STORYMIRROR

Truptimayee Behera

Drama Classics Others

3  

Truptimayee Behera

Drama Classics Others

ରାକ୍ଷୀ ପୂର୍ଣ୍ଣିମା ଓ ଭାଇ

ରାକ୍ଷୀ ପୂର୍ଣ୍ଣିମା ଓ ଭାଇ

1 min
128

ଆମେ ଚାରି ଭଉଣୀ ଓ ଗୋଟେ ଭାଇ। ମୋ ସାନ ଭାଇ ଓ ମୋ ଭିତରେ ବ୍ୟବଧାନ ୧୨ ବର୍ଷ। ସେ ଯେତେବେଳେ ଜନ୍ମ ହେଇନଥିଲା ରାକ୍ଷୀ ପୂର୍ଣ୍ଣିମାରେ ଆମର ଭାଇ ନାହିଁ ବୋଲି ପାଖ ପଡିଶାଘରକୁ ଯାଉ ରାକ୍ଷୀ ବାନ୍ଧିବା ପାଇଁ ଓ ବଡବାପାଙ୍କ ପୁଅ ଓ ମାମୁଁଙ୍କ ପୁଅମାନଙ୍କୁ ରାକ୍ଷୀ ପୋଷ୍ଟରେ ପଠେଇ ଦେଉ। ତା ପରେ ବହୁତ ବର୍ଷପରେ ଆମର କୁନି ଭାଇଟେ ଆସିଲା ଆମମାନଙ୍କ ଜୀବନରେ। ସେ ଭାଇଠାରୁ ବେଶୀ ଆମର ପୁଅ ଭଳିଆ। ସେ ଆମ ଜୀବନରେ ଆସିବା ପରଠୁ ଆଉ ଭାଇର କମି ହେଇନି ଆମମାନଙ୍କୁ। ତା କୁନି କୁନି ହାତରେ ପ୍ରତି ରାକ୍ଷୀପୂର୍ଣ୍ଣିମାରେ ଆମେ ରାକ୍ଷୀ ବାନ୍ଧୁ। ତାକୁ ଛୋଟବେଳୁ ନିଜ ପୁଅ ପରି ପାଳିଛୁ। ତାକୁ ଯେତେବେଳେ ୯ବର୍ଷ ହେଇଥିଲା ସେତେବେଳେ ମୋର ବାହାଘର ହେଇଗଲା। ମୋର ବାହାଘର ପରେ ଗୋଟେ ଦୁଇବର୍ଷ ଯାଇ ତାକୁ ରାକ୍ଷୀ ବାନ୍ଧିଥିବି, ତା ପରେ ତ ସବୁବେଳେ ଓଡ଼ିଶା ବାହାରେ ରହିଲି। ରାକ୍ଷୀ ପୂର୍ଣ୍ଣିମାରେ ଆଉ ରାକ୍ଷୀ ବାନ୍ଧିବାକୁ ଯାଇପାରେନି। କଷ୍ଟଲାଗେ ଛୋଟ ଭାଇଟା ତାକୁ ରାକ୍ଷୀ ବାନ୍ଧିପାରୁନୁ। ଏବେ ତାର ଚାରି ଭଉଣୀ ବାହାହେଇଯାଇଛନ୍ତି। ସେ ଏବେ ଘରେ ଏକା। ସବୁ ଭଉଣୀ ନିଜ ଘର ସଂସାର ଚାକିରିରେ ବ୍ୟସ୍ତ । ସମୟ କାଢି ତାକୁ କାଲି କେହି ବି ରାକ୍ଷୀ ବାନ୍ଧିବାକୁ ଯାଇପାରିଲେନି। ମୋ କୁନି ଭାଇ ଆମେ ପୋଷ୍ଟ କରିଥିବା ରାକ୍ଷୀକୁ ନିଜେ ହାତରେ ପିନ୍ଧିଲା ଓ ଭିଡିଓ କଲ୍ ମାଧ୍ୟମରେ ଆମେ ରାକ୍ଷୀ ପାଳିଲୁ। ବୋଉର ମନ ବି ଦୁଃଖ ହେଲା, କହିଲା ଚାରି ଚାରିଟା ଭଉଣୀ ଥାଇକି କେହି ଗୋଟେ ବି ଆସିପାରିଲନି ତାକୁ ରାକ୍ଷୀ ବାନ୍ଧିବାକୁ । ଦୁଃଖ ଲାଗିଲା ଯେତେବେଳେ ଭାଇ ନଥିଲା ସେତେବେଳେ ରାକ୍ଷୀ ବାନ୍ଧିବାକୁ ବାହାରେ ବୁଲୁଥିଲୁ ଏବେ ଭାଇ ଥାଇକି ତା ହାତରେ ରାକ୍ଷୀ ବାନ୍ଧିପାରୁନୁ। ହଉ ଆମେ ଭଉଣୀମାନେ କଥା ହେଇଛୁ, ଗୋଟେ ବର୍ଷ ଚାରିଜଣ ଏକାଠି ହେଇକି ତାକୁ ରାକ୍ଷୀ ବାନ୍ଧିବୁ। ଭଗବାନ ଆମ ଭାଇକୁ କୋଟି ପରମାୟୁ ଦିଅନ୍ତୁ ଓ ସେ ସବୁବେଳେ ଭଲରେ ରହୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama