STORYMIRROR

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ରଥଯାତ୍ରାର ଅନୁଭୂତି

ରଥଯାତ୍ରାର ଅନୁଭୂତି

3 mins
156


   ଦାସିଆ ବାଉରୀ ହାତରୁ ନଡ଼ିଆ ନେବା ଓ ବନ୍ଧୁମହାନ୍ତିଙ୍କୁ ଖାଦ୍ୟଥାଳି ଟେକି ଦେବା, ସାଲବେଗଙ୍କ ପାଇଁ ରଥ ଅଟକିଯିବା, ଇତ୍ୟାଦି , ଜଗନ୍ନାଥଙ୍କର ମହିମା ସମ୍ପର୍କୀୟ ବହୁ ଘଟଣା ମନକୁ ଆନ୍ଦୋଳିତ କଲା ବେଳେ, ରଥ ଟଣା ଆରମ୍ଭ ହୋଇଯାଇଥିବାବେଳେ, ଅଶ୍ରୁଳ ନୟନରେ ଦୁଇବାହୁ ଟେକି, ହେ ପରଂବ୍ରହ୍ମ ସଭିଙ୍କୁ ସହାୟ ହୁଅ। କାରଣ ସେତେବେଳେ ମୋ ଆଖିରେ ନାଚି ଉଠୁଥିଲା, ଟ୍ରଲିରେ କୁଙ୍କୁରି କାଙ୍କୁରି ହୋଇ ଶୋଇଥିବା ବୁଢ଼ାଟିଏର, କଙ୍କାଳ ଗଣି ହୋଇଯାଉଥିବାର ଦୃଶ୍ୟ, ପୁଣି ମୋ ଆଖିରେ ଭାସି ଉଠୁଥିଲା, ଷ୍ଟେସନ ପାଖ ଅଳିଆ ଗଦାରୁ ମାଆଟି, ପିଲା କାଖେଇ ନଇଁ ପଡ଼ି ଚିରା ଫଟା ମଇଳା କପଡା ସାଉଁଟୁଥିବାର ଦୃଶ୍ୟ, ମୋ ଆଖିରେ ଭାସି ଉଠୁଥିଲା ପେଜୁଆ ଦୁଇଯୋଡା ଆଖି ଥିବା କଙ୍କାଳସାର ପ୍ରସାରିତ ହାତ ଦୁଇଟି, ଯାହାକୁ ଖୁଚୁରା ନଥିବା ଯୋଗୁଁ କିଛି ଦେଇନପାରି ଅଟୋରେ ବସିଥିଲି, ମୋ ଆଖିରେ ଭାସି ଉଠୁଥିଲା, ଗୋଡ ହରାଇ ଘୁସୁଡୁଥିବା ଝିଅଟି କଥା, ମୋ ଆଖିରେ ଭାସି ଉଠୁଥିଲା, ଏମିତି କେତେ ଅସହାୟତାର କଥା, ଯାହା ଦେଖି ଶୁଣି ମୁଁ କିଛି ବି କରିପାରିନି ତାଙ୍କ ପାଇଁ। ଶୁଣିଛି ସେସବୁ ନିଜ ଆଖିରେ ଦେଖି ଭକ୍ତର ମନୋବାଞ୍ଛା ପୁରଣ କରିବାକୁ ବଡ଼ଦାଣ୍ଡରେ ରଥ ଉପରେ ଜଗା, ଭାଇ ଭଉଣୀଙ୍କୁ ଧରି ଆସନ୍ତି ରଥରେ। ପାପ ଧୋଇ ନେଇ ଦୁଃଖୀ ରଙ୍କି ଙ୍କୁ ଅନ୍ନ ପରଶିଦିଅନ୍ତି, ଅବଢ଼ା, ବୁଝନ୍ତି ସଭିଙ୍କ ହାରିଗୁହାରୀ, ତ ମୁଁ ବି ଦୁଇବାହୁ ଟେକି ଜଣାଉଥିଲି ମୋ ମନତଳେ ଥିବା ଅନେକ ଅବଶୋଷର କଥା, ଅନ୍ତର୍ଯ୍ୟାମୀ ଯିଏ ସେ ଏତେ ଶବ୍ଦ, ଘଣ୍ଟ, ଘଣ୍ଟା, କାହାଳୀ, ହରିବୋଲ, ହୁଳହୁଳି, କରତାଳି, ରଥର ଘିଡି ଘିଡି ଶବ୍ଦ ଓ ଭକ୍ତ ମାନଙ୍କର କୋଳାହଳ ଭିତରେ ବି ଶୁଣିବେ ନିଶ୍ଚୟ ସେହି ଦୁଃଖୀ ନିରାଶ୍ରୟ, ସର୍ବନିମ୍ନ ଆବଶ୍ୟକତା ନପାଇ ଯେଉଁ ମାନେ ଗରିବ ନିରୀହ, ଯେଉଁ ମାନେ ପଙ୍ଗୁ ଅଥର୍ବ, କହିବେନି କେବେ ହେଲେ ପ୍ରାରବ୍ଧ କର୍ମଫଳ ଭୋଗୁଛନ୍ତି ମୁଁ କଣ କରିପାରିବି, ଏମିତି କଥା ଯୋତିଷ ଭଳି କେବେ କହିବେନି କାରଣ ସେ ତ ମହାଯୌତିଷ, ଭାଗ୍ୟ ବିଧାତା, ଆଉ ସର୍ବୋପରି ସେଇଥି ପାଇଁ ବଡ଼ଦେଉଳରୁ, ଲକ୍ଷ୍ମୀ ମାଆଙ୍କ ମନରେ କଷ୍ଟ ଦେଇ ମଧ୍ୟ ଆସିଛନ୍ତି ସଭିଙ୍କ କଷ୍ଟ ଦୁଃଖ ଯନ୍ତ୍ରଣା ଲାଘବ କରିବାକୁ। ତ ହାତ ପ୍ରସାରି, ଭୋଦେବ ମହାବାହୁ କହି ସମସ୍ତଙ୍କୁ ଭଲରେ ରଖ ଦିନବନ୍ଧୁ।

