Alhadini Panigrahi dash

Abstract Inspirational

4  

Alhadini Panigrahi dash

Abstract Inspirational

ଉଞ୍ଜଲେ ଫୁଲ୍: ଭାଗ-୩୩

ଉଞ୍ଜଲେ ଫୁଲ୍: ଭାଗ-୩୩

6 mins
398


ଆମେ ଏତେ ବେଲ୍ ତକ୍ ଆଲୋକ ର୍ ସାଙ୍ଗେ ତାର୍ ବାପା ର୍ ଅତୀତ୍ ଭିତରେ କିନ୍ଦ୍ ରୁ ଥିଲାଁ । ଇଛେନ୍ ଆଗକେ ବଢି ଯିମା ପଚିଶ୍ ବଛର୍ ଆଗ୍ କେ । ପଚିଶ୍ ବରଷ୍ ଉତାରୁ ଯେନ୍ ନେ ଡାକ୍ତର ଖାନା ଟେ ଠିଆ ହେଇଛେ । ସେ ଗାଁ ମୁଡ୍ ସାର୍ ହଲ୍ ଧର୍ ଆଜ୍ଞା ଙ୍କର୍ ସପନ୍ ର୍ ତେଁତେଲ୍ ଆଁଟ୍ କେ


x x x x x x x ପଚିଶ୍ ବରଷ୍ ଉତାରୁ ........


ଗାଁ ମୁଡ୍ ସାର୍ ତେତେଲ୍ ଆଁଟ୍, ଆଜି ଆର୍ ହେନ୍ତା ମେଲା ହେଇ କରି ନାଇଁ ନ । ଆଜି ସେନେ ବଢେ ଟେ ଡାକ୍ତର୍ ଖାନା ଠିଆଡ୍ ହେଇଛେ । ଡାକ୍ତର୍ ଖାନା ଆଘେ ସୁନ୍ଦର୍ ବଗିଚା ଗୁଟେ । ଆର୍ ତାର୍ ମଝିନେ ହଲ୍ ଧର୍ ମହାନ୍ତି ଙ୍କ ର୍ ବଢେ ଟେ ମାର୍ବଲ୍ ର ପ୍ରତିମୂର୍ତ୍ତି ଗୁଟେ ଠିଆ ହେଇଛନ୍ । ଦେଖଲେ ସଦ୍ୟ ତାହାକୁ ଦେଖଲା ବାଗିର୍ ଲାଗୁଛେ । ଗାଁ ର୍ କାହାକେ ବି ଜର୍ ତପ୍ , ବେମାର୍ , ସେମାର୍ ଲାଗି ସହର୍ କେ ନର୍ଧିବାର୍ ଲାଗି ନାଇଁ ପଡବାର୍ । ଗାଁ ବାଲେ ମାହାଲିଆ ସେବା ପାଉଛନ୍ । ଖାଲି ଆଲୋକ୍ ମହାନ୍ତି ର୍ ପୁଅ ଡାକ୍ତର୍ ଗୌରବ ମହାନ୍ତି ନୁହେଁ ସେ ଆହୁରି ବି ଡାକ୍ତର୍ ମାନେ ବାହାରୁ ଆସି