ପ୍ରଥମ ଚୋରା ଚାହାଣୀ
ପ୍ରଥମ ଚୋରା ଚାହାଣୀ
ଦୁଇ ହଜାର ଏଗାର ମସିହାରେ ଏକ ରେଲଯାତ୍ରା ସୁବୋଧର ଜୀବନର ମୋଡକୁ ବଦଳାଇଦେଲା। ପ୍ରଥମ ପୋଷ୍ଟିଙ୍ଗ ହେଇଥିଲା ତାର ବାଙ୍ଗାଲୋର ସହରର ଏକ ଆଇଟି କମ୍ପାନୀରେ।ସେ ଝାରସୁଗୁଡାରୁ ଟ୍ରେନ ଧରିଲା ରାତିରେ।
ତା କେବିନରେ ସମସ୍ତେ ଶୋଇ ଯାଇଥିଲେ।ସେ ନିଜ ବ୍ୟାଗକୁ ସିଟ ତଳେ ଥୋଇ ନିଜ ନିର୍ଦ୍ଧାରିତ ଜାଗାରେ ଶୋଇ ଯାଇଥିଲା।ତା ଅନ୍ୟଦିନ ନିଦ ଖୋଲିଲା ବେଳକୁ ଦଶଟା ବଜି ସାରିଥିଲା।ତାପାଖରେ ବସିଥିବା ସବୁ ସିଟର ଯାତ୍ରୀ ଉଠି ସାରିଥିଲେ।କେବଳ ସେ ଶୋଇ ରହିଥିବାରୁ ତାକୁ ଟିକେ ଲାଜ ଲାଜ ଲାଗୁଥାଏ।ଏମିତି ଘରେ ସେ ସକାଳୁ ଉଠିଯାଏ।ହେଲେ ଟ୍ରେନରେ କିଛି କାମ ନଥିବାରୁ ଟିକେ ବିଲମ୍ବ ଯାଏ ଶୋଇଯାଇଥିଲା।ତା ସମ୍ମୁଖ ସିଟରେ ବସିଥିବା ଝିଅଟି ବହିଟେ ଧରି ପଢୁ ପଢୁମୁଚୁକି ହସି ତାକୁ କଣେଇଁ କଣେଇଁ ଚାହୁଁଥିଲା।
ଏମିତି କଣେଇଁ କଣେଇଁ ଦେଖିବାର ରହସ୍ୟ ସେ ସେତେବେଳେ ବୁଝିଲା ଯେତେବେଳେ ନିଜ ପେଣ୍ଟ ଆଡେ ନଜରଗଲା।ପେଣ୍ଟ ତଳକୁ ଖସିଯାଇ ତା ଚଡି ଦେଖା ଯାଉଥିଲା।ସେ ତରବରରେ ପେଣ୍ଟକୁ ଉପରକୁ ଉଠାଇଦେଲା ଓ ଲାଜେଇଗଲା।ତାର ଏମିତି ଅଭ୍ୟାସ ଘରେବି ରାତିରେ ଶୋଇଥିଲା ବେଳେ ଲୁଙ୍ଗି ଖୋଲି ଯାଇ ଚଡି ଦିଶୁଥିବ।ତା ଭଉଣୀ ସେଥିପାଇ ବହୁତ ଚିଡାଏ।ସେ ବାଥରୁମ ରୁ ଯାଇ ବ୍ରସକରି ଫ୍ରେସହେଇ ଆସିଲା।ମୁଣ୍ଡ କୁଣ୍ଡେଇ ଏବେ ଫିଲ୍ମଷ୍ଟାର ପରି ସୁନ୍ଦର ଦିଶୁଥିଲା।ତାର ଆକର୍ଷକ ବଡି ଦେଖି କଲେଜର ଝିଅମାନେ ତାସହ ସଂପର୍କ ଗଢିବାକୁ ବାହାନା ଖୋଜନ୍ତି।ହେଲେ ସେ କାହାକୁ ଠଠାଏ ନାହିଁ।ସେ ପାଠପଢା ଓ ନିଜ କ୍ୟାରିୟରକୁ ନେଇ ସଜାଗ ଥାଏ।ଭଲ କମ୍ପାନୀରେ ଚାକିରିଟେ ପାଇବା ତାର ଲକ୍ଷ୍ୟଥିଲା।
ସେ ପ୍ରେମ ଫ୍ରେମ କଥା କୁ କେବେ ପ୍ରାଧାନ୍ୟ ଦେଇନି।
