ବାଘର ଭବିଷ୍ୟତ ବାଣୀ
ବାଘର ଭବିଷ୍ୟତ ବାଣୀ
ରାଜା ଆଉ କିଏ ହେଇପାରେ, କିନ୍ତୁ ମୋ ପରାକ୍ରମ କଣ କମ୍। ହଁ ମୋର ଏଇ ଗୁଣ ପାଇଁ ମୋତେ ସମସ୍ତେ ଡରନ୍ତି। ଆଉ ପାଖ ପଶିବା ତ ଦୂରର କଥା , ମତେ ଦୂରୁ ଜୁହାର କରନ୍ତି।" ଏଇକଥା ବସି କହୁଥିଲା ମହାବଳ ବାଘ ତାର ଅନୁଚର ବିଲୁଆକୁ।" ହଳଦିଆ ରେ କଳାର ପଟା ପଟା ଗାର, ସେ ବାଘର ଦେହରେ । କି ସୁନ୍ଦର ଚେହେରା ଓ ତେଜ। ଚାହାଁଣୀରେ ଚମକ। ଦେହ ସାରା ସରୁ ସରୁ ଲୋମ। ମୋଟା ମୋଟା ନିଶ।
"କିନ୍ତୁ ଦେଖ ଆସ୍ତେ ଆସ୍ତେ ଆମ ବଂଶ ଲୋପ ପାଇବାକୁ ବସିଲାଣି। ସଂଖ୍ୟା କମିଗଲାଣି ଆମର। ହୁଏତ ଆଉ କେଇବର୍ଷ ପରେ ଆମେ ଆଉ ନଥିବୁ। କିନ୍ତୁ ଭଲକରି ଭାବ, ଜୈବ ବିବିଧତାରେ ଆମର କଣ ଆବଶ୍ୟକତା ନାହିଁ। ନା ଖାଦ୍ୟ ଚକ୍ରରେ ନାହିଁ ଆମର ଭୂମିକା। ଆମେ କ'ଣ ନିଜର ସଉକ ପାଇଁ ଜୀବହତ୍ଯା କରୁଛୁ ? ଘର ସଜାଇବା ପାଇଁ ଅବା ଗହଣା ପାଇଁ କାହାର ନଖ, ଛାଲ ଅବା ଆଉକିଛି ପାଇଁ ଆମେ କାହାକୁ ମାରୁନି। ପେଟ ପୁରିଗଲେ ଆମେ ଖାଉଥିବା ଜୀବକୁ ଚାହିଁବାକୁ ବି ଯାଉନି।"
ଆମେ କ'ଣ କରିବୁ ,ପ୍ରକୃତି ତ ଆମପାଇଁ ସେଇଖାଦ୍ଯ ରଖିଛି। ପେଟ ପାଇଁ ଆମେ ଶୀକାର କରୁ। କିନ୍ତୁ ତୁମେ ମଣିଷମାନେ ଆମକୁ ଖାଲି ଆତ୍ମରକ୍ଷା ପାଇଁ ମାରୁନ, ନିଜର ବେପାର ପାଇଁ ଆମ ଅଙ୍ଗକୁ ବ୍ୟବହାର କର। କେତେବେଳେ ଆମ ଛାଲ କୁ ଡ୍ରଇଂରୁମ କାନ୍ଥରେ ଟଙ୍ଗାଅ ତ ଆମ ନଖ ଓ ଦାନ୍ତକୁ ନେଇ ଗଳାର ହାରରେ ଲକେଟ୍ କର। ଏସବୁ କଣ ଅତ୍ୟାବଶ୍ୟକ ? ନା ଏସବୁ ନହେଲେ ତମ ମାନଂକର ଜୀବନ ପଳେଇବ।"
"ମଣିଷମାନେ ଜାଣିରଖ, ଦିନେ ଦେଖିବ ଆମ ବଂଶ ଲୋପ ପାଇଲେ , ତୁମେମାନେ ହିଁ ଦୁଃଖ ପାଇବ। କିଛି ଜନ୍ତୁଙ୍କ ସଂଖ୍ୟା ଏତେ ବଢି ଯିବ ଯେ ତୁମେ ସେମାନଙ୍କ ଉତ୍ପାତ ରେ ଅତିଷ୍ଠ ହେଇଯିବ। ତମକୁ ସେମାନେ ପୁରା କଲବଲ କରୁଥିବେ। "
ମହାବଳ ବାଘର ଏ ଭବିଷ୍ଯତ ବାଣୀ ଶୁଣି ବିଲୁଆ ଆଖି ରୁ ଦୁଇଟୋପା ଲୁହ ଗଡ଼ି ପଡ଼ିଲା। କିଛି ବର୍ଷ ପରେ ସତକୁ ସତ ବାଘର କଥା ସତ ହେଇଗଲା।
