନ ଭାବି ପାଠ ସହିତ ଶୀଳ, ଅଶ୍ଳୀଳ ଛବି, ନାନାପ୍ରକାର ଅନୁଚିତ ଦୃଶ୍ୟ ଦେଖିବାରେ ସେମାନଙ୍କ ଆଗ୍ରହ ବଢୁଛି । କେତେକ ସେଥିରୁ ଶିକ୍ଷା ପାଇ ଉପକୃତ ହେଉଛନ୍ତି, ବହୁତ ସଂଖ୍ୟାରେ ପଥଭ୍ରଷ୍ଟ ହେଉଛନ୍ତି । ଏମିତି ସମୟରେ ବହି ପଢୁଛି କିଏ? ନୀଳାମ୍ବର ବାବୁ ପତ୍ନୀଙ୍କ କଥାକୁ ସମର୍ଥନ ଜଣାଇଲେ । ଚାରିଦିନ ପରେ ପତ୍ନୀ କହିଲେ, ଆହେ ଦେଖୁଛ ତୁମେ ଦୋକାନ ରୁ ଯେଉଁ ଡାଲି ର ଠୁଙ୍ଗାଟି ଆଣିଛ ସେଇଟି ତୁମେ ଆଦରରେ ଲେଖିଥିବା ବହିରେ ତିଆରି ଠୁଙ୍ଗା। ନୀଳାମ୍ବର ବାବୁ ତାକୁ ଦେଖି ଆଖିକୁ ବିଶ୍ୱାସ କରିପାରିଲେ ନାହିଁ। ବହିର ବିଳାପ କୁ ଅନୁଭବ କରୁଥିଲେ । ଆଉ ଭାବୁଥିଲେ ମୋରି ପରି କେତେକ ସାହିତ୍ୟ ପ୍ରେମୀ ସାହିତ୍ୟକୁ ବଞ୍ଚାଇ ରଖିବାକୁ ଆପ୍ରାଣ ଉଦ୍ୟମ କଲେ କଣ ହେବ ? ସମାଜ ତ ନିଜର ବାସ୍ତବ ସ୍ଥିତି ହରାଇବାକୁ ଯାଉଛି ।



Rate this content
Log in

Similar oriya story from Classics