Alhadini Panigrahi dash

Drama

4.2  

Alhadini Panigrahi dash

Drama

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

6 mins
303



    "ଚାୟ ଗରମ୍ ...ଚାୟ ଗରମ୍ ...." ବାଙ୍ଗାଲୋର୍ ର ରେଲୱେ ଷ୍ଟେସନ୍ ରେ ପ୍ରବଳ ଭିଡ ଯାତ୍ରୀ ମାନଙ୍କର ା ତା ସହିତ ବୁଲା ବିକାଳି ଙ୍କର ସ୍ବର ରେ ଷ୍ଟେସନ୍ ର ଚତୁର୍ଦ୍ଦିଗ ମୁଖରିତ ା କେଜାଣି କାହିଁକି ଏଇ "ଚାୟ ଗରମ୍ " ଶବ୍ଦ ଟା ଯେଉଁଠି ବି ଶୁଣିଲେ ସେ ଅନ୍ୟ ମନସ୍କ ହୋଇଉଠେ ା ହୃଦୟ ଏବେ ବି ଆନ୍ଦୋଳିତ ହୋଇଉଠେ କେଉଁ କାଳ ରୁ ହାତ ମୁଠା ରୁ ଖସି ଯାଇଥିବା ସମୟ ର କଙ୍କାଳ ର କର ଲେଉଟା ଶବ୍ଦ ରେ ା ଓଡିଶା ଆସୁଥିବା ଟ୍ରେନ ରେ ପୂର୍ବରୁ ରିଜର୍ଭ କରିଥିବା ଝରକା ପାଖ ସିଟ୍ ରେ ବସି ବାହାର କୁ ଅନାଇଲା ବିଭା ା 

   ଗରମ୍ ଚାୟ ଲୋଗେ ମେଡମ୍ , ମୁହଁ ବୁଲାଇ ଚାହିଁଲା ସେ ,ସାମ୍ନା ରେ ଦଶ ,ବାର ବର୍ଷ ର ପିଲା ଟି ର ଜିଜ୍ଞାସୁ ଆଖି ରେ ଆଶା ର ଚମକ୍ ା  

- " ହଁ " ସମ୍ମତି ସୁଚକ ଭଙ୍ଗୀ ରେ ମୁଣ୍ଡ ହଲାଇ ଦେଲା ବିଭା ା

ତା ସାଇଡ୍ ର ଖାଲି ସିଟ ରେ ଚା' ପାତ୍ର ଟି ରଖି ୟୁଜ୍ ଆଣ୍ଡ୍ ଥ୍ରୋ କପ୍ ରେ ଢାଳି ବସିଲା ,କପ୍ ରୁ ଉଠୁଥୁବା ଧୂଆଁ ର କୁଣ୍ଡଳୀ ତା ମୁହଁ ରେ ନେସି ହୋଇ ଯାଉଥିଲା ାନିଜ ପର୍ସ ରୁ କୋଡିଏ ଟଙ୍କିଆ ନୋଟ୍ ଟିଏ କାଢି ପିଲା ଟି ହାତରେ ଧରାଇ ଦେଇ ପଚାରି ଦେଲା ," ପାଠ ପଢୁଛୁ ା "ଚା ର ଧୁଆଁ ରେ ନୁହେଁ ପ୍ରଶ୍ନ ଟି ଯେମିତି ନିଆଁ ହୋଇ ଜାଳି ଦେଲା ତା ମୁହଁ କୁ ା ପାଉଁଶ ପରି ଶେତା ପଡିଗଲା ତା ମୁହଁ ା ଖୁଚୁରା ଫେରାଇ ଦେଇ ନିରବ ରେ ଚାଲିଗଲା ସେ ା ଚାୟ ଗରମ୍ ର ଡାକ ରେ ସେଇ ଉଦ୍ଦାମତା ନ ଥିଲା ା ହୁଏତ ତାର କିଛି ପାରିବାରିକ ସମସ୍ୟା ଥିବ ା ଯେପରି ଅରୁଣ ର ପାରିବାରିକ ସମସ୍ୟା ଯୋଗୁଁ ବାଧ୍ୟ ହୋଇଥିଲା ଏହିପରି ଷ୍ଟେସନ୍, ଷ୍ଟେସନ୍ ବୁଲି ଚା' ବିକିବାକୁ ଲୌହ ଦାନବ ର ଗତି କ୍ଷୀପ୍ର ହେବା ଦେଖି ଗଛ ପତ୍ର ସବୁ ପଛ କୁ ଜୋର୍ ଧାଇଁବା ଭଳି ତା ମନ ବି ସେମାନଙ୍କ ସହ ପ୍ରତିଯୋଗିତା କରି ପଛ କୁ ଫେରୁଥିଲା ...ଦୀର୍ଘ ପଚାଶ ବର୍ଷ ତଳ ର ସ୍ମୁତି ରାଇଜ କୁ ା 



