Alhadini Panigrahi dash

Inspirational

3  

Alhadini Panigrahi dash

Inspirational

ଉଞ୍ଜଲେ ଫୁଲ୍: ଭାଗ-୩୨

ଉଞ୍ଜଲେ ଫୁଲ୍: ଭାଗ-୩୨

4 mins
142


ତାର୍ ମନ୍ ହେଲା ଶେଷ୍ ସମିଆ ଥି ଆର୍ କାଣା ଲେଖିଛନ୍ ବଲି କରି । ତାକର୍ ଶେଷ୍ ଇଚ୍ଛା ତ ଗୁଟେ ଥିବା । ଜିଇଁତେ କରି ନାଇଁ ପାରଲେ ବି ମଲା ଉତ୍'ରୁ ହେଲେ ତ କିଛି ତାକର୍ ଇଚ୍ଛା ପୁରା କରି ପାରଲେ ତାକର୍ ଆତ୍ମା ଶାନ୍ତି ତ ପାଏବା ।

   ଫେର୍ ପଢି ବସଲା ସେ , ଇଥର୍ କ ବାପା ସବୁ ବେଲେ ମାଆ ର୍ ନିକେ ଚିଠି ଲେଖୁ ଥିଲେ । ଲେଖୁ ଥିଲେ " କକା ଠିକ୍ କହୁ ଥିଲେ ଶାନ୍ତି, ବୁଢା ବେଲ୍ କେ ସାହାରା ଟେ ଦରକାର୍ । ହେଲେ ପରବାଏ ନାଇଁ ଲୋ , ତୋର୍ ମୁନୁଷ୍ ର୍ ବୁଢା ଦିହେ ବି ଏତକି ତାକତ୍ ଅଛେ , ଚଲି ପାର୍'ବା ନ । ଇଛେନ୍ ତ ଆର୍ କିଛି ଲେଞ୍'ରା ନାଇଁ ନ , ମୋର୍ ଲାଗି ମୁଠେ ଫୁଟାବାର୍ କଥା ଖାଲି । ହେଲେ ଏଭେ ଟିକେ ଗୋଡ୍ ହାତ୍ ଥରୁଛେ ବଲତ । କେତେ ବେଲେ କେନ୍ତା ପୁଡି , ଢୁଡି ବି ହେଇ ଯାଉଁଛେ ।ହେଲେ ଛୁଆ କର୍ ଖୁସି ଆଘେ ଇ ପୁଡା ଘାଆ କାଏଁ ଟେକ୍'ବା । ତୁମେ ଭାବୁ ଥିବ , ଛୁଆ ମାନେ କେନ୍ କେ ଗଲେ ବଲି କରି । ତୁମର୍ ଆଲୋକ୍ ଆଜି ବମ୍ବେ ରେ ଗୁଟେ ବଡ୍ କଂପାନୀ ଥି କାମ୍ କରୁଛେ , ଡାକ୍ତର୍ ହେବା ବଲି କରି ଆମର୍ ଆଶ୍ ଟା ପାଏନ୍ ଫୁଟକା ବାଗିର୍ ମୋର୍ ଲହ ର୍ ପାଏନ୍ ଥି ଜିରି ଗଲା । ତାହାକେ ପଢାଲି ଗୁନାଲି , ବଡ୍ କଲି । ଏଣ୍ଟ୍ରାନସ୍ ଦେଇ କରି ପାଇ ବି ଥିଲା ।ହେଲେ ତାର୍ ମୁଡ୍ କେ କେନ୍ ଆଡୁ ହିରୋ ହେବାର୍ ଭୁତ୍ ଚଢଲା ଯେ ଘର୍ ଛାଡି କରି ପଲାଲା । କେନ୍ ଆଡେ ଗଲା ବଲି କରି କାନ୍ଦି ରଡି କରି ଖୁଜ୍'ଲି ସବୁ ଆଡେ । ମୋର୍ ମନ୍ କେ ପାପ୍ ଛିଉଁ ଥାଏ । ମୁନୁଷ୍ କେ କାଏଁ ଯେ ଆଘୋ ପାପ୍ ମନ୍ ଡାକସି କେ ଜାନେ । ଫେର୍ କେତେ ଦିନ୍ ଗଲା ଉତାରୁ ଫୋନ୍ କଲା ବମ୍ବେ ଆସିଛେ ବଲି କରି ।ମୋର୍ ଜୀବ୍'ନେ , ଜୀବନ୍ ପଶଲା ଶାନ୍ତି । ଭକୁଆ , ମୋତେ ଘାଏଁ କହି ଦେଖିଥିତା , ମୁଇଁ କାଏଁ ମନା କରି ଦେଇ ଥିତି । ହେଲେ ଯେତେ ଚେଷ୍ଟା କଲା ଫିଲିମ୍ ଦୂନିଆଁ କେ ପଶି ବି ନାଇଁ ପାରଲା । ସେଟା ପରେ ବମ୍ବେ । ଯାହା ହେଉ ଭଲ୍ ପଢି ଥିଲା ବଲି କରି ବଡ୍ କଂପାନୀ ଗୁଟେ ଥି ଚାକ୍'ରି ପାଇ ଗଲା । ଛୁଆ କର୍ ଖୁସି ଥି ତ ମୋର୍ ଖୁସି । ହେଲେ ଆମର୍ ଡାକ୍ତର୍ କରବାର୍ ସପନ୍ ସେନ୍ତା ରହି ଗଲା ଶାନ୍ତି । ତେତେଲ୍ ଆଁଟ୍ ହେନ୍ତା ପଡିଛେ , ଦେଖଲେ ଘାଏଁ ବିଷମାଦ୍ ଲାଗସି ହେଲେ କାଁ କରି ହେବା । ଡାକ୍ତର୍ ଟେ ହେଇ କରି ଗାଁ ର୍ ମାଆ ର୍ ସେବା କରବା ବଲି ଆମେ ସିନେ ଭାବିଥିଲାଁ । ହେଲେ ତାର୍ କାଏଁ ଦୋଷ୍ । ତାର୍ ବି ତ ମନ୍ ଟେ ଅଛେ , ତାର୍ ସପନା ଟେ ଅଛେ । ଜବର୍ ଦସ୍ତି ଆମର୍ ମନ୍ ରଖ୍ ବାର୍ ଲାଗି କାଏଁ ଯେ ସେ ସବୁଦିନ୍ ଅଶାନ୍ତି ଥି ବଂଚି ଥିତା । ଖାଲି ପଦେ ନାଇଁ କହେଲା ବଲି କରି ଯାହା ଦୂଖ୍ । ହେଲେ ମନ୍ କେ ବୁଝେଇ ଦେଲିନ । ଇଛେନ୍ ସେ ବିହା ହେଇ କରି ଆମର୍ ନାତି ଟେ ହେଲାନ ପରେ । ଘାଏଁ ଘାଏଁ ମନ୍ ଟା ସ୍ବାର୍ଥୀ ହେଇ ଯାଏସି ଯେ ମୋର୍ କୁଲେ ନାତି କେ ଧର୍'ତି । ତାର୍ ବାପ୍ କେ ଯତନ୍ କଲା ବାଗିର୍ ତାହାକେ ବି ଯତ୍'ନାତି । ହେଲେ ତୁମର୍ ପୁଅ ର୍ କିଛି ଭୁଲ୍ ନାଇଁ । ମୁଇଁ ଆର୍ ଏଭର୍ ଯତନ୍ ବାତନ୍ କେନ୍ ନୁ ଜାନ୍'ତି ଯେ । ଛାଡ..ସେ ତ ସୁଖେ ରହୁ । ଆର୍ ଗୋଲୁ ତୁମର୍ ସପନା ପୁରା କରିଛେ , ଇ ସମ୍ବଲ୍ ପୁରେ ରେଲୱେ ଇଞିନିୟର ହେଇଛେ । ସେବି ବିହା ସାହା ହେଇ କରି ସେନେ ଘର୍ କରି ରହି ଗଲାନ । ରହୁନ୍ ଶାନ୍ତି, ମୋର୍ ଆର୍ କେତେ ଦିନ୍ ଯେ ଛୁଆ କର୍ ଉପରେ ବୁଝା ହେମି । ପାଚଲା ପତର୍ କେତେ ବେଲେ ଝଡି ପଡ୍'ମି କେଜାନେ ।ମୋର୍ ପୁଡା ଘା ଟପକିଲା ନ ଶାନ୍ତି ଆର୍ ଲେଖି ନି ପାରେନ । ଆର୍ କେଭେ ଦୂଖ୍ ସୁଖ୍ ହେଇ ପାର୍'ମା ଯେ କେଜାନେ । ମୋତେ ଜଲଦି ତୋର୍ ପାଖକେ ଡାକିନେ ନ ଗା । ଇନେ ଏକ୍'ଲା ଉକ୍ ବୁକା ଲାଗି ଗଲାନ । ତୁଇ ମନ୍ ଦୂଖ୍ ନାଇଁ କର୍ ଛୁଏ ସୁଖେ ଅଛନ୍ । ତୋର୍ ଗଲା ଉତାରୁ ମୁଇଁ ତୋର୍ ଭାଗ ର୍ , ମୋର୍ ଭାଗ ର୍ ସବୁ ଦାୟିତ୍ବ ସରେଇ ଦେଇଛେ । ଏତ୍'କେ ତୋର୍ ପାଖ୍ କେ ଯିବାର୍ କେ ମନ୍ ଡହକ୍ ବିକଲ୍ ହେଲାନ । "