  ହଠାତ୍ ହାତରେ ମୋର ଶିଶୁଟିଏ। କି ଆଶର୍ଯ୍ୟ, କାହାର ଏ ଶିଶୁ ପୁତ୍ର, ସଦ୍ୟ ଜନ୍ମିତ ଭଳି ଲାଗୁଛି, ମୁଁ ଅବାକ୍, ନେତ୍ର ବିସ୍ଫାରିତ, ଚାରିଆଡ଼କୁ ଚାହିଁଲି, ଭିଡ଼ରେ କେହି ଦୃଷ୍ଟି ଗୋଚର ହେଉନାହାନ୍ତି, କେମିତି ଏହା ସମ୍ଭବ, ଉଡ଼ି ଉଡ଼ି ଜନ୍ମିତ ଶିଶୁପୁତ୍ର କାହୁଁ ଆସିଲା, ହେ ପ୍ରଭୁ ଏହା କି ପ୍ରକାର ପ୍ରବଞ୍ଚନା। କିଏ ଯେମିତି କହୁଥିଲା ସମସ୍ତଙ୍କ ଦୁଃଖ ବୁଝିବାକୁ କହୁଛୁ ନିଜ ଦୁଃଖ ତ କହୁନୁ ? କିଏ କିଏ ବୋଲି ହଡବଡେଇ ଗଲି, କୋଳରେ ଜାକି ଭାବିଲି ବୋହୂକୁ ଦେବି ପାଲିବ, ପିଲାଟିଏ ନାହିଁ ବୋଲି ମନଦୁଃଖ ତାର, ହେଲେ ଏ ପିଲାର ପ୍ରକୃତ ବାପା ମାଆ କିଏ ବୋଲି ଯଦି ବୋହୂ ପଚାରିବ? ବା ଜଦି ପାଳିବାକୁ ମନା କରିଦେବ? ଏ ବୟସରେ ଏହାର ଯତ୍ନ କେମିତି ନେବି ମୁଁ ? ଏ କି ପରୀକ୍ଷା ପ୍ରଭୁ। ଏତେ ଗହଳି ଭିତରେ ଫୁଙ୍ଗୁଳା ପିଲାଟାକୁ ଜାକି ଧରିବାକୁ ଯାଉଛି, କେଣେ ଉଭାନ। ଖସିପଡ଼ିଲା ଭାବି ପରସ୍ତେ ଖୋଜିଲା ବେଳକୁ ଦଳି ଚକଟି ହୋଇ ଖଣ୍ଡେ ବାଟ ଘୋଷାଡି ହୋଇଗଲି।

