Alhadini Panigrahi dash

Tragedy drama

3  

Alhadini Panigrahi dash

Tragedy drama

ସଳିତା (ଭାଗ-୨)

ସଳିତା (ଭାଗ-୨)

5 mins
140


ଚମକି ପଡିଲେ ସବିତା ଦେବୀ । ଅଭ୍ୟାସ ବଶତଃ ଥୁ ଥୁ କଲେ ନିଜ ଛାତିକୁ ଲକ୍ଷ୍ୟ କରି । ଚାରି ଆଡ କୁ ଦେଖିଲେ ନା କିଛି ନାହିଁ । ଭାବନା ରେ ବୁଡି ସେ ପାଖ ରାଧା ,କୃଷ୍ଣ ମନ୍ଦିର ର ସଂଧ୍ୟା ଆଳତୀ କୁ ଭୁଲି ଯାଇଛନ୍ତି। ସେଇଠି ଥାଇ ଯୁଗଳ ମୂର୍ତ୍ତି ଙ୍କୁ ଧ୍ୟାନ କରିବାକୁ ଚେଷ୍ଟା କଲେ ସେ ହାତ ଯୋଡି । ଆଖି ବୁଜି ସ୍ମରଣ କଲେ କଲେ ତାଙ୍କୁ ଏଇ ବଲାଙ୍ଗୀର ର ମନ୍ଦିର ର ମୂର୍ତ୍ତି ଦିଶନ୍ତି ନାହିଁ । ଆଖି ଆଗରେ ଭାସି ଉଠନ୍ତି ତାଙ୍କ ଜନ୍ମ ଭୂମି ର ତାଙ୍କ ଗାଁ ରାଧା ,କୃଷ୍ଣ ଙ୍କ ର ହସ ହସ ବିଗ୍ରହ ।

        ପୁଝାରୀ କାକା ସେ ମନ୍ଦିର ର ପୂଜକ । ସେ ମନ୍ଦିର ସହ ତାଙ୍କ କେତେ ଯେ ସ୍ମୃତି ଗୁନ୍ଥି ହୋଇ ରହିଛି । ସ୍କୁଲ ରୁ ଫେରିଲେ ଘରେ କଣ ଦିଟା ଖାଇ ସବୁ ସାଙ୍ଗ ମାନେ ମନ୍ଦିର ବେଢା ରେ ହାଜର ହୋଇ ଯାଉ ଥିଲେ ା ଗୋଟି ଗୋଟି ହୋଇ ମାନସ ଚକ୍ଷୁ ରେ ଭାସି ଉଠିଲା ଚଳଚିତ୍ର ପରି ,ସେଇ ...ମଧୂ ମୟ ପିଲା ଦିନ ...ସେ ଫେରିଗଲେ ସେଇ ଅତୀତକୁ ।

        କେତେ ଗେହ୍ଲେଇ ଥିଲେ ସେ ବାପା ,ମାଆ ଙ୍କ ର ାବାପା ଥିଲେ ଜଣେ ଆଦର୍ଶ ଶିକ୍ଷକ । ଆଖ ପାଖ ଗାଁ ର ସମସ୍ତେ ସମ୍ମାନ କରନ୍ତି । ନିଜ ଗାଁ ପ୍ରତି ସମର୍ପିତ ସେ । ଜେଜେ କହନ୍ତି ,ବାପା ଙ୍କ ପଢିବା ସମୟ ରେ କୁଆଡେ ଗାଁ ରେ ସ୍କୁଲ ନ ଥିଲା । ବାପା ଚାଲି ଚାଲି ଯାଉଥିଲେ ପଢିବା ପାଇଁ । ଘର କୁ ଫେରିବା ବେଳ କୁ ସଂଧ୍ୟା ହୋଇ ଯାଇ ଥାଏ । ଆସିଲା ପରେ ଜେଜେମା ପଖାଳ ,ବଡିଚୁରା ଦେଲେ ଖାଇ ଦେଇ ପୁଣି ରାତି ରେ ପଢି ବସନ୍ତି । ଜେଜେମା ଶୋଇ ବାକୁ କହିଲେ ବି ମାନୁ ନ ଥିଲେ ,କହୁଥିଲେ " ମା ଦେଖିବ ,ମୁଁ ପଢି କି ଚାକିରି କଲେ ଆମ ଗାଁ ରେ ସ୍କୁଲ ଟିଏ କରିବି । ଆଉ କାହାକୁ ଅନ୍ୟ ଗାଁ କୁ ପଢିବା ପାଇଁ ଯିବା ଦରକାର ପଡିବ ନାହିଁ ।" ଆଉ ସେ ତାଙ୍କ କଥା ରଖି ଥିଲେ ମଧ୍ୟ ା ବାପା ସ୍କୁଲ କଥା ,ଗାଁ କଥା ବୁଝୁ ବୁଝୁ ଘର ପାଇଁ ସମୟ ଦେଇ ପାରୁନ ଥିଲେ। ମା ହିଁ ସବୁ ବୁଝୁଥିଲା, ଘର କଥା, ଶାଶୁ, ଶ୍ବଶୁରଙ୍କ କଥା ଆମକଥା ।

