Alhadini Panigrahi dash

Tragedy drama

3  

Alhadini Panigrahi dash

Tragedy drama

ସଳିତା ଭାଗ-୩

ସଳିତା ଭାଗ-୩

5 mins
119


ରେଖା ତା ଘର ଦେଖି ତାକୁ କେତେ ପ୍ରଶଂସା ରେ ପୋତି ପକାଇଲା ାତାକୁ ବହୁତ ଭାଗ୍ୟ ବତୀ କହି କହି ଥକୁ ନ ଥିଲା ା ସତରେ ସେ ଭାଗ୍ୟ ବତୀ ର ସଂଜ୍ଞା ଖୋଜୁଥିଲେ ତାଙ୍କ ଆଲିଶାନ ବଙ୍ଗଳା ସଦୃଶ ଘର ସାରା , କାନ୍ଥ ରେ ଝୁଲୁ ଥିବା ବିରାଟ ପୋଟ୍ରେଟ ମାନଙ୍କ ମଧ୍ୟ ରେ ଆଉ ଆଭିଜତ୍ୟ ର ନମୁନା ସ୍ବରୁପ ସ୍ବାମୀ ପୋଷି ଥିବା ଆଲସେସିଆନ କୁକୁର ର ଭୁକିବା ଶବ୍ଦ ରେ ା 

         ସତରେ ...ଯିଏ ଧନ, ଦୌଲତ ,ଐଶ୍ଚର୍ଯ୍ୟ ପୂର୍ଣ୍ଣ ବିଳାସୀ ଜୀବନ ଯାପନ କରେ ସେ କଣ ଭାଗ୍ୟ ବତୀ ? ଅଥବା ଯିଏ ,ଗରୀବ ହେଇ ଥାଉ ପଛେ ,ସ୍ବାମୀ ସୋହାଗିନୀ ,ପରି ପୂର୍ଣ୍ଣ ପରିବାର ର ସ୍ବାମିନୀ ହୋଇ ଥାଏ ସେ ଭାଗ୍ୟ ବତୀ ା ରେଖା କଣ ,ଯେ କେହି ବି କହିବ ସେ ସୁଖ ରେ ସାଗର ରେ ପହଁରୁ ଛନ୍ତି ା ଅଂଶୁମାନ ଙ୍କ ଭଳି ସୁନ୍ଦର ତଥା ଚାକିରିଆ ସ୍ବାମୀ ା ଗୋଟିଏ ପୁଅ ବୋହୁ କାନାଡା ରେ ଓ ଆଉ ସାନ ପୁଅ ବୋହୁ ଆମେରିକା ରେ ା ଆଉ ସେ ନିଜେ ଜଣେ ଶିକ୍ଷୟିତ୍ରୀ ା ବିରାଟ ଘର ,ଜମି ,ବାଡି କେଉଁ ଥିରେ ଊଣା ନାହିଁ ା ଉପର ଦେଖା କୁ ଏଇ ତ କହନ୍ତି ସୁଖ ର ଭଣ୍ଡାର ,ଆନନ୍ଦ ର ଚାବି କାଠି ା

         କିନ୍ତୁ ,ଧନ ରେ ମନ କଣ କିଣି ହୁଏ ? କିଣି ହୁଏ ଶାନ୍ତି ?? ସେ କଣ ଏଇୟା ଚାହିଁ ଥିଲେ ା ସେ ତ କେବଳ ଚାହୁଁ ଥିଲେ ,ସ୍ବାମୀ ,ପୁତ୍ର ଙ୍କ ସ୍ନେହ ବୋଳା ସଂସାର ରେ ନିଜର ଥାନ ଟିକେ ,ମାନ ଟିକେ ା

      ତାଙ୍କ ପିତା ଙ୍କ ଘର ତ ଏତେ ବଡ ନ ଥିଲା ା ଗାଡି ,ମଟର ନ ଥିଲା ା କିନ୍ତୁ ,ବାପା ,ମାଆ ଙ୍କ ଭିତରେ ଥିଲା ବୁଝାମଣା ା ଅତୁଟ ପ୍ରେମ , ଭରସା ଓ ବିଶ୍ବାସ ର ବନ୍ଧନ ଟିଏ ା

       ବାପା ବଜାର ରୁ ଆସିଲା ବେଳେ ଆମ ମାନଙ୍କ ପାଇଁ ଆଣି ଥାନ୍ତି ବରା ,ଗୁଲୁଗୁଲା ାତାକୁ ଭାଗ ବଣ୍ଟା କରି ଖାଇ ବାର ଆନନ୍ଦ କଣ ଏବେର ଫାଇଭ୍ ଷ୍ଟାର୍ ହୋଟେଲ ରେ ବସି ବହୁ ଆଡମ୍ବର ରେ ପିଜ୍ଜା ଅର୍ଡର କରିବା ବେଳେ ମିଳେ ?

