Gopal Das

Drama Tragedy Inspirational

3  

Gopal Das

Drama Tragedy Inspirational

ରଙ୍ଗ ନା ଓ ଚାମଚ୍

ରଙ୍ଗ ନା ଓ ଚାମଚ୍

15 mins
12.3K


                           


ମାଘ ମାସ ଶୀତ, ମଣିଷ କଥା ଦୂରରେ ଥାଉ, କାଉ ଓକୁକୁଡ଼ା ଭି ସକାଳୁ ଉଠିବାକୁକୁଣ୍ଠା ବୋଧ କରନ୍ତି, ଆଉ ସେମାନେ ଭି ମନେ ମନେକୁହନ୍ତି ଆଉ ଟିକେ ଯାଉ ସୁରୁଜ୍ ଟିକେ ଆସୁ , ଖରା ତାତିଟା ଟିକେ ବଢ଼ୁ!


ହେଲେ ରଙ୍ଗ ନନାର ଚାହା ଦୋକାନ ଶୀତ ନାହିଁ ଖରା ନାହିଁ କି ବର୍ଷା ନାହିଁ ବର୍ଷ ତମାମ ସବୁ ଦିନେ ସଖାଳ ୫ ଟା ବାଜିବ ତ ଖୋଲା ହେବ ଆଉ ସନ୍ଧ୍ୟା ୭ ଟାରେ ବନ୍ଦ ହେବା। 


ରଙ୍ଗ ନା ଭି ସବୁ ଦିନେ ରାତି ୪ ଟାରେ ପୋଖରୀ ରୁ ଝାଡ଼ା ଜପଟ (ନିତ୍ୟକ୍ରମ୍) ସାରି କି ୪:୪୫ ଭିତରେ ଆସି କି ଦୋକାନରେ ହାଜର। ସୂର୍ଯ୍ୟ ଉଠିବାରେ ବିଳମ୍ବ ହୋଇ ପାରେ , ରାତି ହେବାରେ ଶୀଘ୍ରତା ଦେଖାଇ ପାରେ ହେଲେ ରଙ୍ଗ ନା ର ଟାଇମ ମାନେ ଟାଇମ।


ପିଲାମାନେ ସକାଳୁ ନୁଠିଲେ ପରା ତାଙ୍କ ମା ମନେ ରଙ୍ଗ ନା ର ଉଦାହରଣ ଦିଅନ୍ତି! ତୁ ଟିକେ ରଙ୍ଗ ନା ଠୁଁ କିଛି ଶିଖୁନୁ? ଗାଆଁ ସ୍କଲରେ ସାର୍ ମାନେ ପଦେ ପଦେ କଥାରେ କହନ୍ତି, 

ଆରେ ମୂର୍ଖ ଦଳ ତୁମର ସମୟ ଜ୍ଞାନ ବୋଲି କିଛି ନାହିଁ, ଯାଇ କି ରଙ୍ଗ ନା ଠୁଁ ଶିଖି କି ଆସ।


ରଙ୍ଗ ନା କହିଲେ ଗାଆଁ ଟା ଯାକର ଲୋକ ଜାଣନ୍ତି! କେବଳ ରଙ୍ଗ ନା ଯେ ସମାୟାନୁବର୍ତ୍ତିତା ପାଇଁ ପ୍ରସିଦ୍ଧି ସେ କଥା ନୁହେଁ ଅସଲ କଥାଟି ହେଲା ରଙ୍ଗ ନା ର ଚା କପ୍ ! ଯିଏ ଥରେ ପିଇଛି ସେ କେବେ ଭୁଲିନି ବରଂ ସମସ୍ତଙ୍କୁ କହି କହି ବୁଲିଛି। ରଙ୍ଗ ନା ଭି ଭାରି ମଜାଳିଆ ଲୋକ କଥା କଥାରେ ମଜା କଥା କହି ଲୋକଙ୍କୁ ବାନ୍ଧି ରଖିବାରେ ଓଷ୍ଟାଦ୍।


ସବୁ ଦିନେ ସଖାଳ ୬ ଟା ନ ବାଜୁଣୁ ଲୋକଙ୍କ ଭିଡ ଆରମ୍ଭ ହୋଇଯାଏ ଦୋକାନ ଆଗରେ । ଦୋକାନ କହିଲେ ଅଧା କାନ୍ଥି ସହିତ ବରଡାରେ ଛା ହୋଇଥିବା ୮/୯ ସାଇଜ଼ର ଛୋଟିଆ ଛଣ ଘରଟିଏ।


ସାଖାଳ ଚା ପିଆରୁ ଆରମ୍ଭ ହୁଏ ଲାଟିନ ଠୁଁ ପାଲିଆମେଣ୍ଟ, ଆଉ ଇଣ୍ଡିଆ ଠୁଁ ଆମେରିକାର ସମସ୍ତ ଖବର। ଯେମିତି ଲାଗେ ଏ BBC,CNN IBN, Aaj Tak,News 18 ,ସବୁ ଫେଲ୍ ମାରିବେ ଆମ ଗାଁ ଲୋକଙ୍କ ଆଗରେ। ଆମେରିକାର ରାଷ୍ଟ୍ର ପତି ଯାହା ଜାଣି ନଥିବେ ବୋଧେ ଆମ ଗାଆଁ ଲୋକ ତା ଠୁଁ ଅଧିକ ଆମେରିକା ବିଷୟରେ ଜାଣନ୍ତି? ଖାଲି ସେତିକି ନୁହେଁ ଗାଆଁ ର ସବୁ ଖବର ରଙ୍ଗ ନାକୁ ଜଣା କାରଣ ସେହି ୨ ଘଣ୍ଟା ଭିତରେ ଯେମିତି ଭାବରେ ସବୁ ଆଲୋଚନା ହୁଏ ବୋଧେ କାଲି କାହା ଘରେ କି ତରକାରୀ ହୋଇଥିଲା ସେ ସବୁର ଭି ସମ୍ବାଦ ରଙ୍ଗ ନା ପାଖରେ ଥାଏ।


ରଙ୍ଗ ନା ଭି ଚାଲାକ୍ ଲୋକ ଶୀତ ଦିନରେ ରାସ୍ତା କଡକୁ କିଛିକୁଟା ଆଉ ଅନା ବନା କାଗଜକୁ ଯୋଡ଼ି ନିଆ ଲଗାଇ ଦିଏ ଲୋକ ମାନେ ମାଘ ମାସ ଶୀତରେ ବସି ନିଆଁ ପୁଆନ୍ତି। ଆଉଁ କେହି କେହି ନିଆଁ ପୁଆଁଉ ପୁଆଁଉ ଖବର କାଗଜ ଧରି ବଡ଼ ପାଟିରେ ଚିତ୍କାର କରି ପଢନ୍ତି ତ ଆଉ ତା କେହି କେହି ଗତ କାଲି ରାତିରେ TVରେ ଦେଖିଥିବା ତାଜା ଖବର ବୟାନ କରନ୍ତି। 


ଠିକ୍ ୧୨ ଟା ବେଳକୁ ତାସ ପାଲି ର ଆସର୍ ଜମେ । ବେଳେ ବେଳେ ରଙ୍ଗ ନା ଭି ଖେଳି ଦିଏ । ହେଲେ ରଙ୍ଗ ନା ର ଗୋଟିଏ କଥା କାମ ବେଳେ କାମ ଆଉ ଖେଳ ବେଳେ ଖେଳ, ବହୁତ୍ ପଟିକୁଲାର ଲୋକ ଟା ରଙ୍ଗ ନା।


