STORYMIRROR

Sachidananda Kar

Romance

3  

Sachidananda Kar

Romance

ପ୍ରେମ : ଶଦ୍ଦ ବନାମ ଚିଠି

ପ୍ରେମ : ଶଦ୍ଦ ବନାମ ଚିଠି

2 mins
256


              - ପାଖରେ ଥାଇ ବି ତମେ ବହୁ ଦୂରରେ ଅଛ। 


              - ଏତେ ଦୂରରେ ତମେ ଅଛ ଯେ ତମ ମିଠା ଛୁଆଁକୁ ମୋ ଆଶା ପାଉନାହିଁ।ହେଲେ ତମେ ମତେ ଥରଟିଏ ନ ଛୁଇଁବା ଯାଏ ମୁଁ ଜମା ଶାନ୍ତିରେ ରହି ପାରୁନାହିଁ। 


              ପଲ୍ଲବଙ୍କୁ ଗୋଟେ ଚିଠିରେ ଏମିତି କିଛି ଲେଖିଦେବାକୁ ଚାହୁଁଥିଲା ପଲ୍ଲବୀ। 


              ଚିଠି ଲେଖିବାଟା ଗୋଟେ ଏକଦମ୍ ପୁରୁଣାକାଳିଆ କଥା।ଚାଳିଶ ବର୍ଷ ତଳକୁ ଫେରିବାକୁ ହେବ।ଆଦୌ ଚାହୁଁ ନ ଥିଲା ସେ। 


              ଆଜିକାଲି ଆଉ କିଏ ପ୍ରେମ ଚିଠି ଲେଖୁଛି ଯେ ! 


              ଆଶାରେ ପଲ୍ଲବ।ମନରେ ପଲ୍ଲବ।ଦେହରେ ପଲ୍ଲବ।ଆତ୍ମାରେ ପଲ୍ଲବ।ଯାହା କହିବାର କଥା ତାହା କହି ହେଉନାହିଁ।ଗୋଟେ ଅଣନିଃଶ୍ବାସୀ ଅବସ୍ଥା।କ'ଣ କରାଯାଇପାରେ ? - ନିଜ ସହ ନିଜେ ଏକାନ୍ତରେ କଥା ହେଉଥିଲା ପଲ୍ଲବୀ। 


              ପଲ୍ଲବଙ୍କୁ ନେଇ ଆବେଗ ଓ ଉତ୍ତେଜନା ବଢୁଥିଲା ତା' ମନରେ।ସେ ଆଉ ତା' ନିଜ ଆୟତରେ ଥିଲା ଭଳି ତାକୁ ଲାଗୁ ନ ଥିଲା। 


              ପ୍ରେମ ଚିଠି ଲେଖିବାକୁ ହେବ।ଫେରିବାକୁ ହେଲେ ହେଉ ପଛେ ଚାଳିଶ ବର୍ଷ ତଳକୁ।ହସନ୍ତୁ ପଛକେ ସେ।କହିଲେ କହନ୍ତୁ - ଆଜିକାଲି ଆଉ ଚିଠି ଲେଖୁଛି କିଏ ? ଏବେ ତ ସବୁ ଖୁଲମଖୁଲା ଚାଲିଛି।ହା.. ହା..ହା..। 


              ଏହାପରେ ପଲ୍ଲବଙ୍କ ପାଖକୁ ଚିଠି ଲେଖିବାକୁ ଦିନେ ମନେମନେ ନିଷ୍ପତ୍ତି ନେଇଗଲା ସେ।ତା'ପରେ ଆରମ୍ଭ ହୋଇଗଲା ତା'ର ପ୍ରେମ ଚିଠି ଲେଖା। 


              ପ୍ରେମ ଚିଠି।ଯାଇ ତାଇ ଚିଠି ନୁହେଁ।ରଙ୍ଗୀନ କାଗଜ, ରଙ୍ଗୀନ କାଳି ଆବଶ୍ୟକ।ଖୋଜିଲା ସେ।ଦେଖ,ମୁଁ ବି ପ୍ରେମ ଚିଠି ଲେଖିପାରେ।ତାଙ୍କୁ ଜଣାଇ ଦେବାକୁ ଚାହିଁଲା ମଧ୍ୟ। 


              ଏହା ପରେ ଘର ଭିତରେ ଗୋଟିଏ ନିଭୃତ ଜାଗା ବାଛିନେଲା ସେ।ଲେଖି ବସିଲା ପ୍ରେମ ଚିଠି। 


              କେବେ ନେଳି ତ କେବେ ହଳଦିଆ ପୁଣି କେବେ ଗୋଲାପୀ କାଗଜରେ ଲେଖିଲା ସେ ତା'ର ପ୍ରେମ ଚିଠି।ଏପରିକି କେବେ କେବେ ଧଳା କାଗଜରେ ମଧ୍ୟ ସେ ତା' ମନକଥା ସବୁ ଗୋଟି ଗୋଟି କରି ଲେଖିଲା। 