   ବାପା ସ୍କୁଲ ରୁ ଆସିଲେ ସତେ ଯେପରି ଘରେ ଉତ୍ସବ ହୁଏ ପ୍ରତି ଦିନ ା

      ଘର ବାରଣ୍ଡା ରେ ସାଇକେଲ ଟା ଡେରି ଦେଇ ,ଛୁଆ ମାନ ଙ୍କୁ ଆଗୋ ଡକା ପଡିବ ା

      ବାପା ...ବାପା ାଦୌଡି ଆସନ୍ତି ସବୁ ଭାଇ ,ଭଉଣୀ ାପଛେ ପଛେ ମାଆ ସୁହାସିନୀ ଦେବୀ ବି ା ମାଆ ଓ ଜେଜେ ଙ୍କ ମୁହଁ ରେ ଖେଳି ଯାଏ ଆନନ୍ଦ ର ଲହରୀ ,ଓଠ ଅଗଣା ରେ ହସ ଫୁଲ ଭର୍ତ୍ତି ହୋଇ ଯାଏ ଯେପରି ା ସତେ ଯେପରି ବାପା ବହୁ ବର୍ଷ ପରେ ଘର କୁ ଫେରି ଛନ୍ତି ା କେତେ ପ୍ରେମ ପଦ୍ମ ଫୁଟୁ ଥିଲା ସତେ ତାଙ୍କ ବାପା ଘରେ ା

           ବାପା ,ବରା ,ଗୁଲୁଗୁଲା ସବୁ ମାଆ ଙ୍କୁ ଧରାଇ ଦେଇ ନିଶ୍ଚିନ୍ତ ା ଶୋଭା ନାନୀ ଥାଳି ,ତାଟିଆ ଆଣି ସମସ୍ତ ଙ୍କୁ ଧରାଇ ବସିଯାଏ ା

"ମାଆ ମୋତେ ଟିକେ ବେଶୀ ଦେବ "ା ସାନ ଭାଇ ଚୁପ୍ ଚୁପ୍ ଯାଇ ମାଆ କାନ ରେ କହିବ ା

ହଉ ,ହଉ ତୋତେ ପରା ସବୁ ଦିନ ବେଶୀ ଦିଏ ାମାଆ କହିବ ା

ଶୋଭା ନାନୀ ଜେଜେ ଙ୍କୁ ଦେଲା ବେଳେ କହନ୍ତି ,ଥାଉ ମା ,ମୋତେ ଦେଏନା ...ତୁମେ ଛୁଆ ମାନେ ଖାଇଲେ ପରା ମୋ ପେଟ ପୁରେ ା ତାପରେ ମାଆ ତାଙ୍କୁ ଯିବ ବୁଝେଇ ସୁଝେଇ ଖୁଆଇବ ାସତରେ କେତେ ସୁନ୍ଦର ଥିଲା ତାଙ୍କ ଅତିତ ା

     ତାପରେ ଶୋଭା ନାନୀ ର ବିବାହ ପାଇଁ ଅନେକ ପ୍ରସ୍ତାବ ପଡିଲା ା ନାନୀ ତ ଜିଦ ଧରି ବସି ଥିଲା ସେ ଚାକିରି କରିବ ,ବାହା ହେବନି ା ଅନଶନ ବି କରି ଥିଲା ନ ଖାଇ ନ ପିଇ ା ବାପା ମାଆ ତାକୁ ବୁଝାଇଲେ ,ଭଲ ଘର ,ଭଲ ବର ା ମାନିଯା ମା ,ତୋତେ ହାତ ରୁ ଦି ହାତ କରି ଦେଲେ ଆମେ ବି ନିଶ୍ଚିନ୍ତ ଓ ତୁ ବି ଆରାମ ରେ ରହିବୁ ା ମନା କରନା ମାଆ ା ଭଲ ପାତ୍ର ସବୁ ବେଳେ ମିଳନ୍ତିନି ା କିନ୍ତୁ ନାନୀ ମାନୁ ନ ଥିଲା ା

      ସେତେ ବେଳେ ଦାଦା ଥିଲେ ଥିଲେ ସମ୍ବଲପୁର ରେ ା ମାଆ ଚିଠି ଦେଇ ଡକାଇଲେ ଘରକୁ ା ଦାଦା ଛୁଟି ରେ ଘର କୁ ଆସି ସବୁ ଶୁଣି କହିଲା ା ଯଦି ଶୋଭା ,ଚାହୁଁଛି ଚାକିରି କରି ବାକୁ ,ତାହେଲେ ତାକୁ ନିଜ ଗୋଡ ରେ ଠିଆ ହେବାର ସୁଯୋଗ ଦିଆ ଯାଉ ା ଆଜି କାଲି ତ ପ୍ରତ୍ୟେକ ଅଫିସ ,ସ୍କୁଲ ,କଲେଜ ସବୁଠି ମହିଳା ମାନେ କାର୍ଯ୍ୟରତ ା ଏପରି କି ଆମ କଲେଜ ରେ ମଧ୍ୟ ମହିଳା ପ୍ରଫେସର ଠାରୁ ଆରମ୍ଭ କରି ପିଅନ୍ ପର୍ଯ୍ୟନ୍ତ ସବୁ ପ୍ରକାର ପଦବୀ ରେ ଅଛନ୍ତି ା

ମାଆ ମୁହଁ ଟିକେ ମଉଳି ଗଲା ା ସେ ଭାବି ଥିଲା ଶୋଭା ଟା ବଡ ଭାଇ କଥା ଟା ମାନେ ା ତା କଥା ରୁ ଓହୋରି ଯିବ ନାହିଁ ସେ ାକିନ୍ତୁ ତାଙ୍କ ଭାବନା ଟା ବିପରିତ ଦିଗ କୁ ମୁହଁ କରିବା ଦେଖି ସେ ଟିକିଏ ହତୋତ୍ସାହ ହୋଇ ଗଲେ ସତ କିନ୍ତୁ ଅଟଳ ରହିଲେ ନିଜ ଜିଦ ରେ ା ଦାଦା ପୁଣି ଦି ଦିନ ପରେ ଚାଲି ଗଲେ ା ପରିକ୍ଷା ତାଙ୍କ ର ମୁଣ୍ଡ ଉପରେ ା

       ବାପା ଓ ଜେଜେ ବି ବୁଝାଇଲେ ବହୁତ ା ବାପା ,ମାଆ ଚିନ୍ତା କରିବା ଦେଖି, ନାନୀ ଶେଷରେ ରାଜି ହୋଇ ଗଲା ବାହା ହେବାକୁ ାତାପରେ ଚାଲିଲା ବାହାଘର ପ୍ରସ୍ତୁତି ା ବର ଘର ଆସିଲେ ନାନୀ କୁ ଦେଖି ା ମାଆ ଙ୍କ ଆଦେଶ ରେ ମୁଁ ଘର ସଫା ସଫି ,ସଜାସଜି ରେ ଲାଗି ପଡିଲି ା ମୋ ମନ  ଅନେକ ଖୁସି ,ନାନୀ ବାହାଘର ହେବ ା ବହୁତ ମଜା ଲାଗିବ ା ହଳଦି ,ମେହେନ୍ଦି ସବୁ ହେବ ା ମାମୁଁ ଘରେ ଆସିବେ ା ମା଼ଉସୀ ,ପିଉସୀ ସମସ୍ତେ ଆସିଲେ ଘର ଖାଲି ପଡିବ ,ଉଠିବ ା ବନ୍ଧୁ ,ବାନ୍ଧବ ଙ୍କ ଗହଳି ,ଭୋଜି ,ଭାତ ଆହୁରି କେତେ କଣ ଭାବି ମୋ ମନ ପୁଲକି ଉଠୁ ଥାଏ ା ଭାବନା ରେ ଭାବନା ରେ ମୁଁ ଉଛୁଳୁ ଥାଏ ା ନାନୀ ର ଚାକିରି ନିଶା ତା ମୁଣ୍ଡ ରୁ ଉତୁରି ନ ଥାଏ ା ତା ଝାଉଁଳା ମୁହଁ ଦେଖି ମୋତେ ଖରାପ ଲାଗୁ ଥାଏ ା ମୁଁ ଭାବୁ ଥାଏ ,ନାନୀ ଟା କେଡେ ବୋକୀ ଟାଏ ମ...ତା ଲାଗି ନୂଆଁ ଶାଢୀ ଆସିବ ାଗହଣା ଆସିବ ା ତା ମନ ଜାଣି ସବୁ ଜିନିଷ ଆସିବ ା ନୁଆଁ ବୋହୁ ସାଜିବ ା ତଥାପି ତା ମନ କାହିଁକି ଏତେ ଅସୁଖ ଯେ ା ନାନୀ ଆଉ ଫୁଲେଇ ହେଉନି ତ ାସମସ୍ତ ଙ୍କ ଟିକେ ଅଧିକ ନଜର କୁ ଆସିବା ପାଇଁ ୍ା