ରଙ୍ଗ ନନା ର ଗୋଟିଏ ମୁଖ୍ୟ ହେଲା । ଯାହା ହେଲେ ବି ଅଳ୍ପ ପାଣି ପଡି ଥିବା ଗାଈ ଖିରରେ ଚା ତିଆରି ହେବ ପୁଣି ତା ସହିତ ଟାଟା ଚା ର ପତି ଓ ସମପିରିମାଣ ର ଚିନି। ଚା ପତି ପକା ବୋଧେ ତା ଛଡା ଆଉ କେହି ଜାଣନ୍ତି ନାହିଁ। ଟିଣରେ ଥିବା ପିତଳ ଚାମଚ୍ ଟି ହିଁ ତାର ମୂକ ସାକ୍ଷୀ । କାହିଁ କେତେ ଦିନରୁ ସେ ପିତଳ ଚାମଚ୍ ଟା ଅଛି ସେ ନିଜେ ଭି ଜାଣିନି ହେଲେ ଜାଣିଛି ସେହି ଚାମଚ୍ ପାଇଁ ଆଜି ତା ର ଦୋକାନ ଚାଲିଛି ଆଉ କାଲି ଭି ଯଦି ଚଳିବ ସେହି ପିତଳ ଚାମଚ୍ ଟା ପାଇଁ। ଦେଖାଗଲେ ସେ ପିତଳ ଚାମଚ୍ ଭି ଘୋରି ହୋଇ ହୋଇ ତଳ ପାଖରୁ ଖାଇ ଆସିଲାଣି ହେଲେ ବି ରଙ୍ଗ ନା ନୂଆ ଚାମଚ୍ କିଣେନି । ପଚାରିଲେ କହେକୁଆଡେ ସେ ଚାମଚ୍ ତା ବଂଶ ର ଗୋଟିଏ ସନ୍ତକ, ତା ବାପକୁ ତା ବାପା ଦେଇଥିଲା ଆଉ ଏଇଟାକୁଆଡେ ତାଙ୍କ ୭ ପୁରୁଷ ର ସନ୍ତକ। ଥରେକୁଆଡେ ସେ ଚାମଚ୍ ଟା ଘରର କଣରେ ପଡି ଯାଇଥିଲା ବୋଲି ରଙ୍ଗ ନା ଦୁଇଦିନ ଖାଇବା ପିଇବା ଛାଡି ଦେଇଥିଲା। ଦୋକାନ ବନ୍ଦ କରିବ ତ କିଛି ଧରୁ କି ନ ଧରୁ ଚାମଚ୍ ଟିକୁ ଯାହା ହେଲେ ଧରିକି ଆସିବ।


ରଙ୍ଗ ନନା ର ପରିବାର କହିଲେ ଗୋଟିଏ ଝିଅ ଆଉ ଫୁଲ।


ଝିଅ ଗାୟତ୍ରୀ ଜନ୍ମ ହେଲା ବେଳେ କଣ ହେଲା କେଜାଣି ସାବି ଟା ସବୁ ଦିନ ପାଇଁ ଆଖି ବୁଝିଲା। ଡାକ୍ତର କହନ୍ତି କଣ heart failure ହୋଇ ଗଲା । ଏତେ କଥା ଜଣା ନାହିଁ ରଙ୍ଗ ନନାକୁହେ ଯମ ନେଇଗଲା। ସେହି ସମୟ ବେଳକୁ ଫୁଲ ଭି ଅଣ୍ଡିର ବାଛୁରୀ ଟିଏ ଦେଇ ଥାଏ। ଫୁଲ ର ଦୁଧ ପିଇ ମଣିଷ ହୋଇଛି ଗାୟତ୍ରୀ ଜାଣ। ତେଣୁ ତ ରଙ୍ଗ ନନା ବେଳେ ବେଳେ ଗାୟତ୍ରୀକୁକୁହେ ଫୁଲ ତୋ ମା, ଫୁଲ ନଥିଲେ ତୁ ଭି ନଥାନ୍ତୁ। ନିଜ ବାଛୁରୀକୁ କ୍ଷୀର ନଦେଇ ତୋତେ ବଞ୍ଚାଇ ରଖିଛି ସେ।


ରଙ୍ଗ ନନାକୁ ଦେଶ ବିଦେଶ ର ଖବର କିଛି ଜଣା ନଥାଏ, କେବଳ ଏଲେକସନ୍ ପରେ କିଏ ମୁଖ୍ୟ ମନ୍ତ୍ରୀ ଆଉ କିଏ ପ୍ରଧାନମନ୍ତ୍ରୀ ହେଲେ ସେତିକି ଜାଣିଲେ ବହୁତ୍ କିଛି ଅନ୍ୟ ସବୁ ଖବର ଆପେ ଛାଏଁ ଜାଣି ହେବ ଦୋକାନ ରୁ।


ରଙ୍ଗ ନନା ଭି ଭରି ଚଲାକ୍ ଲୋ କ ଯଦି ଜାଣି ନଥିବ କୌଣସି ବିଷୟରେ । ସେ ବିଷୟରେ ଜାଣି ବା ପାଇଁ କଥା ତିଁ ଉଠାଇ ଦେବ, ଆଉ ଅନ୍ୟ ମାନେ ତ ଗପୁ ଥିବେ ଆଉ ରଙ୍ଗ ନନା ସବୁ ଜ୍ଞାନ ଆହରଣ କରିବ।


ରଙ୍ଗ ନନା ର ଚା ଖଣ୍ଡ ମଣ୍ଡଳ ପ୍ରସିଦ୍ଧ । ଲୋକ ମାନେ ଉଦାହରଣ ଦେଇକୁହନ୍ତି ଯଦି ତୁ ରଙ୍ଗ ନା ଦୋକାନ ଚା ପିଇ ନୁ ତୁ କଣ ପିଇଛୁ। ବେଳେ ବେଳେ ସହର ରୁ ଲୋକଙ୍କ ସୁଅ ଛୁଟେ ରଙ୍ଗ ନା ଚା ପିଇ ବାକୁ। ରଙ୍ଗ ନା ର ଗୋଟିଏ ନିୟମ ଯେତେ ବଡ଼ ଲୋକ ହୋଇ ଥାଉ ନା କାହିଁକି ନିୟମ ଅନୁସାରେ ଯେଉଁ ସମୟରେ ମିଳିବା କଥା ଠିକ୍ ସମୟରେ ହାତକୁ ଚା ଗିଲାସ ଟା ଯିବ। ଲୋକ ମାନେ ଭି ଭାରି ପସନ୍ଦ କରନ୍ତି ଏହି ନିୟମକୁ।


ଦିନ ପରେ ଦିନ ମାସ ପରେ ମାସ, ବର୍ଷ ପରେ ବର୍ଷ ଗଡି ଚାଲିଲା, ଦିନେ ହଟାତ୍ ଜଣା ପଡିଲା ଗାଆଁ ରୁ ସହରକୁ ବସ ଟିଏ ଚାଲିବ ସମସ୍ତଙ୍କ ଭଳି ରଙ୍ଗ ନା ଭି ଟିକେ ଖୁସି ଥାଏ, କି ଗ୍ରାହକଙ୍କ ସଂଖ୍ୟା ବଢିବେ ଭଲ ଦି ପଇସା ଟିଏ ଆସିବ ଆଉ ତା ପରିବାର ର ଅଭାବ ଟିକେ କମି ଯିବ।

କିଛି ଦିନ ପରେ ସାନ ଝିଅ ର ହାତକୁ ଦି ହାତ କରି ଦେଲେ ମୁକ୍ତି। ଏବେ ତ ଗାୟତିକୁ ୧୬ ପୁରି ୧୭ ଚାଲିଲା ଆଉ ଏବେଠୁଁ ରଙ୍ଗ ନା ଆଖି ପକାଇବା ଆରମ୍ଭ କଲଣି।


