ରାଣୀ ପିନ୍ଧିବ ରାଣୀହାର
ରାଣୀ ପିନ୍ଧିବ ରାଣୀହାର
ନିଶାନ୍ତ ବାପାଙ୍କ ଶ୍ରାଦ୍ଧ ସରିବା ପରେ ତାଙ୍କ ତାଲା ପକା ହାତବାକ୍ସଟିକୁ ଖୋଲି ଦେଖିବାକୁ କକେଇ କହିଥିଲେ ନିଶାନ୍ତକୁ. ପ୍ରଥମେ ରାଜି ହେଉନଥିବା ନିଶାନ୍ତ ଖୋଲିଥିଲା କାଳେ ବାପାଙ୍କର କିଛି ନିର୍ଦେଶ ଥିବ ଭାବିକି ତ ବାହାରିଥିଲା ଏକ ଲଫାପା. ଯାହାର ରଙ୍ଗ ଥିଲା ନୀଳ. ବାପା ଲେଖିଥିଲେ ତତେ ବାହା ଦେବା ପରେ ତୋ ପାଖରେ ନରହି କାହିଁକି ଗାଁରେ ରହୁଥିଲି ଭାବି ତୋ ମନରେ ଝଡ଼ ସୃଷ୍ଟି ହୋଇଥିବ. ତୁ ଭାବୁଥିବୁ ତୋର ପୁଅ ହିସାବରେ ଯାହା କର୍ତ୍ତବ୍ୟ ତୁ କରୁଛୁ ନା ନାହିଁ ନଜାଣି ତୋ ପାଖରେ ନରହିବା ହୁଏତ ମୋର ଏକ ଅପରାଧ ହୋଇପାରେ କିନ୍ତୁ ପୁଅରେ ତୁ ମୋର ଜନ୍ମିତ ସନ୍ତାନ ନୁଁହଁ. ଏ କଥା ମୁଁ ଜାଣିଛି ହେଲେ ତୁ ଜାଣିନୁ. ତିନି ତିନିଟା ପିଲାଙ୍କୁ ଜନ୍ମ ଦେଇ ସେମାନଙ୍କ ମୃତ୍ୟୁରେ ଭାଙ୍ଗି ପଡି ମାଆ ତୋର ସେପୁରକୁ ଚାଲିଯିବା ପରେ ମୁଁ ଆମ ଗାଁ ଗଣେଷ ମନ୍ଦିର ସାମ୍ନାରେ ବସି ମୋ ଭାଗ୍ୟକୁ ଅନୁଶୀଳନ କରେ. ତୋ ଜେଜେ ଦେଇଥିବା ଛୋଟ ଓ ବଡ଼ ରୁଦ୍ରାକ୍ଷ୍ ଦୁଇଟିର ଆଉ ମୂଲ୍ୟ କଣ ଭାବି ସେଦିନ ସେହି ବିଘ୍ନ ବିନାଶନ ମନ୍ଦିର ଆଗରେ ଥିବା ଜଳାଶୟ ନିକଟକୁ ଆଗେଇ ଯାଏ ତ କୁଆଁ କୁଆଁ ଶବ୍ଦରେ ସେ ସ୍ଥାନ ପ୍ରକମ୍ପିତ ହେଉଥିବାର ଦେଖି ତତେ ପାଇଥିଲି. ବହୁ ଅନୁସନ୍ଧାନ ପରେ ମଧ୍ୟ ତୋ ପରିଚୟ ପାଇବାରେ ସମର୍ଥ ନହୋଇ ଗଣେଷ ପ୍ରଭୁଙ୍କ କଥା ମନେପକାଇ ମୁଁ ନିଜକୁ ଆଶୁତୋଷଙ୍କ ସ୍ଥାନରେ ରଖି ଶିବ ହୋଇଗଲି. ପାର୍ବତୀ କିଏ ମୁଁ ଜାଣେନା କିନ୍ତୁ ତୋ ପାଇଁ ନୂଆ ମାଆ ବଦଳରେ ନିଜେ ମାଆ ଓ ବାପା ହୋଇ ବଢ଼େଇ ତତେ ବଡ଼ କରି ନିଜ ପସନ୍ଦର ଝିଅ ସହ ବିବାହ ଦେଲା ପରେ ତୋ ପାଖରୁ ମୋ ପିତୃ ଋଣ ପରିଶୋଧ କରିବାକୁ କାହିଁକି କେଜାଣି ପାପବୋଧ ମନେ ହେଲା. ନିଜ ସ୍ୱାର୍ଥ ପାଇଁ ତ ତତେ ମୁଁ ପାଳିଛି ବୋଲି ଭାବି ତୋଠୁ ଓ ତୋ ସ୍ତ୍ରୀ ଠୁ ଦୂରେଇ ଅନେକ କଷ୍ଟ ପାଇଛି. ତୋ ଜନ୍ମ ବୃତ୍ତାନ୍ତ ସମସ୍ତଙ୍କୁ ଅଗୋଚର. ତୁ ମୋ ଗଣେଷ, ତୁ ମୋ ଶ୍ରୀକୃଷ୍ଣ ପରି ତୋ ପାଇଁ ସବୁ ଯେମିତି ଵିଧି ନିର୍ଦ୍ଦିଷ୍ଟ ଥିଲା. ଗାଁରୁ ତତେ ନେଇ ମୋ ଚାକିରୀ ଜାଗାକୁ ଚାଲିଯାଇଥିଲି. ପରେ ସମସ୍ତେ ଜାଣିଥିଲେ ତତେ ଜନ୍ମ ଦେଇ ତୋ ମାଆ ମୃତ୍ୟୁ ବରଣ କରିଥିଲା. ସମସ୍ତଙ୍କୁ ଧୋକା ଦେଇ ହୁଏ କିନ୍ତୁ ନିଜକୁ କ୍ଷମା କରି ପାରିନଥିଲି. ନାତି ନାମରେ ମୋ ପେନସନ ଟଙ୍କାରୁ ରଖିଥିବା ଏଇ ଅଳ୍ପ ଟଙ୍କାକୁ ତା ପଢ଼ାପଢ଼ିରେ ଖର୍ଚ୍ଚ କରିବୁ. ବାରିପଟେ ଥିବା ଆମ୍ବ, ପଣସ ପିଜୁଳି, ନଡ଼ିଆ ଗଛ ସବୁ ଗୋଟେ ଗୋଟେ ପୁଅ ପରି ମୋର ତାଙ୍କୁ କେବେ ହାଣିବୁନି. ତୋର ଆଗକୁ ପଛକୁ କେହି ନାହିଁ ତେଣୁ ମୋ ଅସ୍ଥି ଆମ ଗାଁ ବାରିପଟେ ସମାଧି କରି ରଖିଦେବୁ. ଗଙ୍ଗା, ଗୋଦାବରୀ କି ଆଲ୍ହାବାଦ ଯିବା ଦରକାର ନାହିଁ. ମୋ ପିତୃପୁରୁଷ ଯେମିତି ସମାଧି ବାରିରେ ଅଛନ୍ତି ତୋ ମାଆ ସମାଧି ପାଖେ ମତେ ସମାଧି ଭିତରେ ରଖିବୁ. ଏସବୁ କଥା ବୋହୁ ଜାଣୁ କିନ୍ତୁ ତୁ ମୋ ପୁଅ ନୁଁହଁ ବୋଲି କେହି ନଜାଣୁ.
ଚିଠିଟି ପଢ଼ିସାରିବା ବେଳକୁ ଝାଳ ନାଳ ଓ ଲୁହ ସରସର ଅବସ୍ଥା ଦେଖି ନିଶାନ୍ତର ସମସ୍ତେ ଚିଠିର ବିଷୟ ବସ୍ତୁ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ. ଶ୍ରାଦ୍ଧ ପରେ ଆଜି ନୂଆ ପଇତା ପିନ୍ଧିବାକୁ କକେଇ ଓ ତାଙ୍କ ପୁଅ ଡାକୁଥିଲା ବେଳେ ସେ ଦୌଡୁଥିଲା ବଗିଚା ଭିତରେ ଥିବା ଗଛ ଗୁଡିକ ପାଖକୁ. ସେହି ସବୁ ଗଛ ଦେହରେ ପଇତା ବାନ୍ଧି ଫେରିଆସିଲା ବେଳକୁ ଆନି ଚିଠିଟିକୁ ଆମୂଳ ଚୂଳ ପଢି ସାରିଥିଲା ଓ କହୁଥିଲା ଗଛ ସବୁକୁ ପଇତା ବାନ୍ଧି ତୁମ ଭାଇ କରିଛ ଭଲ କଥା କିନ୍ତୁ ତୁମକୁ ପଇତା ପିନ୍ଧିବାକୁ ପଡିବ ନଚେତ ତୁମ ବାପାଙ୍କ ଆତ୍ମା କଷ୍ଟ ପାଇବ ତ ଏଥର ଵିନା ପ୍ରତିବାଦରେ ପଇତା ପିନ୍ଧୁ ପିନ୍ଧୁ ସେ ଦୁଇ ଛୋଟ ବଡ଼ ରୁଦ୍ରାକ୍ଷ୍ କୁ ବୁକୁରେ ଚାପି ଧରି କାନ୍ଦୁଥିଲା କଇଁ କଇଁ.ଛୋଟ ପୁଅ ବାବା ସେତିକିବେଳେ ଖନେଇ ଖନେଇ କହୁଥିଲା କଳାମେଘ ଯା ଯା.. ତୋ ଘର ଆକାଶକୁ ଯା ଯା. ନିଶାନ୍ତ ପ୍ରକୃସ୍ଥିତ ହେଲା. ପୁଅକୁ ମଣିଷ ପରି ମଣିଷ କରିବାକୁ ନିଷ୍ପତ୍ତି ନେଇ ଜୀଵନ ମୋଡ଼ରେ ନିଜକୁ ସୁଦୃଢ କରିସାରିଥିଲା.
