Alhadini Panigrahi dash

Tragedy drama

4  

Alhadini Panigrahi dash

Tragedy drama

ସଳିତା (ଧାରାବାହିକ, ଭାଗ -୧)

ସଳିତା (ଧାରାବାହିକ, ଭାଗ -୧)

5 mins
328


ବାଲକୋନି ର କୋଣ ରେ ଥିବା ଝୁଲା ରେ ଝୁଲି ଝୁଲି ସବିତା ଦେବୀ ପ୍ରତିଦିନ ନିରେଖି ଦେଖନ୍ତି ଘର ବାହୁଡା ସବିତା ଙ୍କୁ । ସହଜେ ତ ଆଜି ଫଗୁଣ ର ପହିଲି ବସନ୍ତ ର ସଂଧ୍ୟା, ପ୍ରତିଚୀ ଦିଗ ରେ ସତେ ଯେପରି ସୂର୍ଯ୍ୟ ଆକାଶ ସହିତ ଫଗୁ ଖେଳୁଛନ୍ତି ମା କୋଳ କୁ ଯିବା ପୂର୍ବ ରୁ , ଫଗୁଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅପେକ୍ଷା କରି ନ ପାରି । ଯେପରି ନାତି ତାଙ୍କର ଆଜି ସକାଳୁ ସକାଳୁ ତାଙ୍କୁ ହୋଲି ର ଶୁଭେଚ୍ଛା ଜଣାଉ ଥିଲା । ସେ ହସି ଦେଇ କହି ଥିଲେ "ହେତ୍ , ଆଜି ପରା ଫଗୁଣ ଆସିବା ମାତ୍ର ଦିନ ଦଶ ଟା ହେଉଛି ,ପୂର୍ଣ୍ଣିମା ଦିନ ସିନା ଠାକୁର ଙ୍କ ପାଖ ରେ ଫଗୁ ଲଗା ଯାଏ ,ହରି ହର ଭେଟ ହୁଏ ,ରାଧା ,କୃଷ୍ଣ ଫଗୁ ଖେଳନ୍ତି ,ହରି ବୋଲୋ ,ହୁଳ ହୁଳି ଶବ୍ଦ ରେ ଗଗନ ,ପବନ ପ୍ରକମ୍ପିତ ହୁଏ , ତାପରେ ଆବାଳ ବୃଦ୍ଧ, ବନିତା ଅବୀର ଜଣେ ଅନ୍ୟ କୁ ମଖାଇ ଗୁରୁ ଜନ ଙ୍କୁ ପ୍ରଣାମ କରନ୍ତି ,ଓ ଆଶିଷ ଭିକ୍ଷା କରନ୍ତି ାତା ପର ଦିନ ହୋଲି ଖେଳ ହୁଏ । ତୁମେ ସବୁ ଆଜି କାଲିକା ପିଲା ତ କିଛି ଜାଣିଲନି ଆମ ପର୍ବ ପର୍ବାଣୀ, ଆଉ ପରଂପରା ବିଷୟରେ । ହସି ଦେଇ ନାତି ସୋମ୍ ମୋବାଇଲ୍ ର ଭିଡିଓ କଲ୍ ରେ ଫ୍ଲାଇଙ୍ଗ କିସ୍ ଟିଏ ଦେଇ କହିଥିଲା , ତୁମେ ସେଇ ପୁରୁଣା କାଳିଆ ହେଇ ରହିଗଲ ଜେଜେମା ,ଆଜିକାଲି ପରା ସବୁ ଆଡଭାନ୍ସ , ଯେପରି ଜାନୁୟାରୀ ୧ ତାରିଖ ପୂର୍ବରୁ ଶୁଭେଚ୍ଛା ଜଣାନ୍ତି ଆଡଭାନ୍ସ ହେପି ନିଉ ଇୟର , ସେମିତି ଆଡଭାନ୍ସ ହେପି ହୋଲି ତୁମକୁ ଉଇସ୍ କଲି ଜେଜେମା ,ତୁମେ ମୋର ସବୁଠୁ ପ୍ରିୟ ନା ...ସେଥି ପାଇଁ ା

       ନାତି କଥା ମନେ ପକାଇ ହସି ପକାଇଲେ ସବିତା ଦେବୀ । ଆକାଶ କୁ ଅନାଇଲେ ସୂର୍ଯ୍ୟ ଦେବ ଚାଲି ଗଲେଣି , ଦିନ ସାରା ପୃଥିବୀ ପାଇଁ ନିଜକୁ ଜାଳି ଜାଳି ମାଆ କୋଳ ର ପବିତ୍ର ,ଶିତଳ ସ୍ପର୍ଶ ପାଇବା ପାଇଁ ।

