STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ପ୍ରକୃତିର ଦାନ ମନ ବନ ଉପବନ

ପ୍ରକୃତିର ଦାନ ମନ ବନ ଉପବନ

5 mins
10

ଗଭୀର ନିଦଟା ପାହାନ୍ତି ପାହାନ୍ତି ଭାଙ୍ଗିଯିବା ପରେ ବାଥରୁମରୁ ଫେରି ଚାହିଁଲି ଆକାଶକୁ ଆଉ ନିଷ୍ପ୍ରଭ ହୋଇ ଆସୁଥିବା ଜହ୍ନକୁ, ଆଉ ତା ଭିତରର କଳାଛାଇ ସବୁର ଅନୁସନ୍ଧାନରେ ଦେଖିଲି ପଞ୍ଚସଖାଙ୍କୁ, ଗୋପବନ୍ଧୁ ଦାସ, ଆଣ୍ଠୁରେ ମୁଁହ ଲୁଚେଇ ବସିଥିବା ବେଳେ ଆଚାର୍ଯ୍ୟ ହରିହରଙ୍କ ଆଖିରେ ଅଶ୍ରୁ ଓ କୃପାସିନ୍ଧୁ ମିଶ୍ର ଶୁନ୍ୟ ହୃଦୟରେ ଆକାଶରେ ତାରା ଗଣୁଥାନ୍ତି.ଅନ୍ୟତମ ସାହିତ୍ୟ ସାରଥୀ ଗୋଦାବରୀଶ ମିଶ୍ର ଭୂମି ଉପରେ ନଖରେ ଗାର କାଟୁଥାଆନ୍ତି ଆଉ ନୀଳକଣ୍ଠ ଦାସ ଗର୍ଜ୍ଜନ କରି କଣ ସବୁ କହିଚାଲିଥାନ୍ତି.ସେମାନଙ୍କ ଛାଇ ଗୁଡା ଏକତ୍ରିତ ହୋଇ ଜହ୍ନର କଳଙ୍କ ସାଜିଛି ଜାଣିବା ପରେ ସେମାନଙ୍କ ଭିତରୁ ନୀଳକଣ୍ଠ ଦାସ କଣ କହୁଛନ୍ତି ଟିକେ କାନ ଡେରି ଶୁଣିବାକୁ ଚେଷ୍ଟା କଲି, କିଛି ସ୍ପଷ୍ଟ କିଛି ଅସ୍ପଷ୍ଟ ଭିତରେ ଯାହା ବୁଝିଲି ତାର ସାରମର୍ମ ହେଲା ମଣିଷର ଅବକ୍ଷୟର କାରଣ ମଣିଷପଣିଆର ଅଭାବ ସାଙ୍ଗକୁ ସଚେତନ ନାଗରିକତ୍ୱର ଅଭାବ ସହ କିଏ କଣ ଭାବିବ ବା ଲୋକେ ବୋଲିବେ କଣର ଡର ଓ ଭୟ ବୋଲି କହି ସେମାନେ ନୂଆ ପିଢ଼ଙ୍କୁ କିଛି ବାର୍ତ୍ତା ଦେଇ ଚାଲିଥିଲେ.
