Amit Bal

Action Inspirational

4.1  

Amit Bal

Action Inspirational

ପ୍ରଶଂସା

ପ୍ରଶଂସା

3 mins
150


ଶ୍ୱେତପଦ୍ମା ବାପା ମା'ର ଗୋଟିଏ ବୋଲି ଝିଅ । ଭାଇ ଭଉଣୀ ଆଉ କେହି ନାହିଁ । ସେ ଏମ୍.ଏସ୍.ସି. ଶେଷ ବର୍ଷରେ ପଢୁଛି । ଜେଜେମା ପାଚିଲା ବେଲ । କେତେବେଳେ ଖସି ପଡ଼ିବ । ତାର ଏକା ଜିଦ୍ ଏବର୍ଷ ଯାହା ବି ହୋଇଯାଉ ଶ୍ୱେତପଦ୍ମାର ବାହାଘର ହେବ । 

     ଅନେକ ଲୋଭନୀୟ ପ୍ରସ୍ତାବ ଆସୁଛି । ଶ୍ଵେତପଦ୍ମାର କିନ୍ତୁ ପସନ୍ଦ ନାହିଁ । ସେ ଚାହୁଁଛି କିଛି ଦିନ ଯାଉ । ଏତେ ଶୀଘ୍ର ବାପାବୋଉକୁ ଛାଡି ସେ ପର ଘରକୁ ଯିବାକୁ ଚାହୁଁ ନାହିଁ । ତା ଛଡା ଏମିତି ଦେଖିବା ପାଇଁ ଗଲେ ତାର ବୟସ ବା କେତେ । କୈାଣସି ସାଙ୍ଗ ଏ ଯାଏ ତା'ର ବାହା ହୋଇନାହାଁନ୍ତି । 

     ଏ ଭିତରେ କିଛି ମାସ ବିତିଗଲା । ଜେଜେମା ସବୁଦିନେ ଦୀର୍ଘନିଃଶ୍ଵାସ ପକାଉଥାଏ । କହୁଥାଏ, ମୋ ଭାଗ୍ୟ ରେ ନାହିଁ ତୋ ବାହାଘର ଦେଖିବାର । ମୁଁ ଜାଣିଛି, ମୁଁ ମଲେ ଯାଇ ତୁ ବାହାହେବୁ । ମୋ କଥା କିଏ ଶୁଣୁଛି । ଏପରି କେତେ କ'ଣ ବାହୁନି ବାହୁନି କାନ୍ଦିବାର ଅଭିନୟ କରେ । 

     ସେଦିନ କିନ୍ତୁ ହଠାତ୍ ଘଟଣାଟେ ଘଟିଗଲା । । ବାପା ତା'ର ଅସୁସ୍ଥ ହୋଇ ହସ୍ପିଟାଲରେ ଥାନ୍ତି । ଘରର ପରିବେଶ ଠିକ୍ ନାହିଁ । ସମସ୍ତେ ଚିନ୍ତାରେ । ବୋଉ ଭଦ୍ରବ୍ୟକ୍ତିଙ୍କର କଥା କାଟି ପାରିଲାନି । ସେମାନେ ତାକୁ ଦେଖିବା ପାଇଁ ଆସିଗଲେ । ତାଙ୍କର ଏକା ଜିଦ୍ ଶ୍ୱେତପଦ୍ମାକୁ ଘରର ବୋହୂ କରିବେ । ପିଲା ମଧ୍ୟ ସାଥିରେ ଆସିଥିଲା । ଇଂଜିନିୟର ଅଛି । ଶ୍ୱେତପଦ୍ମାକୁ ପସନ୍ଦ କଲା ପରେ, ତା' ସହିତ କଥାବାର୍ତ୍ତା ହୋଇଛି । ଆଶ୍ଚର୍ଯ୍ୟର କଥା ଏ ପ୍ରସ୍ତାବରେ ଶ୍ୱେତପଦ୍ମା ବି ରାଜି । ତେଣୁ ଜେଜେମାର ଖୁସି କହିଲେ ନ ସରେ । 

