STORYMIRROR

Subhashree Nayak

Inspirational

3  

Subhashree Nayak

Inspirational

ମାମା

ମାମା

2 mins
329

ସେତେବେଳେ ମୁଁ ଅଷ୍ଟମ ଶ୍ରେଣୀରେ ପଢୁଥାଏ । ସକାଳୁ ସ୍କୁଲ୍ ପାଇଁ ରେଡି ହେଇ ଜଳଖିଆ ଖାଇବାକୁ ବାହାରୁଥାଏ । ସାମ୍ନାରେ ଗୋଟିଏ ନୂଆ ଚେହେରା ଦେଖିଲି । ଟିକେ ଡର ଆଉ ଟିକେ ଲାଜରେ ମୁହଁଟାକୁ ତଳକୁ ପୋତି ଜୋର ଜୋରରେ ଯିବାକୁ ଲାଗିଲି । ହଠାତ୍ ପଛରୁ ଶୁଭିଲା ଏକ ଶାନ୍ତିପୂର୍ଣ୍ଣ ନମ୍ର ଗଳାରେ- "ବେଟା ଶୁଣ୍ ତ" । ମୁଁ ଅବାକ୍ ହେଇ ବୁଲି ଚାହିଁଲି । ସହାସ୍ୟ ବଦନରେ ମୋରି ଆଡ଼କୁ ଆସୁଛନ୍ତି ମହିଳାଜଣକ । ପଚାରିଲେ -"ଡାଇନିଂ ହଲକୁ ରାସ୍ତା ଏଇଟା ତ ?" ମୁଁ ବି ଧୀର କଣ୍ଠରେ କହିଲି "ହଁ ଏଇଟା" । ସେ କହିଲେ ଚାଲ ସାଙ୍ଗ ହେଇ ଯିବା । କଣ୍ଠଟି ଶୁଣି ଭାରି ନିଜର ନିଜର ଲାଗୁଥିଲା । ସେତିକି ବାଟ ଗଲା ଭିତରେ ସେ ମୋ ଠାରୁ ମୋ କ୍ଲାସ, ସେକ୍ସନ୍, ହାଉସ୍ ଇତ୍ୟାଦି ଆଦାୟ କରି ସାରିଥିଲେ । ଆଉ ମୁଁ ମଧ୍ୟ ତାଙ୍କ ଭିତରେ ମୋ ମାଆ (ମାମା)ଙ୍କୁ ଆବିଷ୍କାର କରି ସାରିଥିଲି।

      ସେଇଦିନ ସ୍କୁଲ ପ୍ରାର୍ଥନା ସଭାରେ ଘୋଷଣା କରାଗଲା ଉକ୍ତ ମହିଳା ଯାହାଙ୍କୁ ମୁଁ ମୋ ମାମାଙ୍କ ଆସନ ସକାଳୁ ଦେଇ ସାରିଥିଲି, ହେଉଛନ୍ତି ଆମର ନୂଆ ସାହିତ୍ୟ ମ୍ୟାଡାମ୍ । ମନେ ମନେ ଖୁବ୍ ଖୁସି ହେଇଥିଲି । ତା ପରଠୁ ପ୍ରତ୍ୟେକ ଦିନ କିଛି ନା କିଛି କାମ ମୋର ତାଙ୍କ ପାଖରେ ପଡେ‌ । ଆଉ ତାକୁ ଛାଡ଼ିଦେଲେ ରାତିର ଡିନର୍ ପରେ ସେଇ ଡାଇନିଂ ହଲରୁ ହଷ୍ଟେଲର ଗେଟ୍ ପର୍ଯ୍ୟନ୍ତ ପାଦଚଲା ବାଟ ଥିଲା ଆମର ବାର୍ତ୍ତାଳାପର ସମୟ । ସେ ମୋତେ ବେଟା ବେଟା କହି ଅନେକ କିଛି କହିଯାଆନ୍ତି । ଆଉ ମୁଁ କୁନି ଶିଶୁଟିଏ ପରି ଶୁଣୁଥାଏ ମୋ ମାମାଙ୍କ କଥାସବୁ । 

     ସମୟ ଅତିକ୍ରାନ୍ତ ହେଉଥିଲା । ସମୟ ଆସିଲା ମାମାଙ୍କ ଠାରୁ ବିଦାୟ ନେବାର । ଆଖିରେ ମୋର ଲୁହ । କେମିତି ମାମାଙ୍କୁ ବିଦାୟ ଦେଇ ଯିବି ! ମନରେ ସାହସ ପାଉନଥିଲା । ମାମାଙ୍କୁ ନ ଜଣେଇ ମୁଁ ଚାଲି ଆସିଲି ଘରକୁ । ଠିକ୍ ସେଇ ଦିନ ସନ୍ଧ୍ୟାରେ ବାପାଙ୍କ ଫୋନକୁ କଲ୍ ଆସିଲା - ମୋ ବେଟା ସହ ମୁଁ କଥା ହେବି ।  

      ବାସ୍ ଏହି ହେଉଛି ମୋ ମାମା ଆଉ ମୋର ଅପୂର୍ବ ସମ୍ପର୍କ । ମାଆଙ୍କୁ ଗୁରୁ ରୂପେ ପାଇବା ସମସ୍ତଙ୍କ ଭାଗ୍ୟରେ ଲେଖା । ହେଲେ ଗୁରୁଙ୍କୁ ମାଆ ରୂପେ ପାଇ ମୁଁ ନିଶ୍ଚିତ ରୂପେ ଧନ୍ୟା ହେଇଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Subhashree Nayak

Similar oriya story from Inspirational