Maheswar sahoo

Drama

3  

Maheswar sahoo

Drama

ସାବତ ମାଆକୁ କାମାନ୍ଧ ବାପା

ସାବତ ମାଆକୁ କାମାନ୍ଧ ବାପା

10 mins
431


"ବାବୁ ମୁଁ ସବୁ କାମ କରି ପାରିବି ବାବୁ । ମୋତେ ଚାକର ଭାବେ ରଖନ୍ତୁ ବାବୁ । ସତ କହୁଛି ବାବୁ ମୁଁ କାଲି ରାତିରୁ କିଛି ଖାଇନି । ଦେଖନ୍ତୁ ନା ବାବୁ ମୋ ମାଆ ମୋତେ କେମିତି ବାଡେଇ ବାଡେଇ ମୋ ପିଠିରୁ ରକ୍ତ କାଢି ଦେଇଛନ୍ତି । ବାବୁ ଆପଣଙ୍କ ଘରେ ସବୁ କାମ କରିବି । ଯାହା କହିବେ କରିବି । ଆପଣଙ୍କ ପାଦ ସେବା କରିବି । ବାବୁ ମୋତେ ଗୋଟେ କାମ ଦିଅନ୍ତୁ କହି ରଞ୍ଜନ ବାବୁଙ୍କ ପାଦ ତଳେ ପଡି ଯାଇଥିଲା ଦଶ ବର୍ଷର ବାଳକ କାଳିଆ । ରଞ୍ଜନ ବାବୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ପିଲାଟିକୁ ଦେଖି । ଛୋଟିଆ ପିଲା ! ଏହି ବୟସରେ ପାଠ ପଢିବା ଓ ଖେଳିବାର ସମୟ ହେଲେ........! କଣ ହୋଇଛି ତୋର । ତମ ଘର ଓ ଠିକଣା ରଞ୍ଜନ ବାବୁ ପଚାରିଥିଲେ କଳିଆକୁ ।

   କାଳିଆ କହିପକେଇଲା ବାବୁ ମୋ ନାଁ କାଳିଆ । ମୋ ବାପା ମୋତେ ବହୁତ ଭଲ ପାଆନ୍ତି ହେଲେ ମୋ ମାଆ ମୋତେ ଆଖି କୋଣରେ ଦେଖନ୍ତି ନାହିଁ । ମୋ ବାପା ଯେତେବେଳେ ଚାକିରୀକୁ ଯାଆନ୍ତି ମୋ ମାଆ ମୋତେ ଟିକିଏ ଟିକିଏ କଥାରେ ବାଡାନ୍ତି । 

 ରଞ୍ଜନ ବାବୁ, " ଆଚ୍ଛା କହିଲୁ ତୋ ମାଆ କାହିଁକି ତୋତେ ଏତେ ଘୃଣା କରନ୍ତି ?"

କାଳିଆ," ବାବୁ ମୋ ମାଆ ପାଗିଳି ହୋଇ ଯାଇଛି ଓ ପାଗଳ ଖାନାରେ ରହିଛି । ମୋ ବାପା ଆଉ ଗୋଟେ ମାଆଙ୍କୁ ଆଣି ଘରେ ରଖିଛନ୍ତି । ଘରେ ମୋର ଆଉ ଏକ ବଡ଼ ଭଉଣୀ ଅଛି ହେଲେ ସେ ଯେତେ ମାଡ଼ ଦେଲେବି ସହିଯାଏ । ମୋ ବାପା ସବୁ ଶୁଣିବି କିଛି କୁହନ୍ତି ନାହିଁ । ମୋ ଭଉଣୀ ଆଜି ମୋ ଉପରେ ହେଉଥିବା ମାଡ଼ ଦେଖି ସହି ନ ପାରି କହିଲା ତୁ ଏଠୁ ପଳା କାଳିଆ । ନ ହେଲେ ତୋତେ ଏଇ ଚଣ୍ଡାଳୁଣୀ କେତେବେଳେ ମାରିଦେବ । ମୋ ଦିଦି ଦେହରେ ଥରେ ଗରମ ଚାହା ଢାଳି ଦେଇଥିଲା । "

ରଞ୍ଜନ ବାବୁ," ହଉ ତୁ ଆମ ଘରକୁ ଚାଲ । ଦୁଇ ଦିନ ରହି ଟିକେ ଭଲ ଖାଇ ସୁସ୍ଥ ହେବୁ । ତା ପରେ ମୁଁ ତତେ ତମ ଘରକୁ ନେଇ ତମ ବାପାଙ୍କ ସହ କଥା ହେଇ ଛାଡି ଆସିବି ।"

   ରଞ୍ଜନ ବାବୁ ପିଲାଟିକୁ ନେଇ ସିଧା ପୋଲିସ ଷ୍ଟେସନକୁ ଗଲେ । ସେଠାରେ ପିଲାଟିର ସମସ୍ତ ବୟାନ ପୋଲିସ ବାବୁ ନେଇ ପିଲାଟିକୁ ରଞ୍ଜନ ବାବୁଙ୍କ ଦାୟିତ୍ୱରେ ଛାଡି ଦେଲେ । ଆଉ କହିଲେ ପିଲାଟି ଆପଣଙ୍କ ଦାୟିତ୍ୱରେ ରହିଲା ଆଉ ମୁଁ ଭାବୁଛି ଆପଣ ପିଲାଟିର ଠିକ ଚର୍ଚ୍ଚା କରିବେ । ପିଲାଟିର ବାପା ଖୋଜ ଖବର କଲେ ଆମେ ଜଣେଇବୁ । ରଞ୍ଜନ ବାବୁ କଳିଆକୁ ନେଇ ଘରକୁ ଗଲେ । ଘରେ ପହଞ୍ଚିବା ପରେ ତାଙ୍କ ସ୍ତ୍ରୀ ଦେଖି ବହୁତ ଖୁସି ହୋଇ ଯାଇଥିଲେ । କାରଣ ରଞ୍ଜନ ବାବୁଙ୍କର ଗୋଟିଏ ଝିଅ । ପୁଅ ନଥିଲା । ରଞ୍ଜନ ବାବୁଙ୍କ ପତ୍ନୀ କଳିଆକୁ ସଫା ସୁତୁରା କରାଇ ମନ ଭରି ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଦେଲେ । କାଳିଆ ଏକ ପ୍ରକାରେ ସୁସ୍ଥ ଅନୁଭୂତ କଲା । ନର୍କରୁ ଉଦ୍ଧାର ହୋଇ ଆତ୍ମା ସ୍ୱର୍ଗ ପ୍ରାପ୍ତିର ଆନନ୍ଦ ପାଇଲାଭଳି ଅନୁଭୂତ ହେଲା । ଏବେ ସେ ଏକ ନୂଆ ମାଆ ପାଇଯାଇଥିଲା  । ଆଉ ସ୍ନେହୀ ବାପା ମଧ୍ୟ । ଭଉଣୀ କହିଲେ କାଳିଆ ହୃଦୟରେ ପରୀର ବିରାଜମାନ ହେଲା । ପରୀ ଏବେ ତାର ନିଜ ଭଉଣୀ ଭଳି । ପରୀ ବହୁତ ସ୍ନେହ ଆଦର କରେ କଳିଆକୁ । ପରୀର ପାଖାପାଖି ତେର ବର୍ଷ ହେବ । ତାକୁ ମଧ୍ୟ ଭାଇ ମିଳିଯାଇଥିଲା ।

    କାଳିଆ ସିନା ନିଜ ଘରୁ ଖସି ଆସି ସୁସ୍ଥରେ ରହିଲା ହେଲେ ବିଚାରି ଭଉଣୀ ସୁଭଦ୍ରା ସବୁବେଳେ ଭାଳି ହୁଏ ମୋ କାଳିଆ କୁଆଡେ ଯାଇଥିବ । କଣ କରୁଥିବ । ମୋର ଆଉ ଦେଖା ହେଇପାରିବକି ନାହିଁ ଏମିତି ଅନେକ ଭବନା ତା ମନରେ ଉଙ୍କିମାରେ । 

   ସୁଭଦ୍ରା ଦେଖିଲା ବାପା ଆସିଲେ ପୁଅ କୁଆଡେ ଗଲା ବୋଲି ମଧ୍ୟ ପଚାରିଲେ ନାହିଁ । ଓଲଟା ମୁଁ କହିଲି ବାପା ଆମ କାଳିଆକୁ ମାଆ ବହୁତ ବାଡେଇଛନ୍ତି । ସେ ମରି ଯାଇଥାନ୍ତା । ହେଲେ ସେ ଘରୁ ପଳେଇ ଯାଇଛି । ବାପା ତମେ ଶୁଣୁ ନାହଁ କାହିଁକି । ମୋତେ ଦେଖ, ମାରି ମାରି କେମିତି ରକ୍ତ କାଢି ଦେଇଛନ୍ତି । ହେଲେ ବାପା  ମାଆଙ୍କୁ ତମେ କିଛି କହୁନାହଁ କାହିଁକି?

  କଣ କହିବିରେ ମାଆ ! ହଉ ତୁ ଖାଇଛୁ କି ନାହିଁ କହିଲୁ?

