Alhadini Panigrahi dash

Inspirational

4  

Alhadini Panigrahi dash

Inspirational

ଉଞ୍ଜଲେ ଫୁଲ୍: ଭାଗ-୨୯

ଉଞ୍ଜଲେ ଫୁଲ୍: ଭାଗ-୨୯

3 mins
311


ସକାଲୁ ଉଠି କରି ଛୁଆ କୁ କାଠି ପତର୍ କରଉ ଥାଏଁ ା ଆଲୋକ୍ ଭୋକ୍ କଲାନ କହି କରି ଅରଷ୍ଟି କରୁ ଥାଏ । ଗୋଲକ୍ କେ ଝାଡା ନେଲା କେ ଇଆଡେ ଆଲୋକ୍ କାନ୍ଦି କାନ୍ଦି କରି ଅର୍ଲା ପସରା । ତରସର୍ ଚୁଡା , କଦଲି ଚିଟକି କରି ଦୁହି ଝନ୍ କେ ଖୁଏଇ ବସଲି । ମୁଇଁ ଫେର୍ ସ୍କୁଲ୍ ଯିବାର୍ କେ ବାହାର୍ ଲେ ଯାକର୍ । ଦୁହି ଛୁଆ କୁ ରେଡି କରି ସୁମୀ ପାଖେ ଛାଡି କରି ଗଲେ ନିଶ୍ଚିନ୍ତ ରେ ସ୍କୁଲ୍ କେ ଯିମି । ହେଲେ ଏତେ ଲେଞରା ଭିତରେ ମୋର୍ ଖାଏବାର୍ ଟା ସୋର୍ ନାଇଁ ହଏ । ସ୍କୁଲ୍ କେ ପୁହୁଁଚି ଗଲେ ଘର ର୍ କଥା ଭାବ୍ ବା କେ ସମିଆ ନାଇଁ ମିଲେ । ବେଲା କେ ଖାଇ ଛୁଟି ନେ ଆଏଲେ ମୁଇଁ ଖାଏସି ଆର୍ ଛୁଆ କୁ ଖୁଆସି , ବଡ ଭାଗ ଦିନ୍ ତାର୍ କାକୀ ବି ଖୁଏଇ ଦେଇ ଥିସନ୍ ନ । 

   ସ୍କୁଲ୍ ଛୁଟି ହେଲା କେ ଘର୍ କେ ଆସି କରି ମୁହୁଁ , ହାତ୍ ଧୁଆ ଧୁଇ ହେଉଛେଁ । କକା ଫେର୍ ଆଏଲେ । ସେ ଭାବୁ ଥିଲେ ମୁଇଁ ହଁ କରମି ବଲି କରି , ନାଇଁ ବଲବାର୍ କାରଣ୍ ବି ତ କିଛି ନାଇଁ ଥାଇ ।

  କକା କେ ଚୌକି ଟା ଦେଇ କରି ମୁଇଁ ଖଟେ ବସଲି ଗାମଛା ଥି ମୁହୁଁ ପୁଛି ହେଇ ହେଇ କରି । ଗୋଲକ୍ ଆର୍ ଆଲୋକ୍ କେ ମିକ୍ଚର୍ ମୁଢି ଦେଇ ଥାଏ । ସେମାନେ ପକା ଉଡା କରି କରି ଖାଉ ଥାନ୍ ।

   କକା ସିଧା ସିଧା ପଚରାଲେ - " କାଣା , ଭାବଲୁ ବୋ ା ମୁଇଁ ତ ଆଗର୍ ନୁ ଭାବି ସାରି ଥିଲି ନ । କକା କେ କହେଲି " ନାଇଁ କକା , ଆର୍ ବିହା ହେବାର୍ କେ ମନ୍ ନାଇଁ ବଲ୍ ବାର୍ " ।

