Nityananda Sahu

Drama Romance

3  

Nityananda Sahu

Drama Romance

ପ୍ରତୀକ୍ଷା

ପ୍ରତୀକ୍ଷା

17 mins
441



 ଜୀବନର ଋତୁ ଚକ୍ରରେ ଅଫେରା ସାଥି ଆଉ ଥରେ ଫେରି ଆସିବ, ଏ କଥା ଯେ ଆଉ ଥରେ ସତ ହୋଇ ପାରେ ମଳୟ କେବେ ବି ଭାବି ପାରିନଥିଲା । ଗୋଟେ ସମ୍ପର୍କ ପାଇଁ ଦେଇଥିବା କଥାକୁ ମଳୟ ଜୀବନର ବଞ୍ଚିବା ପାଇଁ ବ୍ରତ କରି ଦେଇଥିଲା । କେବେ ମନ ଦୁଃଖ କରିନି କି ଭୁଲିବା ପାଇଁ ଥରୁଟିଏ ଚେଷ୍ଟା କରିନି । ଆଜି ଅଟୋ ଭିତରେ ବସି ସିଗାରେଟ ଲଗେଇବା ଭିତରେ ବଢ଼ିଲା ବୟସର ବୋଝକୁ ନେଇ ଯୌବନର ଉଷ୍ମତାକୁ ଦେହ ଭିତରେରଖି ବଞ୍ଚିବାକୁ କଷ୍ଟ ଲାଗିଲେ ବି ପ୍ରଥମ ପ୍ରେମକୁ ଭୂଲି ଆଉ କାହା ସାଥିରେ ବାକି ଜୀବନ କଟିବାର ନିଷ୍ପତି ନେଇ ପାରି ନାହିଁ ।

ବାହାରେ ବହୁତ ଶୀତ , କୋହଲା ପାଗ ସହ ଝିପି ଝିପି ବର୍ଷାରେ ଦେହରେ ଶୀତର ପ୍ରକୋପ ବହୁତ ଥିଲା । ପାଖ କାଉଣ୍ଟରରୁ ଗୋଟେ ବିଦେଶୀ ମଦ ବୋତଲ ଥିଲା ସବୁ ଦୁଃଖର ସାଥି । ପ୍ରତୀକ୍ଷା ଯିବା ଦିନ ଠାରୁ ଜୀବନରୁ ହୃଦୟ କେବଳ ଭାବୁକ ସାଜିଛି ପ୍ରେମ ସ୍ମଶାନରେ ଜଳୁଥିବା ଅତୀତର ସୁନେରା ମୁହୂର୍ତ୍ତକୁ ମନେ ପକେଇ । ଆଖି ତଳ ଦୁଇ ଟୋପା ଲୁହ ଲୁଚି ଯାଇଛି ବିଦେଶୀ ବ୍ରାଣ୍ଡର ନସେଲି ନିଶାରେ। ତଥାପି ଆଶା କେବେ ଥରେ ଯଦି ଦେଖା କରି କହି ଦେଇପାରିବେ ପ୍ରତୀକ୍ଷା ତୁମ ବିନା ଆଜି ବି ମୋ ଜୀବନରଙ୍ଗ ହୀନ ପୃଥିବୀ ମଳୟ । ପାରିବ କି ଆଉ ଥରେ ମତେ ତୁମ ଜୀବନରେ ଅପଣେଇ ? ହସି ହସି ମୁଁ ତୁମକୁ କହି ଦେଇ ପାରିବି ମୋ ବାକି ଜୀବନର ଶେଷ ନିଶ୍ୱାସ ଥିବା ଯାଏ ସାଥି କରି ପାରିବି ତୁମକୁ ପ୍ରତୀକ୍ଷା । ତୁମ ବିନା ମୋ ପୃଥିବୀ ଆଜି ବି ଅଧୁରା । ଏମିତି ଭାବନାରେ ହଜି ଥିବା ମଳୟ ଅଜ୍ଞାତରେ କେହି ଜଣେ ଅଟୋରେ ବସି ସାରିଥିଲେ । ଟିକେ ଶୀଘ୍ର ଚଳାନ୍ତୁ କଳିଙ୍ଗ ହସ୍ପିଟାଲ । ଜଣେ ଯୁବତୀର କଣ୍ଠ ସ୍ୱରରେ ଅତୀତରୁ ଫେରି ଆସିଥିଲା ମଳୟ ।

ହେଲେ ମାଡ଼ମ ?

ମୁଁ ସେ ରାସ୍ତାରେ ଯାଇ ପରିବିନି ? ମୋର ସେପଟ ରୁଟ ନୁହେଁ । ଆପଣ ଦୟାକରି ଅନ୍ୟ କୋଉ ଅଟୋ ଧରି ଯାଇପାରନ୍ତି ।

ଦେଖନ୍ତୁ ମୁଁ ବହୁତ ଯନ୍ତ୍ରଣାରେ ଅଛି ।

ପ୍ଲିଜ ବୁଝିବାକୁ ଚେଷ୍ଟା କରନ୍ତୁ । ମୋ ବାପାଙ୍କ ଦେହ ବହୁତ ଖରାପ । ଆପଣଙ୍କର ଯାହା ଭଡା ହେବ ମୁଁ ତା ଠାରୁ ଅଧିକ ଟଙ୍କା ଦେବି ।

କିନ୍ତୁ ମୁଁ ସେପଟ ରାସ୍ତାରେ ଗଲେ ମୋ ଆସୋସିଏସନକୁ ଫାଇନ ଦେବାକୁ ପଡିବ ।

ଦେଖନ୍ତୁ ଯଦି ଆପଣଙ୍କର ନିଜର କାହାର ଦେହ ଖରାପ ହୋଇଥିଲେ ଆପଣ ଯାଇ ନ ଥାନ୍ତେ । ଏମିତି ଦୁଃଖୀ କରନ୍ତୁ ନି ଦୟାକରି ?

ଆଛା ହଉ ବସନ୍ତୁ ।

ଅଟୋ ଷ୍ଟାର୍ଟ କରି ମାଷ୍ଟର କାଣ୍ଟିନରେଳ ଷ୍ଟେସନରୁ ବାହାରିଲା କଳିଙ୍ଗ ହସ୍ପିଟାଲକୁ । ଯିବା ବାଟରେ ମାଡ଼ମ ଜଣଙ୍କ କିଛି ଚିନ୍ତିତ ଥିଲା ପରି ଜଣା ପଡୁଥିଲେ । କିଛି ଅସୁବିଧା ହୋଇଛି ବୋଧ ହୁଏ ତାଙ୍କ ବାପାଙ୍କର । ପଛକୁ ବୁଲି ବି ଥରୁଟିଏ ଦେଖା କରିବାକୁ ମଳୟ ଚେଷ୍ଟା କରିବା ବେଳକୁ ଆପଣ ଟିକେ ଶୀଘ୍ର ଚଳାନ୍ତୁ ପଛରୁ ଶୁଣିବାକୁ ପଡୁଥିଲା । ସେହି ନାରୀ କଣ୍ଠ ସ୍ୱର ଟିକେ ପରିଚିତ ଲାଗୁଥିଲେ ବି ବୁଲିକି ଦେଖିବାକୁ ସାହସ କରି ପାରୁ ନ ଥାଏ ମଳୟ । ବୋଧ ହୁଏ ଏ ମୋ ଭ୍ରମ ପ୍ରତୀକ୍ଷାକୁ ବେଶି ଭଲ ପାଇବାର । ସେ ବା କାହିଁକି ଆସିବେ ଆଉ ଥରେ ।

ଅଟୋଟି କଳିଙ୍ଗ ହସ୍ପିଟାଲ ସମ୍ନାରେ ଅଟକିବା କ୍ଷଣି ମାଡ଼ମ ଜଣଙ୍କ ଶହେ ଟଙ୍କା ବଢ଼େଇ ଦେଇ ଚାଲିଗଲେ । ଠିକ ସେ ବି ଚେହେରା ଦେଖି ପାରିଲା ନି ମଳୟ ।

ଅଟୋ ବୁଲେଇ ଫେରିଲା ବେଳକୁ ମଳୟ ଦେଖିଲା ପଛ ପଟ ସିଟରେ ଏକ ଭାନିଟ ପଡିଛି । ଅଟୋ ଟି ଅଟକାଇ ଭାନିଟ ଟି ମାଡ଼ମଙ୍କର ଜାଣି ଦେବା ପାଇଁ ଯିବାକୁ ସ୍ଥିର କଲା ।

