ତୁମ ଗଳାରେ ମୁଁ ରୁଦ୍ରାକ୍ଷଟିଏ
ହୋଇ ଝୁଲିବାକୁ ମନ
ଡରଲାଗେ କାଳେ ବତାସୀ ପବନ
ଆଣିଦେବ ଦହନ
କହିବି ତୁ ପୋ ଅନ ହୋଇ
ସନ୍ଧି ବିଛେଦ ଆନନ
ମୋ ସ୍ବପ୍ନ ମୋ ଜୀବନ ଧନକୁ
କାହିଁକି କରୁଛୁ ମୋ ଠାରୁ ଭିର୍ନ୍ନ
ତାଙ୍କ ଗଳାମାଳି ହୋଇ ମୁଁ ଝୁଲିବି
ଦେଖିଛି କେତେ ସପନ
ହରାଇବି ନାହିଁ ସପନକୁ ମୋର
ଭାଙ୍ଗିଯିବ ଯଦି ମନ
କ୍ଷମା କରିବାକୁ
କ୍ଷମତା ପାଇବାକୁ
କାହିଁ ଆଉ ସେ ଜୀବନ
ଦେବଦାସୀ ଯଦି ନହେଲି ନାହିଁ
ରୁଦ୍ରାକ୍ଷ୍ୟ ହୋଇ ଗଳାରେ ଝୁଲିବି
ପବନସୁତ ଶ୍ରୀହନୁମାନ
ରଖନ୍ତୁ ମୋ ନିବେଦନ
ପିତାଙ୍କୁ କୁହନ୍ତୁ ରଖନ୍ତୁ ସମ୍ମାନ
ଦେଖନ୍ତୁ ସଭିଙ୍କୁ ସମାନ
ରୁଦ୍ରାକ୍ଷ ମୁଁ ଛୋଟ
ପରିଷ୍କାର ମୋ ବାଟ
ମୋର ଏକ ଛୋଟ ମନ
ଗଳାରେ ପିନ୍ଧନ୍ତୁ ଭଗବାନ
,,,,,,,,,,,,,,,,