  ଆର୍ କାଣା ଲେଖା ହେଇଛେ କିଛି ବି ପଢି ନାଇଁ ହେଉ ଥାଇ । ବୋଧହୁଏ , ବାପା ର୍ ହାତ୍ ଥରି ଥରି କରି ଲେଖିଛନ୍ । ଭାଏଲ୍ ଏକଲା ପନ୍ ନୁ ପାର୍ ପାଏମି ବଲି କରି । ତାର୍ ବାପା ସତେ ତ୍ୟାଗ୍ ଆର୍ ସଂଘର୍ଷ ର୍ ଦେବତା ଟେ ଆନ୍ । ଗାଁ ର୍ ଲୁକେ , ତାକର୍ ପଢାଲା ଛାତ୍ର ମାନେ ତାହାକୁ ଚିହ୍ନି ପାରଲେ , ହେଲେ ଆମେ ପୁଅ ହେଇ କରି ନାଇଁ ଚିହ୍ନି ପାରଲୁ । ବଡା ଦୁଖେ ରହେଲେ ଭିଲ୍ କେଭେ ଆମକୁ ମନ୍ ଭିତରେ ବି ଦୋଷ୍ ନାଇଁ ଦେଇ ।ହୁରୁଦ୍ ଭିତର୍ ତାର୍ ଫାଟି ଗଲା ଲେଖେନ୍ ଲାଗୁ ଥାଏ ।

  ସକାଲ୍ ପାହି ଆଏଲା କେ କୁକରା ଗଗେଇ ବସ୍'ଲେ ନ । ହେଲେ ସେଆଡ୍ କେ ନିଘା ନାଇଁ ତାର୍ । ଡାଏରୀ କେ ରଖି ଦେଇ କରି ଭୋ ଭୋ ହେଇ ଖାଲି କାନ୍ଦୁ ଥାଏ ନ ଯେ କାନ୍ଦୁ ଥାଏ ଆଲୋକ୍ .ହଲ୍ ଧର୍ ମହାନ୍ତି ଙ୍କ ର୍ ବଡଖା ପୁଅ ଆଲୋକ ମହାନ୍ତି ।


କ୍ରମଶଃ



Rate this content
Log in

Similar oriya story from Inspirational