      ସେମାନଙ୍କ ଦ୍ୱାରା ପ୍ରତିଷ୍ଠିତ ବକୁଳବନ ଭିତରେ ବନବିଦ୍ୟାଳୟର ଆଶା ଆକାଂକ୍ଷା ଆଜି ଧୂଳିସାତ ବୋଲି ହୃଦୟଙ୍ଗମ କରି ସେମାନେ ପ୍ରତ୍ୟକ ମର୍ମାହତ.ମଣିଷ ମଣିଷର ସହଯୋଗୀ ହେବା ପରିବର୍ତ୍ତେ ସ୍ୱାର୍ଥନ୍ୱେଷୀ ହୋଇଯାଇଥିବାର ଦୃଷ୍ଟାନ୍ତରେ ଗୋପବନ୍ଧୁ ମୁଣ୍ଡ ନୁଆଁଇ ବସିଥାନ୍ତି.ବକୁଳବନର ପଞ୍ଚସଖା ମୂର୍ତ୍ତୀ ଗୁଡିକ ଦୁର୍ବୁର୍ତ୍ତମାନେ ଭାଙ୍ଗିଦେଇଥିବାରୁ ଆଚାର୍ଯ୍ୟ ହରିହର ଭୀଷଣ ଅପମାନିତ ବୋଧ କରୁଥାନ୍ତି.ବନ୍ୟା, ଦୈବଦୁର୍ବିପାକର କାରଣ ହିଁ ମନୁଷ୍ୟର ସ୍ୱ ଆଚରଣ ବୋଲି କହି କୃପାସିନ୍ଧୁ ମିଶ୍ର ବିଚଳିତବୋଧ କଲା ବେଳେ ଗୋଦାବରୀଶ ମିଶ୍ର ତାଙ୍କ ଲିଖିତ ଗ୍ରନ୍ଥ ସବୁ କେହି ପଢୁନଥିବାରୁ ଦୁଃଖି ସାଜିଥିଲା ବେଳେ ନୀଳକଣ୍ଠ ଦାସଙ୍କ ଗର୍ଜ୍ଜନର କାରଣ ଜାଣିବାକୁ ଦୁଇ ପାଦ ଆଗେଇ ଗଲି ମୁଁ.
     ମୋ ଉପରେ ଦୃଷ୍ଟି ପଡିବା କ୍ଷଣି ସବୁତକ କ୍ରୋଧ ମୋ ଉପରେ ଅଜାଡ଼ି ଦେଇ କହୁଥିଲେ ନୀଳକଣ୍ଠ ଦାସ ମହୋଦୟ ଦେଖୁନ କବୟିତ୍ରୀ,ଲେଖିକା, ପ୍ରାବନ୍ଧିକା, ଗାଳ୍ପିକା ତଥା କ୍ଷୁଦ୍ର କ୍ଷୁଦ୍ର ଔପନାସିକା ସାଜିଥିବା ଏ ଭଦ୍ରମହିଳାଙ୍କୁ! କବି ସମ୍ମିଳନୀରେ ଜୈନିକ କବି କାଳିଜାଇରେ ସନ୍ଧ୍ୟା ମୁଁ ଅର୍ଥାତ ନୀଳକଣ୍ଠ ଦାସ ଲେଖିଛନ୍ତି କହିଥିଲେ ମଧ୍ୟ ତାଙ୍କୁ ସଂଶୋଧନ କରିବା ପରିବର୍ତ୍ତେ ସଭାରେ ବସିରହି ଶୁଣୁଛନ୍ତି. ଅବଶ୍ୟ ନିଜ ବକ୍ତବ୍ୟରେ ରାମଚଣ୍ଡୀରେ ସନ୍ଧ୍ୟା ନୀଳକଣ୍ଠ ଦାସ ଲେଖିଥିବା ବେଳେ କାଳିଜାଇରେ ସନ୍ଧ୍ୟା ଗୋଦାବରୀଶ ମିଶ୍ର ଲେଖିଛନ୍ତି କହି କଟାକ୍ଷ ହାଣିବା ଅପେକ୍ଷା ସିଧା କଥା କହି ସକ୍ରିୟ ନାଗରିକର କର୍ତ୍ତବ୍ୟ କରିବାରେ ଅବହେଳା ଅଣହେଳା କାହିଁକି?