STORYMIRROR

Truptimayee Behera

Drama Children

4  

Truptimayee Behera

Drama Children

ଅଭୁଲା ଜନ୍ମଦିନ

ଅଭୁଲା ଜନ୍ମଦିନ

5 mins
336


  ତିନି ବର୍ଷ ତଳେ ନଭେମ୍ବର ମାସର ଆରମ୍ଭରେ ମୁଁ ରହୁଥିବା ସେକେଣ୍ଡ୍ ଫ୍ଲୋର୍ ଫ୍ଲାଟ୍ ରୁ ସିଫ୍ଟ ହୋଇଥିଲି ଫୋର୍ଥ ଫ୍ଲୋର୍ ଫ୍ଲାଟ୍ କୁ ସେଇ ସମାନ ବିଲ୍ଡିଙ୍ଗରେ। ମୁଁ ଯେତେବେଳେ ସେକେଣ୍ଡ ଫ୍ଲୋର୍ ରେ ଥିଲି, ଛୁଆମାନେ ପ୍ରାୟ ଆସନ୍ତି ଆମ ଘରକୁ , ପାର୍କରେ ଖେଳୁଖେଳୁ ପାଣି ପିଇବେ ବୋଲି। ହଁ ସେମାନେ ବେଶୀ ଯାନ୍ତି ରାକ୍ଷୀ ଭାବିଙ୍କ ଘରକୁ କାରଣ ସେ ରହୁଥିଲେ ଫାଷ୍ଟ୍ ଫ୍ଲୋର୍ ରେ ।


ସେ ଯଦି ଘରେ ନଥାନ୍ତି ତାହାଲେ ଆସନ୍ତି ଆମ ଘରକୁ। ଆଉ ମୁଁ ନଥିଲେ ମୋ ସାମନା ଘରେ ରହୁଥିବା ସିଲା ଭାବିଙ୍କ ଘରକୁ। ଏମିତି ଫାଷ୍ଟରୁ ନେଇ ଫିଫଥ୍ ଫ୍ଲୋର୍ ପର୍ଯ୍ୟନ୍ତ ତାଙ୍କ ପାଖରେ ବିକଳ୍ପ ପାଣି ପିଇବା ପାଇଁ। ଏବେ ଫୋର୍ଥ ଫ୍ଲୋର୍ କୁ ଆସିବା ପରେ ଛୁଆଙ୍କର ଘରକୁ ଆସିବା କମି ଯାଇଛି। କାରଣ ସେମାନେ ଲିଫ୍ଟ ବ୍ୟବହାର କରନ୍ତିନି। ସିଢିରେ ଆସନ୍ତି। ଯୋଉ ଫ୍ଲୋର୍ ରେ ପାଣି ମିଳିଯାଏ ସେଠୁ ପିଇକି ପଳାନ୍ତି। କାରଣ ଫାଷ୍ଟ ଫ୍ଲୋର୍ ରେ ରାକ୍ଷୀ ଭାବି ଅଛନ୍ତି, ସେକେଣ୍ଡରେ ସିଲା ଭାବି(ଆଦି ର ମା), ଥାର୍ଡ ଫ୍ଲୋର୍ ରେ ଚମେଲି (ଶ୍ରୀଜିତ୍ ର ମା), ଫୋର୍ଥରେ ମୁଁ(ଆଶୁର ମା), ଫିଫଥ୍ ରେ ଅମାନ ଆଉ ଅଲିସ୍ବା ରହୁଛନ୍ତି। ଏବେ ଥାର୍ଡ ଫ୍ଲୋର୍ ପର୍ଯ୍ୟନ୍ତ ଯଦି ଛୁଆ ପାଣି ପିଇ ପାରନ୍ତିନି ସେ ଆମଘରକୁ ଆସନ୍ତି। ମତେ ବହୁତ ଭଲ ଲାଗେ ଛୁଆମାନେ ଘରକୁ ଆସିଲେ। ମୁଁ ବି କିଛି ଡେରି ପାଣି ଦବା ବାହାନାରେ ମିଠା ମିଠା କଥା ହେଇଯାଏ ତାଙ୍କ ସହ। ଛୁଆମାନେ ବି ମତେ ବହୁତ ଭଲପାନ୍ତି। 


  ସେଦିନ ମୋର ଜନ୍ମଦିନ ଥିଲା। ମୁଁ ସବୁଦିନ ପରି ସେଦିନ ସନ୍ଧ୍ୟାରେ ସୋସାଇଟିରେ ଥିବା ଛୋଟ ପାର୍କକୁ ଯାଇନଥିଲି। ମୋ ସ୍ୱାମୀ କହିଥିଲେ ମୁଁ ଅଫିସ୍ ରୁ ଆସିଲେ ମିଶିକି ଡିନର୍ ରେ ବାହାରକୁ ଯିବା। ସମୟରେ ରେଡି ହେଇକି ଥିବୁ। ଏଟାତ ସମସ୍ତେ ଜାଣିଥିବେ ମହିଳା ମାନଙ୍କୁ ରେଡି ହବାକୁ ଟିକେ ବେଶୀ ସମୟ ଲାଗେ । ସେଥିପାଇଁ ମୁଁ ଆଉ ତଳେଥିବା ପାର୍କକୁ ଗଲିନି ଟାଇମ୍ ରେ ରେଡି ହେବି ବୋଲି। ଆଶୁ ଯାଇଥିଲା ଖେଳିବାକୁ। ଏମିତିରେ ଜନ୍ମଦିନରେ ସେମିତି କିଛି ସେଲିବ୍ରେସନ୍ ହୁଏନି। ଖାଲି ଆମେ ଡିନର୍ ରେ ପଳଉ ବାହାରକୁ। ନୂଆ ଡ୍ରସ୍ ଥିଲେ ପିନ୍ଧେ ନହଲେ ସ୍ୱାମୀଙ୍କଠୁ ଯୋଉ ଗିଫ୍ଟ ମିଳିଥାଏ ସେଟା ପିନ୍ଧେ। ଘରଲୋକ ସାଙ୍ଗମାନେ ଫୋନ୍ ରେ ଶୁଭେଛ୍ଛା ଜଣେଇ ଦିଅନ୍ତି। ମୋ ପୁଅ ମୋ ପାଇଁ ଜନ୍ମଦିନ କାର୍ଡ ବନେଇକି ଉଇସ୍ କରେ। କେକ୍ ଫେକ୍ ସେତେ କାଟେନି ମୁଁ। କିନ୍ତୁ ଏତେ ସାରା ଶୁଭେଛ୍ଛା ଓ ଶୁଭ କାମନା ପାଇକି ବହୁତ ଖୁସିଲାଗେ। ନିଜକୁ ସ୍ପେସିଆଲ୍ ଅନୁଭବ ହୁଏ। ଆଉ ବେଳେବେଳେ ମୋ ପତିଦେବ୍ ଭୁଲିଯାନ୍ତି ମୋ ଜନ୍ମଦିନ। ଆଉ ତା ପରେ ତାଙ୍କ ଅବସ୍ତା କଣ ହଉଥିବ ଆପଣମାନେ ବୁଝିପାରୁଥିବେ। ମୋର ରାଗ, ରୁଷା ଓ ଅଭିମାନ ତାଙ୍କୁ ସହିବାକୁ ପଡେ ଆଉ ପୁଣି ମନେଇବାକୁ ପଡେ। ଆଉ ଏଇ ରାଗ, ରୁଷା ଓ ମନେଇବାରେ ଦିନଟା ପଳାଏ । 