ସୁଭଦ୍ରା, " ନାହିଁ ବାପା କେବଳ ପରୋଟା ଖାଇବାକୁ ଲୋଭ ହେଲା । ଖଣ୍ଡେ ଛିଡେଇ ଖାଇବାରୁ ମାଆ ମୋତେ ଗରମ ପାଣି ଛାଟିଦେଲେ । ମୋ ଦେହ ସାରା ପୋଡ଼ୁଛି । ମୁଁ ସମ୍ଭାଳି ପାରୁନି ବାପା । ମୁଁ ତ ଆଉ ପାଠ ନ ପଢି ଘରେ ସବୁକାମ କରୁଛି ପୁଣି ମୋତେ ମାଆ ଏତେ ବାଡଉଛନ୍ତି କାହିଁକି ବାପା ।"

ବାପା," ସେ ପରା ତୋ ସାବତ ମାଆ ଆଉ ସାବତ ମାଆ ମାନେ ଏମିତି ହୁଅନ୍ତି ଆଉ ତୁ ତାଙ୍କ କଥା ମାନିବୁ । ସେ ଯାହା କହିବେ କରିଦେବୁ । ଆଉ ମାରିବେ ନାହିଁ ।

   ସୁଭଦ୍ରା ସବୁ ବୁଝି ଯାଇଥିଲା । ତା ଭାଇ ଯଦି ତାର ବଡ଼ ଭାଇ ହେଇଥାନ୍ତା ତେବେ ତାର ଏତେ ଦୁଃଖ ପଡି ନଥାନ୍ତା । ଯାହା ହେଲେବି ବାପା ଏଇ କିଛି ଦିନରେ ଏତେ କାହିଁକି ନିର୍ଦୟ ଓ କଠୋର ହେଇଗଲେ । ସବୁବେଳେ ନିଜ ଦୁଃଖକୁ ନିଜ ହୃଦୟରେ ଚାପି ଧରି ସୁଭଦ୍ରା ନିଜ ଭାଗ୍ୟକୁ ଆଦରି ସବୁ କାମ କରିଯାଏ । ପାଠ ପଢିବା ବନ୍ଦ ହେଇଗଲା ତାର ହେଲେ ସେଥିରେ ଦୁଃଖ ନାହିଁ ହେଲେ ବାପା ଆମ ଭାଇ ଭଉଣୀଙ୍କୁ ଟିକେ ବି ନଜର ଦେଉ ନାହାନ୍ତି । ମୋ କାଳିଆ କୁଆଡେ ଗଲା ? କଣ କରୁଥିବ ? ଏଇ ପ୍ରଶ୍ନ ସବୁବେଳେ ତା ନିଜ ହୃଦୟକୁ ବାରମ୍ବାର ପଚାରି ଥାଏ । 

    ରଞ୍ଜନ ବାବୁଙ୍କ ଘରେ କାଳିଆ ରହି ସବୁକିଛି ଭୁଲି ଯାଇଥିଲା । କେବଳ ସେ ଭାବେ ନିଜ ଭଉଣୀ କଥା । ଏମିତି ଥରେ ଥରେ ମନେ ପଡେ । ଯାହା ହେଲେବି ତା ନିଜ ଜନ୍ମ ଦାତା ବାପା କେବେବି ପୁଅ କୁଆଡେ ଗଲା ବୋଲି ଟିକେ ବି ଖୋଜିଲେ ନାହିଁ କି ପଚାରିଲେ ନାହିଁ । ଏମିତି କାମାନ୍ଧ ମଣିଷ ଯିଏ ନିଜ ରକ୍ତକୁ ଏମିତି ହତାଦର କରିପାରେ ।

    କଳିଆର ବିଦ୍ୟାଳୟରେ ନାମ ଲିଖନ ହେଲା । ବାପା ରଞ୍ଜନ ବାବୁଙ୍କ ପରିଚୟ ନେଇ ପଢ଼ାରେ ଆଗେଇ ଚାଲିଲା କାଳିଆ । ଏବେ ତାର ନାମ କାଳିଆ ଜାଗାରେ ପିଣ୍ଟୁ ମହାପାତ୍ର ହୋଇ ଯାଇଛି । ଧୀରେ ଧୀରେ ବଡ଼ ହେବାରେ ଲାଗିଲେ ପିଲା ଦୁହେଁ । ସୁଭଦ୍ରାର ଏବେ ନୂଆ ଏକ ଭଉଣୀ ଜନ୍ମ ନେଇଛି । ସୁଭଦ୍ରାର ଭଉଣୀ ଚର୍ଚ୍ଚାରେ ଜୀବନ କଟୁଥାଏ । ସାବତ ମାଆ ଏବେ ସାଆନ୍ତାଣୀ ମାଆ ସାଜିଛନ୍ତି । ପାଦ ସେବା ଠାରୁ ସବୁ କାମ କରୁଥାଏ ସୁଭଦ୍ରା ।

    ଏମିତି ପନ୍ଦର ବର୍ଷ ବିତି ଯାଇଥିଲା । ପିଣ୍ଟୁ ପୋଲିସ ଚାକିରୀ କରିଥାଏ । ଦିନେ ହଠାତ ସେ ଖବର କାଗଜରେ ଏକ ଗପ ପଢିଲା କେମିତି ଏକ ସାବତ ମାଆ ଝିଅଟେକୁ ହଇରାଣ କରି ବାଡେଇ ବାଡେଇ କାମ ଧନ୍ଦା କରାଉ ଥାଏ । ଖାଇବାକୁ ମାଗିଲେ ବାଲି ମିଶା ଭାତ ଖାଇବାକୁ ଦେଉଥାଏ । ପିଣ୍ଟୁର ପିଲା ଦିନ କଥା ମନେ ପଡିଗଲା । ଆଉ ସେ ଯାହା ହେଲେ ବି ସବୁବେଳେ ନିଜ ଭଉଣୀକୁ ମନେ ପକେଇ ଥାଏ । ସେ କେମିତି ନିଜ ସହର ଛାଡି ଅନ୍ୟ ଏକ ସହରରେ ଟ୍ରେନ ଯୋଗେ ଲୁଚି ଲୁଚି ଆସିଥିଲା ତାର ବି ଏବେ ଟିକେ ଟିକେ ମନେ ଅଛି । ଏବେ ମଧ୍ୟ ଭୁବନେଶ୍ୱରରେ ରହି ନିଜ ବାଲେଶ୍ୱର ସହର କଥା ମନେ ପକାଉଛି ହେଲେ ! ଯିବାକୁ ଲାଜ ଲାଗୁଛି ପନ୍ଦର ବର୍ଷ ହେଇଗଲା ଆଉ କିଏ ଚିହ୍ନିବ ତାକୁ ।

    ଭାଗ୍ୟର ବିଡମ୍ବନା ପିଣ୍ଟୁର ବଦଳି ହୋଇଛି ବାଲେଶ୍ଵରର ସିମୁଳିଆ ଥାନାକୁ । ଯାହା ହେଲେବି କର୍ତ୍ତବ୍ୟ ହିଁ ଭଗବାନ । ଯିବାକୁ ପଡ଼ିବ । ବାପା ରଞ୍ଜନ ବାବୁ ଓ ମାଆ ଉଭୟ ବାଲେଶ୍ୱର ଆସି ମୋ ପୁଅ କେମିତି ରହିବ କେମିତି ଚଳିବ ତଦାରଖ କରି ଛାଡି ଦେଇଗଲେ । ପିଣ୍ଟୁ ନିଜର କର୍ତ୍ତବ୍ୟରେ ସୁଦୃଢ଼, ଅଟଳ ଓ ନିଷ୍ଠାପର ଥିଲେ । ମାରି ଦେଲେ ମଧ୍ୟ ଲାଞ୍ଚ ନେବେ ନାହିଁ । 

    ଦିନେ ରାତି ଡିଉଟି ଥାଏ ପିଣ୍ଟୁର । ପିଣ୍ଟୁ ନିଜ କାର୍ଯ୍ୟ ସମ୍ପାଦନରେ ବ୍ୟସ୍ତ ଥାଆନ୍ତି । ରାତି ପ୍ରାୟ ଏଗାରଟା ହେବ । ନିଜ ପୋଲିସ ଷ୍ଟେସନ ବାହାରେ କୌଣସି ଏକ ନାରୀର କରୁଣ କ୍ରନ୍ଦନ ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲା ପିଣ୍ଟୁ । ମୋ ଡିଉଟି ସମୟରେ କୌଣସି ଅବଳା ଦୁର୍ବଳା ନାରୀର କ୍ରନ୍ଦନ ! ଦଉଡି ଯାଇଥିଲା ପିଣ୍ଟୁ । 

    ପୋଲିସ ବାବୁ ମୋତେ ବଞ୍ଚାଅ । ମୁଁ କୌଣସି ଭୁଲ କରିନି ପୋଲିସ ବାବୁ । ମୋତେ ମିଥ୍ୟା କଳଙ୍କ ମୋ ମାଆ ବୋଳି ଦେଇ ଲୋକଙ୍କ ଦ୍ୱାରା ବଳାତ୍କାର କରାଉଥିଲା । ମୋତେ ବଞ୍ଚାଅ ପୋଲିସ ବାବୁ । ମୁଁ ତମ ଗୋଡ଼ ଧରୁଛି । 

ପିଣ୍ଟୁ, " କଣ ହେଇଛି ମୋତେ କୁହ ଭଉଣୀ । ମୋ ପାଖକୁ ଆସିସାରିଛ ମାନେ ତମର କିଛି ଅସୁବିଧା ହେବନି ।"

କାନ୍ଦୁଥିବା ନାରୀ, " ତମେ ଭଉଣୀ କହିଛ ମାନେ ମୋତେ ରକ୍ଷା କରିବ ନିଶ୍ଚୟ । କଥା ଦିଅ।"