              ସେ ବି ତ ଜୀବନ ସାରା ତାଙ୍କ ନିଜ ପୃଥିବୀ, ନିଜ ପରିବାର ପାଇଁ କେବଳ ଜଳି ଚାଲିଛନ୍ତି । ଦହନ ର ଜ୍ଜଳନ ରେ ଅତିଷ୍ଠ ହୋଇ ସେ ମଧ୍ୟ ଖୋଜି ଛନ୍ତି ତାଙ୍କ ମାଆ ଙ୍କ ମମତା ଭିଜା ଶିତଳ ପଣତ ର ସ୍ପର୍ଶ । ହେଲେ ...ତାଙ୍କ ମାଆ ତ ଧରା ,ଛୁଆଁ ର ବାହାର ଦୂନିଆଁରେ ।..ସେ କଣ ଆକାଶ ର ସବିତା ଙ୍କ ପରି ଭାଗ୍ୟବାନ ଯେ ...,ସେ ତ ଏଇ ମାଟି ର ମଣିଷ ଟିଏ ,ସାଧାରଣ ନାରୀ ଟିଏ ା

ବାପା ,ମାଆ ସିନା ଭାବିଥିଲେ , ନିଜ ଝିଅ, ସୂର୍ଯ୍ୟ ଙ୍କ ପରି ତେଜୋମୟୀ ହେବ ,ସମସ୍ତ ଙ୍କୁ ଆଲୋକ ବାଣ୍ଟିବ , ସମସ୍ତେ ମୁଣ୍ଡ ଉଠାଇ ଦେଖିବେ ତାଙ୍କ ଗୁଣ ବତୀ କନ୍ୟା ର ନଭ ପ୍ରସାରୀ ଗୌରବ ର ଦୀପ୍ତୀ । କିନ୍ତୁ,... ନା ସେ ହୋଇ ପାରିଲେ ଆକାଶ ର ସବିତା, ନା ହୋଇ ପାରିଲେ ନିଜ ପୃଥିବୀ ,ନିଜ ପରିବାର ର ସବିତା । ତା ବଦଳ ରେ ସଳିତା ଟେ ହୋଇ ରହି ଗଲେ ପ୍ରତି ଦିନ ତିଳ ତିଳ ଜଳି ଜଳି ାହେଲେ ସେତ ସଳିତା ଠାରୁ ବି ହତ ଭାଗିନୀ ,ସଳିତା ତ ଜଳୁଛି ବୋଲି ଅନ୍ୟ ମାନଙ୍କ ସାମ୍ନା ରେ ମୁକ୍ତ ସ୍ବର ରେ ଘୋଷଣା କରି ପାରେ , କିନ୍ତୁ ସେତ ସେତିକି ବି ପାରନ୍ତିନି ନିଜ ଦୂହିତା ଉପାଧି କୁ ସାର୍ଥକ କରିବା ପାଇଁ, ନିଜ ଦୂ8ଖ, ଯନ୍ତ୍ରଣା, ଅଭିମାନ ସବୁ କୁ ଛାତି ଭିତରେ ଜାକି ,ସ୍ବାଭିମାନ ର ତେଲ ଢାଳି ଭିତରେ ଭିତରେ ଜଳୁଥାନ୍ତି ସିନା କାହାକୁ କିଛି ବି କହି ପାରନ୍ତିନି ା ତା ନୁହେଁ ତ ଆଉ କଣ ା ସେ ବୋହୁ ହୋଇ ଆସିବା ଦିନ ଠୁ ତ ସେ କେବଳ ଅନ୍ୟ ପାଇଁ ସେବା ହିଁ କରି ଆସିଛନ୍ତି ,ନିଜ କର୍ତ୍ତବ୍ୟ କୁ ନିଜ ଧର୍ମ ମନେ କରି ାନିଜ କୁ ଏକ ଆଦର୍ଶ ପତ୍ନୀ ,ସୁଗୃହିଣୀ ଏବଂ କର୍ତ୍ତବ୍ୟ ପରାୟଣା ବୋହୁ ଟି ଏ ବୋଲି ପ୍ରମାଣିତ କରିବା ପାଇଁ ନିଜ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ଆସିଛନ୍ତି ା କେବେ କିଛି ପାଇ ବାର ଆଶା କରି ନାହାନ୍ତି ା ତଥାପି କଣ ତାଙ୍କର ଏମିତି ଭୁଲ୍ ରହିଗଲା ଯେ ସ୍ବାମୀ ଙ୍କ ର ଦୃଷ୍ଟି ରେ ତାଙ୍କ ପତ୍ନୀ ହେବାର ସର୍ବ ନିମ୍ନ ଯୋଗ୍ୟତା ମଧ୍ୟ ନାହିଁ ା ସବୁ ବେଳେ କଟାକ୍ଷ ଯୁକ୍ତ କଥା , ସମସ୍ତ ଙ୍କ ସାମ୍ନା ରେ ତାଙ୍କୁ ବେଇଜ୍ଜତ କରିବା ସତେ ଯେପରି ତାଙ୍କ ମୂଖ୍ୟ କାମ ା କେଉଁ ଗୋଟିଏ କାମ ର ତାରି଼ଫ କରିବା ତ ଦୂର ର କଥା କେଉଁଠୁ ସବୁ ଖୁଣ ବାହାର କରିବେ ସେଥି ରେ ସେ ଭାରି ଧୁରନ୍ଧର ା କେବେ ବି ପଚାରି ନାହାନ୍ତି ଏତେ ବଡ ଘର କାମ ସଙ୍ଗ ରେ ସ୍କୁଲ୍ କାମ କେମିତି ମେନେଜ୍ କରୁଛ ା ସବୁ ନାରୀ ପରି ସେ ବି ଦିନେ ଚାହୁଁ ଥିଲା ତା ସ୍ବାମୀ ତା କାମ ର ପ୍ରଶଂସା କରନ୍ତୁ ା ତାର କେୟାର ନିଅନ୍ତୁ ା ତାଙ୍କର ତ ମିଲିଟାରୀ ଚାକିରି ,ବର୍ଷକୁ ଥରେ ଦି' ଥର ଛୁଟି ରେ ଆସନ୍ତି ା କେତେ ବ୍ୟାକୁଳତା ର ସହ ଅପେକ୍ଷା କରି ଥାଏ ସେ ା ସ୍ବାମୀ ଆସିବେ , ସେମାନେ ବଗ ,ବଗୁଲୀ ପରି ଏକାଠି ବସିବେ ,ହସିବେ ,ଚା'ପିଇବେ ା ସିନେମା ଯିବେ ଆହୁରି କେତେ କଣ ା ସ୍ବାମୀ ଙ୍କ ର ରହଣୀ ପ୍ରତି ଦିନ ର ଯୋଜନା ବନାଇ ଥାଏ ା ତା ବାପା ,ମାଆ କେତେଥର କହନ୍ତି ,ଜୋଇଁ ଆସିଲେ ଥରେ ସାଙ୍ଗ ହୋଇ ଆସିବା ପାଇଁ ା କେଲେଣ୍ଡର ରେ ଗୋଲ ବୁଲାଇ ପ୍ରତି ଦିନ ଦେଖେ ସେ ତାଙ୍କ ଆସିବା ବାଟ ା କେଲେଣ୍ଡର ଭୁଲ୍ କହେ ନାହିଁ ,ସେଦିନ ଆସେ ...ସେ ବି ଆସନ୍ତି ା ପୁଣି ଏକ ନୂତନ ଆଶା ,ନୂତନ ସ୍ବପ୍ନ ମୁଣ୍ଡ ଟେକେ ତା ଅନ୍ତର ର ଗହନ ତଳ ମରମ ଭିତରେ ା ଗେଟ କୁ ବାରବାର ,ବାରମ୍ବାର ଅନାଉ ଥାଏ ା ସ୍କୁଲ ଯିବାକୁ ଆଦୌ ଇଚ୍ଛା ଲାଗେନି ା କିନ୍ତୁ ନ ଗଲେ ନ ଚଳେ ,ସରକାର ଙ୍କ ନିକଟ ରେ ମୁଣ୍ଡ ବିକିଛି ସେ ାତା ଛଡା ସେ ଜଣେ ଶିକ୍ଷୟିତ୍ରୀ ,ମଣିଷ ଗଢା କାରଖାନା ର ଶ୍ରମିକ ଟିଏ ା ଛାତ୍ର ମାନଙ୍କ ପ୍ରତି ଅବହେଳା କରିବାକୁ ତାକୁ ଭଲ ଲାଗେନି ା ସ୍କୁଲ ରୁ ଫେରିଲା ବେଳେ ମନ ତାର ଉଡି ବୁଲୁ ଥାଏ ,କିପରି ଶୀଘ୍ର ଘରେ ପହଂଚିବ ା ଘର କୁ ଫେରି ଦେଖେ ସ୍ବାମୀ ଆସିଛନ୍ତି ,ନବ ବଧୂ ପରି ତାର ଗଣ୍ଡ ଦେଶ ଆରକ୍ତ ହୋଇ ଉଠେ ା ମୁହଁ ରେ ଲାଜୁଆ ହସ ଧାରେ ଖେଳାଇ କିଛି ଆଶା କରେ ସେ ା କିନ୍ତୁ ନା...