STORYMIRROR

Truptimayee Behera

Abstract Drama Action

4  

Truptimayee Behera

Abstract Drama Action

ଇଭ୍ ଟିଜିଙ୍ଗ୍

ଇଭ୍ ଟିଜିଙ୍ଗ୍

7 mins
228


କିଛି ଦିନ ତଳେ ମୋ ସାଙ୍ଗ ଅପରାଜିତା ମତେ ମେସେଜ୍ କରିଥିଲା ଆଉ କହିଲା, “ତୃପ୍ତି ତୁ ‘ମୋ ମନର କଥା'ରେ ମନିଷା ବାଲ୍ମିକି ଉପରେ କିଛି ଲେଖୁନୁ। ତୋ ମନରେ କଣ ଅଛି ? ତତେ କେମିତି ଅନୂଭବ ହେଉଛି ଏଇ କଥା ଗୁଡିକ ଶୁଣିକି , ତୋ ମନର କଥା ଲେଖେ ।" ତା କଥା ଶୁଣି ମୁଁ ମନେ ମନେ ଭାବିଲି କଣ ଲେଖିବି ଯୋଉଠି ନିର୍ଭୟାକୁ ନ୍ୟାୟ ମିଳିବାକୁ ଦିର୍ଘ 7ବର୍ଷ ଲାଗିଗଲା। ଏଇ ପରି ନିର୍ଭୟାତ ସବୁଠି ଦେଖିବାକୁ ମିଳୁଛି ଖାଲି ଫରକ୍ ଏତିକି କୋଉଟା ମିଡିଆରେ ହାଇଲାଇଟ୍ ହୋଇ ଲୋକ ଲୋଚନକୁ ଆସୁଛି ତ କେଉଁଠି ଘଟଣା ଗୁଡିକ ଦବିକି ରହିଯାଉଛି। କିନ୍ତୁ ଏଇପରି ଘଟଣା ସବୁଆଡେ ଘଟୁଛି। 


ନାରୀ ପ୍ରତେକ କ୍ଷେତ୍ରରେ ଆଗକୁ ବଢୁଛନ୍ତି ସତ କିନ୍ତୁ ନିର୍ଯାତିତ ମଧ୍ୟ ହେଉଛନ୍ତି। ନାରୀ ସବଳା ହେଉଛନ୍ତି ନିଜ ଗୋଡରେ ଛିଡା ହେଉଛନ୍ତି ସତ କିନ୍ତୁ ସବୁବେଳେ ନିଜକୁ ସୁରକ୍ଷିତ ମଧ୍ୟ ରଖିପାରୁନାହାନ୍ତି । 