କକା ମୋର୍ କଥା ଶୁନି କରି କହେବେ " ଦେଖ୍ , ଏନ୍ତା ସୁଯୋଗ୍ ଟେ ହାତ୍ ଛଡା ନାଇଁ କର୍ , ପଛେ ପସ୍ତାବୁ । ଫେର୍ ଘାଏଁ ହସି ଖେଲି କରି ଘର୍ କରବ । ମହା ପୁରୁ ତୁମର୍ ଦୁହିକର୍ ଯୁଡି ବନାବାର୍ ଲାଗି କାଏଁସେ ଦୁହିକର୍ ଯୁଡି ଭାଙ୍ଗି ଦେଲେ । ଗୁଟେ ନେ ଘର୍ କରା ତୁମର୍ ଭାଗ୍ୟେ ଅଛେ କାଏଁ ସେ ଯେ ତାର୍ ଆଡୁ ମୋତେ ଦେଖେଇ ଦେଖେଇ କେତେ ଥର୍ କହେଲା ନ । ତାର୍ ବୁଆ ତୁମର୍ ଦୁହି କୁ ଗୁଟେ ନାଇଁ ହେଇ ଦିଏ ବଏଲା ଯେ ଫଲ୍ କାଣା ହେଲା । ମଧୁଆ ଜୁଏଁ ଟା ପାଏଲା ଯେ ବାର କେଚକେଚା କଲା । ଆର୍ ତୁଇ ସୁନା ମୁଣ୍ଡା ଲେଖେନ୍ ଭୁଆସେନ୍ ଟେ ପାଏଲୁ ଯେ ସେ ବି ତୋର୍ ଭାଗ୍ୟେ ନାଇଁ ଥାଇ ଯେ  ଜିବନେ ନାଇଁ ରହେଲା । ଭାଗ୍ୟ ର୍ ଖେଲ୍ ଇଟା । ଥରେ ଗୁଏଁଇ ଦେଇ ଥିବାର୍ ପହେଲା ପ୍ରେମ ଫେନ୍ ଘାଏଁ ମିଲବାର୍ ଟା କାହାରି କପାଲେ ନାଇଁ ଥାଏ । ତୋତେ ସେ ସୁଖ୍ ମିଲୁଛେ ଯେ କାଁ କରି ହାତ୍ ଛଡା କରୁଛୁ ।"

ମୁଇଁ କହେଲି " ଦେଖ କକା , ତୁମେ ତ ଜାନିଛ , ମୋର୍ ବାପା କେ କୂମାରୀ ର୍ ବୁଆ କେନ୍ତା ଅପମାନ୍ କରି ଘରୁ ଖେଦି ଦେଲେ ଯେ । ପଛେ କା କହି ପଠାମି ବଲି କରି ବି ତ କହି ପାରିଥିତେ ା ହେଲେ ମୁହେଁ ମୁହେଁ କହି ଦେଲେ " ମୁଇଁ ଥିଲା ଘର୍ ଆର୍ ଚାକ୍ ରିଆ ବର୍ ଥି ଦେମି ବଏଲେ । ଇ କଥା ର୍ ସିଧା ଅର୍ଥ କାଣା ହେଲା କକା ସେମାନେ ଆମକୁ ଗରୀବ୍ ଆର୍ ମୋତେ ବେକାରୀ ବଏଲେ ତ ? " 

" ହଁ , ବାବୁ ତାର୍ କଥା କହେବାର୍ ଭଙ୍ଗି ଟା ଯାହାକେ ହେଲେ ଖରାପ୍ ଲାଗବା , ବନେ ନାଇଁ ଲାଗେ ା ହେଲେ ଥରେ ଭାବି ଦେଖଲେ ଭୁଲ୍ ବି ତ ନାଇଁ କହି ଥାଇ । ସବୁ ବୁଆ ମାନେ ନିଜର୍ ଝି ର୍ ଭବିଷ୍ୟତ ଦେଖସନ୍ । ଏଥି ତାର୍ କାଏଁ ଭୁଲ୍ ରହେଲା କହ " ।

* " - ହଁ , କକା , ହେଲେ ମୋର୍ ବାପା ତାକର୍ ନୁ ବଏସ୍ ଥି ବଡ୍ କମ ସେ କମ୍ ଗାଁ ମାଏନ୍ ର୍ ମାନ୍ ରଖି କରି ପଛେ କହିଥିତେ । ଇଛେନ୍ ଯଦି ଫେର୍ ମୁଇଁ ତାହାକୁ ଶଶୁର୍ ବଲମି , ହେନ୍ତା ହେଲେ ମୋର୍ ବାପା ର୍ ଆତ୍ମା ଖୁସ୍ ହେବା କାଏଁ , ତୁମେ କହ । ମୋତେ ଏଛେନକା ଭିଲ୍ ମୋର୍ ବାପା ର୍ ଉଦାସିଆ ମୁହୁଁ ଝଲୋ ଝଲୋ ଦିଶୁଛେ । " 

ଇ ସମିଆ ନେ ଆଲୋକ୍, ଗୋଲକ୍ ନୁ ମୁଢି ଛଡେଇ ଆନଲା । ସେ ଭେଁ କରି କାନ୍ଦି ମୁଢାଲା ।


କ୍ରମଶଃ .........



Rate this content
Log in

Similar oriya story from Inspirational