କରି ଲୋକ୍ କର ସେବା କରୁଛନ୍ । ତାର୍ ଏଡେ ଟେ ଉଯୁଗ୍ ଦେଖି କରି , ଆଜ୍ଞା ଙ୍କର୍ ପୁରୁନା ଛାତ୍ର ମାନେ ବି ବହୁତ୍ ଟେ ସାହେଜ୍ କରୁଛନ୍ । ସରକାରୀ ସାହେଜ୍ ବି ଆସୁଛେ । ବାପା ଠିକ୍ କହୁ ଥିଲେ , ଗୁଟେ ଭଲ୍ କାମ୍ କଲେ, ଗୁଟେ ହାତେ ମୂଲ୍ ହେସି ସିନା ଶହେ ଟା ହାତେ ସର୍'ସି । ବାହାରେ ଫାଟକ୍ ନେ ମାର୍ବଲ୍ ର୍ ପ୍ଲେଟ୍ ଥି ବଢେ ବଢେ ଅକ୍ଷର ଲ୍ ଧର୍ ମହାନ୍ତି ଡାକ୍ତର ଖାନା ଆର୍ H .D .M Hospital ବୋଲି ଦୁହି ଉଡିଆ ଆର୍ ଇଂଲିଶ୍ ଅକ୍ଷର୍ ଥି ଲେଖା ହେଇଛେ । ସମକର୍ ମୁହେଁ ଡାକ୍ତର ଗୌରବ ମହାନ୍ତି ର୍ ପ୍ରଶଂସା । ସଭେ କହୁଛନ୍ ..ପୁଅ ନାଇଁ କଲେ କଲା ତ ନାତି ହଲ ଧର୍ ଆଜ୍ଞା ଙ୍କର୍ ପାଏନ୍ ପାଇଛେ ବଲି କରି ଆଘର୍ ଲୁକେ କୁହା କୁହି ହେଉଛନ୍ । ଆର୍ ହଲ୍ ଧର୍ ଆଜ୍ଞା ଙ୍କୁ ମୁଡିଆ ମାରି କୁରୁତ୍ କୁରୁତ୍ ହେଉ ଯାଉଛନ୍ ,କହୁଛନ୍ ",ଜିଇଁତେ ପୁଅ ହିସାବେ ଗାଁ, ମାଆ, ମାଏଟ୍ ,ଲାଗି ତ ତ୍ୟାଗ ଯେତ୍'କି କଲେ ସଂଘର୍ଷ କରି କରି ସମକର୍ ଉପକାର୍ କଲେ ଆର୍ ମର୍'ତେ ଭିଲ୍ ତାକର୍ ସପନା ମାଧ୍ୟମ ଥି ଲୋକ ର୍ ଉପକାର୍ କରୁଛନ୍ । ତାକର୍ ପାଏନ୍ ତାକର୍ ନାତି ଗୁଟାକ ଛିଡେଇ ଆନିଛେ , ନାହେତ ଇ ଯୁଗେ କେନ୍ ପିଲା ଟା ନିଜର୍ ଅଜା ର୍ ସପନା ପୁରା କର୍'ବାର୍ ଲାଗି ବମ୍ବେ ଭଲିଆ ଯାଗା ନୁ ପଲେଇ ଆସି ,ଇ ଗାଁ ,ଗଅଁଲି ନ ରହେବା କହତ । " 