ସେ ପଢାପଢିରେ ଜୁଟିଥିଲା ବୋଲି ଆଜି ଏକ ବଡ କମ୍ପାନୀରେ ଚାକିରି ପାଇଛି।ଦରମାବି ଭଲ ଅଛି।
ଚାରିପାଞ୍ଚବର୍ଷ ବିଦେଶ ଭ୍ରମଣ କଲେ ପରେ ବାହାକଥା
ଭାବିବ ବୋଲି ସେ ଘରେ କହିଦେଇଛି।ମାଆ ତାକୁ ବେଳେବଳେ ଝିଅ ଖୋଜିବାକୁ କୁହନ୍ତି।ସେ କହେ ଭାଗ୍ୟରେ ଯିଏ ଅଛି ସିଏ ଆପେ ତା ସାମନାକୁ ଆସିଯିବ।
ସେଦିନ ସେ ଝିଅକୁ ଦେଖିଲା ପରେ ଲାଗିଲା ଝିଅଟି ସବୁଗୁଣରେ ଭଲ ଲାଗୁଛି।ସୁନ୍ଦରୀ ତ ନିଶ୍ଚିତ ଥିଲା।ତାର ଘନକେଶ ଘବାଦଲର ଆବରଣ ଭିତରେ ଚାନ୍ଦପରି ଚମକୁଥିଲା ଗୋରାତକତକ ଚେହେରାଟି।
ତାର ସେ ଚୁପିଚୁପି ହସ ଆଉ କଣେଇ ଦେଖିବା ତା ଦେହରେ ଏକ ଅଜଣା ଶିହରଣ ଖେଳାଇ ଦେଇଥିଲା।ଅଜଣା ଝିଅଟେ ପ୍ରତି ତାର ଏମିତିଦୁର୍ବଳତା ଆଗରୁ କେବେ ହେଇନି।ଦୀର୍ଘ ରାସ୍ତା ସେମାନେ ଏକା ସାଙ୍ଗରେ ଯାଉଥିଲେ।ଚା ବାଲା ଚା ନେଇ ଆସିଲା।ଦିଜଣ ଚା ପିଇଲେ।ଝିଅ ପାଖରେ ଖୁଚୁରା ନଥିଲା ତେଣୁ ସୁବୋଧ ନିଜେ ପେ କରିଥିଲା।ଝିଅଟି ତା ନାଆଁ ସୁଷମା ବୋଲି ଏଭିତରେ ବତାଇ ଦେଇଥିଲା।ସତରେ ସୁଷମାରେ ଭରାଥିଲା ତାର ଅଙ୍ଗ ଅଙ୍ଗ।ସୁଷମା ପଢୁଥିବା ପତ୍ରିକାରେ ସୁବୋଧର କବିତାଟିଏ ପ୍ରକାଶିତ ହେଇଥିଲା। ହେଲେ ସେ ଫଟୋ ଦେଇନ ଥିଲା।ସେ ସୁଷମାଠୁ ମାଗାଜିନ ଟି ମାଗି ନିଜର ଲେଖାଟି ଖୋଲି ଦେଖାଇ ଥିଲା।ତାପରେ ସେ ତାପ୍ରତି ଆହୁରି ଆକର୍ଷିତ ହେବାକୁ ଲାଗିଲା।
ସେ କହିଲା ମୋତେ କବିତା ଗପ ବହୁତ ଭଲ ଲାଗେ।ମୁଁ କୌଣସି ଲେଖକ ବା କବିଙ୍କୁ ସାମନାରେ ଭେଟିନି।ଆଜି ତୁମକୁ ସାମନାରେ ଦେଖି ବଡ ଖୁସୀ ଲାଗୁଛି।ସେ କିଛିକଥା ପଚାରିଲା ଯେମିତି ଲେଖା କେମିତି ଲେଖିହୁଏ।ଏପରି ପ୍ରେରଣା କେମିତି ପାଅ ଲେଖିବାକୁ।ଏତେ ପଢାପଢି ଭିତରେ କବିତାର ଚାରା ଲଗାଇବାକୁ ସମୟ କେମିତି ପାଅ।