STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ପଶୁ ମଣିଷ ପରି ନା ମଣିଷ ପଶୁ ପରି

ପଶୁ ମଣିଷ ପରି ନା ମଣିଷ ପଶୁ ପରି

4 mins
1


ଗୁହାଳ ଭିତର ଓରା ବାନ୍ଧି ପରିସ୍କାର କରୁ କରୁ ପଦିଆ ଅନ୍ୟମନସ୍କ ହୋଇପଡୁଥିଲା. କାଲି ପରି ଲାଗୁଛି. କଳା ମଚ ମଚ ନେତ ଗାଈର ମାଆ ହେବା କଥା. ଧୋବ ଫର ଫର, ମୁଣ୍ଡରେ ଚାନ୍ଦ ଚିହ୍ନ ଥାଇ କଅଁଳା ମାଈ ବାଛୁରୀ ସଙ୍ଗେ ଏଇ ଗୁହାଳ ପୁରିଉଠୁଥିଲା. ସେଇ ଗୁହାଳ ଆଜି ଖାଲି ପଡିଛି. ଚାନ୍ଦ ଚନ୍ଦ୍ରକଳା ପରି ବଢୁ ବଢୁ ଡେଉଁ ଥିଲା ଫୁଟୁବଲ ପରି. ଏମିତି ଡିଆଁ କୁଦା କଲା ଯେ ଚାଳରୁ ଓରା ଦେଖାଗଲା. ପଦିଆ ଏଣିକି ମାଆ ଛୁଆଙ୍କୁ ସ୍କୁଲ ପାଖ ଖେଳପଡିଆରେ ବାନ୍ଧିଦିଏ ନେତ ଆଉ ଚାନ୍ଦକୁ. କି ଦୁର୍ଯୋଗ କେଜାଣି ବଲ ପରି ଡେଇଁ ଡେଇଁ ଖେଳୁଥିବା ଚାନ୍ଦ ବାଇକବାଲା ଦେହରେ ବାଡେଇ ହୋଇ ଆଖିବୁଜିଦେଲା. ବାଇକବାଲା କଥା ବି ନକହିଲେ ଭଲ. ସେଇଦିନୁ ନେତ ସେଇ ପଡିଆରୁ ଆସୁନି ଗୁହାଳକୁ. ଆଖିରୁ ବହିଯାଉଛି ଧାର ଧାର ଲୁହ. ସେ ପଡିଆଟି କେଉଁ କାଳେ ହେଲିପ୍ୟାଡ଼ ହୋଇଥିଲା କେଜାଣି କୋଉ ଯୁଗରେ !ଥରେ କି ଦୁଇଥର ସଠିକ କହିହେବନି. କେହି ମଧ୍ୟ ସେ ପଡିଆ ଦେଇ ଯା ଆସ କରନ୍ତି ନାହିଁ କେବେ. ସ୍କୁଲ ଛୁଟି ପରେ ଖାଇପିଇ ପିଲା କେଇଟା କେତେବେଳେ କେମିତି ବଲ ଗଡା଼ନ୍ତି. ସେଦିନ ପୁଅ ଖେଳୁଥିବ ଭାବି ଜଣେ ବାପା ବାଇକ ଭରି କଲାନି ଯେ ଚାନ୍ଦର ପ୍ରାଣ ନେଲା ଜମଦୂତ ସାଜି. କାହାକୁ କହିବ ପଦିଆ?ବାଇକବାଲା ବି ସାଙ୍ଘାତିକ.ଉଠିବାକୁ ନାହିଁ ସେଠୁ ନେତ କି ମୁହଁ ଫେରେଇ ମାଲିକକୁ ଚାଁହୁନି. ସେଇଠି ପେଜ ଘାସ ତୋରାଣୀ ଥୋଇ ଆସୁଛି ପଦିଆ.

