Alhadini Panigrahi dash

Inspirational

4.0  

Alhadini Panigrahi dash

Inspirational

ଉଞ୍ଜଲେ ଫୁଲ୍: ଭାଗ-୩୦

ଉଞ୍ଜଲେ ଫୁଲ୍: ଭାଗ-୩୦

4 mins
194


ଦୁଇ ଭାଏ କୁ ଭୁର୍ ତେଇ , ଲାଡ ଗେଲ କରି କରି ଖଟେ ବସେଇ ଦେଲା ହଲ୍ ଧର୍। କକା ହେଲେ ଆଶ୍ ନାଇଁ ଛାଡି ଥାଇ କହେଲେ ,

*"- ତୁଇ ବି ଯାହା କହୁଛୁ ଏକଦମ୍ ଠିକ୍ ଯେ , ସେ ଦିନ୍ କେ ତ ଆର୍ ଫିରି ଯାଇ ନାଇଁ ହୁଏ। ଇଛେନ୍ ଦୁଇ ଝନ୍ ଏକଲା। ଦୁହି ଲୁକ ର୍ ଘର୍ ବସି ଯିବା। ମୁଇଁ ତୋର୍ ଖରାପ ଲାଗି କହେମି କାଏଁ ରେ ବାବୁ। ତୋର୍ ଗୁଲ ଗୁଲା ଦେଖି କରି ସହି ନାଇଁ ହେବାର୍ ବଲି କରି ଧାଇଁ ଆଏଲି। ଗୁଟେ ମାଆ ପେଟୁ ଆମେ ଦୁଇ ଭାଇ ଜନମି ଥିଲୁ ତୋର୍ ବାପ୍ ଆରୁ ମୁଇଁ। ବାପ୍ ଟା ସିନା ତୋର୍ ପଲେଇ ଗଲା ହେଲେ ମୁଇଁ ତ ବାପ୍ ପଲଟିଆ ବାପ୍ ଟେ ଜିଇଁଛେ। କେନ୍ତା କରି ସହେମି କହତ। ଉପର୍ କେ ଗଲେ ତୋର୍ ବାପ୍ କେ କାଏଁ ଲାଜେ ମୁହୁଁ ଦେଖାମି , ମୋତେ ନାଇଁ କହେନ , ମୁଇଁ ସିନା ନାଇଁ ଥାଇ ହେଲେ ତୁଇ ତ ଥିଲୁ ତାର୍ ବେବସ୍ଥା କରି କରି ନାଇଁ ଆଏଲୁ ବଲି କରି।" କହି କରି କାନ୍ଦି ପକାଲେ କକା।

 ହଲ୍ ଧର୍ ର୍ ବି ଆଖି ର୍ ପାଏନ୍ ତରା ତରା ହେଇ ଗଲା। ଇଆଡେ କୂମାରୀ ର୍ ପ୍ରେମ୍ ବି ତାର୍ ଆଡକେ ଘାଏଁ ଘାଏଁ ଢଲେଇ ଦେଉଛେ। ହେଲେ ଇଟା ତାର୍ ଛୁଆ ମାନକର୍ ଭବିଷ୍ୟତ ର୍ କଥା ଆଏ। ନିଜର୍ ସୁଖ୍ କେ ଦେଖଲେ ନାଇଁ ହୁଏ।

କକା ହେଲେ ହେନ୍ତା କହୁ ଥାଆନ୍ " ଦେଖୁଛୁ , ଇ ଛୁଆ ଦୁଇ ଟାକେ , କୂମାରୀ ଆଏଲେ ମାଆ ଟେ ପାଏବେ। ଦୂଖ୍ କାଣା ଜାନି ନାଇଁ ପାରନ୍ ରେ ବାବୁ। "

ଇଛେନ୍ ସଟୋ କିନା ତାର୍ ମନ୍ କରପନ୍ ର୍ କଥା ଜିଭ୍ ଉକଲେଇ ଦେଲା " କକା , ହେଟା ତ ଭାବୁଛେ ଗୋ , ଯଦି କୂମାରୀ ମୋର୍ ଛୁଆ କୁ ନାଇଁ ପଚରାଲା , ବଏଲେ ହେତକି ବେଲେ ମୁଇଁ ଇଫାଲ୍ ନାଇଁ ହେଇ ପାରେ କି ସେଫାଲ୍ ନାଇଁ ହେଇ ପାରେ। ଇ ଛୁଆ କର୍ କଥା ଭାବି କରି ଆର୍ ଥରେ ବିହା ହେବାର୍ କେ ମନ୍ ନାଇଁ ଡାକବାର୍। "