ସବୁକଥା କହିବି ବୋଲି ଘରକୁ ଫୋନ କଲି, ଝିଅ ଫୋନ ଧରିଲା, ମୋକଥା ନଶୁଣି କହୁଥିଲା, ତୋ କଥା ପରେ ଶୁଣିବି, ତୁ ଆଗେ ମିଠା ନେଇ ଘରକୁ ଆସେ। ଡାକ୍ତର ବାବୁ ପରୀକ୍ଷା କରି ଭାଉଜ ଅନ୍ତସତ୍ୱା ଅଛନ୍ତି କହିଲେ। ମୁଁ କହିଲି ହଁ ହଁ ମୁଁ ଜାଣେ ଜଗା ଆସୁଛନ୍ତି ତା କୋଳକୁ ପୁଅ ହୋଇ। ଝିଅ ହସି ହସି କହୁଥିଲା ତୋ ମୁଣ୍ଡ ଖରାପ, ଏବେ କଣ ଆଲଟ୍ରାସାଉଣ୍ଡ ହୁଏ ନା କଣ, ଆଗ ହଉ ତା ପରେ ପୁଅ କି ଝିଅ ଜାଣିବୁ। ଆରେ ମୁଁ ସବୁଜାଣେ କହି ପର୍ସ ରୁ ଟଙ୍କା କାଢ଼ି ମିଠା ଦୋକାନ କୁ ଦୌଡ଼ିଲି। ହେ ଭଗବାନ ଦୁଃଖୀରଙ୍କୀ କୁ ଦେବା ମୋ ଭାଗ୍ୟରେ ନାହିଁ। ଯୋଉ ପଇସା ସେମାନଙ୍କୁ ଦେବାକୁ ଆଣିଥିଲି, ତାହା ମିଠା କିଣାରେ ଗଲା। ଜଗାଙ୍କ ରଥ ଆଗେଇ ଯାଉଥିଲା, ପଛକୁ ପଛ ମାଆ ସୁଭଦ୍ରାଙ୍କ ରଥ ଘର୍ଘର ଶବ୍ଦରେ ମାଡ଼ି ଆସୁଥିଲା, ମାଆ ଲୋ ତୁ ଏକା ସାହା ଭରସା ମାଆ। କହିଲା ବେଳକୁ ବଳଭଦ୍ରଙ୍କ ରଥ ଗୁଣ୍ଡିଚା ମନ୍ଦିର ସନ୍ନିକଟ ବୋଲି ଘୋଷଣା କାନରେ ପଡୁ ପଡୁ କିଏ ଯେମିତି କହୁଥିଲା ସମସ୍ତଙ୍କ କଥା ବୁଝିବାକୁ କଳି ଯୁଗରେ ଆମେ ଚତୁର୍ଦ୍ଧା କଳ୍କୀ ଅବତାରୀ ଅଛୁ ତୁ ତୋ ସଂସାର କଥା ବୁଝ। ଗୋଡ ଆଜି ତଳେ ଲାଗୁନଥିଲା ଘରଯାଏଁ ମୋର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics