Papu parida

Drama Inspirational Others

3  

Papu parida

Drama Inspirational Others

ପଠେଇବୁନି ମର୍ତ୍ତକୁ ମୋତେ

ପଠେଇବୁନି ମର୍ତ୍ତକୁ ମୋତେ

3 mins
390



       ଏକ ରାଜ୍ୟରେ ବଣିକଟିଏ ଥିଲେ। ଦେଶରୁ ଦେଶ ବୁଲି ବାଣିଜ୍ୟ କରନ୍ତି।ବର୍ଷର କିଛି ନିର୍ଦ୍ଧିଷ୍ଟ ଦିନ ବାଣିଜ୍ୟ କରି ଅନ୍ୟ କିଛି ସମୟ ନିଜ ରାଜ୍ୟକୁ ଫେରି ଦୁଃଖୀ ଦରିଦ୍ରଙ୍କ ସେବାରେ ନିଜକୁ ନିୟୋଜିତ କରନ୍ତି।କାହା ଆଖିରେ ଲୁହ ଦେଖିଲେ ତାଙ୍କ ହୃଦୟ ବି କାନ୍ଦି ଉଠେ।ପରିବାର କହିଲେ ତାଙ୍କ ସ୍ତ୍ରୀ ଏବଂ ଦୁଇଟି ପୁଅ।ସମାଜ ସେବାର ଆଳରେ ସେ କେବେ ବି ନିଜ ପରିବାରକୁ ଅବହେଳା କରିନାହାନ୍ତି।ଜୀବନକୁ ସରସ ସୁନ୍ଦର କରିବା ଲାଗି ଯାହା ଯାହା ଆବଶ୍ୟକ ସେ ସବୁ ମାଗିବା ପୂର୍ବରୁ ମିଳି ଯାଉଥିଲା ସମସ୍ତଙ୍କୁ। ପୁଅଙ୍କ ବିବାହ ମଧ୍ୟ ପାଖ ରାଜ୍ୟର ଏକ ବଣିକଙ୍କ ଦୁଇ ଝିଅଙ୍କ ସହ କରାଇ ସେମାନଙ୍କୁ ସବୁ ସୁଖ ସୁବିଧା ଯୋଗାଇ ଦେଇଥିଲେ।ହସଖୁସିରେ ପୁରି ଉଠୁଥିଲା ତାଙ୍କ ପରିବାର। ରାଜ୍ୟରେ ମଧ୍ୟ ସମସ୍ତେ ତାଙ୍କ ଉପରେ ଖୁସି ତାଙ୍କ ଉପରେ।ଯଦି ରାଜ୍ୟରେ ରାଜା, ମନ୍ତ୍ରୀ, ସେନାପତି ଏମାନଙ୍କ ପରେ ରାଜ୍ୟବାସୀ କାହାକୁ ଅଧିକ ସମ୍ମାନ ଦେଉଥିଲେ ତେବେ ସେ ବଣିକ ହିଁ ଥିଲେ।


       ଥରେ ବାଣିଜ୍ୟ କରିବା ପାଇଁ ବଣିକ ଦୂର ଦେଶକୁ ଯାଇଥାନ୍ତି। କିନ୍ତୁ ତାଙ୍କର ଭଲଗୁଣରେ ପ୍ରସନ୍ନ ହୋଇ ବିଧାତା ବୋଧେ ତାଙ୍କୁ ବାତ୍ୟା ରୂପରେ ସମୁଦ୍ର ମଧ୍ୟରେ ଜଗି ବସିଥିଲେ ତାଙ୍କୁ ନିଜର କରିବା ପାଇଁ। ପ୍ରବଳ ବର୍ଷା ପବନରେ ତାଙ୍କ ଡଙ୍ଗାଟି ଓଲଟି ପଡିଲା ଓ ସେ ମୃତ୍ୟୁବରଣ କଲେ।ଯମଦୂତ ମାନେ ଆଶି ତାଙ୍କୁ ସମ୍ମାନ ସହକାରେ ଯମପୁରକୁ ନେଇଗଲେ। ସେଠାରେ ଯମରାଜ ମଧ୍ୟ ତାଙ୍କୁ ସ୍ବାଗତ ଜଣାଇଲେ ଓ ସ୍ୱର୍ଗର ରାସ୍ତା ଦେଖେଇଦେଲେ। ସର୍ଗକୁ ଯିବା ପୂର୍ବରୁ ବଣିକ ଯମରାଜଙ୍କୁ କହିଲେ

     " ହେ ଧର୍ମରାଜ।ମୋର ଗୋଟିଏ ଇଚ୍ଛା ଅଛି,କଣ ଆପଣ ରଖିବେ?"