ତାର୍ କଥା ଶୁନି କରି ତାର୍ କକା ଟିକେ ଦବି କରି କହେଲେ " ହେଲେ ବାବୁ , କୂମାରୀ କେ ଛୁଆ ଦିନୁ ଦେଖି ଆସୁଛେ , ଆମର୍ ଗାଁ ର୍ ଟୁକେଲ୍। ଆର୍ ତୁଇ ବି ତ ତାହାକେ ଭଲ୍ କରି ଜାନିଛୁ। ତାର୍ ଦଦା ର୍ ପୁଅ କେ କେତେ ଯତନ୍ କରସି ମୋର୍ ଆଖି ନ ଦେଖିଛେ। ହେ ଭି ତ ଆମର୍ ଇ ବଡ୍ ନାତି ର୍ ସାଙ୍ଗ୍ ର୍ ର୍। କକା ଭଲ୍ କରି ଜାନିଛୁ କେ ଟିକେ ଜୋର୍ ଦେଇ କରି କହେଲେ। " 

"- ହଁ , କକା , ମୁଇଁ ତାହାକେ ଜାନିଛେ , ସେ ହେନ୍ତା ଟୁକେଲ୍ ନୁହେଁ ସେ ା ହେଲେ ମୁନୁଷ୍ ମନ୍ ତ କେତେ ବେଲେ ବଦଲି ନାଇଁ ଯିବା ବଲି କାଏଁ ହିସାବ ଅଛେ। "

" - ତୋର୍ ସେ ରଁଙ୍ଗେ ଜୀବନ୍ ପଡିଛେ ବାବୁ ା "

ଲାଜ୍ ସରମ୍ ମୁର୍ଚ୍ଛି କରି ହଲ୍ ଧର୍ କହେଲା .....

"- ହେଟା ତ ମୁଇଁ ବି କହୁଛେ କକା , ସେ ରଁଙ୍ଗେ ଜୀବନ୍ ପଡିଛେ , ଯଦି କୁମାରୀ ର୍ ନିଜର୍ ଛୁଆ ଟେ ହେଇ ଗଲା ଆର୍ ମୋର୍ ଛୁଆ କୁ ନାଇଁ ପଚରାଲା ବଏଲେ , ହେତେ ବେଲେ କାଣା କରମି। ମାଆ ର୍ ନୁ ସାବତ୍ ମାଆ ହେବାର୍ ଟା କେତେ ବେଲ୍ କକା। ଦେଖୁଛ , କୈକେୟୀ ତ ଫେର୍ ରାମ୍ ମହାପୁରୁ କୁ ନିଜର୍ ପୁଅ ନୁ ବଲି କରି ଭଲ୍ ପାଉଥିଲେ ହେଲେ, ନିଜର୍ ପୁଅ ର୍ ଭବିଷ୍ୟତ ଦେଖଲା ବେଲ୍ କେ ସାବତ୍ ମାଆ ହେଇ ଗଲେ। " 

କକା ବି ଟିକେ ଚିନ୍ତା ଥି ପଡି ଗଲେ ତଥାପି ବୁଝାବାର୍ କେ କହେଲେ " ଦେଖ୍ ବାବୁ , ଆର୍ ଗୁଟେ କଥା ଜୁଆନ୍ ବେଲେ ଯେତକି ମାଏଝି ର୍ ସାହେଜ୍ ଦରକାର୍ ନାଇଁ, ବୁଢା ବୁଢୀ କାଲେ ଯହ ଦରକାର୍ ରେ ବାବୁ। ପିଲା ଛୁଆ ଉଡି ଯାନଲେ ଫୁରକିନା ଡେନା ଝାରି ଉଡି ଯିବେ ନିଜର୍ ସିଆନୀ ର୍ ସାଙ୍ଗେ ଅଲଗା ବସା କରବେ। ସେତେ ବେଲେ ନିଜର୍ ମାଏଝି ହିଁ ତୋର୍ ଦୁଖେ ବି ସୁଖେ ବି ସାଥୀ ହେଇ କରି ରହେବା। ନାଇଁ ଦେଖୁଛୁ , ତୋର୍ ଦଦା ବିହା ହେଲା କେ ସହର୍ କେ ପଲାଲା। ତୋର୍ କାକୀ ଅଛେ ବଲି କରି ସିନା ମୁଇଁ ଦମ୍ ଧରିଛେ ନାଇଁ ହେଲେ ତ କେଭ ରୁ ମରି ହଜି କରି ଦେଏ ଦୂବ୍ ହେଇ ସାରତି ନ। ଇଥର୍ ଆର୍ ବଢେ କାନ୍ଦି ପକାଲେ କକା। ହେଥିର୍ ଲାଗି କହୁଛେ ମାନିଯା ମୋର୍ କଥା ରେ ବାବୁ , ଆଗ ପଛ ଦେଖି , ପଥ ନେବ ବାଛି ବଲି କରି ମୋର୍ ମାଆ ସବୁ ବେଲେ କହୁ ଥିଲା। ପଛେ ପସ୍ତାଲେ ଗଲେ ସମିଆ ଆର୍ ଫିରି ନାଇଁ ଆସେ ବାବୁ।" 

ହେଲେ ହଲ୍ ଧର୍ ର୍ ସେ ଏକା ଜିଦ୍ ଆର୍ ବିହା ନାଇଁ ହୁଏ। ତାର୍ ଛୁଆ କର୍ ଭବିଷ୍ୟତ ଗଢବା। କକା ର୍ ଆଖି ର୍ ଲହ ପୁଛି ଦେଲା ତାର୍ କରିଆ ଥି କହେଲା " କକା , ମୋର୍ ଛୁଆ ମାନେ ମୋର୍ ବୁଢା କାଲ୍ କେ ମୋର୍ ହାତର୍ ଲାଏଠ୍ ହେବେ ଗୋ। ମୋର୍ ଊନା ନାଇଁ କରି ଦିଅନ୍। ମୋର୍ ସୁଖ୍ ଲାଗି କେନ୍ତା କରି ଛୁଆ କର୍ ଭବିଷ୍ୟତ କେ ଅନ୍ଧାରେ ଠେଲେଇ ଦେମି। ବାପ୍ ଟେ ହେଇ କରି ହେତକି ତ୍ୟାଗ୍ କରି ନେଇ ପାରଲେ ମୋର୍ ବାପ୍ ପନିଆ କେ ଧିକ୍। ମୋର୍ ଛୁଆ କର୍ ଲାଗି ସବୁ ଦୂଖ୍ ସହି ପାରମି ଗୋ କକା। ସଂଘର୍ଷ କରି ଆସିଛେ ଛୁଆ ଦିନୁ ଆଗକେ ଭିଲ୍ କରମି। " 

"- ଦେଖ୍ ବାବୁ , ତୁଇ ତ ଆର୍ ଛୁଆ ନାଇଁ ସେ ଯେ ଭୁରତେଇ ସୁରତେଇ କରି ମନେଇ ପାରମି। ତୁଇ ଯଦି ଇଥି ଖୁସି ମୁଇଁ ବି ଖୁସି। ମୁଇଁ ଆର୍ କାଣା ବଂଚି ଥିମି ଯେ ତୋର୍ ଛୁଆ କର୍ କାମ୍ କବାର୍ ଦେଖି ପାରମି। ହଉ , ଯାଉଛେ କୁମାରୀ ଘରେ ମନା କରି ଦେମି। ବଡା ଆଶ୍ କରିଥିଲା ବୁପରି। ଛାଡ୍....ଯାର୍ ଭାଗ୍ୟେ ଯେ ଯାହା ମାଗି ଆନିଛେ। " 

କକା କେ ଉଲେଇ ହେଲା ସେ। କକା ଦୂଖିତ୍ ହେଇ କରି ପଲାଲେ।


କ୍ରମଶଃ .....



Rate this content
Log in

Similar oriya story from Inspirational