ପୁଅ ବାବା ଆଜି ଉଚ୍ଚ ଶିକ୍ଷା ପାଇ ଚାକିରୀ କରି ଯୋଉ ଝିଅକୁ ବିବାହ କରିବ ବୋଲି କହୁଥିଲା ଔପଚାରିକ ଦୃଷ୍ଟିରୁ ତାକୁ ଦେଖିଯିବାକୁ ନିଶାନ୍ତ ପରିବାର ସହ ବାହାରିଥିଲେ. ବାପାଙ୍କ ଆଦର୍ଶରେ ଅନୁପ୍ରାଣୀତ ନିଶାନ୍ତ ନିଜ ପୁଅର ଖୁସି ପାଇଁ ସବୁ କିଛି ମାନିନେବାକୁ ପ୍ରସ୍ତୁତ ଥିଲା. ଆଶା ସଙ୍ଗେ ନିଶାନ୍ତର ପଢିଲା ବେଳୁ ପରିଚୟ. ଦୁହେଁ ଏକାଠି ସ୍ବାଧୀନ ଭାବେ ଦୁଇ ପ୍ରେମ ପକ୍ଷୀ ପରି ଉଡ଼ିବୁଲୁଥିବାର ଖବର ନିଶାନ୍ତଙ୍କୁ ଜଣା ଥିଲା ବୋଲି ନିଜ ଗାଁର ଶୁଶୀଳା, ସଂସ୍କୃତିସମ୍ପନ୍ନା, ରକ୍ଷଣଶୀଳ ଝିଅ ରୂପାକୁ ବୋହୁ କରିବା ଇଛା ତ୍ୟାଗ କରିଥିଲେ ନିଶାନ୍ତ. ବିଚାରୀ ଝିଅଟି କେତେ କଷ୍ଟରେ ପାଠ ଶାଠ ପଢି ଗାଁ ସ୍କୁଲରେ ଶିକ୍ଷୟିତ୍ରୀଟିଏ ହୋଇ ସାରିବାପରେ ଏକମାତ୍ର ପିତା ତାର ଆଜି ସେପୁରରେ. ତେଣୁ ସେହି ଝିଅ ରୂପାକୁ କହି ଆସନ୍ତା ରାକ୍ଷୀ ପୂର୍ଣ୍ଣମୀରେ ବାବା ହାତରେ ରାକ୍ଷୀ ବନ୍ଧେଇ ତାକୁ ନିଜ ଝିଅ କରିନେବେ ଓ ତାକୁ କୌଣସି ସୁପାତ୍ର ଦେଖି ବିବାହ କରେଇ କନ୍ୟାଦାନ.. ମହାପୂଣ୍ୟ ପରି କର୍ମ କରି ସନ୍ତୁଷ୍ଟତା ଅର୍ଜ୍ଜନ କରିବେ ଭାବୁ ଭାବୁ ଘଣ୍ଟା ଦେଖି ଚମକି ପଡିଲେ ନିଶାନ୍ତ. ସ୍ତ୍ରୀ ମଧ୍ୟ ବାହାରିସାରିଥିଲେ.ବୋହୁ ଆଶାକୁ ସ୍ୱୀକୃତି ଦେବା ପାଇଁ ରାଣୀହାର ନେଇ ଯିବାକୁ. ବାବା କିନ୍ତୁ ଏଯାଏଁ ପ୍ରସ୍ତୁତ ହୋଇନଥିବାରୁ ବାପା ମାଆ ଦୁହେଁ ରାଣୀହାର କେମିତି ହୋଇଛି ଦେଖିଲୁ ପୁଅ କହି ତା ରୁମକୁ ପଶି ଯାଇ ଚମକି ପଡିଲେ. ଆଶା ସହିତ ଅନ୍ୟ ଏକ ଯୁବକର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସବୁ ଘର ସାରା ଖେଳେଇ ହୋଇ ପଡିଥିଲା. କିଛି ପଚାରିବା ପୂର୍ବରୁ ପୁଅକୁ ଏକା ଛାଡ଼ି ବାପା ମାଆ ଫେରିଆସି ଭାବୁଥିଲେ ହୁଏତ କେହି ଚକ୍ରାନ୍ତ କରି ଆଶାର ଫଟୋ ନିଜ ସହ ଯୋଡି ଏମିତି କିଛି ଉଦ୍ଭଟ କାମ କରିଛି.