ପିଣ୍ଟୁ,"ହଁ କଥା ଦେଉଛି । ଅନ୍ୟ ରାତି ଡିଉଟିର ପୋଲିସ କର୍ମୀମାନେ ମଧ୍ୟ ଅଛନ୍ତି, ସେମାନଙ୍କ ସାମ୍ନାରେ କହୁଛି । "

କାନ୍ଦୁଥିବା ନାରୀ,"ତମେ ମୋ ମାଆ ପାଖରୁ ପଇସା ଖାଇ ଦେବନି ତ ।"

     କାର୍ଯ୍ୟରତ କର୍ମଚାରୀ ମାନେ କହିଉଠିଲେ ଏକ ସ୍ୱରରେ ଆଗ ବଡ଼ବାବୁ ନୁହନ୍ତି ୟେ । ପିଣ୍ଟୁ ବାବୁ କହିବେ ଯାହା କରିକି ଦେଖେଇବେ । ଜଣେ ପୁରୁଣା ପୋଲିସ କର୍ମୀ ପିଣ୍ଟୁକୁ ବୁଝେଇଦେଇ କହିଲେ,"ବଡ଼ ବାବୁ ଏଇ ଝିଅ ଏମିତି କେତେବେଳେ ରାତି ଅଧରେ ତ କେତେବେଳେ ଦୁଇ ପହର ସମୟରେ ଘରୁ ଦଉଡି ଦଉଡି ଆସିବ । ଏହି ଝିଅର ମାଆଟା ପାଗିଳି । କନିଆ ମାଆ କଥାରେ ତା ବାପା ଉଠୁଛି ଆଉ ବସୁଛି । କନିଆଁ ମାଆର ଜଣେ ଭାଇ ଅଛି ସେ ଏଇ ପାଖ ପଞ୍ଚାୟତର ସରପଞ୍ଚ ଅଛି କୁଆଡେ । ବଡ଼ବାବୁ ସେଇ ଲୋକଟା ମଣିଷ ମରା । ଲୋକଙ୍କୁ ପିଟି ପିଟି ଭୋଟ ନେବ । ଦେଖିବେ ଆଉ କିଛି ସମୟ ପରେ ସେ ଆସିକି ପହଞ୍ଚିବ ଏଇଠି । ଆଣିଥିବ ହାତରେ ଚାରି ପାଞ୍ଚ ହଜାର । ଆପଣଙ୍କୁ ଆଉ ଆମକୁ ଦେଇକି ଯିବ ଏଇନେ । ଆଉ ଗୋଟେ କଥା ଶୁଣନ୍ତୁ ବାବୁ ଏଇ ଝିଅର ସାବତ ମାଆ ନୁହେଁ ଏତେ ବଦମାସ ଯେ ! ଝିଅଟା ସୁନ୍ଦର ଦେଖି ଯେତେ ପ୍ରସ୍ତାବ ଆସିଲା ସମସ୍ତଙ୍କୁ କହିଲା ମୋ ଝିଅର ବନ୍ଧ୍ୟା ଦୋଷ ଅଛି । ସେ ବାହା ହେଇପାରିବ ନାହିଁ । ଆଉ ଏଇ ଝିଅର ସାବତ ମାଆର ଭାଇ ପରା ଏହି ଝିଅ ସହିତ ମଜା ଉଠାଉଛି । ଯେଉଁଦିନ ଅଧିକ ପିଇକି ଆସେ ଆଉ ଏଇ ଝିଅର କୌଣସି ଅସୁବିଧା ଥିଲେ ଏ ଝିଅ ଏମିତି ଦୌଡ଼ିକି ଥାନାକୁ ପଳେଇ ଆସେ ।

    ପିଣ୍ଟୁ ସଙ୍ଗେ ସଙ୍ଗେ କହି ପକେଇଲା ଚୁପ କର ସବୁ । ୟେ ଝିଅ ମୋ ନିଜ ଭଉଣୀ । ମୋ ରକ୍ତର ଭଉଣୀ । ଯେତେବେଳେ ତା ମାଆ ଆଉ ତା ମାମୁଁ କଥା କହିଲ ନା ମୁଁ ନିଜେ ଜାଣି ଯାଇଥିଲି ଏଇ ମୋ ଭଉଣୀ । ୟେ ମୋ ସୁଭଦ୍ରା ଭଉଣୀ । ଯିଏ ମୋତେ କଂସ ମାମୁଁଙ୍କର ନର୍କରୁ ଉଦ୍ଧାର କରି ଏଇ ସିମୁଳିଆ ରେଳ ଷ୍ଟେସନରେ ଚଢ଼େଇ ଦେଇ ଯାଇଥିଲା । ୟେ ମୋ ସୁନା ଭଉଣୀ ଯିଏ କନିଆଁ ମାଆର ମାଡ଼ ବାଜିଲେ ପିଠି ଦେଖେଇ ଦେଉଥିଲା । ଏଇ ମୋ ସୁନା ଭଉଣୀ ଯାହା ପାଇଁ ମୁଁ କାଳିଆରୁ ପିଣ୍ଟୁ ହେଇଛି । ଜାଣିଶୁଣି ମୋ ନିଜ ଗାଁ ପୋଲିସ ଷ୍ଟେସନକୁ ଆସିଛି । ଏଇ ବାଲେଶ୍ୱର ମାଟିର ଜନ୍ମନେଇଥିବା ଅଇଁଠା ଚଟା କାଳିଆ ମୁଁ ମୁଁ......