   ସେତେବେଳେ ସେ ସପ୍ତମ ଶ୍ରେଣୀ ରେ ପଢୁଥାଏ ା ବାପା ,ମାଆ ସହ ପୁରୀ ଯିବା ପାଇଁ ବଲାଙ୍ଗୀର ରୁ ଟ୍ରେନ ଧରିଲେ ା କିଶୋରୀ ବିଭା ମନ ରେ ଅନେକ ପ୍ରଜାପତି ଡେଣା ମେଲୁଥିଲେ ା କେବେ ଉଡି ବୁଲୁଥିଲେ ପୁରୀ ଜଗନ୍ନାଥ ମନ୍ଦିର ବେଢା ରେ ତ କେବେ ସମୂଦ୍ର ବେଳା ରେ ଆଉ କେବେ ଭୁବନେଶ୍ବର ର ମ୍ୟୁଜିୟମ ଅଗଣା ରେ ତ ନନ୍ଦନ କାନନ ର ଜାତି ଜାତିକା ଜୀବ ଜନ୍ତୁ ଙ୍କ ମେଳ ରେ ା ବହି ରେ ପଢିଥିବା ଦୃଶ୍ୟ ଗୁଡିକୁ କିଛି ସମୟ ପରେ ସେ ନିଜ ଆଖି ରେ ଦେଖିବ ବୋଲି ଉଲ୍ଲସିତ ହେଉଥାଏ ା ପ୍ରଥମ ଅନୁଭବ ର ମିଠା ସ୍ମୁତି ଜୀବନ୍ତ ହୋଇ ଉଠୁଥିଲେ ଧିରେ ଧିରେ ା ସବୁ ଦର୍ଶନୀୟ ସ୍ଥାନ ବୁଲି ସାରିବା ପରେ ଭୁବନେଶ୍ବର ରୁ ଟ୍ରେନ ଧରିଲେ ବଲାଙ୍ଗୀର ଅଭିମୁଖେ ା ସମସ୍ତେ କ୍ଳାନ୍ତ ଶରୀର କୁ ଲୋଟାଇ ଦେଲେ ଯେ ଝା ସିଟ ରେ ା ସଂଧ୍ୟା ଆଗତ ପ୍ରାୟ , ଟ୍ରେନ୍ ର ଝରକା ଦେଇ ମାତୃକୋଳ ଗାମୀ ସୂର୍ଯ୍ୟ ଙ୍କର ଲୋହିତ କିରଣ ପଶି ଆସି ମୁହଁ ରେ ବୋଳି ହେଉଥିଲା ତାର ା ଏତିକି ବେଳେ ତା ବୟସର ପିଲା ଟି "ଚାୟ ଗରମ୍ ଚାୟ ଗରମ୍ " ଡାକ ଦେଇ ଚା' କେଟଲି ଧରି ପଶି ଆସିଲା ତାଙ୍କ ଡବାକୁ , " ଗରମ୍ ଚା ପିଇବେ ବାବୁ ? "ବାପା ଙ୍କ ଆଡ କୁ ଅନେଇ ଥିଲା ତା ଦୁଇଟି କରୁଣ ଆଖି ା ବାପା ତା ଚାହାଣୀ ରେ କଣ ଦେଖିଲେ କେଜାଣି ତାକୁ ପଚାରି ବସିଲେ ତା କଥା ତା ପରିବାର କଥା ା ପିଲା ଟି ର କଥା ସରିଲା ବେଳ କୁ ଆମ ସମସ୍ତ ଙ୍କ ଆଖି ରେ ଲୁହ ର ବନ୍ୟା ପତା ର ଘାଇ ଭାଙ୍ଗିବାକୁ ବ୍ୟାକୂଳ ହୋଇ ଉଠୁଥିଲେ ଯେମିତି ା

   ମାସେ ତଳେ ତା ବାପା ,ମାଆ ଉଭୟେ ଆକସ୍ମିକ ଦୂର୍ଘଟଣା ରେ ପ୍ରାଣ ହରାଇବା ପରେ ,ତା ସାନ ଭଉଣୀ ର ଦାୟିତ୍ବ ସମ୍ଭାଳିବାକୁ ସେ ଆଦରି ନେଇଛି ତା ବାପା ର କାମ ା 

" ତୁ ପଢିବୁ " ?