ଯାହା ହେଉ ସମୟ କ୍ରମରେ ସବୁର ପରିବର୍ତନ ଆବଶ୍ୟକ । ଗାଆଁକୁ ପିଚୁ ରାସ୍ତା ହେବ । ନଈ ବନ୍ଧ ଟା ମାଟି ରୁ ପକା ହୋଇଯିବ । ଛକ ଜାଗା ଗୁଡାକରେ ରାତିରେ ବିଜୁଳି ବତି ଲାଗିବ । ଗାଆଁରେକୁଅ ପରିବର୍ତ୍ତେ ନଳ୍କୁଅରେ ପାଣି ଆସିବ କେତେ କଣ । ଗାଁ ପରିବେଶ ଟା ପୁରା ସହରୀ ହୋଇଯିବ। ରଙ୍କ ନା ସବୁଦିନେ ସଖାଳୁ ଲୋକଙ୍କ ମୁହଁରୁ ଶୁଣି କି ଯେତିକି ଖୁସିହୁଏ, ଗୋଟିଏ ଅଜଣା ଭୟରେ ମନେ ମନେ ଟିକେ ବ୍ୟତିବ୍ୟସ୍ତ ହେଉଥାଏ। କିଏ ଜଣେ କହୁଥିଲା ରାସ୍ତା ର ସଂପ୍ରସାରଣ ହେବ ତାହେଲେ ତ ରଙ୍ଗ ନା ଦୋକାନ ଖଣ୍ଡକ ଗଲା! ରାସ୍ତା ଯଦି ଆଉ ୪ ଫୁଟ ବଢିବ ନହେଲେ ତ ବସ୍ ଚାଲିପାରିବନି। ସେ ଯାହହେଉ ଯେତେ ଯେତେ ସମୟ ଆଗକୁ ଯାଉଥାଏ ସେତିକି ସେତିକି ଅଜଣା ଭୟ ଟା ବେଶି ମାଡ଼ି ବସୁଥାଏ ରଙ୍ଗ ନାକୁ। ତାର ସମ୍ବଳ କହିଲେ ଚା ଦୋକାନ ଟି ଆଉ ଫୁଲ। 

ଯଦି ଚା ଦୋକାନ ଟି ଭାଙ୍ଗି ଯିବ ତ ସେ କରିବ କଣ? କେମିତି ଚଳିବ ଆଉ ବଞ୍ଚିବ କେମିତି?

    କେବଳ ଚା ଦୋକାନ ଟା ଯେ ତା ର ଚାଲିବା ପାଇଁ ସମ୍ବଳ ସେକଥା ନୁହେଁ, ବଞ୍ଚି ବା ପାଇଁ ରାହା ଟିଏ । ଆଜକୁ ୩୦ ବର୍ଷ ତଳେ ଯେତେବେଳେ ରଙ୍ଗ ନା ର ବାପା ବୋଉ ଦୁଇଜଣ ଯାକ ଅଜଣା ରୋଗରେ ଆଗ ପଛ ହୋଇ ଚାଲିଗଲେ । ତାର ଠିକ୍ ମାସେ ପରେ ରଙ୍ଗ ନା ଏହି ଦୋକାନ ଟିକୁ ଆରମ୍ଭ କରିଥିଲା । ପ୍ରଥମେ ପ୍ରଥମେ ଟିକେ ବେପାର ମାନ୍ଦାରେ ଚାଲି ଲା ତାପରେ ଠିକି ରାସ୍ତାକୁ ଆସିଗଲା।


ତାପରେ ତାପରେ ରଙ୍ଗ ନା ର ବାହାଘର । ବାହାଘର କଥା ପଡ଼ିଲେ ଏବେ ଭି ଶିହରଣ ଖେଳି ଯାଏ ରଙ୍ଗ ନା ର ବୟସ ସିନା ୫୫ ହେଲେ ଆଜି ଭି ବାହାଘର କଥା ମନେ ପଡିଲେ ଲାଗେ ୨୫ ବର୍ଷ ର ଯୁଆନ୍ ଟୋକା ଟୀଏ । ଯେଉଁଦିନ ପ୍ରଥମ କରି ରଞ୍ଜୁ ରଙ୍ଗ ନାଥ ହାତ ଧରି ଘରକୁ ବୋହୂ ହୋଇ ଆସିଲା ସତରେ ଯେମିତି ଅନ୍ଧାର ଘରଟା ଦୀପ ଟୀଏ ସେ । ଆଲୁଅରେ ଆଲୋକିତ କରି ଦେଲା। ଆଉ ଏବେ ବି ବାସ ର ରାତି କଥା ମନେ ପଡିଲେ ପୁଣି ମନଟା କାକର ଭିଜା ସଦ୍ୟ ଜାତ୍ ଗୋଲାପ ର କଢ଼ୀ ଭଳି ସତେଜ ହୋଇଯାଏ। 


ଠିକ୍ ୩ ବର୍ଷ ନ ପୁରୁଣୁ ରଂଜୁ ଗାୟତ୍ରୀକୁ ରଙ୍ଗ ନା ହାତରେ ଦେଇ ସବୁ ଦିନ ପାଇଁ ଆଖି ବୁଝି ଦେଲା। ରଙ୍ଗ ନା ବହୁତ୍ କାନ୍ଦିଥିଲା ୧୦/୧୧ ଦିନ ପଯ୍ୟନ୍ତ । ତାପରେ ଗାୟତ୍ରୀ ର ମୁହଁକୁ ଦେଖି ସବୁ ଗୁଡା ଭୁଲି ଯାଇ ଆଗକୁ ଅଣ୍ଟା ଭିଡ଼ି ଥିଲା। ସେହି ଦିନରୁ ଫୁଲ ହୋଇ ଯାଇଥିଲା ଗାୟତ୍ରୀ ର ପାଳିତ ମା ବନ୍ଧୁ ବାନ୍ଧବ ମନେ କେତେ କହିଲେ ଆଉ ଗୋଟିଏ ବାହା ହେବାକୁ ହେଲେ ରଙ୍ଗ ନା ରାଜି ହେଲା ନାହିଁ । ବର୍ଂ କହିଲା ଯଦି ମୁଁ ବାହା ହେବି ସେ ପୂର୍ରେ ରଞ୍ଜୁ ଟା ମୋର ଡହଳ ବିକଳ ହେବ। ବରଂ ଭଲ ପିଲାଟି ଦେଖି ଗାୟତ୍ରୀ ର ହାତକୁ ଦିହାତ କରି ଦେଲେ ରଞ୍ଜୁ ବେଶୀ ଖୁସି ହେବ । ଏବେ ବି ରଞ୍ଜୁ କଥା ମନେ ପଡିଲେ ଦେହରେ ଶିହରଣ ଖେଳି ଯାଏ । ଆଖି ଜକେଇ ଆସେ ସବୁ କଥା ମନେ ପକାଇ କେମିତି ବାହାଘରର ୩ ଟି ବର୍ଷ କଟିଲା ସବୁ କଥା ଗୋଟି ଗୋଟି ମନେ ଅଛି ରଙ୍ଗ ନା ର। ଆଉ ସମସ୍ତଙ୍କ ଆଖି ଆଡ଼ୁ ଆଳରେ ଅତି ସନ୍ତର୍ପଣରେ କାନ୍ଧରେ ପଡି ଥିବା ନାଲି ଗାମୁଛା ଉଠାଇ କି ଆଖି ପୋଛେ। ଯଦି କେବେ ଧରା ପଡି ଯାଏ ତ କଥାରେ ବୁଲାଇ ଦିଏ ଆଖିରେ ପୋକ ପଡି ଗଲା ଭଳି ଲାଗୁଛି, ଆଖି ଟା ଖେଂଚି ଖେଂଚି ହେଲା ଭଳି ଲାଗୁଛି ଏମିତି କେତେ କଣ!