ଏହିଭଳି ଦାୟାଦମାନଙ୍କ ଯୋଗୁଁ ସପ୍ତର୍ଷିଙ୍କ ପାଇଁ ମଣ୍ଡଳ ତିଆରି ହୋଇ ସେମାନେ ତାରାରେ ପରିଣତ ହେଲାବେଳେ ଆମେ କେବଳ ଜହ୍ନରେ ଛାଇ ହୋଇ ରହିଯାଇଛୁ, ମୁଁ କାନ୍ଦି କାନ୍ଦି ଏଥର ନିଜକୁ ଓ ମୋ ଚାରିପାଖରେ ଥିବା ଲୋକଙ୍କୁ ସଂଶୋଧନ ତଥା ସଂଶୋଧିତ ହେବାରେ ପରୋକ୍ଷ ନୁହେଁ ପ୍ରତ୍ୟେକ୍ଷ ସାହାଯ୍ୟ କରିବି କଥାଦେଇ ଫେରି ପଡେ ତ ଆଲାର୍ମ ଘଡି ବାଜୁଥିଲା ସମୟ ପାଞ୍ଚଟା. ପାହାନ୍ତି ନିଦର ସ୍ବପ୍ନକୁ ସଫଳ କରିବାକୁ ହେଲେ ମତେ ପ୍ରଥମେ ସମୟାନୁବର୍ତ୍ତୀ ହେବା ସହ ପ୍ରକୃତିକୁ ଭଲ ପାଇବାକୁ ପଡିବ ଭାବି ଉଠିବସିଲି
       ସେଦିନ ଥିଲା କର୍ମର୍ବୀର ଗୌରୀଶଙ୍କର ରାଙ୍କର ଜୟନ୍ତୀ. ମତେ ଯିବାକୁ ପଡିବ ଫାର୍ମରେ ଥିବା ଚଣ୍ଡୀ ମନ୍ଦିର ପରିସରକୁ. ସେଇଠି ସାହିତ୍ୟ ସଭା ବା ମିଟିଙ୍ଗ ଅଛି. ନଡ଼ିଆ ଚାରା ଲାଗିଥିବା ଓ ଚାରିପଟେ ନାରିକେଳ ଗଛମାନଙ୍କର ସମାହାରରେ ପ୍ରାକୃତିକ ପରିବେଶ ଖୁବ ମନୋରମ ଥିଲା. ଦଶଟା ବେଳକୁ ଉପସ୍ଥିତ ହେବାକୁ କୁହାଯାଇଥିଲେ ମଧ୍ୟ ଦିନ ଦୁଇଟା ହୋଇଯାଇଥିଲା ମିଟିଙ୍ଗ ଆରମ୍ଭ ହେବାକୁ. କେହି କେହି ନକାରାତ୍ମକ ସ୍ୱର ଉତ୍ତୋଳନ କରୁଥିଲେ ମଧ୍ୟ ସଭାପତି ଅଦ୍ୱେତ ପାତ୍ର ମହୋଦୟଙ୍କ  ଭାଷଣରେ ଅଭିଭୂତ ହୋଇ ପଡିଲେ ସମସ୍ତେ. ମହୋଦୟ ଓଡ଼ିଆ ଭାଷା ସାହିତ୍ୟର ଇତିହାସ କହୁ କହୁ ଦୁଇଟି ସୁନ୍ଦର କଥା କହିଲା ବେଳେ ମୋର ପାହାନ୍ତି ପ୍ରହର କଥା ମନେପଡୁଥାଏ ସେହି ଅଭୁଲା ସ୍ବପ୍ନ ଲାଗୁଥାଏ ସତେ ଯେପରି ଖୁବ ବାସ୍ତବ. ଅଦ୍ୱେତ ସାର କହୁଥିଲେ ଓଡ଼ିଆ ଭାଷାଭାଷି ଲୋକମାନେ ତାଙ୍କ ଏରିଆରେ ବ୍ୟବସାୟିକ ଉଦେଶ୍ୟରେ ଖୋଲିଥିବା ଦୋକାନ ଓ ହୋଟେଲ ଗୁଡିକରେ ଅଲଗା ଭାଷାରେ ସାଇନବୋର୍ଡ ମାରିଥିଲେ ମଧ୍ୟ ନିଜ ମାତୃଭାଷା ଓଡ଼ିଆ ଭୁଲି ଓଡ଼ିଆ ଭାଷାରେ ସେ ଦୋକାନରେ ମିଳୁଥିବା ଜିନିଷ ବା ଖୋଲା ଓ ବନ୍ଦ ରହିବା ସମୟ ଇତ୍ୟାଦିର ସୂଚନା ଲେଖିବାକୁ ଭୁଲି ଅନ୍ୟ ସବୁ ଭାଷାରେ ଲେଖିଥିଲେ ମଧ୍ୟ ଓଡ଼ିଆ ଭାଷାରେ ଲେଖିନଥିବା ତାଙ୍କୁ ଦୁଃଖ ଦେଇଥିଲା ତ ସେ ସେହି ଦୋକାନୀମାନଙ୍କୁ ଏ ବିଷୟରେ ପଚାରିବାରୁ ସେମାନେ କିଛି ସଠିକ ଉତ୍ତର ଦେଇପାରିନଥିଲେ କିନ୍ତୁ ବୁଝା ପଡୁଥିଲା ଓଡ଼ିଆ ଅଞ୍ଚଳମାନଙ୍କରେ ଥିବା ଦୋକାନ ଓ ହୋଟେଲ ଇତ୍ୟାଦିରେ ଓଡ଼ିଆ ଭାଷାରେ ଲେଖିବାର ଯେମିତି କିଛି ଆବଶ୍ୟକତା ହିଁ ନଥିଲା ତଥାପି ଅଦ୍ୱେତ ସାର ଓ ତାଙ୍କ ଗ୍ରୁପରେ ଥିବା ଓଡ଼ିଆ ଭାଷାର ଉର୍ନ୍ନତି ପାଇଁ ଓ ଭାଷାକୁ ନିଜ ମାତୃ ତୁଲ୍ୟ ଭାବି ଓ ତାକୁ ସମ୍ମାନ ଦେବାକୁ ହେଲେ ଓଡ଼ିଆ ଅଞ୍ଚଳମାନଙ୍କରେ ଥିବା ଓଡ଼ିଆ ଦୋକାନ ଓ ହୋଟେଲ ଆଦିରେ ଅନ୍ୟ ଭାଷା ସହିତ ଓଡ଼ିଆ ଭାଷାରେ ଏଣିକି ଉଚିତ ତଥ୍ୟ ଦେବା ଆବଶ୍ୟକ ବୋଲି କହିଥିଲେ. ତାର ପ୍ରମୁଖ କାରଣ ଆମେ ଓଡ଼ିଆ ହୋଇ ମଧ୍ୟ ଓଡ଼ିଆ ଭାଷାର ବ୍ୟବହାର ନକଲେ ମାତ୍ରା ଅଶୁଦ୍ଧି ହେବା ବ୍ୟାଧିକୁ ଡାକିଆଣିବା ଅର୍ଥାତ ଅଭ୍ୟାସ ବଳେ ଶିଶୁ କହେ କଥା ନ୍ୟାୟରେ ଓଡ଼ିଆ କହିବା ଓ ଲେଖିବା ଅଭ୍ୟାସ ନରହିଲେ ଓଡ଼ିଆ ବନାନ ଓ ମାତ୍ରା ଶୁଦ୍ଧି ରହିବା କାଠିକର ପାଠ ହୋଇଯିବ ଭବିଷ୍ୟତରେ. ତାହାର କାରଣ ଭୁଲିଯିବା ମଣିଷର ସାହଜାତ ପ୍ରବୃତ୍ତିମାନଙ୍କ ଭିତରୁ ଗୋଟିଏ ଅଟେ ବୋଲି ଅସ୍ବକାର କରାଯାଇନପାରେ.
      ଆଉ ଗୋଟେ ସୁନ୍ଦର ଉଦାହରଣ ଦେଇ ଅଦ୍ୱେତ ସାର କହୁଥିଲେ ଥରେ ଟ୍ରେନ ଯାତ୍ରା କଲାବେଳେ ପାଖରେ ବସିଥିବା ଦୁଇ ଯୁବକଙ୍କୁ ଦେଖି ଇଂରାଜୀରେ ପଚାରିଥିଲେ ଏହି ଷ୍ଟେସନର ନାମ କଣ ତ ଉତ୍ତର ପାଇବା ପରିବର୍ତ୍ତେ ତାଙ୍କୁ ଥଟ୍ଟା, ପରିହାସ ତଥା କମେଣ୍ଟର ଶୀକାର ହେବାକୁ ପଡିଥିଲା. ସେହି ଥଟ୍ଟା ତାମସାରେ ବ୍ୟବହୁତ ଭାଷା ବେଙ୍ଗଲି ଥିବା ଲକ୍ଷ କରି ଅଦ୍ୱୈତ ସାର ଏଥର ବେଙ୍ଗଲି ଭାଷାରେ କିଛି କଥୋପଥନ ଆରମ୍ଭ କରିଦେଇ ଦେଖିଥିଲେ ସେ ଦୁଇ ଯୁବକଙ୍କ ମଧ୍ୟରେ ଚମତ୍କାର ପରିବର୍ତ୍ତନ. ସେମାନେ ଏଥର କମେଣ୍ଟ ମରା ଛାଡି ଅଦ୍ୱୈତ ସାରଙ୍କ ବନ୍ଧୁ ହୋଇଯାଇଥିଲେ ଯେମିତି. ଯୋଗକୁ ସେ ଦୁହିଁଙ୍କ ଷ୍ଟେସନ ଓ ଅଦ୍ୱେତ ସାରଙ୍କ ଓଲ୍ହେଇବା ଷ୍ଟେସନ ଏକ ଥିଲା. ତା ପରଠୁ ସେଠିକା ରହଣି ଓ କାର୍ଯ୍ୟରେ ସାହାଯ୍ୟ ଓ ସହଯୋଗର ହାତ ଥିଲା ସେ ଦୁଇ ଯୁବକ ଦ୍ବୟଙ୍କର.