ଏ ଡିଜିଟାଲ ଯୁଗର ଅପବ୍ୟବହାର କରି ଏମିତି ଯୁଗ୍ମ ଫଟୋ ଉତ୍ତୋଳନ କରିଥାଇପାରେ!ଦୁର୍ଯୋଗ କିନ୍ତୁ ଏତିକିରେ ସରିନଥିଲା କଥା ଆଗକୁ ବଢ଼ି ଥିଲା.ବାବାର କମ୍ପାନୀ ଚାକିରୀରୁ ଛଟେଇ ହୋଇଯାଇଥିଲା ଆଉ ଆଶା ଘରୁ ଖବର ଆସିଥିଲା ଯେ ସେ ଏବେ ବିବାହ କରୁନି ବରଂ ଆହୁରି ପଢିବା ପାଇଁ ଆମେରିକା ଯାଉଛି. ବାପା ମାଆ ଏ ଖବର ଶୁଣି ବ୍ୟତିବ୍ୟସ୍ତ ହୋଇ ପଡିଲା ବେଳେ ବାବା ଘୋଷଣା କରିଥିଲା ପ୍ରଭୁ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ବାପା. ମୁଁ ତୁମ ପସନ୍ଦର ଆମ ଗାଁ ଝିଅ ରୁପାକୁ ହିଁ ବିବାହ କରିବି. ବିବାହ ପରେ ଅର୍ଡର ଅନୁସାରେ ମତେ ନୂଆ କମ୍ପାନୀରେ ଅଧିକ ଦରମାରେ ଜଏନ କରିବାକୁ ପଡିବ.ବାହାଘରଦିନ ନୂଆବୋହୂ ରୂପା ବେକର ରାଣୀହାର ଖୁବ ସୁନ୍ଦର ଦେଖାଯାଉଥିଲା. ନିଶାନ୍ତ ସମସ୍ତଙ୍କ ଅଲକ୍ଷରେ ତା ବାପାଙ୍କ ପ୍ରଦତ୍ତ ଦୁଇ ଛୋଟ ବଡ଼ ରୁଦ୍ରାକ୍ଷ୍ ଦୁଇଟିକୁ ବୋହୁ ହାତକୁ ଦେଇ କହିଥିଲେ ଠାକୁର ଘରେ ରଖି ପୂଜା କରିବୁ ମାଆ. ଏହା ତୋ ଜେଜେ ଶଶୁରଙ୍କ ସନ୍ତକ.ରୂପାକୁ କଳାମେଘ ଭିତରେ ସୁନେଲି କିରଣ ପ୍ରତୀୟମାନ ହେଉଥିଲା. ଏବେ ବାବାର ମନ ମୟୂରୀ କଳା ମେଘ ଦେଖି ନାଚୁଥିଲା ବେଳେ ବାପା ମନେପକାଉଥିଲେ ପିଲାଦିନେ କଳା ମେଘ ଘୋଟି ଆସିଲେ ବାବା କେମିତି କହେ କଳା ମେଘ ଯା ଯା ତୋ ଘରକୁ ଯା. ପୁଣି ଖନେଇ ଖନେଇ କହୁଥାଏ ଡର ନାହିଁ.. ଡର ନାହିଁ.
