Alhadini Panigrahi dash

Inspirational

4  

Alhadini Panigrahi dash

Inspirational

ଉଞ୍ଜଲେ ଫୁଲ୍: ଭାଗ-୩୧

ଉଞ୍ଜଲେ ଫୁଲ୍: ଭାଗ-୩୧

3 mins
364


ଆଲୋକ୍ ବାପା ର୍ ଡାଏରୀ କେ ଛାତି ଥି ଜାକି ଧରି କରି ହେକେଇ , ହେକେଇ କାନ୍ଦି ମୁଢାଲା । ନାକ ର୍ ପାଏନ୍ ଆଖି ର୍ ପାଏନ୍ ଗୁଟେ ହେଇ ଯାଉ ଥାଏ । ଯେନ୍ ବାପା କେ ମୋର୍ ଲାଗି କାଣା କରି ଦେଇଛ ବଲି କରି ଗାଲି ଲାଗୁ ଥିଲା । ଆଜି ସେ ବାପା ତାର୍ ଲାଗି କାଣା ନାଇଁ କରି ଯେ ଖୁଜଲେ ନାଇଁ ପାଇ ପାରବାର୍ । ସେ ନିଜେ ତାର୍ ପୁଅ କେ ଦିନେ ସମ୍ଭାଲି ନାଇଁ ପାରି , ଦିନେ ତ ଦୁସରା କଥା ରଶ୍ମୀ କେ ଜର୍ ତପ୍ ଆନଲେ ଛନେ ତାର୍ ପୁଅ କେ ରଖି ନାଇଁ ପାରେ । ରଶ୍ମୀ ବୁପରି ଥରି ହଲି କରି ବି ସବୁ କବାର୍ କରସି । ଟିକେ କେ ଗାଲି ଦେଇ ପକାସି କିର୍ ବିରେଇ ହେସି , " ଘର ର୍ କାମ୍ ବି କରମି ଆର୍ ଭଟା ର୍ କାମ୍ ବି କରମି , ମୁଇଁ ମିସିନ୍ କାଏଁ , ବଲି କରି " । ହେଲେ ତାର୍ ବାପା କେନ୍ତା କରି ଘର୍ , ସ୍କୁଲ୍ , ଭଟା, ଛୁଆ ସବୁ ଏକା ଥରେକେ ସମ୍ଭଲେଇ ନେଇ ଥିଲେ ସେ ଭାବି ବି ନାଇଁ ପାରବାର୍ । କେତେ କଷ୍ଟ ହେଇଥିବା ତାହାକୁ । କେତେ ଦିନ୍ ଉପାସେ କାଟି ଦେଇ ଥିବେ ସେ । ସାରା ଜୀବନ୍ ତ ତ୍ୟାଗ୍ ଆର୍ ସଂଘର୍ଷ କରି କରି କାଟି ଦେଲେ ଆମର୍ ଦୁହି ଭାଇ କୁ ମୁନୁଷ୍ କରବାର୍ ଲାଗି । ହେଲେ ମୁନୁଷ୍ ତ ମୁନୁଷ୍ ମାକଡ୍ ଟେ ବି ହେଇ ନାଇଁ ପାରଲୁ ଆମେ । ଯେନ୍ ବୁଆ ଆମର୍ ଲାଗି ପହେଲା ପ୍ରେମ୍ କେ ପାଏବାର୍ ସୁଯୋଗ୍ କେ ପାଦେ ଠେଲି ଦେଲେ ତାକର୍ ଲାଗି , ସେମାନେ ତାକର୍ ଲାଗି କାଣା କଲେ । ନିଜର୍ ପ୍ରେମ୍ ଲାଗି ବାପ୍ କେ ଗୁଡେ ଠେଲି ଦେଲେ । ଯେନ୍ ବାପ୍ ବୁଢା କାଲ ର୍ ସାଥୀ ହେବା ର୍ ସାଙ୍ଗ୍ ଦର୍ କାର୍ ନାଇଁ , ମୋର୍ ପୁଅ ମାନେ ମୋର୍ ହାତ୍ ର୍ ଲାଏଠ୍ ବଲି କରି ବଡା ଭରସା ଥି କହି ଥିଲେ । ସେ ବାପ୍ ବୁଢା କାଲେ କାଣା ପାଏଲେ , ପୁଅ ମାନକର୍ କଥା ର୍ ଲାଏଠ୍ । ସେ ମାଡେ କେତେ ନାଇଁ ନହଁସି ଯାଇ ଥିବା ତାକର୍ ଅଁଟା । ଆଶରା ଟେ କେତେ ଖୁଜି ଥିବେ ସେ । ହେଲେ ଯେନ୍ ଆଡେ ଦେଖବ ଅନ୍ଧାର୍ ଦିଶୁ ଥିବା ତାହାକୁ । ହିଟି ପଡଲେ ଉଠେଇ ଦେବାର୍ କେ ପାଖେ କେହି ନାଇଁ । ଜର୍ ଆନ ଲେ ଉଷୋ ତ ଉଂଝା କଥା , ଆହା ପଦେ କହେବାର୍ କେ ପାଖେ କେହି ନାଇଁ । ଆର୍ ସେ ଯେ ବମ୍ବେ ନ ବଡା ଆରାମ୍ ସେ ଖାଇ ,ପିଇ ଅଏସ୍ କରୁଥିଲା । ବାପା ଦିନେ ବି ନାଇଁ କହି କି ମୋତେ ଏନ୍ତା କଷ୍ଟ ହେଉଛେ ରେ ବାବୁ ବଲି କରି । କାକୀ କହୁଥିଲେ , ସେ ଫୋନ୍ କରମିି ବଏଲେ ବାପା ପରେ ମନା କରୁଥିଲେ । ବାବୁ ମାନେ ତାକର୍ କଥା ଜାନଲେ ଅଯଥା ମନ୍ ଦୂଖ୍ କରବେ । ଯେର୍ ନେ ଭି ଥାଉନ୍ ସୁଖେ ଥାଉନ୍ । ପଦେ ବି କେଭେ ପୁଅ ମାନ କୁ ନିନ୍ଦା ନାଇଁ କରି । ଛୁଆ ମାନକର୍ ବୁଲଲା , ଖେଲଲା ସମିଆ ଥି ସେ କାଁ କରି ବୁଝା ହେବେ । ହେଲେ ମାଆ ମଲା ବେଲକେ ତ ତାକର୍ ବି ବଏସ୍ ଏନ୍ତା ହେଇ ଥିଲା । ସେ ତ କେଭେ ନିଜର୍ କଥା ନାଇଁ ଭାବି । କାହିଁର୍ ଲାଗି କି ସେ ଗୁଟେ ବାପ୍ । ବାପ୍ ର୍ ଛାତି ଟା ବଢେ ଶକତ୍ । ଛୁଆ କର୍ ଦୂଖ୍ ,ଦରଦ୍ ସବୁ ଘିଚି ନେସି ନିଜର୍ ଛାତି କେ ହେଲେ ଛୁଆ କର୍ ସୁଖ୍ ଥି କେଭେ ଭାଗ୍ ନାଇଁ ମାଗେ । ତାର୍ ବାପା ର୍ ତ୍ୟାଗ୍ , ସଂଘର୍ଷ କେ ପଢି କରି ହୁର୍ ଗୁନୀ ହେଉ ଥିଲା ଆଲୋକ୍ । ହେଲେ ଯେତେ ଲହ ଝରାଲେ ହେଲେ ସମିଆ ଆର୍ ଫିରବା କି ବାପ୍ ଆର୍ ଘାଏଁ ଫିରି ଆଏବା ମଲା ଗାଡୁ ।

କ୍ରମଶଃ ....


Rate this content
Log in

Similar oriya story from Inspirational