STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

ରାଜଯୋଟକ

ରାଜଯୋଟକ

5 mins
8

ଆଜି ରମି ଯିବ. କେମିତି ଯିବ, କାହା ସଙ୍ଗେ ଯିବ ସେସବୁ ଆଗରୁ ପ୍ରସ୍ତୁତ ସରିଛି. ବାକି ଅଛି ରବିବାରରେ ତା ଭାଗର ମାଛ ଭଜା ସବୁ ସେ ଖାଇବ କେତେବେଳେ!ତଥାପି ପୁଡିଆ କରି ବାନ୍ଧିଦେଇ ଡାକ ପକେଇଲେ ଆନି, ରାମୁକାକା, ରାମୁକାକା କୁଆଡେ ଗଲ, କାମ ସବୁ ସାରିଲଣି ନା ନାହିଁ. ଖାଇବା ସଜାଡ଼ିଲିଣି ପରା ଆସ ଖାଇନିଅ.ରାମୁ ଜାଣନ୍ତି ରମି କେବଳ ତାଙ୍କ ପାଇଁ ଏ ଘରୁ ବିଦାୟ ହେବ. ତା ମାଆ ଟମି ପରି ସେ ନୁହେଁ ଏଠି ସେଠି କାଗଜ କାଠ, ଚପଲ ଦାନ୍ତରେ ଛିଣ୍ଡେଇ ଛିଣ୍ଡେଇ ଯାହା ଅପରିସ୍କାର କରେ କରେ ହେଲେ ବାନ୍ତି କରି ମୁତି ହଗି ଏଠି ସେଠି ଘର ଏମିତି କରୁଥାଏ ତାକୁ ନଛାଡି ଆଉ ଚାରା ନାହିଁ. କୋଉଠି ହେଲେ ସୁବିଧା ପାଇ ଟ୍ରେରେ ଛାଡ଼ିବେ କୋଉ ଷ୍ଟେସନରେ ଭାବୁ ଭାବୁ ରାମୁଙ୍କୁ ଟ୍ରେନରେ ଗପିବା ପାଇଁ ଭଦ୍ର ମହିଳା ଜଣେ ମିଳିଗଲେ. ଏତେ ବାଟ ଯିବାକୁ ହେବ. ସାଙ୍ଗରେ କେହି ନାହିଁ ଭାବି ରାମୁ ବ୍ୟସ୍ତ ହୋଇପଡ଼ିଲା ବେଳେ ହସକୁରି ଏହି ଭଦ୍ରମହିଳା ଜଣଙ୍କ ରାମୁଙ୍କ ସଙ୍ଗେ ଗପ ଯୋଡି ଦେଇଥିଲେ. ଭଦ୍ର ମହିଳାଙ୍କ ବଦଳି ହୋଇସାରିଥିବାରୁ ସେ ବିଶାଖାପାଟଣା ଯାଉଥିଲେ ଓ ସାଙ୍ଗରେ କିଛି ଭାରି ଓଜନ ବ୍ୟାଗ ଥିବାରୁ ରାମୁକାକା ଙ୍କୁ ଅନୁରୋଧ କାରିଥିଲେ ଷ୍ଟେସନରେ ତଳକୁ ସେ ଓଲ୍ହାଇଗଲା ପରେ ତାଙ୍କ ଜିନିଷ ପତ୍ର ତଳକୁ ଓଲ୍ହାଇବାରେ ଟିକେ ସାହାଯ୍ୟ କରିବାକୁ. ରାମୁକାକା ହସି ହସି କହିଥିଲେ ଏହାତ ମୋର ପରମ କର୍ତ୍ତବ୍ୟ. ଭଦ୍ରମହିଳାଙ୍କର କଣ ଆଉ କେହି ନାଁହାଁନ୍ତି ପ୍ରଶ୍ନଟି ମନରେ ଗୁଡେଇ ତୁଡ଼େଇ ହେଉଥିଲେ ମଧ୍ୟ ପଚାରି ପାରୁନଥିଲେ ରାମୁକାକା. ଭଦ୍ରମହିଳା କିନ୍ତୁ ସ୍ୱତଃ ଖୋଲିଦେଇଥିଲେ ତାଙ୍କ ଦୁଃଖ ଓ ନିରାଶାର କାହାଣୀ. ଅଶ୍ବିନୀଙ୍କ ସହ ଡିଭୋର୍ସ ହେଲାପରେ କୋର୍ଟରେ ଝିଅର ଲାଳନ ପାଳନ କରିବାକୁ ରୀତା ନାମ୍ନୀ ସେହି ଭଦ୍ରମହିଳାଙ୍କ ସ୍ୱାମୀ ତାଙ୍କ ଆବେଦନ ପୂର୍ବରୁ ଝିଅର ଲାଳନ ପାଳନ ଦାଇତ୍ୱ ତାଙ୍କୁ ଦିଆଯିବା ପାଇଁ ଆଗୁଆ ଅପିଲ କରିସାରିଥିଲେ ତ ହାରିଗଲା ମାଆଟିଏ. ଝିଅ ଓ ସେ ଦୁହେଁ ଦୁହିଁଙ୍କର ଆକାଶ ହୋଇ ବଞ୍ଚିଯାଇଥାଆନ୍ତେ କିନ୍ତୁ ଅଶ୍ବିନୀଙ୍କ ପାଖରେ ଝିଅ ରହିବା ପରେ ସେ ଝିଅକୁ ସବୁଦିନ ତା ସ୍କୁଲରେ ଭେଟୁଥିଲେ. ମାଆ ଓ ଝିଅ ଦୁହେଁ ସେହି ଦେଖା ହେବାର ମହାର୍ଘ୍ୟ ମୁହୂର୍ତ୍ତ ତଥା ପ୍ରତିକ୍ଷୀତ ଘଡିକୁ ଚାହିଁ ଘଡି ଦେଖିଚାଲିଥିଲେ କିନ୍ତୁ ଅଶ୍ବିନୀଙ୍କର ଅନ୍ୟତ୍ର ବଦଳି ସହିତ ଝିଅ ଲିସାର ପ୍ରସ୍ଥାନ ପରେ ରୀନା ଝିଅର ବିଚ୍ଛେଦରେ ଆଉ ସେ ସହରରେ ରହିବାକୁ ଚାହିଁ ନଥିଲେ. ଏତେସବୁ ଶୁଣିବା ଭିତରେ ରାମୁକକା ବି କାନ୍ଦି ପକେଇ ଥିଲେ.
    ପ୍ରତିକ୍ଷୀତ ଷ୍ଟେସନ ଆସିଯାଇଥିଲା. ରୀନାଙ୍କ ବ୍ୟାଗ ପତ୍ର ସବୁ ତଳକୁ ବଢ଼େଇ ସାହାଯ୍ୟ କରୁଥିବା ରାମୁକାକା ନିଜ ବ୍ୟାଗଟିକୁ ମଧ୍ୟ ଜାଣି ଜାଣି ରୀନାଙ୍କ ହାତକୁ ବଢ଼େଇ ଦେଇ ଶାନ୍ତିର ନିଶ୍ଵାସ ମାରୁଥିବା ବେଳେ ଟ୍ରେନ ଛାଡିଦେଇଥିଲା ସତ କିନ୍ତୁ ରୀନା ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ ରାମୁକାକା ଭୁଲରେ ତାଙ୍କ ବଡ଼ ଝୁଲା ବ୍ୟାଗ ତାଙ୍କୁ ବଢ଼େଇ ଦେଇଥିବାରୁ. ଏତେ ସମୟ କଥାବାର୍ତ୍ତା ଭିତରେ ରୀନା ତାଙ୍କୁ ସବୁ କହିଥିଲେ ମଧ୍ୟ ରାମୁକାକାଙ୍କ ବିଷୟରେ ସେ କିଛି ବି ଜାଣିନଥିଲା ବେଳେ ବ୍ୟାଗ ଭିତରୁ କୁଁ କୁଁ ଆବାଜ ଆସୁଥିଲା. ବ୍ୟାଗରେ ସୁନ୍ଦର ଗୁଲୁଗୁଲିଆ କୁକୁର ଛୁଆ ସହିତ ମାଛ ପୁଡିଆ ଦେଖି ରୀନା ଖୁସିରେ ବିହ୍ଵଳ ହୋଇପଡୁଥିଲା ବେଳେ ଏଣେ ଆନି ଜାଣିବାକୁ ପାଇଥିଲେ ରମି ଠିକଣା ଜାଗାରେ ପହଁଞ୍ଚି ଯାଇଛି କିନ୍ତୁ ରମିର ମାଆ କୋଳ ଶୁନ୍ୟ ଥିଲା ତ ରାତିସାରା ଟମିର ବେଚ୍ଛେଦ ଭରା କୁଁ କୁଁ ଶବ୍ଦରେ ନା ଶୋଇ ପାରୁଥିଲେ ଆନି ନା ରାମୁକାକା!ସକାଳୁ ସକାଳୁ ରୀନାଙ୍କ ସହିତ ରମିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ. ରୀନା କହୁଥିଲେ ବିଚ୍ଛେଦ ଦୁଃଖ କଣ ଅଙ୍ଗେ ନିଭେଇଥିବାରୁ ଏକା ସହରରୁ ରାମୁକାକା ମୋ ସହ ଉଠିଥିବାରୁ ଷ୍ଟେସନରୁ ବୁଝି ଠିକଣା ଖୋଜି କେତେ କଷ୍ଟରେ ଆସିଛି. ରାମୁକାକା ସିନା କହୁଥିଲେ ଲିସାର ଅନୁପସ୍ଥିତରେ ରମି ତୁମ ସାଙ୍ଗ ହୋଇଥିଲେ ତୁମକୁ ମନର ଶାନ୍ତି ମିଳିଥାଆନ୍ତା ଭାବି ଜାଣିଶୁଣି ବ୍ୟାଗଟିକୁ ତୁମ ହାତକୁ ବଢ଼େଇ ଆସିଥିଲି କହୁ କହୁ ଦେଖାଗଲା ରମି ତା ମାଆ ଟମି ସାଥିରେ ଗେଲ ହୋଇ କ୍ଷୀର ଶୋଷି ଚାଲିଛି. ରୀନା କହୁଥିଲେ ଏବେ କୋର୍ଟଙ୍କ ନ୍ୟାୟ ଅନୁଯାୟୀ ମୋ ଝିଅ ଲିସାକୁ ମୁଁ ଫେରିପାଇବି ମଉସା କହି ଫେରିପଡୁଥିଲେ ରୀନା ଓ ଘରର ସମସ୍ତ ସଦସ୍ୟଙ୍କ ଭୁଲ ନିଷ୍ପତ୍ତି ଦୀର୍ଘନିଶ୍ୱାସ ହୋଇ ବାହାରିଯାଉଥିବା ବେଳେ ଟମି ଓ ରମିଙ୍କ ଖେଳ କୌତୁକ ଦେଖିବାର କଥା ଥିଲା.
