STORYMIRROR

Truptimayee Behera

Inspirational

3  

Truptimayee Behera

Inspirational

ନକ୍ ଆଟ୍ ଦ ଡୋର୍

ନକ୍ ଆଟ୍ ଦ ଡୋର୍

4 mins
234

ପ୍ରାୟ ୩ ବର୍ଷ ତଳର କଥା। ରାତି ବାଜିଥାଏ ୯ଟା। ମୁଁ ରୋଷେଇ ଘରେ ରୋଷେଇ କରୁଥାଏ। ହଠାତ୍ ଜୋରେ ଜୋରେ ପାଟି କରୁଥିବା ଗୋଟେ ଝିଅର ଆବାଜ ଶୁଣିଲି। ମୁଁ ହଠାତ୍ ଝରକା ବାହାରକୁ ଚାହିଁବାକୁ ଲାଗିଲି କି କିଏ ପାଟି କରୁଚି ଓ କୋଉଠୁ ବୋଲି। ଦେଖିଲି ଆମ ବିଲ୍ଡିଙ୍ଗକୁ ଲାଗିଥିବା ବିଲ୍ଡିଙ୍ଗରୁ ଗୋଟେ ସ୍ତ୍ରୀଲୋକଟେ ପାଟି କରୁଛି, ବଚାଓ ବଚାଓ‌ କହୁଛି। ମୁଁ ବୁଝିପାରିଲିନି ସେତେବେଳେ କଣ ହଉଛି ତା ସହ। ମୋ ସ୍ୱାମୀଙ୍କୁ ସଙ୍ଗେ ସଙ୍ଗେ ଡାକିଲି ଆଉ ସବୁ କଥା କହିଲି। ଆଉ ତାଙ୍କୁ କହିଲି ଚାଲ ସୋସୋଇଟି ତଳକୁ ଯିବା ଓ ଦେଖିବା ଘଟଣା କଣ। ସେଇ ସ୍ତ୍ରୀ ଲୋକଟା କଣ ପାଇଁ କାନ୍ଦିକି ବଚାଓ ବଚାଓ କହୁଛି। ଆମେ ସ୍ୱାମୀ ସ୍ତ୍ରୀ ଦୁଇଜଣ ତଳକୁ ଗଲୁ। ସେତେବେଳେ ଆମ ବିଲ୍ଡିଙ୍ଗର ଆଉ ଚାରି ପାଞ୍ଚ ଜଣ ଲୋକ ମଧ୍ୟ ଓହ୍ଲେଇଥିଲେ ତଳକୁ। ଆମେ ସେଇ ବିଲ୍ଡିଙ୍ଗ ପାଖକୁ ଯାଉ ଦେଖିଲୁ, ପାଟିଟା ୫ତାଲାରୁ ଆସୁଛି। ଆମେ ମାନେ ପଚାରିଲୁ, କ୍ୟା ହୁଆ? କ୍ୟୁଁ ରୋ ରେହି ହୋ ଔର ଚିଲ୍ଲା ରହି ହୋ ? ସେ ସ୍ତ୍ରୀ ଲୋକର ଛୋଟ ଛୁଆଟିଏ ବି ଥିଲା ସେବି ଜୋରେ ଜୋରେ କାନ୍ଦୁଥିଲା। ଆମେ ଯେମିତି ପଚାରିଛୁ କଣ ହେଲା ବୋଲି। ସେତିକି ବେଳେ ଜଣେ ପୁରୁଷ ଆସି ସେ ସ୍ତ୍ରୀ ଲୋକକୁ ଟାଣି ନେଲା ଘର ଭିତରକୁ ଆଉ ବାଲକୁନି କବାଟକୁ ବନ୍ଦ କରିଦେଲା। ଆମେ ମାନେ ସମସ୍ତେ ବ୍ୟସ୍ତ ହେଇପଡିଲୁ। ମତେ ବି ଭାରି ବ୍ୟସ୍ତ ଲାଗୁଥାଏ। କଣ ହେଇଛି ସେଇ ସ୍ତ୍ରୀ ଲୋକଟି ସହିତ ତା ଜୀବନ ପ୍ରତି ବିପଦ ନାହିଁ ତ, ସେୟା ଭାବି ମୁଁ ସମସ୍ତିଙ୍କୁ କହିବାକୁ ଲାଗିଲି, ଚାଲ ଯିବା ଉପର ୫ତାଲା ତାଙ୍କ ଘରକୁ ଆଉ ଦେଖିକି ଆସିବା କଣ ହେଇଛି। ସମସ୍ତେ ମୋ ମତରେ ଏକମତ ଥିଲେ। କାରଣ ଘଟଣାଟି ଆମର ସୋସାଇଟିର ଥିଲା ଆମେ ଜଦି