ହେଲେ ମନର କୋହ ମନରେ ହିଁ ରହି ଯାଏ ଆଉ ଦୁନିଆ ଆଗକୁ ନିଜକୁ ଦେଖାଇ ହୁଏ ନଈ ପଠାରେ ପଡ଼ିଥିବା ଶକ୍ତ ପଥରଟିଏ ଯାହାକୁ କି କେହି ହଲାଇ ପାରି ନାହାନ୍ତି ଓ ପାରିବେ ନାହିଁ। ହେଲେ ନିଜେ ନିଜକୁ ମାପ କାଠିରେ ଠିକରେ ମାପି ସାରିଥାଏ। ତେଣୁ ଗାଆଁରେ କେହି ମରିଗଲେ କି ହଜିଗଲେ ପରିବାରଙ୍କ କାନ୍ଦକୁ ସାହି ନପାରି ଗୋଟିଏ ଅଭିନବ ପ୍ରୟାସ କରିଥାଏ ନା ସେଦିନ ର ଯିବ ଆସିବା ରାସ୍ତା ହିଁ ଅଲଗା କରି ଦିଏ ଯେମିତି କି ପରିବାରଙ୍କ ଦୁଃଖ କାନ୍ଦ ତା କାନରେ ନ ପଡୁ। 


୨୦୧୯ ଇଲେକସନ୍ ଯେତିକି ପାଖେଇ ଆସୁଥାଏ , ସେତିକି ଅଜଣା ଭୟରେ ଭୟବିତ ହେଉ ଥାଏ ରଙ୍ଗ ନନା। ଏବେ ବି ରଙ୍ଗ ନା ହାତର ଚା ପିଇ ବାକୁ ପାଖ ସହରରୁ ଲୋକ ଗାଡ଼ି, ମଟର କିମ୍ବା ସାଇକେଲରେ ଦଉଡ଼ି ଚାଲି ଆସନ୍ତି ନିପଟ ମଫସଲ ଟିକୁ।

ଚା ଗିଲାସ ପଇସା ଭି ସବୁ ଦିନେ ଫିକ୍ସରେଟ୍ ୨ ଟଙ୍କା, କେହି କେହି ୩ ଟଙ୍କା , ୪ ଟଙ୍କା ନେଲା ବେଳେ ରଙ୍ଗ ନନା ର ସେହି ୨ ଟଙ୍କା ।  


ହଠାତ୍ ଦିନେ ସାଖାଳ ୯ ଟା ବାଜିଛି କି ନାହିଁ, ପାଖ ତହସିଲ୍ ଅଫିସ୍ ରୁ ବୁଢ଼ା କିରାଣୀ ଜଣଙ୍କ ଆସି ଖବର ଦେଇ ଗଲା କି, ରଙ୍ଗ ତୋତେ ସାର୍ ଡାକୁଛନ୍ତି ଦେଖା କରିବୁ। ରଙ୍ଗ ନା ଯେତେ ପଚାରିଲେ ଭି କହିଲା ନାହିଁ।


ଜୀବନରେ ପ୍ରଥମ ଥର ବୋଧେ, ସୋମବାର ଦୋକାନ ବନ୍ଦ କରୁଛି ରଙ୍ଗ ! ଯାହା ହେଉ ଗାଆଁ ର ଗଦା ନା ଠୁଁ, ସାଇକେଲ ଟା ମାଗି ନେଇଁ ୧୧ ଟା ବେଳେ ପହଞ୍ଚି ଗଲା ଦୁର ତହସିଲ୍ କାର୍ଯ୍ୟାଳୟରେ। ସାଇକେଲ ଷ୍ଟାଣ୍ଡରେ ରଖି ଦେଇ, ତହସିଲ୍ ପିଣ୍ଡାରେ ନଥ କରି ବସିଗଲା। ଆଉ ଅପେକ୍ଷା କଲା ତହସିଲ୍ ଦାରଙ୍କ ଡାକରାକୁ।


ପ୍ରାୟ ୩୦ ମିନିଟ୍ ପରେ ଡକରା ପଡିଲା ରଙ୍ଗ ନା ର, ରଙ୍ଗ ନା ନାଲି ଗାମୁଛା ଟାକୁ ବେକରେ ପକେଇ ଲୁଙ୍ଗୀ ଟିକୁ ଦି ଖୋଷା ମାରି ଚାଲିଲା ଦେଖା କରି ବାକୁ, ଧସେଇ ପଶି ଯାଉ ଯାଉ, ପିଅନ ବୁଢ଼ାଟି ବାଧା ଦେଲା " ଜାଣି ପାରୁନ କି, ଭିତରେ ଲୋକ ଅଛନ୍ତି! ଆସନ୍ତ୍ନୁ ଯିବ, ଏତେ ତର ତର କାହିଁକି?

ବୋଧେ ଲୋକ ଟା ଆମ ଆଡ ର ନୁହେଁ, ନହେଲେ ରଙ୍ଗ ନାକୁ କିଏ ବା ନ ଜାଣେ। ରାଗ ଲାଗୁଥିଲେ ଭି ସମ୍ଭାଳି କି ଠିଆ ହେଲା।


କିଛି ସମୟ ପରେ ସୁଭାଗଲା Next, ବୁଝି ପାରି ଲାନି ରଙ୍ଗ ନା ଲୋକ ଟା ପୁଣି କହିଲା ଆରେ ଡକା ହେଉଛି ପରା ଯାଆ।


ରଙ୍ଗ ନା ଡରି ଡରି ପହଞ୍ଚିଲା ତହସିଲଦାର୍ଙ୍କ ଟେବୁଲ୍ ପାଖରେ , ତହସିଲଦାର୍ ଟିକେ ଚଢାଗଳାରେ କହିଲେ ରଙ୍ଗ ନିଧି ମହାକୁଡ, କିଏ? ତୁମେ


ରଙ୍ଗ ନା ସମ୍ମାନ ସହ ମୁଣ୍ଡ ହଲାଇ ହଁ ଭରିଲା, ତହସିଲଦାର୍ ସାର୍ କହିଲେ ତୁମ ଚା ଦୋକାନ ଟିକୁ ଉଠା ଇବାକୁ ପଡ଼ିବ।


ପାଦ ତଳର ମାଟି ଟା ଖସିବା ଭଳି ଲାଗିଲା, ମୁଣ୍ଡ ଉପର ର ଆକାଶ ଟା ଛିଡି ପଡିଲା ପରି ମନେ ହେଲା।

ନଥ କରି ବସିଗଲା ପାଖ କାଠ ଚୌକିରେ........


ତହସିଲଦାର୍ ସାର୍ ପୁଣି ପି ପ୍ରଶ୍ନ କଲେ କେବେ ଠୁଁ ଦୋକାନ କଲଣି?

ରଙ୍ଗ ନା ଉତ୍ତର ଦେଲା :- ସାର୍ ୨୦ ବର୍ଷ ହୋଇଗଲାଣି, 

ତହସିଲଦାର୍:- ଜାଗା ର ଖଜଣା ବାନ୍ଧୁଛ?

ରଙ୍ଗ ନା:- ଜାଣିନି ଆଜ୍ଞା।

ତହସିଲଦାର୍:- ଠିକ୍ ଅଛି ୭ ଦିନ ସମୟ ଦିଆ ଗଲା ଦୋକାନ ଉଠାଇ ଦିଅ , ନହେଲେ ଭାଙ୍ଗି ଦିଆ ଯିବ।

ତହସିଲଦାର୍ :- ଯାଅ next?


ରଙ୍ଗ ନା ବାହାରି ଆସିଲା ତହସିଲଦାରଙ୍କ କୋଠରି ରୁ। 


ଦ୍ଵିତୀୟ ଅଧ୍ୟାୟ:-


ରଙ୍ଗ ନା ଏକା ମୁହାଁ ହୋଇ ବାହାରି ଆସିଲା ତହସିଲ ଅଫିସ ରୁ,ମନେ ହେଉଥିଲା ଯେମିତି ପାହାଡ ଟା ଛିଡି ପଡ଼ିବ ତା ମୁଣ୍ଡରେ। କେତେବେଳେ ସାଇକେଲରେ ବସିଛି ଆଉ ଗାଆଁରେ ପହଞ୍ଚିଛି ଜଣା ନାହିଁ ।

ଗଦା ନା ଘରେ ସାଇକେଲ ଟି ଥୋଇ ଦେଇ ଏକା ମୁହାଁ ହୋଇ ଘରକୁ ଆସିଲା।

ଗାୟତ୍ରୀକୁ ପାଣି କଂସାଏ ମାଗି ଦେଇ ନଥ୍ କରି ବସି ପଡିଲା ଖଟିଆ ଉପରେ।



ଗାୟତ୍ରୀ:- ବାପା, ଖାଇବ ଉଠ।


ଦୀର୍ଘ ନିଶ୍ଵାସ ଟା କେଉଁଠି ଥିଲା କେଜାଣି, ବାହାରି ଆସିଲା ଆପଣା ଛାଏଁ । ଇଚ୍ଛା ନଥିଲେ ଭି ମା ଛେଉଣ୍ଡ ବିଚରା, ଗାୟତ୍ରୀକୁ କିଛି ନ ଜଣାଇ। ତାର ପ୍ରିୟ ପଖାଳ କଂସା ସହିତ ଲୁଣି ଶୁଖୁଆ ପାଖରେ ବସି ଗଲ। 