ହେଲେ ଜାଣିବ କେମିତି ଏତେ ବଡ଼ ହସ୍ପିଟାଲରେ ସେ କେଉଁ ବିଭାଗକୁ ଯାଇଛନ୍ତି । କାଳେ ଭାନିଟ ଭିତରେ କିଛି ଫୋନ ନମ୍ବର କି ଆଉ କାହା ନମ୍ବର ମିଳିଯିବ । ଭାନିଟ ଚେନ ଖୋଲି ଦେଖିଲା ପରେ ମଳୟ ଗୋଟେ କାର୍ଡ ପାଏ । କାର୍ଡରେ ନାଁ ପଢି ମଳୟ ଆଶ୍ଚର୍ଯ୍ୟ ହୋଇଯାଏ । ନାଁ ଥିଲା - ପ୍ରତୀକ୍ଷା ସାମନ୍ତରାୟ । ଜେନେରାଲ ମାର୍କେଟିଙ୍ଗ ଅଫିସର ଅଫ ଶଶୀ କମ୍ପାନୀ ପ୍ରାଇଭେଟ ଲିମିଟେଡ଼ । କିଛି ସମୟର ବିଚଳିତ ଭିତରେ ମଳୟ ଖୋଜି ବସିଲେ ଆଉ କିଛି ପ୍ରମାଣ ପତ୍ର ଏ ମୋ ପ୍ରତୀକ୍ଷା ନୁହେଁ ତ ? ଭେନିଟର ଅନ୍ୟ ଏକ ଚେନରେ ଫୋଟୋଟିଏ ପାଇଲା । ଫୋଟୋ ଟି ଦେଖି ମଳୟ ନିଶ୍ଚିତ ହୋଇଯାଇଥିଲା କି ଯାହା ପାଇଁ ମୋ ଜୀବନ ଏତେ ଧର୍ଯ୍ୟ ଆଉ ଦମ୍ବ ଧରି ବର୍ଷ ବର୍ଷ ଅପେକ୍ଷା କରିଥିଲି । ତାଙ୍କୁ ଏତେ ପାଖରୁ ପାଇ ବି କେମିତି ଜାଣି ପାରିଲି ନାହିଁ । ଆଉ ବେଶି ଡେରି ନ କରି ମଳୟ ହସ୍ପିଟାଲ ଭିତରକୁ ଅଟୋ ପାର୍କ କରି ଦୌଡ଼ିବାକୁ ଲାଗିଲା । ବହୁତ ଖୋଜା ଖୋଜି ଭିତରେ ପ୍ରତୀକ୍ଷାର ଖବର ପାଇ ପାରିଲେ ନାହିଁ । ସେପଟେ ପ୍ରତୀକ୍ଷା ଭାନିଟ ଅଟୋରେ ଛାଡି ଆସି ବିଚଳିତ ଥିଲେ । ରାତି ପାହିଲେ ଅପରେସନ ବାପାଙ୍କର । ଏଟିମ କାର୍ଡଟି ଭାନିଟରେ ଥିଲା କେମିତି ପେମେଣ୍ଟ କରିବି । ଟଙ୍କା ଜମା ନ ହେଲେ ଆପରସେନ ହୋଇ ପାରିବନି । ମୋବାଇଲ ବାଙ୍କିଙ୍ଗରୁ ପାଞ୍ଚ ଲକ୍ଷ ଜମା ଦେଲା ପରେ କାଉଣ୍ଟର ଵାଲା ଅପରେସନ ପାଇଁରସିଦ ଦେଲେ ।

ଟିକେ ଅସ୍ବସ୍ତି ହେଲା ପରେ ବି ପ୍ରତୀକ୍ଷା ଭାନିଟ ହଜେଇ ଦେଇ ଥିବାରୁ ମନ ଦୁଃଖରେ ଥିଲେ । ମୋବାଇଲରେ ଗୋଟେ ଅଜଣା ନମ୍ବର ଦେଖିରିସିବ କରିବେ କି ନାହିଁ ଭାବିବ ଭିତରେ କାଳେ ସେ ଅଟୋ ଵାଲା କଲ କରିଥିବ । ଏମିତି ଭାବି କଲ ଟିରିସିବ କଲେ ।


ହଲୋ ମାଡ଼ମ ,

ଆପଣଙ୍କର ଭାନିଟ ମୋ ଅଟୋରେ ଛାଡି ଆସିଥିଲେ । ମୁଁ ଆପଣଙ୍କୁ ବର୍ହି ବିଭାଗରେ ଅପେକ୍ଷା କରିଛି । ପ୍ରତୀକ୍ଷା ଖୁସି ହୋଇ ଅଟୋ ଵାଲାକୁ ଦେଖା କରି ଭାନିଟ ନେବା ପାଇଁ ଚାଲିଗଲେ । ସମ୍ନାରେ ମଳୟ ପ୍ରତୀକ୍ଷାକୁ ଦେଖି ଖୁସି ହୋଇଥିଲେ ବି , ସେ କଣ ମତେ ଚିହ୍ନି ପାରିବେ ? ଏତେ ଦିନ ପରେ ବି ସେଇ ଚେହେରା ଚାଲିବାର ଶୈଳୀ ଆଜିବି ବଦଳିନି । ଆଖିର କଜଳ ଓଠର ଲିପ୍ସଟିକ ଠାରୁ ଆରମ୍ଭ କରି ଭରା ଗଭାରେ କେଶ ଅଣ୍ଟା ଯାଏ ଲମ୍ବି ଥିବା ଲମ୍ବା ବେଣୀ , ଆଜି ବି ଅଛି । ବଦଳି ଯାଇଛି ଯାହା ଚେହେରାରରଙ୍ଗ ଟିକେ ।

ଧୀରେ ଧୀରେ ପ୍ରତୀକ୍ଷା ମଳୟ ଆଡକୁ ଆସୁଥାନ୍ତି , ଯେତେ ନିକଟତର ପ୍ରତୀକ୍ଷା ହୋଉଥିଲେ ମଳୟର ଛାତି ଭିତରେ ସ୍ପନ୍ଦନର ଗତି ବଢି ଚାଲୁଥାଏ ।

ମୁଁ ପ୍ରତୀକ୍ଷା , ମୋ ଭାନିଟ ଟି ଦେବେ ।

ହଁ ମାଡ଼ମ ।


ପ୍ରତୀକ୍ଷା ଭାନିଟଟି ନେଇ ଚାଲିଗଲେ କିନ୍ତୁ ମଳୟକୁ ଚିହ୍ନି ପାରିଲେ ନାହିଁ କି ଜାଣି ନ ଜାଣିଲା ପରି ଚାଲିଗଲେ । ଫେରି ଯାଉଥିବା ବେଳେ ମଳୟ ଦେଖିବାକୁ ଚେଷ୍ଟା କରିଥିଲେ ପ୍ରେମିକ ଆଖିରେ ପ୍ରତୀକ୍ଷା କଣ ବିବାହ କରି ନାହାନ୍ତି ? ନିଜର ପରିଚୟ ଦେବାକୁ ଖରାପ ଲାଗିଲା । ସେ କଣ ମତେ ଏମିତି ବେଶ ପୋଷାକରେ ଦେଖି ଚିହ୍ନି ପାରିବେ । ସେ ଏବେ ଏତେ ବଡ଼ କମ୍ପାନୀରେ ଚାକିରୀ କରୁଛନ୍ତି । ମୁଁ ସାଧାରଣ ଅଟୋ ବାଲାଟିଏ । ସେଦିନର ପ୍ରେମ ଯେଉଁଠି ସାରିଥିଲା ଆଜି ବି ସେଇଠି ରହିଗଲା । ହସ୍ପିଟାଲରୁ ଫେରି ଆସିଥିଲା ମଳୟ । ରୁମରେ ପହଞ୍ଚି ଟିକେ ଧୋଇ ହୋଇ ବସି ପଡିଥିଲା ସେଇ ପୁରୁଣା ଆଟେଜି ନିକଟରେ । ଅତୀତର ସ୍ମୃତି ପରି ଅଟେଜିରେ ମଧ୍ୟ ଧୂଳି ଲାଗି ସାରିଥିଲା । ଧୂଳି ସଫା କରି ଅଟେଜ ଖୋଲି ଖୋଜିବାକୁ ଚେଷ୍ଟା କରିଥିଲା କଲେଜ ସମୟର ଡାଏରିଟିକୁ । ପାଇଗଲା ପରେ ଛାତ ଉପରେ ଗୋଟେ ପ୍ୟାକ ମଦ ବନେଇ ହାତରେ ସିଗାରେଟ ଲଗେଇ ଖୋଲିଥିଲା ପ୍ରତୀକ୍ଷା ଲେଖିଥିବା ତାଙ୍କ ଜୀବନର ଅଟୋଗ୍ରାପକୁ ପଢିବାକୁ । ପ୍ରତୀକ୍ଷା ତାଙ୍କର ସବୁ ଭଲ ମନ୍ଦ ଗୁଣ ଲେଖିଥିଲେ କିନ୍ତୁ ମୋ ପାଇଁ ଧାଡିଟିଏ ଲେଖିବାକୁ ଭୁଲି ନ ଥିଲେ । ଆଖିରେ ଲୁହ ଭିଜା ଅତୀତ ସହ ମଦର ନିଶାରେ ମଳୟ ବାହାର ଶୀତକୁ ଖାତିର ନ କରି ପଢିବାକୁ ଆରମ୍ଭ କରେ ।