ବାପା ଙ୍କର ପ୍ରଶ୍ନ ଶୁଣି ପିଲା ଟି ଉତ୍ତର ଦେଲା " ପଢିବାକୁ ମୋର ବହୁତ ଇଚ୍ଛା ବାବୁ ,ବାପା କହୁ ଥିଲେ ପାଠ ପଢି ଡାକ୍ତର ହେବୁ ବୋଲି ,ଶ୍ରେଣୀ ରେ ପ୍ରଥମ ହେଉଥିଲି ବାବୁ ା ହେଲେ ମୋ ଭାଗ୍ୟ ରେ ତ ଏଇ ଚା' ...କଥା ସମ୍ପୁର୍ଣ୍ଣ ହେବା ଆଗରୁ ଭୋ ଭୋ ହୋଇ କାନ୍ଦି ଉଠିଲା ସେ ା

ବାପା ଆଉ ନିଜକୁ ସମ୍ଭାଳି ପାରିଲେନି ,ପିଲାଟି ସହ ତା ଭଉଣୀ କୁ ନେଇ ଆସିଲେ ଘର କୁ ା ସରକାରୀ ହଷ୍ଟେଲ ରେ ଗରୀବ ଛାତ୍ର ଭତ୍ତା ସହ ଆବେଦନ କରି ନାମ ଲେଖାଇ ଦେଲେ ାନିଜ ପରିଶ୍ରମ ଆଉ ବାପା ଙ୍କ ସାହାଯ୍ୟ ବଳ ରେ ପିଲା ଟି ସତ ତୁ ସତ ଡାକ୍ତର ହୋଇ ଖ୍ୟାତି ଅର୍ଜନ କଲା ା ଭଉଣୀ କୁ ନିଜ ସହକର୍ମୀ ଡାକ୍ତର ସହ ବିବାହ ଦେଇ ଆଦର୍ଶ ଭାଇ ର କର୍ତ୍ତବ୍ୟ ସଂପାଦନ କଲା ା 

    ସମୟ ର କଳାପଟା ରେ ଏତେ ସବୁ ଘଟଣା ଲେଖା ହେବା ସହିତ ବିଭା ର ମନ କଳା ପଟା ରେ ତିନୋଟି ଅକ୍ଷର ଗାଢ ରୁ ଗାଢତର ହୋଇ ନିଜ ଆସ୍ଥାନ କୁ ଦୃଢ କରୁଥିଲେ ା ଯୌବନ ର ଛୁଆଁ ରେ " ସେଇ ତିନୋଟି ଅକ୍ଷର 'ଅରୁଣ ' ଚକ୍ ଚକ୍ କରୁଥିଲା ପ୍ରେମ ଅରୁଣିମା ର ରଙ୍ଗ ମାଖି ା ଏହି କୋଡିଏ ବର୍ଷ ଭିତରେ ଅରୁଣ ତାଙ୍କ ପରିବାର ର ସଦସ୍ୟ ପାଲଟି ସାରିଥିଲା ା ତେଣୁ ତା ସହିତ ସମୟ ବିତାଇବା କାହା ଆଖି କୁ ଖରାପ ଲାଗୁ ନ ଥିଲା ା 


   କଥା ରେ ଅଛି " ନିଆଁ ଆଉ ଘିଅ ଏକାଠି କେତେ ଦିନ ରହି ପାରିବେ ବିନା ଧୂଆଁ ରେ ,ଦୁହିଁ ଙ୍କ ମିଳନ ର ଧୂଆଁ ସଂଚରି ମାଆ ଙ୍କ ଆଖି ରେ ଲୁହ ଆଣି ଦେଲା ା ବାପା ଙ୍କର କୌଣସି ଆପତ୍ତି ନ ଥିଲା ଆମ ବିବାହ ପାଇଁ ା ଆମ ମନ ରେ ଆକାଶେ ପ୍ରେମ ସମାଜ ର ଲୋକ ଅପବାଦ ର ସାଗର ରେ ପ୍ରତିଫଳନ ସୃଷ୍ଟି କରି ଉବୁଟୁବୁ ହେଉଥିଲେ ା ଅରୁଣ ଘର କୁ ଆସିଲେ ମାଆ ଏବେ ଆଗପରି କଥା ନ ହୋଇ ଭିତର କୁ ଚାଲି ଯାଉଥିଲେ ା ବାପା ଙ୍କ ଆମ ପ୍ରତି ସମର୍ଥନ ତାଙ୍କ ଏତେ ଦିନର ମଧୂର ଦାଂପତ୍ୟ ଜୀବନ ରେ ଝଡ ସୃଷ୍ଟି କଲା ା 