   ଜାଣିଛ ତମେ ମାନେ ଆମ ସାବତ ମାଆ ପଲାଉ ଖାଇ ସାରିଲା ପରେ ଆମେ କେବଳ ତା ବାସନ ଚାଟି ପଲାଉର ସ୍ୱାଦ ନେଉ । ନୂଆ କପଡାତ ଦୂରର କଥା ଛିଣ୍ଡା କପଡାକୁ ସିଲେଇ କରିବା ପାଇଁ ବି ସୂତା ମିଳେ ନାହିଁ । 

    ପିଣ୍ଟୁ ନିଜ ପୋଲିସ କର୍ମୀମାନଙ୍କୁ କହିଲେ ମହାଶୟ ଅନୁରୋଧ କରୁଛି କେହି ଜଣେ କୌଣସି ଏକ ଦୋକାନିକୁ ଫୋନ କରି ଯେତେ ଯାହା ନେଲେ ନେଉ ମୁଁ ଦେବି, ଏଇନେ ଆସି ଯେମିତି ମୋ ସୁଭଦ୍ରା ଦିଦିକୁ କପଡା ପିନ୍ଧେଇ ଦେଉ । 

     ପୁରୁଣା କର୍ମୀ ଜଣଙ୍କ କହିଲା ବଡ଼ବାବୁ ଜଣେ କଣ ପୁରା ବଜାର ଦୋକାନୀ ମାନଙ୍କ ନମ୍ବର ଅଛି । ସେମାନଙ୍କ ସୁବିଧା ଅସୁବିଧା ଆମେ ବୁଝୁ ପରା । ଆପଣଙ୍କ ଭଉଣୀ ମାନେ ମୋ ଭଉଣୀ ଭଳି । ମୁଁ ଏଇନେ ଫୋନ କରି କେହି ଜଣକୁ ଡକେଇ ଦେଉଛି । 

     ସୁଭଦ୍ରା ଛିଣ୍ଡା ଶାଢ଼ୀଟିଏ ପିନ୍ଧି ତଳକୁ ମୁହଁ କରି ଶୁଣି ନ ଶୁଣିଲା ପରି ଜଡ ଭଳି ଠିଆ ହୋଇଥାଏ । କାରଣ ପୋଲିସ କର୍ମୀ ଲୋକଙ୍କର ହଜାରେ ଚେହେରା । ଏଇ ଚେହେରାଟା କେଉଁ ରୂପ ବୋଲି ମନେ ମନେ ଭାବୁଥାଏ । କାରଣ ରାତି ସମୟ ଏତେ ଛନ୍ଦ କପଟ ତା ହୃଦୟରେ ନ ଥାଏ । କେବଳ ଏଇମାନେ ଛନ୍ଦ କପଟ ଜାଣନ୍ତି କାରଣ ଲୋକଙ୍କ ସମ୍ନାରେ ମୋ ଭଉଣୀ କହି ପରେ ମାମୁଁଙ୍କ ଠାରୁ ପଇସା ନେଇଯିବେ ।

    ପୁଣି ଭାବୁଥାଏ ମୋ କାଳିଆତ ଏତେ ଗୋରା ନ ଥିଲା । ମୋ କାଳିଆ ହେଇଥିଲେ ଏତେ ବଡ଼ ହେଇଗଲାଣି କେବେ ବି ମୋ କଥା କଣ ମନେ ପକେଇ ନ ଥାନ୍ତା । ଯେତେବାର ଆସିଲିଣି କୌଣସି ପୋଲିସ ଵାଲା ଏମିତି କାନ୍ଦି ନଥିଲେ । ସରଳ,ନିଷ୍କପଟ,ନିରୀହ,ଶାନ୍ତ ଓ କୋମଳ ହୃଦୟରେ ତାର ଏତେ ସମୟ ପରେ ସାନ ଭାଇ କାଳିଆ ପ୍ରତି ସ୍ନେହ ପ୍ରସ୍ପୁଟିତ ହୋଇଥିଲା । କାନ୍ଦି ପକେଇ ଥିଲା ଭୋ ଭୋ କରି । କାଳିଆ ମୋ କାଳିଆ .......