         ଆମେ ଥିଲୁଁ ପାଂଚ ଭାଇ ,ଭଇଣୀ ,ଦୁଇଟି ଭାଇ ରେ ତିନୋଟି ଭଉଣୀ । ମୁଁ ଥିଲି ମଝିଆଁ । ମୋ ଉପରେ ବଡ ଭାଇ ଶାନ୍ତନୁ ଓ ନାନୀ ଶୋଭା ଓ ତଳେ ସାନ ଭାଇ ଅତନୁ ଓ ଭଉଣୀ ସୈରେନ୍ଧ୍ରୀ ା ଘରେ ଅଜା ଥିଲେ ା ଭର ପୁର ପରିବାର ା ଶାନ୍ତନୁ ଦାଦା ( ବଡ ଭାଇ କୁ ଆମେ ଦାଦା କହୁ )ଓ ନାନୀ ବେଳେ ବେଳେ ଚିଡାଇବା ପାଇଁ କହନ୍ତି , ବଡ ବାପା ର,ସାନ ମାଆ ର ମଝିଆଁ ନୁହେଁ କାହାର ା ମୁଁ ଚିଡେ ,ମୁହଁ ଫୁଲାଏ ା କାନ୍ଦି ପକାଏ ା ମୋ ଅବସ୍ଥା ଦେଖି ଜେଜେ କୁହନ୍ତି ା କାନ୍ଦନା ସାବି ,( ମୋତେ ଘରେ ସାବି ଡାକନ୍ତି ) ମୁଁ ଯାହା କହିବି ତୁ କହ ..ଜେଜେ କହନ୍ତି ,ମୋ ଦୁଇ ପଟେ ଦୁଇ କୁମ୍ଭାର ,ମୁଁ ମଝିଆଁ ବଡ ଠାକୁର ା ମୁଁ ହସି ହସି ତାଳି ମାରି କହେ ା ଶୋଭା ନାନୀ ନାରାଜ ହୁଏ ,ଜେଜେ ଙ୍କୁ ଅଭିଯୋଗ କରେ ଜେଜେ ତୁମେ ତା ସାଇଡ୍ ନେଉଛ ,ତୁମେ କଣ ଖାଲି ତାର ଜେଜେ କି ା ଜେଜେ ହସନ୍ତି ନାନୀ କୁ ଗେଲ କରି କହନ୍ତି ା ନା ଲୋ ତୋର ବି ଜେଜେ ,ତୁ ତ ମୋ ଗେଲ ବସରିଆ ,ମୋ ଘର ର ଶୋଭା ାନାନୀ ସେମିତି ମୁହଁ ଫୁଲା଼ଇ ବସିଥିବ ୀଜେଜେ କହବେ ହଉ ରହ ,ରହ ତୋ ପାଇଁ ବି ପଦେ ଶିଖାଇ ଦେଉଛି ା ତା କାନ ରେ କଣ ସବୁ କହି ଦିଅନ୍ତି ଜେଜେ ା ନାନୀ ଉଛୁଳି ପଡି କହେ ...ଦି ପଟ ରେ ହିମାଳୟ, ମଝିରେ ଶୌଚାଳୟ ା ଏଥର ମୁଁ ଭେଁ କରି ରଡି ଛାଡେ ା ମୋ କାନ୍ଦ ଦେଖି ଶୋଭା ନାନୀ ମଧ୍ୟ ଥୟ ଧରି ରହି ପାରେ ନାହିଁ ା ତା ଆଖି ରୁ ବି ଝରି ପଡେ ଲୁହ ର ଶ୍ରାବଣ ା ସେ ମୋତେ ଗେଲ କରେ ବୁଝାଏ ା ଜେଜେ ଙ୍କୁ ମୋତେ ହସାଇବା ପାଇଁ ଉପର ଦେଖାଣିଆ ଗାଳି କରେ ା ମୁଁ କଣ ସେମିତି କଥା ଜାଣି ଥିଲି କି ,ଜେଜେ ମୋତେ କହିବାରୁ ସିନା ମୁଁ କହି ଦେଲି ା ସତେ ମ ,ଜେଜେ ଆମ ଭାରି କଳି ଲଗଉ ଟି ଏ ା ଜେଜେ ବିଚିତ୍ର ମୁହଁ ବନାଇ ହସି ହସି କହନ୍ତି ,ଆଉ ତୁମ ଭାଇ ,ଭଉଣୀ ମାନଙ୍କ ଭିତରେ ମୋର ମୁଣ୍ଡ ପୁରାଇବାର ନାହିଁ ା ତୁ କାନ୍ଦିଲୁ ତ ତୋ ପଟିଆ ନେଲି ,ସେ କାନ୍ଦିଲା ତ ତା ପଟ ନେଲୁ ଏବେ ଦୁହେଁ ମିଶି ମୋତେ ଅଲଗା କରି ଦେଲ ନୁହେଁ ା କୁହନ୍ତିନି ,ତେଲିଆ ,ତେଲି ଏକ ହେଲେ ଆଉ ପିଡୁଆ କୁ ବାହାରେ ଫିଙ୍ଗି ଦେଲେ ା ଯା , ଆଉ ଯାହା ହେଲେ ବି ମୁଁ ତୁମ ମାନଙ୍କ ଝଗଡା ରେ ମୁଣ୍ଡ ପୁରାଇବି ନାହିଁ ା ମୋତେ ବି କେହି କା ବିରୁଦ୍ଧ ରେ ଅଭିଯୋଗ କରିବ ନାହିଁ ା ଆ...ରେ ...ତାଙ୍କ ଆରେ କହିବା ଢଙ୍ଗ ରେ ଆମେ ହସି ଉଠୁ ା ଜେଜେ ବି ଆମ ସହ ମିଶି ହସି ଦିଅନ୍ତି ା ଝଗଡା ଯାଇ କେଉଁଠି ହାଇ ମାରେ ଆଉ ଆମେ ହସ ,ଖୁସି ରେ ମାତି ଯାଉ ା

