TapaswiniDash Sarangi

Classics

2  

TapaswiniDash Sarangi

Classics

ରେବତୀ ପାଠ ପଢିବ

ରେବତୀ ପାଠ ପଢିବ

4 mins
525


ବା' ମୁଁ ପାଠ ପଢିବି,ବଡ଼ ଚାକିରୀ କରିବି। ଦେଖିବୁ ବା' ଆମକୁ ଡରାଉଥିବା ଏଇ ପରିସ୍ଥିତି କାଲି ଆମକୁ ଦେଖିକି ଡରିବ। ଆଜି ଆମକୁ ପେଟରେ ଓଦା କନା ପକେଇ ଶୋଇବାକୁ ପଡୁଛି ନା,ଦେଖିବୁ କାଲି ଆମ ଆଗରେ ଖାଇବାର ପସରା ଭରି ହୋଇ ଥିବ। ଏମିତି କହି ତା'ର ବାପାକୁ ସାନ୍ତ୍ଵନା ଦେଉଥିଲା କୁନି ଝିଅ ରେବତୀ। ଏଇ ବୟସ ୬କି ୭ ହେବ।

 ହଁ ତୁ ପାଠ ପଢିବୁ ହାକିମିଆଣୀ ହେବୁ,ତୋ ବୋପାକୁ ପୋଷିବୁ। ଛାଡ଼୍ ଛାଡ଼୍ ଏଇ କଥା,ଯା' ଝଅଟ ସେପଟେ ଗୁହାଳ ସଫା କରିବୁ ବା। ପୋଡା ମୁହିଁ ଜନମ ହେଉ ହେଉ ମା'କୁ ଖାଇଲୁ ଏବେ କଣ ପାଠ ପଢିକି ଆମ ଦୁଇ ମା' ପୁଅଙ୍କୁ ଖାଇବୁ ନା କଣ? ହେ ମା'ଭଗବତୀ ଏଇ ଅଲକ୍ଷଣୀକୁ ସତ ବୁଦ୍ଧି ଦେ ଲୋ ମା'। କହୁଛି କଣ ନା ପାଠ ପଢିବ। ଏମିତି ଗର ଗର ହେଉଥିଲା ରେବତୀର ଗୋସେଇଁ ମା'।

  ବିଚରା ସନା କଣ ବା କରିବ,ଝିଅର ପାଠ ପଢିବାର ଇଛା ଆଉ ମା'ର ଗଞ୍ଜଣା ଭିତରେ ଅଣ ନିଶ୍ଵାସୀ ହେଇଯାଉଥାଏ। କିନ୍ତୁ ବାପାର ହୃଦୟ ନେଇ ସେ ଶେଷରେ ନିଷ୍ପତି ନେଲା ଯେ ସେ ତା'ର ଗେହ୍ଲି ରେବିକୁ ପାଠ ପଢାଇବ। ଝିଅକୁ ପାଠ ଦି ଅକ୍ଷର ପଢାଇ ଶିକ୍ଷିତ କରିବ। ଏମିତି ଭାବି ଅଣ୍ଟାରେ ଭିଡା ହୋଇଥିବା ଗାମୁଛା ଖଣ୍ଡିକୁ କାନ୍ଧରେ ପକାଇ ବିହାରିଲା ଅବଧାନଙ୍କ ପାଖକୁ। ବିଲେଇ ଛିଙ୍କିଲା ପରି ବୁଢୀ ଦାଣ୍ଡ ବାରଣ୍ଡାରେ ବସି ଥିଲା,ପଚାରିଲା ହଇରେ ସନା କୁଆଡେ ଧାଇଁ ଯାଉଛୁ ବା।

ସନା ଟା ଭାରି ସରଳିଆ ଆଉ ମୋଟା ବୁଦ୍ଧିଆ ଲୋକ,କହିଦେଲା ସତ କଥା,ଆଲୋ ବୋଉ ଏଇ ଅବଧାନଙ୍କ ପାଖକୁ ଯାଉଛି ରେବିକୁ ପାଠ ପଢାଇବା ବିଷୟରେ କଥା ହେବାକୁ।

ହେଁ ହଇରେ କି ଅନର୍ଥ କରିବାକୁ ଯାଉଛୁ,ଝୁଅ ମାନଙ୍କୁ ପାଠ ପଢାଇ ମୁଣ୍ଡରେ ବସେଇବା କଥା ନୁହଁ,ଘର ପାଇଟି ଶିଖିବ ସେ,ଆଉ ଟିକେ ବଡ଼ ହେଇଗଲେ ହାତକୁ ଦି ହାତ କରି ଦେବା ନା...। କହିଲା କଣ ନା ପାଠ ପଢିବ। ପାଠ ପଢି କରି କଣ ଆମ ଚଉଦ ପୁରୁଷ ଉଝାଳିବ। ମାଇକିନିଆ ଝିଅ ପାଠ ପୁଣି କଣ?

