STORYMIRROR

Subhashree Nayak

Fantasy

4  

Subhashree Nayak

Fantasy

ପ୍ରଜାପତି

ପ୍ରଜାପତି

1 min
218

ମୁଁ ମନଟିଏ

ତୁମେ ନିରୀହ ଦୁଇ ଆଖି

ମୁଁ ତ କଳ୍ପନା ବିଳାସୀ

ତୁମେ ଅତୀତରୁ ବର୍ତ୍ତମାନ ର ମୂକ ସାକ୍ଷୀ।

ଖୋଜିବୁଲେ ମୁଁ ଭଲପାଇବାକୁ

ତୁମେ ଚାହାଣି ରେ ଦିଅ ବାନ୍ଧି

ଭଲପାଇବାକୁ ହୃଦୟଟେ ଲୋଡା

ତୁମେ ହୃଦୟେ ମୁଁ ଆପେ ଆପେ ବନ୍ଦୀ।

ଚାହୁଥାଏ ମୁଁ ଗଭୀର ତର୍ଜମା

ତୁମେ ନିରାଡମ୍ବର ଯୁକ୍ତି ର ସାଥୀ

ଅନ୍ଧାରୀ ରାସ୍ତା ରେ ପାଦ ଥାପି ଦେଲେ

ଆଲୋକ ପଥରେ କରିଦିଅ ମୋତେ ରଥୀ।

ଉଡି ବୁଲେ ମୁଁ ଏଠିରୁ ସେଠାକୁ

ଏକ ସ୍ଥାନେ ତୁମେ ରଂଗ ନିଜକୁ ବ୍ରତୀ

ଆଜି ଅତୀତକୁ ଚାହିଁ ଆବିଷ୍କାର କରେ

ଆଜି ଵି

ତୁମେ ସେଇ ସୁଗନ୍ଧିତ ପୁଷ୍ପ

ମୁଁ ତୁମ ପ୍ରଜାପତି !

ମୁଁ ତୁମ ପ୍ରଜାପତି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Subhashree Nayak

Similar oriya story from Fantasy