         ସେତେବେଳେ ମୋର ଦଶମ କ୍ଲାସ ା ଆମ ବେଳେ ଏଗାର ଶ୍ରେଣୀ ରେ ମାଟ୍ରିକ ା ଶୋଭା ନାନୀ ଆଇ ,ଏ ପଢୁ ଥାଏ ା ଶାନ୍ତନୁ ଦାଦା ସମ୍ବଲପୁର ଜି ଏମ୍ ( ଗଙ୍ଗାଧର ମେହେର କଲେଜ ) ରେ Bsc କରୁ ଥାଏ ା ସାନ ଭାଇ ଅତନୁ ସପ୍ତମ ଓ ସାନ ଭଉଣୀ ପଂଚମ ପଢୁ ଥାଏ ା ଆମେ ସମସ୍ତେ ସରକାରୀ ଓଡିଆ ସ୍କୁଲ ରେ ହିଁ ପାଠ ପଢୁଥିଲୁ ା ଆମ ଘରେ ସମସ୍ତେ ଭଲ ପଢୁଥିଲୁ ା ମୁଁ ତ ଅହରହ ବହି ଭିତରେ ମୁଣ୍ଡ ଗୁଞ୍ଜି ଥିବି ା ଦାଦା ସବୁ ବେଳେ କହେ ପୁସ୍ତକ କୀଟ ା ଆସନ୍ତା ବର୍ଷ ମାଟ୍ରିକ ତେଣୁ ଭାରି ପରିଶ୍ରମ କରୁ ଥାଏ ା କିନ୍ତୁ ସ୍କୁଲ ରୁ ଫେରି ବା ପରେ ଚାରି ଟା ରୁ ଛଅ ଟା ଆମେ ପଢୁ ନ ଥିଲୁ ା ମନ୍ଦିର ରେ ସାଙ୍ଗ ମାନଙ୍କ ସହ କେତେ କଣ ଖେଳୁ ଥିଲୁ ା କବାଡି ,ବୋହୁ ଗୁଡୁ ,ଲେଙ୍ଗୁଡି ,ଖୋ ..ଆହୁରି କେତେ ରକମ ର ଖେଳ ା ସେଇ ମନ୍ଦିର ବେଢା ହିଁ ଥିଲା ଆମ ପାଇଁ ଖେଳ ପଡିଆ ା କେତେ ମଜା କରୁ ଥିଲୁ ଆମେ ସବୁ ା ଏବେ ସାଙ୍ଗ ମାନେ କିଏ କେଉଁଠି ଅଛନ୍ତି ା ଏବେ ଏବେ ଫେସ ବୁକ ରେ ଅନେକ ସାଙ୍ଗ ମାନଙ୍କ ଠିକଣା ମିଳୁଛି ା ପ୍ରୋଫାଇଲ ଫଟୋ ଦେଖି କି ମୁଁ ଜାଣି ପାରେନି କେତେ ସାଙ୍ଗ ଙ୍କୁ ା ଚେହେରା କେତେ ବଦଳି ଯାଇଛି ସତରେ ା ଯେଉଁ ସାଙ୍ଗ ,ସାଥି ,ଖେଳ ନ ହେଲେ ସଂଧ୍ୟା ବିତୁ ନ ଥିଲା, ସେମାନ ଙ୍କ ଚେହେରା ଦେଖିଲେ ବି ଚିହ୍ନି ହେଉ ନାହିଁ ା ସମୟ ସତେ କଣ କରି ନ ପାରେ ା