ଏଇ କଥା ଗୁଡିକ ମନ ଭିତରେ ଆସୁଥିଲା ସେତିକି ବେଳେ ମୋର କିଛି ଦୁଇ ତିନି ବର୍ଷ ତଳର ପୁରୁଣା କଥା ମନେ ପଡିଗଲା। ଆଜି ପ୍ରତିଲିପିର “ନାରୀ ମନର ଅକୁହା କଥାରେ" କାଇଁ କେଜାଣି ଏଇ କଥା ଗୁଡିକ ଲେଖିବାରୁ ମୁଁ ନିଜକୁ ରୋକି ପାରୁନି। 2017 ମସିହା ମୁଁ ମୋ ପରିବାର ମୋ ସ୍ୱାମୀ ଓ ମୋ ପୁଅ ସହ ଭୂବନେଶ୍ୱରରୁ କଲିକତା ଟ୍ରେନରେ ଫେରୁଥିଲି। ସେଦିନ ଥିଲା ରବିବାର। ଦିନ 11.00-12.00 ଟା ଭିତରେ ଭୂବନେଶ୍ୱର ଷ୍ଟେସନରୁ ବସିଥିଲୁ କଲିକତା ଅଭିମୂଖେ । ଆମର ସିଟ୍ ରିଜର୍ବେସନ୍ ଥିଲା। ଆମେ ଆରାମରେ ବସିକି ଆସିଲୁ। ଖଡ଼ଗପୁର ଷ୍ଟେସନ୍ ହେଇଗଲା ପରେ ମୋ ଭିଣେଇ ଫୋନ୍ କରି ପଚାରିଲେ କୋଉଠି ପହଞ୍ଚିଲ ?ମୋ ଭିଣେଇ ମଧ୍ୟ ଆଗରୁ କଲିକତାରେ ରହୁଥିଲେ ତାଙ୍କୁ ଏଠାର ଜାଗା ବିଷୟରେ ମଧ୍ୟ ସବୁ ଜଣା। ଆମେ ତାଙ୍କୁ କହିଲୁ ଖଡ଼ଗପୁର୍ ପଳେଇଲାଣି। ସେ କହିଲେ ହାଉଡାରେ ପହଞ୍ଚୁ ପହଞ୍ଚୁ ତାହାଲେ ରାତି 11ଟା ପାଖାପାଖି ହେଇଯିବ ଆଉ ସେଠୁ ଟାକ୍ସି ବୁକ୍ କରି ଘରକୁ ପହଞ୍ଚିଲା ବେଳକୁ ଆହୁରି 1.30ଘଣ୍ଟା ଉପରେ ଲାଗିଯିବ। ତମେ ମାନେ ଗୋଟେ କାମ କର ସେଉଡାପଲି ଷ୍ଟେସନରେ ଓହ୍ଲେଇ ପଡିବ ଆଉ ସେଠୁ ଲୋକାଲ୍ ଟ୍ରେନ୍ ଟିକଟ୍ କରି ବାଲି ହାଲ୍ଟ ଷ୍ଟେସନ୍ ପଳାଅ। ସେଠୁ ତମକୁ ବାଲି ବ୍ରିଜ୍ ଉପରୁ ଗାଡି ମିଳିଯିବ ତମ ଘର ଯାଏଁ ସହଜରେ। ଆଉ ଦୁଇ ଘଣ୍ଟା ମଧ୍ୟ ବଞ୍ଚିଯିବ। ଆମେ କହିଲୁ ହଉ ଦେଖୁଛୁ କଣ କରିବୁ। ଆମେ ସ୍ୱାମୀ ସ୍ତ୍ରୀ ଦୁଇଜଣ ଭାବିଲୁ ଏମିତି ରେ ହାଉଡାରେ ପହଞ୍ଚି ସେଠୁ ଘରକୁ ଗଲେ ନିହିତି ରାତି 12ଟା ଉପରେ ହେଇଯିବ। ଆଉ ସେଉଡାପଲିରେ ଓହ୍ଲେଇ ଲୋକାଲ୍ ଟ୍ରେନରେ ବାଲି ହାଲ୍ଟ ଷ୍ଟେସନରେ ପହଞ୍ଚି ଗଲେ ଅବଶ୍ୟ 11ଟା ଭିତରେ ଘରେ ପହଞ୍ଚିଯିବୁ। ତା ପରେ ଡିସାଇଡ୍ କଲୁ ସେଉଡାପଲିରେ ଓହ୍ଲେଇ ପଡିବୁ। ପାଖରେ କିନ୍ତୁ 2-3ଟା ବଡ ଲଗେଜ୍ ଥିଲା ଆଉ ସାଙ୍ଗରେ ମୋର 7ବର୍ଷର ପୁଅ ମଧ୍ୟ ଥିଲା। ରିଜର୍ବେସନ୍ ସିଟରୁ ଓହ୍ଲେଇ ଲୋକାଲ୍ ଟ୍ରେନରେ ଚଢିବାକୁ କଷ୍ଟ ମଧ୍ୟ ଲାଗୁଥିଲା। ତାହାଲେ ବି ଘରେ ଜଲ୍ଦି ପହଞ୍ଚିବୁ ବୋଲି ସେଦିନ ପ୍ରଥମ ଥର ଏମିତି ସେଉଡାପଲିରେ ଓହ୍ଲେଇ ଥିଲୁ। ଲୋକାଲ୍ ଟ୍ରେନ୍ ଟିକେଟ୍ କଲୁ। ସେତେବେଳେ 8.45 ରୁ 9ଟା ଭିତରେ ସମୟ ହୋଇଥିଲା। ଲୋକାଲ୍ ଟ୍ରେନ୍ ଆସିଲା, ଭିଡ ଥିଲା ଟ୍ରେନ୍ ରେ। ଆମେ ସ୍ୱାମୀ ସ୍ତ୍ରୀ ପୁଅ ଥିଲୁ ସେଥିପାଇଁ ଜେନେରାଲ୍ କମ୍ପାଟମେଣ୍ଟରେ ଚଢିଲୁ ନହଲେ ମୁଁ ଏକା ଥିଲେ ଲେଡିଜ୍ କମ୍ପାଟମେଣ୍ଟରେ ଚଢିଯାଇଥାନ୍ତି। ଯା ହେଉ ମୋ ପୁଅ ଆଉ ମତେ ବସିବା ପାଇଁ ସିଟ୍ ମିଳିଗଲା। ପ୍ରଥମଥର ପାଇଁ କଲିକତାର ଲୋକାଲ୍ ଟ୍ରେନରେ ଟ୍ରାଭେଲ୍ କରୁଥିଲି। ଟ୍ରେନରେ ପ୍ରବେଶ କରିବା ରାସ୍ତା ଚଉଡା ଚଉଡା ଥିଲା । ଟ୍ରେନରେ ସିଟ୍ ନମିଳିଲେ ଛିଡା ହୋଇ ମଧ୍ୟ ଯାଇପାରିବ କାରଣ ଧରିବା ପାଇଁ ପ୍ଲାଷ୍ଟିକର ବେଲ୍ଟ ଗୁଡା ଉପରୁ ଝୁଲିଥିଲା। ଟ୍ରେନର ସ୍ପିଡ୍ ମଧ୍ୟ ବେଶୀ ନଥିଲା। ପ୍ରତି ପାଞ୍ଚ ମିନିଟ୍ ରେ ଗୋଟେ ଗୋଟେ ଷ୍ଟପେଜ୍ ଆସୁଥାଏ। ଲୋକ ପସୁଥାନ୍ତି ଆଉ ବାହାରୁଥାନ୍ତି ପ୍ରତି ପାଞ୍ଚ ମିନିଟରେ। ଦେଖୁଦେଖୁ ମୋ ସ୍ୱାମୀ କହିଲେ ବାଲି ହାଲ୍ଟ ଷ୍ଟେସନ୍ ହେଇଆସିଲାଣି। ତୁ ପୁଅକୁ ଧରେ ଆଉ ଗୋଟେ ବ୍ୟାଗ ଧରେ। ଆଉ ମୁଁ ବାକି ଦୁଇଟା ଲଗେଜ୍ ନେଇଯିବି। ସେ ମତେ କହିଲେ ତୁ ଆଗରେ ରହ ପୁଅକୁ ଧରି। ଟ୍ରେନ୍ ରହିଲେ ତୁ ଧିରେ ପୁଅକୁ ଧରି ଓହ୍ଲେଇବୁ ଆଉ ତା ପରେ ମୁଁ ତତେ ଲଗେଜ୍ ବଢେଇ ଦେବି। ଆମେ ଲଗେଜ୍ ଧରି ଟ୍ରେନ୍ ମୁହଁ କୁ ଯାଇ ଛିଡା ହେଲୁ। ମୋ ପଛରେ ମୋ ସ୍ୱାମୀ ଥିଲେ। ଭିଡରେ ଧକା ଦେଇ ଆଉ କିଛି ଲୋକ ମୋ ପଛରେ ଆସି ଛିଡା ହୋଇଥିଲେ ଆଉ ମୋ ସ୍ୱାମୀ ସେମାନଙ୍କ ପଛରେ ରହିଯାଇଥିଲେ। ବାଲି ଷ୍ଟେସନ୍ ହେଲାରୁ ମୁଁ ପୁଅକୁ ଧରି ଧିରେ ଓହ୍ଲେଇଲି। ପଛରେ ଧକାଧକି ହେଉଥିଲେ ଲୋକ ଗୁଡାକ। ମୋର କିନ୍ତୁ ଚିନ୍ତା ଥିଲା ମୁଁ ମୋ ପୁଅକୁ ଧରି କିପରି ସୁରକ୍ଷିତ ଭାବେ ଓହ୍ଲେଇବି ତା ସହ ଗୋଟେ ଲଗେଜ୍ ମଧ୍ୟ ଧରିଥିଲି। ଭିଡରେ ଓହ୍ଲେଇଲା ପରେ ସାଇଡ ହୋଇ ଆସି ପୁଅକୁ ଆଉ ଗୋଟେ ଲଗେଜ୍ ଧରି ଛିଡା ହୋଇଥିଲି। ମୋ ସ୍ୱାମୀ ଦୁଇଟା ଲଗେଜ୍ ଧରି ଓହ୍ଲେଇଲେ ଆଉ ମୋ ପାଖରେ ଦୌଡି଼ ଆସି ଲଗେଜ୍ ଦୁଇଟା ରଖିଦେଇ , ଆଖି ପିଛୁଳାକେ ଦୌଡିଲେ ଗୋଟେ ଲୋକ ପଛରେ। ମୁଁ କିଛି ବୁଝିପାରୁ ନଥାଏ। କଣ ହେଲା ବୋଲି। ଭାବିଲି ତାଙ୍କ ପର୍ସ କିଏ ଚୋରି କରିଦେଲା ନା କଣ। ସେଇ ବାଲି ଷ୍ଟେସନରେ ଭିଡ ଭିତରେ ଗୋଟେ ଲୋକର କଲର ଟାଣି ଆଣି ମୋ ପାଖକୁ ଧରି ନେଇ ଆସିଲେ। ଲୋକଙ୍କ ଭିଡ ଜମା ହୋଇଗଲା। ସେଲୋକକୁ ମୋ ପାଖକୁ ଟାଣି ଆଣି କହିଲେ,“ କଣ ମହିଳା ମାନଙ୍କ ସହ ଖରାପ ବ୍ୟବହାର କରୁଛୁ।" ମୁଁ ଅବାକ୍ ହୋଇଗଲି। ମୋ ସ୍ୱାମୀ ମତେ ପଚାରିଲେ ତତେ ପଛରୁ ତୋ ଦେହରେ କିଏ ହାତ ଦେଇଥିଲା ନା। ମୁଁ କହିଲି “ହଁ।" ଟ୍ରେନରୁ ଓଲ୍ହେଇଲା ବେଳେ ମତେପଛରୁ କିଏ ଖରାପ ଭାବରେ ଛୁଁଇଲା ମୁଁ ଜାଣିପାରିଥିଲି କିନ୍ତୁ ଏତେ ଭିଡରେ ପୁଅକୁ ଧରିଛି ଲଗେଜ୍ ଧରିଛି କଣ ବା କରିପାରିଥାନ୍ତି। ଧକାପେଲାରେ କିଏ ଜାଣି ଜାଣି ଭିଡର ଏପରି ସୁଜୋଗ ନେଇ ମୋ ଦେହରେ ଖରାପ ଭାବରେ ହାତ ମାରି ଥିଲା। ଲୋକମାନଙ୍କ ଆଗରେ ମୋ ସ୍ୱାମୀଙ୍କ ଆଗରେ “ହଁ" ବୋଲି କହିଲି। ମୋ ସ୍ୱାମୀ ସେ ଲୋକର କଲର ଟାଣି ତାକୁ ଘୋଷାଡି ତାକୁ ବାଡେଇଲେ , କହିଲେ କାଇଁ ଏମିତି କଲୁ। ସେ ଲୋକଟି ମଧ୍ୟ ବୟଷ୍କ ଥିଲା ବୟସ ଚାଳିସି ଉପରେ ହୋଇଥିବ। ତା ଭୁଲ୍ ମାନିଲାନି। କହିଲା ମୁଁ କିଛି କରିନି। ମୋ ସ୍ୱାମୀ କହିଲେ, ମୁଁ ତୋ ପଛରେ ଥିଲି ଦେଖିଛି ତୁ ଜାଣି ଜାଣି ମୋ ସ୍ତ୍ରୀ ଦେହରେ ଖରାପ ଭାବରେ ହାତ ଦେଇଥିଲୁ । ମୁଁ ନିଜ ଆଖିରେ ଦେଖିଛି ତତେ କେମିତି ଛାଡଦେବି। ସେଠାରେ ଥିବା ଭିଡ ଭିତରୁ ଜଣେ ଲୋକ କହିବାକୁ ଲାଗିଲା,“ସ୍ତ୍ରୀ ଛୁଆଙ୍କୁ ଧରି ଟ୍ରାଭେଲ୍ କରୁଛ, କଣ ପାଇଁ ଏଠି ଏତେ ଲୋକଙ୍କ ଆଗରେ ଝାମେଲା କରୁଛ। ଘରକୁ ଯାଅହେରି। ଭିଡ ଭିତରୁ କେହି ଜଣେ ବି ଆଗକୁ ଆସିଲେନି ଆମ ସପକ୍ଷରେ। ବହୁତ ଆଶ୍ଚର୍ଯ୍ୟ ଲାଗିଲା ସେଦିନ ସମାଜର ଏଇ ରୂପ ଦେଖି। ସବୁ ଦେଖିବି ନଦେଖିଲା ପରି ହେବା। ଆମେ ଭାବୁଥିଲୁ ପୋଲିସରେ ଦେଇ ଦବାକୁ କିନ୍ତୁ ମୋ ସ୍ବାମୀ ସେ ଲୋକକୁ ଦି ଚାପୁଡା ଲଗେଇ ଭୁଲ ମଗେଇ ଛାଡିଦେଲେ। ଆଜି ସେଇକଥା ଭାବିଲେ ଲାଗୁଛି ମୁଁ କାଇଁ ନିଜେ ତାକୁ ଛେଚିଲିନି ଚପଲରେ। ସତରେ ବହୁତ ସାହସ ଦରକାର ଏମିତି କରିବାକୁ ଯୋଉଟାକି ସେଦିନ ମୋ ପାଖରେ ନଥିଲା। ସେଦିନ ମତେ ମୋ ନିଜ ଉପରେ ଘୃଣା ଆସୁଥିଲା। ମୁଁ ନିଜକୁ ଦେଖୁଥିଲି ମୁଁ ତ କିଛି ଖରାପ ପିନ୍ଧି ନଥିଲି। ସାଲୱାର୍ ସୁଟ୍ ସହ ଦୁପଟା ପିନ୍ଧିଥିଲି । ଏକା ମଧ୍ୟ ଟ୍ରାଭେଲ୍ କରୁନଥିଲି। ମୋ ପରିବାର ସହ ଟ୍ରାଭେଲ୍ କରୁଥିଲି। ତାହାଲେ ଭୁଲ୍ କାହାର ରହିଲା ଆଉ କୋଉଠି ଏଇ ପ୍ରଶ୍ନ ମୋ ଅନ୍ତରକୁ ଖିନ୍ ଭିନ୍ କରିଦେଉଥିଲା। ମୁଁ ମୋ ପରିବାର ସହିତ ଥିଲି । ମୁଁ ଗୋଟେ ମା, ସ୍ତ୍ରୀ, ଝିଅ , ଭଉଣୀ ଆଉ ସର୍ବ ପ୍ରଥମେ ଗୋଟେ ନାରୀ। ସେଦିନ ମୁଁ ମୋ ପରିବାର ସହ ଥାଇ ମଧ୍ୟ ସୁରକ୍ଷୀତ ନଥିଲି। ବହୁତ ଲୋକ ନାରୀର ପୋଷାକ ଉପରେ ଆଙ୍ଗୁଠି ଉଠାନ୍ତି। ନାରୀ ରାତିରେ ଏକା ଟ୍ରାଭେଲ୍ କରିବା ଉପରେ ପ୍ରଶ୍ନ ମଧ୍ୟ ଉଠାନ୍ତି। କିନ୍ତୁ ମୁଁ ତ ଭଲ ପୋଷାକ ପିନ୍ଧିଥିଲି , ଏକା ମଧ୍ୟ ନହିଥିଲି ମୋ ପୁଅ ଓ ସ୍ୱାମୀ ସହ ଥିଲି ତାହାଲେ ମୋ ସହ ଏପରି କାଇଁ ଘଟିଲା । ମୁଁ ସମାଜକୁ ଏଇ ପ୍ରଶ୍ନ ପଚାରିପାରିବି ତ ?  