ମଳୟ ,

କଲେଜରେ ମୋର ଯଦି କିଏ ସବୁଠୁ ଭଲ ସାଥିଥାଏ ସେ ହେଉଛ ତୁମେ। ତୁମ ସହ ମୋର ବିତିଲା ମୁହୂର୍ତ ମୋ ଜୀବନରେ କେବେ ବି ଭୁଲି ପରିବିନି । ମୁଁ ଜାଣେ ତୁମ ମନରେ ମୋ ପ୍ରତି ଭଲ ପାଇବା ଅଛି ଆଉ ମୋ ମନରେ ବି । ତଥାପି ମୁଁ ନିରୁପାୟ ମଳୟ , ଏ ଜୀବନର ନିଷ୍ପତି କେବଳ ମୋ ପିତା ମାତା ଙ୍କର । ତାଙ୍କ ବିନା ମୋ ଖୁସି ପରିକଳ୍ପନା କରିବା ଅସମ୍ଭବ ଯେମିତି ତୁମ ବିନା ବି ମୋ ବାକି ଜୀବନ ଅଧୁରା । ତୁମର ମନ ଦୁଃଖ କରିବାକୁ କେବେ ଚାହିଁନି ହେଲେ ମୁଁ ନିରୁପାୟ । ଆମ ସଂପର୍କ କେବେ ବି ଆଗକୁ ବଢି ସଫଳ ହେବେ ତାହା ମୁଁ ଜାଣିନି । ଆଶା କରେ ତୁମେ ମତେ ବୁଝିପାରୁଥିବ । ଅନେକ ଥର ଚେଷ୍ଟା କରିଛି ମନ କଥା ତୁମକୁ କହି ଦେବା ପାଇଁ ହେଲେ ଫେରି ଆସେ ତୁମର ସରଳ ହୃଦୟର ନିଷ୍ପାପ ଭଲ ପାଇବା ଆଉ ମୋ ପ୍ରତି ତ୍ୟାଗ ଦେଖି । ଏ ଜୀବନରେ କେବେ ବି ତୁମକୁ ହରେଇ ବାକୁ ଚାହୁଁନି । ଭଲ ସାଥି ଭାବରେ କେବଳ ଏତିକି ଅନୁରୋଧ ମୋର ମତେ ଭୁଲି ଯାଇ ତୁମେ ତୁମ ଜୀବନକୁ ସଫଳ କର । ଆଉ ଏକ ସୁନ୍ଦର ଜୀବନ ସାଥି ସହ ବାକିରାସ୍ତା ଖୁସିରେ ଅତିବାହିତ କର । ମୋର ବିଶ୍ୱାସ ତୁମ ଉପରେ ବହୁତ ଅଛି । ଆଶା କରେ ମତେ ବୁଝି ତୁମେ ଠିକ ନିଷ୍ପତି ନେବ ।


ଇତି ତୁମର

ସ୍ନେହରଙ୍କୁଣୀ ପ୍ରତୀକ୍ଷା ।।


ଏତିକି ପଢି ସାରି ଛଳ ଆଖିରେ ସିଗାରେଟ ଧୂଆଁରେ ମଳୟର ଛାତି ଭିତରର କୋହକୁ ଚାପିବାକୁ ଚେଷ୍ଟା କରେ। ତୁମେ ସିନା ଗଲା ବେଳେ ଡାଏରୀ ଦେଇ ନିରବରେ କିଛି ନ କହି ଚାଲିଗଲ । ହେଲେ ଥରୁଟିଏ କହିଲ କି ମତେ ତୁମେ ଭୂଲି ଯାଇ ପାରିବ ବୋଲି । ତୁମ ମନରେ ଆଜି ବି ମୋ ପ୍ରତି ହୁଏ ତ ଭଲ ପାଇବା ଅଛି । ମୋର ବିଶ୍ୱାସ ଅତୁଟ । ଆମ ସଂପର୍କରେ ସ୍ୱଚ୍ଛତା ଅଛି । ସେଇ ବିଶ୍ୱାସରେ ମୋ ବାକି ଜୀବନ ତୁମକୁ ମନେ ପକେଇ କାଟି ଦେଇ ପାରେ । ଅତୀତ ପୃଷ୍ଠାକୁ ଆଜି ଖୋଲି ବସି ତୁମକୁ ଝୁରୁଛି ମୁଁ ପ୍ରତୀକ୍ଷା ହେଲେ ତୁମେ ଯେଉଁ ଦୁଃଖକୁ ମତେ ନ କହି ସହି ଚାଲିଛ ଯନ୍ତ୍ରଣାର ସହ ତାର ଭାଗିଦାରୀ ମତେ ହୋବର ସୁଯୋଗ ନ ଦେଇପାର କିନ୍ତୁ ଭଲ ବନ୍ଧୁଟିଏ ପରି ଚେଷ୍ଟା କରିବି ଆଉ ଥରେ ତୁମ ଆଖିର ଆଶ୍ରୁକୁ ବୋହିବା ଆଗରୁରୋକିବାର ପାଇଁ ।

ଏମିତି ମୁଁ ଭଲ ପାଇନି ପ୍ରତୀକ୍ଷା ଯେ ନିଜେ ଖୁସି ପାଇଲିନି ବୋଲି ତୁମ ଦୁଃଖକୁ ଦେଖି ଖୁସି ହେବି । ସେମିତି ମଣିଷ ଏ ମଳୟ ନ ଥିଲା କି ଆଜି ବି ନାହିଁ । ହୁଏତ ତୁମେ ଚିହ୍ନି ପାରିଲାନି  ମୁଁ କିନ୍ତୁ ତୁମର ପରିଚୟ ପାଇଲା ପରେ  ଯଦି ମୋ ଯଥା ସମ୍ଭବ ସାହାଯ୍ୟ ନ କରିପାରେ  ମୋ ଭଲ ପାଇବା ମୂଲ୍ୟ ହୀନ ହୋଇଯିବ ।

କଥାରେ ଅଛି ପବିତ୍ର ଭଲପାଇବାରେ ତ୍ୟାଗ କରିବାକୁ କିଛି ହୋଇଥାଏ ହୃଦୟର ସହ । ଆଉ ମୋ ତ୍ୟାଗ ହେଉଛି  ମୋ ଖୁସି ବଦଳରେ ତୁମ ଓଠରେ ହସ ଦେଖିବା । ମୁଁ ନିଶ୍ଚିତ କରିବି  ଆଉ ଥରେ ସମ୍ମୁଖରେ ମୋ ପ୍ରତୀକ୍ଷାକୁ ଖୁସିରେ ଦେଖିବାକୁ ଆଉ ଏକ ଛୋଟ ପ୍ରୟାସ । ତା ବଦଳରେ ମୁଁ ମୋର ସର୍ବସ୍ବ ହରେଇ ଦେଲେ ବି ଦୁଃଖ ଥରୁଟିଏ କରିବିନି ।

କାଲି ସକାଳେ ପ୍ରତୀକ୍ଷା ବାପାଙ୍କର ଅପରେସନ  ମୋର ସେଠି ନିହାତିରହିବା ଦରକାର । ମନର ମାନସୀକୁ କେବେ ବି ଅଧା ବାଟରେ ଛାଡି ପରିବିନି । କାଲିର ପ୍ରଭାତ ହେବ ଆଉ ଏକ ଭିନ୍ନ ସକାଳ ମୋ ଜୀବନର ।

ଏମିତି ଭାବି ଭାବି ସାରାରାତି ଅନିଦ୍ରାରହି  ସକାଳୁ ସକାଳୁ ମଳୟ ପହଞ୍ଚି ସାରିଥିଲା କଳିଙ୍ଗ ହସ୍ପିଟାଲରେ । ପଚାରି ବୁଝୁ ବୁଝୁ ଜାଣିବାକୁ ପାଇଛି  ବାପାଙ୍କ ଅପରେସନ ପାଇଁ ଖୁବ ଶୀଘ୍ର ଓ ନେଗାଟିଭିରକ୍ତ ଦରକାର । କାଲିରାତି ଠାରୁ ଚେଷ୍ଟା ଚାଲିଛି  ହେଲେ ମିଳୁ ପାରୁନାହିଁ । ପ୍ରତୀକ୍ଷାକୁ ଖୋଜିବାକୁ ଚେଷ୍ଟା କଲା  ହେଲେ ବୁଝୁ ବୁଝୁ ସେରକ୍ତ ଯୋଗାଡ଼ କରିବାକୁକୁଆଡେ ଯାଇଛନ୍ତି । ଅପରେସନ ଆଉ ଏକ ଘଣ୍ଟା ବାକି ଅଛି  ଆଜି ନ ହେଲେ ଅପରେସନ କିଛି ବି ହୋଇଯାଇ ପରେ ।