     ଏପଟେ କିନ୍ତୁ ପୁଅର ଦେହ ପା ନେଇ ବୁଢ଼ୀର ଚିନ୍ତା । ତାକୁ କେହି କିଛି ଜଣାଉ ନାହାଁନ୍ତି । କହୁଛନ୍ତି ସବୁ ଠିକ୍ ଠାକ୍ ଅଛି, କିଛି ଅସୁବିଧା ନାହିଁ । ଯାହା ହେଉ ବୁଢ଼ୀ ସୁଖଦୁଃଖ ଉଭୟକୁ ନେଇ ଦିନ କାଟୁଛି । ଖୁସି ଅଛି ନାତୁଣୀର ବାହାଘର ହେବ । ଅତ୍ୟନ୍ତ ପକ୍ଷେ ମରିବା ଆଗରୁ ତାର ଏଇ ଆଶା ଖଣ୍ଡକ ପୂରା ହେବ । 

     ଶ୍ୱେତପଦ୍ମା ଏତେ ଶୀଘ୍ର ଯେ ବିବାହ ଲାଗି ସହମତି ଦେବ, ଏକଥା କେହି ବିଶ୍ୱାସ କରିପାରୁ ନଥିଲେ । ଆଗରୁ ବି ତ ଇଂଜିନିୟର ବରପାତ୍ର ଆସିଥିଲେ । ଏଇ ପ୍ରସ୍ତାବଠୁ ଭଲ ପ୍ରସ୍ତାବ ମଧ୍ୟ ଆସିଥିଲା । ତଥାପି ଶ୍ୱେତପଦ୍ମା କୈାଣସି ପ୍ରସ୍ତାବରେ ରାଜି ହେଉନଥିଲା । ଅଥଚ ଏଥରକ କାହିଁକି ସଙ୍ଗେ ସଙ୍ଗେ ରାଜି ହୋଇଗଲା । କେହି କିଛି ବୁଝି ପାରୁନଥିଲେ । ସେ ଯାହା ହେଉ ଶ୍ୱେତପଦ୍ମାର ଡିସିସନରେ ବାପା ବୋଉ ସହ ପରିବାରର ସମସ୍ତ ସଦସ୍ୟ ଖୁବ୍ ଖୁସି ଥିଲେ । 

    ବାହାଘର ଧୂମଧାମରେ ହୋଇଗଲା । ଶ୍ୱେତପଦ୍ମା ବିଦା ହୋଇ ଶାଶୁ ଘରକୁ ଚାଲିଗଲା । କେହି କିଛି ଜାଣି ପାରିଲେନି, ସବୁ କିଛି ଯେମିତି ଆଖି ପିଛୁଳାକେ ଘଟିଗଲା । ବନ୍ଧୁବର୍ଗ ବି ଯେ ଯାହା ଘରକୁ ଫେରିଗଲେଣି । ଘର ପୂରା ଖାଁ ଖାଁ ଲାଗୁଥିଲା । 

     ସେଦିନ ଡଃ ତ୍ରିପାଠୀ ଘରକୁ ଆସିଥିଲେ । ଶ୍ୱେତପଦ୍ମା ବାପାଙ୍କର ଭଲମନ୍ଦ ପଚାରିବାକୁ । ତାଙ୍କର କିଡନୀ ଫେଲୁଅର । ଅପରେସନ ହେବାର ଅଛି । ଯଦି ଆବଶ୍ୟକ ମନେହୁଏ, ତେବେ ଶ୍ୱେତପଦ୍ମା ନିଜର ଗୋଟିଏ କିଡନୀ ଦବ ବୋଲି କହିଛି । ଏଥିପାଇଁ ବିବାହ ପୂର୍ବରୁ ସେ ତା' ସ୍ୱାମୀ ସହ ଏଗ୍ରିମେଣ୍ଟ ମଧ୍ୟ କରି ସାରିଛି । ଯେମିତି ଭବିଷ୍ୟତରେ ସେ କୈାଣସି ବିଭ୍ରାଟ ସୃଷ୍ଟି ନକରେ । ଡଃ ତ୍ରିପାଠୀ ନିଜେ ଏଘଟଣାର ସାକ୍ଷୀ । ଆଉ ସେଇ ସର୍ତ୍ତ ଅନୁଯାୟୀ, ସେ ବିବାହ ପାଇଁ ସହମତି ଦେଇଛି । 

