STORYMIRROR

Sudeshna Misra

Comedy Inspirational Others

3  

Sudeshna Misra

Comedy Inspirational Others

ରାନ୍ଧୁଣିଆ

ରାନ୍ଧୁଣିଆ

3 mins
307

'ଓହୋ ମଣିଷ ଟିକେ ନିଶ୍ଚିନ୍ତ ହେବ ଏବେ, ମା, ମାଉସୀ ଓ ସାଙ୍ଗମାନଙ୍କ ସହ ଟିକେ ଗପିପାରିବି। ମୋର ଲେଖା ଲେଖି କାମ ଟିକେ କରିପାରିବି । ଆଜି ଯେମିତି ହେଉ ଅଧାଲେଖା ଗପଟି କୁ ସାରିଦେବି।' ଏଇମିତି ଭାବି ଭାବି ମନେ ମନେ ଖୁସୀ ହେଉଥିଲେ ରୁଚିକା। ପନ୍ଦର ଦିନ ହେବ ଅନବରତ କାମ କରିବା ପରେ, ଟିକେ ବିଶ୍ରାମ ମିଳିବ। ଆଉ ରୋଷେଇ କରିବାକୁ ପଡିବନି, କାରଣ ଆଜି ଜଣେ ନୂଆ ରାନ୍ଧୁଣୀ ଆସିଛି । ଏଇ ସମୟରେ ଧଡ୍ ଶବ୍ଦରେ ଚମକି ପଡିଲେ ସେ। ଚାହା ଡେକଚିଟି ରାନ୍ଧୁଣି ହାତରୁ ଖସିପଡ଼ି ତଳେ ସବୁତକ ଚାହା ଇଡିଯାଇଛି । ରାନ୍ଧୁଣୀ ମମତା କହିଲା "ମୋର ଚିମୁଟାରେ ଧରିବା ଅଭ୍ୟାସ ନାହିଁ। ମୁଁ ଟାଓ୍ବୈଲ୍ ରେ ଧରେ, ଦଶଟଙ୍କା ପଡିବ ଗୋଟେ ନେଇ ଆସନ୍ତୁ"। 

ମମତା ବେଶ୍ ଷ୍ଟାଇଲିଷ୍ଟ, ମ୍ଯାଚିଙ୍ଗ ବ୍ଲାଉଜ ସହ ଶାଢ଼ୀ କୁ କାନ୍ଧ ପାଖରେ ଚାରି ଚଉତ କରି ପିନ୍ ଲଗାଏ। ସରୁ ଚେନ୍ ଓ କାନଫୁଲ। ତା ସହିତ ପରଫିଉମ୍ ର ଭୁରୁ ଭୁରୁ ମହକ। ତେଣୁ ରୁଚିକା, ତାକୁହିଁ ସୁହେଇଲା ଭଳି କହିଲେ

"ହଁ ଘରେ ନୂଆ ଟାଓ୍ବୈଲ୍ ଅଛି। ମୁଁ ତ ବ୍ୟବହାର କରେନାହିଁ, କାଲି କାଢି ଦେବି"।

ସେଟା ତ ପରର କଥା, ସାଙ୍ଗେ ସାଙ୍ଗେ ତ ଆଗ ଚାହା ବସେଇବାକୁ ପଡିବ ତାପରେ ତଳେ ପଡିଥିବା ଚାହା ଓ ଚାପତ୍ର କୁ ପୋଛି ସଫା କରିବାକୁ ପଡ଼ିବ। ସେସବୁ କାମ ଭିତରେ ରୁଚିକା ଚାହା ବସେଇଦେଲେ ପୁଣିଥରେ। ମା ଓ ମାଉସୀ ଚାହା ପିଇବେ ବୋଲି ଟେବୁଲ୍ ପାଖ ଚୌକି ଉପରେ ବସିସାରିଲେଣି। ତେଣୁ ଚା ଛାଣି ଆଣି ସେମାନଙ୍କ ପାଇଁ ରଖି ନିଜ ପାଇଁ ବି ଅଧକପେ ଚା ଗଡେଇଲେ।

