Alhadini Panigrahi dash

Inspirational

4.0  

Alhadini Panigrahi dash

Inspirational

ଉଞ୍ଜଲେ ଫୁଲ୍: ଭାଗ-୨୮

ଉଞ୍ଜଲେ ଫୁଲ୍: ଭାଗ-୨୮

3 mins
114


ଆଝିର୍ କା କୁମାରୀ ଭୁଆସେନ୍ ବେଶେ ବଡା ସୁନ୍ଦରୀ ଦିଶୁଛେ। ଫେର୍ ଘାଏଁ ଆମର୍ ଜୁହ୍ନା ଦିନ୍ ଫିରି ଆଇଛେ। ଆମେ ଦୁହିଁ ଝନ୍ ବଡା ଖୁସି ନେ ଆମର୍ ସଂସାର୍ ରଥ୍ କେ ଘିଚି ନଉଛୁ। ଛୁଆ ମାନେ ଭିଲ୍ ମାଆ, ମାଆ ବଲି କରି ତାର୍ କାନି ଧରି ପଛେ ପଛେ କିନ୍ଦରୁ ଛନ୍। ଇ ସବୁ ଦେଖି କରି ମୋତେ ଲାଗୁ ଥାଏ ଫେର୍ ଘାଏଁ ମୁଇଁ ମୋର୍ ଜୀବନ୍ କେ ହସି ଖୁସି ଥି ଜିଇଁ ଯିବି। ମୁଇଁ ଇଛେନ୍ କା ଘର ର୍ ଜଞାଲ୍ ଆର୍ ଛୁଆ କର୍ ଜଞାଲ୍ ନୁ ମୁକଲି କରି ମୋର୍ ଇସ୍କୁଲ୍ ବନା ଥି ଲାଗି ପାଟି କରି ଲଢିଛେ। ଶାନ୍ତି ଗଲା ପରେ ମୁଇଁ ନାଇଁ ଭାବି ଥାଇ ଫେନ୍ ଘାଏଁ ମୋର୍ ଜୀବନେ ସୁଖ୍ ଆଏବା ବଲି କରି। ମୋର୍ ଦୁହି ଛୁଆ କର୍ ଲାଗି କୂମାରୀ ର୍ ସଉକି ଦେଖି କରି ମୁଇଁ ନିଶ୍ଚିନ୍ତ୍ ହେଇ କରି ବାହାର୍ ର୍ ଜଞାଲେ ବୁଡି ରହେଲି। ସମିଆ ପାଏଲି ସମକର୍ ସେବା କରବାର୍ ଲାଗି। 