ଏଇ ଘଟଣା ମୋ ସହ ପ୍ରଥମ ଥର ହେଉ ନଥିଲା। ଆଉ ଥରେ ମଧ୍ୟ ମୋ ସହ ଘଟିଥିଲା 2008 ରେ ଯେବେ ମୋର ନୂଆ ନୂଆ ବାହାଘର ହୋଇଥିଲା। ମୁଁ ମୋ ସ୍ୱାମୀଙ୍କ ସହ ସିଲିଗୁଡି ଯାଉଥିଲି ହାଉଡା ଷ୍ଟେସନ୍ ରୁ ଡାର୍ଜିଲିଙ୍ଗ ମେଲ୍ ରେ। ହାଉଡାରେ ଯେତେବେଳେ ରାତି 10.30ରେ ଟ୍ରେନ୍ ଆସିଲା ମୋ ସ୍ୱାମୀ ଲଗେଜ୍ ଧରି ମୋ ଆଗରେ ଥିଲେ ଓ ମୁଁ ତାଙ୍କ ପଛରେ। ମୋ ସ୍ୱାମୀ ଆଗ ଚଢିଲେ ଆଉ ତାଙ୍କ ପଛରେ ମୁଁ । ପଛରେ ବହୁତ ଭିଡ, ଠେଲା ପେଲା ହେଉଥିଲେ। ଏଇ ସମୟରେ ମୁଁ ଅନୂଭବ କରିପାରିଲି ମତେ ପଛରୁ କେହି ଜଣେ ବହୁତ ଖରାପ ଭାବରେ ଛୁଇଁ ଥିଲା। ଟ୍ରେନରେ ଚଢି ବାରମ୍ବାର ପଛକୁ ଅନଉ ଥିଲି କିଏ ଏମିତି କଲା ବୋଲି କାହାକୁ ପାଇଲିନି, କିଛି ବୁଝିପାରିଲିନି ଏତେ ଭିଡରେ କୋଉ ଲୋକ ଏମିତି କଲା ବୋଲି । ରାତି 10.30ରେ ଟ୍ରେନରେ ଚଢିଲି ଏତେ ଅନ୍ଧାରରେ ଭିଡରେ ପଛ ପଟରୁ କିଏ ଏ ଅସଭ୍ୟ କାମକଲା ଖୋଜିକି ପାଇଲିନି। ମୁହଁ ବି ଦେଖିନଥିଲି କିଏ କଲା ବୋଲି। ମୋ ସିଟ୍ କୁ ଆସି ମୋ ସ୍ୱାମୀଙ୍କୁ କହିଲି ଏମିତି ଚଢିଲା ବେଳେ କିଏ ମତେ ଖରାପ ଭାବରେ ପଛପଟରୁ ଛୁଇଁଲା ବୋଲି। ସେ ମତେ ସେ ଟ୍ରେନର ବଗିରେ ଧରିକି ବୁଲିଲେ କହିଲେ କହ କିଏ ହେଇଥିବ ଏମାନଙ୍କ ଭିତରୁ। ମୁଁ ତ ମୁହଁ ଦେଖିନି ଚିହ୍ନିବି କେମିତି ? ସେବେଠାରୁ ମୋ ସ୍ୱାମୀ ସବୁବେଳେ ଟ୍ରେନରେ ଚଢିବା ସମୟରେ ଆଉ ଓହ୍ଲେଇବା ସମୟରେ ମୋ ପଛରେ ଥାନ୍ତି ଆଉ ମୁଁ ତାଙ୍କ ଆଗରେ। 