ଆଉ ଡେରି ନ କରି ମଳୟ କାଉଣ୍ଟର ନିକଟକୁ ଯାଇ ନିଜରରକ୍ତ ଗ୍ରୁପ ଓ ନେଗାଟିଭିକୁହେ ଆଉରକ୍ତ ଦେବା ପାଇଁରାଜି ହୋଇଯାଏ । ତତ୍କାଳୀନ ସେଠାରେରକ୍ତ ନେଇ ଅପରେସନ କରିବା ପାଇଁ ଅନୁରୋଧ କରେ । ହେଲେ ବିନା ଘରର କୌଣସି ନିଜ ଲୋକଙ୍କ ଦସ୍ତଖତ ବିନା ଅପରେସନ କେମିତି ହେବ । ଜୀବନ ପ୍ରତି ବିପଦ ଅଛି  ଆମେ ବିନା ଦସ୍ତଖତରେ ଅପରେସନ କରି ପାରିବୁନି  ହସ୍ପିଟାଲ କର୍ମଚାରୀ ଙ୍କ ମାନ୍ତବ୍ୟ ଶୁଣି  ମଳୟ ନିଜେ ସମ୍ପର୍କୀୟ କହି ଦସ୍ତଖତ ସାରିରକ୍ତ ଦାନ କରି ଅପରେସନ ପାଇଁ ଅନୁରୋଧ କରେ ।

ଶେଷରେ ପ୍ରତୀକ୍ଷାଙ୍କର ବିନା ଅନୁମତିରେ ଅପରେସନ କାର୍ଯ୍ୟ ଆରମ୍ଭ ହୋଇ ଯାଇଥାଏ । କାଳେ କିଛି ଅନିଷ୍ଟ ନ ହଉ  ସେଥିପାଇଁ ମେଡିକାଲ ବାରଣ୍ଡାରେ ଗଣେଶ ମହାପ୍ରଭୁ ଙ୍କ ନିକଟରେ ଦୀପଟିଏ ଜାଳି ବିନୀତ ଅନୁରୋଧ କରେ ।

ହେ ପ୍ରଭୁ ମୁଁ ଜାଣେନା ଭୂଲ କି ଠିକ କରିଛି  କେବେଳ ଏତିକି ବୁଝିଛି  ମୁଁ କେବେ ବି ପ୍ରତୀକ୍ଷାଙ୍କ ଆଖିରେ ଲୁହ ଦେଖି ପରିବିନି । ସମୟ ଆସି ଅଧ ଘଣ୍ଟା ହେଲାଣି  ଅପରେସନରୁମର ନାଲି ବତୀ ସେମିତି ଜଳୁଛି  ଏପଟେ ପ୍ରତୀକ୍ଷା ଙ୍କ ଆସିବା ବି ଡେରି ହେଉଛି । ଫୋନ କରି କହିବାକୁ ଭାବିଲେ  ହେଲେ ପରିଚୟ କଣ ଦେବି  ସେ କଣ ମତେ ଠିକ ବୁଝି ପାରିବେ  ନା ଥାଉ ।

ଆପରସେନ ରୁମରୁ ଆସି ଡାକ୍ତର ସଫଳ ହୋଇଛି କହିଲା ପରେ ଅସ୍ବସ୍ତି ହୋଇଥିଲା ମଳୟ । କିଛି ମେଡ଼ିସିନ ଆଉ ଅପରେସନ ପାଇଁ କିଛି ଅତିରିକ୍ତ ଚାର୍ଜ ଲାଗିଥିବାରୁ କାଉଣ୍ଟରରେ ଅଧିକ ଏକ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇ ଡାକ୍ତର ଚାଲିଗଲେ ।

ମେଡ଼ିସିନ ଆଉ ଟଙ୍କା ଜମା କରି  ଥରୁଟିଏ ପ୍ରତୀକ୍ଷାଙ୍କୁ ଦେଖା କରି ଚାଲି ଯିବକୁ ମନେ ସ୍ଥିର କଲେ ବି  ସେ କଣ ବୁଝିବେ ତାକୁ ଭାବି ମଳୟ ଚୁପ ହୋଇ ବାପାଙ୍କୁ ୱାର୍ଡରେ ସୁସ୍ଥ ଦେଖି ଅଜାଣତେ ପାଦ ଛୁଇଁ ଚାଲି ଯାଇଥିଲା ମଳୟ ।

ଜୀବନରେ ପ୍ରତୀକ୍ଷା ପାଇଁ ଆଜି କରିଥିବା କର୍ତ୍ତବ୍ୟ ମଳୟକୁ ଖୁସି ଦେଇ ପାରିଥିଲା । ମନେ ଅଛି ଫେରିଯିବା ପୂର୍ବରୁ ପ୍ରତୀକ୍ଷା କଲେଜ ସମୟର ଶେଷ ଦେଖାରେ କହିଥିଲେ ମୋ ବାପା ମୋ ପାଇଁ ସବୁ କିଛି । ମୁଁ କେବେ ବି ତାଙ୍କ ମନରେ କଷ୍ଟ ଦେଇପାରିବିନି ମଳୟ ।

ଆଜି ମଳୟ ପ୍ରତୀକ୍ଷାର ଭଲ ପାଉଥିବା ମଣିଷକୁ ସୁସ୍ତ କରି ଖୁସି ଥିଲା ଆଉ ପ୍ରତୀକ୍ଷା ବି ନିଶ୍ଚିତ ଜାଣିଲେ ବାପାଙ୍କ ଦେହ ସୁସ୍ତ ଅଛି ଖୁସି ହେବେ । ମେଡିକାଲ କାଉଣ୍ଟର ଛାଡିବା ଆଗରୁ ପ୍ରତୀକ୍ଷା ପାଇଁ ଗୋଟେ ପେପରରେ ମେସେଜଟିଏ ମଳୟ ଲେଖି ଥିଲା ।


ପ୍ରତୀକ୍ଷା,

ହୁଏତ ମୁଁ ନ ଥାଇ ପରେ ତୁମ ଜୀବନରେ କିନ୍ତୁ ତୁମ ଆଖିର ଲୁହ ମୁଁ କେବେ ଦେଖି ପାରିବି ନାହିଁ ।


ଇତି ତୁମର

।। ଶୁଭେଛୁ ।।


ଅଟୋ ଷ୍ଟାର୍ଟ କରି ମଳୟ ଚାଲି ଯାଇଥିଲା ଦୈନ୍ୟଦିନ ରୋଜଗାର ପାଇଁ । ପାଖା ପାଖି ଦୁଇ ଘଣ୍ଟା ପରେରକ୍ତ ନ ପାଇ ପ୍ରତୀକ୍ଷା ବ୍ୟସ୍ତ ହୋଇ ପହଂଚି ଡାକ୍ତର ଦେଖା କରି ଅପରେସନ ସମୟକୁ ବଦଳେଇବା ବାକୁ ଅନୁରୋଧ କରିବାକୁ କହିବା ପୂର୍ବରୁ ଆପଣଙ୍କ ବାପାଙ୍କର ଅପରେସନ ସଫଳ ହୋଇଛି । ଏତେ ବଡ଼ ବିପଦ ସଙ୍କୁଳ ଛଅ ଟି ବ୍ଲକେଜକୁ କାଢ଼ିବାର ଅପରେସନସଫଳ ହୋଇ ପାରିଛିମୋ ନିଜକୁ ମୁଁ ବିଶ୍ୱାସ କରି ପାରୁନାହିଁ ।

ଆଜି ପ୍ରଯ୍ୟନ୍ତ ମୋ ଜୀବନରେ ଯେତେ ଅପରେସନ କରି ସଫଳ ହୋଇଛି ଯେତିକି ଖୁସି ପାଇନି ଆଜି ଏ ଅପରେସନରେ ମୁଁ ବହୁତ ଖୁସି । ଡାକ୍ତରଙ୍କ ଠାରୁ ସଫଳ ଅପରେସନ ଶୁଣି ଚମକି ଉଠେ ପ୍ରତୀକ୍ଷା । କିନ୍ତୁ ବିନାରକ୍ତରେ ଆପଣ କହୁଥିଲେ ଅପରେସନ ହୋଇପାରିବନି । ତା ହେଲେ କେମିତି କଲେ ।

ଆପଣଙ୍କର ସମ୍ପର୍କୀୟ କଣ କିଛି କହି ନାହାନ୍ତି ମାଡ଼ମ ।

ସେ ନିଜେରକ୍ତ ଦେଲେ ଅପରେସନ ପରେ ମେଡ଼ିସିନ ଆଉ ଅତିରିକ୍ତ ଖର୍ଚ୍ଚ ବାବଦ ଟଙ୍କା ବି ଜମା କରିଛନ୍ତି ।