କିଛି ଘଟଣା ଦେଖି ନ ଦେଖିଲା ପରି ହବୁ ସେଟା ତ ଚଳିବନି। ଆମକୁ ସଜାଗ ନାଗରିକ ହେବାକୁ ପଡିବ। ଆମେ ସବୁ ନିଷ୍ପତ୍ତି ନେଲୁ ୫ତାଲା ଯିବାକୁ। ଆମେ ୬/୭ଜଣ ପୁରୁଷ ଓ ସ୍ତ୍ରୀ ଲୋକ ମିଶିକି ଉପରକୁ ଗଲୁ। ସେଠି ପହଞ୍ଚି ତାଙ୍କ ଘର ବେଲ୍ ବଜେଇଲୁ। ତାଙ୍କ ଘରୁ ଜଣେ ବୁଢାଲୋକ କବାଟ ଖୋଲିଲେ ଆଉ କହିଲେ ଆପଣ କିଏ ଓ ମୋ ଘର ବାହାରେ କାଇଁ ଜମା ହେଇଛନ୍ତି? ଆମେ କହିଲୁ ଆମେ ଏଇ ସୋସାଇଟିର ଲୋକ ଆପଣଙ୍କ ଘରୁ ଗୋଟେ ସ୍ତ୍ରୀ ଲୋକର କାନ୍ଦିବାର ଓ ବଚାଓ ବଚାଓ ଚିଲେଇବାର ଆବାଜ ଶୁଣି ଆମେ ଆସିଛୁ। ଯିଏ ଚିଲଉଥିଲେ ତାଙ୍କୁ ବାହାରକୁ ଡାକନ୍ତୁ ଆମେ କଥା ହେବୁ। ସେତିକି ବେଳେ ଗହଳି ଶୁଣି ସେଇ ଫ୍ଲୋର ରେ ଥିବା ୨/୩ଟା ଫ୍ୟାମିଲି ବି ନିଜ କବାଟ ଖୋଲିଲେ ଆଉ କହିଲେ ହଁ ଆମେ ବି ପାଟି ଶୁଣିଛୁ। ସେଇ ବୁଢା ଲୋକ ଜଣକ କହୁଥାନ୍ତି କିଛି ହେଇନି, ଆପଣମାନେ ଯାଆନ୍ତୁ। ଆମେ କହିଲୁ କିଛି ହେଇନି ଜଦି ଆମେମାନେ କଣ ଖାଲିରେ ଏଠି ରୁଣ୍ଡ ହେଇଛୁ। ଆମେ ୬/୭ଜଣ ସେପଟ ବିଲ୍ଡିଙ୍ଗରୁ ଆସିଛୁ। ଏତେ ବାଟ ଆମକୁ ପାଟି ଶୁଭିଲା ବୋଲି ଆସିଲୁ ଆଉ ତମ ପଡିଶା ଲୋକ ବି କଣ ମିଛକହୁଛନ୍ତି। ଆଉ ବେଶୀ ଯୁକ୍ତି କରନ୍ତୁନି, ସେଇ ସ୍ତ୍ରୀ ଲୋକ ଜଣଙ୍କୁ ଡାକନ୍ତୁ ବାହାରକୁ। ତା ପରେ ସେଇ ସ୍ତ୍ରୀ ଲୋକର ସ୍ୱାମୀ ଜଣକ ଘର ବାହାରକୁ ବାହାରିଲା ଆଉ କହିଲା ଯିଏ ପାଟିକରୁଥିଲା ସେ ମୋ ସ୍ତ୍ରୀ ଆଉ ତାର ମୁଣ୍ଡ ଟିକେ ଖରାପ ସେ ମଝିରେ ମଝିରେ ଏମିତି ପାଟି କରେ। ସେ ବୁଢା ଲୋକଟି ପୁଅର ବାପା ଥିଲା, ସେ କହିବାକୁ ଲାଗିଲା ଯେତେବେଳେ ସେ ତା ମୁଣ୍ଡଖରାପ ମେଡିସିନ୍ ଖାଏନି, ସେ ଏମିତି ପାଟିତୁଣ୍ଡ ଓ ଝଗଡା କରେ। ଆମେ କହିଲୁ ସେ ସ୍ତ୍ରୀ ଲୋକଟିର ମୁଣ୍ଡ ଖରାପ୍, ଆମକୁ କଣ ମୂର୍ଖ ଭାବିଚ? ଜଲଦି ସେ ଝିଅକୁ ବାହାରକୁ ଡାକ ନହଲେ ଆମେ ପୋଲିସକୁ ଡାକିବୁ। ସେମାନେ ତାହାଲେ ବି ଆମ କଥା ଶୁଣିଲେନି। ମୋ ସ୍ୱାମୀ କହିଲେ ତମେ ସ୍ତ୍ରୀଲୋକ ମାନେ ଆଗ ତାଙ୍କ ଘରେ ପଶ ଆଉ ଦେଖ ସେ ଝିଅଟିର କଣ ଅବସ୍ଥା। ବେଶୀ ଅସୁବିଧା ହେଲେ ପୋଲିସକୁ ଡାକିବା। ଅନ୍ୟ ସ୍ତ୍ରୀଲୋକମାନେ ଟିକେ କୁଣ୍ଠାବୋଧ କଲେ ତାଙ୍କ ଘରେ ପଶିବାକୁ। କହିଲେ କାହାଘରେ ଏମିତି କେମିତି ପଶିଯିବା। ମୁଁ କହିଲି ନାଇଁ ତାଙ୍କ ଘରେ ପଶିକି ଝିଅଟିକୁ ଦେଖିକି ଆସିବା ତାର ଅବସ୍ଥା କଣ ତା ଜୀବନ ବିପଦରେ ଅଛି ଆମେ କେମିତି ତାକୁ ଏକା ଛାଡିକି ପଳେଇବା। ତା ପରେ ମୁଁ ଆଉ ୩,୪ଜଣ ସ୍ତ୍ରୀଲୋକ ତାଙ୍କ ଘରେ ପଶିଲୁ। ତାଙ୍କ ଘରେ ସେଇ ଝିଅର ଶାଶୁ ବସିବାଘରେ ବସିଥିଲେ ଆଉ ଝିଅଟି ବେଡ ରୁମରେ ଥିଲା। ଆମେ ବେଡ୍ ରୁମକୁ ଯାଇ ଦେଖିଲୁ ଝିଅଟି କାନ୍ଦୁଛି ଆଉ ତା ଗାଲ ପୁରା ନାଲି ପଡ଼ିଯାଇଛି। ହାତ ଓ ବେକରେ ରାଞ୍ଚୁଡିବାର ଚିହ୍ନ ଅଛି । ଆଉ ସେ ତାର କୁନି ୧ବର୍ଷର ଝିଅକୁ କୋଳରେ ଧରି କାନ୍ଦୁଛି। ଆମେ ତାକୁ ପଚାରିଲୁ, ତୁମ୍ ଠିକ୍ ହୋ? ସେ କହିଲା ହଁ। ଆମେ ତାକୁ ଆଗେ ପାଣି ଆଣି ପିଆଇଲୁ ଆଉ ପଚାରିଲୁ କଣ ହେଲା। ତମ ଲାଇଫ୍ ପ୍ରତି ବିପଦ ଅଛି ଜଦି କୁହ ଆମେ ପୋଲିସକୁ ଡାକିବୁ। ସେ ମନା କଲା ପୋଲିସକୁ ଡାକିବାକୁ। ତା ସ୍ୱାମୀକୁ ବି ଦେଖିଲି ତା ହାତରେ ରାଞ୍ଚୁଡା ଚିହ୍ନ ଅଛି। ତା ସ୍ୱାମୀ ତା ସ୍ତ୍ରୀକୁ ବାଡଉଥିଲା ଆଉ ଦୁଇଜଣଙ୍କ ଭିତରେ ପୁରା ଧସ୍ତାଧସ୍ତି ଓ ଝଗଡା ମାରପିଟ୍ ହେଇଛି ବୋଲି ପୁରା ବୁଝିହେଇଯାଉଥିଲା। ଆମେ ତାଙ୍କ ପରିବାରକୁ ବୁଝେଇକି ଆସିଲୁ କି ସେମାନେ ଯେମିତି ଆଉ କେବେ ତାଙ୍କ ବୋହୁ ଉପରେ ହାତ ନ ଉଠାନ୍ତି। ନହେଲେ ସିଧା ଜେଲ୍ ଯିବେ। ତାଙ୍କୁ ତାଗିଦ୍ କଲୁ କି ଏଇ ମୋହିନୀ ଭିଲ୍ଲା ସୋସାଇଟି ଅଲଗା ସୋସାଇଟି ପରି ନୁହେଁ କି ନାରୀ ନିର୍ଯ୍ୟାତନା ଦେଖି ଚୁପ୍ ରହିବ। ଏଠି ସମସ୍ତେ ସଜାଗ, ଅସୁବିଧାରେ ଅନ୍ୟକୁ ସାହାଯ୍ୟ କରନ୍ତି ଆଉ ଭୁଲ୍ ଜିନିଷ ଓ ଅନ୍ୟାୟ ଦେଖିଲେ ଆବାଜ ଉଠାନ୍ତି। ଆଉ କୋଉଦିନ ଯଦି ଏମିତି ପାଟି ଶୁଭିବ ସେଦିନ ତମ ପରିବାର ଜେଲ୍ ଯିବ। ଆଉ ବୋହୁକୁ ସମ୍ମାନର ସହିତ ରଖିବ ଆଉ ତା ଉପରକୁ କେହି ବି ଯେମିତି ହାତ ନ ଉଠାଅ। 