କିନ୍ତୁ ଏଥରକ ବି ମୁଁ ବଞ୍ଚିପାରିଲିନି ଭିଡରୁ କି ନିଜକୁ ବଞ୍ଚେଇ ପାରିଲିନି ଇଭ୍ ଟିଜିଙ୍ଗ୍ ରୁ । ଦୋଷ କାହାର ଏବେବି ଖୋଜୁଛି। ଏଇ ସମାଜର ନା ଏଇ ପରି ବିକୃତ ମାନସିକତା ରଖୁଥିବା ଲୋକମାନଙ୍କର । କିପରି ଏଇ ହୀନ ମାନସିକତା ଲୋକମାନଙ୍କର ଥାଇପାରେ। କିପରି ତାଙ୍କୁ ଟିକେ ଖରାପ ବି ଲାଗେନି ଏପରି କରିବାକୁ। ତାଙ୍କର ବି ତ ମା, ଭଉଣୀ, ସ୍ତ୍ରୀ, ଛୁଆ ଥିବେ। କି ସୁଖ ମିଳି ନାରୀକୁ ଏପରି ନିର୍ଯାତିତ କରି ? କେବେ ସୁଧୁରିବେ ଏପରି ଲୋକମାନେ ? ଆମ ସମାଜ କେବେ ଜାଗୃତ ହେବ ଆଉ ନିଜର ସ୍ୱର ଉଠାଇବ ଏମାନଙ୍କ ବିରୋଧରେ । 