ସେ ସବୁର ଉତ୍ତର ଦେଉଥାଏ ଗୋଟିଗୋଟି। ସେ କହିଲା।କବିତା କୁ ଲେଖିବାକୁ ପଡେନା ସେ ସ୍ବତଃସ୍ପୃତହୋଇ ବହାରିଆସେ କବି ହୃଦୟରୁ।ହେଇ ମୁଁ ତୁମକୁ ଦେଖିଲି ମତେ ତୁମେ ଭଲ ଲାଗିଗଲ ହୃଦୟ ଭିତରୁ ତାର ଭାବାବେଗଟେ କବିତା ହେଇ ଉତୁରି ଆସିବ।ସେ କହିଲା ମତେ ନେଇ କଣ ତୁମେ କବିତା ଲେଖିପାରିବ? ସୁବୋଧ କହିଲା ନିଶ୍ଚୟ।ସେ କ୍ଷଣକ ଭିତରେ କବିତାଟିଏ ଡାଏରିରେ ଲେଖି ତା ହାତରେ ଧରାଇ ଦେଇଥିଲା ତା ଡାଏରିର ପୃଷ୍ଠାଟେ ଚିରି।
ସୁଷମା ବହୁତ ଖୁସୀ ହେଇଥିଲା ।କେହି ତାକୁ ନେଇ କବିତା ଲେଖିଛି ଏହା ତାପାଇଁ ବଡ ଗର୍ବର ବିଷୟ ବୋ୍ଲି ସେ କହୁଥାଏ।ଯାତ୍ରା ଶେଷରେ ଓହ୍ଲଇଲାବେଳେ ସେ ତାର ଫୋନନମ୍ବର ଦେଇଥିଲା।ସୁବୋଧର ଲେଖା ଯୋଉ ମାଗାଜିନରେ ବାହାରିବ ସେସବୁ ତାକୁ ପଠାଇବ ବୋଲି ଅନୁରୋଧ କରିଥିଲା।
ପରେ ଦୁଇ ଜଣକ ଭିତରେ ପ୍ରେମର ଉଦ୍ରେକ ହୋଇଥିଲା ।
ସୁଷମା ର ବି ଚାକିରି ବାଙ୍ଗାଲୋରରେ ହୋଇଗଲା। ଦୁଇଜଣ ଛୁଟିଦିନ ମାନଙ୍କରେ ମାର୍କେଟିଂ ଯାଆନ୍ତି।ମଲ୍ ରେ ଜିନିଷ କିଣି ସିନେମା ଦେଖି ସେଠି କିଛି ଖାଇଦେଇ ଫେରି ଆସନ୍ତି।ଏବେ ଜଣେ ଜଣକ ବିନା ରହି ପାରୁନଥିଲେ ।ତେଣୁ ନିଜ ଘର ଲୋକଙ୍କୁ ପରଷ୍ପର ଭଲ ପାଉଛନ୍ତି ବୋଲି ଜଣାଇଲେ ।ଦୁୃଇଜଣ ଏକା ଜାତିର ଥିଲେ ।ଦୁଇପରିବାର ପ୍ରତିଷ୍ଠିତ ପରିବାର ଥିଲେ ।ତେଣୁ ବିବାହ ପାଇଁ ରାଜି ହୋଇଗଲେ ।
ତାପରେ ବାହାଘର ଜାକଜକମରେ ହୋଇଗଲା ।ଏବେ ସୁଷମା ତାର ଧର୍ମପତ୍ନୀ ତାର ଦୁଇଟିପିଲାର ଜନନୀ ହେଇ ସାରିଲାଣି।ଆଉ ତା କବିତାର ଏକ ଅଙ୍ଗ ବନି ଯାଇଛି।ହେଲେ ଆଜିବି ସେଇ ପ୍ରଥମ ଚାହାଁଣୀ ତାପାଇଁ ଏକ ହସର ଖୋରାକ ଯୋଗାଏ। ସେ କଥାକୁ ସ୍ମରଣ କରି ଦୁୃଇଜଣ ପ୍ରଥମ ପ୍ରେମର ସୁଗନ୍ଧ କୁ ପୁଣି ଥରେ ଅନୁଭବ କରି ମାତାଲ ହୁଅନ୍ତି ତାର ନିଶାରେ ।