ପୁଅ ବାବା ଓ ବୋହୁ ରୁପାର ଏକା ଜିଦ ସେମାନଙ୍କ ସଙ୍ଗେ ଯିବାକୁ. ମାତ୍ର ବାପା ନିଶାନ୍ତ ନିଜ ପିତାଙ୍କ କଥା ମନେପକେଇଥିଲେ ଓ କହିଥିଲେ ତୋ ଜେଜେ ମତେ ଯୋଉ ଗୁରୁଦାୟିତ୍ୱ ଦେଇଯାଇଛନ୍ତି ମୁଁ ଗାଁ ଛାଡ଼ି କେମିତି ଯିବି ପୁଅ!ତୁମେ ତ ରୁଦ୍ରାକ୍ଷ୍ ଦୁଇଟି ତୁମ ବୋହୁ ରୂପାକୁ ହସ୍ତାନ୍ତର କରିସାରିଛ. ସେ ମଧ୍ୟ ସେ ଦୁଇଟିଙ୍କୁ ପୂଜା କରିବ ବୋଲି କଥା ଦେବା ସହ କାମ ଆରମ୍ଭ କରିସାରିଛି ତେବେ ଆଉ କୋଉ ନିର୍ଦେଶ ଜେଜଙ୍କର ବୋଲି ପଚାରୁଥିଲା ପୁଅ ବାବା!ତୁ ଜାଣିନୁ ବାବା, ଆମ ବାରିପଟେ ଥିବା ଗଛ ଗୁଡିକ ଜେଜେଙ୍କ ପ୍ରତିନିଧି ତୁଲ୍ୟ କାରଣ ସେଗୁଡିକୁ ସେ ନିଜ ହାତରେ ଲଗାଇଛନ୍ତି. ତା ଛଡା ତୋ ଜେଜେମାଆଙ୍କ ମୃତ୍ୟୁ ବାର୍ଷିକୀ ଦିନ ତୋ ଜେଜେ ଜେଜେମାଆଙ୍କ ନାମରେ ପୋତିଥିବା ଲିମ୍ବଗଛଟିର ମଧ୍ୟ ଦେଖାଶୁଣା କରିବାକୁ ପଡିବ. ସେ ଗଛରେ ଅନେକ ଶୁଆ, ଶାରୀ ଓ ହଳଦବସନ୍ତ. ସେମାନଙ୍କ ପକ୍ଷୀବସା ସବୁ ମାଙ୍କଡ଼ ଭାଙ୍ଗଦେଉଥିବା ବେଳେ ସେସବୁର ଦେଖାଶୁଣା କରିବାକୁ ପଡେ. ଆଉ ତୋ ମାଆ ମୋର ସହକର୍ମିଣୀ ଓ ସହଧର୍ମିଣୀ ହିସାବରେ ମୋ କାମରେ ସାହାଯ୍ୟ ସହଯୋଗ କରିଆସୁଛି. ତୁମେ ଦୁହେଁ ଖୁସି ଖୁସିରେ ଆଶୀର୍ବାଦ ନେଇ ଯାଅ କହିବା ପରେ ବାବା ତା ସ୍ତ୍ରୀ ରୂପା ସହିତ ଯାଇଥିଲା ସତ ହେଲେ ଶଙ୍ଖ ଚକ୍ର, ଗଦା ପଦ୍ମ ଚିହ୍ନ ସହିତ ଶୁଆ ଶାରୀ ରହୁଥିବା ଲିମ୍ବଗଛଟି ଏବର୍ଷ ମା ସୁଭଦ୍ରାଦେଵୀ ଙ୍କ ମୂର୍ତ୍ତି ଗଠନ ପାଇଁ ବିବେଚିତ ହୋଇଥିବାରୁ ବାବା ଖୁବ ଶୀଘ୍ର ରୂପାକୁ ନେଇ ଗାଁକୁ ଫେରିଥିଲା.ନୂଆଖାଇ ପର୍ବ ପର୍ଯ୍ୟନ୍ତ ଗାଁରେ ରହି ନିଶାନ୍ତ ଓ ରୂପା ପୁଣି ଚାକିରୀ ଜାଗାକୁ ଫେରିଥିଲେ ରଥଯାତ୍ରାବେଳେ ଆସିବେ କହି.ରଥଯାତ୍ରା ବେଳେ ଲିମ୍ବଗଛ ଦାରୁ ହୋଇ ଯାଉଥିଲା ବେଳେ ବାବାର କୁନି ଝିଅ ନଇଁ ପଡି କହୁଥିଲା କଳା ମେଘ ଯା ଯା ତ ନିଶାନ୍ତ ମେଘ ଭିତରେ ବି ଚମତ୍କୃତ ହେଉଥିଲେ.