ମୁଁ ତ ମୋ ପରିବାର ସହ ଥାଇ ମଧ୍ୟ ଇଭ୍ ଟିଜିଙ୍ଗ୍ ରୁ ବଞ୍ଚିପାରିଲିନି। ବହୁତ ମହିଳା ଅଛନ୍ତି ଯୋଉମାନେ ପ୍ରତିଦିନ ଏମିତି ଭିଡରେ ଟ୍ରାଭେଲ୍ କରୁଛନ୍ତି ନିଜ କର୍ମକ୍ଷେତ୍ରକୁ ଯିବାପାଇଁ। ଭାବିଲେ ପ୍ରତିଦିନ ସେମାନଙ୍କ ସହ କଣ ନ ହେଉଥିବ ! ଏଇ ଇଭ୍ ଟିଜିଙ୍ଗ୍ ର ଶିକାର ପ୍ରତିଦିନ ମହିଳା ମାନେ ହେଉଛନ୍ତି ପ୍ରତି ମୁହୂର୍ତ୍ତରେ ହେଉଛନ୍ତି। କିନ୍ତୁ ଏହାର ସମାଧାନ କଣ ? ସରକାର ବହୁତ କିଛି ପଦକ୍ଷେପ ନେଉଛନ୍ତି ସତ ନାରୀ ଶଶକ୍ତିକରଣ ପାଇଁ ସମାଜରେ ସଚେତନତା ପାଇଁ ତାହାଲେ ବି ଏଇ ହୀନ ମାନସିକତା ରଖୁଥିବା ଲୋକମାନଙ୍କର କଣ କରାଯିବ ? ସେମାନେ କେବେ ନିବୃତ ହେବେ ଏହିପରି ଖରାପ କାମରୁ। ସେମାନେ କେବେ ସୁଧୁରିବେ। ତାଙ୍କୁ ମୁହଁରେ ଟିକେ ବି ଲାଜ ନାହିଁ ଯେ ଏପରି କାମ କରୁଛନ୍ତି ! 