ସବୁ ଶୁନି କରି ଆଲୋକ ରଶ୍ମୀ କେ କହୁ ଥାଏ , " ଦେଖଲ ତ ରଶ୍ମୀ, ମୁଇଁ କାଏଁ ହେଲା ଯେ ବମ୍ବେ ନେ ନାଇଁ ରହୁ ବଏଲି ଯେ ା ଆମେ ହେନେ ଯାହା କଲେ ବି ନିଜର୍ ଲାଗି କରି ଥିତା , ଖାଇ ,ପିଇ କରି ମଜା ଥି ରହିଥିତାଁ ହେଲେ ଇନେ ଯେନ୍ ମନର୍ ଶାନ୍ତି ଟା ମିଲୁଛେ ା ହେନେ କେନ୍ ନୁ ପାଇଥିତାଁ ା ହେନର୍ ସୋର୍ ସରାବା ଭିତରେ କେନ୍ କନେ ଲୁକି ଯାଇଥିତାଁ ଆମେ ଆର୍ ବାପା ଙ୍କର୍ ସପନ୍ ା 

   ମୁଇଁ ତ ବାପା ର୍ ମଲା ଉତରୁ ତାକର୍ ଡାଏରୀ ପଢଲା ବେଲୁ ଇନେ ରହି ଯିମି ବଲି ଭାବୁ ଥିଲି ା ହେଲେ , ବାପା ଙ୍କର୍ ସପନା କେ ସାକାର୍ କରବାର୍ ଲାଗି ଆମର୍ ପୁଅ କେ ଭଲ୍ କରି ପଢାବାର୍ ଜରୁରୀ ଥିଲା ା ପଏସା ଠୁଲାବାର୍ ବି ଦରକାର୍ ଥିଲା ଇ ଡାକ୍ତର ଖାନା ବନାବାର୍ ଲାଗି ା ହେଥିର୍ ଲାଗି ଫେର୍ ଘାଏଁ ବମ୍ବେ ଗଲି , ଇନ୍ କେ ଫିରି ଆଏବାର୍ ଲାଗି ା 

  ଦୁହେଁ କଥା ହେଇ ହେଇ କରି ସଖାଲ୍ ସଖାଲ୍ ଆଏଲାକେ ଦେଖଲେ ସବୁ ଦିନର୍ ବାଗିର୍ ଉଞଲେ ଫୁଲ୍ ଆଜି ବି ବାପା ର୍ ପ୍ରତିମୂର୍ତ୍ତି ତଲେ କିଏ ରଖି ଦେଇ କରି ଗଲେନ ା ସେମାନେ ତାହାକେ ଭେଟବାର୍ ଲାଗି ଯେତେ ଜଲଦି ଆଏଲେ ଗଲେ କେଭେ ନାଇଁ ଭେଟି ପାରନ୍ ା ଯେ,ବି ହେଉ ତାର୍ ବାପା ଙ୍କ ର୍ ପ୍ରତି ଭଲ୍ ପାଏବାର୍ ଦେଖି କରି ମନ୍ ଟା ଖୁସି ହେଇ ଯାଏସି ଆଲୋକ୍ ର୍ ା ସବୁ ଦିନ ତାକର୍ ଆଏବାର୍ ଆଘୋନୁ କିଏ ସବୁ ଆଡେ ଚତ୍'ରା ବନ୍'ଢା କରି କରି , ଫୁଲ୍ ଉଞଲେ ଚଢଉଛେ ବୋଲି କରି ତାହାକେ ଦେଖବାର୍ ଆଶେ ଆର୍ ଯଲଦି ଆଜି ଆସିଛନ୍ ା ସେ , ରଶ୍ମୀ ଆର୍ ଗୌରବ ା ସେମାନେ ଆସଲାକେ ଦେଖଲେ , ବୁଢୀ ଟେ ଉଢନାଁ ଦେଇ କରି ବାପା ର୍ ପାହା ତଲେ ଫୁଲ୍ ଉଞଲେ ଚଢାଲା ଆର୍ ପାହା ତଲେ ମୁଡ୍ ଦେଇ କରି କାନ୍ଦଲା ା ସଭେ ପୁହୁଚି ଗଲା ପରେ କଲେ କଲେ ଖସରି ଯିମି ବଏଲାକେ ା ଆଲୋକ ତାହାକୁ ମୁଡିଆ ଟେ ମାରି କହେଲା ା "କିଏ ଗୋ , ତୁମେ , ସବୁ ଦିନ ବାପା ର୍ ଗୁଡ୍ ତଲେ ଆମେ ଆଏବାର୍ ଆଘୋନୁ ଉଞଲେ ଫୁଲ୍ ରଖି ଦେଇଥିସ ଯେ ା " 