ତୁ ଯା ହାଟକୁ ଏଇ ସନ ବାଡିରେ ଭଲ ପନି ପରିବା ହୋଇଛି,ଆଜି ହାଟ ବାରି ଅଛି ପରା, କିଛି ବିକି କରି ଆସେ,ଆଉ ଆସିଲା ବେଳକୁ ସଉଦା ପତର କିଛି ଘିତି ଆସିବୁ।

ଏ ସବୁ ଶୁଣୁ ଥିଲା ରେବତୀ,ପିଲା ଛଳରେ କହିଲା ହେ ବା' ବା'ରେ

ମୁଁ ଯିବି ତୋ ସହ,ହାଟରେ କେତେ କଣ ଥିବ ବୁଲି ଦେଖିବି।

କଣ ହେଲା ତୁ ଝୁଅ ଟାଏ ହାଟକୁ ଯିବୁ କହୁଛୁ? କାହାର ବଙ୍କା ନଜର ଯଦି ପଡି ଯିବ ନା ଆମ ଘରର ନାଁ ପଡି ଯିବ,ଚୁପ୍ ହେଇକି ଭିତରକୁ ଯା ଅଇଁଠା ତାଟିଆ ଥାଳି ପଡିଛି ସଫା କର,ଘର ଝାଟେଇ ଦେ,ଖାଲି ବସିକି ଗେଫା ମାରୁଛୁ ଆଉ ଗଣ୍ଡି ବଢ଼ଉଛୁ।

ବୁଢୀ କହିଲା।

ବିଚାରି ଭିତରକୁ ଗଲା,ଆଉ ଘର କାମ କଲା।

 ପଡିଶା ଘରର ପିଲା ନାଁ ତାର ଚହଟା,ସେ ସ୍କୁଲକୁ ଯାଏ ସବୁ ବେଳେ ହେଲେ ପାଠରେ ମନ ନାହିଁ,ତା'ର ବହି ଗୁଡାକ ଚିରା ଫଡା ହେଇ ଯାଇଥିଲା,ତା ବୋଉ ହେଉଛି ଅଶିକ୍ଷିତା,ସେ ଜାଣି ନ ପାରି ସେଗୁଡାକ ବାହାରେ ପକାଇଥିଲା,ରେବିର ନଜର ସେ ଚିରା ବହି ଗୁଡାକ ଉପରେ ପଡିଲା,ସେ ତାକୁ। ଅତି ଯତନରେ ଆଣି ଦେଖିଲା,ହେଲେ କିଛି ବୁଝି ପାରିଲା ନାହିଁ,ସେ ସେଇ ବହି ଧରି ଧାଇଁଲା ଗାଁର ରଙ୍ଗ ନାନୀ ପାଖକୁ,କାହିଁକିନା ସିଏ ଗୋଟିଏ ଝିଅ ଏ ଗାଁରେ ଦଶମ ଯାଏଁ ପଢିଛି,ତାକୁ ଗାଁର କେହି ଭଲ ପାଆନ୍ତିନି,ସେ ପାଠ ପଢିବା ଆରମ୍ଭ କରୁ କରୁ କୁଆଡେ ତା'ର ବାପା ବୋଉ ମରିଗଲେ,ସିଏ ଏକା ତା ମାମୁଁଙ୍କ ସାହାଯ୍ୟରେ ପାଠ ପଢିଛି,ତା'କୁ ଦେଖି ବୁଢୀ ମା ଭାବେ ଝିଅ ମାନେ ପାଠ ପଢିଲେ ଅଶୁଭ। ସେ ଲୁଚି କରି ଗଲା ରଙ୍ଗ ନାନୀ ପାଖକୁ,କାଳେ କିଏ ଦେଖି ନେବ।

ରଙ୍ଗ ନାନୀ ରଙ୍ଗ ନାନୀ କହିକି କବାଟ ବାଡେଇଲା,

ଦୁଆର ଖୋଲୁ ଖୋଲୁ ରଙ୍ଗ ନାନୀ କହିଲା ଆଲୋ ରେବତୀ ତୁ କୁଆଡେ ଆସିଲୁ,ତୋର ବୁଢୀ ମା' ଦେଖିଲେ କଣ ହେବ ଜାଣିଛୁ ତ?

ହଁ ଲୋ ନାନୀ,କହନା ତା କଥା,ହଉ ଦେଖିଲୁ ଏ ବହିଟା କଣ?