ମୋ ଅଭାଗା ଭାଇ କାଳିଆ...

ଦିନେ ବି ତୋର ମନେ ପଡୁନଥିଲା ମୋ କଥା । ମୁଁ ଏମିତି ଗୋଟେ ମୁହୂର୍ତ୍ତ ନାହିଁ ତୋତେ ମନେ ପକେଇ ନାହିଁ କି ତୋ କଥା ଭାବିନାହିଁ । ବହୁତ କାନ୍ଦେରେ ସବୁବେଳେ ତୋ କଥା ଭାବି ଭାବି । ମୋର ନିଜର ବୋଲି ଏହି ଦୁନିଆରେ ତୁ ତ ଏକୁଟିଆ । ଦୀର୍ଘ ପନ୍ଦର ବର୍ଷ ମୁଁ ଗଣିଚାଲିଛି ମୋ ଭାଇ କଉଠି ଅଛି ଆଉ କେମିତି ଅଛି । ଭଗବାନ ତତେ ମଣିଷ ପରି ମଣିଷଟିଏ ଗଢି ତୋଳିଛନ୍ତି । ଦୁନିଆରେ ଭଗବାନ ନିଶ୍ଚୟ ଅଛନ୍ତି ଓ ସମସ୍ତଙ୍କୁ ସେ ପରୀକ୍ଷା କରନ୍ତି । 

     ଇତି ମଧ୍ୟରେ ସୁନ୍ଦର ସୁନ୍ଦର ପୋଷାକ କିଣା ହୋଇଯାଇଥିଲା । ସୁଭଦ୍ରା ନିଜକୁ ବଡ଼ଦେଉଳର କାଳିଆ ଠାକୁରଙ୍କ ଭଉଣୀ ସୁଭଦ୍ରା ମା ଭଳି ନିଜକୁ ସଜେଇ ହୋଇ ଦାଉ ଦାଉ ଦିଶୁଥାଏ । 

    ରାତି ବାରଟା ଗୋଟିଏ କାର ଆସି ଠିଆ ହୋଇଥିଲା ପୋଲିସ ଷ୍ଟେସନ ସମ୍ମୁଖରେ । କାର ମଧ୍ୟରୁ ବାପା, ସାବତ ମାଆ ଓ କଂସ ମାମୁଁ ବାହାରି ଆସିଲେ । ହସି ହସି ଆସି ପହଞ୍ଚି ଯାଇଥିଲେ ଷ୍ଟେସନ ଭିତରେ । କଂସ ମାମୁଁ ଢଳି ଢଳି ଚାଲିଛନ୍ତି । ମଦ ନିଶାରେ ପୁରା ପରି ଭୋଳ । ପିଣ୍ଟୁ ଜଣେ ସହକର୍ମୀଙ୍କୁ କହିଲା କେହି ଜଣେ ଠିଆ ହୋଇ ଭିଡ଼ିଓ କରିବ । ସେ ପଇସା ଦେବାର ଭିଡ଼ିଓ କରିବ ଯେପରି । 

   କଂସ ମାମୁଁ କହିଲେ ବଡ଼ ବାବୁ ସେ ଝିଅ କାହିଁ । ମୋ ଜୀବନ ଖାଉଛି । ଆପଣ ବହୁତ ଭଲ ଲୋକ ବୋଲି ଶୁଣିଛି ତେଣୁ ରାତିରେ ଜଣେ ସରପଞ୍ଚ ହୋଇ ମଧ୍ୟ ଆସିବାକୁ ପଡିଲା ।

" ହଁ ସରପଞ୍ଚ ବାବୁ ଆପଣ ରାତିରେ ଆସିଥିବାରୁ ଆପଣଙ୍କ ଚର୍ଚ୍ଚା ସେମିତି କରିବା ଆବଶ୍ୟକ । ନା କଣ ସରପଞ୍ଚ ବାବୁ ।" ପିଣ୍ଟୁର କଥା ଶୁଣି ସରପଞ୍ଚ ବାବୁ କହିଲେ ହଁ ଯେମିତି କରୁଛ କର ଆଉ ଯାହା ନବା କଥା ନିଅ ହେଲେ ଟିକେ ଉଆଡ଼ିଆରେ ଚାଲ ।" 

ପିଣ୍ଟୁ," ମୋର ଉଆଡ଼ିଆରେ ନୁହେଁ ଏହି ଆଲୁଅରେ ପୁରା ଖୁଲାମ ଖୁଲା ଯାହା କହିବା କଥା କୁହ ଆଉ ଯାହା ଦବା କଥା ଦିଅ ।"