  ସେଦିନ ସନ୍ଧ୍ୟା 7.30ରେ ମୋ ଘର ଡୋରବେଲ୍ ବାଜିଥିଲା। କିଏ ଡାକୁଛି ବୋଲି ଖୋଲିଦେଲାରୁ ସାମ୍ନାରେ ଛିଡା ହୋଇଥିଲେ ସିଲା ଭାବି(ଆଦିର ମା) ଆଉ ବାନି(ତାଙ୍କ ବଡ ଝିଅ) ହାତରେ ଗୋଟେ ଫୁଲତୋଡା ଧରି। ମତେ ସଙ୍ଗେ ସଙ୍ଗେ ଫୁଲତୋଡାଟି ବଢେଇ ଦେଇ କହିଲେ ହାପି ବାର୍ଥଡେ। ମୁଁ ସର୍ପ୍ରାଇଜ୍ ହେଇଗଲି। ପଚାରିଲି ତମକୁ ମନେ ଥିଲା। ବାନି କହିଲା ଆଣ୍ଟି ମୁଁ ଫେସବୁକ୍ ରେ ଦେଖିଥିଲି ଆଜି ତମର ଜନ୍ମଦିନ ଆଉ ମମିକୁ ମନେ ପକେଇଦେଲି। ଏଇ ନିଅ ତମ ପାଇଁ ଇମିଟେସନର କାନଫୁଲ ବି ଆଣିଛି ମୋ ଚଏସ୍ ରେ। ମୁଁ ତା କଥା ଶୁଣି ଖୁସିହେଇଗଲି। କହିଲି ଥାଇଁକ୍ୟୁ ସିଲା ଭାବି ଆଉ ବାନି। ଘର ଭିତରକୁ ଡାକିଲି, ଆସ। ସେ କହିଲେ ନା ଘରେ ବହୁତ କାମ ଅଛି। ଏଇ ଛୁଆମାନଙ୍କୁ ଟ୍ୟୁସନରୁ ଆଣିବାକୁ ଯାଇଥିଲି। ପରେ କେବେ ଆସିଲେ ବସିବି। ମୁଁ କହିଲି ହଉ, ଟିକେ ଅପେକ୍ଷା କର ମୁଁ ଗୋଟେ ମିନିଟ୍ ରେ ଆସୁଛି। ମୋର ଫ୍ରିଜ୍ ରେ କିଛି ଚକ୍ଲେଟ୍ ଥିଲା। ଗୋଟେ ଫାଇବ୍ ଷ୍ଟାର୍ ଗୋଟେ ଡେରିମିଲ୍କ୍ ଆଉ କିଛି ଇକ୍ଲେର୍ସ୍। ମୁଁ ବାନି ପାଇଁ ଗୋଟେ ଡେରିମିଲ୍କ ନେଇ ତାକୁ ଦେଲି (ସେ ଫାଇଫ୍ ଷ୍ଟାର୍ ଭଲପାଏନି ଖାଇବାକୁ)। ସେ ମୋ ଠାରୁ ଚକ୍ଲେଟ୍ ନେଇମତେ ଥାଇଁକ୍ୟୁ କହିଲା। ଆଉ ସିଲା ଭାବି ଆଉ ବାନି ପଳେଇଲେ।


ସେମାନେ ଯିବାର ଦଶ ମିନିଟ୍ ପରେ ପୁଣି କିଏ ବେଲ୍ ବଜେଇଲା। ଖୋଲୁ ଖୋଲୁ ସାମନାରେ ଗୋଲ୍ଡି( ବାନିର ସାଙ୍ଗ)। କହିଲା ଆଣ୍ଟି ହାପି ବାର୍ଥ ଡେ। ମୁଁ ଖୁସି ହେଇଗଲି ଆଉ ଥାଇଁକ୍ୟୁ କହିଲି। ମୁଁ କହିଲି ତୁ କେମିତି ଜାଣିଲୁ, ସେ କହିଲା ଆଣ୍ଟି ବାନି ମତେ ଏବେ କହିଲା। ମୁଁ କହିଲି ହଉ ଆସେ ଘର ଭିତରକୁ। ସେ କହିଲା ନାଇଁ ଆଣ୍ଟି ତଳେ ସମସ୍ତେ ଅଛନ୍ତିତ ମୁଁ ପଳେଇବି। ମୁଁ କହିଲି ହଉ ଟିକେ ୱେଟ୍ କରେ ମୁଁ ଆସୁଛି କହି ଫ୍ରିଜ୍ ରୁ ଫାଇବ୍ ଷ୍ଟାର ଚକ୍ଲେଟ୍ ଟି ବାହାର କରି ତାକୁ ଦେଲି। ସେ ସ୍ମାଇଲ୍ କରି ଚକ୍ଲେଟ୍ ଟି ନେଇ ଗଲା।