ଭୋକ ଥିଲେ ଭି ପେଟକୁ ଯାଉନି , କଣ କରିବ, ଯାହା ହେଉ କଷ୍ଟେ ମଷ୍ଟେ ଦୁଇ ଗୁଣ୍ଡା ପାଟିରେ ପୁରାଇ ପୁଣି ଚାଲି ଗଲା ଖଟିଆକୁ। 



ଆଜି କାହିଁକି ଭାରି ମନେ ପଡୁଛି ରଞ୍ଜୁ କଥା, ଦୀର୍ଘ ୨୦ ବର୍ଷ ର ଏକାକୀ ଜୀବନ ଭିତରେ ତା କେବେ ବି ୨ ମିନିଟ୍ ରୁ ଅଧିକ ସମୟ ଭାବିନି ସେ।


ହେଲେ ଆଜି କାହିଁକି ଭାରି ଇଚ୍ଛା ହେଉଛି ରଞ୍ଜୁ ର କାନି ଧରି ମନ ଭରି କାନ୍ଦିବାକୁ, ଭାରି ଇଚ୍ଛା ହେଉଛି ଟିକିଏ ତା ପଣତ କାନିରେ ଛୁପି ବାକୁ, ଟିକେ ଗେହ୍ଲା ହେବାକୁ। ଭାବୁ ଭାବୁ କେତେବେଳେ ନିଦ ଆସି ଜାଇଛି ଜାଣିନି ସେ।



ଏ କଣ ଯେମିତି ଲାଗୁଛି କେହି ଜଣେ ଜଣେ ତା ମୁଣ୍ଡ ଉପରେ ବସିଛି, ଆଉ ଆସ୍ତେ ଆସ୍ତେ ମୁଣ୍ଡକୁ କୋମଳ ପାପୁଲିରେ ଆଉଁସୁ ଛି, ଧଡ ପଡ କରି ଉଠି ବସିଲା ରଙ୍ଗ ନା, ନାଲି ଶାଢ଼ୀରେ ସଜେଇ ହୋଇ , ମୁଣ୍ଡରେ ନାଲି ର ସିନ୍ଦୂର ଟୋପା ସହିତ ନାଲି ଶଙ୍ଖା, ଟିକେ ଆଗେଇ ଗଲା ରଙ୍ଗ ନା, ଆରେ ଏ କଣ ରଞ୍ଜୁ। ସେ ସ୍ବପ୍ନ ଦେଖୁଣୁ ତ?


ବାହାଘର ର ଆଠ ଦିନ(ଅଷ୍ଟ ମଙ୍ଗଳା)ରେ ତାଙ୍କ ଘରକୁ ଗଲା ବେଳେ ଯେଉଁ ନାଲି ଶାଢ଼ୀ , ହାତରେ ନାଲି ଶଙ୍ଖ ଆଉ ପାଦରେ ନାଲି ଆଲିତା । ରଙ୍ଗ ନା ହଜି ଗଲା ତାର ବିତି ଯାଇଥିବା ଅତୀତକୁ ନେଇ। 



ରଙ୍ଗ ନା:- ଏଇ ରଞ୍ଜୁ କଣ ହୋଇଛି ତୋର, କାହିଁକି କାନ୍ଦୁଛୁ। ଆରେ କଣ କରିବି କହିଲୁ , ତୁ ତ ଜାଣୁ ମୋ ର ରୋଜଗାର ବୋଲି କିଛି ନାହିଁ। ଆମେ ତ ଗରିବ ମଳି ମୁଣ୍ଡିଆ । 

କଣ ବାହା ଘରରେ ସୁନା ଦିନିଷ ଟିଏ ଦେବାର ମୋର ଶକ୍ତି କାହିଁ? କହିଲୁ! ତୁ ଯଦି ଏମିତି ମନ ଦୁଃଖ କରିବୁ, ମୁଁ କଣ କରିବି! ତୁ ବ୍ୟସ୍ତ ହଁ ନା ଲୋ, ମୁଁ ତୋତେ କଥା ଦେଉଛି ମୁଁ ଆର ବରଷକୁ ତୋ ପାଇଁ ହଲେ କାନର କିଣି ଦେବି। 

ଆ ଆଉ କାନ୍ଦ ନା ତୁ ପରା ମୋ ପିଲା ର ମାଆ ହେବୂ।


ରଞ୍ଜୁୁ:- ଧେତ୍ , ତୁମର ଖାଲି ସେହି କଥା, ମୁଁ କଣ ସେ ପାଇଁ ମନ ଦୁଃଖ କରିଛି? ତୁମ ମନ ଦୁଃଖ ଥିବାରୁ ମୋତେ କାନ୍ଦ ଲାଗିଲା। ଆଛା କହିଲ ସେ ବାବୁ ଟା କଣ କହିଲା ଦୋକାନ କଥା?


ରଙ୍ଗ ନା:- କଣ ଆଉ କହିବ , ଯାହା ଲାଗୁଛି ଦୋକାନ ଟା ଉଠାଇ ବାକୁ ପଡ଼ିବ।


ରଞ୍ଜୁୁ:- ତୁମେ ଟିକେ ନେହୁରା ହେଲନି।


ରଙ୍ଗ ନା:- ଆଲୋ, ବାବୁ ଟା ସାତ୍ ସାନ ମୋର ମନ ଡାକି ଲାନି। 

ଯାହା କପାଳରେ ଥିବ!


(ଧରି ଥିବା ଚାମଚ୍କୁ ଦେଖାଇ) ଆଲୋ ବାପା ଦେଇଥିବା ଚାମଚ୍ ଟା ଆଜି ଭି ଅଛି ଲୋ,କିଛି ହେବନି। ଗାୟତ୍ରୀ ର ବାହାଘର ଏହି ଚାମଚ୍ କରାଇବ ଲୋ। ତୁ ଦେଖିବୁ। ଆରେ ଏଠି ନହେଲେ ସେ ଗାଁ ସ୍କୁଲ ପିଣ୍ଡାରେ ଦୋକାନ କରିବି। ହେଲେ ତୋ ଗାୟତ୍ରୀକୁ ଭଲ ଜାଗାରେ ବାହା ଦେବି ଲୋ। ତୁ ଦେଖିବୁ ରାଜ ପୁଅ ଭଳି ତୋ ଜ୍ୟାଇଁ ହେବ। କଣ ଭାବୁଛୁ କି, ରଙ୍ଗକୁ? ରଙ୍ଗ ଚା ବେପାରୀ ହୋଇ ପାରେ ହେଲେ ତୋ ଗେରସ୍ତ ଆଉ ଗାୟତ୍ରୀ ର ବାପା ପରା! ଏତିକି ବୁଝି ପାରୁନୁ! ବୋକି ଟା କୋଉଠି କାର!


ରଞ୍ଜୁୁ:- ହଁ ଯେ ମୋର ତୁମ ଉପରେ ବିଶ୍ୱାସ ଅଛି, ହେଲେ ଏ ସ୍ବାର୍ଥ ପର ମଣିଷ ଗୁଡା ଭଲ ନୁହଁ ଜମା।



ହଠାତ୍ କାହା ଡାକରେ ନିଦ ଭାଙ୍ଗି ଗଲା ରଙ୍ଗ ନା ର। ଉଠି ବାଉଳି ହେଲା ପରି , ରଞ୍ଜୁୁ ,ରଞ୍ଜୁୁ


ଗାୟତ୍ରୀ:- ବାପା ତୁମକୁ ସରପଞ୍ଚ ବାବୁ ଡାକିଛନ୍ତି। 


ରଙ୍ଗ ନା:- ହଉ ମୁଁ ଟିକେ ଆସେ ।



ସରପଞ୍ଚ ବାବୁ:- ଆରେ ରଙ୍ଗ ଆଜି କାହିଁକି ଦୋକାନ ଖୋଲିନୁ, କଣ ହୋଇଛି?