        ହେଇ ତ ସେଦିନ ସଂଧ୍ୟା ରେ ଏଇ ପାଖ ମନ୍ଦିର ରେ ଦେଖା ହୋଇଗଲା ରେଖା ସହିତ ା ସେ କଣ ତାଙ୍କୁ ଚିହ୍ନି ପାରିଲା ,ଧନ୍ୟ କହିବ ତା ନାତୁଣି କୁ, ମୋତେ ଦେଖି ତା ଆଇ କାନ ରେ କଣ ସବୁ କହିଲା ,ସତ କହିଲେ ମୋତେ ବି ତାକୁ ଚିହ୍ନା ଚିହ୍ନା ଲାଗିଲା ,କିନ୍ତୁ ଯଦି ରେଖା ନ ହୋଇ ଅନ୍ୟ କିଏ ହୋଇ ଥିବ ,କଣ ଭାବିବ ଭାବି ମୁଁ ତା ପାଖ କୁ ଯିବି କି ନାହିଁ ଭାବୁ ଥାଏ ା ରେଖା ହିଁ ଆସି ମୋତେ କହିଲା ସାବି ,ଚିହ୍ନି ପାରୁଛୁ ? ମୁଁ ବି ଖୁସି ରେ କହି ପକାଇଲି ,ରେଖା ,ଚିହ୍ନି ବିନି କିପରି ଲୋ ା ଯା ହେଉ ତୁ ଚିହ୍ନି ପାରିଲୁ ,ମୁଁ ତ ଦୋ ଦୋ ପାଂଚ ହେଉଥିଲି ,ଯଦି ତୁ ନ ହେଇଥିବୁ ା " ରେଖା ହସି କି କହିଲା ଅଲ୍ କ୍ରେଡିଟ୍ ଇଚ୍ ଗୋ ଟୁ ମାଇ ଗ୍ରାଣ୍ଡ ଡଟର୍ ା ୟେ ପରା ଫେସ ବୁକ ରେ ତୋ ଫଟୋ ଦେଖିଥିଲା ବୋଲି ଚିହ୍ନି ପକାଇଲା ା ମୁଁ କିନ୍ତୁ ତା ଇଂରାଜୀ କଥା କହିବା ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲି ା ଇଂରାଜୀ ରେ ମୋ ଠୁ କପି କରି ପାଶ କରୁ ଥିବା ରେଖା ପୁଣି ଆଜି ଫଟାଫଟ୍ ଇଂରାଜୀ ରେ କଥା ହୋଇ ପାରୁଛି ାଆଉ ମୁଁ ,ଫାଷ୍ଟ ଡିଭିଜନ ରେ ମାଟ୍ରିକ ପାଶ କରି Bsc ପଢି, ଏବେ ଶିକ୍ଷକତା କରି ବି ଇଂରାଜୀ କହିବାକୁ ଇଚ୍ଛା ଲାଗେନି ା କହି ଯେ ପାରିବିନି ତା ନୁହେଁ, କିନ୍ତୁ ମୁଁ ଭାବି ପାରେନି ,ମୁଁ ଓଡିଆ ଟିଏ ହୋଇ ଜଣେ ଓଡ଼ିଆ ସାଙ୍ଗ ରେ ଇଂରାଜୀ ରେ କଥା ହେବା କଣ ଦରକାର ା ପରନ୍ତୁ ମୋ ଭାଷା ପ୍ରତି ଅସମ୍ମାନ ହେବ ା ଯେଉଁଥି ପାଇଁ ମୋତେ ମୋ ସ୍ବାମୀ ମଧ୍ୟ କହନ୍ତି ସୁଦୁ ମଫୁ ଟିଏ ା ଯା ହେଉ ସେଦିନ ମୋ ପିଲା ଦିନ ସାଙ୍ଗ ସହ ଭେଟ ହୋଇ ଖୁସି ଲାଗିଲା ା ଘର କୁ ଡାକି ଆଣି ବହୁତ ସମୟ କଥା ବାର୍ତ୍ତା ପରେ ସେ ଚାଲିଗଲା ତା ଘର ଯିବାପାଇଁ ମୋତେ ନିମନ୍ତ୍ରିତ କରି ା ତା ଫୋନ ନମ୍ବର ଟି ବି ତା ନାତୁଣୀ ମୋ ଫୋନ ରେ ସେଭ୍ କରି ଦେଲା ।


   କ୍ରମଶଃ...


Rate this content
Log in

Similar oriya story from Tragedy