STORYMIRROR

Subhashree Nayak

Tragedy Inspirational Others

2  

Subhashree Nayak

Tragedy Inspirational Others

ମଣିଷ ପଣିଆ

ମଣିଷ ପଣିଆ

1 min
194

କିଛି ଦିନ ତଳେ ଅଚାନକ ଦେଖା ହେଇଗଲା ଆଶିଷ ସହ, ତାଙ୍କ କ୍ଲିନିକ୍ ରେ। ସଫଳତାର ପାହାଚ ପରେ ପାହାଚ ଚଢ଼ି ସାରି ଆଜି ସେ ସହରରେ ଜଣେ ସୁନାମଧନ୍ୟ ଡାକ୍ତର। ମୁହୂର୍ତ୍ତକ ପାଇଁ ମନେ ପଡିଗଲା ପଛ କଥା ସବୁ। ଯେତେବେଳେ ମୁଁ ଥିଲି କଲେଜରେ ଆଉ ସେ ମୋ ଠାରୁ ଦି ବର୍ଷ ଉପରେ। ଅନେକ ପ୍ରକାରେ ପ୍ରେମ ନିବେଦନ କରିଥିଲେ ସେ ମୋତେ। ମାତ୍ର ଥରେ ହେଲେ ଗ୍ରହଣ କରି ନଥିଲି ମୁଁ। ବରଂ ଦୂରେଇ ଯାଇଥିଲି ତାଙ୍କ ଜୀବନରୁ। ସେଇ ସବୁର ପ୍ରତିଶୋଧ ନେବାକୁ ଯାଇ ସେ ଆଉ ଫେରେଇ ଦେବେନି ତ ମୋ ବେହୋସ୍ ପୁଅକୁ ! ମୋ ଉପରେ ଥିବା ରାଗ ଆଉ ସୁଝେଇବେନି ତ ମୋ ଛୋଟ ଛୁଆଟା ଉପରେ ? 

       କ୍ଷଣିକ ପାଇଁ ବିଚଳିତ ହୋଇ ପଡ଼ିଲି ମୁଁ। ଦେହ ସାରା ଝାଳରେ ଭିଜିଗଲା। ଆଖି ବନ୍ଦ କରି କାନ୍ଥକୁ ଆଉଜି ବସି ପଡ଼ିଲି । ଆଖି କୋଣରେ ଜକେଇ ଆସୁଥିବା ଲୁହକୁ ଚାପି ରଖିବାକୁ ଚେଷ୍ଟା କରୁଥିଲି। ହଠାତ୍ କେହି ଜଣେ କାନ୍ଧରେ ହାତ ରଖିଲା। ଆଉ କହିଲା- " ବ୍ୟସ୍ତ ହୁଅନି ସୀମା, ପୁଅ ଏବେ ସବୁ ବିପଦରୁ ବାହାରେ।" 

        ଆଖି ଟେକି ଚାହିଁବାର ସାହସ ଆଉ ମୋ ଭିତରେ ନଥିଲା। କ'ଣ କେମିତି କହିବି ଜାଣି ପାରୁ ନଥିଲି। ଆଖି ବୁଜି ମନେ ମନେ ଧନ୍ୟବାଦ ଜଣଉଥିଲି, ଇଶ୍ୱରଙ୍କୁ ଆଉ ଆଶିଷ ଙ୍କୁ। ତାଙ୍କ ଭିତରେ ବଞ୍ଚି ରହିଥିବା ମଣିଷ ପଣିଆଟା ଗୋଟେ ମାଆକୁ ମାତୃତ୍ଵର ମିଠା ସ୍ୱାଦ ଦେଇ ଚାଲିଥିଲା ବିନା ପାଉଣାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Subhashree Nayak

Similar oriya story from Tragedy