ରଙ୍ଗ ନା:- ବାବୁ ଆଜି ତହସିଲ୍ ବାବୁ କହିଲେ, ଆଉ ତୁ ଦୋକାନ କରି ପାରିବୁନି। ବାବୁ ଦୋକନ ନ ରହିଲେ ମୁଁ ବଞ୍ଚିବି କେମିତି?


ସରପଞ୍ଚ ବାବୁ:- ଏଇ କଥା!!! ହୋଉ ସୁଣ, ତୋତେ କିଛି ପଇସା ଖର୍ଚ୍ଚ କରିବାକୁ ପଡ଼ିବ, ପାରିବୁ ତ?


ରଙ୍ଗ ନା:- କେତେ ପଇସା ଆଜ୍ଞା?


ସରପଞ୍ଚ ବାବୁ:- କମସେ କମ୍ ତ ପାଞ୍ଚ ହାଜର ଲାଗିବ?

ରଙ୍ଗ ନା:- ପାଞ୍ଚ ହ...ଜା... ର..., ବାବୁ ଟିକେ କମ୍ କର? 


ସରପଞ୍ଚ ବାବୁ:- ହଉ ହେଲେ ଗୋଟିଏ ସର୍ତ୍ତ୍ରେ, ତୁ ମୋତେ ସବୁ ଦିନେ ଚା ପିଆଇବୁ। ତୋ ପାଇଁ ଚାରି ହଜାର ହେଲା, କିନ୍ତୁ ଏ କଥା କାନ୍ ରୁ ଦି କାନ ଯେମିତି ନହୁଏ।


ରଙ୍ଗ ନା:- ହେଉ ବାବୁ, କାଲି ଆଣି ଦେବି।



ରଙ୍ଗ ନା ଦୀର୍ଘ ଶ୍ଵାସ ଟିଏ ପକାଇ ଦଉଡ଼ି ଗଲା ଦୋକାନକୁ, ଆଜି ସେ ଦୋକାନ ଖୋଲିନି, ଗାଆଁ ସାରା ହାଲ୍ଲା ବୋଧେ ରଙ୍ଗ ନା ର ଦେହ ମୁଣ୍ଡ ଭଲ ନାହିଁ, ନହେଲେ ବଡ଼ ଆକାର ର କିଛି ଅଘଟଣ ଘଟିଛି।

ଲୋକ ରୁଣ୍ଡ ହୋଇ ଗଲେଣି ଦୋକାନ ଆଗରେ।


ରଙ୍ଗ ନା ପହଂଚୁ ପହଂଚୁ କେହି ଜଣେ କହି ପକାଇ ଲା " ହେଇରେ ରଙ୍ଗ ନା ଆଇଲାଣି" !!! ଲୋକ ସବୁ ପଛକୁ ଅନାଇଲେ।

ରଙ୍ଗ ନା ତାର ଚୀର ଚରିତ ଢଙ୍ଗରେ ସେହି ପିତଳ ଚାମଚ୍ ଟିକୁ ହାତରେ ଧରି ପ୍ରବେଶ କଲା। ଲୋକ କେତେ କଥା ପଚାରିଲେ। ରଙ୍ଗ ନା ସବୁ ସଂକ୍ଷିପ୍ତରେ ଉତ୍ତର ଦେଇ ଚା ବସାଇଲା।


ମନରେ ସରାଗ ନଥିଲେ, ଚେହେରାରେ ଭି ପରିଲକ୍ଷିତ ହୁଏ। ରଙ୍ଗ ନା ସେ ସବୁକୁ ଲୁଚାଇବାକୁ ଚେଷ୍ଟା କରୁଥିଲା ଯେମିତି। 


ଏପଟେ ଦୋକାନ ଭାଙ୍ଗି ଜିବାର ଡର, ଆଉ ସେପଟେ ହୃଦୟ ର ମଣିଷ ରଞ୍ଜୁୁକୁ ନେଇ ଦେଖିଥିବା ସପନ, ଯେମିତି ହୃଦୟ ଟାକୁ ଆନ୍ଦୋଳିତ କରି ଚାଲିଥିଲା। ସବୁ ଦିନ ପରି ଲୋକ ମାନେ ଭି ଚା ପିଇ ସାରି ଯେଝା ଯେଝା ଘରକୁ ଚାଲି ଗଲେଣି। 


ଆଜି କାହିଁକି ଆଗ ଭଳି ଟାଣି ଓଟାରି କଥା ହେବାକୁ ଭଲ ଲାଗିଲା ନି,

ଏକାନ୍ତ ମନ ନେଇ ପୁଣି ଥରେ ଭାବି ବସିଲା ହୃଦୟ ର ମଣିଷ ଟାକୁ।


ଯେମିତି ମନେ ହେଉଥାଏ ରଞ୍ଜୁୁ ତା ପାଖରେ ବସିଛି, ଗ୍ରାହକ ଦେଇଥିବା ପଇସା ସବୁକୁ ଗୋଟି ଗୋଟି କରି ଗଣି କାଠ ବାକ୍ସରେ ପୁରାଉଛି।

କଣ ହୋଇଛି ତାର ଆଜି କାହିଁକି ଭାରି ମନେ ପଡୁଛି ରଞ୍ଜୁୁ କଥା। 


ଦିନ ୨ଟା ଠାରୁ ଯେମିତି ଲାଗୁଛି ରଞ୍ଜୁୁ ଆସି ଯାଇଛି ତା ଦେହକୁ , ତା ଆତ୍ମା ସହିତ ମିଶି ଯାଇଛି।



 ପୁଣି ଥରେ ଆଖି ପକାଇ ଦେଲା ତାର ସେହି ପିତଳ ଚାମଚ୍ ଟାକୁ। 


ଚାମଚ୍ ଟା ଘୋରୀ ହୋଇ ପତଳା ହୋଇ ଗଲାଣି, ଏମିତି କି ଛୋଟ ଛୋଟ ଦୁଇଟା କଣା ଭି ଦେଖା ଦେଲାଣି, ହେଲେ ଭି ସେଇଟା ରଙ୍ଗ ନା ର ତାର ରଞ୍ଜୁୁ ଭଳି ପ୍ରିୟ। 


ଭଗବାନ ସିନା କିଛି ନ ଭାବି ରଞ୍ଜୁୁଟାକୁ ଛଡାଇ ନେଲେ , ହେଲେ ଏବେ ବି ତା ପାଖରେ ସେହି ଚାମଚ୍ ଅଛି।


ଯେମିତି ଗୋଟିଏ ଲେଖକ ର କଲମ, ସୈନିକ ର ଖଣ୍ଡା ଆଉ ଘୋଡ଼ା ଶାବରୀ ର ଲଗାମ ଭଳି ମୂଲ୍ୟବାନ, ଠିକ୍ ସେମିତି ତାର ଏ ପିତଳ ଚାମଚ୍।



ଯେହେତୁ ତାର ପୁଅ ଟିଏ ନାହିଁ, ଗାୟତ୍ରୀ ର ବରକୁ ସେ ସେଇଟା ଉପହାର ଦେବ ବୋଲି କାହିଁ କେବେଠୁ ସେ ମନେ ମନେ ସ୍ଥିର କରି ସାରିଛି।



ଗାଆଁ ଲୋକ ଭି ସମସ୍ତେ ଜାଣନ୍ତି , ଯେଉଁ ଦିନ ରଙ୍ଗ ନା ହାତରୁ ଚାମଚ୍ ଯିବ, ସେଦିନ ରଙ୍ଗ ନା ଟି ର ଜୀବନ ଯିବ। ବୁଢ଼ୀ ଅସୁରୁଣୀ ଭଳି ତାର ଜୀବନ ଟା ଭି ସେହି ଚାମଚ୍ରେ ବସିଛି, କହିଲେ ଭୂଲ୍ ହେବନି।