    ଏ ଭିତରେ ଆନିଙ୍କ ପୁଅ ରାକେଶର ଏକାସାଙ୍ଗରେ ଦୁଇଟି ଚାକିରୀ ହୋଇଯିବା ଖବରରେ ରାମୁକାକା ଭାରି ଖୁସି କାରଣ କେତେ କଷ୍ଟରେ ଆନିକୁ ସାହାରା ହୋଇ ତା ସହ ତା ପୁଅର ସବୁ ଦୁଃଖ ସୁଖରେ ଭାଗୀଦାର ହୋଇ ସ୍ୱାମୀ ନଥିବା ଆନିକୁ ସମାଜରେ ଜଣେ ପ୍ରତିଷ୍ଠିତ ଵ୍ୟକ୍ତି କରିବା ସହ ପୁଅକୁ ତାର ମଣିଷ ପରି ମଣିଷ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି ତାଙ୍କୁ ଜଣା. ଆମେରିକା ଭଳି ବଡ଼ ସହରରେ ରହି ଚାକିରୀ କରିବ. ସେଇଠା ଝିଅ ଦେଖି ବାହା ହେବ, ବଙ୍ଗଳା କିଣିବ. ସେଠିକାର ସ୍ଥାୟୀ ଅଧିବାସୀ ହେଲେ ରାମୁକାକା ଗର୍ବରେ ଛାତି ଫୁଲେଇ କହିବେ ମୋ ନାତି ଆମେରିକାରେ ଅଛି. ମାଆ ଆନିଙ୍କର ଇଛା ଥିଲା ଅନ୍ୟରକମ. ଓଡିଶାରେ ଚାକିରୀ କଲେ ପୁଅକୁ ସେ ଦେଖିପାରିବେ କିନ୍ତୁ ପୁଅ ବୁଝେଇଦେଇଥିଲା ଏବେର ଡିଜିଟାଲ ଯୁଗ କାହିଁ କୋଉଠି ପହଞ୍ଚିଲାଣି ମାଆ. ଭିଡ଼ିଓ କଲ କରି ମତେ ତଥା ମୋ ଅଫିସ, କ୍ଵାଟର, ଖାଦ୍ୟ, ସାଙ୍ଗସାଥି ସବୁ ତ ଦେଖିପାରିବୁ ଆଉ ଦୁଃଖ କଣ ଯେ!ପୁଅ କଥା ଶୁଣି ମାଆ ଆନି ବାଡ଼ିପଟକୁ ଚାଲିଯାଆନ୍ତି. ପ୍ରକୃତି କୋଳରେ ବଢିଥିବା ବର ଗଛରେ କେତେ ପକ୍ଷୀ ଦେଖି ମନକୁ ସାନ୍ତ୍ୱନା ଦିଅନ୍ତି ଯେ ପକ୍ଷୀ ଶାବକ ବଡ଼ ହୋଇଗଲା ପରେ କୋଉ ମାଆକୁ ଚି଼ହ୍ନେ ନା ମାଆ ତାର ଚିହ୍ନି ପାରେ ତା ଶାବକକୁ!ଗଡିଯାଉଥିବା ଦୁଇଧାର ଲୁହକୁ ପଣତରେ ପୋଛି ମାଆ ଆନି ପୁଣି ଚାଁହାଁନ୍ତି ବରଗଛରେ ଡିଆଁ ଡେଇଁ କରୁଥିବା ମାଙ୍କଡ଼ମାନଙ୍କୁ.ମନେ ପଡୁଥିଲା ପୁଅ ରାକେଶ ଛୋଟ ହୋଇଥିବା ବେଳର କାହାଣୀ କହିଲେ ଆତ୍ୟୁକ୍ତି ହେବ ଅଙ୍ଗେ ଲିଭା କଥାଟିଏ.