 ପାଗ ଭଲ ହେଇଛି ଆଜି । ନିଜକୁ ହାଲ୍କା ମଣୁଥିଲେ ରୁଚିକା। ତେଣୁ କପ୍ ରେ ଚୁମକ୍ ଦେଇ ଭାବନାରେ ଗୋଟେ ନୂଆ ପ୍ଲଟ୍ ବିଷୟରେ ମଜି ଯାଉ ଯାଉ ଡାକ ଶୁଭିଲା।

"ମା କଣ ରୋଷେଇ ହେବ ?" ଭାବନାରେ ପୂର୍ଣ୍ଣଚ୍ଛେଦ। 

" ଭାତ ଡାଲି ତ ହେବ, ଆଳୁ ପୋଟଳ ରସା, ବାଇଗଣ ଭଜା। ଆଉ ପାଞ୍ଚଟି ରୁଟି।"

"ହଉ ମା । ଚାଉଳ ଆଗରୁ ବତୁରେଇ ରଖିଛ ନା କଣ" ?

"ନା ବତୁରେଇନି"

"ହଉ କୁହ କେତେଟା ଚାଉଳ ପଡିବ"।

"ଦେଢଟା ଚାଉଳ ପକେଇବ, ବାଁପଟେ ଥାକରେ ଚାଉଳ ଅଛି"।

"ଡାଲି କୋଉଠି ମା ପାଉନି, ଆଉ ଡାଲି କେତେ ଦେବି"

"ଡାଲିରେ ଯେଉଁ ବଡ ପ୍ଲାଷ୍ଟିକ ଚାମଚ ପଡ଼ିଛି, ସେଥିରେ ଦୁଇ ଚାମଚ।" କହି କହି ରୁଚିକା ତାକୁ ଡାଲି କୋଉଠି ଅଛି ଦେଖାଇବାକୁ ଉଠିକି ଗଲେ।

ପୋଟଳ କେତେ ଓ କେମିତି କଟାହେବ, ଲମ୍ବା ବାଗିଆ ଦୁଇଫାଳ ନା ଚଉଡାପଟୁ ଦୁଇଖଣ୍ଡ ? ପଚାରିଲା ମମତା। ତାପରେ କହିଲା "ଏ ଛୁରୀରେ ଜମା କାଟି ହେଉନି। ଗୋଟେ ପତଳା ଛୁରୀ ମିଳୁଛି ମା, ସେଥିରେ ଭଲ କାଟିହୁଏ, ଆର ବାବୁଘର ଆଣିଛନ୍ତି।

ରୁଚିକା ତାକୁ ପନିକିରେ ପୋଟଳ କାଟିକି ଆଉ ତାସହିତ ଆଳୁବି କାଟିକି ଦେଖେଇ ଦେଲେ। ଅଧା ପରିବା କଟା ହେଇଗଲା।

ତାପରେ ଆସି ଚାହା ପିଇବାକୁ ବସିଲା ବେଳେ ଦେଖିଲେ ଚାହାଟା ପ୍ରାୟ ଥଣ୍ଡା, ତାଉପରେ ସର ବସିଗଲାଣି। ନଷ୍ଟ କରିବେନି ଭାବି ଢୋକେ ପିଇଦେଲେ ରୁଚିକା। 

"ଦେଖିଲ ମାଆ ଅଟା ଏତିକି ହେଇଯିବ" । ପୁଣି ଉଠିକିଯାଇ ଅଟା ଦେଖେଇଦେଲେ ଆଉ ତାକୁ ବେଲଣା ପେଡ଼ି ଓ କାଠି କାଢିକି ଦେଇଦେଲି। ରାନ୍ଧୁଣିଆ ମସଲା କସି ତରକାରୀ ବସେଇଥିବା ବେଳେ ଅଟା ଦଳିଦେଲା। 