ସେ ଯିବାର କିଛି ସମୟ ପରେ ପୁଣି ବେଲ୍ ବାଜିଲା। ମୁଁ ପୁଣି ଯାଇ ଖୋଲିଲି ଦେଖିଲା ବେଳକୁ ଶ୍ରୀଜିତ୍ ଆଉ ଆଦି( ଆଶୁର ସାଙ୍ଗ) ମତେ ହାପିବାର୍ଥ ଡେ ଆଣ୍ଟି କହିଲେ। ଆଉ ସାଙ୍ଗେ ସାଙ୍ଗ କହି ପଳଉଥିଲେ। ମୁଁ ତାଙ୍କୁ କହିଲି ରୁହ ଦିଜଣ କଣ ସାଙ୍ଗେ ସାଙ୍ଗେ ପଳଉଛ। ଆଣ୍ଟି ଆମେ ତଳେ ଖେଳୁଛୁ ନା ସେଥିପାଇଁ। ମୁଁ କହିଲି ୱେଟ୍ କର୍ କିଛି ସେକେଣ୍ଟ୍ ରେ ଆସୁଛି। ମୁଁ ଫ୍ରିଜରୁ ଚାରୋଟି ଇକ୍ଲେର୍ସ କାଢି ଆଣି ତାଙ୍କୁ ଦେଲି। ସେମାନେ ଖୁସିହେଇ ଥାଇଁକ୍ୟୁ ଆଣ୍ଟି କହି ପଳେଇଲେ। ସେମାନେ ଯିବାର କିଛି ଡେରିପରେ ପୁଣି ବେଲ୍ ବାଜିଲା। ମୁଁ ମନେ ମନେ ଭାବିଲି କଣ ହଉଛି ଆଜି ମୋ ସହ। ମୁଁ ଖୋଲିଲି ଡୋର ସାମନାରେ ଆମାନ ଆଉ ଆଲିସ୍ବା ଦୁଇ ଭାଇ ଭଉଣୀ ଛିଡା ହୋଇଛନ୍ତି। ସେମାନେ ଆଶୁର ସାଙ୍ଗ। ମତେ କହିଲେ ହାପିବାର୍ଥ ଡେ ଆଣ୍ଟି। ଏତେ କ୍ୟୁଟ୍ କ୍ୟୁଟ୍ ଦିଜଣ ଯାକ ତାଙ୍କ କୁନି କୁନି ମୁହଁରୁ ଶୁଭେଛ୍ଛା ଶୁଣି ମୋର ଖୁସିର ଠିକଣା ନାହିଁ। କହିଲି ଥାଇଁକ୍ୟୁ ବେଟା। କହିଲି ରୁହ ଟିକେ ମୁଁ ଆସୁଛି କହି ଫ୍ରିଜ୍ ରୁ ଇକ୍ଲେସ୍ ଚକଲେଟ୍ ଚାରିଟା କାଢି ଦେଲି। ସେମାନେ ଖୁସିରେ ଖୁସିରେ ଚକ୍ଲେଟ୍ ନେଇ ବାଏ ଆଣ୍ଟି କହି ପଳେଇଲେ।