    ଏମିତି ସେଦିନ ମାଙ୍କଡ଼ମାନେ ଉତ୍ପାତ ମାନେ ଡିଆଁ ଡେଇଁ କରି କରି ସନ୍ଧ୍ୟାରେ ପ୍ରକୃତି କୋଳରେ ତାଙ୍କ ଆଶ୍ରୟ ସ୍ଥାନ ବାଛିରଖିଥିବା ସ୍ଥାନକୁ ଫେରିଗଲା ପରେ ବାଡ଼ିପଟକୁ ଆସି ଆନି ଦେଖନ୍ତି ତ କୁନିମାଙ୍କଡ଼ ଛୁଆଟିଏ ବାରିପଟେ ବସିରହିଛି ଓ ତାଙ୍କୁ ଜୁଳୁଜୁଳୁ କରି ଚାହିଁଛି. ଛୁଆକୁ ଛାଡ଼ିଦେଇ ଯାଇଥିବା ମାଆ ମାଙ୍କଡ଼ ନିଶ୍ଚୟ ଖୋଜି ଖୋଜି ଆସି ତା ଛୁଆକୁ ନେଇଯିବ ଭାବି ଛୁଆମାଙ୍କଡ଼ ଆଡକୁ ବିସ୍କୁଟ, ରୁଟି ପକେଇ ଥିଲେ ମଧ୍ୟ ସେ ଖାଇନଥିଲା ବରଂ ରତ ରତ ସଞ୍ଜରେ ମାଆ ତାର ଆସି ପହଁଞ୍ଚଗଲା ତ ମାଆ ଛୁଆ ମିଶି ଖାଇକି ଚାଲିଯାଇଥିଲେ ଖୁସିରେ. ଏବେ ରାକେଶ ଆମେରିକା ଚାଲିଗଲେ ଆନି କହାକୁ ପୁଅ ବୋଲି ଡାକିବେ, କାହା ପାଇଁ ଭଳି ଭଳି ରା଼ନ୍ଧି ଥୋଇବେ, କାହା ପାଇଁ ଝିଅ ଦେଖି ପସନ୍ଦ ଅପସନ୍ଦ ବାଛିବେ ଭାବୁ ଭାବୁ ଆନିଙ୍କୁ ଜ୍ୱର ଆସି ଯାଇଥିଲା. ରାମୁକାକା ଏଯାଏଁ ଫେରିନାହାଁନ୍ତି. ଆନି ସଞ୍ଜ ଦେଉ ଦେଉ ଦେଖିଲେ ଦୂରରୁ ରାକେଶ ପରି କେହି ଫେରୁଛି. ତାଙ୍କ ପୁଅ ତ ଏବେ ପ୍ଲେନରେ ବସି ସାରିବଣି. ଆମେରିକାରେ ରହିବା ପରେ ପୁଅ ତାଙ୍କର ସେଠିକା ପାଣିପବନକୁ ଆପଣେଇ ଆମେରେକୀୟ ସାହେବ ଵନିଯିବ ଭାବୁ ଭାବୁ ଝୁଣ୍ଟି ପଡ଼ୁ ପଡ଼ୁ କେହି ତାଙ୍କୁ ଧରି ନେଇଥିଲା. ମୁଁହଁ ସଞ୍ଜ ଅନ୍ଧାରରେ ଆନି ଦେଖିଲେ ରାକେଶ ତ ଅନ୍ଧ ଚକ୍ଷୁ ଫେରିପାଇଲା କି ଆଉ ଭାବୁ ଭାବୁ ରାକେଶ କହୁଥିଲା ତୁମକୁ, ରାମୁକାକଙ୍କୁ, ଏ ଘର, ଟମି ଓ ରମି ତଥା ପୁଷି ଓ ଗାଈ ବଉଳାକୁ ଛାଡ଼ି ଆମେରିକା ଯିବାକୁ ମନ ହେଲାନି, ଏଇ ଓଡିଶାରୁ ଆସିଥିବା ଚାକିରୀ କରି ତୁମ ପାଖରେ ରହିବି. ଖୁସିରେ ଆନିଙ୍କର ମନେ ପଡୁଥିଲା ସେଦିନ ସଞ୍ଜରେ ବାଟବଣା ମାଙ୍କଡଟି ମାଆ କୁ ଫେରିପାଇ ବିଛେଦର ଦୁଃଖ ଭୁଲି କି ଖୁସିରେ ଖାଇ ଫେରିଥିଲା ସେଦିନ. ସେମିତି ମନେ ପଡୁଥିଲା ଟମି ର ଛୁଆକୁ ତା ଠାରୁ ଅଲଗା କରି ଛାଡ଼ି ଆସିବା ପରେ ତାକୁ ପାଇ ରୀନା ଦେବୀ ଫେରେଇ ଦେବାକୁ ଆସିବା ଦିନ ମାଆ ଟମି ଓ ପୁଅ ରମିର ଖୁସି.