  ନାହାକ କହିଲେ ବୃହସ୍ପତ୍ତି ଚଳନ ବହୁତ ଶୁଭ ହେବା କଥା ହେଲେ ତୋର ବାରସ୍ଥ ରାହୁ ତେଣୁ ଏସବୁ ହେଉଛି. କାହାର ନଜର ଲାଗିଲା କି ଭାଇନା? ହେଇଥିବ. ଗୋଟେ କାମ କର ପଦନା. ଶୁକ୍ରବାର ନଖ କାଟି, ସେଗୁଡିକୁ ଏକାଠି କରି ଲବଙ୍ଗ ଓ କର୍ପୁର ଦେଇ ଜାଳି ତା ପାଉଁଶକୁ ଶନିବାର ବରଗଛ ମୂଳେ ଢାଳ. ଦେଖିବା କଣ ହେଉଛି. ନଜର ଲାଗିଥିଲେ କଟିଯିବ ଦୋଷ.ନଖ ଏଣେତେଣେ ପଡି ତା ଓରା ନଷ୍ଟ ହେବାରୁ ତୋଠି ନଜର ଲାଗୁଛି ନିଶ୍ଚୟ. ନଖ ଜାଳି ତା ପାଉଁଶ ବରଗଛମୂଳେ ଢାଳି ନଜର ହଟା ଦେଖିବୁ ପୁଣି ନେତ ମାଆ ହେବ. ଚାନ୍ଦକୁ ଫେରିପାଇବ ଓ ଗୁହାଳେ ପଶିବ. ତୁ ମଧ୍ୟ କ୍ଷୀର ଖାଇ ତୋ ପିଲାଙ୍କୁ ଦେଇ ତନ୍ଦରୁସ୍ତ ବନିବୁ. ଆଉ ବଳିଲେ ଏ ନାହାକ ଭାଇନାକୁ ମନେ ପକେଇବୁ ନହେଲେ ନାହିଁ. ହଉ ଦେଲୁ ଦେଲୁ କୋଡିଏ ଟଙ୍କା ମୁଁ ଯାଏ. କୋଡିଏ ଟଙ୍କା ପାଇ ନାହାକ ଭାଇନା,ଦାତାର ମଙ୍ଗଳ ହେଉ କହି କହି ଚାଲିଗଲେ. ଆଉ ଶୁକ୍ରବାର ହୋଇଥିବାରୁ ପଦନା କାଟି ବସିଲା ନଖ. ପୁଣି ପୋଡି ବସିଲା ଲବଙ୍ଗ ଓ କର୍ପୁର ଦେଇ. ପାଉଁଶକୁ ଜଗିବସିଲା ରାତି ପାହିଲେ ବରଗଛ ମୂଳେ ଅଜାଡି ନେତକୁ ଆଣିବାକୁ ଯିବ.