ବେଲଣାପେଡିରେ ସେ ବେଲୁ ବେଲୁ କହିଲା , ତମର ଆଉ ବେଲଣାପେଡି ନାହିଁ। 

ମଲା ମଲା ଆଉ କଅଣ ଦି ତିନିଟା ବେଲଣାପେଡି ଥାଆନ୍ତା ନା କ'ଣ ! ଭାବୁଥିଲେ ରୁଚିକା। କିନ୍ତୁ ନିଜକୁ ସମ୍ଭାଳି ପଚାରିଲେ ତାକୁ,

କାହିଁକି କହିଲ ?

ନାଇମ, ଏଥିରେ ଗୋଟେ କଣା ଅଛି ତ ! ରୁଚିକା କିଛି ନକହି ଚୁପ୍ ରହିଲେ। ବେଲଣାପେଡିର ପଛରେ ଥିବା ବଇଠିର ଗୋଟେ କଣ୍ଟା ଫୁଟି ଉପରଟା କଣା ହେଇଯାଇଛି। ପ୍ରାୟ ୨୫ ବର୍ଷ ହେବ ସେଇ କଣାଟାକୁ ଆଡଜଷ୍ଟ କରି ସେ ବେଲଣାପେଡିରେ ରୁଚିକା ରୁଟି ବେଲୁଛନ୍ତି। ସେମିତି କିଛି ଅସୁବିଧା ତାଙ୍କୁ ଲାଗେନି। ପଥର ବେଲଣାପେଡି ଅଛି, ସେଥିରେ ଭଲ ବେଲିହୁଏ। କିନ୍ତୁ ଭାଙ୍ଗିଯିବା ଡରରେ କାଢନ୍ତିନି ରୁଚିକା। ଏବେ ପୁଣି ରାନ୍ଧୁଣୀ ତାହାକୁ କେତେ ଯତ୍ନରେ ବ୍ୟବହାର କରିବ, ତା କ଼ହି ହେବନି।

ମାଆ ଦେଖିଲ ତରକାରୀ ଝୋଳ ଏତିକି ରହିବନା ପାଣି ଆଉଟିକେ ମାରିବି।

 ସେତିକି ଥାଉ।

ବାଇଗଣ କାଟିଲଣି ?

ନାଇମା , ଆଜି ଡେରି ହେଇଗଲାଣି।

ରୁଚିକା ଭାବିଲେ ବାଇଗଣ କାଟିଦେଲେ, ତାକୁ କରିବାକୁ ସୁବିଧା ହେବ । ତେଣୁ ସେ ବାଇଗଣକୁ ଗୋଲ ଗୋଲ କରି କାଟି ଲୁଣ ହଳଦୀ ଗୋଳେଇ ରଖିଦେଲେ।

ଖୁବ୍ ତରତରରେ ରାନ୍ଧୁଣିଆ ରୁଟି ସେକି ଯିବାକୁ ବାହାରିଲା।ରୁଚିକା କହିଲେ କଣ ରାନ୍ଧଣା ସରିଗଲା, ବାଇଗଣ ଭାଜିଦେଲ ?

ଆପଣ ଟିକେ ଭାଜିଦିଅନ୍ତୁ, ମୋର ସିଆଡେ ଡେରି ହେଇଯାଉଛି।

ରୁଚିକା କହିଲେ, "ମୋର ବି ଅନ୍ଯକାମ ଥିଲା, ତମେ ପୁରା ରୋଷେଇ ଟା ସାରିଦେଇଗଲେ ଭଲ ହୁଅନ୍ତା।"