ସ୍ଥାନଟି ଥିଲା ମୁଖ୍ୟତଃ ବଂଗାଳି ଲୋକଙ୍କର ଓ ଭାଷା ଥିଲା ବେଙ୍ଗଲି. ଅଦ୍ୱେତ ସାର ସେଠୁ କାମ ସାରି ଫେରିବା ଦିନ ଯୁବକ ଦୁହେଁ ଟ୍ରେନରେ ବସାଇ ଦେବାକୁ ଆସିବା, ଆଉ କେଵେ ଆସିବେ କହିବେ ଇତ୍ୟାଦି ଆନ୍ତରିକତା ପୂର୍ଣ୍ଣ କଥାବାର୍ତ୍ତାରୁ ଅଦ୍ୱେତ ସାରଙ୍କ ହୃଦବୋଧ ହୋଇଥିଲା ଅନ୍ୟର ଭାଷା କହି ପାରୁଥିଲେ ମଣିଷ ସେହି ଭାସଭାଷି ଲୋକଙ୍କର ନିଜର ହୋଇଯାଏ. ଏକଥା ମଧ୍ୟ ଓଡ଼ିଆ ଭାଷାଭାଷି ହୃଦୟଙ୍ଗମ କରି ନିଜ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ଯତ୍ନଶୀଳ ହେବାକୁ କହୁଥାନ୍ତି ତ ତାଳିର ରୋଳରେ କେହି କେହି ପ୍ରତିବାଦୀଙ୍କ ସ୍ୱର ଦାବିଯାଇଥିଲା. ପ୍ରତିବାଦମାନେ କେହି ଜଣେ ସମୟନୁବର୍ତ୍ତିତା ମଣିଷର ମୂଳମନ୍ତ୍ର ହେବା ଉଚିତ. ମିଟିଙ୍ଗ ସ୍ଥଳ ଟିକେ ନିର୍ଜ୍ଜନ ଅର୍ଥାତ କୋଳାହାଳ ପୂର୍ଣ୍ଣ ସ୍ଥାନକୁ ଦୂରେଇ ଏମିତି ସ୍ଥାନ ବାଛିବା ଉଚିତ ଯୋଉଠି ଗହଳି ନଥିବ କି ଵିନା ମାଇକରେ ମଧ୍ୟ କହୁଥିବା କଥା ସସମସ୍ତଙ୍କୁ ଶୁଣା ଯାଉଥିବ. ସେ ଅବଶ୍ୟ ଭଲ ଭଲ ଶୃଙ୍ଖଳିତ କଥା କହୁଥିଲେ କିନ୍ତୁ ସେହି ନାରିକେଳ ବୃକ୍ଷ ପରିବେଷ୍ଟିତ ପରିବେଶର ଖୋଲା ଆକାଶ ତଳେ ବସି ଉପରେ ଉଡିଯାଉଥିବା ଶୁଆ ସହିତ ଅନ୍ୟାନ୍ୟ ପକ୍ଷୀ ଠାବ କରି ମୂଲ୍ୟବାନ କଥା ଶୁଣିବା ସହିତ ମାଆ ଚଣ୍ଡୀଙ୍କ ଦର୍ଶନ ସହିତ ପ୍ରସାଦ ସେବନର ଭାଗ୍ୟରେ ମୋ ପାଳି ଆସିଥିଲା କିଛି କହିବାକୁ ତ ପ୍ରଥମ ଓଡ଼ିଆ ପତ୍ରିକା ଉତ୍କଳ ଦୀପିକାର ସମ୍ପାଦକ କର୍ମବୀର ଗୌରୀଶଙ୍କରଙ୍କ ପଦ ଯୁଗଳରେ ପ୍ରଣାମ କରି ମୁଁ କେବଳ ଏତିକି କହିଥିଲି ପ୍ରକୃତି