ଏଇ ନିଅନ୍ତୁ ଆପଣ ଙ୍କରରସିଦ । ହେଲେ ମୋର ଏଠି କେହି ବି ସାମ୍ପର୍କୀୟ ନାହାନ୍ତି । ସେ ଯାହା ବି ହଉ ମାଡ଼ମ ସେ ଯୁବକ ଜଣକ ଦେବ ଦୂତ ସାଜି ଆସି ଯେଉଁ ସାହାଯ୍ୟ କରିଛନ୍ତି ତାଙ୍କ ମୂଲ୍ୟ ଅନନ୍ୟ । ସେ ନିଶ୍ଚିତ ଆପଣଙ୍କର ବହୁତ ପାଖର ଲୋକଟିଏ ହୋଇଥିବେ । ଯାହାଙ୍କୁ ଆପଣ ହୁଏ ତ ଭୁଲି ସାରିଥିବେ ଆଉ ସେ ଭୁଲି ନ ଥିବେ ।

ଡାକ୍ତରଙ୍କ ଠାରୁ ଏ ସବୁ ଶୁଣି ନିଜକୁ ବିଶ୍ୱାସ କରି ପାରୁ ନ ଥିଲେ ବି ୱାର୍ଡରେ ବାପାଙ୍କୁ ସୁସ୍ତ ଦେଖି ଖୁସି ହୋଇଯାଏ ପ୍ରତୀକ୍ଷା ।

ଆଖିର ଆଶ୍ରୁ ଧାରରେ ବାପାଙ୍କ ଶୁଭ କାମନା କରିବା ସହ ଭଗବାନ ଙ୍କ ନିକଟରେ କୃତଜ୍ଞ ହୁଏ ପ୍ରତୀକ୍ଷା ।

ହେଲେ ତା ମନରେ ପ୍ରଶ୍ନ କିଏ ସେ ହୋଇ ଥିବେ ? ଯିଏ ମୋତେ ନ ଜଣେଇ ମୋ ପରିଚିତର ଖବର ଦେଇ ବାପାଙ୍କର ଅପରେସନରେ ସାହାଯ୍ୟ କରିଛନ୍ତି !

କାଳେ ଦାଦା ଆସି ନାହାନ୍ତି ତ ? ମୋ ପାଇଁ ଘରେ ଝଗଡା ହୋଇଥିଲା ବାହାଘରକୁ ନେଇ ଦାଦା ସାହାଯ୍ୟ ନ କରିବାରୁ ବାପା ଆଉ ଦାଦାଙ୍କ ଭିତରେ ଭୂଲ ବୁଝାମଣା ହୋଇ ଦୁହେଁ ଅଲଗା ହୋଇଯାଇଥିଲେ । କଣ ସେ ସବୁ ଭୁଲି ଆସି, ବାପାଙ୍କ ଦେହ ଖରାପ ଖବର ଶୁଣି ସାହାଯ୍ୟ କରି ନ କହି ଚାଲିଗଲେ !

ଫୋନରେ ତାଙ୍କୁ ଧନ୍ୟବାଦ କହିବାକୁ ଥରୁଟିଏ ଉଚିତ ହେବ । ତାଙ୍କ ଛଡା ଆଉ କିଏ ଅଛି ଏ ଦୁନିଆଁରେ ମୋର ।

ଫୋନରେ କଲ ରିସିବ ହେଲା ପରେ କିଛି କହିବା ଆଗରୁ ପ୍ରତୀକ୍ଷା ଦାଦା କହୁଥିଲେ ମୁଁ ଦୁଃଖିତରେ ମା ଭାଇଙ୍କ ଅପରେସନରେ ଯାଇ ପହଞ୍ଚି ପାରିଲିନି । ସେ କେମିତି ଅଛନ୍ତି । ଦାଦା ଆସି ନାହାନ୍ତି ତା ହେଲେ ଆଉ କିଏ ସେ ହୋଇଥିବେ । ବାପା ଭଲ ଅଛନ୍ତି ଜଣେଇ ବାକୁ ଆପଣଂକୁ ଫୋନ କରିଥିଲି । ଅପରେସନ ବି ଭଲରେ ହୋଇଯାଇଛି ।

ଯା ହଉ ସବୁ ଭଗବାନଙ୍କର ଦୟା । ମୁଁ କାମ ସାରି ଶୀଘ୍ର ଆସିବି ତୁମେ ବେସ୍ତ ହୁଅନି । ଫୋନ କାଟି ପ୍ରତୀକ୍ଷା କାଉଣ୍ଟର ଆଡକୁ ଯାଇ ବୁଝିବାକୁ ଚେଷ୍ଟା କରେ କିଏ ସେ ତାଙ୍କୁ ଏତେ ସାହାଯ୍ୟ କରିଛି । କାଉଣ୍ଟରରେ ଥିବା କର୍ମଚାରୀ ଜଣଙ୍କ ମଳୟଙ୍କର ହାତ ଲେଖା କାଗଜଟିକୁ ବଢ଼େଇ ଦିଏ ପ୍ରତୀକ୍ଷାକୁ । କାଗଜରେ ଲେଖା ଥିବା ଭାଷା ପ୍ରତୀକ୍ଷା ପଢି ବୁଝିବାକୁ ଚେଷ୍ଟା କରିଥିଲେ କିଏ ହୋଇପାରନ୍ତି । ଶେଷରେ ମନେ ପଡ଼ିଯାଏ ଆପରସେନ ପାଇଁ ଦସ୍ତଖତ କରିଥିବା ପେପର କଥା। ଅନୁରୋଧ କରେ ସେ ଦସ୍ତଖତ ହୋଇଥିବା କାଗଜଟିକୁ ଦେଖିବା ପାଇଁ । କାଉଣ୍ଟରରେ ଥିବା କର୍ମଚାରୀ ଜଣ ଙ୍କ କାଗଜ ଦେବା ମାତ୍ରେ ସେଥିରେ ଥିବା ନାଁ ପଢି ଆଶ୍ଚର୍ଯ୍ୟ ହୋଇ ଯାଏ ପ୍ରତୀକ୍ଷା । ଭାବି ପାରେ ନାହିଁ କେମିତି ସମ୍ଭବ ନିଜକୁ ବିଶ୍ୱାସ କରି ପାରେନି । ମଳୟରଂଜନ ସ୍ୱାଇଁ ।


ଏ କଣ ମୋ ମଳୟ ଯାହାକୁ ମୋ ଜୀବନର ଦଶ ବର୍ଷ ହେଲା ଅତୀତରେ ଛାଡି ଆସିଥିଲି । ନା ନା ଏ ହୁଏତ ଆଉ କିଏ ହୋଇଥିବେ ।

ମଳୟ ବହୁତ ଭଲ ପିଲା ଥିଲେ । ମୋର ସମସ୍ତ ସୁଖ ଦୁଃଖକୁ କଲେଜ ପଢିଲା ସମୟରେ ବୁଝୁଥିଲେ । ହେଲେ ତାଙ୍କୁ ନ ପାଇପାରିବା ଥିଲା ମୋ ଜୀବନର ସବୁଠୁ ବଡ ଦୁଃଖ ।

ମଳୟ ଥିଲେ ଜଣେ ଭଲ ଛାତ୍ର ଇଂଜିନେରିଂରେ ସେ ପ୍ରଥମ ସ୍ଥାନ ପାଇଥିଲେ । ସ୍ଵଭାଵ ଆଉ କଥା ବାର୍ତାର ଶୈଳୀରେ ଯେ କେହି ବି ତାଙ୍କୁ ଭଲ ପାଇ ବସିବେ । ଆମ ଦୁଇ ଜଣଙ୍କ ସମ୍ପର୍କ ଥିଲା ବନ୍ଧୁତା ତୁ ଆରମ୍ଭ । ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ ବି କେବେ କହି ପାରୁ ନ ଥିଲୁ । ନିଜ ନିଜ ଭବିଷ୍ୟତ ପାଇଁ ଥିବା ଦାଇତ୍ୱ ବୋଝ ମଳୟକୁ ଭଲ ପାଇବାର ଅନୁମତି ଦେଉ ନ ଥିଲା । ସେ କହୁଥିଲେ ପ୍ରତୀକ୍ଷା ପ୍ରଥମେ ବାପା ମା ଙ୍କ ସ୍ବପ୍ନ ସାକାର କରିବି ତା ପରେ ଯାଇ ମନ ପସନ୍ଦର ଝିଅଟିଏ ଦେଖି ବାହା ହୋଇ ଘର ସଂସାର କରିବି । ସେ ଭଲ ଝିଅ କେମିତି ହୋଇଥିବେ ମଳୟ ? ଠିକ ତୁମ ପରି ପ୍ରତୀକ୍ଷା । ତାଙ୍କର ଏମିତି ଉତ୍ତର ମୋ ପାଇଁ ସବୁବେଳେ ଥିଲା । ମୋ ପରିବାର ସ୍ୱାଭିମାନ ଆଉ ସମ୍ଭ୍ରାନ୍ତ ହୋଇଥିବାରୁ ବାପା ଭଲ ପାଇବାକୁ ବିରୋଧ କରୁ ନ ଥିଲେ ବି ସ୍ୱୀକୃତି ଦେବାକୁରାଜି ହେଉ ନ ଥିଲେ । କହିବାକୁ ଗଲେ ପରିବାରଙ୍କର ପସନ୍ଦରେ ବାହା ହେଲେ ସେମାନେ ଖୁସି ହେବେ । ତା ଛଡା ଜୀବନ ସାଥି ଚୟନ କରିବାର ସମସ୍ତ କଳା ଆମ ମାନଙ୍କୁ ଜଣା ନାହିଁ କହୁଥିଲେ । ମୋ ଉପରେ ଥିବା ବିଶ୍ୱାସକୁ ଭାଙ୍ଗିବା ପାଇଁ ଦେଇ ନ ଥିଲି । ସେଥିପାଇଁ ଶେଷ ଦିନ କଲେଜରେ ମଳୟକୁ ମନର କଥା କହିଥିଲି ତାଙ୍କ ଡାଏରିରେ ଲେଖି ।