  ହେଲେ ଏ କଣ ଦେଖୁଛି ପଦନା. ନେତ ଉଠିଛି ସତ ହେଲେ ପିଲାମାନେ ଖେଳୁଥିବା ଧଳା ବଲଟିକୁ ଗୋଡ଼ରେ ଆଡେଇ କେବେ ପେଟ ତଳେ ଜାକି କେବେ ଗଡେଇ ଗଡେଇ ଖେଳୁଛି. କାହାକୁ ପାଖ ପୁରେଇ ଦେଉନି. ପିଲାଙ୍କୁ ସିଂଘ ଦେଖାଇ ଗୋଡ଼ାଉଛି ଓ ପଦନାକୁ ଦେଖି ହମା ହମା ବୋଲି ଡାକିଦେଇ ବଲ ପଛେ ପଛେ ଦୌଡୁଛି. ପଦନା ମୁଣ୍ଡରେ ବୁଦ୍ଧି ପଶିଲା. ଅନ୍ୟ ଏକ ଧଳା ବଲ କିଣି ଆଣି ନିଜେ ଗଡେଇଲା, ପିଚ ଖାଇ ବଲ ଉଠିଲା ଉପରକୁ ପୁଣି ଖସିଲା ତଳକୁ ତ ନେତ ହମା ହମା ଡାକି ଆସିଲା. ପୂର୍ବ ବଲଟିକୁ ଖେଳୁଥିବା ପିଲାମାନେ ନେଇ ଚାଲିଗଲେ. ନେତ ପଦନା ପଛେ ପଛେ ଆସି ଗୁହାଳରେ ବଲ ଧରି ଶୋଇଲା. ପଦନା ଦୌଡ଼ିଲା ନାହାକ ନନାକୁ କହିବାକୁ. ନଜର ହଟିଛି ନନା. ନେତ ଗୁହାଳକୁ ଫେରିଛି. ଖୁସିରେ ନନା କହୁଥିଲେ ଦେଲୁ ଦେଲୁ ଆଉ କୋଡିଏ ଟଙ୍କା. ଦେଖିବୁ ଏଥର ନେତ ମାଆ ହେବ ଆଉ ଚାନ୍ଦ ତା କୋଳକୁ ନିଶ୍ଚୟ ଫେରିବ. ସବୁ ନଜର କାଟିଦେବି ଦେଖିବୁ. ଖୁସିରେ ପଦନା କରାଟରୁ କୋଡିଏ ଟଙ୍କା କାଢ଼ି ବଢ଼େଇ ଦେଇଥିଲା ନନାଙ୍କୁ.

   ଚାନ୍ଦପରି ବାଛୁରୀ ନେତ କୋଳକୁ ଆସିବା ଆଗରୁ ନେତ ଚଳ ଚଞ୍ଚଳ ହେବ, କୁଣ୍ଡା ତୋରାଣୀ କୁଟା ପାଳ ଇତ୍ୟାଡି ଖାଇବ ଏସବୁ ପ୍ରକୃତରେ ନଜର ରିଷ୍ଟ କଟିଯିବା ଦ୍ୱାରା ହେଉଥିଲା କି ନାହିଁ କେଜାଣି କିନ୍ତୁ ନେତ ଯୁଆଡେ ଯାଉଥିଲା ବଲଟିଏ ଗଡେଇ ଗଡେଇ ଖେଳି ଭାବୁଥିଲା ତା ଚାନ୍ଦ ମରିନି ବରଂ ବଞ୍ଚିଛି ଓ ତା ସଙ୍ଗେ ଖେଳୁଛି. ଏମିତି ଭାବନାରୁ ଗୋମାତା ଚାନ୍ଦ କିଛିନହେଲେ ଚଳଚଞ୍ଚଳ ହେଉଛି ତ. ଏବେ ଷଣ୍ଢର ସାଙ୍ଗ ହେଲାଣି. ପାଖାପାଖି ଶୋଇରହି ଦୁହେଁ ଯେମିତି ଖୋଲା ବହି ପାଲଟି ଯାଇଛନ୍ତି. ଜୀବନରେ ଜଣଙ୍କ ପାଇଁ ଜଣେ ସାଥିର ଏକାନ୍ତ ଆବଶ୍ୟକତା ଅଛି ବୋଲି ଦୁନିଆଁକୁ ବୁଝାଇ ବୁଝିଯାଇଛନ୍ତି. ଏହା ହିଁ ସଂସାର ନିୟମ ବୋଲି ଉପଲବ୍ଧି କରି ଅନ୍ୟକୁ ସନ୍ଦେଶ ଦେଉଛନ୍ତି ଯେମିତି.ନେତ କିନ୍ତୁ ଛାଡ଼ୁନଥିଲା ଧଳା ବଲଟିକୁ. ସତେ ଯେମିତି ଧଳା ବଲଟି, ତା ବାଛୁରୀ ଚାନ୍ଦ ହୋଇ ତା ପାଖେ ପାଖେ ଅଛି.ନେତ ଗାଈର ଆତ୍ମକାହାଣୀ ଏମିତି ଗାଡିଚାଲିଥିଲା ବେଳେ ସେଦିନ ନେତ ପେଟ ତଳୁ ଧଳା ଧୋବ ଫରଫର ବଲଟି ଗଡ଼ିଗଲା ଦୁରକୁ ତ ଉଠି ଦୌଡ଼ିଲା ବଲ ପଛରେ ନେତ. ବଲ ତ ଗଡୁଥିଲା ଆଉ ବଲ ଗଡ଼ିବା ଦେଖି କେହି କେହି କିକ ଦେଉଥିଲେ ତ ପିଚ ଖାଇ ବଲ ଗଡୁଥିଲା ଆଗକୁ ଆଗକୁ ଆଉ ତା ପଛେ ପଛେ ନେତ ଗାଈ ଓ ନେତ ଗାଈ ପଛେ ପଛେ ସାଥି ଷଣ୍ଢ. ହଠାତ ସବୁକିଛି ବଦଳିଗଲା. ନେତ ଗାଈ ଟ୍ରକରେ ପିଟି ହୋଇ ଛିଟିକି ପଡିଲା.