ଧର୍ମରାଜ ସହମତି ପ୍ରକାଶ କଲେ।


ବଣିକ : ଧର୍ମରାଜ। ମୁଁ ପୁଣି ମର୍ତ୍ତକୁ ଯାଇ ଦେଖିବାକୁ ଚାହୁଁଛି ମୋ ରାଜ୍ୟବାସୀ ମୋ ମୃତ୍ୟୁରେ କି ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି ଓ ମୋ ବିଷୟରେ ସେମାନଙ୍କ ଅନୁଭୂତି ଜାଣିବାକୁ ଚାହୁଁଛି ଏବଂ ଜନ ସେବା ପାଇଁ ଲୁଚେଇ ରଖିଥିବା ସମ୍ପତ୍ତିକୁ ମୋ ପୁଅ ମାନଙ୍କୁ ହସ୍ତାନ୍ତର କରିବା ପାଇଁ ଚାହୁଁଛି ଯାହା ଫଳରେ ସେମାନେ ପରବର୍ତ୍ତୀ ସମୟରେ ସେମାନେ ମଧ୍ୟ ଦୁଃଖୀଦରିଦ୍ରଙ୍କ ସେବା ଚାଲୁ ରଖିବେ।


ଧର୍ମରାଜ : ହେ ବଣିକ ତୁମେ ମର୍ତ୍ତର ମାୟା ତ୍ୟାଗ କର। ମର୍ତ୍ତକୁ ଫେରିବାର ଧୃଷ୍ଟତା ନ କରି ସ୍ଵର୍ଗରେ ଯାଇ ଖୁସିରେ ରୁହ।



      କିନ୍ତୁ ବଣିକଙ୍କ ବାରମ୍ବାର ନିବେଦନରେ ଯମରାଜ ହାରିଗଲେ ଓ ତାଙ୍କୁ ଏକ ବୃଦ୍ଧ ବେଶରେ ମର୍ତ୍ତକୁ ପଠାଇଲେ।ବୃଦ୍ଧବେଶୀ ବଣିକ ନିଜ ସମ୍ପତ୍ତିର ନକ୍ସା ଧରି ନିଜ ପୁତ୍ରମାନଙ୍କ ପାଖକୁ ଗଲେ। ନିଜ ଘର ଆଗରେ ସେ ଦେଖିଲେ ଶହ ଶହ ଲୋକ ଜମା ହୋଇଛନ୍ତି। ସମସ୍ତଙ୍କ ଆଖିରେ ଲୁହ ସମସ୍ତେ ବଣିକଙ୍କୁ ଝୁରିଛନ୍ତି।ବୃଦ୍ଧବେଶୀ ବଣିକ ଏ ସବୁ ଦେଖି ଆତ୍ମସନ୍ତୋଷ ଲାଭ କଲେ ଓ ଆତ୍ମବିଭୋର ହୋଇ ଉଠିଲେ।କିନ୍ତୁ ହଠାତ ତାଙ୍କ ମନକୁ ଏକ ପ୍ରଶ୍ନ ଆଘାତ କଲା ଯେ ସେ ତ ମରିବାର ଦୁଇଦିନ ହୋଇଗଲା ପରେ ମଧ୍ୟ ଲୋକମାନେ ଘରକୁ ନ ଯାଇ ଏଠି କାହିଁକି ଛିଡା ହୋଇରହିଛନ୍ତି।ଏତେ ପ୍ରେମ ଶ୍ରଦ୍ଧ।


    ଏବେ ସେ ଭିଡକୁ ଆଡେଇ ଆଡେଇ ଆଗକୁ ଗଲେ ନିଜ ପରିବାର ଲୋକଙ୍କୁ ଭେଟିବା ପାଇଁ କିନ୍ତୁ ସେ ଦେଖିଲେ

 "ଦାଣ୍ଡ ମୁହଁରେ ଏବେ ବି ତାଙ୍କ ଶବ ପଡି ରହିଛି ଓ ସ୍ତ୍ରୀ ଏବେ ବି ଶବ ପାଖରେ ବସିଛନ୍ତି, ତାଙ୍କ ଆଖିର ଲୁହ ବି ବହି ବହି ଥକିଗଲାଣି ବଧେ।"