ସେ କଣ ମତେ କ୍ଷମା କରି ଦେଇଥିବେ । ଏତେ ଦିନ ହେଲାଣି ସେ ବାହା ହୋଇ କୋଉ ଗୋଟେ ଭଲ କମ୍ପାନୀରେ ଚାକିରୀ କରି ଭଲରେ ଥିବେ । ବହୁତ ଖୋଜିଛି ତାଙ୍କୁ ସୋସିଆଲ ମିଡ଼ିଆରେ ହେଲେ କେବେ ତାଙ୍କର କୌଣସି ଖବର ପାଇନି । ସାଙ୍ଗ ସାଥିଙ୍କୁ ପଚାରିଛି କେହି ବି କିଛି ଜାଣି ନାହାନ୍ତି । ସେ ଯାହା ବି ହଉ ଯେଉଁଠି ଥାନ୍ତୁ ଭଲରେ ଥାନ୍ତୁ ।

ହେଲେ ମତେ କିଏ ସାହାଯ୍ୟ କରିଲେ ତାଙ୍କୁ ତ ଥରେ ଧନ୍ୟବାଦ ଦେବାକୁ ପଡିବ । ଆଖିର ଲୁହ କେତେ ବେଳେ ପ୍ରତୀକ୍ଷା ଙ୍କ ସ୍ମୃତିରେ ଝରିପଡି ଓଠ ଛୁଇଁ ସାରିଥିଲା । ଲୁହ ପୋଛି ପ୍ରତୀକ୍ଷା ଭଗବାନଙ୍କୁ ପ୍ରାର୍ଥନା କରେ ଯାହାଙ୍କ ପାଇଁ ସେ ବାପାଙ୍କୁ ଏତ ବଡ଼ ବିପଦରୁ ଆରୋଗ୍ୟ ହୋଇ ପାରିଲେ ସେ ଖୁସିରେ ଥାନ୍ତୁ ।

ମେଡିକାଲରେ ପାଖ ପାଖି ସାତ ଦିନରହିଲା ପରେ ଡାକ୍ତର ବାପାଙ୍କୁ ସୁସ୍ତ କହିବା ସହ ଘରକୁ ନେଇଯିବ ପାଇଁ କହିଲେ । ଏହା ଭିତରେ ପ୍ରତୀକ୍ଷା ନୀତି ଖୋଜୁଥାଏ ସେଇ ଅପରିଚିତଙ୍କୁ ଭେଟି ଧନ୍ୟବାଦ କହିବା ପାଇଁ । ମଳୟ ଲୁଚି ଲୁଚି ନୀତି ଆସି ପ୍ରତୀକ୍ଷା ଆଉ ତାଙ୍କ ବାପାଙ୍କୁ ଦୂରରୁ ଦେଖି ଚାଲି ଯାଉଥାଏ । ହେଲେ ପ୍ରତୀକ୍ଷା ସାମ୍ନାକୁ କେବେ ଯାଇ ଅଟୋ ବାଲାର ପରିଚୟ ଦେବାକୁ ନିଜକୁ ଠିକ ଭାବୁ ନ ଥାଏ। ହସ୍ପିଟାଲ ଡିସଚାର୍ଜ କାଗଜ ଧରି ବାହାରେ ଅଟୋ ପାଇଁ ଅପେକ୍ଷା କରି ଥାଏ ଷ୍ଟେସନ ଯିବା ପାଇଁ । ହେଲେ ଷ୍ଟେସନ ଯିବାରୁଟର ଅଟୋ ମିଳୁ ନ ଥାଏ । ଶେଷରେ ମୋବାଇଲରେ ଯୋଉ କଲ ଆସିଥିଲା ଅଟୋ ଵାଲାର ନମ୍ବର ତାକୁ ଖୋଜି କଲ କରେ । ଅନ୍ୟପଟରାସ୍ତା କଡରେ ଦୂରରୁ ପ୍ରତୀକ୍ଷାକୁ ଦେଖୁଥିବା ମଳୟ ମୋବାଇଲ ରିଙ୍ଗ ହେଲା ପରେ ମଳୟ ଚମକି ଉଠେ ।

ହଲୋ କିଏ କହୁଥିଲେ ।

ହଁ ମତେ ଆପଣ ଚିହ୍ନି ପାରୁ ନାହାନ୍ତି ।ହସ୍ପିଟାଲ ଆସି ମତେ ଭାନିଟ ଫେରେଇ ଯାଇଥିଲେ ? ମୁଁ ସେଇ ଝିଅ ପ୍ରତୀକ୍ଷା କହୁଛି। ଆଜି ବାପା ମେଡିକାଲରୁ ଡିସଚାର୍ଜ ହେଲେ । ଷ୍ଟେସନ ଯିବା ପାଇଁ ଅଟୋ ମିଳୁନି ଆପଣ ଟିକେ ଆସି ପାରିବେ କି ଦୟାକରି ।

ଆଛା ଠିକ ଅଛି ମାଡ଼ମ ମୁଁ ଏଇ ପାଖରେ ଅଛି ଆସୁଛି। ଆପଣ ବାପାଙ୍କୁ ନେଇ ଆସନ୍ତୁ । ମୁଁ ଦଶ ମିନିଟରେ ପହଞ୍ଚୁଛି । ପ୍ରତୀକ୍ଷା ଖୁସି ହୋଇ ୱାର୍ଡରୁ ବାପାଙ୍କୁ ନେଇ ଆସିବାକୁ ଚାଲି ଯାଏ ।

ମେଡିକାଲ ବାହାରେ ଅଟୋ ଧରି ମଳୟ ଅପେକ୍ଷା କରି ଥାଏ । ବାହାରକୁ ଆସିବା ମାତ୍ରେ ମଳୟ ଦୌଡ଼ି ଯାଇ ବ୍ୟାଗ ସବୁ ଧରି ଅଟୋରେରଖିବାକୁ ଯାଏ ।

ପ୍ରତୀକ୍ଷା ଆଉ ତାଙ୍କ ବାପା ଖୁସି ଥିବା ଦେଖି ମଳୟ ବହୁତ ଖୁସି ଥିଲା । ଦୁହେଁ ପାଖାପାଖି ଥିଲେହେଲେ ଅପରିଚିତ ପରି । ଅଟୋ ଆଗେଇ ଚାଲୁ ଥାଏ ଷ୍ଟେସନ ଆଡେ ।

ମଳୟ ଭାବୁ ଥାଏ ଏ ବୋଧ ହୁଏ ଶେଷ ଦେଖା ମୋର ପ୍ରତୀକ୍ଷା ସହ । ଆଉ କେବେ ଦେଖି ପରିବିନି । ଅଟୋ ଦର୍ପଣରେ ପ୍ରତୀକ୍ଷାକୁ ଆଖି ଭାରି ଦେଖି ନେଉ ଥାଏ ମଳୟ ।

ପ୍ରତୀକ୍ଷା ବି ଅନ୍ୟମନସ୍କ ଥିଲେ ।

ମନର ମଣିଷ ଆଉ ଥରେ ଫୁଣି ପ୍ରତୀକ୍ଷା ହୃଦୟ ତଳେ ପ୍ରେମର ଦୀପକ ସାଳିଥା ଲଗେଇ ଦେଇ ଥିଲେ ।କୌଣସି ଜଣେ ଅପରିଚିତ ଲୋକଙ୍କ ପାଇଁ ସେ ଆଉ ଥରେ ମଳୟକୁ ଖୋଜି ହଉଥିଲେ ମନେ ମନେ ।