କିଛି ରିଏକସନ୍ ନାହିଁ ତାଙ୍କର ା ସେତେବେଳେ ଯେମିତି ଥିଲେ ସେ ରିଟାୟାଡ୍ ପରେ ବି ସେମିତି ଅଛନ୍ତି ା ବଦଳି ଯାଇଛନ୍ତି ଯାହା ସେ ନିଜେ ା ଆସ୍ତେ ଆସ୍ତେ ନିଜକୁ ନିଜେ ବହୁତ ବର୍ଷ ପୂର୍ବ ରୁ ବୁଝାଇ ଦେଇଛନ୍ତି ା ଏବେ ତାଙ୍କ ମନ ଜଡ ପାଲଟି ଗଲାଣି ା ନିଜେ ବି ତ ଆଉ ଦୁଇ ବର୍ଷ ପରେ ଅବସର ନେବେ ା ଏବେ ସେ କିଛି ବି ଆଶା କରନ୍ତିନି ସ୍ବାମୀ ଙ୍କ ପାଖରୁ ା ସହିବା ତାଙ୍କର ଅଭ୍ୟାସ ରେ ପଡି ଗଲାଣି ା କଟାକ୍ଷ ଯୁକ୍ତ କଥା ରେ ଆଉ ହୃଦୟ ହାଣି ହେଉନି ା ଜଳି ଜଳି ଆସ୍ତେ ଆସ୍ତେ ସରି ଆସୁଛି ଜୀବନ ଦୀପ ର ଆୟୁଷ ତେଲ ା ସେ ଦୀପ ର ଆଲୋକ ତାଙ୍କ ପରିବାର କୁ ଆଲୋକିତ କରୁ ଥିଲା ଏବଂ କରି ଆସୁଛି ମଧ୍ୟ କିନ୍ତୁ ଅଦୃଶ୍ୟ ମାନ ଭାବରେ ା ସେ କେବେ ସ୍ବାମୀ ଙ୍କ ର ଦରମା ବିଷୟ ରେ ପଚାରି ନାହାନ୍ତି ା ପ୍ରଥମେ ପ୍ରଥମେ ବୋହୁ ହୋଇ ଆସିବା ପରେ ଅବଶ୍ୟ କଥା ଛଳ ରେ ପଚାରି ଦେଇଥିଲେ ାଉତ୍ତର ପାଇବା ବଦଳ ରେ ସ୍ବାମୀ ଙ୍କ ତାତ୍ସଲ୍ୟ ପୂର୍ଣ୍ଣ କଥା ଶୁଣି ଚୁପ ରହି ଯାଇ ଥିଲେ । " ହୁଁ.. ମୁଁ ଭାବି ଥିଲି ,ତୁମେ ଉଚ୍ଚ ଶିକ୍ଷିତା ପୁଣି କର୍ମ ଜିବୀ ମହିଳା ,ତୁମ ମେଣ୍ଟାଲିଟି ବ୍ରୋଡ୍ ହେଇଥିବ ,କିନ୍ତୁ ତୁମେ ବି ଶେଷ ରେ ଟିପିକାଲ ସ୍ତ୍ରୀ ମାନଙ୍କ ପରି ମୋତେ ଦରମା ଟଙ୍କା ର ହିସାବ ମାଗି ବସୁଛ ବୋଧ ହୁଏ । ସେଦିନ ସବିତା ଙ୍କ ର ମନ ହେଉଥିଲା ସମସ୍ତ ଙ୍କ ସାମ୍ନା ରେ ସେ ମଧ୍ୟ କହି ଦେଇ ପାରନ୍ତେ କି ,ସେ ତ ପୁଣି ତାଙ୍କ ଦରମା ର ହିସାବ ମାଗନ୍ତି ,ତେବେ କାହିଁକି ସେ ପଚାରି ପାରିବେନି । କିନ୍ତୁ ପାରନ୍ତିନି ସେ ତାଙ୍କୁ ଭଲ ଲାଗେନି ଅଯଥା ଯୁକ୍ତି ତର୍କ କରିବା ା ଓଠ କୁ ଶାସନ କରନ୍ତି ଚୁପ ରହିବାକୁ । ଓ8 ..ଛାତି କରତି ହୋଇ ରକ୍ତାକ୍ତ ହୁଏ ଭିତରେ ଭିତରେ ।



Rate this content
Log in

Similar oriya story from Tragedy