    ଡଃ ତ୍ରିପାଠୀଙ୍କ କଥା ଶୁଣି ଶ୍ୱେତପଦ୍ମାର ବାପା ବୋଉ ସ୍ତବ୍ଧ ହୋଇଯାଇଥିଲେ । ସେମାନେ ଏକଥାକୁ ଆଦୌ । ବିଶ୍ୱାସ କରି ପାରୁନଥିଲେ । ତାଙ୍କ ଝିଅ ଯେ ଏତେ ବଡ଼ ନିଷ୍ପତ୍ତି ଏକା ଏକା ନେଇଛି, ଏକଥା ତାଙ୍କ କଳ୍ପନା ବାହାରେ । ସତରେ ୟା ଭିତରେ ତାଙ୍କ ଝିଅ ତେବେ ଖୁବ୍ ବଡ ହୋଇ ଯାଇଛି । ଝିଅ ହୋଇ ପୁଅ କରିପାରୁ ନଥିବା କାମ କରିଛି । ଆଜି ତାଙ୍କର ପୁଅଟିଏ ଥିଲେ ମଧ୍ୟ ଏତେ ବଡ଼ ନିଷ୍ପତ୍ତିଟେ ନେଇଥାନ୍ତା କି ନାହିଁ ସନ୍ଦେହ । ଝିଅର ଏଇ ତ୍ୟାଗ ପାଇଁ ଶ୍ୱେତପଦ୍ମାର ବାପା ବୋଉଙ୍କ ଆଖିକୁ ଲୁହ ଆସି ଗଲା । ଡଃ ତ୍ରିପାଠୀ ମଧ୍ୟ ଶ୍ଵେତପଦ୍ମାର ଖୁବ୍ ପ୍ରଶଂସା କରୁଛନ୍ତି । କହୁଛନ୍ତି ଭାଗ୍ୟର କଥା ଏମିତି ଝିଅ ପାଇବା । ନିଜ ସ୍ୱାର୍ଥକୁ ପଛକୁ ରଖି ଯିଏ ବାପ କଥା ଚିନ୍ତା କରିପାରୁଛି । ଭଗବାନ ତା'ର କେବେ ଅମଙ୍ଗଳ ଚାହିଁବେନି । ଯାହା ହେବ ଭଲ ହେବ । 

    କିଛି ସମୟ ପରେ ଡଃ ତ୍ରିପାଠୀ ଚାଲି ଯାଇ ଥିଲେ । ପଶ୍ଚିମ ଆକାଶରେ ସୂର୍ଯ୍ୟ ଅସ୍ତ ହେବା ଉପରେ । ଶ୍ୱେତପଦ୍ମାର ବାପା ବୋଉ କିନ୍ତୁ ଭାବ ବିହ୍ୱଳ ହୋଇ ଅନେକ ସମୟ ଯାଏ ବାଲକୋନୀରେ ହିଁ ବସି ରହିଥିଲେ । ସତେ ଯେପରି ସେମାନେଙ୍କ ନିକଟରେ ଶବ୍ଦ ନଥିଲା ଝିଅକୁ ଫୋନରେ କ'ଣ କହିବେ, କିପରି ଝିଅର ପ୍ରଶଂସା କରିବେ । ବାପା ଲୁହ ଝରେଇ ଶ୍ୱେତପଦ୍ମାର ପିଲାଦିନର ସ୍ମୃତିରେ ହଜି ଯାଉ ଥିଲେ । ଆଉ ବୋଉ ପାଖରେ ଛିଡ଼ା ହୋଇ, ନିଜ ଲୁହକୁ ଭୁଲି ଯାଇ ତାଙ୍କର ଲୁହ ପୋଛି ପକାଉଥିଲା । 



Rate this content
Log in

Similar oriya story from Action