ଆଉ କିଛି ବାଟ ଷ୍ଟେସନ ଅଛି ସେ ଅପରିଚିତ ସାହାଯ୍ୟ କରିଥିବା ବ୍ୟକ୍ତିଟି ଦେଖା ହେଇ ଯାଆନ୍ତେ କି ? ଥରୁଟିଏ ଧନ୍ୟବାଦ କହି ମୋ ଆତ୍ମକୁ ଶାନ୍ତି ମିଳି ଯାଆନ୍ତା ।

ଦୁହିଙ୍କର ନୀରବତାକୁ ଭାଙ୍ଗିବା ପାଇଁ ଯାଇ ପ୍ରତୀକ୍ଷାଙ୍କର ବାପା କହିଲେ ବୁଝିଲୁ ମା ' ଆଜି ଘରକୁ ଗଲା ବାଟରେ ମୋର ପୁନର୍ଜନ୍ମ ହେଲା ପରି ଲାଗୁଛି । ତୁ ଯୋଉ ବ୍ୟକ୍ତି କଥା କହୁଥିଲୁ ତାକୁ ଥରେ ଧନ୍ୟବାଦ କହି ବାକୁ ଇଚ୍ଛା ହେଉଚି । ସେ ଯାହା ଆମ ପାଇଁ କଲେ ତା କୌଣସି ନିଜର ଲୋକ ବି କରିବେ ନାହିଁ ।

ବୁଝିଲେ ବାବୁ ( ଅଟୋ ଵାଲା ) ସତରେ ଭଗବାନ ଅଛନ୍ତି ସେ ହିଁ ଅପରିଚିତ ବ୍ୟକ୍ତି ବେଶରେ ଆସି ଆମକୁ ଯେଉଁ ସାହାଯ୍ୟ କଲେ ତାଙ୍କ ପାଖରେ ଆମେ ଚିରରୁଣୀ ।

ଆପଣ ସୁସ୍ଥ ହୋଇ ଗଲେ ଯଦି ସେ ଜାଣିଥିବେ ନିଶ୍ଚିତ ଖୁସି ହୋଉଥିବେ ସାର(ଅଟୋ ଵାଲା ) ।


ଷ୍ଟେସନରେ ଅଟୋ ପ୍ରାର୍କିଙ୍ଗ କରି ବ୍ୟାଗ ଧରି ମଳୟ ପ୍ରତୀକ୍ଷାକୁ ଶେଷ ବିଦାୟ ଦେବା ପାଇଁ ପ୍ଲାଟଫର୍ମକୁ ଚାଲି ଗଲା । ପ୍ଲାଟଫର୍ମ ବେଞ୍ଚରେ ସବୁରଖି ମଳୟ ଦୁହିଁଙ୍କୁ ସେଠାରେ ଅପେକ୍ଷା କରିବାକୁ କହିକୁଆଡେ ଯିବେ କହିଲେ ମୁଁ ଟିକେଟ କରିଦେବି ?

ପ୍ରତୀକ୍ଷା ସମ୍ବଲପୁର ପାଇଁ ଦୁଇଟା ଟିକେଟ କରିବାକୁ କହିଲେ ।

ମଳୟକୁ ଟଙ୍କା ଦେଲା ପରେ ଟିକେଟ ପାଇଁ ପ୍ରତୀକ୍ଷା ଆଉ ତାଙ୍କ ବାପା ବେଞ୍ଚରେ ସେମିତି ବସି ଥାନ୍ତି ।

ପାଖାପାଖି ପାଞ୍ଚ ମିନିଟ ବସିବା ପରେ ବାପା ପଚାରିଲେ କଣ ଭାବୁଛୁ ଲୋ ମା ?

କିଛି ନାହିଁ ବାପା ।

ନାଇଁ ମୁଁ ଜାଣିଚି ?

ତୁ କଣ ଭାବୁଛୁ ।

ସେ ଅପରିଚିତ ବ୍ୟକ୍ତି କିଏ ହୋଇଥିବେ ?

ମୁଁ କହୁଛି ଶୁଣ ।

ସେଇ ଅଟୋ ଵାଲା ।

ହେଲେ କେମିତି ବାପା ? (ପ୍ରତୀକ୍ଷା ପଚାରିଲେ )

ମୋ ଅପରେସନ ପରେ ସେ ହିଁ ମୋ ପାଦ ଛୁଇଁ ପ୍ରଣାମ କରି କାନ୍ଦି କାନ୍ଦି ଯିବାର ମୁଁ ଦେଖିଚି ଚେତା ଠିକ ସେ ଆସି ନ ଥିଲା ମୁଁ ଚାହୁଁ ଥିଲିକଥା ହେବା ପାଇଁ କିନ୍ତୁ ଅପରେସନ ଯନ୍ତ୍ରଣା ପାଇଁ ଚେଷ୍ଟା କରି ବି କଥା ହୋଇ ପାରିଲିନି । ତା ପରେ ବି ସେ ସବୁଦିନ ମତେ ଆଉ ତତେ ଦେଖା କରିବାକୁ ୱାର୍ଡକୁ ଅନେକ ଥରେ ଆସି ଦୂରରୁ ଦେଖି ଲୁଚି ଲୁଚି ଯିବାର ମୁଁ ଦେଖିଛି ।

ଅଟୋରେ ବସିଲା ବେଳେ ବି ମୁଁ ତାଙ୍କୁ ଅପରିଚିତ ବ୍ୟକ୍ତି କଥା କହିବାରୁ ସେ କଣ କହିଲେ । ସେ ଯଦି ଜାଣିଥିବେ ଆମେ ଭଲରେ ଯାଉଛୁ ସେ ଖୁସି ହେବେ । ମୁଁ ତ କହୁଛି ମା ସେ ହିଁ ସେଇ ଅପରିଚିତ ବ୍ୟକ୍ତି ।

ତୁ ଥରେ କଥା ହୋଇକି ଦେଖ ।

ହଁ ବାପା । ପ୍ରତୀକ୍ଷା ବିଶ୍ୱାସ କରି ପାରୁ ନ ଥିଲେ । ଅଟୋ ଵାଲା କଣ ମଳୟ । ଓଃ ମାଈ ଗଡ଼ !

ଟିକେଟ କରି ମଳୟ ଟ୍ରେନ ବିଳମ୍ବ ଅଛି ତିରିଶ ମିନିଟ କହି ପ୍ରତୀକ୍ଷାକୁ ଦେଇ ଚାଲିଯାଉଥିଲେଆଖିରେ ଲୁହକୁ ଚାପି ଦେଇହୃଦୟର କୋହକୁ ଛାତିରେ ଜାବୁଡି ଆଉ ଥରେ ସେଇ ମନ ଲାଖି ଚେହେରା ଟିକୁ ମନେ ପକେଇ ।

ପଛରୁ କେହି ଜଣେ ଡାକିଲେ ।

ମଳୟ ବାବୁ ଟିକେ ଶୁଣିବ ?

ବୁଲି ପଡି ଦେଖେ ତ ପ୍ରତୀକ୍ଷା ସାମ୍ନାରେ ଛିଡା ହୋଇଥିଲେ ।

ନିଜକୁ ବିଶ୍ୱାସ କରି ପାରେନି ମଳୟ ।

ନିଜକୁ ସମ୍ବାଳି ଆଉ କଣ ଦରକାର ଅଛିକୁହନ୍ତୁ ମାଡ଼ମ ମୁଁ ଆଣି ଦେବି ।

ହଁ ଦରକାର ଅଛି ମଳୟରଂଜନ ସ୍ୱାଇଁ ।

ମତେ ତୁମ ହୃଦୟର କଠୋରତା ।

ଦେଇ ପାରିବ କି ?

ତୁମେ କଣ ଭାବୁଛ ମତେ ଦେଖା ନ କରି ଚାଲିଯିବ । ମୋ ସହ ତୁମର ଏମିତି ସମ୍ପର୍କ ଥିଲା ? ସବୁ ବେଳେ ତୁମେ ହିଁ ମୋ ପାଇଁ ତ୍ୟାଗ କରି ଚାଲିଥିବ ଆଉ ମୁଁ ତୁମ ତ୍ୟାଗରରୁଣୀ ହୋଇ ସାରା ଜୀବନରହି ପରିବିନି ମଳୟ ।

ଏତେ ଭଲ କେମିତି ପାଇ ପାରୁଛ ମଳୟ । ମୁଁ ଆଉ ସହି ପାରୁନି । ଦୀର୍ଘ ଦଶ ବର୍ଷ ପରେ ବିତୁମେ ମତେ ଭୁଲି ପରିନ ?

ତୁମେ ବି କଣ ମତେ ଭୁଲି ପାରିଛ କି ପ୍ରତୀକ୍ଷା ?