ସନ୍ଧ୍ୟା ଠିକ୍ ସାତ ଟା ବେଳେ ଦୋକାନରେ ଧୂପ ଦେଇ, ଘରକୁ ଫେରୁଛି ରଙ୍ଗ ନା, ରାସ୍ତା ମଝିରେକୁକୁର ଗୁଡା କେଉଁଠି ଥିଲେ କେଜାଣି ଏକା ମୁହାଁ ହୋଇ ଭୁକି ବାକୁ ଆରମ୍ଭ କରି ଦେଲେ। କେବେ ତ ଏମିତି ଭୁକନ୍ତି ନାହିଁ। ଆଜି କଣ ହେଲା? ରଙ୍ଗ ନା ଟିକେ ଆଗକୁ ଯାଇ ଦେଖେ ତ, ଗାଆଁ ସ୍କୁଲ୍ ର ହେଡ୍‌ ମାଷ୍ଟେରେଙ୍କ ପାଖକୁ ଟିଉସନ ଯାଉଥିବା ବାଳୁଙ୍ଗା ଟୋକା ଗୁଡା ଦୌଡା ଦୋୖଡି ହେଉଛନ୍ତି। କଣ ଗୋଟିଏ ଦେଖିଛନ୍ତି ବୋଧେ!

ରଙ୍ଗ ନା ଟିକେ ଆଗଚଲା ହୋଇ ପଚାରିଲା, 



ରଙ୍ଗ ନା:- ଆରେ କଣ ହେଲା କିରେ?


ତାଙ୍କ ଭିତରେ ଗୋଟିଏ ପିଲା ଉତ୍ତର ଦେଲା ରଙ୍ଗ ନା ତୁମ ଘର ଆଡ଼କୁ ଗୋଟିଏ ସ୍ତ୍ରୀ ଲୋକଟିଏ ନାଲି ଶାଢ଼ୀ ପିନ୍ଧି ତୁମ ଢିଅ ଉପରକୁ ଉଠି ଗଲା।ଆମେ ତାକୁ ଡାକୁଛୁ ହେଲେ କିଛି ନକହି କି ଖାଲି ହସିଲା। ତା ପରେକୁଆଡେ ଉଭାନ ହୋଇଗଲା।

ଆଉ ଦେଖିବାକୁକୁର ଗୁଡା ଭି ସେହି ଆଡ଼କୁ ଦେଖି ଭୁକୁଛନ୍ତି ।


ରଙ୍ଗ ନା ଠିକ୍ ବୁଝି ଗଲା ପିଲା ମାନେ କଣ କହୁଛନ୍ତି। ସାହସ ଦେଖାଇ କହିଲା ଆରେ ବେକାର କଥା । କିଛି ନାହିଁ । 

କଣ ଗୋଟିଏ ଭାବି ଦେଇଛ ତେଣୁ ତୁମକୁ ଦେଖା ଯାଇଛି। ଯା ଘରେ ଖାଇ କି ଶୋଇବ ।


ଗୋଟିଏ ପିଲା କହିଲା ରଙ୍ଗ ନା ବିଦ୍ୟାରାଣ, ଆଖି ଛୁଉଁଛି, ସତ୍ କଥା।


ରଙ୍ଗ ନା ଟିକେ ବିରକ୍ତି ଗଳାରେ କହିଲା ରୁ ପିଲା ଗୁଡା ପଳାଇ ଗଲେ।


ହେଲେ ପିଲାଙ୍କୁ ସିନା ମନା କଲା ହେଲେ ମନ ଟା କାହିଁକି ଗୁଡ଼ାଇ ତୁଡାଇ ହେଉଛି। ସତରେ କଣ ମୋ ମନ କଷ୍ଟ ସହି ନପାରି ରଞ୍ଜୁୁ ଆସିଛି।!!!


ରାତିରେ କିଛି ନଖାଇ ଶୋଇ ବାକୁ ଚେଷ୍ଟା କଲା ରଙ୍ଗ ନା। କାଲି ସକାଳୁ ପୁଣି ଚାରି ହଜାର ଟଙ୍କା ଦେବାକୁ ପଡିଵ ସରପଞ୍ଚକୁ। ସେହି କଥା ନେଇ ମନ ଘାରୁ ଥାଏ । ବିଛଣା ରୁ ଉଠି ଥାକ ଉପରେ ଥିବା ଲୁହା ବାକ୍ସ ଟାକୁ ଖୋଲି ଗାୟତ୍ରୀ ର ବାହାଘର ପାଇଁ ସଞ୍ଚିତ ପଇସାକୁ ଗଣି ବାରେ ଲାଗି ଗଲା। ତାର ଏତେ ଦିନର ସଞ୍ଚିତ ପଇସା ରୁ ଚାରି ହଜାର ବାହାର କରି ଖୋଷଣିରେ ରଖିଲା। ଯେମିତି କି କାଲି ଦୋକାନ ଗଲା ରାସ୍ତାରେ ସରପଞ୍ଚ ବାବୁକୁ ଦେଇ କି ଜୀବ।


ଠିକ୍ ତା ପର ଦିନ ସଖାଳ ୪ ଟା ବେଳକୁ ନିଦ ଭାଙ୍ଗି ଗଲା ରଙ୍ଗ ନା ର, ଆଉ ସବୁ ଦିନ ପରି ନିତ୍ୟ କର୍ମ ଓ ଗାଧୋଇବା ପାଇଁ ପୋଖରୀକୁ ଗଲା 



ଦୋକାନ ଖୋଲିଲା , ସବୁ ଦିନ ପରି ଲୋକ ଭି ଭିଡ଼ ହେଲେ,

ହେଲେ ରଙ୍ଗ ନା ର ତ ମନ ଥାଏ କେମିତି ଟିକେ ଲୋକ ଫାଙ୍କା ହେଲେ ଯାଇ ସରପଞ୍ଚ ବାବୁଙ୍କ ପଇସା ଦେଇ ଆସିବ। 


ଠିକ୍ ଦିନ ଆଠ ଟା ପାଖା ପାଖି ରଙ୍ଗ ନା ଚାଲିଲା ସରପଞ୍ଚଙ୍କ ଘରକୁ ହାତରେ ଥାଏ ସେହି ପିତଳ ଚାମଚ୍ ଟି।


ସରପଞ୍ଚ ବାବୁଙ୍କୁ ପଇସା ଦେଇ ପୁଣି ଫେରି ଆସିଲା ଦୋକାନକୁ।


ତା ପରେ ସେ ନିଶ୍ଚିତ ହୋଇଗଲା ଯେ ତାର ଦୋକାନ ର କିଛି ବିପତି ନାହିଁ।



ମନ ଟିକେ ହାଲକା ଲାଗୁଛି, ଭାବିଲା ଚାରି ହଜାର ପୁଣି ରଖିବାକୁ ତାକୁ ବୋଧେ ପୁଣି ଛ ମାସ ଲାଗି ଯିବ ହେଲେ ତାର ସେହି ପୁରୁଣା ସ୍ମୃତି ର ଦୋକାନ ଟା ତ ରହିଗଲା ସବୁ ଦିନ ପାଇଁଁ।


ଠିକ୍ ୭ ଦିନ ପରେ


ଦିନ ଠିକ ୧୧ ଟା ହେବ କି କଣ , ହରିଆ ଦଉଡ଼ି ଦଉଡ଼ି ଆସି କି କହିଲା ରଙ୍ଗ ନା, ଗୋଟିଏ ବଡ଼ ଗାଡ଼ି ଟିଏ ଆସିଛି ଆଉ ସେ ନାୟକ ଘର ପିଣ୍ଡାକୁ ତାଧି ଦେଉଛି। 