   ହେନ୍ତା ଗୁଟା ବଛରେ ପଲେଇ ଗଲା। ଦିନେ ମୋତେ କୁମାରୀ ବଏଲା " ତୁମକୁ ମୋର୍ କଥା ଟେ କହେବାର୍ ଅଛେ " ତାର୍ ମୁହୁଁ କେ ଦେଖଲି , ଲାଜେ ତାର୍ ଗାଲ୍ ଦୁଇ ଟା ଲାଲ୍ ହେଇ ଯାଉଛେ। ସେ ପହେଲା ଗୁଡି ତଲେ କଥା ହେଲା ମିତାନ୍ ମୁହୁଡା ମୋତେ ଫେର୍ ଘିଚି ନେଲା ସେ ଦିନ୍ କେ। ସେତେ ବେଲେ ସିନା ଲୁକ ର୍ ଡର୍ ଥିଲା କିଏ କାଣା କହେବା ବଲି କରି। ଇଛେନ୍ ତ ସେ ମୋର୍ ସିଆନୀ , ମୋର୍ ପୁରା ଅଧିକାର୍ ତାର୍ ଉପରେ। ତାର୍ ବେକେ ମୋର୍ ହାତ୍ ଦୁଇ ଟାକେ ମାଲ୍ କରି ପିନ୍ଧେଇ ଦେଲି। ମୋର୍ ପାଖ୍ କେ ଆର୍ ଟିକେ ଲଗେଇ ଆନଲି ତାର୍ ଦିହି କେ। " ବୁଆ , ଗୋ ଏତେ ଲାଜ୍ କାଏ ଥିର୍ ଲାଗି ରେ। କାଣା କହେବୁ ଯେ କହ। ଇ ଥର ସେ କଲେ କଲେ କହେଲା। ଆମର୍ ଘରେ ଫେର୍ ଘାଏଁ କଏଁ କଏଁ କାନ୍ଦବାର୍ ଲାଗି , ଆଲୋକ୍ ଆର୍ ଗୋଲକ୍ ର୍ ବହେନ୍ ଟେ କି ଭାଏ ଟେ ଆଉଛେ। ବଡା ଉଷତ୍ ହେଇ କରି କହି ପକାଲି ଝି ଟେ ହେତା ବଏଲେ ବଢିଆଁ ହେତା ଶାନ୍ତି ର୍ ବଡା ମନ୍ ଥିଲା ଝି ଗୁଟେକର୍ ଲାଗି। ଝି ଆଏଲେ ଲକ୍ଷ୍ମୀ ଆଏସନ୍ ଘର୍ ଉଭାଗର୍ ହେସି ବଲୁ ଥିଲା। " ମୋର୍ ତୁଁଡୁ ଶାନ୍ତି ର୍ ନାଁ ଶୁନି କରି କୁମାରୀ ର୍ ମୁହୁଁ ଟା ଟିକେ ଶୁଖି ଗଲା। କିଛି ନାଇଁ କହେଲେ ବି ମୁଇଁ ବୁଝି ପାରଲି ତାହାକେ ମୋର୍ କଥା ଭଲ୍ ନାଇଁ ଲାଗଲା ବଲି କରି। ଦିନୁ ଦିନ୍ କେ ସମିଆ ତାର୍ ବାଟେ ଆଗକେ ଯାଉ ଥାଏ ା ଆମେ ସଭେ ବଡା ଉଷତ୍ , ଛୁଆ ମାନେ ବନୀ ଟେ ପାଏମୁ ବଲି କରି ଉଷତ୍। କୁମାରୀ ର୍ ଦୂଖା ଆରମ୍ଭ ହେଲା କେ ଡାକ୍ତର୍ ଖାନା ନେଲି , ହେଲେ ସବୁ ଆଶ୍ କେ ଫସର୍ ଫଟେଇ ଫେର୍ ଗୁଟେ ପିଲା ହେଲା। କୂମାରୀ ବଡା ଉଷତ୍ ହେଲା। କାଏଁ ନାଇଁ ହେତା ଯେ , ମୋର୍ ସିନା ଦୁଇ ଟା ପୁଅ ବଲି କରି ଝି କେ ନୂରା , ହେଲେ ତାର୍ ତ ଇଟା ପରୁହାଁ ଟା। ଘର୍ କେ ଫିରି ଆଏଲୁ ଦିନା ଦୁ ଗଲା କେ। ପହେଲା ପହେଲା ସବୁ ଠିକ୍ ଚାଲଲା ଆଘର୍ ଲେଖେନ୍। ତାହେଁ ରୁ ମୁଇଁ ନିଘା କଲି , କୁମାରୀ ଆର୍ ଆଘର୍ ବାଗିର୍ ଦୁଇ ଛୁଆ କୁ ସଉକି ନାଇଁ କରବାର୍। ଟିକେ ଟିକେ କଥା ଥି , ଗାଲି ଦେଉଛେ। ତାର୍ ଛୁଆ କେ ଟିକେ ଧରି ଦେବେ ବଏଲେ , ଛୁଆ କୁ ହାତ୍ ବି ଉଠେଇ ଦେଉଛେ। କେତେ ଦିନ୍ ଆର୍ ଦେଖି ଦେଖି କରି ଆଏଁଖ୍ ମୁଜଲା ଲେଖେନ୍ ରହେତି। କୂମାରୀ କେ କହେଲି। ଦୁହି ଲୁକ ର୍ ଭିତରେ ଝଗଡା ଆରମ୍ଭ ହେଇ ଗଲା। ତାର୍ ଦୋଷ୍ କେ ଢାପ୍ ବାର୍ ଲାଗି ଉଲଟିଆ ମୋର୍ ମୁଡ୍ ଉପରେ ଦୋଷ୍ ଲଦଲା ଯେ ମୁଇଁ ତାର୍ ଛୁଆ କେ ଭଲ୍ ନାଇଁ ପାଏବାର୍। ମୋର୍ ଲେଖେନ୍ ତ ସଭେ ସମାନ୍। ହେଲେ ବିନ୍ ଦୁଷେ ଛୁଆ କୁ ମରା ପିଟା କଲେ କହେଲେ ମୁଇଁ ଦୁଷୀ। ଦିନେ ଆଲୋକ୍ କେ ପିଟି ଦେଇଥା ଯେ ପିଠି ଥି ଲୁଲା ଉସକି ପଡି ଥାଏ। ସେଦିନ ମୁଇଁ ବି ଗୁରଦୁ ଟେ ଗାଏଲ୍ ଲାଗଲି।

   ଇଆଡୁ ଛୁଆ କାନ୍ଦୁ ଥାଏ, ଇଆଡୁ ବାପା ର୍ ମୁହୁଁ ଦିଶୁ ଥାଏ। ସେଆଡେ ଶାନ୍ତି ର୍ ଆଖି ର୍ ଲହ ବୁହୁ ଥାଏ ା ସଭେ ଖାଲି ମୋତେ ଦୋଷ୍ ଦେଉ ଥାଆନ୍ ....' ତୋର୍ ଲାଗି , ....ତୋର୍ ଲାଗି ....ତୋର୍ ଲାଗି ଏନ୍ତା ହେଲା , ତୋର୍ ଲାଗି ା 

" ମୋତେ କେହି କିଛି ନାଇଁ କହ , ମୁଇଁ କିଛି ନାଇଁ କରି " କହି କହି ମୁଇଁ କାନ୍ଦି କାନ୍ଦି ଉଠି ପଡଲି। ଦେଖଲି ମୋର୍ ପାଖେ ମୋର୍ ଦୁହି ଛୁଆ ଶୁଇଛନ୍। ଚାରି ଆଡେ ଦେଖଲି ଆର୍ କିହେ ନାଇଁ ନ। ଛାତି ନେ ହାତ୍ ଦେଲି ଧଡ୍ ଧଡେଇ ଯାଉଛେ। ବୁଝି ପାରଲି କକା ର୍ କଥା କେ ଭାବି ଭାବି କରି ସପନ୍ ହେଇ ଯାଇଛେ। 

ହେଲେ ଇ ସପନ୍ ଟା ମୋତେ ମୋର୍ ଫଏସଲା ନେବାର୍ ଟାକେ ସହଜିଆ କରି ଦେଲା।


କ୍ରମଶଃ .....


Rate this content
Log in

Similar oriya story from Inspirational