ତୁମର ମନ କଥା ସିନା ଡାଏରୀରେ ଲେଖି ଦେଇ କହିଦେଲ ।

ହେଲେ ମୋ ମନ କଥା ତୁମେ କଣ ବୁଝିବାକୁ ଚେଷ୍ଟା କରିଛ କି ?

ଭଲ ପାଉଛି ମୁଁ ତୁମକୁ । ମନ ଖୋଲି କହିବାର ସୁଯୋଗଟିଏ ଦେଇ ପାରିଲାନି । ମତେ ସିନା ଭୁଲିଯିବାକୁ କହି ଦେଲ ହେଲେ ତୁମେ ବୁଲିଯାଇପାରିବ ତ କହି ନ ଥିଲ।

ସେଥିପାଇଁ ତ ଆଜି ଯାଏ ମୁଁ ତୁମ ଅପେକ୍ଷାରେ ଥିଲି ।

ସତରେ ତୁମେ ମହାନ ମଳୟ ।

ନା ମୁଁ ମାହାନ ନୁହେଁ ପ୍ରତୀକ୍ଷା ।

ମୋ ଭଲ ପାଇବା ଶାଶ୍ୱତ ଥିଲା ତୁମ ପାଇଁ । ତୁମକୁ ନେଇ ଗଢିଥିବା ସ୍ବପ୍ନ ଆଜିବି ମୋ ଆଖିରେ ଅଛି । ତୁମର ସବୁ ସ୍ମୃତି ମୋ ଜୀବନର ଚାଲ ବାଟରେ ସାଥି ହୋଇ ଆଜିବି ଅଛନ୍ତି ।କେବେଳ ଫରକ ଏତିକି ତୁମେ ନ ଥିଲା ଯାହା ।

ଆଇ ଆମ ରିଏଲି ସରି ।

ତୁମକୁ ବୁଝି ପରି ନ ଥିଲି ମଳୟ । ହେଲେ ତୁମ ପରି ଜଣେ ସ୍କଲାର ଛାତ୍ର ଅଟୋ ଵାଲା ?

ବେଳେ ବେଳେ ଭାଗ୍ୟ ଜୀବନସହ ସାତ ଦେଇ ନ ଥାଏ । ତୁମେ ଚାଲି ଗଲା ପରେ ଅନେକ କମ୍ପାନୀ ମୁଁ ବୁଲିଛି କେତେ ଇଣ୍ଟରବୁ ଦେଇଛି । କାହାର ଏକ୍ସପରିଏନ୍ସ ଦରକାର ତଆଉ କିଏ ବାକଗ୍ରାଉଣ୍ଡ ଅଛି କି ନାହିଁ ପଚାରି ବୁଝୁଥିଲେ ଆଉ କିଏ ଚାକିରୀ ପାଇଁ ଟଙ୍କା ମାଗୁଥିଲେ । ଏମିତି ଖୋଜିବା ଭିତରେ ମା ଙ୍କ ଦେହ ଖରାପ ହେବାକୁ ଲାଗିଲା ବାପା ଙ୍କର ପେନସନ ଟଙ୍କା ସବୁ ଔଷଦ ଖର୍ଚ୍ଚରେ ସରି ଯାଉଥିଲା । ଏପଟେ ଚାକିରୀ ନ ମିଳିବାରୁ ମୋ ମାନସିକ ସନ୍ତୁଳନ ଠିକରହୁ ନ ଥିଲା । ଦେଖୁ ଦେଖୁ କିଛି ଦିନ ପରେ 'ମା' ବି ମତେ ଛାଡି ଚାଲିଗଲେ । ଶେଷରେ ଭୁବନେଶ୍ୱରରେ ଜଣେ ସମ୍ପର୍କୀୟ ଚାକିରୀ ଦେବା ପାଇଁ କହି ଆଣିଲେ । କିନ୍ତୁ ସେତକ ବି ହେଇ ପାରିଲାନି । କେଉଁଠି ସିକୁରୀଟି ଗାର୍ଡ ତ ଅଫିସ ପିଅନର ଚାକିରୀ ।


ଶେଷରେ ସମସ୍ତ ସଟିଫିକେଟକୁ ବ୍ୟାଙ୍କରେ ଜମା ଦେଇ ଅଟୋ କିଣି ପେଟ ଭୋକ ମେଣ୍ଟେଇ ବଞ୍ଚିଛି ।

ଏତକ ଶୁଣିବା ଭିତରେପ୍ରତୀକ୍ଷା କାନ୍ଦୁଥିଲେ କଇଁ କଇଁ।ମତେ ଥରେ ବି ମାନେ ପକେଇ ପାରିଲାନି ମଳୟ ।

ନିଜ ଦୁଃଖରେ ତୁମକୁ ସହଭାଗୀ କରିବାର ତ ସୁଯୋଗ ତୁମେ ହିଁ ମୋ ଠାରୁ ଗଲା ବେଳେ ଛଡେଇ ନେଇଥିଲ । ଏବେକୁହ ଆଉ କୋଉ ଅଧିକାରରେ ଖୋଜିଥାନ୍ତି । ଯେମିତି ବି ଅଛି ବହୁତ ଭଲରେ ଅଛି ।

ଷ୍ଟେସନରେ ଟ୍ରେନ ଆସିବା ସମୟ ଘୋଷଣା କାରଯାଉଥିଲା । ତୁମର ଏ ଉପକାର କେମିତି ସୁଝିବି ଜାଣିପାରୁ ନାହିଁ । ମୋତେ ଟ୍ରେନରେ ନ ବସେଇ ଚାଲିଯିବା ମଳୟ ?

ହଁ ନିଶ୍ଚିତ । ଦୁହେଁ ଯାଉଥିଲେ ଟ୍ରେନ ପାଖକୁ । ପ୍ରତୀକ୍ଷା ଙ୍କର ନୀରବତା ଆଜିବି ମଳୟକୁ କଷ୍ଟ ଦେଉଥିଲା । ଆଜି ଚୁପ କଣ ପାଇଁ !

ଟ୍ରେନରେ ସିଟ ପାଖରେ ବ୍ୟାଗ ଆଉ ସବୁରଖି ସାରି ମଳୟ ବାପାଙ୍କର ପାଦ ଛୁଇଁ ବିଦାୟର ଅନୁମତି ମାଗେ । ପ୍ରତୀକ୍ଷାକୁ ବି ଶେଷ ଥର ଭଲ ସେ ଦେଖି ଆସୁଛି କହି ଫେରିଲା ବେଳକୁ ବାପା ହାତ ଧରି ଅଟକେଇ ଦେଇକୁହନ୍ତି ।

ତୁମ ଋଣ ମୋ ଉପରେ ବହୁତ ବୋଝ ହୋଇରହିଲାଣି ।ଏବେ ଋଣ ପରିସୋଦ କରିବାର ସୁଯୋଗ ଦେଇପାରିବ ନି ଥରେ ?

ମୋ ଝିଅ ପାଇଁ ତୁମ ଠାରୁ ଆଉ ଭଲ ପିଲା ପାଇବିନି ମଳୟ । ମୋ ଅନୁରୋଧ ରଖିବ ନା ?

ମଳୟ ପ୍ରତୀକ୍ଷା ଆଡ଼କୁ ଦେଖିବାରୁ ପ୍ରତୀକ୍ଷା ଲାଜେଇ ଯାଇ ମୁହଁ ତଳକୁ କରି ସମ୍ମତି ଜଣାଏ ।

ମଳୟ ବି ନିଜର ସ୍ୱୀକୃତି ଦିଏ । ଦୁହେଁ ବହୁତ ଖୁସି ଥିଲେ। ଦୀର୍ଘ ଏତେ ବର୍ଷ ଧରି ଅପେକ୍ଷାର ଶେଷରେ ଅନ୍ତ ହୋଇ ସାରିଥିଲା । ମୁଁ ତାରିଖ ଠିକ କରି ଖବର ଦେବି(ବାପା)।

ମଳୟ ପାଦ ଛୁଇଁ ବାପାଙ୍କର ଆଶ୍ରିବାଦ ନେଇ ପ୍ରତୀକ୍ଷା ମୁହଁର ହସ ଦେଖି ଖୁସିରେ ଫେରି ଆସୁଥିଲା ଅଟୋ ପାଖକୁ ।

ଦୁଇଟି ହୃଦୟର ସମ୍ପର୍କ ହିଁ ଗୋଟେ ମଧୁର ବିଶ୍ୱାସର ଡୋରରେ ବନ୍ଧା ହୋଇଥାଏ । ଆଜି ସେଇ ବିଶ୍ୱାସ ଆଉ ଭଲପାଇବା ଶେଷରେ ସଫଳ ହୋଇଛି ବିବାହର ଅବୋଧ ମଧ୍ୟର ।



Rate this content
Log in

Similar oriya story from Drama