ଟିକେ ଛନକା ପଶି ଗଲା ରଙ୍ଗ ନା ମନରେ। ହେଲେ ଭି ବିଶ୍ୱାସ ଥାଏ ସରପଞ୍ଚଙ୍କ କଥାରେ। 


ତା ପରେ ଦୁଇ ଜଣ ଖାକି ପୋଷାକ ପିନ୍ଧା ପୋଲିସ ବାବୁ ଆସିଲେ ଆଉ ଚା ବନାଇବାକୁ କହିଲେ , ରଙ୍ଗ ନା ଚା ଗରମ କରି ପିଇ ବାକୁ ଦେଲା। 


ତାଙ୍କ ଭିତରୁ ଜଣେ ପୋଲିସ ବାବୁ କହିଲେ ଆରେ ତୋର ଆଜି ଏଇଠି ଶେଷ ଚା ବନାଇବା, ଯାହା ଜିନିଷ ଅଛି ଘରକୁ ନେଇଜା, ନହେଲେ କିଛି ମିଳିବ ନାହିଁ। 

ରଙ୍ଗ ନା କିଛି କହିବା ଆଗରୁ ସେମାନେ ଅନ୍ୟକଥାରେ ମାତି ଗଲେ।


ରଙ୍ଗ ନା ର ପାଦ ତଳୁ ମାଟି ଖସିବା ଭଳି ଲାଗୁଥିଲା ଆଉ ଆକାଶ ଟା ଯେମିତି ତା ମୁଣ୍ଡ ଉପରେ ଖସି ପଡ଼ିବ କି? ହେଲେ କାହାକୁ କହିବ?



ଅଦେଖା ଘା, ନା କହି ହୁଏ, ନା କାହାକୁ ଦେଖାଇ ହୁଏ!!



ପୋଲିସ ବାବୁ ମନେ ଚାରି ଟଙ୍କା ଦେଇ ସେଠାରୁ ଚାଲି ଗଲେ, ଭଙ୍ଗା ଚାଲିଥିବା ସ୍ଥାନକୁ।



ରଙ୍ଗ ନା କଣ କରିବ କିଛି ଭାବି ପାରୁ ନଥାଏ,କୁଆଡେ ଯିବ?

ସରପଞ୍ଚ ଘରକୁ ନା ଦୋକାନରେ ଥିବା ଜିନିଷ ନେଇ ନିଜ ଘରକୁ। 

ଦ୍ଵନ୍ଦରେ ପଡି ଯାଇଥିଲା ରଙ୍ଗ ନା। କିଛି ଭାବିବା ଆଗରୁ ସେହି JCB ଦାନଵ ଟା ଗୋଟିଏ ବିକଟାଳ ଶବ୍ଦ କରି ମାଡ଼ି ଆସିଲା ତା ଦୋକାନ ଆଡ଼କୁ, ଆଉ କିଛି କହିବା ଆଗରୁ ତାର ସେହି ସବୁ ସ୍ବପ୍ନକୁ ଭାଙ୍ଗି ରୂଜି ଚୂର୍ ମାର କରି ଦେଲା 


ଦେଖୁ ଦେଖୁ କୋଡ଼ିଏ ବର୍ଷ ତଳ ର ଅଧା କାନ୍ଥୀ ଗୁଡାକ ଦୁମ୍ ଦାମ୍ ହୋଇ ମୁହଁ ମାଡ଼ି ତଳେ ପଡ଼ିଗଲେ। ରଙ୍ଗ ନା କେବଳ ନିରୁପାୟ ହୋଇ ବକ୍ ବକ୍ କରି ଚାହିଁ ଥାଏ।  

ଯେମିତି କଲିଜା ଟା ଦୁଇଁ ହୋଇ ଗଲା ପରି ଲାଗୁ ଥାଏ ।


କିଛି ନ କହି ରାସ୍ତା ଉପରେ ନଥ୍ କରି ବସି ପଡ଼ିଲା, ଲୋକ ମାନେ ଦୂରରେ ଠିଆ ହୋଇ ଆହାଃ ଆହାଃ କରୁ ଥାନ୍ତି। 

କେହି କେହି ତ ଜୋର୍ ଜୋର୍ ପାଟିରେ କହୁଥାନ୍ତି , ରଙ୍ଗ ନା ର କୋଡ଼ିଏ ବର୍ଷ ର ଦୋକାନ ଟା ଚାଲି ଗଲା।

ଆଉ କେହି କେହି କହୁଥାନ୍ତି, ଏଥର କ ବସ ଟା ଆରାମରେ ଆସି ପାରିବ। କିଛି ଲୋକ ତ ଠିଆ ହୋଇ ମଜା ଦେଖିଥାନ୍ତି। କେହି କେହି କହୁଥାନ୍ତି ସତରେ ଦେଖିଲ JCB ମେସିନ୍‌ ଟା ଭାଙ୍ଗିବା ପIଇଁ ହିଁ ହୋଇଛି। ଆଉ କେହି କେହି JCB ର କୋଟେସନ୍ ଭି ବଖାଣି ଦେଲେ ଠିଆ ଠିଆ। କେହି କେହି ତା କହିଲେ ଆରେ ଏଇଟା ଆମେରିକାରେ ଆଗେ ତିଆରି କରା ହୋଇ ଭାରତକୁ ଆସିଛି। ହେଲେ କାହାରି ମନରେ ଥରେ ଦରଦ ଆସିଲା ନି ରଙ୍ଗ ନା ପାଇଁ।


ରଙ୍ଗ ନା ଭାବୁ ଥାଏ କି ସ୍ବାର୍ଥ ପର ଦୁନିଆ ଟା ସତରେ, ଯେଉଁ ମାନେ ଆଜି ସଖାଳେ ମୋ ଚା ର ଭୁରି ଭୁରି ପ୍ରଶଂସା କରୁ ଥିଲେ, ଆଉ କହୁଥିଲେ ରଙ୍ଗ ତୋ ପରି ଚା ଏ ଖଣ୍ଡ ମଣ୍ଡଳରେ ଆଉ କେହି କରି ପାରିବେ ନାହିଁ!!!

ତୋ ଚା ନପିଲେ ଦିନ ଟା ଠିକ୍ରେ ଯାଏନି।

ଏହି ମାନେ କେତେ ଥର ପଇସା ନଦେଇ ଚା ପିଇ ଥିବେ ହିସାବ ନାହିଁ। ହେଲେ ସେହି ମାନେ ଏବେ କହୁଛନ୍ତି କି ଭଲ ହେଲା , ରାସ୍ତା ଟା ସଫା ହୋଇଗଲା, ଏଥର କ ବସ ଆସି ପାରିବ। 


ହେ ପ୍ରଭୁ ତୁ ହିଁ ସହା ଭରସା।!


ସବୁ ଶେଷରେ ରଙ୍ଗ ନା ହାତରେ ଥିଲା ତାର ସେହି ପିତଳ ଚାମଚ୍ ଟି , ଯାହାକୁ କି ସେ ଏପର୍ଯ୍ୟନ୍ତ ନିଜ ଠାରୁ କେବେ ଅଲଗା କରିନି।


କିଛି ସମୟ ପରେ ସେଇଠି ରାସ୍ତାରେ ବସୁ ବସୁ ଟଳି ପଡିଲା ରଙ୍ଗ ନା ଆଉ ତା ହାତରେ ଥିଲା ସେହି ଚାମଚ୍ ଯାହା କି ତାର ଜୀବନ ଆରମ୍ଭ ଆଉ ଶେଷ ର ମୂକ ସାକ୍ଷୀ।


ସାରାଂଶ:-

ଦୁନିଆରେ ସବୁଠୁ ମଣିଷ ହିଁ ସ୍ବାର୍ଥ ପର, ନିଜର ମିଛ ଲାଳସା ମେଣ୍ଟାଇବାକୁ ଯାଇ ସେ କାହାକୁ ଭି ଠକି ପାରେ। ମଣିଷ ହିଁ ମଣିଷ ର ବଡ଼ ଶତ୍ରୁ ଆଜିକା ଦୁନିଆରେ।

ପ୍ରଭୁ ଏ ମାନଙ୍କୁ ସଦ୍ ବୁଦ୍ଧି ଦିଅ!!!


Rate this content
Log in

Similar oriya story from Drama