STORYMIRROR

Madhabi Patel

Romance

3  

Madhabi Patel

Romance

ପ୍ରେମ

ପ୍ରେମ

2 mins
175


ମଧୁପୁର ଗାଆଁର ହାଇସ୍କୁଲରେ ପଢୁପଢୁ ସାଲେପୁରର ଝିଅ ସୁଷମା ଓ ମଧୁପୁରର ପୁଅ ଅବନୀ ସହ ପ୍ରେମ ସମ୍ପର୍କ ଗଢି ଉଠିଲା । ପ୍ରେମ ତ ଜଣାଇ ଆସେନା କେମିତି କୋଉ ମୁହୂର୍ତ୍ତରେ ମଣିଷର ହୃଦୟ ଭିତରେ ପଶିଆସେ ଯେ କେହି ଜାଣି ପାରନ୍ତିନି । ଆଉ ଏମାନେ ଥିଲେ ଦୁଇଜଣ ଅପରିପକ୍ୱ ବୟସର କିଶୋର କିଶୋରୀ । ଏକା ସାଙ୍ଗରେ ପାଠ ପଢୁ ପଢୁ ସୁବିଧା ଅସୁବିଧାରେ ସାହାଯ୍ୟକରୁକରୁ ମନର ଅନ୍ଧାରି କଣରେ ଭଲପାଇବାର ଚାରାଟେ ରୋପଣ ହେଇଯାଇଥିଲା ଅଜାଣତରେ । ଜଣେ ଯଦି କୌଣସି କାରଣ ବସତଃ ସ୍କୁଲ ଆସୁନଥିଲା ତେବେ ଅନ୍ୟଜଣ ତାକୁ ଝୁରିହେଉଥିଲା । ପଢାରେ ମନ ଲାଗୁନଥିଲା । ତାର ଭଲମନ୍ଦ ଜାଣିବା ପାଇଁ ମନ ବ୍ୟଗ୍ର ବିଚଳିତ ରହୁଥିଲା । ଏହି ଭାବକୁ ବୋଧହୁଏ ପ୍ରେମ କହନ୍ତି । 

ମାଟ୍ରିକ ପରିକ୍ଷାରେ ଦୁଇଜଣ ସଫଳତାରେ ଫାଷ୍ଟ ଡିଭିଜନ ପାଇ ପାସ୍ କଲେ । ସୁଷମାର ବାପା ଜଣେ ବଡ ବ୍ୟବସାୟି ଥିଲେ । ସେ ଝିଅକୁ ବେଶି ପାଠ ନ ପଢାଇ ବାହା କରିଦେବାକୁ ଚାହୁଁଥିଲେ । 

ସୁଷମା ଚାହୁଁଥିଲା ଅବନୀକୁ ଜୀବନସାଥୀ କରିବାକୁ । 

କିନ୍ତୁ ଅବନୀ ଭଲ ଉପାର୍ଜନକ୍ଷମ ନହେଲେ ବାପା ତା ସହ ବାହା କରିବେନି ତାକୁ ଜଣା । ତେଣୁ ସେ ଆହୁରି କିଛି ରର୍ଷ ପଢିବ ବୋଲି ବାପାଙ୍କ ପାଖେ ଜିଦି ଧରିବସିଲା । ଗେହ୍ଲେଇ ଝିଅର କଥାକୁ ଅମାନ୍ୟ କରିବାର ସାହସ ବାପା ପାଖରେ ନଥିଲା । ସୁଷମା ଏବେ କଲେଜରେ ଚାରି ବର୍ଷ ପଢିବାକୁ ଲାଗିଲା । ଏ ଭିତରେ ଦୁଇଜଣଙ୍କ ଫୋନରେ କଥାବାର୍ତ୍ତା ଚାଲିଥାଏ । ଅବନୀ କିନ୍ତୁ ନିଜକୁ ଯୋଗ୍ୟ କରିବାକୁ ପୂରା ଦମରେ ସଂଘର୍ଷ ଜାରି ରଖି ଥାଏ । ତାର ପରିଶ୍ରମ ରଙ୍ଗ ଧରିଥିଲା । ସେ ବି.ଏସ୍.ସି ଟପର୍ ହେଲା । ତାପରେ ସେ ଆଇ.ଏ.ଏସ୍ ପରୀକ୍ଷା ଦେଇ ସେଥିରେ ବି ସଫଳତା ପାଇଥିଲା । ଏବେ ସୁଷମାର ବାପାଙ୍କୁ ଅବନୀକୁ ଜୋଇଁ କରିବାପାଇଁ ବାହୁନିବାକୁ ଆଉ କଛି କାରଣ ନଥିଲା । ସୁଷମା ଅବନୀକୁ ବାହା ହେବ ବୋଲି ବାପାଙ୍କୁ କହିବାରୁ ବାପା ଖୁସିରେ ରାଜିହେଇଯାଇଥିଲେ । ଆଇ.ଏ.ଏସ୍ ଜୋଇଁ ଭାଗ୍ୟରେ ଥିଲେ ମିଳେ । ସେ ବା ଅରାଜି ହେଇଥାନ୍ତେ କାହିଁକି? ସଂଘର୍ଷର ପରିଶ୍ରମ ମଣିଷକୁ ସଫଳତା ଦେଇଥାଏ । ଏମିତି ଭାବରେ ଦୁଇଜଣଙ୍କ ପ୍ରେମ ସ୍ୱୀକୃତି ପାଇଥିଲା । 



Rate this content
Log in

Similar oriya story from Romance