ସେଦିନର ଘଟଣା ମୋ ମନରେ ବହୁତ ଆଘାତ ଦେଇଥିଲା। ସେଦିନ ମୋର ମୋ ନିଜ ଉପରେ ବହୁତ ଘୃଣା ଆସୁଥିଲା। କିନ୍ତୁ ଦୋଷ ମୋର କଣ ଥିଲା ? ଦୋଷ ତ ଏଇ ହୀନ ମାନସିକତା ରଖୁଥିବା ଲୋକମାନଙ୍କର ଯୋଉମାନେ ନାରୀକୁ କେବଳ ଉପଭୋଗର ବସ୍ତୁ ହିଁ ଭାବୁଛନ୍ତି ।  


କିନ୍ତୁ ମୋ ସ୍ୱାମୀଙ୍କର ସେଇଦିନର ସେଇ ରୂପ ମୁଁ ଜୀବନରେ କେବେ ମଧ୍ୟ ଦେଖିନଥିଲି। ସେ ମୋ ପାଇଁ ଏତେ ପ୍ରୋଟେକ୍ଟିଭ୍ ସେଦିନ ମୁଁ ଜାଣିଲି। ସେ ସବୁବେଳେ ନାରୀକୁ ସମ୍ମାନ ଦିଅନ୍ତି, ବହୁତ ନମ୍ର ଓ ଶାଳିନତାର ସହ ସମସ୍ତିଙ୍କ ସହ ବ୍ୟବହାର କରନ୍ତି। ସେ ବହୁତ ଭଲ। ଏଇ ଘଟଣା ପରଠାରୁ ମୋର ତାଙ୍କ ପ୍ରତି ଭଲ ପାଇବା ଆଉ ସମ୍ମାନ ଆହୁରି ବଢି ଯାଇଥିଲା। ସେ ଭୁଲ୍ ଦେଖି ଚୁପ୍ ତ ରହି ନଥିଲେ ସେଦିନ ଏଇ ସମାଜ ପରି । 


ଭିଡ ଭିତରେ ଯୋଉଠି ମହିଳା ମାନେ ଏହିପରି ଇଭ୍ ଟିଜିଙ୍ଗ୍ ର ଶିକାର ହେଉଛନ୍ତି ସେଠି ନିରୋଳା ରାସ୍ତାରେ ଗୋଟେ ମହିଳା ସହ କଣ ହେଉନଥିବ ! ନିର୍ଭୟା ଓ ମନିଷା ପରି କେତେ ଯେ ନାରୀ ଏଇ ବିକୃତ ହୀନ ମାନସିକତା ରଖୁଥିବା ରାକ୍ଷସଙ୍କ ଦ୍ୱାରା ନିର୍ଯାତିତ ହେଉଥିବେ ।


Rate this content
Log in

Similar oriya story from Abstract