   ମୁଁ ଓ ଅରୁଣ ଦୂହେଁ ଦୂହିଁ ଙ୍କୁ ଯେତେ ଭଲ ପାଉଥିଲୁ ପରିବାର କୁ ବି ସେତିକି ଭଲ ପାଉଥିଲୁ ା ଅରୁଣ ତ ମୋ ବାପା ,ମାଆ ଙ୍କୁ ଦେବତା ପରି ପୂଜା କରୁଥିଲେ ା ଆମେ ଚାହୁଁ ନ ଥିଲୁ ଆମ ପାଇଁ, ଆମ ପ୍ରେମ ପାଇଁ ଆମ ସ୍ବର୍ଗ ପରି ପରିବାର ଟି ନର୍କ ପାଲଟି ଯାଉ ା ମୁଁ ଓ ଅରୁଣ ମିଶି ନିଷ୍ପତ୍ତି ନେଲୁ ,ଦୁହେଁ ଅଲଗା ଅଲଗା ରାସ୍ତା ରେ ଚାଲିବାକୁ ା ଆମ ପ୍ରେମ ରେ ତ କେବେ ନ ଥିଲା ଇନ୍ଦ୍ରିୟ ର ଆହ୍ବାନ ,ମିଳନ ର କାମନା ା ଶାଶ୍ବତ, ପବିତ୍ର ଥିଲା ଆମର ପ୍ରେମ ା ଆମେ ଯେତେ ଦୂର ରେ ରହିଲେ ମଧ୍ୟ ଆମର ପ୍ରେମ ଯେ ଅମର ରହିବ ଏ ବିଶ୍ବାସ ଆମର ଥିଲା ା ଆମ ନିଷ୍ପତ୍ତି ଶୁଣି ବାପା ଦୂ8ଖିତ ହେଲେ ମଧ୍ୟ ମାଆ ଖୁସି ରେ ଅଧିର ହୋଇ ଉଠିଲେ ା ଅରୁଣ ସୁଦୂର ବାଙ୍ଗାଲୋର ଚାଲିଗଲେ ା ମୋର ବିବାହ ପରେ ମୁଁ ବି ଧିରେ ଧିରେ ହଜି ଗଲି ମୋ ସଂସାର ଭିତରେ ା ସକାଳ ଅରୁଣ ଉଇଁଲେ ଅରୁଣ ମନେ ପଡନ୍ତି , ରାତି ରେ ତାଙ୍କର ସ୍ମୁତି ସହ କଥା ହୋଇ ନିଦ ଆସେ ା କିନ୍ତୁ, ସେ କେବେ ସ୍ବାମୀ ଙ୍କ ପ୍ରତି କିମ୍ବା ସନ୍ତାନ ପ୍ରତି ,ଶାଶୁ ,ଶ୍ବଶୁର ଙ୍କ ପ୍ରତି ଦାୟିତ୍ବ ତୁଲାଇବା ରେ ବା ନିଜ କର୍ତ୍ତବ୍ୟ ପାଳନ ରେ ଅବହେଳା କରି ନାହାନ୍ତି ା ନିଜେ ଢଳି ଯାଇଛନ୍ତି ପରିବାର ର ଛାଂଚ ରେ ା ଏବେ ସେ ସୁଖୀ ସଂସାର ରେ ବୁଡି ଯାଇ ମଧ୍ୟ ଭୁଲି ପାରି ନାହାନ୍ତି ଅରୁଣ ଙ୍କୁ ା ଭାବନ୍ତି ,ଅରୁଣ ବି ସତେ କଣ ମନେ ରଖିଥିବେ ତାଙ୍କୁ ା ରାତ୍ରୀ ର ବହଳ ଅନ୍ଧକାର ରେ ତାଙ୍କ ଆଖି ରେ କଣ ଲୁହ ଦି' ବୁନ୍ଦା ଝରି ପଡୁଥିବ ତାରି ସ୍ମୁତି ରେ ା

  ନିଜ ସ୍ମୃତି ସହ କଥା ହେଉ ହେଉ ତା ଆଖି କେତେବେଳେ ଲାଗି ଯାଇଥିଲା ମନେ ନାହିଁ ା

" ମେଡମ୍ " କେଉଁଠି ଓହ୍ଲାଇବେ ?