ସେ ବୁଢୀ ଝନକ ଟିକେ ଚମ୍'କି ପଡି କରି କହେଲେ " ମୁଇଁ ଇ ଗାଁ ର୍ ଝନେ ା ସଭେ ତ ତୁମର୍ ବାପା କେ ଭଲ୍ ପାଏସନ୍ ା ମୁଇଁ ଫୁଲ୍ ଉଞଲେ ଦେଉଛେ ଯେ କାଏଁ ବଡ୍ ଟେ କାମ୍ କରି ପକଉଛେ ା ଗୌରବ ଟିକେ ଦେଖଲା ଆରୁ କହେଲା ଇ ମାଉସୀ କେ ତ ମୁଇଁ ସବୁ ଦିନ୍ ଦେଖସି ା ଅଜା ଙ୍କ ର୍ ପାଖ କେ ବହୁତ୍ ଥର୍ ଆଏସନ୍ ା କାଣା କାଣା କହି କରି ପଲେଇ ଯାଏସନ୍ ା ମୁଇଁ ଦିନେ ଡାକମି ବଏଲି ଯେ ଆମର୍ ଫାର୍ମାସିଷ୍ଟ ଆଜ୍ଞା କହେଲେ , ହେତାର୍ କଥା ଛାଡୁନ୍ ଆଜ୍ଞା ା ହେଟା ଗୁଟେ ବାଏରି ଟା ା ସଭେ କୁମାରୀ ବାଏରୀ ବଲସନ୍ ା " କାଁ ବଏଲୁ କହତ ଆର୍ ଥରେ ା " ଗୌରବ୍ ଫେର୍ ଘାଏଁ କହେଲା କୂମାରୀ ବାଏରୀ ତ ବଏଲେ ଗୋ ବାପା ା "

ଏତକି ବେଲ୍ କେ କୁମାରୀ ଖଁଡେ ଦୂର୍ ଯାଇ ବସି ଥିଲାନ ା ଆଲୋକ୍ ନର୍ଧି ଯାଇ କରି ଆର୍ ଥରେ ମୁଡିଆ ମାରି କରି କହେଲା ା " ମୋତେ ଚିହ୍ନି ନାଇଁ ପାରଲ କାଏଁ ନାନା , ତୁମର୍ ପୁତରା କାଲିଆ ର୍ ସାଙ୍ଗ ମୁଇଁ ା " ଇ ଥର୍ କୂମାରୀ ଟିକେ ହସି ଦେଇ କରି କହେଲା " କେନ୍ତା କରି ନାଇଁ ଚିହ୍ନତି ରେ ବାବୁ, ତୁଇ ପରେ ...ତୁଇ ପରେ ...କାଣା କହୁନ୍ କହୁନ୍ ଅଧା ଥି ଅଟକି ଗଲା ସେ ା ମୁଇଁ ତ ତୁମର୍ ପୁଅ ହେଇ ଥିତି ଗୋ, ବାପା ନାଇଁ ବଏଲେ ବୋଲି କରି ସିନା ା " ଚମକି ପଡଲା କୁମାରୀ " ତୁଇ କେନ୍ତା କରି ଜାନଲୁ ରେ ବାବୁ ତୋତେ କିଏ କହେଲା ?ହଲ କହେଲା କାଏଁ " ?? ା 

*"- ନାଇଁ ଗୋ ନନା , ମୁଇଁ ବାପା ର୍ ଡାଏରୀ ପଢି କରି ସବୁ କଥା ଜାନିଛେ ା ହେଲେ କାହାକେ ନାଇଁ କହି ା ହେଲେ ତୁମେ କହ ତ , ମୋର୍ ବାପା ତୁମକେ ବିହା ନାଇଁ ହେଲା ପରେ ବି ତୁମେ କାଣା ତାହାକୁ ରାଗ୍ ନାଇଁ ହେଇ ଭାଏଲ୍ ଯେ , ତାକର୍ ପ୍ରତି ଏତେ ଗଭୀର୍ ଭଲ୍ ପାଏବାର୍ ଟା ଆଏଜ୍ ଯାକେ ମନ୍ ଭିତରେ ଚାପି କରି ରଖିଛ ା " 