        କିନ୍ତୁ ନାନୀ ର ଝାଉଳା ମୁହଁ ଦେଖିଲେ ସେପରି ଭାବିବାକୁ ବି ଖରାପ ଲାଗେ ା ଶେଷ ରେ ସେ ଦିନ ଟି ଆସିଲା ବରପକ୍ଷ କନ୍ୟା ଦେଖି ଆସିଲେ ା ବାପା କେତେ ପ୍ରକାର ର ଜଳ ଖିଆ ଆଣି ଥାନ୍ତି ା ବହୁତ ପ୍ରକାର ମିଠା ବି ା ସାନ ଭାଇ ଅତନୁ ଓ ସାନ ଭଉଣୀ ସୈରିନ୍ଧ୍ରି ଏତେ ପ୍ରକାର ମିଠା ଦେଖି ଅଥୟ ା ମାଆ ଙ୍କ ର କଡା ତାଗିଦ ବରପକ୍ଷ ଖାଇବା ପୂର୍ବ ରୁ କେହି କିଛି ବି ଖାଇ ପାରିବନି ସେମାନେ କେତେ ଜଣ ଆସିବେ କେଜାଣି ! ସେମାନ ଙ୍କ ସାମ୍ନା ରେ ଜଳ ଖିଆ କମ୍ ପଡି ଗଲେ ଘର ର ମାନ ଇଜ୍ଜତ ଆଉ ରହିବ ଟି ! ଅତନୁ ମୋତେ ବାର ବାର କହୁ ଥାଏ ,ନାନୀ ,ତୁ ଯାଆ ..ଚୁପ ଚାପ ନେଇ ଆସିବୁ, ସବୁ ଥିରୁ ଦିଇ ଦିଇ ଟା ା ମୋର ବି ତ ଇଚ୍ଛା ଖାଇବାକୁ ,କଣ କରାଯିବ ା ମାଆ ଦେଖିଲେ ଗାଳି କରିବ ା ମୁଁ ବି ମନା କରି ଦେଲି ା ନା ନା ମୁଁ ପାରିବିନି ବାବା ା ଅଯଥା ରେ ତୁମ କଥା ରେ ପଡି ମୁଁ ଆଣିବି ,ତୁମେ ଖାଇବ ଆଉ ମୋତେ ମାଆ ଗାଳି କଲେ ତୁମେ ସବୁ ଚୁପଚାପ ମଜା ଦେଖିବ ା ବରଂ ଚାଲ ଦେଖିବା ଆମ ନାନୀ ର ବର କୁ ା ମୋ ସାଥୀ ରେ ମୋ ଦୁଇ ଭାଇ ,ଭଉଣୀ ନେଇ ଆମ ଶୋଇବା ଘର କବାଟ ଫାଙ୍କ ରୁ ଅନେଇଲୁ ା ନାନୀ ଚୁପଚାପ ବସି ଥାଏ ା ସେମାନେ କଣ ସବୁ ପ୍ରଶ୍ ପଚାରୁ ଥାନ୍ତି ା ମୋତେ ଲାଗିଲା ସତେ ଯେପରି ନାନୀ ମୌଖିକ ପରିକ୍ଷା ଦେଉଛି ା ଅତନୁ ପଚାରିଲା ,ନାନୀ ବାହା ହେବାକୁ ହେଲେ ଏମିତି ପରିକ୍ଷା ଦେବାକୁ ପଡେ ା ତା ହେଲେ ତ ମୁଁ ବାହା ହେବିନି ା ମୋତେ ତ ଏମିତି ପରୀକ୍ଷା ଦେବାକୁ ଭାରି ଡର ମାଡେ ା ତା କଥା ର ମୁଁ ବା କଣ ଉତ୍ତର ଦିଅନ୍ତି ା ମୋତେ ବା ସେତେ ବେଳେ କଣ ଜଣା ଥିଲା ଯେ ା

        



Rate this content
Log in

Similar oriya story from Tragedy