ମମତା ଚୁଲି ଉପରେ ତାଉଆଟା ବସେଇ ତେଲ ଦେଇ ବାଇଗଣ ପକେଇ ଘୋଡେ଼ଇ ଦେଲା। ତାପରେ କହିଲା ମା ତମେ ବାଇଗଣଟା ଓଲଟେଇ ଗ୍ୟାସ୍ ବନ୍ଦ କରିଦେବ। ଏପଟେ ଭାତ ବସେଇଦେଇଛି ପ୍ରେସର କୁକର ରେ ଦଶମିନିଟ୍ ପରେ ହ୍ବିସିଲ୍ ଦେଲେ ଚୁଲି ଲିଭେଇ ଦେବେ। ରାନ୍ଧୁଣିଆ ମମତା ଗଲାପରେ, ଗ୍ରିଲ୍ ଗେଟ୍ ତାଲା ପକେଇ ସାରି ଥକା ମାରିବା ପାଇଁ ଆସି ବସିପଡ଼ିଲେ ରୁଚିକା। ପାଖାପାଖି ଦୁଇଘଣ୍ଟା କାଳ ମାନସିକ ଓ ଶାରିରୀକ ସ୍ତରରେ ଚାପଗ୍ରସ୍ତ ହେଇଯିବା ପରି ଲାଗୁଥିଲା ତାଙ୍କୁ। ରାନ୍ଧୁଣିଆ କୁ କାମ ବତେଇ ଓ ଯୋଗେଇ ଦେଉ ଦେଉ ଏତକ ପରିଶ୍ରମ। 

ତା ପରଦିନ ମଧ୍ୟ ଏକଇ ଅବସ୍ଥା। ଭାତ, ଡାଲମା, ବିଲାତି ବାଇଗଣ ଖଟା ଓ ଆଳୁ ଚକଟା କରିବାର ଥିଲା। ଡାଲମା ପାଇଁ ଆଗରୁ ବୁଟଡାଲି ବତୁରେଇ ରଖିଥିଲେ ରୁଚିକା। ଦେଖିଲେ ମମତା ଆସିବାକୁ ଡେରି କଲାଣି। ଅଗତ୍ୟା ଚାହା ବସେଇଲେ। 

ଏଇ ସମୟରେ ରାନ୍ଧୁଣିଆ ପହଞ୍ଚିଲା। ଆସି କହିଲା, "ମା ଚାହା ବସେଇ ଦଲଣି। ଭଲ ହେଲା ଆଜି ତର ତରରେ ଘରେ ଚା କରିନି । ଆର ମା ଘରେ ବି ପିଇ ନଥିଲି। ମୋ ପାଇଁ ବି ଟିକେ ଅଧିକ ଚାହା ପାଣି ବସେଇଦିଅ। ମୁଁ ଗୋଡ଼ ଧୋଇ ଆସି ଚାହା  ଛାଣିନେବି, ତୁମେ ଆଉ କଷ୍ଟ କରିବନି।।" 

ରୁଚିକା ବିସ୍କୁଟ୍ କାଢିକି ତାକୁ ଓ ମା ହେରିକାଙ୍କୁ ଦେଲେ।

ତାପରେ ରୋଷେଇ କ'ଣ ହେବ ରୁଚିକା, ମମତା ସହିତ 

ତାର ଦିନକ ପରେ ମମତା ର ଫୋନ୍ ଆସିଲା।

"ହ୍ଯାଲୋ, ମା ନମସ୍କାରେ। ଆଜି ଗାଧୁଆଘରେ ପଡ଼ଗଲି ଯେ ଅଣ୍ଟାରେ ପ୍ରବଳ ବିନ୍ଧା।ଏବେ ଯାଉଛି ସମ୍ ହସ୍ପିଟାଲ। ମୁଁ ଆଜି ଯାଇପାରିବିନି କାମକୁ"। 

ରୁଚିକାଙ୍କର ସ୍ବପ୍ନଦେଖା ସରିଗଲା। ତାଙ୍କ ମାଉସୀ ପୁଣି ଲାଗିଗଲେ ନୂଆ ରାନ୍ଧୁଣିଆ ଯୋଗାଡ଼ରେ ।



Rate this content
Log in

Similar oriya story from Comedy