ପାଖ ସିଟ୍ ରେ ବସିଥିବା ଭଦ୍ରବ୍ୟକ୍ତି ଙ୍କ କଥା ଶୁଣି ମୁହଁ ବୁଲାଇ ଚାହିଁଲା ସେ ା ଭଦ୍ରବ୍ୟକ୍ତି ଙ୍କ ମୁହଁ ଚିହ୍ନା ଚିହ୍ନା ଲାଗିଲା ା 

" ବିଭା" ତୁମେ ? ଆଶ୍ଚର୍ଯ୍ୟ ତଥା ଆନନ୍ଦ ର ଫେଣ୍ଟାଫେଣ୍ଟି କଣ୍ଠ ସ୍ବର ରେ ତା ନାମ ଶୁଣି କିଛି ଭାବିବା ପୂର୍ବରୁ ଭଦ୍ରବ୍ୟକ୍ତି ଜଣକ କହି ଉଠିଲେ " ମୋ ଚିହ୍ନିବାରେ ଟିକିଏ ବି ଭୁଲ୍ ନାହିଁ ତୁମେ ବିଭା ତ ! ମୋତେ ସତରେ ଚିହ୍ନି ପାରୁନ ?"

" ଅରୁଣ " ତା ପାଟି ରୁ ସ୍ବତ8 ବାହାରି ପଡିଲା ା ତେବେ ,ଏତେ ସମୟ ଧରି ସେ ଯାହାଙ୍କ କଥା ଭାବୁ ଥିଲା ,ସେ ଯେ ତା ଏତେ ପାଖରେ ବସିଥିଲେ ! କହି ଦେବ କି ସେ , ସେ ତାଙ୍କରି କଥା ହିଁ ଭାବୁ ଥିଲା ବୋଲି ା ନା ...ଯେପରି ସେ ପୁଣି କିଶୋରୀ ଟେ ପାଲଟି ଯାଉଥିଲା ା ଲଜ୍ଜା କଣ୍ଠରୁଦ୍ଧ କରୁଥିଲା ଶବ୍ଦ ପ୍ରକାଶ କରିବାରେ ା 

ଦୁହେଁ ପୁଣି ସ୍ବାଭାବିକ ହୋଇ ଉଠୁଥିଲେ ଧିରେ ଧିରେ ା ଜଣା ପଡୁ ନ ଥିଲା ଏ ଭିତରେ ଅତିକ୍ରାନ୍ତ ହୋଇ ଯାଇଛି ପଚାଶ ବର୍ଷ ା ଅରୁଣ କହୁଥିଲେ ତାଙ୍କ ପରିବାର କଥା ା ରିଟାୟାଡ୍ ପରେ ପୁଅ ପାଖ ରେ ଓଡିଶା ରେ ରହୁଛନ୍ତି ା ସେ ଗପୁଥିଲା ତା ଝିଅ ,ନାତି ,ନାତୁଣୀ ର କଥା ା ଏତେ ବର୍ଷ ର ବ୍ୟବଧାନ ତାଙ୍କ ସମ୍ପର୍କ ରେ ଟିକିଏ ବି ଦାଗ ପକାଇ ପାରି ନ ଥିଲା ା କଥା ବାର୍ତ୍ତା ଭିତରେ ଯେ ସେମାନେ କେତେବେଳେ ଯେ ତାଙ୍କ ଗନ୍ତବ୍ୟସ୍ଥଳୀ ରେ ପହଂଚି ସାରିଛନ୍ତି ଜାଣି ପାରୁ ନଥିଲେ ା ଉଭୟେ ପରସ୍ପର ଠୁ ମୋବାଇଲ ନମ୍ବର ନେଇ କଥା ଦେଲେ ଜୀବନ ସାଥୀ ହୋଇ ନ ପାରିଲେ କଣ ହେଲା ସୁଖ ଦୂ8ଖ ର ସାଥୀ ହୋଇ ଭଲ ବନ୍ଧୁ ରୁପେ ଅବଶିଷ୍ଟ ଜୀବନ କାଟି ପାରିବେ ା ଅରୁଣ ଠାରୁ ବିଦାୟ ନେଇ ଝିଅ ର କାର୍ ରେ ଫେରିବା ବେଳେ ବିଭା ଭାବୁଥିଲା ା ଏତେ ବର୍ଷ ବିତିଯିବା ସତ୍ତ୍ଵେ ଦୁହିଁ ଙ୍କ ମଧ୍ୟ ରେ ସେଇମିତି ଆପଣା ପଣ ରହିଛି ମାନସିକ ସ୍ତର ରେ ା ସେ ନିଜ ହୃଦୟ କୁ ମନ ର ହ୍ବାଟସ୍ ଅପ ରେ ମେସେଜ କରୁଥିଲା ା " ଅରୁଣ ..ଏବେ ବି ଆମ ଭିତରେ କିଛି ଅଛି " ା 



Rate this content
Log in

Similar oriya story from Drama