ହସ୍'ଲା କୁମାରୀ " ଯେ ଯାହାକେ ପ୍ରକୃତ୍ ଭଲ୍ ପାଉଥିସି ତାର୍ ମନ ର୍ କଥା ବୁଝି ପାର୍'ସି ା ମୁଇଁ ବି ବୁଝ୍'ଲି ତୁମର୍ ମାନକର୍ ପ୍ରତି ତାର୍ ଭଲ୍ ପାଏବାର୍ ଲାଗି ନିଜର୍ ସୁଖ୍ କେ ସେ ତେଜ୍ୟା କରି ଦେଲା ା ସେ ହେଲେ କାଏଁ ମୋତେ ପାଶ୍'ରି ପାରିଥିଲା ଭାଏଲ୍ ା ସେ ନାଇଁ କହେଲେ ଗଲେ ମୁଇଁ ଦୁରିଆ ନୁ ଥାଇ କରି ତାହାକେ ଅନୁଭବ୍ କରି ପାରୁ ଥିଲି ା ଗୁଟେ ବାପା ର୍ ତ୍ୟାଗ୍ , ସଂଘର୍ଷ ଭିତରେ କେ , କାଁ କରି ପଶି କରି ତାର୍ ତପସ୍ୟା କେ ନଷ୍ଟ କରି ଦେଇ ଥିତି ା " ଆଲୋକ , କୁମାରୀ ର୍ ପବିତ୍ର ପ୍ରେମ୍ ଦେଖି କରି କାବା ହେଇ ଗଲା ା ଆଏଜ୍ କାଲି ତ ଯେତେ ଯଲଦି ଭଲ୍ ପାଉଛନ୍ ରାସ୍ତା ଘାଟ୍ କିଛି ନାଇଁ ଦେଖବାର୍ ଆର୍ ରୋମାନସ୍ ଚାଲୁ ା ତାର୍ ଦୁଇ ଦିନ୍ ଉତାରୁ ଛାଡ୍ ପତର୍ ା ଆର୍ କୂମାରୀ ର୍ ପ୍ରେମ୍ ତ ହୁରୁଦ୍ ଭିତରେ ଚାପି ହେଇକରି ବାପା ର୍ ସାଙ୍ଗେ ମାନସିକ୍ ଭାବେ ଏକାତ୍ମା ହେଇ ଯାଇଛେ ା 

ଗୌରବ୍ ଡାକଲା " ବାପା, ଆସ , ଫୁଲ୍ ଉଞଲେ ଦାଦା ର୍ ପାହାତଲେ ଦେମା ା ଦେଇ ସାରଲେ ମୋର୍ ସେବା କାମ୍ ଆରମ୍ଭ କରି ଯିମି ା " 

ଆଲୋକ୍ କହେଲା " ନାନା , ଆର୍ ଲୁକି ଲୁକି କରି ନାଇଁ, ଆମର୍ ସାଙ୍ଗେ ସବୁ ଦିନ୍ ବାପା ର୍ ପାଖକେ ଆସବ ଆର୍ ଆଏଜ୍ ଠାନୁ ଆମର୍ ଘରେ ଗୁଟେ ନେ ସଭେ ରହେମା ା ବାପା ଆମର୍ ଲାଗି ତୁମକୁ ଘର୍ କେ ନାଇଁ ନେଲେ ସିନେ , ଆଜି ମୁଇଁ ତୁମକେ ଘର୍ କେ ନେଇ କରି ଯିମି ା 

ଟିକେ ପରେ ସଭେ ମେଶି କରି ଉଞଲେ ଲେଖା ଫୁଲ୍ ହଲ୍ ଧର୍ ମହାନ୍ତି ଙ୍କ ର୍ ପାହା ତଲେ ସଅଁପି ଦେଲେ । ଆଲୋକ ଦେଖଲା ଆଜି ବାପା ର୍ ମୁହୁଁ ଯେନ୍ତା ଖୁସି ଥି ଝିଲ୍ ମିଲେଇ ଉଠୁ ଥିଲା । ସଖାଲ ର୍ ଖରା ଥି କୂମାରୀ ର୍ ମୁହୁଁ ବି ଝିଲ୍ ମିଲେଇ ଯାଉଥିଲା । ଆର୍ ବାପା ର୍ ପାହା ତଲେ ଫୁଲ୍ ମାନେ ହସୁ ଥିଲେ ଖିଲ୍ ଖିଲା ତେଲ୍ ।


      


Rate this content
Log in

Similar oriya story from Abstract