ଆଲୋ ଏଇଟା ଛବିଳ ମଧୁ ବର୍ଣ୍ଣବୋଧ,ଏଥିରେ ସବୁ ଅଛି।

ହେଲେ ତୁ କଣ କରିବୁ ଏଇଟା। କହିଲା ରଙ୍ଗ ନାନୀ

ମତେ ବି ଟିକେ ପଢେଇ ଦେ ଲୋ,ମୁଁ ବି ପଢିବାକୁ ଚାହୁଁଛି,ମୁଁ ସବୁ ଦିନ ଆଇବି ତୋ ପାଖେ କେଇ ଘଡି ବସିକି ପଢିବି। ହଉ ମୁଁ ଯାଉଛି ସଞ୍ଜ ହେଲାଣି,କାଲି ଠାରୁ ଆଇବି।

ଏମିତି ଗଲା,ରେବି ଲୁଚି କରି ଆସେ ଆଉ ପାଠ ପଢେ,ରଙ୍ଗ ନାନୀ ବି ଖୁସିରେ ତା'କୁ ପଢାଏ। ଏବେ ରେବି ସବୁ ଅକ୍ଷର ଜାଣି ଗଲାଣି ,ହିସାବ କିତାବ ବି ଜାଣି ଗଲାଣି,ସେ ଭାରି ଖୁସି।

ଦିନେ କଣ ହେଇଛି ନା ଗାଁର ସୁଧଖୋର ମହାଜନ ଆସିକି ଦୁଆରେ ଡାକ ଛାଡିଲା ହେ ସନା କୁଆଡେ ଗଲୁ କିରେ,ମୋ ଏଇ ମାସର ସୁଧ କୁଆଡେ ଗଲା।

ହଁ ସାଆନ୍ତେ ଆର ସପ୍ତାହରେ ଦେଇ ଦେବି ଏ ଥର ଭଲ ବେପାର ହେଇନି ସାଆନ୍ତେ।

ଶୁଣୁ ଗୋଟେ କାମ କର ଏ କାଗଜରେ ଟିପ ଲଗେଇ ଦେ,ଆଉ ଆର ମାସ ଠାରୁ ତୁ କିଛି ଶୁଝି ବୁନି। କହିଲା ମହାଜନ

ମୋଟା ବୁଦ୍ଧିଆ ଆଉ ବୋକା ସନା ମାଗିଲା କାଗଜ,ଦିଅ ତେବେ ମୋତେ ମୁଁ ଟିପ ନଗେଇ ଦେବି।

ମହାଜନ କାଗଜଟି ଦେଉ ଦେଉ ଝାମ୍ପି ନେଲା ରେବତୀ,

ଆରେ ଇଏ କଣ ମହାଜନେ,ଏଥିରେ ତ ଲେଖା ଅଛି,ତୁମେ ମୂଳଧନ ଦଶ ହଜାର ବଦଳରେ ଆମ ଘର ନେଇ ଯିବ।

ମୋ ବା'ତ ସୁଧ ବାବଦକୁ ପ୍ରତି ମାସରେ ପାଞ୍ଚ ଶହ ଟଙ୍କା ଦେଉଛି,ଏମିତି ବରଷକ ଭିତରେ ଛ'ହଜାର ସୁଧ ଦେଲାଣି। ଆଉ ତୁମେ ଆମ ଘର ମାଗୁଛ। ଛି ଛି ତୁମର ଏ କି ପ୍ରକାର ଜୁଲମ।

ମହାଜନର ମୁହଁ ପୁରା ଲାଜରେ ଫିକା ପଡି ଗଲା ଆଉ ସେଠାରୁ ପଳେଇଲା।

ଏସବୁ ଦେଖୁଥାଏ ବୁଢୀ,ଆଖି ଛଳ ଛଳ ହୋଇ ଆସି ଅହିଲା ଆଲୋ ମା'ତୁ କେମିତି ଜାଣିଲୁ ଏ ସବୁ। ତତେ ତ ପଢି ନେଖି ଆସେନି। ଆଜି ତୋ ପାଇଁ ଏ ଭିଟା ମାଟି ଖଣ୍ଡକ ବଞ୍ଚିଗଲା।

ନାଇଁ ଲୋ ଜେଜେ ମା'ମୋତେ ରଙ୍ଗ ନାନୀ ପଢେଇଛି। ମୁଁ ଲୁଚି ଲୁଚି ଯାଇ ପଢୁଛି ତା' ପାଖେ।

ହେ ସନା ଆଜି ଠାରୁ ଆମ ରେବତୀ ପାଠ ପଢିବ,ହାକିମିଆଣୀ ହେବରେ...ତୁ ଯା ଗାଁ ଇସୁକୁଲୁରେ ତା'ନାଁ ନେଖି ଆସେ।


Rate this content
Log in

Similar oriya story from Classics