କୋଳରେ ଏହି ମିଟିଙ୍ଗରେ ଯୋଗ ଦେଇ ମତେ ବହୁତ କଥା ଶିଖିବାକୁ ମିଳିଲା. ଫେରିଲା ବେଳେ ଅଦ୍ୱେତ ସାର କହୁଥିଲେ ମାଆ ତୁମଠୁ ଆଜି ଗୋଟେ କଥା ଶିଖିଲି ଯେ ଅନେକ ନକାରାତ୍ମକ ପରିସ୍ଥିତି ଭିତରେ ନିଜକୁ ସକାରାତ୍ମକ ରଖିବା ଗୋଟେ ପ୍ରକୃତିଗତ କଳା. ମୁଁ ତାଙ୍କ ପାଦ ଛୁଇଁ କହୁଥିଲି ଆଜ୍ଞା.ଫେରିଲବେଳେ ବାଟ ସାରା କାଉଡ଼ିଆ ଭାଇ ଭଉଣମାନେ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଇଥିଲେ ପାଣି ଲାଗି କରିଯିବେ ଓ ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ରାସ୍ତା ଭିଡ଼ ଥିଲା ତ ମୁଁ ଭୋଳାନାଙ୍କୁ ସ୍ମରଣ କରି ଡାକୁଥିଲି ପ୍ରଭୁହେ ସେମାନଙ୍କ ଭିତରେ ଭାଷା ସାହିତ୍ୟର ସୃଜନୀ ଭରିଦେଇ ସକ୍ରିୟ ନାଗରିକ ହେବାର ଗୌରବରେ ମଣ୍ଡିତ କାରାଅ ପ୍ରଭୁ.ମନେ ହେଲା ଶିବକୃପା ଲଭି ମଧୁବାକୁଙ୍କ ଦ୍ୱାରା ଗଢିଉଠିଥିବା ଓଡିଶା ସାହିତ୍ୟ ଏକାଡେମୀରେ ଆଜିର ମିଟିଙ୍ଗରେ ଇଲେକ୍ସରେ ସ୍ଥାନିତ ହୋଇଥିବା ଯୁବପିଢ଼ି ନିଶ୍ଚୟ ଓଡିଶାର ସଂକୃତି ପରମ୍ପରା ପର୍ବ, ଭକ୍ତି, ସଂହତି, ମାନ୍ୟତା ପ୍ରତି ଖୁବ ଧ୍ୟାନ ଦେଇ ସାହିତ୍ୟ ରଥଙ୍କ ପୀଠ ଗୁଡିକର ପୁନ୍ରୁରୁଦ୍ଧାର କରିବା ସଙ୍ଗେ ସଙ୍ଗେ ହୃତ ଗୌରବ ଫେରାଇ ଆଣିବାକୁ ବଦ୍ଧପରିକର ହେବେ.ମୋ କାନରେ ଶୁଭୁଥିଲା ତତେ ମଧ୍ୟ ଏ ଦିଗରେ କିଛି କରିବାର ଅଛି ତ ଠିକ ସେତିକି ବେଳେ ତଳେ ଗାଈ ଗୋରୁଙ୍କ ଗୋଠ ବାହୁଡା଼ ସାଙ୍ଗକୁ ପକ୍ଷୀଙ୍କ ନୀଡ଼ ଫେରନ୍ତା ଦୃଶ୍ୟରେ ମନ ମୁଗ୍ଧ ହେଲାବେଳେ ଆକାଶରୁ ଝରୁଥିଲା ଶାବଣ ଆସିବାର ପ୍ରଥମ ସଙ୍କେର ଝର ମେଘ ଟୋପା ଠିକ ଆମେ ଅଟୋରେ ବସିବା ବେଳକୁ ତ ଅଟୋ ଚାଳକ ଭାଇ ଜୟ ମାଆ ଚଣ୍ଡୀ ଓ ଜୟ ଶିବ ଶମ୍ଭୁ କହି ଗାଡିର ଷ୍ଟାର୍ଟ ମାରିଥିଲେ.



Rate this content
Log in

Similar oriya story from Action