ସେମାନେ ଯିବାର କିଛିଡେରି ପରେ ପୁଣି ଡୋରବେଲ୍ ବାଜିଲା। ମୁଁ ଖାଲି ହସୁଥାଏ। ଯାଇ ଖୋଲିଲି ସାମନାରେ ଅନୁଭବ ଆଉ ଅନୁସ୍କା ଦୁଇ ଭାଇ ଭଉଣୀ (ଆଶୁ ସାଙ୍ଗ) ଛିଡା ହୋଇଛନ୍ତି। ମତେ ଦେଖି ଦୁଇଜଣ କହିଲେ ହାପିବାର୍ଥ ଡେ ଆଣ୍ଟି। ମୁଁ ଅନୁସ୍କାକୁ ଗେଲ କରି କହିଲି ଥାଇଁକ୍ୟୁ ବେଟା। ଆଉ ଅନୁଭବକୁ ବି ଥାଇଁକ୍ୟୁ କହିଲି। ତା ପରେ କହିଲି ତମେ ମାନେ ଟିକେ ୱେଟ୍ କର ମୁଁ ଆସୁଛି। ମୁଁ ଫ୍ରିଜ୍ ଯାଇ ଦେଖିଲା ବେଳକୁ ଆଉ କିଛି ଚକ୍ଲେଟ୍ ନଥିଲା ମୋ ପାଖରେ। ମୁଁ ଆସି କହିଲି ବେଟା ଚକ୍ଲେଟ୍ ସବୁ ସରିଗଲା ଆଉ ନାହିଁ। ଅନୁସ୍କା ମୁହଁ ଟିକେ ସୁଖିଗଲା। ମୁଁ କହିଲି ୱେଟ୍ ମୁଁ ଆସୁଛି। ମୋ ପାଖରେ ଚକ୍ଲେଟ୍ କ୍ରିମ୍ ବାଲା ଓରିଓ ବିସ୍କୁଟ୍ ଥିଲା। କିଚେନରୁ ଆଣିକି ଦୁଇଜଣଙ୍କୁ ଦେଲି। ଅନୁସ୍କା ଖୁସିହେଇଗଲା। ଦୁଇଜଣ ଥାଇଁକ୍ୟୁ ଆଣ୍ଟି କହି ପଳେଇଲେ। ଘରୁ ତାକୁ ଖାଲିରେ କେମିତି ପଠେଇ ଦେଇ ଥାନ୍ତି। ସେଥିପାଇଁ ଚକ୍ଲେଟ୍ ବଦଳରେ ବିସ୍କୁଟ୍ ଦେଇଦେଲି। ତା ପରେ ଯେତେବେଳେ ଡୋର୍ ବେଲ୍ ବାଜିଥିଲା ସେତେବେଳେ ମୋ ସ୍ୱାମୀଥିଲେ। ବାହାରକୁ ଯିବାପାଇଁ ରେଡିବି ହେଇନଥିଲି। ତାଙ୍କୁ ଦେଖି ସବୁ କଥା କହିଲି। ସେ କହିଲେ ହଁ ପରା ତଳେ ସବୁ ଛୁଆ ଅଛନ୍ତି ଆଉ ଖେଳୁଛନ୍ତି।


  ସେଦିନ ସିଲା ଭାବି ଆଉ ବାନି ତଳେ ପାର୍କରେ ମୋ ଜନ୍ମଦିନ ବିଷୟରେ କହିଦେଇଥିଲେ। ଆଉ ମୁଁ ତଳକୁ ଯାଇନଥିଲି ବୋଲି ଛୁଆମାନେ ଘରେ ଆସି ୱିସ୍ କରିଗଲେ। ଆଉ ଛୋଟ ଛୁଆ ଜଣେ ଆସିଲା ମାନେ ତାର ପଛେ ପଛେ ଆଉ ସବୁ ଆସିଯିବେ। ସତରେ ଛୁଆମାନଙ୍କର ଭଲପାଇବା ପାଇକି ସେଦିର ମୋ ଜନ୍ମଦିନଟା ବହୁତ ଭଲରେ କଟିଥିଲା।

ଇଏ ହେଉଛି ମୋର ମୋହିନି ଭିଲା ସୋସାଇଟି। ଯୋଉଠି ସମସ୍ତେ ସମସ୍ତିଙ୍କୁ ଭଲପାନ୍ତି। ସୁଖରେ ଦୁଃଖରେ ସାମିଲ୍ ହୁଅନ୍ତି । ପ୍ରତିଟି ମୁହୂର୍ତ୍ତ ଆମେ ଉପଭୋଗ କରୁ ଏକାଠି। 


  ଜନ୍ମଦିନ ମାନେ ନୁହେଁ ମୂଲ୍ୟବାନ୍ ଗିଫ୍ଟ ପାଇବା। ଜନ୍ମଦିନ ମାନେ ତମେ କେତେ ଭଲପାଇବା ପାଇଲ ତମକୁ ଭଲପାଉଥିବା ଲୋକଙ୍କଠାରୁ। ଭଲପାଇବା କିଣି ହୁଏନି। ଏତ ଅମୂଲ୍ୟ। ଖାଲି ଅନୁଭବ କରିହୁଏ। 


Rate this content
Log in

Similar oriya story from Drama