              ତା'ର ଭଲପାଇବା ଓ ଯେତେ ସବୁ ସ୍ବପ୍ନର କଥାରେ ଭରି ଯାଉଥିଲା କାଗଜ।ଲେଖିସାରି ଚିଠିଟିକୁ ଥରେ ଦୁଇ ଥର ସେ ପଢୁଥିଲା ଅବଶ୍ୟ।ବାକି କିଛି ଲେଖିବାକୁ ରହିଗଲା କି ବୋଲି ଭାବୁଥିଲା।ବେଳେବେଳେ ତ ସେ ସଂଶୋଧନ କରି ଦେଉଥିଲା ତା' ସ୍ବପ୍ନକୁ, ଭାବନାକୁ। 


              ପ୍ରେମିକର ମନକୁ ଯଦି ନ ଛୁଇଁଲା ତା'ହେଲେ ସେ କି ପ୍ରେମ ଚିଠି ! 


              ତା'ପରେ ଆଣି ଗୋଟେ ଲଫାପାରେ ଭରୁଥିଲା ସେ ତା'ର ପ୍ରେମ ଚିଠିକୁ।ସେଥିରେ ମୁଦ ଦେଉଥିଲା।ଠିକଣା ଲେଖୁଥିଲା।ଚିଠିଟିକୁ ଅତି ସନ୍ତର୍ପଣରେ ଗୋପନରେ ଧରି ଚାଲି ଆସୁଥିଲା ଚିଠି ବାକ୍ସ ପାଖକୁ।ହେଲେ ଚିଠିଟିକୁ ବାକ୍ସରେ ପକାଇବାକୁ ତା'ର ହାତ ଯାଉ ନ ଥିଲା। 


              - " ଚିଠିଟି ପାଇ ଖୋଲି ପଢିଦେବେ ସେ।ଜାଣିଦେବେ ମନକଥା।ନା,ମନକଥା ମନରେ ଥାଉ।କହିଦେଲେ କଥା ସରେ।ଆଉ କିଛି ଦିନ ଯାଉ। " ନିଜକୁ ନିଜେ କହୁଥିଲା ସେ।ଚିଠିଟିକୁ ଚିଠି ବାକ୍ସରେ ନ ପକାଇ ଫେରି ଆସୁଥିଲା ଘରକୁ। 


              ଘରେ କେଉଁ କାଳରୁ ଗୋଟେ ପୁରୁଣା କାଠ ବାକ୍ସ ଥିଲା।ସେଇ କାଠ ବାକ୍ସରେ ସେ ସାଇତି ଦେଉଥିଲା ତା' ପ୍ରେମ ଚିଠିକୁ।ଥରେ ଅଧେ ନୁହେଁ, ଏମିତି ବାରମ୍ବାର କରୁଥିଲା ସେ। 


             ଧୀରେ ଧୀରେ ଘରେ ଥିବା ତା' କାଠ ବାକ୍ସରେ ଅନେକ ଚିଠି ହୋଇ ଯାଇଥିଲା।ତାକୁ ଚିଠି ବାକ୍ସ ବୋଲି କହୁଥିଲା ସେ। 


             ସମୟ ବଦଳିଗଲା।ତା'ର ପ୍ରେମ ଚିଠି ଲେଖିବା ବନ୍ଦ ହୋଇଗଲା।କେବେ ସୁଯୋଗ ମିଳିଲେ ଚିଠି ବାକ୍ସଟା ପଲ୍ଲବଙ୍କ ହାତକୁ ଟେକିଦେବ,ଭାବୁଥିଲା ସେ। 


             ଶେଷରେ ଦିନେ ପଲ୍ଲବ ତାକୁ ଆଇ ଲଭ୍ ୟୁକହିଦେଲେ।ସେ ଲାଜେଇ ଗଲା।ମୁର୍କି ହସିଦେଇ ଆଇ ଲଭ୍ ୟୁ ଠୁ କହିଦେଲା। 


             ଏତେ ଅଳ୍ପ ଶଦ୍ଦ ( ଇଂରାଜୀ ଭାଷାର ) ,ଅଥଚ ଏତେ ତା'ର ଦମ୍ ! 


            ପ୍ରେମ ହେଲା।ଏବଂ ସେତିକିରେ ପଲ୍ଲବଙ୍କୁ ସେ ଲେଖିଥିବା ତା'ର ପ୍ରେମ ଚିଠି ସବୁ ଅଦରକାରୀ ହୋଇଗଲେ।ଚିଠି ବାକ୍ସଟା ବି। 


             ପ୍ରେମ : ଶଦ୍ଦ ବନାମ ଚିଠି !


Rate this content
Log in

Similar oriya story from Romance