    ଏଥର ରୀନା ମ୍ୟାଡ଼ାମଙ୍କ କଥା ଖୁବ ମନେପଡ଼ିଥିଲା ଆନିଙ୍କର. ତାଙ୍କ ଡିଭୋର୍ସ ପରେ ଝିଅ ତାଙ୍କର ବାପାଙ୍କ ପାଖରେ ଥିବାରୁ ବିଛେଦ ଦୁଃଖରେ ଘାରି ହୋଇଥିବା ରୀନା ପୁଣି କୋର୍ଟ କରି ଝିଅକୁ ଫେରି ପାଇବେ କହୁଥିଲେ. ପ୍ରକୃତରେ ଫେରିପାଇଲେ କି ନାହିଁ ଓ ତାଙ୍କ ଝିଅ କେତେ ବଡ଼ ହେଲାଣି ବୁଝିବାକୁ ଚାହିଁଥିଲେ ଆନି. ଏ ଦିଗରେ ରାମୁକାକା ମଧ୍ୟ ସାହାଯ୍ୟ କରିଥିଲେ. ବିଶାଖାପାଟଣା ଯାଇ ଅନୁସନ୍ଧାନ କରି ଜାଣିବାକୁ ପାଇଥିଲେ ଖାଲି ଝିଅ ନୁହେଁ ଏ ଭିତରେ ସ୍ୱାମୀଙ୍କୁ ମଧ୍ୟ ଫେରିପାଇଛନ୍ତି ରୀନା ଦେବୀ. ସମସ୍ତେ ପରସ୍ପରକୁ ଭେଟି ଏକାଠି ହୋଇ ସେଦିନର ସେ ଛୋଟ କଥା ମନେପକାଇ ଆନି କହିଥିଲେ ଛାର କୁକୁର ହେଲେ ମଧ୍ୟ ଛୁଆକୁ ତା ମାଆ ପାଖେ ପହଞ୍ଚାଇ ଆପଣ କରିଥିବା ଋଣ ଆଜି ଭଗବାନ ଆପଣଙ୍କୁ ସୁଧ ସହ ଫେରେଇ ଦେଇଛନ୍ତି.ଏହି ସୌଜନ୍ୟମୂଳକ ଦେଖାସାକ୍ଷାତରେ ଆନି ନିଜ ପୁଅ ପାଇଁ ରୀନା ଦେବୀଙ୍କ ଝିଅର ହାତ ମାଗି ନିରାଶ ହୋଇଥିଲେ କାରଣ ଝିଅ ଜୀବନରେ ତା ଅଫିସର ବସ ଙ୍କ ସହ ତାର ସାନିଧ୍ୟ ଏବେ ପ୍ରେମର ରୂପ ନେଇଛି ଜାଣିବା ପରେ ଫେରିଆସିଥିଲେ ଆନି କିନ୍ତୁ ରାକେଶ ହିଁ ସେଇ ବସ ଓ ସେ ଭଲ ପାଉଥିବା ତାଙ୍କ ଅଫିସର ଝିଅ ଲିନା ହିଁ ରୀନଙ୍କ ଝିଅ ଜାଣିବା ପରେ ସମସ୍ତଙ୍କର ସବୁ ବିଛେଦର ଆଶଙ୍କା ଦୂରେଇ ବାହାଘରର ସାହାନାଇ ବାଜୁଥିଲା.


Rate this content
Log in

Similar oriya story from Action