    ଏ କଣ ? ଏ ସବୁ ସେ କଣ ଦେଖୁଥିଲେ କିଛି ବୁଝିପାରୁନଥିଲେ। ତାଙ୍କ ପୁଅ ବୋହୂ କେଉଁଠି? କିଛି ଉପାୟ ନ ପାଇ ସେ ଅନ୍ୟଜଣେ ବୃଦ୍ଧଙ୍କୁ ସମସ୍ତ ଘଟଣାବଳୀ ବିଷୟରେ ପଚାରିଲେ। ବୃଦ୍ଧ ଜଣକ ଉତ୍ତର ଦେଲେ

 "ଜୀବନ ସାରା ଆମ ପରି ଦୁଃଖିଦରିଦ୍ରଙ୍କ ସେବା କରି ସାଆନ୍ତ ସେ ପୁରକୁ ଚାଲିଗଲେ।ସାରା ରାଇଜରେ ଦୁଃଖର ଆସର କିନ୍ତୁ ତାଙ୍କ ଦି ପୁଅ..... । ସାଆନ୍ତ ମଲାପରେ ପ୍ରଥମେ ଶବସତ୍କାର ବିଷୟରେ ନ ଭାବି ସେମାନେ ସବୁ ସମ୍ପତ୍ତି ଭାଗ ବାଣ୍ଟିଲେ ଆଉ ଏବେ ଯାଇଛନ୍ତି ସେ ଡଙ୍ଗାଟିକୁ ଖୋଜିବା ପାଇଁ । କାଳେ ସେ ଡଙ୍ଗାରେ କାଳେ ସାଆନ୍ତ ଲୁଚେଇ ରଖିଥିବା ସମ୍ପତ୍ତିର ନକ୍ସାଟି ରହିଯାଇଛି। ଆଉ ଏପଟେ ଆମ ସାଆନ୍ତ ପଡି ରହିଛନ୍ତି।ଓଃ! କି ଦୁଃଖ।"

 

     ଏଥି ମଧ୍ୟରେ ରାଜ୍ୟର ରାଜା ମଧ୍ୟ ସବୁ କଥା ଜାଣିସାରିଥିଲେ। ତାଙ୍କରି ନିଷ୍ପତିରେ ରାଜ୍ୟବାସୀ ଶବକୁ ଶେଷରେ ପଟୁଆର କରି ମଶାଣି ନେଲେ ଓ ନିଜେ ରାଜା ମୁଖାଗ୍ନି ଦେଲେ। କିନ୍ତୁ ପୁଆମାନେ ଏ ପର୍ଯ୍ୟନ୍ତ ଫେରି ନଥିଲେ। ଆଖିରେ ଅଶୁମାରି ଲୁହ ଧରି ବୃଦ୍ଧବେଶୀ ବଣିକ ରାଜାଙ୍କ ପାଖକୁ ଯାଇ ନିଜକୁ ବଣିକଙ୍କ ମିତ୍ର ବୋଲି ପରିଚୟ ଦେଇ ନକ୍ସାଟି ତାଙ୍କ ହାତକୁ ବଢ଼େଇ ଦେଲେ ଓ ସମ୍ପତ୍ତି ସବୁକୁ ଦୁଃଖୀ ଦରିଦ୍ରଙ୍କ ସେବାରେ ନିୟୋଜିତ କରିବା ପାଇଁ ଅନୁରୋଧ କଲେ।


  ଜଣଙ୍କ ପରେ ଜଣେ ମଶାଣିରୁ ବିଦାୟ ନେଲେ। କିନ୍ତୁ ମଶାଣୀର ସେଇ ଜଳନ୍ତା ଜୁଇ ଆଗରେ ଠିଆ ହୋଇ ଭାବୁଥିଲେ


"ଜଳେଇବୁ ପଛେ ନରକ ନିଆଁରେ

କହିବିନି ପଦେ ତୋତେ

ଗୁହାରି କରୁଛି କାଳିଆ ତୋ ପାଦେ

ପଠେଇବୁନି ମର୍ତ୍ତକୁ ମୋତେ।


ସମ୍ପର୍କ ହାରଇ ସମ୍ପତ୍ତି ଆଗରେ

ମାୟା କୁହେଳିକା ସତେ

ଗୁହାରି କରୁଛି କାଳିଆ ତୋ ପାଦେ

ପଠେଇବୁନି ମର୍ତ୍ତକୁ ମୋତେ।.................."



Rate this content
Log in

Similar oriya story from Drama