   ହାଁ ହାଁ କରି ଲୋକ ଜମା ହୋଇଗଲେ ତାଙ୍କ ସହ ମାଲିକ ପଦିଆ. ଡାଲା ଅଟୋରେ ପକାଇ ପଦିଆ ଧାଇଁଲା ପଶୁ ଡାକ୍ତରଖାନା. ବାଟ ସାରା ଲୋକେ ଦେଖୁଥିଲେ ଡାଲା ଅଟୋ ପଛେ ପଛେ ଷଣ୍ଢଟିଏ ଧାଉଁଛି.ସେ ଅପୂର୍ବ ଦୃଶ୍ୟ ଦେଖି ଧୁଣି ଲୋକେ ଚକିତ ହେଲେ. ଗାଈ ନେତ ଜୀବନର ଆତ୍ମ କାହାଣିରେ ଏହି ଦୃଶ୍ୟ ଗୋଟିଏ ଜୀଵନ ଧର୍ମୀ କାହାଣୀର ଖୋଲା ପୃଷ୍ଠା ଥିଲା ଯେମିତି. ପଦିଆର ଅନେକ ସ୍ବପ୍ନ ନେତ କୁ ନେଇ. ତା ଉଜୁଡା ସଂସାରରେ ନେତ ହିଁ ଏକମାତ୍ର ଗାଈ ଯାହାକୁ ନେଇ ତା ସଂସାରର ଖୋଲା ଫର୍ଦ୍ଦ ଆଜି ବୁଜି ହୋଇଯିବାକୁ ବସିଛି. କିନ୍ତୁ ପଦିଆ ଡାକ ଭଗବାନ ଶୁଣିଥିଲେ. ନେତ ଚାରିଦିନପରେ ଭଲ ହୋଇ ଆଖି ଖୋଲିଥିଲା. ହମା ହମା ଡାକରେ ତାର ଚାରିଦିନ ହେଲାଣି ନଖାଇ ନପିଇ ପଶୁ ଡାକ୍ତରଖାନା ବାରଣ୍ଡାରେ ସମସ୍ତଙ୍କ ଦୌରାତ୍ମ୍ୟ ସହି ପଡିରହିଥିବା ଷଣ୍ଢଟି ଉଠିଲା. ନେତ ଥିବା ସ୍ଥାନକୁ ଧସେଇ ପଶିଲା. ନେତ ଆଗରେ ପାଟିରେ ଜାକି ଧରିଥିବା ଧଳା ବଲଟିକୁ ରଖିଦେଇଥିଲା. ସବୁକଥା ଓ ଦୃଶ୍ୟ କାହାଣୀ ପରି ଲାଗୁଥିଲେ ବି ସତ ଥିଲା.।


Rate this content
Log in

Similar oriya story from Action