 ସେଦିନ ପରଠୁ ଆଉ କେବେ ତାଙ୍କଘରୁ ମାର୍ ପିଟର ଆବଜ ଆସିନି। ଗତ ବର୍ଷ ଦୂର୍ଗାପୂଜାରେ ଦୁଇ ଜଣ ସ୍ଵାମୀ ସ୍ତ୍ରୀ ଆଉ ତାଙ୍କ ତିନି ବର୍ଷର ଛୁଆଟିକୁ ଧରି ଆମ ସୋସାଇଟିର ଦୂର୍ଗାପୂଜା ପଣ୍ଡାଲକୁ ଆସିଥିଲେ। ଆମେ ସ୍ତ୍ରୀଲୋକ ୩/୪ଜଣ ସେଠି ବସିଥିଲୁ ମାସ୍କ୍ ପିନ୍ଧି। ତାଙ୍କ ସ୍ୱାମୀ ମତେ ଡାକି କହିଲେ ଆମ ସ୍ୱାମୀ ସ୍ତ୍ରୀ ଓ ଛୁଆର ଗୋଟେ ଫୋଟ ଉଠେଇ ଦବ? ସେଠି ଦୁର୍ଗା ମାଆଙ୍କ ଆଗରେ ପୋଜ୍ ଦେଲେ ଓ ମୁଁ ଫଟଟି ଉଠେଇଦେଲି। ତାପରେ ସେମାନେ ମତେ ଧନ୍ୟବାଦ କହିକି ପଳେଇଲେ। ସେଇ ଦମ୍ପତିଙ୍କୁ ଏକାଠି ହସ ଖୁସିରେ ଦେଖି ବହୁତ ଖୁସିଲାଗୁଥିଲା। ସେଦିନର ସେଇ ଦମ୍ପତି ଆଉ ଆଜିର ଏଇ ଦମ୍ପତି ଭିତରେ ବହୁତ ଫରକ୍ ଥିଲା। ଏଇ ପରିବର୍ତ୍ତନ ବୋଧେ ସେଦିନର ସେଇ ଘଟଣା ପାଇଁ। ଆମେ ଯଦି ସମସ୍ତେ ଏକାଠି ଯାଇ ତାଙ୍କ ଡୋରରେ ନକ୍ କରିନଥାନ୍ତୁ ଆଜି ପରିସ୍ଥିତି କିଛି ଅଲଗା ଥାନ୍ତା। ସେଥିପାଇଁ ସମୟ ଥାଉ ଥାଉ ନକ୍ ଆଟ୍ ଦ ଡୋର୍ କଲେ ଏମିତି ବହୁତ ପରିବାର ବୋଧେ ପାରିବାରିକ ହିଂସାରୁ ବଞ୍ଚିଯିବେ। କ'ଣ ମୁଁ ଠିକ୍ କହିଲି ତ ! 



Rate this content
Log in

Similar oriya story from Inspirational