ଆସିଥିବା ସୁଭଦ୍ରାର ବାପା, ସାବତ ମାଆ ଓ ମାମୁଁ ସମସ୍ତେ ବଡ଼ ବାବୁଙ୍କ ଅପେକ୍ଷା ଘରକୁ ଆସିଲେ । ବଡ଼ ବାବୁ ଟିକେ ଜିଦିଖୋର ଶୁଣିଥିଲେ ସରପଞ୍ଚ ବାବୁ । ତେଣୁ ତାଙ୍କର ଦମ୍ଭ ଭାଙ୍ଗିବାକୁ ଗଣି ଗଣି ପଚାଶ ହଜାର ଆଣିଛନ୍ତି । ହାତରେ ରଖିଲେ ସବୁ କାମ ହୁଏ । ଦୁର୍ବଳ ଉପରେ ଯେତେ ମହାପ୍ରତାପୀ ହେଇପାର ହେଲେ ପୋଲିସ ବଡ଼ ବାବୁ ହାତରେ ରହିବା ଆବଶ୍ୟକ । ତେଣୁ ପଚାଶ କଣ ଲକ୍ଷେ ବି ଦେଲେ ଚଳିବ । 

   ପୋଲିସ କର୍ମୀ ଜଣେ ଭିଡ଼ିଓ କରିବା ପାଇଁ ପ୍ରସ୍ତୁତ ଠିକ ଏହି ସମୟରେ କଂସ ମାମୁଁ(ସରପଞ୍ଚ) କହିଲେ କେତେଦେବୁ କୁହନ୍ତୁ । ଯାହା କହିବେ ଦେବୁ । ପଚାଶ , ଲକ୍ଷେ ନା ଆଉ ଅଧିକ ।

ପିଣ୍ଟୁ,"ମୋତେ ପଇସା କାହିଁକି ଦେଵ? ମୋତେ ଦରମା ସରକାର ଦେଉଛି ! ତମର କୌଣସି ଗୋଟେ ଟଙ୍କାର ଆବଶ୍ୟକତା ନାହିଁ ।"

କଂସ ମାମୁଁ(ସରପଞ୍ଚ)," ଆରେ ମୁଁ ଏହି ଇଲାକାର ଜଣେ ନାମୀଦାମୀ ସରପଞ୍ଚ । ମୋ ଇଲାକାର ବେସି ସମସ୍ୟା ଥାନାକୁ ଆସେ ଆଉ ଆପଣଙ୍କର ବି ଆଗକୁ ବହୁତ ଫଳିବ । ଖାଲି ମୋ ମୁଣ୍ଡ ଉପରେ କୃପାର ହାତ ରହିଲେ ହେଲା ।"

ପିଣ୍ଟୁ," ଲଜ୍ୟା ନାହିଁ ମୋତେ ଲାଞ୍ଚ ଯାଚିବାକୁ । ତୋର ଅସଲ ମୁଖା ଭିଡ଼ିଓ ହୋଇ ସାରିଛି । ରାତି ଅଧରେ ନିଜ ଭାଣିଜୀକୁ ବଳାତ୍କାର କରୁଛୁ ।"

ସରପଞ୍ଚ," ହୋଇହୋ ପୋଲିସ ବାବୁ ମୋତେ ରଗା ନା କହୁଛି । ଜୀଅନ୍ତା ଖାଇଯିବା ଲୋକ ମୁଁ । ତୁ ପଇସା ନେବୁନି ତ ନ ନେ । ତୋ ଉପର ବାବୁ ନେବେ ଆଉ ତୋର ଛୁଟି କରି ଦେବେ । ଏବେ ତୋ ଇଛା ।"

ପିଣ୍ଟୁ, " ତୁ ଜାଣିଛୁ କାଳିଆ ବୋଲି ଗୋଟେ ପିଲା ଥିଲା । ତାକୁ ତମେ ମାନେ କେମିତି ହଇରାଣ କରୁଥିଲ ମନେ ଅଛି । ଆଉ ଏଇ ମମତା ମୟୀ ସୈତାନି ମାଆ ତୋର ମନେ ଅଛି ଗରମ ଚାହା ଆଉ ଗରମ ପାଣି ଢାଳିଦେଉ କାଳିଆ ଉପରେ ।"

  ପିଣ୍ଟୁ ସମ୍ପୂର୍ଣ୍ଣ ଉତ୍ତେଜିତ ହୋଇ ଯାଇଥିଲା । ରାତା ରାତି ସୁଭଦ୍ରାର ବୟାନ ଓ ପଇସାର ଲାଞ୍ଚ କାରବାର ସହିତ ବଳାତ୍କାରୀ ଅଭିଯୋଗ ମୁତାବକ କାରାଗାର ମଧ୍ୟରେ ବନ୍ଦ କରି ନ୍ୟାଳୟକୁ ପଠାଇ ନିଜ ଭଉଣୀ ସହିତ ଖୁସିରେ ରହିଥିଲା ।


Rate this content
Log in

Similar oriya story from Drama