STORYMIRROR

pranati Mahapatra

Action Fantasy

4  

pranati Mahapatra

Action Fantasy

ରଘୁପତି ରାଘବ

ରଘୁପତି ରାଘବ

1 min
183


ମୁଁ ସବୁବେଳେ ଅନ୍ୟର ଦୁଃଖରେ ମର୍ମାହତ ହୋଇଥାଏ ।ବର୍ତ୍ତମାନ ଯେଉଁ ଭଳି ଦୁଃଖ କଷ୍ଟ ଅଭାବ ଅସୁବିଧା ରେ ସମସ୍ତେ ହାୟ ହାୟ ହେଉଛନ୍ତି ,ସେ ସବୁ ସମସ୍ୟାର ଆଶୁ ସମାଧାନ ପାଇଁ ସର୍ବଦା ଚେଷ୍ଟିତ ମଧ୍ୟ୍ୟ ।


ରାତି କେତେ ହେବ କେଜାଣି ,ମାଆ ମୋତେ ଖୁବ ଜୋରରେ ହଲେଇ ଉଠେଇ ଦେଲେ ।ମାଆ କହୁଥାନ୍ତି କଣ ଏମିତି ପାଟି କରୁଛୁ କିରେ ।ତୋର କଣ ହୋଇଛି ,ଏମିତି ବିଳିବିଳେଇ ହେଉଥିଲୁ ।


ମାଆଲୋ, ମୁଁ ଗୋଟାଏ ନିଆରା ସ୍ଵପ୍ନ ଦେଖୁଥିଲି ।ମୁଁ ତ ମୁଁ ନ ଥିଲି ।ମୋ ସ୍ଵପ୍ନରେ ମୁଁ ହୋଇ ଯାଇଥିଲି ମହାତ୍ମାଗାନ୍ଧୀ ।ହାତରେ ଗୋଟିଏ ବାଡି ଧରି ଅଣ୍ଟାରେ ମୋ ଟେବୁଲ ଉପରେ ଥିବା ଘଣ୍ଟା ଝୁଲେଇ ଆଣ୍ଠୁ ଲୁଚୁ ନ ଥିବା ଧୋତି ଖଣ୍ଡେ ପିନ୍ଧି ରାସ୍ତା ଘାଟ ସଫା କରୁଛି ତ ପୁଣି ଲୋକଙ୍କ ସୁବିଧା ସୁଯୋଗର ହକ୍ ପାଇଁ ଲଢେ଼ଇ କରୁଛି, ଧାରଣା ଦେଉଛି ।ରାସ୍ତା ଘାଟ ସଫା କରିବା ସହ ଲୁଣ ମାରିବା, କଳାଗୋରା ଭେଦଭାବ ଦୂରେଇବା ଭଳି ସବୁକାମ ମୁଁ କରୁଛି ।



      ସବୁଠାରୁ ବଡ଼ କଥା ହେଲା, ଲୋକମାନେ ଅଭିଯୋଗ ପରେ ଅଭିଯୋଗ ଫର୍ଦ୍ଦ ମୋ ପାଖରେ ଲମ୍ବେଇ ଦେଲେ ।

ସ୍ଵାଧୀନତା ପାଇ ବି ପରାଧୀନ ଅବସ୍ଥାରେ ବୋଲି ସମସ୍ତଙ୍କର ଅଭିଯୋଗ ।



ସବୁ କିଛି ସୁବିଧା ହେବ ବୋଲି ପ୍ରତିଶ୍ରୁତି ମଧ୍ୟ ସମସ୍ତଙ୍କୁ ଦେଇ ଆସିଲି ।ମୁଁ ଆଜିଠାରୁ କାଟି ପିନ୍ଧିବି ,କୁଟି ଖାଇବି ।


      ଦେଶର ଜନତାଙ୍କୁ ସ୍ଵାଧୀନତା ସ୍ଵାଦ ଦେବା ପାଇଁ ଆପ୍ରାଣ ଉଦ୍ୟମ କରିବି ।ଆମ ଗଣତାନ୍ତ୍ରିକ ରାଷ୍ଟ୍ର ରେ ସମସ୍ତେ ଗୋଟିଏ ମାଆର ସନ୍ତାନ ବୋଲି ଉଚ୍ଚ ସ୍ବରରେ କହିବି ।ମାଆ ମାଟି ମାତୃଭାଷାର ମହତ ରଖିବାକୁ ସମସ୍ତଙ୍କୁ ଚେତେଇ ତଦନୁଯାୟୀ କାମ କରିବି ।


ଦେଖ ମାଆ, କେମିତି ମୋ ମୋବାଇଲରେ ବାଜୁଛି ରାମଧୁନ।

ବୈଷ୍ଣବ ଜନକୋ ...

ପୁଣି କାନପାରି ଶୁଣ ସମସ୍ତେ ଏକ ସ୍ଵରରେ ଗାଉଛନ୍ତି 

ରଘୁପତି ରାଘବ ରାଜାରାମ୍

ପତିତପାବନ ସୀତାରାମ

ଈଶ୍ୱର ଆଲ୍ଲା ତୋରେ ନାମ

ସବକୋ ସନମତି ଦେ ଭଗବାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action